FrontAccounting-2.4.7/C2/Setup-in-FrontAccounting/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Setup in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:: FrontAccountingର ଇଣ୍ଟରଫେସ୍
00:12 Setup ଟାବ୍‌ରେ ଥିବା ବିଭିନ୍ନ ମଡ୍ୟୁଲ୍
00:15 କିପରି ନିଜର ସଂସ୍ଥା କିମ୍ବା Company ତିଆରି କରିବା, ସେ ବିଷୟରେ ମଧ୍ୟ ଶିଖିବା
00:21 user accountsର ସେଟ୍-ଅପ୍
00:24 access ପର୍ମିସନ୍‌କୁ ସେଟ୍-ଅପ୍ କରିବା ଏବଂ

ପ୍ରଦର୍ଶନ ପାଇଁ ସେଟ-ଅପ୍ କରିବା

00:29 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି

Ubuntu Linux OS ଭର୍ସନ୍ 16.04

00:37 FrontAccounting ଭର୍ସନ୍ 2.4.7
00:41 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:50 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
00:56 FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:00 ବ୍ରାଉଜର୍‌କୁ ଖୋଲନ୍ତୁ ଏବଂ localhost slash account ଟାଇପ୍ କରିବା ପରେ Enter ଦାବନ୍ତୁ
01:07 login ପେଜ୍ ଦୃଶ୍ୟମାନ ହେବ
01:10 ଇନଷ୍ଟଲେଶନ୍ ସମୟରେ ତିଆରି କରିଥିବା admin ୟୁଜର୍‌କୁ ମନେପକାନ୍ତୁ
01:16 username ପାଇଁ admin ଏବଂ password ପାଇଁ spoken ଟାଇପ୍ କରନ୍ତୁ
01:22 ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ
01:25 FrontAccounting ୱିଣ୍ଡୋ ଖୋଲିଯିବ
01:28 FrontAccountingରେ ଷ୍ଟାଣ୍ଡାର୍ଡ ମଡ୍ୟୁଲ୍‌ଗୁଡ଼ିକୁ ପ୍ରଦାନ କରାଯାଇଛି
01:32 ଆଗାମୀ ଟ୍ୟୁଟୋରିଆଲଗୁଡ଼ିକରେ ଆମେ Sales, Purchases
01:38 Items and Inventory
01:40 Banking and General Ledger ଓ Setup ମଡ୍ୟୁଲ୍‌ଗୁଡ଼ିକ ବିଷୟରେ ଜାଣିବା
01:47 ଚାଲନ୍ତୁ FrontAccountingରେ ଥିବା Setup ଟାବ୍‌ରୁ ଆରମ୍ଭ କରିବା
01:51 Setup ଟାବ୍‌ରେ କ୍ଲିକ୍ କରନ୍ତୁ.

Company Setting ପାଇଁ ଏହି ମଡ୍ୟୁଲ୍ ବ୍ୟବହାର କରାଯାଏ

01:57 Company Setup ଲିଙ୍କରେ କ୍ଲିକ୍ କରି ଗୋଟିଏ ନୂଆ ସଂସ୍ଥା କିମ୍ବା Company ତିଆରି କରନ୍ତୁ
02:04 Name ଫିଲ୍ଡରେ କମ୍ପାନୀର ନାମ ଡିଫଲ୍ଟ ରୂପେ ST Company Pvt Ltd ଥିବା ଆପଣ ଦେଖିପାରିବେ
02:12 କାରଣ ଇନଷ୍ଟଲେଶନ୍ ସମୟରେ ଆମେ ଏହି ନାମ ଦେଇଥିଲେ
02:17 ହେଲେ, ରିପୋର୍ଟ ଗୁଡ଼ିକରେ ନିଜ ପସନ୍ଦର ନାମ ପାଇଁ ଆପଣ ନାମକୁ ପରିବର୍ତ୍ତନ କରିପାରିବେ
02:23 ମୁଁ ପରିବର୍ତ୍ତନ କରିବି ନାହିଁ.

ତଳକୁ ସ୍କ୍ରୋଲ୍ କରନ୍ତୁ

02:28 Home currency ଫିଲ୍ଡରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ
02:32 ବିକଳ୍ପଗୁଡ଼ିକର ଗୋଟିଏ ତାଲିକା ଦୃଶ୍ୟମାନ ହେବ
02:35 କିନ୍ତୁ, ଏହି ତାଲିକାରେ Indian Rupees ଉପଲବ୍ଧ ନାହିଁ
02:39 ଯେହେତୁ ଆମ କମ୍ପାନୀ Indiaରେ ଅଛି, ତେଣୁ home currencyକୁ Indian Rupeesରେ ସେଟ୍-ଅପ୍ କରାଯିବ
02:45 ଚାଲନ୍ତୁ ଏହି ତାଲିକାରେ ଗୋଟିଏ ନୂଆ currency ଯୋଡ଼ିବା ବିଷୟରେ ଶିଖିବା
02:50 ଟପ୍ ମେନୁରେ ଥିବା Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
02:55 Maintenance ପ୍ୟାନେଲ୍‌ରେ ଥିବା Currencies ଲିଙ୍କରେ କ୍ଲିକ୍ କରନ୍ତୁ.

ଗୋଟିଏ ନୂଆ ୱିଣ୍ଡୋ ଦୃଶ୍ୟମାନ ହେବ

03:03 Currency Abbreviation ଫିଲ୍ଡରେ INR ଏବଂ Currency Symbol ଫିଲ୍ଡରେ Rs ଟାଇପ୍ କରନ୍ତୁ
03:11 Currency Name ଫିଲ୍ଡରେ Indian Rupees ଟାଇପ୍ କରନ୍ତୁ
03:15 Hundredths Name ଫିଲ୍ଡରେ Paise ଏବଂ Country ଫିଲ୍ଡରେ India ଟାଇପ୍ କରନ୍ତୁ
03:23 ବର୍ତ୍ତମାନ ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
03:28 ଆମେ New currency has been added ନାମକ ଗୋଟିଏ ସଫଳ ବାର୍ତ୍ତା ଦେଖିବାକୁ ପାଇବା
03:33 Company setup ପେଜ୍‌କୁ ଫେରି ଆସନ୍ତୁ.

ଏହା କରିବା ପାଇଁ ପ୍ରଥମେ ଟପ୍ ମେନୁରେ ଥିବା Setup ଏବଂ ତା’ପରେ Company Setup ଲିଙ୍କରେ କ୍ଲିକ୍ କରନ୍ତୁ

03:43 ତା’ପରେ ଏଠାରେ ପ୍ରଦର୍ଶିତ ହେବା ଭଳି ନିର୍ଦ୍ଦିଷ୍ଟ ଫିଲ୍ଡରେ Company ଆଡ୍ରେସ୍,
03:47 Domicile , Phone no, Email address ଏବଂ Company GST ନମ୍ବର୍ ଟାଇପ୍ କରନ୍ତୁ
03:58 ବର୍ତ୍ତମାନ Home Currencyର ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ
04:02 Indian Rupees ଚୟନ କରନ୍ତୁ
04:05 ତା’ପରେ ଚାଲନ୍ତୁ fiscal year ବିଷୟରେ ଶିଖିବା
04:09 ଡିଫଲ୍ଟ ଭାବେ ଗତ ଆର୍ଥିକ ବର୍ଷ ଯାହା, 1st January ରୁ ଆରମ୍ଭ ହୋଇ 31st December 2018ରେ ବନ୍ଦ ହୋଇଥିବା ପ୍ରଦର୍ଶିତ କରାଯାଇଛି
04:18 ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ କରିବା ସମୟରେ ତାରିଖ, ସ୍କ୍ରୀନ୍‌ରେ ପ୍ରଦର୍ଶିତ ହେବା ଭଳି ହେବ
04:24 ଆପଣ ଅଭ୍ୟାସ କରିବା ସମୟରେ ଏହା ଭିନ୍ନ ହୋଇପାରେ
04:28 ଧ୍ୟାନ ଦିଅନ୍ତୁ ଯେ, ଡେଟ୍ ଫର୍ମାଟ୍ MMDDYYYY ଅଟେ
04:35 Fiscal year କ’ଣ?
04:37 ଏହା ଗୋଟିଏ ସମୟ ଅବଧି ଅଟେ, ଯାହାକୁ ଗୋଟିଏ Company, ଆକାଉଣ୍ଟିଙ୍ଗ ଉଦ୍ଦେଶ୍ୟରେ ଏବଂ ଫାଇନାନଶିଅଲ୍ ଷ୍ଟେଟମେଣ୍ଟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଏ

ଏହା ଦେଶ ଅନୁସାରେ ଭିନ୍ନ ହୋଇଥାଏ

04:47 Fiscal Year setup

ଯେତେବେଳେ FrontAccountingରେ ଗୋଟିଏ ନୂଆ Company ତିଆରି କରାଯାଏ, ସେତେବେଳେ ସଠିକତାର ସହ Fiscal Year ସେଟ୍-ଅପ୍ କରିବା ଉଚିତ

04:56 ଡିଫଲ୍ଟ ଭାବେ FrontAccounting ସଫ୍ଟୱେର୍ ରେ fiscal year, January to December ଥାଏ
05:03 ଏହା ଭାରତରେ ଥିବା Companies ଏବଂ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ନୁହେଁ
05:08 ଆମକୁ ପ୍ରତି ଆର୍ଥିକ ବର୍ଷ ପାଇଁ 1st April ରୁ 31st Marchକୁ ସେହି ବର୍ଷର fiscal year ଭାବେ ସେଟ୍ କରିବାକୁ ହେବ
05:15 ଏହା Indian Accounting Standards ଅନୁସାରେ ଅଟେ
05:19 FrontAccounting ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
05:23 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏଣ୍ଟ୍ରୀଗୁଡ଼ିକୁ ସେଭ୍ କରିବା ପାଇଁ Update ବଟନ୍‌ରେ କ୍ଲିକ୍ କରନ୍ତୁ
05:28 Company setup has been updated ନାମକ ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
05:33 ବର୍ତ୍ତମାନ ଆମେ Fiscal Yearକୁ ସାମ୍ପ୍ରତିକ Financial Yearରେ ପରିବର୍ତ୍ତନ କରିବା
05:38 FrontAccountingର Setup ଟାବ୍‌ରେ କ୍ଲିକ୍ କରନ୍ତୁ
05:42 Fiscal Years ଲିଙ୍କରେ କ୍ଲିକ୍ କରନ୍ତୁ
05:45 ଡିଫଲ୍ଟ ଭାବେ Fiscal Yearର ଅବଧି 01 January 2018 ରୁ 31 December 2018 ପର୍ଯ୍ୟନ୍ତ ଥିବା ଆମେ ଦେଖିପାରିବା
05:55 ତେଣୁ ପ୍ରଥମେ 3 ମାସର ଗୋଟିଏ ଡମୀ ପିରିଅଡ୍ 01 January 2019 ରୁ 31 March 2019 ପର୍ଯ୍ୟନ୍ତ ତିଆରି କରନ୍ତୁ
06:05 କାହିଁକି ଡମୀ ପିରିଅଡ୍ କରିବା? ଏହାର କାରଣ ହେଉଛି Fiscal yearର ମଝିରେ ଥିବା ବ୍ୟବଧାନ, ଯେପରି 1st January ରୁ 31st December ଏବଂ Financial year, ଯାହା 1st April ରୁ 31st Marchକୁ ପୂରଣ କରିବାକୁ ହେବ
06:20 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ସମୟରେ ଆପଣଙ୍କର ଆର୍ଥିକ ବର୍ଷ ଭିନ୍ନ ହୋଇପାରେ
06:25 ଏପରି କ୍ଷେତ୍ରରେ ଅପଣଙ୍କୁ ସାମ୍ପ୍ରତିକ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପୂର୍ବ ସବୁ ବର୍ଷର fiscal yearକୁ ସେଟ୍-ଅପ୍ କରିବାକୁ ହେବ
06:33 ଆପଣ ବୁଝିବା ପାଇଁ ଏଠାରେ ଗୋଟିଏ ନମୁନା ଦିଆଯାଇଛି
06:38 ପ୍ରଥମେ 01 January 2019 ରୁ 31 March 2019 ଥିବା ଗୋଟିଏ 3 ମାସର ଡମୀ ପିରିଅଡ୍‌କୁ ଚୟନ କରନ୍ତୁ
06:47 ବର୍ତ୍ତମାନ Add New ବଟନ୍‌ରେ କ୍ଲିକ୍ କରନ୍ତୁ
06:51 dummy period ତିଆରି ହୋଇଯାଇଥିବା ଆପଣ ଦେଖିପାରିବେ
06:53 ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ - New Fiscal year has been added
06:58 ତା’ପରେ ଆମେ 1 April 2019 ରୁ 31 March 2020 ପର୍ଯ୍ୟନ୍ତ ଥିବା ସାମ୍ପ୍ରତିକ financial yearକୁ ଦେଖିପାରିବା
07:07 Is closed ବିକଳ୍ପକୁ No ରଖନ୍ତୁ, ଯେହେତୁ ଆକାଉଣ୍ଟିଙ୍ଗ ଉଦ୍ଦେଶ୍ୟରେ ଆମେ ସାମ୍ପ୍ରତିକ ଆର୍ଥିକ ବର୍ଷକୁ ବ୍ୟବହାର କରୁଛେ
07:15 ପୁନର୍ବାର Add new ବଟନ୍‌ରେ କ୍ଲିକ୍ କରନ୍ତୁ
07:19 ଏଠାରେ Financial Year ତିଆରି ହୋଇଯାଇଥିବା ଆପଣ ଦେଖିପାରିବେ
07:24 fiscal year, 1st January 2018 ରୁ 31st December 2018 ପର୍ଯ୍ୟନ୍ତ ବନ୍ଦ ଥିବା ଆମେ ଦେଖିପାରିବା
07:32 1st January 2019 ରୁ 31st March 2019 ପର୍ଯ୍ୟନ୍ତ ଡମୀ ପିରିଅଡ୍ ଆମେ ତିଆରି କରିଛେ
07:39 Is Closed ବିକଳ୍ପକୁ Yesରେ ପରିବର୍ତ୍ତନ କରନ୍ତୁ.

Edit ଆଇକନ୍‌ରେ କ୍ଲିକ୍ କରନ୍ତୁ

07:46 Is Closed ଡ୍ରପ୍-ଡାଉନ୍ ମେନୁରେ Yes ଚୟନ କରନ୍ତୁ
07:50 ଯଦି ଆବଶ୍ୟକ ନଥାଏ, ତେବେ ପୂର୍ବ ସମସ୍ତ ଆର୍ଥିକ ବର୍ଷକୁ ବନ୍ଦ କରିବା ପାଇଁ ସମାନ ପଦାଙ୍କ ଅନୁସରଣ କରନ୍ତୁ
07:57 Update ବଟନ୍‌ରେ କ୍ଲିକ୍ କରନ୍ତୁ
08:00 ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ - Selected fiscal year has been updated
08:05 ସେହିପରି ପରିବର୍ତ୍ତନ କରିବା ପାଇଁ ଆପଣ Edit ବଟନ୍‌କୁ ବ୍ୟବହାର କରିବେ
08:10 ବର୍ଷ ଡିଲିଟ୍ କରିବା ପାଇଁ cross (X) sign ଅଛି

ବର୍ତ୍ତମାନ କୌଣସି ଧାଡ଼ିକୁ ଡିଲିଟ୍ କରନ୍ତୁ ନାହିଁ

08:17 ବର୍ତ୍ତମାନ ଏହି ପରିବର୍ତ୍ତନଗୁଡ଼ିକୁ Company setupରେ ଅପଡେଟ୍ କରନ୍ତୁ
08:22 Setup ଟାବ୍‌ରେ କ୍ଲିକ୍ କରନ୍ତୁ.

ତା’ପରେ Company Setup ଲିଙ୍କରେ କ୍ଲିକ୍ କରନ୍ତୁ

08:28 Fiscal year ଫିଲ୍ଡରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ
08:32 ସାମ୍ପ୍ରତିକ Financial Yearକୁ 1st April 2019 ରୁ 31st March 2020 ପର୍ଯ୍ୟନ୍ତ ଚୟନ କରନ୍ତୁ, ଯାହା active ଭାବେ ପ୍ରଦର୍ଶିତ ହେଉଛି
08:41 ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ Login Timeout ବିକଳ୍ପକୁ ଯାଆନ୍ତୁ
08:46 6 ଲକ୍ଷ ସେକେଣ୍ଡ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ, ଯାହାଦ୍ଵାରା ବାରମ୍ବାର ହେଉଥିବା logout କିମ୍ବା timeoutକୁ ଏଡ଼ାଇ ହେବ
08:53 Update ବଟନ୍‌ରେ କ୍ଲିକ୍ କରନ୍ତୁ
08:56 ତା’ପରେ User Accountsକୁ ସେଟ୍-ଅପ୍ କରନ୍ତୁ
09:00 ପୁନର୍ବାର Setup ଟାବ୍‌ରେ କ୍ଲିକ୍ କରନ୍ତୁ
09:03 User Accounts Setup ଲିଙ୍କରେ କ୍ଲିକ୍ କରନ୍ତୁ
09:06 ଆମେ ନିମ୍ନଲିଖିତ ରୂପେ admin user loginର ସୂଚନାକୁ ଦେଖିପାରିବା

Full Name, Email, Access Level ଇତ୍ୟାଦି

09:15 ଇନଷ୍ଟଲେଶନ୍ ସମୟରେ ପ୍ରଦାନ କରାଯାଇଥିବା ଏହି ତଥ୍ୟଗୁଡ଼ିକୁ ମନେପକାନ୍ତୁ. ଗୋଟିଏ ନୂଆ user login ତିଆରି କରନ୍ତୁ
09:22 ଏଠାରେ ପ୍ରଦର୍ଶିତ ହେବା ଭଳି ନୂଆ ୟୁଜର୍‌ଙ୍କ ବିବରଣୀ ଟାଇପ୍ କରନ୍ତୁ.

ସେହିପରି ନିଜର ନୂଆ ୟୁଜର୍ ବିବରଣୀ ପ୍ରଦାନ କରନ୍ତୁ

09:30 Access Level fieldରେ ଥିବା ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରିବା ସହିତ Sub Admin ଚୟନ କରନ୍ତୁ
09:36 Language fieldରେ ଡିଫଲ୍ଟ ଭାବେ ଡ୍ରପ୍-ଡାଉନ୍ ବିକଳ୍ପ English ଅଟେ
09:42 ଏଠାରେ POSର ଅର୍ଥ Point of Sale ଅଟେ.

ବିକଳ୍ପକୁ Default ରଖନ୍ତୁ

09:49 Printing optionର ଡ୍ରପ୍-ଡାଉନ୍ ମେନୁରେ ଡିଫଲ୍ଟ ଅପସନ୍ ଭାବେ Browser printing supportକୁ ଚୟନ କରନ୍ତୁ
09:56 ତା’ପରେ reports ବିକଳ୍ପ ପାଇଁ ଥିବା popup ଚେକ୍-ବକ୍ସ ଡିଫଲ୍ଟ ଭାବେ ଚେକ୍ ହୋଇଥିବ
10:03 Add new ବଟନ୍‌ରେ କ୍ଲିକ୍ କରନ୍ତୁ.

ଗୋଟିଏ ମେସେଜ୍, A new user has been added ଦେଖାଦେବ

10:10 adminର ନିମ୍ନ ଭାଗରେ ଥିବା ପ୍ୟାନେଲ୍‌ରେ ନୂଆ user ଯୋଡ଼ି ହୋଇଯାଇଥିବା ଆମେ ଦେଖିପାରିବା
10:16 ପୁନର୍ବାର Setup ଟାବ୍‌ରେ କ୍ଲିକ୍ କରନ୍ତୁ
10:20 ତା’ପରେ ଚାଲନ୍ତୁ Access setupକୁ ଦେଖିବା
10:23 Role ଡ୍ରପ୍-ଡାଉନ୍ ମେନୁରେ କ୍ଲିକ୍ କରିବା ସହିତ Sub Admin ଚୟନ କରନ୍ତୁ
10:28 Sub Adminର ବ୍ୟବହାର ପାଇଁ ଗୋଟିଏ ଡିଫଲ୍ଟ access ପ୍ରଦାନ କରାଯାଇଥିବା ଆପଣ ଦେଖିପାରୁଥିବେ.

ତଳକୁ ସ୍କ୍ରୋଲ୍ କରନ୍ତୁ

10:35 Sub Admin ପାଇଁ ଉପଲବ୍ଧ ଥିବା ପର୍ମିଶନ୍‌ଗୁଡ଼ିକୁ ଆପଣ ଦେଖିପାରୁଥିବେ
10:39 Sub Adminର ବ୍ୟବହାର ପାଇଁ ଆପଣ ଆବଶ୍ୟକ ଅନୁସାରେ ବକ୍ସଗୁଡ଼ିକୁ ଚେକ୍ କିମ୍ବା ଅନଚେକ୍ ମଧ୍ୟ କରିପାରିବେ
10:46 ତା’ପରେ Save Role ବଟନ୍‌ରେ କ୍ଲିକ୍ କରନ୍ତୁ
10:49 ଗୋଟିଏ ମେସେଜ୍, Security role has been updated ଦୃଶ୍ୟମାନ ହେବ
10:54 ଏହି ପରି ନିଜର ଆବଶ୍ୟକତା ଅନୁସାରେ ଆପଣ ଅନେକ users ତିଆରି କରିବା ସହିତ ଆବଶ୍ୟକୀୟ ପର୍ମିଶନ୍ ଦେଇପାରିବେ
11:01 ପୁନର୍ବାର Setup ଟାବ୍‌ରେ ଏବଂ ପରେ Display Setup ଲିଙ୍କରେ କ୍ଲିକ୍ କରନ୍ତୁ
11:07 Decimal Places, Date format and Separators ଏବଂ ଅନ୍ୟ parametersକୁ ବଦଳାଇବା ପାଇଁ Display Setup ବ୍ୟବହାର କରାଯାଏ
11:16 Prices/amounts, Quantities, Exchange rate ଓ Percentages ପାଇଁ ଥିବା ଅନେକ Decimal Placesକୁ ଆପଣ ଦେଖିପାରିବେ
11:27 ଡ୍ରପ୍-ଡାଉନ୍ ମେନୁରେ ଚୟନ କରି Date format and Date Separatorsକୁ ବଦଳାଇ ହେବ
11:33 Date formatକୁ DDMMYYYYରେ ବଦଳାନ୍ତୁ
11:41 ଏହିପରି ଆପଣ ଅନେକ Miscellaneous Settings ମଧ୍ୟ ଦେଖିବାକୁ ପାଇବେ
11:45 ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବା ପାଇଁ Update ବଟନ୍‌ରେ କ୍ଲିକ୍ କରନ୍ତୁ
11:49 ଗୋଟିଏ ମେସେଜ୍, Display settings have been updated ଦୃଶ୍ୟମାନ ହେବ
11:54 ବର୍ତ୍ତମାନ fiscal yearର ଡେଟ୍ ଫର୍ମାଟ୍‌କୁ ଯାଞ୍ଚ କରନ୍ତୁ.

Setup ଟାବ୍‌କୁ ଯାଆନ୍ତୁ

12:01 Company Setup ପ୍ୟାନେଲ୍ ଅଧିନରେ ଥିବା Fiscal Years ଲିଙ୍କରେ କ୍ଲିକ୍ କରନ୍ତୁ
12:06 date format, DDMMYYYY ଫର୍ମାଟ୍ ରେ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ
12:14 ମନେପକାନ୍ତୁ, ଆରମ୍ଭରୁ ଆମେ fiscal year ଯୋଡ଼ିବା ସମୟରେ ଏହାର ଫର୍ମାଟ୍ MMDDYYYY ଥିଲା
12:23 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
12:28 ଏହି ଟ୍ୟୁଟୋରିଆଲରେ ଆମେ,

FrontAccountingର ଇଣ୍ଟରଫେସ୍ ଏବଂ Setup ଟାବ୍‌ରେ ଥିବା ବିଭିନ୍ନ ମଡ୍ୟୁଲ୍ ବିଷୟରେ ଜାଣିଲେ

12:36 ନିଜର ସଂସ୍ଥା କିମ୍ବା Company କିପରି ତିଆରି କରିବା, user accounts ସେଟ୍-ଅପ୍ କରିବା,
12:42 access ପର୍ମିଶନ୍‌କୁ ସେଟ୍-ଅପ୍ କରିବା ଏବଂ ସେଟ୍-ଅପ୍ ଡିସ୍‌ପ୍ଲେ ବିଷୟରେ ମଧ୍ୟ ଜାଣିବାକୁ ପାଇଲେ
12:50 ଗୋଟିଏ ଆସାଇନମେଣ୍ଟ ଭାବେ, User Accounts Setup ସାହାଯ୍ୟରେ ଗୋଟିଏ ନୂଆ user ଯୋଡ଼ନ୍ତୁ
12:55 Access Levelକୁ ଗୋଟିଏ Accountant ଭାବେ ସେଟ୍ କରନ୍ତୁ
12:59 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
13:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:15 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
13:24 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep