Difference between revisions of "Java/C3/Static-Methods/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- | 00:01 | Static Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |- | 00...") |
PoojaMoolya (Talk | contribs) |
||
Line 18: | Line 18: | ||
| 00:20 | | 00:20 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 14.04 | |
− | + | ||
− | + | JDK 1.7 | |
+ | |||
+ | Eclipse 4.3.1 | ||
|- | |- | ||
Line 453: | Line 455: | ||
| 09:59 | | 09:59 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
− | + | ||
− | + | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ | |
+ | |||
+ | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
|- | |- |
Latest revision as of 12:42, 20 February 2018
Time | Narration |
00:01 | Static Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, static methods କ’ଣ, static methodsକୁ ପରିଭାଷିତ କରିବା |
00:12 | instance methods ଓ static methods ମଧ୍ୟରେ ଥିବା ପାର୍ଥକ୍ୟ ଏବଂ static methodଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା |
00:20 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 14.04 JDK 1.7 Eclipse 4.3.1 |
00:31 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:38 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା instance variables, methods ଓ static variables ଉପରେ ଜ୍ଞାନ ଥିବା ଆବଶ୍ୟକ |
00:45 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:50 | static method, ଗୋଟିଏ ମେଥଡ୍ ଅଟେ ଯାହାର ସମଗ୍ର class ସହିତ ସହଯୋଗିତା ଥାଏ |
00:56 | ଏହାକୁ ଗୋଟିଏ class method ମଧ୍ୟ କୁହାଯାଏ ଏବଂ static keyword ବ୍ୟବହାର କରାଯାଇ ଘୋଷିତ କରାଯାଇଥାଏ |
01:02 | ସାଧାରଣତଃ Static methodଗୁଡିକ static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ |
01:07 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticMethodDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ |
01:14 | ଏହି ପ୍ରୋଜେକ୍ଟ ମଧ୍ୟରେ Static methodଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ |
01:21 | ଗୋଟିଏ ନୂତନ କ୍ଲାସ୍ StudentEnroll ସୃଷ୍ଟି କରନ୍ତୁ |
01:25 | static methodକୁ କିପରି ବ୍ୟବହାର କରାଯାଏ ଗୋଟିଏ ଉଦାହରଣ ସହିତ ଚାଲନ୍ତୁ ଦେଖିବା |
01:30 | ଏହି ଉଦାହରଣ Static Variable ଟ୍ୟୁଟୋରିଆଲରେ ବ୍ୟବହାର ହୋଇଥିବା ଭଳି ପାଖାପାଖି ସମାନ ଅଟେ |
01:37 | ପୁନର୍ବାର ଏଠାରେ StudentEnroll classକୁ ଉପସ୍ଥାପନ କରନ୍ତୁ |
01:42 | ମନେପକାନ୍ତୁ ଯେ name ଓ id ଭେରିଏବଲଗୁଡିକ instance variable ଭାବେ ନିୟନ୍ତ୍ରିତ ହୋଇଛନ୍ତି |
01:48 | ଏଠାରେ organization ଓ total count ଭେରିଏବଲଗୁଡିକ ସମଗ୍ର class ପାଇଁ ସାଧାରଣ ଅଟେ |
01:54 | ତେଣୁ ସେଗୁଡିକୁ static variables ଭାବେ ବ୍ୟବହାର କରାଯାଇପାରିବ |
01:58 | ବର୍ତ୍ତମାନ StudentEnroll classକୁ ଉପସ୍ଥାପିତ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
02:03 | ଧ୍ୟାନଦିଅନ୍ତୁ ଯେ ଏଠାରେ ଦୁଇଟି static variables count ଓ orgname ଅଛି |
02:08 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ orgname ଗୋଟିଏ static constant ନୁହେଁ ବରଂ ଏହା ଗୋଟିଏ ସାଧାରଣ static variable ଅଟେ |
02:15 | static variable orgname, IIT Bombay ଭାବେ ଇନିଶିଆଲାଇଜ୍ ହୋଇଛି |
02:21 | ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ -> Generate Constructor using Fieldsକୁ ଚୟନ କରନ୍ତୁ |
02:27 | ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ |
02:32 | constructor ମଧ୍ୟରେ ଟାଇପ୍ କରନ୍ତୁ, count ++ semicolon |
02:36 | ତେଣୁ ପ୍ରତ୍ୟେକ ଥର ଗୋଟିଏ object ସୃଷ୍ଟି ହେବା ସହିତ countର ଭେଲ୍ୟୁରେ ବୃଦ୍ଧି ହେବ |
02:42 | ବର୍ତ୍ତମାନ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି କ୍ଲାସରେ showData( ) ନାମକ ଗୋଟିଏ ମେଥଡକୁ ସଂଯୁକ୍ତ କରନ୍ତୁ |
02:48 | ତେଣୁ ଟାଇପ୍ କରନ୍ତୁ, public void showData( ) |
02:51 | id, name ଓ organisation nameର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ବ୍ରାକେଟ୍ ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
02:58 | ବର୍ତ୍ତମାନ ଷ୍ଟାଟିକ୍ ମେଥଡ୍ setOrgNameକୁ ସଂଯୁକ୍ତ କରନ୍ତୁ |
03:03 | ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
03:05 | ଏଠାରେ ଉପସ୍ଥାପିତ ହୋଇଥିବା setOrgName method ଗୋଟିଏ ଷ୍ଟାଟିକ୍ ମେଥଡ୍ ଅଟେ ଯାହା orgnameର ଭେଲ୍ୟୁକୁ ରୂପାନ୍ତରିତ କରିପାରିବ |
03:13 | କୌଣସି method ଯାହା static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ ତାହାକୁ ଗୋଟିଏ static method ଭାବେ ପରିଭାଷିତ କରାଯାଇପାରିବ |
03:19 | ବର୍ତ୍ତମାନ instance method ଓ static method ମଧ୍ୟରେ ଥିବା ପାର୍ଥକ୍ୟକୁ ଆବିଷ୍କାର କରନ୍ତୁ |
03:25 | Instance methods, static variablesକୁ ଆକ୍ସେସ୍ କରିପାରିବ |
03:29 | ଯେତେବେଳେ କି ଗୋଟିଏ static method କେବଳ static variablesକୁ ସିଧାସଳଖ ଆକ୍ସେସ୍ ଓ ରୂପାନ୍ତର କରିପାରିବ |
03:35 | Instance methodଗୁଡିକ କେବଳ ଗୋଟିଏ object ଦ୍ଵାରା ପ୍ରୟୋଗ କରାଯାଇପାରିବ |
03:39 | ଯେତେବେଳେ କି ଗୋଟିଏ static methodକୁ, ଏକ object ସୃଷ୍ଟି ନକରି ସିଧାସଳଖ ପ୍ରୟୋଗ କରାଯାଇପାରିବ |
03:45 | ଆମେ ଗୋଟିଏ static method ମଧ୍ୟରେ କୀୱର୍ଡ this ଓ superକୁ ବ୍ୟବହାର କରିପାରିବା ନାହିଁ |
03:50 | ଏହାର କାରଣ ହେଉଛି ଏହି keywordଗୁଡିକ ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସର ଇନଷ୍ଟାନ୍ସକୁ ରେଫର୍ କରିଥାଏ |
03:56 | ଗୋଟିଏ ଷ୍ଟାଟିକ୍ କଣ୍ଟେକ୍ସଟରେ ଆମେ ଗୋଟିଏ କ୍ଲାସର ଇନଷ୍ଟାନ୍ସଗୁଡିକୁ ରେଫର୍ କରିପାରିବା ନାହିଁ |
04:01 | ଏହି static method ମଧ୍ୟରେ ସିଧାସଳଖ ଗୋଟିଏ instance variableକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା କ’ଣ ହେବ ଚାଲନ୍ତୁ ଦେଖିବା |
04:09 | ଟାଇପ୍ କରନ୍ତୁ, id= “newid” semicolon |
04:13 | ବର୍ତ୍ତମାନ Eclipseରେ ଗୋଟିଏ ଏରର୍ ଦେଖାଦେବ |
04:17 | ଏହା ସୂଚିତ କରୁଛି ଯେ ଗୋଟିଏ static method ମଧ୍ୟରେ ଏକ instance variableକୁ ସିଧାସଳଖ ଆକ୍ସେସ୍ କରାଯାଇପାରିବ ନାହିଁ |
04:23 | ତେଣୁ ଏହି ଲାଇନକୁ କମେଣ୍ଟ କରିବା ସହିତ ଆଗକୁ ବଢନ୍ତୁ |
04:27 | ବର୍ତ୍ତମାନ ଆଉ ଏକ static method showOrgDataକୁ ସଂଯୁକ୍ତ କରନ୍ତୁ |
04:31 | ଏହି ଷ୍ଟେଟମେଣ୍ଟଗୁଡିକ orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବ |
04:36 | ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ |
04:44 | ଏହି class ମଧ୍ୟରେ main method ପ୍ରାପ୍ତ ହେବ |
04:48 | ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main method ସୃଷ୍ଟି କରିବା ପାଇଁ Ctrl+spaceକୁ ଦାବନ୍ତୁ |
04:54 | ଷ୍ଟୁଡେଣ୍ଟ ନାମାଙ୍କନଗୁଡିକୁ ଉପସ୍ଥାପନ କରିବା ପାଇଁ StudentEnroll କ୍ଲାସର କିଛି ଅବଜେକ୍ଟ ସୃଷ୍ଟି କରନ୍ତୁ |
05:01 | ତେଣୁ ତିନୋଟି ଅବଜେକ୍ଟ s1, s2 ଓ s3କୁ ସୃଷ୍ଟି କରିବା ପାଇଁ ନିମ୍ନକିଖିତ କୋଡ୍ ଟାଇପ୍ କରନ୍ତୁ |
05:08 | ବର୍ତ୍ତମାନ ନାମାଙ୍କନର ବିବରଣୀକୁ ପ୍ରିଣ୍ଟ କରିବା ପାଇଁ showData ମେଥଡକୁ ପ୍ରୟୋଗ କରନ୍ତୁ |
05:12 | s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
05:19 | orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ମଧ୍ୟ ପ୍ରୟୋଗ କରନ୍ତୁ |
05:27 | ଯେହେତୁ ଏହା ଗୋଟିଏ static method ଅଟେ, ଏହାର class ନେମକୁ ବ୍ୟବହାର କରି ଆମେ ଏହାକୁ ସିଧାସଳଖ ପ୍ରୟୋଗ କରିପାରିବା |
05:31 | ଏହା କରିବା ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ |
05:34 | ବର୍ତ୍ତମାନ Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
05:37 | s1ର ଅନୁରୂପ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ଯାହା IT101, ADIL ଓ IIT BOMBAY, ପ୍ରିଣ୍ଟ ହୋଇଯାଇଥିବା ଆପଣ ଲକ୍ଷ୍ୟ କରନ୍ତୁ |
05:47 | ସେହିପରି s2 ଓ s3ର ଅନୁରୂପ ଭେଲ୍ୟୁଗୁଡିକ ମଧ୍ୟ ପ୍ରିଣ୍ଟ ହୋଇଯିବେ |
05:53 | ଧ୍ୟାନଦିଅନ୍ତୁ ଯେ orgname ଯାହା IIT BOMBAYର ଭେଲ୍ୟୁ, s1, s2 ଓ s3 ପାଇଁ ସାଧାରଣ ଅଟେ |
06:02 | orgname ଓ count, static method showOrgData ଦ୍ଵାରା ଭିନ୍ନ ଭାବେ ପ୍ରିଣ୍ଟ ହୋଇଛନ୍ତି |
06:08 | ଧ୍ୟାନଦିଅନ୍ତୁ ଯେ ସଂସ୍ଥାର ନାମ IIT Bombay ଭାବେ ପ୍ରିଣ୍ଟ ହୋଇଛି |
06:13 | ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ 3 ଭାବେ ପ୍ରିଣ୍ଟ ହୋଇଛି, ଯେହେତୁ ଆମେ ତିନୋଟି ଅବଜେକ୍ଟ ସୃଷ୍ଟି କରିଛନ୍ତି |
06:21 | ଗୋଟିଏ static methodକୁ ସିଧାସଳଖ ଏହାର class ନେମ୍ ଦ୍ଵାରା ପ୍ରୟୋଗ କରାଯାଇପାରିବ |
06:26 | ବର୍ତ୍ତମାନ static method setOrgNameକୁ ପ୍ରୟୋଗ କରନ୍ତୁ |
06:30 | ସଂସ୍ଥାର ନାମ IIT Bombayରୁ IIT Mumbaiକୁ ପରିବର୍ତ୍ତନ କରନ୍ତୁ |
06:36 | ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
06:38 | ବର୍ତ୍ତମାନ ନାମାଙ୍କନ ବିବରଣୀକୁ କରିବା ପାଇଁ ପୁନର୍ବାର s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରନ୍ତୁ |
06:47 | ଏଥି ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
06:50 | ପୁନର୍ବାର orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ପ୍ରୟୋଗ କରନ୍ତୁ |
06:58 | ଏଥି ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ |
07:00 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
07:03 | ସଂସ୍ଥାର ନାମ IIT Mumbaiକୁ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ |
07:08 | ସ୍ଲାଇଡକୁ ଫେରିଆସନ୍ତୁ |
07:11 | Object referencesକୁ ଗୋଟିଏ static methodରେ ପାସ୍ କରାଯାଇପାରିବ |
07:15 | ଏହିପରି ଗୋଟିଏ static method, ସେହି ନିର୍ଦ୍ଦିଷ୍ଟ objectର instance variableଗୁଡିକୁ ଆକ୍ସେସ୍ କରିପାରିବ |
07:22 | ଏହାକୁ ଆମ କୋଡରେ ଚେଷ୍ଟା କରନ୍ତୁ. Eclipseକୁ ଫେରିଆସିବା ସହିତ StudentEnroll classକୁ ଯା’ନ୍ତୁ |
07:30 | ବର୍ତ୍ତମାନ setOrgName methodରେ StudentEnroll classର ଅନ୍ୟ argumentକୁ ଏକ object ଭାବେ ପାସ୍ କରନ୍ତୁ |
07:38 | ତେଣୁ String org ପରେ କମା StudentEnroll s, ଟାଇପ୍ କରନ୍ତୁ |
07:45 | ବର୍ତ୍ତମାନ ଏହି method ମଧ୍ୟରେ, id = "newidକୁ ଅନକମେଣ୍ଟ କରନ୍ତୁ |
07:50 | ଏବଂ id ବ୍ୟତିତ, s.id ଟାଇପ୍ କରନ୍ତୁ |
07:54 | ବର୍ତ୍ତମାନ Demo classକୁ ଯା’ନ୍ତୁ |
07:56 | StudentEnroll object s1 ପାସ୍ କରିବା ଦ୍ଵାରା function callକୁ, setOrgName methodରେ ରୂପାନ୍ତର କରନ୍ତୁ |
08:05 | ତେଣୁ ଏଠାରେ IIT Mumbai ପରେ କମା s1, ଟାଇପ୍ କରନ୍ତୁ |
08:10 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
08:12 | s1 ପାଇଁ ଥିବା idର ଭେଲ୍ୟୁ newidରେ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ |
08:19 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
08:24 | ଗୋଟିଏ static method କ’ଣ ଏବଂ ଏହା କେତେବେଳେ ବ୍ୟବହୃତ ହୁଏ |
08:28 | static methods ଓ instance methods ମଧ୍ୟରେ ଥିବା ପାର୍ଥକ୍ୟ କିପରି ଜାଣିବା ଏବଂ |
08:33 | static methodଗୁଡିକୁ କିପରି ସୃଷ୍ଟି ଓ ପ୍ରୟୋଗ କରିବା |
08:37 | ଏହି ଆସାଇନମେଣ୍ଟ, Static variable ଆସାଇନମେଣ୍ଟର କ୍ରମାନୁବୃତ୍ତି ଅଟେ |
08:42 | Static variable ଉପରେ ଥିବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ |
08:47 | ଏଠାରେ ଆମେ କେବଳ ରୂପାନ୍ତରଗୁଡିକୁ ହାଇଲାଇଟ୍ କରିବୁ |
08:50 | ଏଠାରେ statusକୁ ଉପସ୍ଥାପନ କରିବା ପାଇଁ ଗୋଟିଏ ଭେରିଏବଲ୍ ଅଛି |
08:55 | କାର୍ ସର୍ଭିସ୍ ପାଇଁ in କିମ୍ବା ସର୍ଭିସ୍ ପରେ out ହେବାକୁ ଏହା ସୂଚିତ କରିବା ପାଇଁ ଏହା ବ୍ୟବହାର କରାଯାଇଛି |
09:01 | No of cars out after Serviceକୁ ଉପସ୍ଥାପନ କରିବା ପାଇଁ ଅନ୍ୟ ଏକ ଭେରିଏବଲ୍ ମଧ୍ୟ ଅଛି |
09:08 | ଗୋଟିଏ method service( Car c)କୁ ପରିଭାଷିତ କରନ୍ତୁ ଯାହା ଷ୍ଟେଟସକୁ out ଭାବେ ଅଦ୍ୟତନ କରିଛି |
09:13 | ସର୍ଭିସ୍ ପାଇଁ ଥିବା, No of Cars in, ସର୍ଭିସ୍ ପରେ, No of Cars out ପାଇଁ |
09:17 | ଅନୁରୂପ ଭେଲ୍ୟୁଗୁଡିକୁ ଏହା ରୂପାନ୍ତର କରିବ |
09:21 | କାରର ବିବରଣୀଗୁଡିକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ ମେଥଡ୍ show( )କୁ ମଧ୍ୟ ପରିଭାଷିତ କରନ୍ତୁ |
09:26 | ପୂର୍ବ ଭଳି ତାଲିକାନୁସାରେ ନିମ୍ନଲିଖିତକୁ କାର୍ଯ୍ୟକାରୀ କରନ୍ତୁ |
09:30 | ଧ୍ୟାନଦିଅନ୍ତୁ ଯେ ଆମର ଆବଶ୍ୟକ ଥିବା static methodକୁ ଚିହ୍ନଟ ଓ ପରିଭାଷିତ କରିବାକୁ ହେବ |
09:35 | ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ |
09:38 | main method ମଧ୍ୟରେ CarServiceର କିଛି ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ |
09:43 | କେତେକଙ୍କ ଉପରେ service( ) methodକୁ ପ୍ରୟୋଗ କରନ୍ତୁ |
09:47 | ସମସ୍ତ ଅବଜେକ୍ଟଗୁଡିକୁ ବ୍ୟବହାର କରି show( ) methodକୁ ପ୍ରୟୋଗ କରିବା ସହିତ ପରିଣାମଗୁଡିକୁ ଯାଞ୍ଚ କରନ୍ତୁ |
09:52 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:57 | ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
09:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:08 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
10:18 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
10:22 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
10:30 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |