Difference between revisions of "Inkscape/C2/Layers-and-Boolean-operations/Oriya"
From Script | Spoken-Tutorial
(Created page with "{| Border =1 | Time | Narration |- | 00:00 | Inkscape ବ୍ୟବହାର କରି Layers and Boolean operations ଉପରେ ସ୍ପୋକନ୍ ଟ୍...") |
|||
Line 21: | Line 21: | ||
| 00:18 | | 00:18 | ||
|* Ubuntu Linux 12.04 OS | |* Ubuntu Linux 12.04 OS | ||
+ | |- | ||
| 00:21 | | 00:21 | ||
|* Inkscape ଭର୍ସନ୍ 0.48.4 | |* Inkscape ଭର୍ସନ୍ 0.48.4 |
Revision as of 12:17, 31 May 2016
Time | Narration |
00:00 | Inkscape ବ୍ୟବହାର କରି Layers and Boolean operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * ଲେୟାର୍ସ |
00:11 | * ଫିଲଟର୍ସ |
00:12 | * ବୁଲିଅନ ଅପରେସନ୍ସ |
00:15 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
00:18 | * Ubuntu Linux 12.04 OS |
00:21 | * Inkscape ଭର୍ସନ୍ 0.48.4 |
00:25 | Inkscape ଖୋଲିବାପାଇଁ Dash Home ଯାଇ ଟାଇପ୍ କରନ୍ତୁ Inkscape |
00:30 | Inkscape ଲୋଗୋ ଉପରେ କ୍ଲିକ୍ କରନ୍ତୁ |
00:32 | ଆମେ ପୂର୍ବରୁ ତିଆରି କରିଥିବା Assignment_2.svg ଫାଇଲ୍ ଖୋଲିବା |
00:38 | ଏହାକୁ ମୁଁ Documents ଫୋଲ୍ଡର୍ ରେ ସେଭ୍ କରିଛି |
00:41 | ପ୍ରଥମେ ଆମେ Inkscapeର Layers ବିଷୟରେ ଶିଖିବା |
00:45 | Layer ମେନୁକୁ ଯାଇ Layers ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
00:50 | ବର୍ତ୍ତମାନ, interface ର ଡାହାଣପଟେ Layer palette ଖୋଲିଲା |
00:55 | ଡିଫଲ୍ଟ ଭାବେ ସେଠାରେ ଏକ layer ଅଛି, ଯାହା Layer 1 ଭାବେ ନାମିତ ହୋଇଛି |
01:01 | ଏକ ନୂଆ layer ଆଡ୍ କିମ୍ବା କ୍ରିଏଟ କରିବା ପାଇଁ, Layer paletteର plus icon ଉପରେ କ୍ଲିକ କରନ୍ତୁ |
01:07 | Add layer ନାମକ ଏକ ଡାୟଲଗ୍ ବକ୍ସ ଖୋଲିଲା |
01:10 | Layer name ଟେକ୍ସଟ୍ ବକ୍ସରେ ଆମେ layerର ନାମକରଣ କରିପାରିବା |
01:15 | ମୁଁ ଏହି layerକୁ eye ନାମ ଦେବି |
01:18 | ଏବେ, ଆମେ Position ଡ୍ରପ ଡାଉନ୍ ଲିଷ୍ଟରେ କ୍ଲିକ୍ କରି layerର ପୋଜିସନ୍ ନିର୍ଦ୍ଧାରଣ କରିପାରିବା |
01:25 | ଏଠାରେ ତିନୋଟି ଅପ୍ସନ୍ ଅଛି |
01:27 | ଏହି ଲେୟାରକୁ Above current, ସାମ୍ପ୍ରତିକ ଲେୟାର ଉପରେ ରଖିବ |
01:32 | Below current ଏହି ଲେୟାରକୁ ସାମ୍ପ୍ରତିକ ଲେୟାର ତଳେ ରଖିବ |
01:36 | As sublayer of current ଦର୍ଶାଏ ଯେ, ଏହା ସାମ୍ପ୍ରତିକ ଲେୟାର୍ ର ଏକ ଅଂଶ ହେବ |
01:41 | ମୁଁ ଏହାକୁ Above current ପୋଜିସନରେ ରଖିବି ଏବଂ Add ବଟନରେ କ୍ଲିକ୍ କରିବି |
01:47 | ଦେଖନ୍ତୁ, eye ନାମରେ ଏକ ନୁଆ layer, ଏବେ Layer paletteରେ ଦେଖାଦେଲା |
01:52 | ସମାନ ଭାବରେ, bow ନାମରେ ଆଉ ଏକ ଲେୟାର ତିଆରି କରନ୍ତୁ |
02:00 | ବର୍ତ୍ତମାନ ଆମ Layer paletteରେ ତିନୋଟି ଲେୟାର ଅଛି |
02:04 | ଏହାପରେ ଆମେ ଏକ layerକୁ ରିନେମ କରିବା ବିଷୟରେ ଶିଖିବା |
02:08 | Layer 1 ଉପରେ ଡବଲ୍ କ୍ଲିକ୍ କରି ଏହାକୁ circle ବୋଲି ରିନେମ କରନ୍ତୁ ଓ Enter ଦାବନ୍ତୁ |
02:16 | ଆମ Canvasରେ ଏବେ ଦୁଇଟି eyes ଏବଂ ଏକ bow ଅଛି |
02:20 | ଆମେ ଏହି ଶେପଗୁଡିକୁ, ତିଆରି କରିଥିବା ଦୁଇଟି ଭିନ୍ନ ଲେୟାରରେ ରଖିବା |
02:25 | mouse ଡ୍ରାଗକରି ଉଭୟ eyes କୁ ସିଲେକ୍ଟ କରନ୍ତୁ |
02:28 | ବର୍ତ୍ତମାନ କିବୋର୍ଡରେ Ctrl + X ଦବାନ୍ତୁ. Eyes ଏବେ ଅଦୃଶ୍ୟ ହୋଇଗଲେ |
02:34 | ବର୍ତ୍ତମାନ Layer Paletteରେ eye ଲେୟାର ଉପରେ କ୍ଲିକ୍ କରନ୍ତୁ |
02:38 | Canvas କୁ ଫେରିଆସି Ctrl + Alt + V ଦବାନ୍ତୁ |
02:44 | Bow ଶେପ୍ ପାଇଁ ସମାନ୍ ପ୍ରଣାଳୀ ଦୋହରାନ୍ତୁ |
02:52 | ସମସ୍ତ ଅବଜେକ୍ଟକୁ ଡିସିଲେକ୍ଟ କରିବା ପାଇଁ Canvasର ଯେକୌଣସି ଖାଲି ସ୍ଥାନରେ କ୍ଲିକ୍ କରନ୍ତୁ |
03:00 | Eye ଓ lock ଆଇକନ୍ ଲେୟାରଗୁଡିକୁ ହାଇଡ୍ ଏବଂ ଲକ୍ କରିବାରେ ସାହାଯ୍ୟ କରିଥାଏ |
03:04 | ପରବର୍ତ୍ତୀ ତଳ ଲେୟର୍ ଗୁଡ଼ିକରେ ଥିବା ଅବଜେକ୍ଟଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ଗୋଟିଏ ଲେୟର୍ କୁ ହାଇଡ୍ କରନ୍ତୁ |
03:11 | ଗୋଟିଏ ଲେୟରକୁ ଲକ୍ କରି ତାହାକୁ ଦୁର୍ଘଟଣାବଶତଃ ଏଡିଟରୁ ରକ୍ଷା କରିଯାଇପାରେ |
03:18 | ଏଗୁଡିକ, ବଡ଼ ଓ ଜଟିଳ graphic assignmentଗୁଡ଼ିକରେ କାମ କଲାବେଳେ ବିଶେଷଭାବେ ସାହାଯ୍ୟକାରୀ ହୋଇଥାନ୍ତି |
03:25 | ଦେଖନ୍ତୁ, eye ଏବଂ lock ନାମକ ଦୁଇଟି ଆଇକନ୍, ପ୍ରତ୍ୟେକ layerର ବାମ ପଟରେ ଅଛନ୍ତି |
03:32 | ବର୍ତ୍ତମାନ ଆମେ ଏଗୁଡିକର ବ୍ୟବହାର ଶିଖିବା |
03:35 | ଲେୟାରଗୁଡିକୁ lock ବା unlock କରିବା ପାଇଁ lock ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ମୁଁ bow ଲେୟରକୁ ଲକ୍ କରିଛି |
03:42 | ଯଦି ଗୋଟିଏ layer ଲକ୍ ହୋଇଥିବ, ତେବେ ଆମେ ସେଥିରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ |
03:47 | କାନଭାସ ଉପରେ ଥିବା bowକୁ ସିଲେକ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ. ଆପଣ ଦେଖିବେ ଯେ, ଏହା କରିବା ସମ୍ଭବ ହେବନାହିଁ |
03:58 | ବର୍ତ୍ତମାନ ମୁଁ bow layerକୁ unlock କରିବି |
04:01 | ବର୍ତ୍ତମାନ ମୁଁ bow ଲେୟାରକୁ ସିଲେକ୍ଟ କରିପାରିବା ସହ ପ୍ରପର୍ଟିଗୁଡିକୁ ମଧ୍ୟ ବଦଳାଇ ପାରିବି |
04:07 | କାନଭାସ ଉପରେ ଏକ layerକୁ ଭିଜିବଲ୍ କିମ୍ୱା ଇନଭିଜିବଲ୍ କରିବା ପାଇଁ, ଲେୟାରର ବାମ ପଟେ ଥିବା eye ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:15 | ମୁଁ bow layer ପାଇଁ eye ଆଇକନ୍ ଉପରେ କ୍ଲିକ୍ କରୁଛି |
04:18 | କାନଭାସ ଉପରେ କ’ଣ ସବୁ ଘଟୁଛି, ଦେଖନ୍ତୁ |
04:23 | ଏବେ ମୁଁ bow layerର ଡୁପ୍ଲିକେଟ୍ କରିବି |
04:26 | Layer menuକୁ ଯା’ନ୍ତୁ ଏବଂ Duplicate Current Layer ଅପ୍ସନ ଉପରେ କ୍ଲିକ୍ କରନ୍ତୁ |
04:32 | ଦେଖନ୍ତୁ, Layer Palette windowରେ bow copy ନାମକ ଏକ ନୂଆ ଲେୟାର୍ ତିଆରି ହୋଇଗଲା |
04:41 | କିନ୍ତୁ ନୂଆ bowକୁ ଆମେ କାନଭାସ ଉପରେ ଦେଖିପାରିବା ନାହିଁ. କାରଣ, ପୂର୍ବ ଲେୟର୍ ଉପରେ bow object ଓଭରଲାପ୍ ହୋଇଯାଇଛି |
04:50 | ଉଭୟ bowsକୁ ଦେଖିବା ପାଇଁ ଉପର layerରେ ଥିବା bowକୁ ସିଲେକ୍ଟ କରି ଗୋଟିଏ ପାଖକୁ ଘୁଞ୍ଚାନ୍ତୁ |
04:56 | circle layerକୁ ସିଲେକ୍ଟ କରନ୍ତୁ |
04:58 | Eyes ଏବଂ bowsକୁ କେନ୍ଦ୍ରକରି canvas ଉପରେଏକ ellipse ଆଙ୍କି ତାହାକୁ କମଳା ରଙ୍ଗ ଦିଅନ୍ତୁ |
05:05 | Ellipseଟି ବ୍ୟାକଗ୍ରାଉଣ୍ଡରେ ଦେଖାଦେବାବେଳେ, ଅନ୍ୟାନ୍ୟ ଅବଜେକ୍ଟଗୁଡିକ ତାହା ଉପରେ ଦୃଶ୍ୟମାନ ହେବ |
05:10 | Layers Paletteରେ ଥିବା plus ଆଇକନ୍ ପରର ଚାରୋଟି ଆଇକନ୍, ଚୟନିତ layerକୁ ପୋଜିସନରେ ରଖିବା ପାଇଁ ସାହାଯ୍ୟ କରନ୍ତି |
05:17 | ପ୍ରଥମ ଆଇକନଟି ଚୟନିତ layerକୁ ସର୍ବୋପରେ ରଖିବା ପାଇଁ ଉପରକୁ ଉଠାଇଥାଏ |
05:23 | Circle layerକୁ ବର୍ତ୍ତମାନ ଚୟନ କରାଯାଇଛି |
05:25 | Circle layer ଉପରେ କ୍ଲିକ କରିଦେଖନ୍ତୁ ଯେ, ଏହା ବର୍ତ୍ତମାନ ସର୍ବୋପରି layer ହୋଇଯାଇଛି |
05:33 | ଶେଷ ଆଇକନଟି ଚୟନିତ layerକୁ ଲେୟାର୍ ର ପୂରା ତଳକୁ ନେଇଯାଏ |
05:38 | ଏହି ଆଇକନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, circle layer ବର୍ତ୍ତମାନ ସବୁଠାରୁ ତଳ layer ହୋଇଗଲା |
05:44 | ଦ୍ୱିତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ଉପରକୁ ନେଇଥାଏ |
05:48 | ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. Circle ଲେୟରଟି eye ଲେୟାର ଉପରକୁ ଆସିଯାଇଥିବାରୁ ଆଇଜ୍ ଦୃଶ୍ୟମାନ ହେଉନାହାନ୍ତି |
05:57 | ତୃତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ତଳକୁ ନେଇଥାଏ |
06:01 | ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ circle ଲେୟର eye ଲେୟାର ତଳକୁ ଚାଲିଗଲା |
06:07 | ଏହିଭଳି ଭାବେ ଏହି ଚାରୋଟି ଆଇକନ୍ ବ୍ୟବହୃତ ହୋଇପାରେ |
06:13 | ଶେଷରେ ଥିବା ମାଇନସ୍ ଆଇକନ୍, ଚୟନିତ layerକୁ ଡିଲିଟ୍ କରେ. Bow copy ଲେୟାରକୁ ସିଲେକ୍ଟ କରି ଏହା ଉପରେ କ୍ଲିକ୍ କରନ୍ତୁ |
06:21 | ଦେଖନ୍ତୁ, bow copy ଲେୟାର୍ ଆଉ ଦେଖାଯାଉ ନାହିଁ |
06:27 | ସମଗ୍ର ଲେୟାର୍ ରେ Blend Filter ଲାଗୁ କରିବା ପାଇଁ ଶର୍ଟକଟ୍ ହେଉଛି Blend Mode |
06:31 | ଏହାର ଅର୍ଥ, ଯଦି ଚୟନିତ layer ଉପରେ ଅବଜେକ୍ଟଗୁଡିକ ଓଭରଲାପ କରନ୍ତି, ତେବେ Inkscape, ଦୁଇ ଅବଜେକ୍ଟର ପିକ୍ସେଲ୍ ବାଇ ପିକ୍ସେଲ୍ ବ୍ଲେଣ୍ଡ କରିଥାଏ |
06:41 | ତେଣୁ, ଫିଲ୍ଟରଗୁଡିକୁ ଦୃଶ୍ୟମାନ କରିବା ପାଇଁ circle ଲେୟାରକୁ ଉପରେ ରଖନ୍ତୁ |
06:46 | Blend modeର ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ. ସେଠାରେ ୫ଟି ଅପ୍ସନ୍ ଅଛି |
06:52 | Normalହେଉଛି ପ୍ରଥମ ଅପ୍ସନ୍, ଯାହା ଲେୟାରରେ କୌଣସି filter ଆଡ୍ କରେନାହିଁ |
06:57 | ମୁଁ ଏହା ଉପରେ କ୍ଲିକ୍ କରିବି. ଦେଖନ୍ତୁ, ଲେୟାରରେ କୌଣସି ଫିଲଟର୍ ଆଡ୍ ହୋଇନାହିଁ |
07:03 | ତା’ପରେ Multiplyରେ କ୍ଲିକ୍ କରନ୍ତୁ |
07:06 | ସର୍ବୋପର ଲେୟାର୍ ଉପରେ ଥିବା ଅବଜେକ୍ଟ, ଲାଇଟ୍ କୁ ଫିଲ୍ଟର୍ କରୁଛି, ଯେଉଁଥିରୁ ତଳ ଲେୟାର୍ ରେ ଥିବା ଅବଜେକ୍ଟଗୁଡ଼ିକ ଦେଖାଯିବ |
07:14 | ସମାନ ସମୟରେ ଏହା, ଓଭରଲାପ୍ କ୍ଷେତ୍ରରେ ଗାଢ ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରୁଛି ବା ମିଶାଉଛି |
07:21 | ପରବର୍ତ୍ତୀ ଅପ୍ସନ୍ ହେଉଛି Screen |
07:25 | ଉପର ଅବଜେକ୍ଟଗୁଡିକୁ ଦେଖନ୍ତୁ; ତଳ ଅବଜେକ୍ଟଗୁଡିକର ରଙ୍ଗକୁ ସେମାନେ ହାଲୁକା କରନ୍ତି |
07:30 | ତେଣୁ ଏହା, ଓଭରଲାପ୍ କ୍ଷେତ୍ରରେ ହାଲୁକା ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରିଥାଏ ବା ମିଶାଇଥାଏ |
07:36 | Darken ସିଲେକ୍ଟ୍ କରନ୍ତୁ. ଉପର ଲେୟାରରେ ଥିବା ଅବଜେକ୍ଟଗୁଡିକ, ତଳ ଲେୟାରର ଅବଜେକ୍ଟଗୁଡିକୁ ଗାଢ କରିଦିଅନ୍ତି |
07:44 | ବର୍ତ୍ତମାନ, ଶେଷ ଅପ୍ସନ୍ Lighten ସିଲେକ୍ଟ କରିବା. ଏଠାରେ ଉପର ଅବଜେକ୍ଟଗୁଡିକ ତଳ ଅବଜେକ୍ଟଗୁଡିକର ରଙ୍ଗ ହାଲୁକା କରିଦିଅନ୍ତି |
07:53 | କୌଣସି ସମୟରେ ଆପଣ ଯଦି Blend modeରୁ Normalକୁ ଫେରିଯାଆନ୍ତି, ଲାଗୁ ହୋଇଥିବା ବ୍ଲେଣ୍ଡ ଫିଲଟରଗୁଡିକ ଉଭାନ୍ ହୋଇଯିବ |
08:00 | Filters ମେନୁରେ ଆହୁରି ଅନେକ ଫିଲ୍ଟର୍ସ ଅଛି |
08:04 | କୌଣସି ଏକ ନିର୍ଦ୍ଦିଷ୍ଟ ଫିଲଟର ଲାଗୁ କରିବାକୁ, ପ୍ରଥମେ ଅବଜେକ୍ଟ ସିଲେକ୍ଟ କରି ପସନ୍ଦର ଫିଲଟରରେ କ୍ଲିକ୍ କରନ୍ତୁ |
08:12 | Circle ଲେୟାରକୁ ପୁଣିଥରେ ତଳକୁ ନିଅନ୍ତୁ |
08:16 | ମୁଁ ଏକ eye ସିଲେକ୍ଟ କରିବି. Filters ମେନୁକୁ ଯାଇ Blur ଓ Fancy blur ସିଲେକ୍ଟ କରନ୍ତୁ |
08:26 | Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
08:29 | ମୁଁ ଅନ୍ୟ eyeକୁ ସିଲେକ୍ଟ କରିବି. Filters ମେନୁକୁ ଯାଇ Bevel ଓ Smart jelly ସିଲେକ୍ଟ କରନ୍ତୁ |
08:39 | ପୁଣିଥରେ Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
08:44 | ଏବେ, bow ସିଲେକ୍ଟ କରନ୍ତୁ.Filters ମେନୁକୁ ଯାଆନ୍ତୁ. Scatter ଓ Air spray ସିଲେକ୍ଟ କରନ୍ତୁ |
08:51 | Bowଟିରେ ଏୟାର ସ୍ପ୍ରେ ହେଲାଭଳି ଦେଖାଦେବ |
08:55 | Blend modeର ଠିକ ତଳେ ଥିବା Opacity ଅପ୍ସନ୍, ଚୟନିତ ଲେୟାରର ପାରଦର୍ଶିତାକୁ କମ୍ କରିବାରେ ସାହାଯ୍ୟକରେ |
09:01 | Circle ଲେୟାର ସିଲେକ୍ଟ କରନ୍ତୁ |
09:03 | Opacity ଲେଭଲକୁ ଆଡଜଷ୍ଟ କରନ୍ତୁ ଏବଂ ଏଲିପ୍ସ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
09:10 | ଏହାପରେ ଆମେ Boolean operations ଶିଖିବା |
09:13 | Path ମେନୁକୁ ଯାଆନ୍ତୁ. ଏଗୁଡିକ ହେଉଛି ଉପଲବ୍ଧ Boolean operations |
09:21 | ଉପଲବ୍ଧ ଶେପ୍ ଗୁଡିକୁ ଅଲଗା ରଖନ୍ତୁ |
09:26 | ସବୁଜ ରଂଗର ଏକ ବର୍ଗକ୍ଷେତ୍ର ଏବଂ ଲାଲ ରଂଗର ଏକ ବୃତ୍ତ ଆଙ୍କନ୍ତୁ. ବୃତ୍ତକୁ ବର୍ଗକ୍ଷେତ୍ରର ଉପରେ ଏକ କଡକୁ ରଖନ୍ତୁ |
09:36 | ଉଭୟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଇ Union ଉପରେ କ୍ଲିକ କରନ୍ତୁ. ଦେଖନ୍ତୁ, ଦୁଇଟିଯାକ ଶେପ୍ସ ପରସ୍ପର ସହ ଯୋଡି ହୋଇଗଲେ |
09:46 | ବର୍ତ୍ତମାନ ଏହି କ୍ରିୟାକୁ undo କରିବା ପାଇଁ Ctrl + Z ଦାବନ୍ତୁ |
09:51 | ପୁଣିଥରେ ଉଭୟକୁ ସିଲେକ୍ଟ କରି Path ମେନୁକୁ ଯାଆନ୍ତୁ. |
09:55 | Difference ଉପରେ କ୍ଲିକ କରନ୍ତୁ ଏବଂ କ’ଣ ଘଟୁଛି ଲକ୍ଷ୍ୟ କରନ୍ତୁ |
09:59 | ଏହି କ୍ରିୟାକୁ undo କରିବାକୁ ପୁଣିଥରେ Ctrl + Z ଦାବନ୍ତୁ |
10:03 | ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Intersection ଉପରେ କ୍ଲିକ କରନ୍ତୁ ଏବଂ ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
10:11 | ଏହି କ୍ରିୟାକୁ undo କରିବାପାଇଁ ପୁଣିଥରେ Ctrl + Z ଦାବନ୍ତୁ |
10:16 | ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Exclusion ଉପରେ କ୍ଲିକ କରନ୍ତୁ |
10:22 | ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
10:24 | ପୁଣିଥରେ Ctrl + Z ଦାବନ୍ତୁ |
10:27 | ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Division ଉପରେ କ୍ଲିକ କରନ୍ତୁ |
10:34 | ବିଭାଜିତ ବୃତ୍ତ ଉପରେ କ୍ଲିକ କରନ୍ତୁ ଏବଂ ସେହି ଭାଗକୁ କଡକୁ ଘୁଞ୍ଚାଇ ଫଳାଫଳ ଦେଖନ୍ତୁ |
10:39 | ଏହି କ୍ରିୟାଗୁଡିକୁ undo କରିବା ପାଇଁ Ctrl + Zକୁ ଦୁଇଥର ଦାବନ୍ତୁ |
10:44 | ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Cut Path ଉପରେ କ୍ଲିକ କରନ୍ତୁ |
10:50 | ଶେପ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
10:53 | ଯଦି ଅବଜେକ୍ଟରେ ଷ୍ଟ୍ରୋକ୍ ଥାଏ, ତା’ହେଲେ Cut Path ଅପ୍ସନ କାମ କରିଥାଏ. ପ୍ରଥମେ ଶେପଗୁଡିକୁ ଅନସିଲେକ୍ଟ କରନ୍ତୁ |
10:59 | କୌଣସି ଏକ strokesକୁ ସିଲେକ୍ଟ କରି cut pathକୁ ଦୃଶ୍ୟମାନ କରିବା ପାଇଁ କଡକୁ ଘୁଞ୍ଚାନ୍ତୁ |
11:05 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ : |
11:09 | * ଲେୟାର୍ସ |
11:10 | * ଫିଲଟର୍ସ ଏବଂ ବୁଲିଆନ୍ ଅପରେସନ୍ସ |
11:14 | ଆପଣଙ୍କ ପାଇଁ ୪ଟି ଆସାଇନମେଣ୍ଟ |
11:16 | ଗୋଲାପୀ ରଙ୍ଗର ଏକ ଆୟତକ୍ଷେତ୍ର ଏବଂ ସବୁଜ ରଙ୍ଗର ଏକ ତ୍ରିଭୁଜ ଆଙ୍କନ୍ତୁ |
11:21 | ତ୍ରିଭୁଜକୁ ଆୟତକ୍ଷେତ୍ର ଉପରେ ରଖନ୍ତୁ |
11:24 | ଉଭୟକୁ ସିଲେକ୍ଟ କରି Union ବ୍ୟବହାର କରନ୍ତୁ. ଏହା ହୋମ୍ ଆଇକନ ଭଳି ଦେଖାଯିବା ଉଚିତ |
11:30 | ଲେୟାରକୁ home ନାମ ଦିଅନ୍ତୁ |
11:32 | ଦୁଇଟି ବୃତ୍ତ ଆଙ୍କନ୍ତୁ |
11:34 | ଗୋଟିଏକୁ ଅନ୍ୟଟି ଉପରେ ରଖନ୍ତୁ |
11:36 | ଉଭୟକୁ ସିଲେକ୍ଟ କରି Difference ବ୍ୟବହାର କରନ୍ତୁ |
11:39 | ଏହା ଏକ ଅର୍ଦ୍ଧଚନ୍ଦ୍ରାକାର ଭଳି ଦେଖାଯିବା ଉଚିତ |
11:42 | ଏକ ଏଲିପ୍ସ ଆଙ୍କନ୍ତୁ |
11:44 | 10ଟି କୋଣଥିବା ଏକ ଷ୍ଟାର ଆଙ୍କନ୍ତୁ |
11:46 | ଏହାକୁ ଏଲିପ୍ସର କେନ୍ଦ୍ରରେ ରଖନ୍ତୁ |
11:49 | ଉଭୟକୁ ସିଲେକ୍ଟ କରି Exclusion ବ୍ୟବହାର କରନ୍ତୁ |
11:52 | ଦୁଇଟି ଲେୟାର କରି ଯଥାକ୍ରମେ crescent ଓ star ନାମ ଦିଅନ୍ତୁ |
11:57 | କ୍ରେସେଣ୍ଟ ଶେପକୁ Cut କରି କ୍ରେସେଣ୍ଟ ଲେୟାରରେ paste କରନ୍ତୁ |
12:00 | ସମାନ ଭାବେ ଷ୍ଟାର ଶେପ ପାଇଁ କରନ୍ତୁ |
12:03 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
12:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହାସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
12:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
12:23 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:27 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
spoken-tutorial.org/NMEICT-Intro |
12:39 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
12:42 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |