Difference between revisions of "Linux-Old/C2/Desktop-Customization-14.04/Oriya"
From Script | Spoken-Tutorial
(Created page with "{| border=1 | '''Time''' | '''Narration''' |- | 00:01 | ବନ୍ଧୁଗଣ, Desktop Customization in Ubuntu Linux OS ଉପରେ ଏହି ସ୍ପୋକନ୍ ଟ୍...") |
Nancyvarkey (Talk | contribs) m (Nancyvarkey moved page Linux/C2/Desktop-Customization/Oriya to Linux-Old/C2/Desktop-Customization-14.04/Oriya without leaving a redirect) |
(No difference)
|
Latest revision as of 12:24, 6 September 2018
Time | Narration |
00:01 | ବନ୍ଧୁଗଣ, Desktop Customization in Ubuntu Linux OS ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ:
Launcher ବିଷୟରେ Launcherରେ ଆପ୍ଲିକେଶନଗୁଡିକୁ କିପରି ବାହାର ଓ ସଂଯୁକ୍ତ କରିବା ଅନେକ desktopକୁ ବ୍ୟବହାର କରିବା ଇଣ୍ଟର୍ନେଟ୍ ସଂଯୋଗ Sound ସେଟିଙ୍ଗ ସମୟ ଓ ତାରିଖର ସେଟିଙ୍ଗ ଏବଂ ଅନ୍ୟ user accountsକୁ ପରିବର୍ତ୍ତନ କରିବା, ଶିଖିବା |
00:27 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Ubuntu Linux OS 14.04କୁ ବ୍ୟବହାର କରୁଛି |
00:34 | ଚାଲନ୍ତୁ Launcherରୁ ଆରମ୍ଭ କରିବା |
00:36 | Ubuntu ଲିନକ୍ସ ଡେସ୍କଟପରେ Launcher ଏକ ଡିଫଲ୍ଟ ବାମ ପଟ ପ୍ୟାନେଲ୍ ଅଟେ ଯାହାର କିଛି ଡିଫଲ୍ଟ ଆପ୍ଲିକେଶନଗୁଡିକ ଅଛି |
00:44 | Launcher, ବାରମ୍ବାର ବ୍ୟବହାର ହେଉଥିବା ଆପ୍ଲିକେଶନଗୁଡିକର ଆକ୍ସେସକୁ ସହଜ କରିଥାଏ |
00:49 | ତେଣୁ, Launcher ଉପରେ ଥିବା ଗୋଟିଏ ପ୍ରୋଗ୍ରାମକୁ ଏହାର desktop shortcutରେ କ୍ଲିକ୍ କରି ଲଞ୍ଚ କରିପାରିବା |
00:56 | ଡିଫଲ୍ଟ ଭାବେ, Launcherରେ କିଛି ଆପ୍ଲିକେଶନଗୁଡିକ ଅଛି |
01:00 | ଆମର ଆବଶ୍ୟକତାକୁ ଆଧାର କରି Launcherକୁ customize କରି ଶିଖିବା |
01:06 | ମୋ’ର ନିୟମିତ କାର୍ଯ୍ୟ ପାଇଁ, ଆପ୍ଲିକେଶନଗୁଡିକ ଯେପରି Terminal, LibreOffice Writer, Gedit ଏବଂ ଏପରି ଅନେକ ଆବଶ୍ୟକ |
01:15 | ଏହି ଆପ୍ଲିକେଶନଗୁଡିକୁ Launcherରେ ସଂଯୁକ୍ତ କରନ୍ତୁ |
01:19 | ତାହା କରିବା ପୂର୍ବରୁ, କିଛି ଆପ୍ଲିକେଶନଗୁଡିକୁ ବାହାର କରିଦେବି ଯାହା ମୋର ଆବଶ୍ୟକ ନାହିଁ |
01:25 | ଧରିନିଅନ୍ତୁ ମୁଁ VLC ଆପ୍ଲିକେଶନକୁ ବାହାର କରିବାକୁ ଚାହେଁ |
01:30 | ତେଣୁ, VLC ଆପ୍ଲିକେଶନ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Unlock from Launcherକୁ ଚୟନ କରନ୍ତୁ |
01:37 | ଆପଣ ଦେଖିପାରିବେ ଯେ Launcherରୁ VLC ଆପ୍ଲିକେଶନ୍ ଆଇକନ୍ ବାହାର ହୋଇଯାଇଛି |
01:43 | ସମାନ ଭାବେ, ଯେଉଁଗୁଡିକ ବାରମ୍ବାର ବ୍ୟବହାର ହେଉନଥିବ ସେହି ସମସ୍ତର ସର୍ଟକଟକୁ ବାହାର କରିଦେଇପାରିବେ |
01:49 | ଏଠାରେ ଦେଖାଯିବା ଭଳି ମୁଁ ମୋ’ର ଡେସ୍କଟପ୍ ଉପରେ ଥିବା Launcherରୁ କିଛି ଆପ୍ଲିକେଶନକୁ ବାହାର କରିଦେଇଛି |
01:55 | ବର୍ତ୍ତମାନ, Launcherରେ Terminalର ସର୍ଟକଟକୁ ସଂଯୁକ୍ତ କରନ୍ତୁ |
02:00 | Dash Homeରେ କ୍ଲିକ୍ କରନ୍ତୁ |
02:02 | search ବାରରେ ଟାଇପ୍ କରନ୍ତୁ terminal |
02:05 | Terminalକୁ ଖୋଲିବା ପାଇଁ ଏହାର ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:09 | Launcher ଉପରେ ଆପଣ Terminalର ଆଇକନକୁ ଦେଖିପାରୁଥିବେ |
02:13 | Terminal ଆଇକନକୁ Launcherରେ ଦୃଢ ଭାବେ ରଖିବା ପାଇଁ ପ୍ରଥମେ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:18 | ତା’ପରେ Lock to Launcher ଉପରେ କ୍ଲିକ୍ କରନ୍ତୁ |
02:21 | ଅନ୍ୟ ମାର୍ଗ dragging ଓ dropping ଦ୍ଵାରା Launcher ଉପରେ ଆପ୍ଲିକେଶନର ସର୍ଟକଟଗୁଡିକୁ ଦୃଢ ଭାବେ ରଖିପାରିବେ. ବର୍ତ୍ତମାନ ମୁଁ ଏହାକୁ ପ୍ରଦର୍ଶନ କରିବି |
02:30 | Dash Homeକୁ ଖୋଲିବା ସହିତ search ବାରରେ, libreOffice ଟାଇପ୍ କରନ୍ତୁ |
02:37 | LibreOffice ଆଇକନକୁ Launcher ଉପରକୁ ଡ୍ରାଗ୍ କରନ୍ତୁ |
02:42 | ଏହା କରିବା ଦ୍ଵାରା, Drop to Add application ବୋଲାଉଥିବା ହେଲ୍ପ ଟେକ୍ସଟ ଦୃଶ୍ୟମାନ ହୋଇପାରେ. ଯଦି ହେଲ୍ପ ଟେକ୍ସଟ ଦୃଶ୍ୟମାନ ନହୁଏ ତେବେ ଚିନ୍ତିତ ହୁଅନ୍ତୁ ନାହିଁ |
02:51 | ବର୍ତ୍ତମାନ, Launcher ଉପରେ LibreOffice ଆଇକନକୁ ଡ୍ରପ୍ କରନ୍ତୁ |
02:55 | ବର୍ତ୍ତମାନ Launcherରେ ସର୍ଟକଟଟି ସଂଯୁକ୍ତ ହୋଇଯାଇଥିବା ଆପଣ ଦେଖିପାରିବେ |
03:00 | ଏହି ପରି Launcherରେ ଆମେ ସର୍ଟକଟକୁ ସଂଯୁକ୍ତ କରିପାରିବା |
03:04 | Ubuntu Linux OSର ପରବର୍ତ୍ତୀ ଗୁରୁତ୍ତ୍ଵପୂର୍ଣ୍ଣ ଫିଚର୍ ହେଉଛି multiple desktop ବା Workspace Switcher |
03:12 | ବେଳେବେଳେ ଆମକୁ ଅନେକ ଆପ୍ଲିକେଶନରେ କାର୍ଯ୍ୟ କରିବାକୁ ପଡିପାରେ |
03:17 | ଏବଂ ଗୋଟିଏ ଆପ୍ଲିକେଶନରୁ ଅନ୍ୟଟିକୁ ଯିବା ପାଇଁ ଆମକୁ ଅସୁବିଧା ହୋଇପାରେ |
03:22 | ଏହାକୁ ଅଧିକ ସହଜ କରିବା ପାଇଁ ଆମେ Workspace Switcherକୁ ବ୍ୟବହାର କରିପାରିବା |
03:27 | Launcherକୁ ଫେରିଆସନ୍ତୁ |
03:30 | Launcherରେ Workspace Switcher ଆଇକନକୁ ପ୍ରାପ୍ତ କରିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ |
03:36 | ଏହା ଚାରୋଟି Desktops ସହିତ ଚାରୋଟି କ୍ଵାଡ୍ରାଣ୍ଟକୁ ପ୍ରଦର୍ଶନ କରିବ |
03:40 | ଡିଫଲ୍ଟ ଭାବେ ଉପର ବାମପଟ Desktop ଚୟନ ହୋଇଛି |
03:44 | ଏହା ସେହି Desktop ଅଟେ ଯାହା ଉପରେ ଆମେ ବର୍ତ୍ତମାନ କାର୍ଯ୍ୟ କରୁଛେ |
03:48 | ବର୍ତ୍ତମାନ, ଦ୍ଵିତୀୟ Desktop ଉପରେ କ୍ଲିକ୍ କରି ଏହାକୁ ଚୟନ କରନ୍ତୁ |
03:53 | ଏଠାରେ Launcher ଉପରେ ଥିବା ଆଇକନ୍ ଉପରେ କ୍ଲିକ୍ କରି Terminalକୁ ଖୋଲନ୍ତୁ |
03:59 | ବର୍ତ୍ତମାନ ପୁନର୍ବାର Workspace Switcher ଉପରେ କ୍ଲିକ୍ କରନ୍ତୁ |
04:02 | ଦ୍ଵିତୀୟ Workspace Switcher ଉପରେ Terminalକୁ ଏବଂ ପ୍ରଥମରେ ଆମ Desktopକୁ ଦେଖିପାରିବେ |
04:09 | ଏହିପରି ଭାବେ, ଆପଣ multiple Desktops ଉପରେ କାର୍ଯ୍ୟ କରିପାରିବେ |
04:12 | ପ୍ରଥମ Desktopକୁ ଫେରିଆସନ୍ତୁ |
04:15 | Launcher ଉପରେ ଥିବା Trash ଅନ୍ୟ ଏକ ବିଶିଷ୍ଟ ଆଇକନ୍ ଅଟେ |
04:19 | Trash ଡିଲିଟ୍ ହୋଇଥିବା ଫାଇଲ୍ ଓ ଫୋଲ୍ଡରଗୁଡିକୁ ଧାରଣ କରିଥାଏ |
04:23 | ଆକସ୍ମିକ ଭାବେ ଗୋଟିଏ file ଡିଲିଟ୍ ହେବା କ୍ଷେତ୍ରରେ, ଆମେ ଏହାକୁ Trashରୁ ରିଷ୍ଟୋର୍ କରିପାରିବା |
04:28 | ଏହାକୁ ପ୍ରଦର୍ଶନ କରିବା ପାଇଁ, ମୁଁ ମୋ’ର Desktop ଉପରେ ଥିବା DIW ଫାଇଲକୁ ଡିଲିଟ୍ କରିବି |
04:33 | ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Move to Trash ଉପରେ କ୍ଲିକ୍ କରନ୍ତୁ |
04:38 | ଏହାକୁ ରିଷ୍ଟୋର୍ କରିବା ପାଇଁ Launcherରେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:43 | Trash ଫୋଲ୍ଡର୍ ଖୋଲିଯିବ |
04:46 | fileକୁ ଚୟନ କରିବା ସହିତ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Restoreରେ କ୍ଲିକ୍ କରନ୍ତୁ |
04:50 | Trash ୱିଣ୍ଡୋକୁ ବନ୍ଦ କରିବା ସହ desktopକୁ ଫେରିଆସନ୍ତୁ |
04:54 | ଫାଇଲ୍ ଯାହାକୁ ଆମେ ପୂର୍ବେ ଡିଲିଟ୍ କରିଥିଲେ ବର୍ତ୍ତମାନ ତାହା ରିଷ୍ଟୋର୍ ହୋଇଯାଇଥିବା ଆପଣ ଦେଖିପାରିବେ |
04:59 | ଗୋଟିଏ ଫାଇଲକୁ ଆପଣଙ୍କ ସିଷ୍ଟମରୁ ସ୍ଥାୟୀଭାବେ ଡିଲିଟ୍ କରିବା ପାଇଁ ପ୍ରଥମେ ଏହାକୁ ଚୟନ କରନ୍ତୁ ଏବଂ ତା’ପରେ Shift+Deleteକୁ ଦାବନ୍ତୁ |
05:07 | Are you sure want to permanently delete DIW, ବୋଲାଉଥିବା ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ. Delete ଉପରେ କ୍ଲିକ୍ କରନ୍ତୁ |
05:15 | ପୂନର୍ବାର Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:18 | Trash ଫୋଲ୍ଡରରେ ଫାଇଲକୁ ପ୍ରାପ୍ତ କରିପାରିବେ ନାହିଁ, ଯେହେତୁ ଏହା ସିଷ୍ଟମରୁ ସ୍ଥାୟୀ ଭାବେ ଡିଲିଟ୍ ହୋଇଯାଇଛି |
05:24 | ବର୍ତ୍ତମାନ, Desktopର ଉପର ଡାହାଣ ପଟ କୋଣରେ ଉପଲବ୍ଧ ଥିବା କିଛି ଆପ୍ଲିକେଶନକୁ ଦେଖିବା |
05:31 | ପ୍ରଥମଟି ହେଉଛି Internet connectivity |
05:34 | ସଂଯୋଗ ସ୍ଥାପିତ ହେବ ଯଦି ଆପଣ କୌଣସି ଏକ Lan କିମ୍ବା Wifi network ସହିତ ସଂଯୁକ୍ତ ହୋଇଥା’ନ୍ତି |
05:39 | ଆପଣ ସେଗୁଡିକୁ ଏଠାରେ ଦେଖିପାରିବେ |
05:42 | ଆକ୍ସେସ୍ ଥିବା networkକୁ ଆପଣ ଚୟନ କରିପାରିବେ |
05:46 | ନେଟୱର୍କକୁ Enable/ Disable କରିବା ପାଇଁ, ବିକଳ୍ପ Enable Networkingକୁ check/uncheck କରନ୍ତୁ |
05:52 | ଆମେ ବିକଳ୍ପ Edit Connectionsକୁ ବ୍ୟବହାର କରି ନେଟୱର୍କଗୁଡିକୁ ମଧ୍ୟ ଏଡିଟ୍ କରିପାରିବା |
05:57 | ପରବର୍ତ୍ତୀ ବିକଳ୍ପ ହେଉଛି Sound. ଏହା ଉପରେ କ୍ଲିକ୍ କରନ୍ତୁ |
06:00 | ଆପଣ ଏଠାରେ ଗୋଟିଏ ସ୍ଲାଇଡରକୁ ଦେଖିପାରିବେ. ଏହା ପସନ୍ଦ ଅନୁସାରେ ଅଡିଓ ଲେବଲକୁ ବଢାଇବା କିମ୍ବା କମାଇବାରେ ଆମକୁ ସାହାଯ୍ୟ କରିବ |
06:07 | ଆଗକୁ ଆମେ ସିଷ୍ଟମରେ ଥିବା Sound Settings ଉପରେ କ୍ଲିକ୍ କରି ସାଉଣ୍ଡର ଲେବଲକୁ ଆଡଜଷ୍ଟ କରିପାରିବା |
06:14 | ଏହି ୱିଣ୍ଡୋରେ ଥିବା ସେଟିଙ୍ଗଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ |
06:17 | ପରବର୍ତ୍ତୀ ଆଇକନ୍ ହେଉଛି Time & Date |
06:20 | ଯଦି ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତି, କ୍ୟାଲେଣ୍ଡର୍ ଖୋଲିଯିବ. ଆମେ ଏଠାରେ ବର୍ତ୍ତମାନ ତାରିଖ, ମାସ ଓ ବର୍ଷକୁ ଦେଖିପାରିବା |
06:29 | ଆରୋ ବଟନଗୁଡିକ ନିଜ ପସନ୍ଦ ଅନୁସାରେ ଅନ୍ୟ ମାସ ଓ ବର୍ଷଗୁଡିକୁ ଯିବା ପାଇଁ ଅନୁମତି ଦେଇଥା’ନ୍ତି |
06:35 | Time & Date Settings ଉପରେ କ୍ଲିକ୍ କରି ତାରିଖ ଓ ସମୟକୁ ଏଡିଟ୍ କରିପାରିବେ. ଏହି ବିକଳ୍ପଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ |
06:44 | ତା’ପରେ wheel ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:47 | ଏଠାରେ ବିକଳ୍ପ Log Out ଓ Shut Down ସହିତ କିଛି ସର୍ଟକଟ୍ ବିକଳ୍ପଗୁଡିକୁ ଦେଖିବାକୁ ପାଇବେ |
06:53 | ଆମ ସିଷ୍ଟମରେ ଉପଲବ୍ଧ ଥିବା ସମସ୍ତ User accountsକୁ ମଧ୍ୟ ଦେଖିପାରିବେ |
06:59 | ନିର୍ଦ୍ଦିଷ୍ଟ ୟୁଜର୍ ଉପରେ କ୍ଲିକ୍ କରି ଆମେ ଆମ ଇଚ୍ଛାନୁସାରେ ଯେକୌଣସି ୟୁଜର୍ ଆକାଉଣ୍ଟକୁ ପରିବର୍ତ୍ତନ କରିପାରିବା |
07:05 | ସଂକ୍ଷିପ୍ତରେ |
07:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
Launcher ବିଷୟରେ Launcherରେ ଆପ୍ଲିକେଶନଗୁଡିକୁ କିପରି ବାହାର ଓ ସଂଯୁକ୍ତ କରିବା ଅନେକ desktopକୁ ବ୍ୟବହାର କରିବା ଇଣ୍ଟର୍ନେଟ୍ ସଂଯୋଗ Sound ସେଟିଙ୍ଗ ସମୟ ଓ ତାରିଖର ସେଟିଙ୍ଗ ଏବଂ ଅନ୍ୟ user accountsକୁ ପରିବର୍ତ୍ତନ କରିବା, |
07:26 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ |
07:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:39 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
07:53 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |