Difference between revisions of "FrontAccounting-2.4.7/C2/Setup-in-FrontAccounting/Oriya"
(Created page with "{| border=1 | <center>'''Time'''</center> | <center>'''Narration'''</center> |- | 00:01 | Setup in FrontAccounting ଉପରେ ଥିବା ସ୍ପୋକନ୍ ଟ୍...") |
|||
Line 145: | Line 145: | ||
|- | |- | ||
| 02:55 | | 02:55 | ||
− | | Maintenance ପ୍ୟାନେଲ୍ରେ ଥିବା Currencies ଲିଙ୍କରେ କ୍ଲିକ୍ କରନ୍ତୁ. | + | | Maintenance ପ୍ୟାନେଲ୍ରେ ଥିବା Currencies ଲିଙ୍କରେ କ୍ଲିକ୍ କରନ୍ତୁ. |
− | + | ଗୋଟିଏ ନୂଆ ୱିଣ୍ଡୋ ଦୃଶ୍ୟମାନ ହେବ | |
|- | |- | ||
Line 220: | Line 220: | ||
|- | |- | ||
| 04:47 | | 04:47 | ||
− | | Fiscal Year setup | + | | Fiscal Year setup |
− | + | ଯେତେବେଳେ FrontAccountingରେ ଗୋଟିଏ ନୂଆ Company ତିଆରି କରାଯାଏ, ସେତେବେଳେ ସଠିକତାର ସହ Fiscal Year ସେଟ୍-ଅପ୍ କରିବା ଉଚିତ | |
|- | |- | ||
Line 534: | Line 534: | ||
|- | |- | ||
| 12:28 | | 12:28 | ||
− | | ଏହି ଟ୍ୟୁଟୋରିଆଲରେ ଆମେ, | + | | ଏହି ଟ୍ୟୁଟୋରିଆଲରେ ଆମେ, |
− | + | FrontAccountingର ଇଣ୍ଟରଫେସ୍ ଏବଂ Setup ଟାବ୍ରେ ଥିବା ବିଭିନ୍ନ ମଡ୍ୟୁଲ୍ ବିଷୟରେ ଜାଣିଲେ | |
|- | |- |
Latest revision as of 20:45, 24 April 2020
|
|
00:01 | Setup in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:: FrontAccountingର ଇଣ୍ଟରଫେସ୍ |
00:12 | Setup ଟାବ୍ରେ ଥିବା ବିଭିନ୍ନ ମଡ୍ୟୁଲ୍ |
00:15 | କିପରି ନିଜର ସଂସ୍ଥା କିମ୍ବା Company ତିଆରି କରିବା, ସେ ବିଷୟରେ ମଧ୍ୟ ଶିଖିବା |
00:21 | user accountsର ସେଟ୍-ଅପ୍ |
00:24 | access ପର୍ମିସନ୍କୁ ସେଟ୍-ଅପ୍ କରିବା ଏବଂ
ପ୍ରଦର୍ଶନ ପାଇଁ ସେଟ-ଅପ୍ କରିବା |
00:29 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
Ubuntu Linux OS ଭର୍ସନ୍ 16.04 |
00:37 | FrontAccounting ଭର୍ସନ୍ 2.4.7 |
00:41 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:50 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
00:56 | FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
01:00 | ବ୍ରାଉଜର୍କୁ ଖୋଲନ୍ତୁ ଏବଂ localhost slash account ଟାଇପ୍ କରିବା ପରେ Enter ଦାବନ୍ତୁ |
01:07 | login ପେଜ୍ ଦୃଶ୍ୟମାନ ହେବ |
01:10 | ଇନଷ୍ଟଲେଶନ୍ ସମୟରେ ତିଆରି କରିଥିବା admin ୟୁଜର୍କୁ ମନେପକାନ୍ତୁ |
01:16 | username ପାଇଁ admin ଏବଂ password ପାଇଁ spoken ଟାଇପ୍ କରନ୍ତୁ |
01:22 | ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
01:25 | FrontAccounting ୱିଣ୍ଡୋ ଖୋଲିଯିବ |
01:28 | FrontAccountingରେ ଷ୍ଟାଣ୍ଡାର୍ଡ ମଡ୍ୟୁଲ୍ଗୁଡ଼ିକୁ ପ୍ରଦାନ କରାଯାଇଛି |
01:32 | ଆଗାମୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ Sales, Purchases |
01:38 | Items and Inventory |
01:40 | Banking and General Ledger ଓ Setup ମଡ୍ୟୁଲ୍ଗୁଡ଼ିକ ବିଷୟରେ ଜାଣିବା |
01:47 | ଚାଲନ୍ତୁ FrontAccountingରେ ଥିବା Setup ଟାବ୍ରୁ ଆରମ୍ଭ କରିବା |
01:51 | Setup ଟାବ୍ରେ କ୍ଲିକ୍ କରନ୍ତୁ.
Company Setting ପାଇଁ ଏହି ମଡ୍ୟୁଲ୍ ବ୍ୟବହାର କରାଯାଏ |
01:57 | Company Setup ଲିଙ୍କରେ କ୍ଲିକ୍ କରି ଗୋଟିଏ ନୂଆ ସଂସ୍ଥା କିମ୍ବା Company ତିଆରି କରନ୍ତୁ |
02:04 | Name ଫିଲ୍ଡରେ କମ୍ପାନୀର ନାମ ଡିଫଲ୍ଟ ରୂପେ ST Company Pvt Ltd ଥିବା ଆପଣ ଦେଖିପାରିବେ |
02:12 | କାରଣ ଇନଷ୍ଟଲେଶନ୍ ସମୟରେ ଆମେ ଏହି ନାମ ଦେଇଥିଲେ |
02:17 | ହେଲେ, ରିପୋର୍ଟ ଗୁଡ଼ିକରେ ନିଜ ପସନ୍ଦର ନାମ ପାଇଁ ଆପଣ ନାମକୁ ପରିବର୍ତ୍ତନ କରିପାରିବେ |
02:23 | ମୁଁ ପରିବର୍ତ୍ତନ କରିବି ନାହିଁ.
ତଳକୁ ସ୍କ୍ରୋଲ୍ କରନ୍ତୁ |
02:28 | Home currency ଫିଲ୍ଡରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ |
02:32 | ବିକଳ୍ପଗୁଡ଼ିକର ଗୋଟିଏ ତାଲିକା ଦୃଶ୍ୟମାନ ହେବ |
02:35 | କିନ୍ତୁ, ଏହି ତାଲିକାରେ Indian Rupees ଉପଲବ୍ଧ ନାହିଁ |
02:39 | ଯେହେତୁ ଆମ କମ୍ପାନୀ Indiaରେ ଅଛି, ତେଣୁ home currencyକୁ Indian Rupeesରେ ସେଟ୍-ଅପ୍ କରାଯିବ |
02:45 | ଚାଲନ୍ତୁ ଏହି ତାଲିକାରେ ଗୋଟିଏ ନୂଆ currency ଯୋଡ଼ିବା ବିଷୟରେ ଶିଖିବା |
02:50 | ଟପ୍ ମେନୁରେ ଥିବା Banking and General Ledger ଟାବ୍ରେ କ୍ଲିକ୍ କରନ୍ତୁ |
02:55 | Maintenance ପ୍ୟାନେଲ୍ରେ ଥିବା Currencies ଲିଙ୍କରେ କ୍ଲିକ୍ କରନ୍ତୁ.
ଗୋଟିଏ ନୂଆ ୱିଣ୍ଡୋ ଦୃଶ୍ୟମାନ ହେବ |
03:03 | Currency Abbreviation ଫିଲ୍ଡରେ INR ଏବଂ Currency Symbol ଫିଲ୍ଡରେ Rs ଟାଇପ୍ କରନ୍ତୁ |
03:11 | Currency Name ଫିଲ୍ଡରେ Indian Rupees ଟାଇପ୍ କରନ୍ତୁ |
03:15 | Hundredths Name ଫିଲ୍ଡରେ Paise ଏବଂ Country ଫିଲ୍ଡରେ India ଟାଇପ୍ କରନ୍ତୁ |
03:23 | ବର୍ତ୍ତମାନ ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍ରେ କ୍ଲିକ୍ କରନ୍ତୁ |
03:28 | ଆମେ New currency has been added ନାମକ ଗୋଟିଏ ସଫଳ ବାର୍ତ୍ତା ଦେଖିବାକୁ ପାଇବା |
03:33 | Company setup ପେଜ୍କୁ ଫେରି ଆସନ୍ତୁ.
ଏହା କରିବା ପାଇଁ ପ୍ରଥମେ ଟପ୍ ମେନୁରେ ଥିବା Setup ଏବଂ ତା’ପରେ Company Setup ଲିଙ୍କରେ କ୍ଲିକ୍ କରନ୍ତୁ |
03:43 | ତା’ପରେ ଏଠାରେ ପ୍ରଦର୍ଶିତ ହେବା ଭଳି ନିର୍ଦ୍ଦିଷ୍ଟ ଫିଲ୍ଡରେ Company ଆଡ୍ରେସ୍, |
03:47 | Domicile , Phone no, Email address ଏବଂ Company GST ନମ୍ବର୍ ଟାଇପ୍ କରନ୍ତୁ |
03:58 | ବର୍ତ୍ତମାନ Home Currencyର ଡ୍ରପ୍-ଡାଉନ୍ରେ କ୍ଲିକ୍ କରନ୍ତୁ |
04:02 | Indian Rupees ଚୟନ କରନ୍ତୁ |
04:05 | ତା’ପରେ ଚାଲନ୍ତୁ fiscal year ବିଷୟରେ ଶିଖିବା |
04:09 | ଡିଫଲ୍ଟ ଭାବେ ଗତ ଆର୍ଥିକ ବର୍ଷ ଯାହା, 1st January ରୁ ଆରମ୍ଭ ହୋଇ 31st December 2018ରେ ବନ୍ଦ ହୋଇଥିବା ପ୍ରଦର୍ଶିତ କରାଯାଇଛି |
04:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ କରିବା ସମୟରେ ତାରିଖ, ସ୍କ୍ରୀନ୍ରେ ପ୍ରଦର୍ଶିତ ହେବା ଭଳି ହେବ |
04:24 | ଆପଣ ଅଭ୍ୟାସ କରିବା ସମୟରେ ଏହା ଭିନ୍ନ ହୋଇପାରେ |
04:28 | ଧ୍ୟାନ ଦିଅନ୍ତୁ ଯେ, ଡେଟ୍ ଫର୍ମାଟ୍ MMDDYYYY ଅଟେ |
04:35 | Fiscal year କ’ଣ? |
04:37 | ଏହା ଗୋଟିଏ ସମୟ ଅବଧି ଅଟେ, ଯାହାକୁ ଗୋଟିଏ Company, ଆକାଉଣ୍ଟିଙ୍ଗ ଉଦ୍ଦେଶ୍ୟରେ ଏବଂ ଫାଇନାନଶିଅଲ୍ ଷ୍ଟେଟମେଣ୍ଟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଏ
ଏହା ଦେଶ ଅନୁସାରେ ଭିନ୍ନ ହୋଇଥାଏ |
04:47 | Fiscal Year setup
ଯେତେବେଳେ FrontAccountingରେ ଗୋଟିଏ ନୂଆ Company ତିଆରି କରାଯାଏ, ସେତେବେଳେ ସଠିକତାର ସହ Fiscal Year ସେଟ୍-ଅପ୍ କରିବା ଉଚିତ |
04:56 | ଡିଫଲ୍ଟ ଭାବେ FrontAccounting ସଫ୍ଟୱେର୍ ରେ fiscal year, January to December ଥାଏ |
05:03 | ଏହା ଭାରତରେ ଥିବା Companies ଏବଂ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ନୁହେଁ |
05:08 | ଆମକୁ ପ୍ରତି ଆର୍ଥିକ ବର୍ଷ ପାଇଁ 1st April ରୁ 31st Marchକୁ ସେହି ବର୍ଷର fiscal year ଭାବେ ସେଟ୍ କରିବାକୁ ହେବ |
05:15 | ଏହା Indian Accounting Standards ଅନୁସାରେ ଅଟେ |
05:19 | FrontAccounting ଇଣ୍ଟରଫେସ୍କୁ ଫେରିଆସନ୍ତୁ |
05:23 | ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏଣ୍ଟ୍ରୀଗୁଡ଼ିକୁ ସେଭ୍ କରିବା ପାଇଁ Update ବଟନ୍ରେ କ୍ଲିକ୍ କରନ୍ତୁ |
05:28 | Company setup has been updated ନାମକ ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
05:33 | ବର୍ତ୍ତମାନ ଆମେ Fiscal Yearକୁ ସାମ୍ପ୍ରତିକ Financial Yearରେ ପରିବର୍ତ୍ତନ କରିବା |
05:38 | FrontAccountingର Setup ଟାବ୍ରେ କ୍ଲିକ୍ କରନ୍ତୁ |
05:42 | Fiscal Years ଲିଙ୍କରେ କ୍ଲିକ୍ କରନ୍ତୁ |
05:45 | ଡିଫଲ୍ଟ ଭାବେ Fiscal Yearର ଅବଧି 01 January 2018 ରୁ 31 December 2018 ପର୍ଯ୍ୟନ୍ତ ଥିବା ଆମେ ଦେଖିପାରିବା |
05:55 | ତେଣୁ ପ୍ରଥମେ 3 ମାସର ଗୋଟିଏ ଡମୀ ପିରିଅଡ୍ 01 January 2019 ରୁ 31 March 2019 ପର୍ଯ୍ୟନ୍ତ ତିଆରି କରନ୍ତୁ |
06:05 | କାହିଁକି ଡମୀ ପିରିଅଡ୍ କରିବା? ଏହାର କାରଣ ହେଉଛି Fiscal yearର ମଝିରେ ଥିବା ବ୍ୟବଧାନ, ଯେପରି 1st January ରୁ 31st December ଏବଂ Financial year, ଯାହା 1st April ରୁ 31st Marchକୁ ପୂରଣ କରିବାକୁ ହେବ |
06:20 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ସମୟରେ ଆପଣଙ୍କର ଆର୍ଥିକ ବର୍ଷ ଭିନ୍ନ ହୋଇପାରେ |
06:25 | ଏପରି କ୍ଷେତ୍ରରେ ଅପଣଙ୍କୁ ସାମ୍ପ୍ରତିକ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପୂର୍ବ ସବୁ ବର୍ଷର fiscal yearକୁ ସେଟ୍-ଅପ୍ କରିବାକୁ ହେବ |
06:33 | ଆପଣ ବୁଝିବା ପାଇଁ ଏଠାରେ ଗୋଟିଏ ନମୁନା ଦିଆଯାଇଛି |
06:38 | ପ୍ରଥମେ 01 January 2019 ରୁ 31 March 2019 ଥିବା ଗୋଟିଏ 3 ମାସର ଡମୀ ପିରିଅଡ୍କୁ ଚୟନ କରନ୍ତୁ |
06:47 | ବର୍ତ୍ତମାନ Add New ବଟନ୍ରେ କ୍ଲିକ୍ କରନ୍ତୁ |
06:51 | dummy period ତିଆରି ହୋଇଯାଇଥିବା ଆପଣ ଦେଖିପାରିବେ |
06:53 | ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ - New Fiscal year has been added |
06:58 | ତା’ପରେ ଆମେ 1 April 2019 ରୁ 31 March 2020 ପର୍ଯ୍ୟନ୍ତ ଥିବା ସାମ୍ପ୍ରତିକ financial yearକୁ ଦେଖିପାରିବା |
07:07 | Is closed ବିକଳ୍ପକୁ No ରଖନ୍ତୁ, ଯେହେତୁ ଆକାଉଣ୍ଟିଙ୍ଗ ଉଦ୍ଦେଶ୍ୟରେ ଆମେ ସାମ୍ପ୍ରତିକ ଆର୍ଥିକ ବର୍ଷକୁ ବ୍ୟବହାର କରୁଛେ |
07:15 | ପୁନର୍ବାର Add new ବଟନ୍ରେ କ୍ଲିକ୍ କରନ୍ତୁ |
07:19 | ଏଠାରେ Financial Year ତିଆରି ହୋଇଯାଇଥିବା ଆପଣ ଦେଖିପାରିବେ |
07:24 | fiscal year, 1st January 2018 ରୁ 31st December 2018 ପର୍ଯ୍ୟନ୍ତ ବନ୍ଦ ଥିବା ଆମେ ଦେଖିପାରିବା |
07:32 | 1st January 2019 ରୁ 31st March 2019 ପର୍ଯ୍ୟନ୍ତ ଡମୀ ପିରିଅଡ୍ ଆମେ ତିଆରି କରିଛେ |
07:39 | Is Closed ବିକଳ୍ପକୁ Yesରେ ପରିବର୍ତ୍ତନ କରନ୍ତୁ.
Edit ଆଇକନ୍ରେ କ୍ଲିକ୍ କରନ୍ତୁ |
07:46 | Is Closed ଡ୍ରପ୍-ଡାଉନ୍ ମେନୁରେ Yes ଚୟନ କରନ୍ତୁ |
07:50 | ଯଦି ଆବଶ୍ୟକ ନଥାଏ, ତେବେ ପୂର୍ବ ସମସ୍ତ ଆର୍ଥିକ ବର୍ଷକୁ ବନ୍ଦ କରିବା ପାଇଁ ସମାନ ପଦାଙ୍କ ଅନୁସରଣ କରନ୍ତୁ |
07:57 | Update ବଟନ୍ରେ କ୍ଲିକ୍ କରନ୍ତୁ |
08:00 | ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ - Selected fiscal year has been updated |
08:05 | ସେହିପରି ପରିବର୍ତ୍ତନ କରିବା ପାଇଁ ଆପଣ Edit ବଟନ୍କୁ ବ୍ୟବହାର କରିବେ |
08:10 | ବର୍ଷ ଡିଲିଟ୍ କରିବା ପାଇଁ cross (X) sign ଅଛି
ବର୍ତ୍ତମାନ କୌଣସି ଧାଡ଼ିକୁ ଡିଲିଟ୍ କରନ୍ତୁ ନାହିଁ |
08:17 | ବର୍ତ୍ତମାନ ଏହି ପରିବର୍ତ୍ତନଗୁଡ଼ିକୁ Company setupରେ ଅପଡେଟ୍ କରନ୍ତୁ |
08:22 | Setup ଟାବ୍ରେ କ୍ଲିକ୍ କରନ୍ତୁ.
ତା’ପରେ Company Setup ଲିଙ୍କରେ କ୍ଲିକ୍ କରନ୍ତୁ |
08:28 | Fiscal year ଫିଲ୍ଡରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ |
08:32 | ସାମ୍ପ୍ରତିକ Financial Yearକୁ 1st April 2019 ରୁ 31st March 2020 ପର୍ଯ୍ୟନ୍ତ ଚୟନ କରନ୍ତୁ, ଯାହା active ଭାବେ ପ୍ରଦର୍ଶିତ ହେଉଛି |
08:41 | ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ Login Timeout ବିକଳ୍ପକୁ ଯାଆନ୍ତୁ |
08:46 | 6 ଲକ୍ଷ ସେକେଣ୍ଡ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ, ଯାହାଦ୍ଵାରା ବାରମ୍ବାର ହେଉଥିବା logout କିମ୍ବା timeoutକୁ ଏଡ଼ାଇ ହେବ |
08:53 | Update ବଟନ୍ରେ କ୍ଲିକ୍ କରନ୍ତୁ |
08:56 | ତା’ପରେ User Accountsକୁ ସେଟ୍-ଅପ୍ କରନ୍ତୁ |
09:00 | ପୁନର୍ବାର Setup ଟାବ୍ରେ କ୍ଲିକ୍ କରନ୍ତୁ |
09:03 | User Accounts Setup ଲିଙ୍କରେ କ୍ଲିକ୍ କରନ୍ତୁ |
09:06 | ଆମେ ନିମ୍ନଲିଖିତ ରୂପେ admin user loginର ସୂଚନାକୁ ଦେଖିପାରିବା
Full Name, Email, Access Level ଇତ୍ୟାଦି |
09:15 | ଇନଷ୍ଟଲେଶନ୍ ସମୟରେ ପ୍ରଦାନ କରାଯାଇଥିବା ଏହି ତଥ୍ୟଗୁଡ଼ିକୁ ମନେପକାନ୍ତୁ. ଗୋଟିଏ ନୂଆ user login ତିଆରି କରନ୍ତୁ |
09:22 | ଏଠାରେ ପ୍ରଦର୍ଶିତ ହେବା ଭଳି ନୂଆ ୟୁଜର୍ଙ୍କ ବିବରଣୀ ଟାଇପ୍ କରନ୍ତୁ.
ସେହିପରି ନିଜର ନୂଆ ୟୁଜର୍ ବିବରଣୀ ପ୍ରଦାନ କରନ୍ତୁ |
09:30 | Access Level fieldରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରିବା ସହିତ Sub Admin ଚୟନ କରନ୍ତୁ |
09:36 | Language fieldରେ ଡିଫଲ୍ଟ ଭାବେ ଡ୍ରପ୍-ଡାଉନ୍ ବିକଳ୍ପ English ଅଟେ |
09:42 | ଏଠାରେ POSର ଅର୍ଥ Point of Sale ଅଟେ.
ବିକଳ୍ପକୁ Default ରଖନ୍ତୁ |
09:49 | Printing optionର ଡ୍ରପ୍-ଡାଉନ୍ ମେନୁରେ ଡିଫଲ୍ଟ ଅପସନ୍ ଭାବେ Browser printing supportକୁ ଚୟନ କରନ୍ତୁ |
09:56 | ତା’ପରେ reports ବିକଳ୍ପ ପାଇଁ ଥିବା popup ଚେକ୍-ବକ୍ସ ଡିଫଲ୍ଟ ଭାବେ ଚେକ୍ ହୋଇଥିବ |
10:03 | Add new ବଟନ୍ରେ କ୍ଲିକ୍ କରନ୍ତୁ.
ଗୋଟିଏ ମେସେଜ୍, A new user has been added ଦେଖାଦେବ |
10:10 | adminର ନିମ୍ନ ଭାଗରେ ଥିବା ପ୍ୟାନେଲ୍ରେ ନୂଆ user ଯୋଡ଼ି ହୋଇଯାଇଥିବା ଆମେ ଦେଖିପାରିବା |
10:16 | ପୁନର୍ବାର Setup ଟାବ୍ରେ କ୍ଲିକ୍ କରନ୍ତୁ |
10:20 | ତା’ପରେ ଚାଲନ୍ତୁ Access setupକୁ ଦେଖିବା |
10:23 | Role ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରିବା ସହିତ Sub Admin ଚୟନ କରନ୍ତୁ |
10:28 | Sub Adminର ବ୍ୟବହାର ପାଇଁ ଗୋଟିଏ ଡିଫଲ୍ଟ access ପ୍ରଦାନ କରାଯାଇଥିବା ଆପଣ ଦେଖିପାରୁଥିବେ.
ତଳକୁ ସ୍କ୍ରୋଲ୍ କରନ୍ତୁ |
10:35 | Sub Admin ପାଇଁ ଉପଲବ୍ଧ ଥିବା ପର୍ମିଶନ୍ଗୁଡ଼ିକୁ ଆପଣ ଦେଖିପାରୁଥିବେ |
10:39 | Sub Adminର ବ୍ୟବହାର ପାଇଁ ଆପଣ ଆବଶ୍ୟକ ଅନୁସାରେ ବକ୍ସଗୁଡ଼ିକୁ ଚେକ୍ କିମ୍ବା ଅନଚେକ୍ ମଧ୍ୟ କରିପାରିବେ |
10:46 | ତା’ପରେ Save Role ବଟନ୍ରେ କ୍ଲିକ୍ କରନ୍ତୁ |
10:49 | ଗୋଟିଏ ମେସେଜ୍, Security role has been updated ଦୃଶ୍ୟମାନ ହେବ |
10:54 | ଏହି ପରି ନିଜର ଆବଶ୍ୟକତା ଅନୁସାରେ ଆପଣ ଅନେକ users ତିଆରି କରିବା ସହିତ ଆବଶ୍ୟକୀୟ ପର୍ମିଶନ୍ ଦେଇପାରିବେ |
11:01 | ପୁନର୍ବାର Setup ଟାବ୍ରେ ଏବଂ ପରେ Display Setup ଲିଙ୍କରେ କ୍ଲିକ୍ କରନ୍ତୁ |
11:07 | Decimal Places, Date format and Separators ଏବଂ ଅନ୍ୟ parametersକୁ ବଦଳାଇବା ପାଇଁ Display Setup ବ୍ୟବହାର କରାଯାଏ |
11:16 | Prices/amounts, Quantities, Exchange rate ଓ Percentages ପାଇଁ ଥିବା ଅନେକ Decimal Placesକୁ ଆପଣ ଦେଖିପାରିବେ |
11:27 | ଡ୍ରପ୍-ଡାଉନ୍ ମେନୁରେ ଚୟନ କରି Date format and Date Separatorsକୁ ବଦଳାଇ ହେବ |
11:33 | Date formatକୁ DDMMYYYYରେ ବଦଳାନ୍ତୁ |
11:41 | ଏହିପରି ଆପଣ ଅନେକ Miscellaneous Settings ମଧ୍ୟ ଦେଖିବାକୁ ପାଇବେ |
11:45 | ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବା ପାଇଁ Update ବଟନ୍ରେ କ୍ଲିକ୍ କରନ୍ତୁ |
11:49 | ଗୋଟିଏ ମେସେଜ୍, Display settings have been updated ଦୃଶ୍ୟମାନ ହେବ |
11:54 | ବର୍ତ୍ତମାନ fiscal yearର ଡେଟ୍ ଫର୍ମାଟ୍କୁ ଯାଞ୍ଚ କରନ୍ତୁ.
Setup ଟାବ୍କୁ ଯାଆନ୍ତୁ |
12:01 | Company Setup ପ୍ୟାନେଲ୍ ଅଧିନରେ ଥିବା Fiscal Years ଲିଙ୍କରେ କ୍ଲିକ୍ କରନ୍ତୁ |
12:06 | date format, DDMMYYYY ଫର୍ମାଟ୍ ରେ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ |
12:14 | ମନେପକାନ୍ତୁ, ଆରମ୍ଭରୁ ଆମେ fiscal year ଯୋଡ଼ିବା ସମୟରେ ଏହାର ଫର୍ମାଟ୍ MMDDYYYY ଥିଲା |
12:23 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
12:28 | ଏହି ଟ୍ୟୁଟୋରିଆଲରେ ଆମେ,
FrontAccountingର ଇଣ୍ଟରଫେସ୍ ଏବଂ Setup ଟାବ୍ରେ ଥିବା ବିଭିନ୍ନ ମଡ୍ୟୁଲ୍ ବିଷୟରେ ଜାଣିଲେ |
12:36 | ନିଜର ସଂସ୍ଥା କିମ୍ବା Company କିପରି ତିଆରି କରିବା, user accounts ସେଟ୍-ଅପ୍ କରିବା, |
12:42 | access ପର୍ମିଶନ୍କୁ ସେଟ୍-ଅପ୍ କରିବା ଏବଂ ସେଟ୍-ଅପ୍ ଡିସ୍ପ୍ଲେ ବିଷୟରେ ମଧ୍ୟ ଜାଣିବାକୁ ପାଇଲେ |
12:50 | ଗୋଟିଏ ଆସାଇନମେଣ୍ଟ ଭାବେ, User Accounts Setup ସାହାଯ୍ୟରେ ଗୋଟିଏ ନୂଆ user ଯୋଡ଼ନ୍ତୁ |
12:55 | Access Levelକୁ ଗୋଟିଏ Accountant ଭାବେ ସେଟ୍ କରନ୍ତୁ |
12:59 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
13:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
13:15 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
13:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
13:24 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |