Linux-Old/C2/Desktop-Customization-14.04/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Desktop Customization in Ubuntu Linux OS ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ:

Launcher ବିଷୟରେ Launcherରେ ଆପ୍ଲିକେଶନଗୁଡିକୁ କିପରି ବାହାର ଓ ସଂଯୁକ୍ତ କରିବା ଅନେକ desktopକୁ ବ୍ୟବହାର କରିବା ଇଣ୍ଟର୍ନେଟ୍ ସଂଯୋଗ Sound ସେଟିଙ୍ଗ ସମୟ ଓ ତାରିଖର ସେଟିଙ୍ଗ ଏବଂ ଅନ୍ୟ user accountsକୁ ପରିବର୍ତ୍ତନ କରିବା, ଶିଖିବା

00:27 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Ubuntu Linux OS 14.04କୁ ବ୍ୟବହାର କରୁଛି
00:34 ଚାଲନ୍ତୁ Launcherରୁ ଆରମ୍ଭ କରିବା
00:36 Ubuntu ଲିନକ୍ସ ଡେସ୍କଟପରେ Launcher ଏକ ଡିଫଲ୍ଟ ବାମ ପଟ ପ୍ୟାନେଲ୍ ଅଟେ ଯାହାର କିଛି ଡିଫଲ୍ଟ ଆପ୍ଲିକେଶନଗୁଡିକ ଅଛି
00:44 Launcher, ବାରମ୍ବାର ବ୍ୟବହାର ହେଉଥିବା ଆପ୍ଲିକେଶନଗୁଡିକର ଆକ୍ସେସକୁ ସହଜ କରିଥାଏ
00:49 ତେଣୁ, Launcher ଉପରେ ଥିବା ଗୋଟିଏ ପ୍ରୋଗ୍ରାମକୁ ଏହାର desktop shortcutରେ କ୍ଲିକ୍ କରି ଲଞ୍ଚ କରିପାରିବା
00:56 ଡିଫଲ୍ଟ ଭାବେ, Launcherରେ କିଛି ଆପ୍ଲିକେଶନଗୁଡିକ ଅଛି
01:00 ଆମର ଆବଶ୍ୟକତାକୁ ଆଧାର କରି Launcherକୁ customize କରି ଶିଖିବା
01:06 ମୋ’ର ନିୟମିତ କାର୍ଯ୍ୟ ପାଇଁ, ଆପ୍ଲିକେଶନଗୁଡିକ ଯେପରି Terminal, LibreOffice Writer, Gedit ଏବଂ ଏପରି ଅନେକ ଆବଶ୍ୟକ
01:15 ଏହି ଆପ୍ଲିକେଶନଗୁଡିକୁ Launcherରେ ସଂଯୁକ୍ତ କରନ୍ତୁ
01:19 ତାହା କରିବା ପୂର୍ବରୁ, କିଛି ଆପ୍ଲିକେଶନଗୁଡିକୁ ବାହାର କରିଦେବି ଯାହା ମୋର ଆବଶ୍ୟକ ନାହିଁ
01:25 ଧରିନିଅନ୍ତୁ ମୁଁ VLC ଆପ୍ଲିକେଶନକୁ ବାହାର କରିବାକୁ ଚାହେଁ
01:30 ତେଣୁ, VLC ଆପ୍ଲିକେଶନ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Unlock from Launcherକୁ ଚୟନ କରନ୍ତୁ
01:37 ଆପଣ ଦେଖିପାରିବେ ଯେ Launcherରୁ VLC ଆପ୍ଲିକେଶନ୍ ଆଇକନ୍ ବାହାର ହୋଇଯାଇଛି
01:43 ସମାନ ଭାବେ, ଯେଉଁଗୁଡିକ ବାରମ୍ବାର ବ୍ୟବହାର ହେଉନଥିବ ସେହି ସମସ୍ତର ସର୍ଟକଟକୁ ବାହାର କରିଦେଇପାରିବେ
01:49 ଏଠାରେ ଦେଖାଯିବା ଭଳି ମୁଁ ମୋ’ର ଡେସ୍କଟପ୍ ଉପରେ ଥିବା Launcherରୁ କିଛି ଆପ୍ଲିକେଶନକୁ ବାହାର କରିଦେଇଛି
01:55 ବର୍ତ୍ତମାନ, Launcherରେ Terminalର ସର୍ଟକଟକୁ ସଂଯୁକ୍ତ କରନ୍ତୁ
02:00 Dash Homeରେ କ୍ଲିକ୍ କରନ୍ତୁ
02:02 search ବାରରେ ଟାଇପ୍ କରନ୍ତୁ terminal
02:05 Terminalକୁ ଖୋଲିବା ପାଇଁ ଏହାର ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:09 Launcher ଉପରେ ଆପଣ Terminalର ଆଇକନକୁ ଦେଖିପାରୁଥିବେ
02:13 Terminal ଆଇକନକୁ Launcherରେ ଦୃଢ ଭାବେ ରଖିବା ପାଇଁ ପ୍ରଥମେ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:18 ତା’ପରେ Lock to Launcher ଉପରେ କ୍ଲିକ୍ କରନ୍ତୁ
02:21 ଅନ୍ୟ ମାର୍ଗ dragging ଓ dropping ଦ୍ଵାରା Launcher ଉପରେ ଆପ୍ଲିକେଶନର ସର୍ଟକଟଗୁଡିକୁ ଦୃଢ ଭାବେ ରଖିପାରିବେ. ବର୍ତ୍ତମାନ ମୁଁ ଏହାକୁ ପ୍ରଦର୍ଶନ କରିବି
02:30 Dash Homeକୁ ଖୋଲିବା ସହିତ search ବାରରେ, libreOffice ଟାଇପ୍ କରନ୍ତୁ
02:37 LibreOffice ଆଇକନକୁ Launcher ଉପରକୁ ଡ୍ରାଗ୍ କରନ୍ତୁ
02:42 ଏହା କରିବା ଦ୍ଵାରା, Drop to Add application ବୋଲାଉଥିବା ହେଲ୍ପ ଟେକ୍ସଟ ଦୃଶ୍ୟମାନ ହୋଇପାରେ. ଯଦି ହେଲ୍ପ ଟେକ୍ସଟ ଦୃଶ୍ୟମାନ ନହୁଏ ତେବେ ଚିନ୍ତିତ ହୁଅନ୍ତୁ ନାହିଁ
02:51 ବର୍ତ୍ତମାନ, Launcher ଉପରେ LibreOffice ଆଇକନକୁ ଡ୍ରପ୍ କରନ୍ତୁ
02:55 ବର୍ତ୍ତମାନ Launcherରେ ସର୍ଟକଟଟି ସଂଯୁକ୍ତ ହୋଇଯାଇଥିବା ଆପଣ ଦେଖିପାରିବେ
03:00 ଏହି ପରି Launcherରେ ଆମେ ସର୍ଟକଟକୁ ସଂଯୁକ୍ତ କରିପାରିବା
03:04 Ubuntu Linux OSର ପରବର୍ତ୍ତୀ ଗୁରୁତ୍ତ୍ଵପୂର୍ଣ୍ଣ ଫିଚର୍ ହେଉଛି multiple desktop ବା Workspace Switcher
03:12 ବେଳେବେଳେ ଆମକୁ ଅନେକ ଆପ୍ଲିକେଶନରେ କାର୍ଯ୍ୟ କରିବାକୁ ପଡିପାରେ
03:17 ଏବଂ ଗୋଟିଏ ଆପ୍ଲିକେଶନରୁ ଅନ୍ୟଟିକୁ ଯିବା ପାଇଁ ଆମକୁ ଅସୁବିଧା ହୋଇପାରେ
03:22 ଏହାକୁ ଅଧିକ ସହଜ କରିବା ପାଇଁ ଆମେ Workspace Switcherକୁ ବ୍ୟବହାର କରିପାରିବା
03:27 Launcherକୁ ଫେରିଆସନ୍ତୁ
03:30 Launcherରେ Workspace Switcher ଆଇକନକୁ ପ୍ରାପ୍ତ କରିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
03:36 ଏହା ଚାରୋଟି Desktops ସହିତ ଚାରୋଟି କ୍ଵାଡ୍ରାଣ୍ଟକୁ ପ୍ରଦର୍ଶନ କରିବ
03:40 ଡିଫଲ୍ଟ ଭାବେ ଉପର ବାମପଟ Desktop ଚୟନ ହୋଇଛି
03:44 ଏହା ସେହି Desktop ଅଟେ ଯାହା ଉପରେ ଆମେ ବର୍ତ୍ତମାନ କାର୍ଯ୍ୟ କରୁଛେ
03:48 ବର୍ତ୍ତମାନ, ଦ୍ଵିତୀୟ Desktop ଉପରେ କ୍ଲିକ୍ କରି ଏହାକୁ ଚୟନ କରନ୍ତୁ
03:53 ଏଠାରେ Launcher ଉପରେ ଥିବା ଆଇକନ୍ ଉପରେ କ୍ଲିକ୍ କରି Terminalକୁ ଖୋଲନ୍ତୁ
03:59 ବର୍ତ୍ତମାନ ପୁନର୍ବାର Workspace Switcher ଉପରେ କ୍ଲିକ୍ କରନ୍ତୁ
04:02 ଦ୍ଵିତୀୟ Workspace Switcher ଉପରେ Terminalକୁ ଏବଂ ପ୍ରଥମରେ ଆମ Desktopକୁ ଦେଖିପାରିବେ
04:09 ଏହିପରି ଭାବେ, ଆପଣ multiple Desktops ଉପରେ କାର୍ଯ୍ୟ କରିପାରିବେ
04:12 ପ୍ରଥମ Desktopକୁ ଫେରିଆସନ୍ତୁ
04:15 Launcher ଉପରେ ଥିବା Trash ଅନ୍ୟ ଏକ ବିଶିଷ୍ଟ ଆଇକନ୍ ଅଟେ
04:19 Trash ଡିଲିଟ୍ ହୋଇଥିବା ଫାଇଲ୍ ଓ ଫୋଲ୍ଡରଗୁଡିକୁ ଧାରଣ କରିଥାଏ
04:23 ଆକସ୍ମିକ ଭାବେ ଗୋଟିଏ file ଡିଲିଟ୍ ହେବା କ୍ଷେତ୍ରରେ, ଆମେ ଏହାକୁ Trashରୁ ରିଷ୍ଟୋର୍ କରିପାରିବା
04:28 ଏହାକୁ ପ୍ରଦର୍ଶନ କରିବା ପାଇଁ, ମୁଁ ମୋ’ର Desktop ଉପରେ ଥିବା DIW ଫାଇଲକୁ ଡିଲିଟ୍ କରିବି
04:33 ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Move to Trash ଉପରେ କ୍ଲିକ୍ କରନ୍ତୁ
04:38 ଏହାକୁ ରିଷ୍ଟୋର୍ କରିବା ପାଇଁ Launcherରେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:43 Trash ଫୋଲ୍ଡର୍ ଖୋଲିଯିବ
04:46 fileକୁ ଚୟନ କରିବା ସହିତ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Restoreରେ କ୍ଲିକ୍ କରନ୍ତୁ
04:50 Trash ୱିଣ୍ଡୋକୁ ବନ୍ଦ କରିବା ସହ desktopକୁ ଫେରିଆସନ୍ତୁ
04:54 ଫାଇଲ୍ ଯାହାକୁ ଆମେ ପୂର୍ବେ ଡିଲିଟ୍ କରିଥିଲେ ବର୍ତ୍ତମାନ ତାହା ରିଷ୍ଟୋର୍ ହୋଇଯାଇଥିବା ଆପଣ ଦେଖିପାରିବେ
04:59 ଗୋଟିଏ ଫାଇଲକୁ ଆପଣଙ୍କ ସିଷ୍ଟମରୁ ସ୍ଥାୟୀଭାବେ ଡିଲିଟ୍ କରିବା ପାଇଁ ପ୍ରଥମେ ଏହାକୁ ଚୟନ କରନ୍ତୁ ଏବଂ ତା’ପରେ Shift+Deleteକୁ ଦାବନ୍ତୁ
05:07 Are you sure want to permanently delete DIW, ବୋଲାଉଥିବା ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ. Delete ଉପରେ କ୍ଲିକ୍ କରନ୍ତୁ
05:15 ପୂନର୍ବାର Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:18 Trash ଫୋଲ୍ଡରରେ ଫାଇଲକୁ ପ୍ରାପ୍ତ କରିପାରିବେ ନାହିଁ, ଯେହେତୁ ଏହା ସିଷ୍ଟମରୁ ସ୍ଥାୟୀ ଭାବେ ଡିଲିଟ୍ ହୋଇଯାଇଛି
05:24 ବର୍ତ୍ତମାନ, Desktopର ଉପର ଡାହାଣ ପଟ କୋଣରେ ଉପଲବ୍ଧ ଥିବା କିଛି ଆପ୍ଲିକେଶନକୁ ଦେଖିବା
05:31 ପ୍ରଥମଟି ହେଉଛି Internet connectivity
05:34 ସଂଯୋଗ ସ୍ଥାପିତ ହେବ ଯଦି ଆପଣ କୌଣସି ଏକ Lan କିମ୍ବା Wifi network ସହିତ ସଂଯୁକ୍ତ ହୋଇଥା’ନ୍ତି
05:39 ଆପଣ ସେଗୁଡିକୁ ଏଠାରେ ଦେଖିପାରିବେ
05:42 ଆକ୍ସେସ୍ ଥିବା networkକୁ ଆପଣ ଚୟନ କରିପାରିବେ
05:46 ନେଟୱର୍କକୁ Enable/ Disable କରିବା ପାଇଁ, ବିକଳ୍ପ Enable Networkingକୁ check/uncheck କରନ୍ତୁ
05:52 ଆମେ ବିକଳ୍ପ Edit Connectionsକୁ ବ୍ୟବହାର କରି ନେଟୱର୍କଗୁଡିକୁ ମଧ୍ୟ ଏଡିଟ୍ କରିପାରିବା
05:57 ପରବର୍ତ୍ତୀ ବିକଳ୍ପ ହେଉଛି Sound. ଏହା ଉପରେ କ୍ଲିକ୍ କରନ୍ତୁ
06:00 ଆପଣ ଏଠାରେ ଗୋଟିଏ ସ୍ଲାଇଡରକୁ ଦେଖିପାରିବେ. ଏହା ପସନ୍ଦ ଅନୁସାରେ ଅଡିଓ ଲେବଲକୁ ବଢାଇବା କିମ୍ବା କମାଇବାରେ ଆମକୁ ସାହାଯ୍ୟ କରିବ
06:07 ଆଗକୁ ଆମେ ସିଷ୍ଟମରେ ଥିବା Sound Settings ଉପରେ କ୍ଲିକ୍ କରି ସାଉଣ୍ଡର ଲେବଲକୁ ଆଡଜଷ୍ଟ କରିପାରିବା
06:14 ଏହି ୱିଣ୍ଡୋରେ ଥିବା ସେଟିଙ୍ଗଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ
06:17 ପରବର୍ତ୍ତୀ ଆଇକନ୍ ହେଉଛି Time & Date
06:20 ଯଦି ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତି, କ୍ୟାଲେଣ୍ଡର୍ ଖୋଲିଯିବ. ଆମେ ଏଠାରେ ବର୍ତ୍ତମାନ ତାରିଖ, ମାସ ଓ ବର୍ଷକୁ ଦେଖିପାରିବା
06:29 ଆରୋ ବଟନଗୁଡିକ ନିଜ ପସନ୍ଦ ଅନୁସାରେ ଅନ୍ୟ ମାସ ଓ ବର୍ଷଗୁଡିକୁ ଯିବା ପାଇଁ ଅନୁମତି ଦେଇଥା’ନ୍ତି
06:35 Time & Date Settings ଉପରେ କ୍ଲିକ୍ କରି ତାରିଖ ଓ ସମୟକୁ ଏଡିଟ୍ କରିପାରିବେ. ଏହି ବିକଳ୍ପଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ
06:44 ତା’ପରେ wheel ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:47 ଏଠାରେ ବିକଳ୍ପ Log Out ଓ Shut Down ସହିତ କିଛି ସର୍ଟକଟ୍ ବିକଳ୍ପଗୁଡିକୁ ଦେଖିବାକୁ ପାଇବେ
06:53 ଆମ ସିଷ୍ଟମରେ ଉପଲବ୍ଧ ଥିବା ସମସ୍ତ User accountsକୁ ମଧ୍ୟ ଦେଖିପାରିବେ
06:59 ନିର୍ଦ୍ଦିଷ୍ଟ ୟୁଜର୍ ଉପରେ କ୍ଲିକ୍ କରି ଆମେ ଆମ ଇଚ୍ଛାନୁସାରେ ଯେକୌଣସି ୟୁଜର୍ ଆକାଉଣ୍ଟକୁ ପରିବର୍ତ୍ତନ କରିପାରିବା
07:05 ସଂକ୍ଷିପ୍ତରେ
07:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

Launcher ବିଷୟରେ Launcherରେ ଆପ୍ଲିକେଶନଗୁଡିକୁ କିପରି ବାହାର ଓ ସଂଯୁକ୍ତ କରିବା ଅନେକ desktopକୁ ବ୍ୟବହାର କରିବା ଇଣ୍ଟର୍ନେଟ୍ ସଂଯୋଗ Sound ସେଟିଙ୍ଗ ସମୟ ଓ ତାରିଖର ସେଟିଙ୍ଗ ଏବଂ ଅନ୍ୟ user accountsକୁ ପରିବର୍ତ୍ତନ କରିବା,

07:26 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:39 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:42 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:53 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey, Pradeep