Linux/C2/Working-with-Linux-Process/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି
00:09 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି |
00:16 ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି

http://spoken-tutorial.org/ http://spoken-tutorial.org

00:28 ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ |
00:38 ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି |
00:42 ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ |
00:46 ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ |
00:51 ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ |
00:56 ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ |
01:00 ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ |
01:05 ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି |
01:11 ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ |
01:17 ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି |
01:28 ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା |
01:31 ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ |
01:36 କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
01:43 ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ |
01:53 ଏକ ଟର୍ମିନାଲ୍ କୁ ଯିବା |
01:57 ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ |
02:03 ଏହା ଶେଲ୍ ପ୍ରୋସେସ୍ ର କାମ |
02:07 ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା |
02:13 ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ |
02:18 ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା |
02:30 ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ |
02:40 ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ |
02:50 ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:00 ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା |
03:13 ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା |
03:20 ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା |
03:32 ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା |
03:35 ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ |
03:56 ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:04 ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା |
04:12 ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ |

ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ |

04:26 ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି |
04:38 ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ |
04:43 ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ |
04:51 ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ |
05:00 ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:11 ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ |
05:23 ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ |
05:29 ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ |
05:34 କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
05:40 ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:47 ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ |
05:54 CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ |
05:58 ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ |
06:06 ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ |
06:12 ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି |
06:16 ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ |
06:25 ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ |
06:35 ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:42 ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:51 ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି |
06:57 ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ |
07:05 psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ |
07:13 ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ |
07:28 ବାଶ୍, sh ଓ ps-f |
07:31 ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି |
07:36 ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ |
07:47 ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ |
08:00 ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ |
08:17 C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ |
08:26 ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ |
08:32 STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ |
08:42 ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ |
08:49 ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ |
08:54 ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ |
09:05 ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ |
09:09 ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ,
09:17 ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ |
09:23 ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:32 ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା |
09:35 ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ
09:40 “ps ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ more” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:52 ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ |
09:58 ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ |
10:03 ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ |
10:09 ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି |
10:12 ଏଥିରେ 1ର PID ଅଛି |
10:16 ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ |
10:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ |
10:37 ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
10:45 ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:55 ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ.http://spoken-tutorial.org/NMEICT-Intro.
11:07 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep