Difference between revisions of "Moodle-Learning-Management-System/C2/Users-in-Moodle/Oriya"
(Created page with "{| border=1 | '''Time''' | '''Narration''' |- | 00:01 | Users in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗ...") |
|||
Line 28: | Line 28: | ||
|- | |- | ||
| 00:51 | | 00:51 | ||
− | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍ରେ ତିଆରି କରାଯାଇଥିବ କିଛି "କୋର୍ସ" ଥିବା ଉଚିତ. | + | | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍ରେ ତିଆରି କରାଯାଇଥିବ କିଛି "କୋର୍ସ" ଥିବା ଉଚିତ. |
ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ | ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ | ||
Latest revision as of 13:19, 3 March 2020
Time | Narration |
00:01 | Users in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ :
ଜଣେ ୟୁଜର୍ଙ୍କୁ ଯୋଡ଼ିବା, ୟୁଜର୍ଙ୍କ ପ୍ରୋଫାଇଲ୍କୁ ଏଡିଟ୍ କରିବା, ଏବଂ ଅନେକ ୟୁଜର୍ଙ୍କୁ ଅପଲୋଡ୍ କରିବା ବିଷୟରେ ଶିଖିବା |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି:
Ubuntu Linux OS 16.04, XAMPP 5.6.30 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP, Moodle 3.3 ଓ Firefox ୱେବ୍ ବ୍ରାଉଜର୍. ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:43 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:51 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍ରେ ତିଆରି କରାଯାଇଥିବ କିଛି "କୋର୍ସ" ଥିବା ଉଚିତ.
ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ |
01:05 | ବ୍ରାଉଜର୍କୁ ଯାଆନ୍ତୁ ଏବଂ ନିଜର Admin Username ଓ Password ଦେଇ Moodle ୱେବ୍ ସାଇଟ୍ରେ ଲଗ୍ ଇନ୍ କରନ୍ତୁ |
01:14 | Moodleରେ ଏକ ନୂଆ "ୟୁଜର୍” କିପରି ତିଆରି କରାଯାଏ, ତାହା ଆମେ ଏବେ ଶିଖିବା |
01:19 | Navigation Blockରେ Site Administration ଉପରେ କ୍ଲିକ୍ କରି Users ଟାବ୍ ଉପରେ କ୍ଲିକ୍ କରନ୍ତୁ |
01:28 | Add a New User ବିକଳ୍ପ ଉପରେ କ୍ଲିକ୍ କରନ୍ତୁ |
01:32 | ମୁଁ Username ଭାବେ adminuser2 ଲେଖିବି |
01:37 | ସ୍କ୍ରୋଲ୍ କରି New Password ଫିଲ୍ଡକୁ ଯାଆନ୍ତୁ.
Click to Enter Text ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
01:45 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, Pasword, ଏଠାରେ ଦେଖାଯାଇଥିବା ନିୟମକୁ ପାଳନ କରୁଥିବ |
01:51 | ମୋର Password ଭାବେ ମୁଁ Spokentutorial1@ ଲେଖିବି |
01:57 | Force Password Change ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
02:02 | ଯେତେବେଳେ ଜଣେ ନୂଆ "ୟୁଜର୍" ପ୍ରଥମ ଥର ପାଇଁ ଲଗ୍ ଇନ୍ କରନ୍ତି, ତେବେ ଏହା ତାଙ୍କୁ ନିଜର Password ବଦଳାଇବାକୁ ବାଧ୍ୟ କରିଥାଏ |
02:10 | ଏଠାରେ ଦେଖାଯାଇଥିବା ଭଳି ଆପଣଙ୍କ ପସନ୍ଦ ଅନୁସାରେ ଅବଶିଷ୍ଟ ବିବରଣୀ ଲେଖନ୍ତୁ |
02:16 | Email Displayରେ ମୁଁ Allow Everyone to See My Email Addressକୁ ଚୟନ କରିଛି.
କାରଣ, ମୁଁ ଏହି “ୟୁଜର୍”ଙ୍କୁ ପରେ Admin User କରିବାକୁ ଯାଉଛି |
02:30 | ହେଲେ, Teachers ଓ Studentsଙ୍କ ଭଳି ଅନ୍ୟ “ୟୁଜର୍”ମାନଙ୍କ ପାଇଁ ଏହାକୁ ଏଡ଼ାଇହେବ |
02:37 | ଏବେ ପାଇଁ ଆମେ City/Town ଫିଲ୍ଡକୁ ଖାଲି ଛାଡ଼ିଦେବା. ଏହି “ୟୁଜର୍”କୁ ଏଡିଟ୍ କରିବା ସମୟରେ ଆମେ ଏହାକୁ ଅପଡେଟ୍ କରିଦେବା |
02:47 | ଏହାପରେ, Country ଓ Timezone ଚୟନ କରନ୍ତୁ |
02:52 | ଅବଶିଷ୍ଟ ସମସ୍ତ ଫିଲ୍ଡକୁ ଡିଫଲ୍ଟ ଭାବରେ ଛାଡ଼ିଦିଅନ୍ତୁ |
02:56 | ତଳକୁ ସ୍କ୍ରୋଲ୍ କରି Create User ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:01 | ଏବେ ଆମ ପାଖରେ 2ଟି “ୟୁଜର୍” ଅଛନ୍ତି. ଟିକିଏ ସମୟ ପୂର୍ବରୁ ତିଆରି କରାଯାଇଥିବା System Admin2 User ଉପରେ କ୍ଲିକ୍ କରନ୍ତୁ |
03:10 | ଡାହାଣପଟେ ଥିବା Edit Profile ଲିଙ୍କ୍ ଉପରେ କ୍ଲିକ୍ କରି ଏହି ୟୁଜର୍ଙ୍କ ପ୍ରୋଫାଇଲ୍ ଏଡିଟ୍ କରନ୍ତୁ. City/Town ଟେକ୍ସଟ୍ ବକ୍ସରେ Mumbai ଲେଖନ୍ତୁ |
03:22 | ତଳକୁ ସ୍କ୍ରୋଲ୍ କରି Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏହିଭଳି ଭାବେ, ଯେକୌଣସି ୟୁଜର୍ଙ୍କ ପାଇଁ ଆମେ ଯେକୌଣସି ବିବରଣୀ ଏଡିଟ୍ କରିପାରିବା |
03:33 | ଏହି ନୂଆ “ୟୁଜର୍”ଙ୍କ ଡାହାଣପଟେ ଥିବା 3ଟି ଆଇକନ୍କୁ ଦେଖନ୍ତୁ. ସେଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପ୍ରତ୍ୟେକଟି ଉପରେ ମାଉସ୍ ଚଲାନ୍ତୁ |
03:43 | Delete ଆଇକନ୍ “ୟୁଜର୍”ଙ୍କୁ ଡିଲିଟ୍ କରିଦେବ.
ଦୟାକରି ଧ୍ୟାନ ଦିଅନ୍ତୁ: ଜଣେ “ୟୁଜର୍”ଙ୍କୁ ଡିଲିଟ୍ କଲେ, ତାହା ତାଙ୍କର କୋର୍ସ ପଞ୍ଜୀକରଣ, ଗ୍ରେଡ୍ ଆଦି ସମେତ ସମସ୍ତ ଡେଟା ଡିଲିଟ୍ କରିଦେବ. ତେଣୁ, ଏହି ବିକଳ୍ପକୁ ଅତ୍ୟନ୍ତ ସାବଧାନତାର ସହ ବ୍ୟବହାର କରାଯିବା ଉଚିତ |
04:03 | Eye ଆଇକନ୍ “ୟୁଜର୍”ଙ୍କୁ ସସପେଣ୍ଡ କରିଦେବ. ସସପେଣ୍ଡ କରିବାର ଅର୍ଥ ହେଉଛି, ଗୋଟିଏ ୟୁଜର୍ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେବା |
04:13 | ଯେଉଁଥିରୁ “ୟୁଜର୍” ଆଉ ଲଗ୍ ଇନ୍ କରିପାରିବେ ନାହିଁ, କିନ୍ତୁ ତାଙ୍କର ପଞ୍ଜୀକରଣ, ଗ୍ରେଡ୍ ଆଦି ଅପରିବର୍ତ୍ତିତ ରହିବ |
04:24 | “ୟୁଜର୍”ଙ୍କୁ ଡିଲିଟ୍ କରିବା ବଦଳରେ ଏହା କରିବା ଭଲ |
04:29 | ଭବିଷ୍ୟତ ଉଦ୍ଦେଶ୍ୟ ପାଇଁ ଏହା ରେକର୍ଡଗୁଡ଼ିକୁ ସଂରକ୍ଷିତ ରଖିବ ଏବଂ ଯେବେ ଚାହିଁଲେ “ୟୁଜର୍”ଙ୍କୁ ପୁଣିଥରେ ସକ୍ରିୟ କରିହେବ |
04:37 | ଏହାପରେ ହେଉଛି Gear ଆଇକନ୍. ଏହା ଆମକୁ Edit Profile ପେଜ୍କୁ ନେଇଯିବ |
04:43 | ଧ୍ୟାନ ଦିଅନ୍ତୁ ଯେ, Admin User ପାଖରେ Delete ଓ Suspend ଆଇକନ୍ ଦେଖାଯିବ ନାହିଁ |
04:51 | ଏହାର କାରଣ ହେଉଛି Main System Administratorକୁ କେବେବି ଡିଲିଟ୍ କିମ୍ୱା ନିଷ୍କ୍ରିୟ କରାଯାଇପାରିବ ନାହିଁ |
04:59 | ଏବେ, “ୟୁଜର୍”ଙ୍କୁ ବଲ୍କ ଆକାରରେ, ଅର୍ଥାତ୍ ଗୋଟିଏ ଥରରେ ଯୋଡ଼ିବା ବିଷୟରେ ଶିଖିବା |
05:05 | ଏଥିପାଇଁ, ଆମକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ନିର୍ଦ୍ଦିଷ୍ଟ ଡେଟା ସହିତ ଗୋଟିଏ ଫାଇଲ୍ ଅପଲୋଡ୍ କରିବାକୁ ହେବ. ଗ୍ରହଣଯୋଗ୍ୟ ଫାଇଲ୍ ପ୍ରକାର ହେଉଛି CSV |
05:16 | ପ୍ରଦର୍ଶନ ପାଇଁ ମୁଁ ପୂର୍ବରୁ ତିଆରି କରିସାରିଥିବା user-details-upload.csv ଫାଇଲ୍ ଖୋଲିବି |
05:25 | ମୁଁ LibreOffice Calc ବ୍ୟବହାର କରୁଛି, ଯାହା ହେଉଛି LibreOffice Suiteର “ସ୍ପ୍ରେଡଶୀଟ୍” କମ୍ପୋନେଣ୍ଟ |
05:32 | ଏହି ଫାଇଲ୍ରେ ନିମ୍ନ ସ୍ତମ୍ଭ ରହିଛି:
Username, Password, Firstname, Lastname, ଏହି 5ଟି ଯାକ ଫିଲ୍ଡ ହେଉଛି ବାଧ୍ୟତାମୂଳକ ଫିଲ୍ଡ |
05:47 | ସେଥିରେ କେତେକ ଇଚ୍ଛାଧୀନ ଫିଲ୍ଡ ମଧ୍ୟ ରହିଛି:
Institution, Department, Phone1, Address, Course1, Role1 |
05:58 | ଧ୍ୟାନ ଦିଅନ୍ତୁ ଯେ, ଫିଲ୍ଡ ଟାଇଟଲ୍ଗୁଡ଼ିକ ଏହି ସ୍ପ୍ରେଡ୍ ଶୀଟ୍ରେ ଲେଖାଯାଇଥିବା ଭଳି ଅବିକଳ ହେବା ଦରକାର, ଅର୍ଥାତ୍ ଲୋଅର୍ କେସ୍ରେ.
ଅନ୍ୟଥା, ଅପଲୋଡ୍ କଲେ ଏକ ଏରର୍ ଦେଖାଦେବ |
06:11 | “ୟୁଜର୍”ଙ୍କ ନାମାଙ୍କନ କରିବାକୁ ଯଦି ଆମ ପାଖରେ କେବଳ ଗୋଟିଏ “କୋର୍ସ” ଥାଏ, ତେବେ ଆମେ ଫିଲ୍ଡସ୍ ଟାଇଟଲ୍ରେ 1 ସଫିକ୍ସ କରିବା |
06:19 | ଯଦି ଅଧିକ “କୋର୍ସ”ଗୁଡ଼ିକରେ ଆପଣ “ୟୁଜର୍ସ”ଙ୍କ ନାମାଙ୍କନ କରିବାକୁ ଚାହାନ୍ତି, ତେବେ Course2, Role2 ଆଦି ସହ ଅଧିକ ସ୍ତମ୍ଭ ଯୋଡ଼ନ୍ତୁ |
06:29 | ଦଯାକରି ଧ୍ୟାନ ଦିଅନ୍ତୁ: Course1 ଫିଲ୍ଡରେ Course Short Name ଏବଂ Role1 ଫିଲ୍ଡରେ Role Short Name ଇନପୁଟ୍ ଦେବା ଉଚିତ |
06:39 | ଜଣେ ବିଦ୍ୟାର୍ଥୀ ପାଇଁ Role Short Name ହେଉଛି student ଏବଂ ଜଣେ ଶିକ୍ଷକଙ୍କ ପାଇଁ editingteacher |
06:47 | ଏହି CSV ଫାଇଲ୍ରେ ଆମ ପାଖରେ 3 ଜଣ “ୟୁଜର୍” ରହିବେ:
System Admin2 “ୟୁଜର୍”, ଯାହାଙ୍କୁ ମାନୁଆଲୀ ତିଆରି କରାଯାଇସାରିଛି, କେବଳ 5ଟି ବାଧ୍ୟତାମୂଳକ ଫିଲ୍ଡ ଓ ଅନ୍ୟ ଇଚ୍ଛାଧୀନ ଫିଲ୍ଡ ସହିତ ଜଣେ ୟୁଜର୍ ଏବଂ ସମସ୍ତ ବିବରଣୀ ସହ ଜଣେ ୟୁଜର୍ |
07:08 | ଏହି CSV ଫାଇଲ୍ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
07:17 | CSV ଫାଇଲ୍ ତିଆରି ବିଷୟରେ ଏହି ଟ୍ୟୁଟୋରିଆଲର Additional Reading Materialରେ ଅଧିକ ସୂଚନା ଅଛି |
07:25 | ଏବେ, ବ୍ରାଉଜର୍କୁ ଫେରିଆସନ୍ତୁ |
07:29 | Navigation Blockରେ ଥିବା Site Administration ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
07:34 | ତା’ପରେ, Users ଟାବ୍ ଉପରେ କ୍ଲିକ୍ କରନ୍ତୁ. Accounts ବିଭାଗରେ ଥିବା Upload Users ଉପରେ କ୍ଲିକ୍ କରନ୍ତୁ |
07:43 | Choose a File ବଟନ୍ ଉପରେ କ୍କ୍ଲିକ୍ କରନ୍ତୁ. File Picker ସହିତ ଗୋଟିଏ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିବ |
07:51 | ଯଦି ସେହି ଲିଙ୍କରେ ପପ୍-ଅପ୍ ୱିଣ୍ଡୋଟି ନଥିବ, ତେବେ ବାମପଟ ମେନୁରେ ଥିବା Upload a File ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ, |
07:59 | Browse / Choose a File, ଯାହା ବି ଆପଣଙ୍କ ଇଣ୍ଟରଫେସ୍ ରେ ଦେଖାଦେବ, ତାହା ଉପରେ କ୍ଲିକ୍ କରନ୍ତୁ. ସେଭ୍ କରାଯାଇଥିବା ଫୋଲ୍ଡର୍କୁ ଯାଇ CSV ଫାଇଲ୍ ଚୟନ କରନ୍ତୁ |
08:11 | ଅନ୍ୟ ସମସ୍ତ ଫିଲ୍ଡକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ. |
08:15 | ପେଜ୍ ତଳେ ଥିବା Upload This File ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:21 | ଏବେ, ଟେକ୍ସଟ୍ ଏରିଆରେ ଲେଖାଥିବା ଫାଇଲ୍ ନାମ ସହିତ ସେହି ସ୍କ୍ରୀନ୍ ରିଫ୍ରେଶ୍ ହେବ |
08:27 | ତଳେ ଥିବା ବଟନ୍ଟି ଏବେ ବଦଳି Uload Users ହୋଇଯାଇଛି. ସେହି ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:35 | ଆମେ ଅପଲୋଡ୍ କରୁଥିବା ୟୁଜର୍ ମାନଙ୍କର “ପ୍ରିଭ୍ୟୁ” ପରବର୍ତ୍ତୀ ପେଜ୍ ଦେଖାଇଥାଏ. ଭାଲ୍ୟୁଗୁଡ଼ିକ ଠିକ୍ ଅଛି କି ନାହିଁ, ଦେଖନ୍ତୁ. Settings ବିଭାଗକୁ ଯାଞ୍ଚ କରନ୍ତୁ |
08:48 | Upload Type ଡ୍ରପ୍-ଡାଉନ୍ ରେ 4ଟି ବିକଳ୍ପ ରହିଛି |
08:53 | ଏହି 3ଟି ବିକଳ୍ପକୁ, ବିଦ୍ୟମାନ ୟୁଜର୍ ମାନଙ୍କର ରେକର୍ଡ ଅପଡେଟ୍ କରିବା ପାଇଁ ବ୍ୟବହାର କରାଯାଇପାରେ. Add New Only, Skip Existing Users ଚୟନ କରନ୍ତୁ |
09:05 | ଏହାର ଅର୍ଥ ହେଉଛି, ଯଦି Username ପୂର୍ବରୁ ରହିଥିବ, ତେବେ ତାହା ଯୋଡ଼ିହେବ ନାହିଁ |
09:11 | New User Password ଡ୍ରପ୍-ଡାଉନ୍ରେ ଥିବା Field Required in File ଚୟନ କରନ୍ତୁ |
09:17 | Force Password Changeରେ, All ଚୟନ କରନ୍ତୁ. ପ୍ରଥମ ଥର ପାଇଁ ଲଗ୍ ଇନ୍ କରୁଥିଲେ, ନିଜ ନିଜର ପାସ୍ୱର୍ଡ ବଦଳାଇବା ପାଇଁ ଏହା ସମସ୍ତ ୟୁଜର୍ଙ୍କୁ କହିବ |
09:27 | ଏହି ବିଭାଗର ଅନ୍ୟ ଫିଲ୍ଡଗୁଡ଼ିକୁ “ଡିଫଲ୍ଟ” ଭାବେ ଛାଡ଼ିଦିଅନ୍ତୁ. |
09:32 | ଆସନ୍ତୁ ଏବେ, Default Values ବିଭାଗ ଦେଖିବା |
09:36 | Email Displayରେ ଥିବା Allow Only Other Course Members to See my Email Address ଚୟନ କରନ୍ତୁ |
09:44 | ଯଦି ଡିଫଲ୍ଟ ଫିଲ୍ଡଗୁଡ଼ିକ ସମସ୍ତ “ୟୁଜର୍”ଙ୍କ ପାଇଁ ସମାନ ଥିବ, ତେବେ ଆପଣ ଇନପୁଟ୍ ଦେଇପାରିବେ. ଅପଲୋଡ୍ ହୋଇଥିବା ସମସ୍ତ “ୟୁଜର୍”ଙ୍କ ପାଇଁ ଏହି ଫିଲ୍ଡଗୁଡ଼ିକ ବ୍ୟବହୃତ ହେବ |
09:55 | City/Townରେ ମୁଁ Mumbai ଟାଇପ୍ କରିବି |
09:59 | ତା’ପରେ, Show More... ଉପରେ କ୍ଲିକ୍ କରନ୍ତୁ.
ସେଥିରେ ଅନେକ ଫିଳ୍ଡ ଅଛି, ଯେଉଁଥିରେ ଆମେ ଡେଟା ଭରିପାରିବା |
10:07 | କିନ୍ତୁ, ସେଗୁଡ଼ିକ ମଧ୍ୟରୁ କେଉଁଟି ବାଧ୍ୟତାମୂଳକ ନୁହେଁ. ତେଣୁ, ଏବେପାଇଁ ସେଗୁଡ଼ିକୁ ଖାଲି ଛାଡ଼ିଦିଅନ୍ତୁ |
10:15 | ପେଜ୍ ତଳେ ଥିବା Upload Users ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:20 | ଏଠାରେ ପ୍ରଦର୍ଶିତ Upload Users Result ଟେବଲ୍ର ଷ୍ଟେଟସ୍ ସ୍ତମ୍ଭ ଉପରେ ନଜର ପକାନ୍ତୁ |
10:27 | 1ମ ୟୁଜର୍ ପାଇଁ, ଷ୍ଟେଟସ୍ ବାର୍ତ୍ତା ହେଉଛି:
User Not Added - Already Registered |
10:35 | ଏହି ୟୁଜର୍, ସିଷ୍ଟମ୍ରେ ପୂର୍ବରୁ ଥିବାରୁ ଏହାକୁ ଛାଡ଼ିଦିଆଗଲା |
10:40 | ଅବଶିଷ୍ଟ ୟୁଜର୍ମାନଙ୍କୁ New Users ଭାବେ ଯୋଡ଼ିଦିଆଗଲା |
10:45 | ଏଠାରେ ପ୍ରଦର୍ଶିତ ଷ୍ଟେଟସ୍କୁ ଦେଖନ୍ତୁ |
10:49 | Password ନିୟମ ଲାଗୁ ହେଉ ନଥିବା ପାସ୍ୱର୍ଡଗୁଡ଼ିକୁ Weak passwords କୁହାଯାଏ |
10:54 | ଯଦିଓ ଏଗୁଡ଼ିକୁ ସିଷ୍ଟମ୍ରେ ଅପଲୋଡ୍ କରାଯାଏ, କିନ୍ତୁ ସର୍ବଦା ଷ୍ଟ୍ରଙ୍ଗ passwordsକୁ ଅଗ୍ରାଧିକାର ଦିଆଯାଏ |
11:01 | Continue ବଟନ୍ରେ କ୍ଲିକ୍ କରନ୍ତୁ. ଆପଣ ତିଆରି କରିଥିବା ସମସ୍ତ usersକୁ ଦେଖନ୍ତୁ |
11:08 | Site Administrationରେ କ୍ଲିକ୍ କରନ୍ତୁ. ତା’ପରେ Users ଟାବ୍ରେ କ୍ଲିକ୍ କରନ୍ତୁ. Accounts ବିଭାଗରେ ଥିବା Browse list of users ଉପରେ କ୍ଲିକ୍ କରନ୍ତୁ |
11:20 | ବର୍ତ୍ତମାନ ଆମ ପାଖରେ 4ଟି user ଅଛି |
11:23 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
11:29 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
ଜଣେ ୟୁଜର୍ଙ୍କୁ ଯୋଡ଼ିବା, ୟୁଜର୍ଙ୍କ ପ୍ରୋଫାଇଲ୍କୁ ଏଡିଟ୍ କରିବା, ଏବଂ ଅନେକ ୟୁଜର୍ଙ୍କୁ ଅପଲୋଡ୍ କରିବା ବିଷୟରେ ଶିଖିବା |
11:39 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:55 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
12:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:11 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି |
12:15 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |