Moodle-Learning-Management-System/C2/Users-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Users in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ :

ଜଣେ ୟୁଜର୍‌ଙ୍କୁ ଯୋଡ଼ିବା, ୟୁଜର୍‌ଙ୍କ ପ୍ରୋଫାଇଲ୍‌କୁ ଏଡିଟ୍ କରିବା, ଏବଂ ଅନେକ ୟୁଜର୍‌ଙ୍କୁ ଅପଲୋଡ୍ କରିବା ବିଷୟରେ ଶିଖିବା

00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି:

Ubuntu Linux OS 16.04, XAMPP 5.6.30 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP, Moodle 3.3 ଓ Firefox ୱେବ୍ ବ୍ରାଉଜର୍. ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:43 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:51 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍‌ରେ ତିଆରି କରାଯାଇଥିବ କିଛି "କୋର୍ସ" ଥିବା ଉଚିତ.

ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲଗୁଡ଼ିକୁ ଦେଖନ୍ତୁ

01:05 ବ୍ରାଉଜର୍‌କୁ ଯାଆନ୍ତୁ ଏବଂ ନିଜର Admin Username ଓ Password ଦେଇ Moodle ୱେବ୍ ସାଇଟ୍‌ରେ ଲଗ୍ ଇନ୍ କରନ୍ତୁ
01:14 Moodleରେ ଏକ ନୂଆ "ୟୁଜର୍” କିପରି ତିଆରି କରାଯାଏ, ତାହା ଆମେ ଏବେ ଶିଖିବା
01:19 Navigation Blockରେ Site Administration ଉପରେ କ୍ଲିକ୍ କରି Users ଟାବ୍ ଉପରେ କ୍ଲିକ୍ କରନ୍ତୁ
01:28 Add a New User ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
01:32 ମୁଁ Username ଭାବେ adminuser2 ଲେଖିବି
01:37 ସ୍କ୍ରୋଲ୍ କରି New Password ଫିଲ୍ଡକୁ ଯାଆନ୍ତୁ.

Click to Enter Text ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

01:45 ଦୟାକରି ଧ୍ୟାନ ଦିଅନ୍ତୁ ଯେ, Pasword, ଏଠାରେ ଦେଖାଯାଇଥିବା ନିୟମକୁ ପାଳନ କରୁଥିବ
01:51 ମୋର Password ଭାବେ ମୁଁ Spokentutorial1@ ଲେଖିବି
01:57 Force Password Change ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
02:02 ଯେତେବେଳେ ଜଣେ ନୂଆ "ୟୁଜର୍" ପ୍ରଥମ ଥର ପାଇଁ ଲଗ୍ ଇନ୍ କରନ୍ତି, ତେବେ ଏହା ତାଙ୍କୁ ନିଜର Password ବଦଳାଇବାକୁ ବାଧ୍ୟ କରିଥାଏ
02:10 ଏଠାରେ ଦେଖାଯାଇଥିବା ଭଳି ଆପଣଙ୍କ ପସନ୍ଦ ଅନୁସାରେ ଅବଶିଷ୍ଟ ବିବରଣୀ ଲେଖନ୍ତୁ
02:16 Email Displayରେ ମୁଁ Allow Everyone to See My Email Addressକୁ ଚୟନ କରିଛି.

କାରଣ, ମୁଁ ଏହି “ୟୁଜର୍”ଙ୍କୁ ପରେ Admin User କରିବାକୁ ଯାଉଛି

02:30 ହେଲେ, Teachers ଓ Studentsଙ୍କ ଭଳି ଅନ୍ୟ “ୟୁଜର୍”ମାନଙ୍କ ପାଇଁ ଏହାକୁ ଏଡ଼ାଇହେବ
02:37 ଏବେ ପାଇଁ ଆମେ City/Town ଫିଲ୍ଡକୁ ଖାଲି ଛାଡ଼ିଦେବା. ଏହି “ୟୁଜର୍”କୁ ଏଡିଟ୍ କରିବା ସମୟରେ ଆମେ ଏହାକୁ ଅପଡେଟ୍ କରିଦେବା
02:47 ଏହାପରେ, Country ଓ Timezone ଚୟନ କରନ୍ତୁ
02:52 ଅବଶିଷ୍ଟ ସମସ୍ତ ଫିଲ୍ଡକୁ ଡିଫଲ୍ଟ ଭାବରେ ଛାଡ଼ିଦିଅନ୍ତୁ
02:56 ତଳକୁ ସ୍କ୍ରୋଲ୍ କରି Create User ବଟନ୍ ଉପରେ କ୍ଲିକ୍ କରନ୍ତୁ
03:01 ଏବେ ଆମ ପାଖରେ 2ଟି “ୟୁଜର୍” ଅଛନ୍ତି. ଟିକିଏ ସମୟ ପୂର୍ବରୁ ତିଆରି କରାଯାଇଥିବା System Admin2 User ଉପରେ କ୍ଲିକ୍ କରନ୍ତୁ
03:10 ଡାହାଣପଟେ ଥିବା Edit Profile ଲିଙ୍କ୍ ଉପରେ କ୍ଲିକ୍ କରି ଏହି ୟୁଜର୍‌ଙ୍କ ପ୍ରୋଫାଇଲ୍ ଏଡିଟ୍ କରନ୍ତୁ. City/Town ଟେକ୍ସଟ୍ ବକ୍ସରେ Mumbai ଲେଖନ୍ତୁ
03:22 ତଳକୁ ସ୍କ୍ରୋଲ୍ କରି Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏହିଭଳି ଭାବେ, ଯେକୌଣସି ୟୁଜର୍‌ଙ୍କ ପାଇଁ ଆମେ ଯେକୌଣସି ବିବରଣୀ ଏଡିଟ୍ କରିପାରିବା
03:33 ଏହି ନୂଆ “ୟୁଜର୍”ଙ୍କ ଡାହାଣପଟେ ଥିବା 3ଟି ଆଇକନ୍‌କୁ ଦେଖନ୍ତୁ. ସେଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପ୍ରତ୍ୟେକଟି ଉପରେ ମାଉସ୍ ଚଲାନ୍ତୁ
03:43 Delete ଆଇକନ୍ “ୟୁଜର୍”ଙ୍କୁ ଡିଲିଟ୍ କରିଦେବ.

ଦୟାକରି ଧ୍ୟାନ ଦିଅନ୍ତୁ: ଜଣେ “ୟୁଜର୍”ଙ୍କୁ ଡିଲିଟ୍ କଲେ, ତାହା ତାଙ୍କର କୋର୍ସ ପଞ୍ଜୀକରଣ, ଗ୍ରେଡ୍ ଆଦି ସମେତ ସମସ୍ତ ଡେଟା ଡିଲିଟ୍ କରିଦେବ. ତେଣୁ, ଏହି ବିକଳ୍ପକୁ ଅତ୍ୟନ୍ତ ସାବଧାନତାର ସହ ବ୍ୟବହାର କରାଯିବା ଉଚିତ

04:03 Eye ଆଇକନ୍ “ୟୁଜର୍”ଙ୍କୁ ସସପେଣ୍ଡ କରିଦେବ. ସସପେଣ୍ଡ କରିବାର ଅର୍ଥ ହେଉଛି, ଗୋଟିଏ ୟୁଜର୍ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେବା
04:13 ଯେଉଁଥିରୁ “ୟୁଜର୍” ଆଉ ଲଗ୍ ଇନ୍ କରିପାରିବେ ନାହିଁ, କିନ୍ତୁ ତାଙ୍କର ପଞ୍ଜୀକରଣ, ଗ୍ରେଡ୍ ଆଦି ଅପରିବର୍ତ୍ତିତ ରହିବ
04:24 “ୟୁଜର୍”ଙ୍କୁ ଡିଲିଟ୍ କରିବା ବଦଳରେ ଏହା କରିବା ଭଲ
04:29 ଭବିଷ୍ୟତ ଉଦ୍ଦେଶ୍ୟ ପାଇଁ ଏହା ରେକର୍ଡଗୁଡ଼ିକୁ ସଂରକ୍ଷିତ ରଖିବ ଏବଂ ଯେବେ ଚାହିଁଲେ “ୟୁଜର୍”ଙ୍କୁ ପୁଣିଥରେ ସକ୍ରିୟ କରିହେବ
04:37 ଏହାପରେ ହେଉଛି Gear ଆଇକନ୍. ଏହା ଆମକୁ Edit Profile ପେଜ୍‌କୁ ନେଇଯିବ
04:43 ଧ୍ୟାନ ଦିଅନ୍ତୁ ଯେ, Admin User ପାଖରେ Delete ଓ Suspend ଆଇକନ୍ ଦେଖାଯିବ ନାହିଁ
04:51 ଏହାର କାରଣ ହେଉଛି Main System Administratorକୁ କେବେବି ଡିଲିଟ୍ କିମ୍ୱା ନିଷ୍କ୍ରିୟ କରାଯାଇପାରିବ ନାହିଁ
04:59 ଏବେ, “ୟୁଜର୍”ଙ୍କୁ ବଲ୍କ ଆକାରରେ, ଅର୍ଥାତ୍ ଗୋଟିଏ ଥରରେ ଯୋଡ଼ିବା ବିଷୟରେ ଶିଖିବା
05:05 ଏଥିପାଇଁ, ଆମକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ନିର୍ଦ୍ଦିଷ୍ଟ ଡେଟା ସହିତ ଗୋଟିଏ ଫାଇଲ୍ ଅପଲୋଡ୍ କରିବାକୁ ହେବ. ଗ୍ରହଣଯୋଗ୍ୟ ଫାଇଲ୍ ପ୍ରକାର ହେଉଛି CSV
05:16 ପ୍ରଦର୍ଶନ ପାଇଁ ମୁଁ ପୂର୍ବରୁ ତିଆରି କରିସାରିଥିବା user-details-upload.csv ଫାଇଲ୍ ଖୋଲିବି
05:25 ମୁଁ LibreOffice Calc ବ୍ୟବହାର କରୁଛି, ଯାହା ହେଉଛି LibreOffice Suiteର “ସ୍ପ୍ରେଡଶୀଟ୍” କମ୍ପୋନେଣ୍ଟ
05:32 ଏହି ଫାଇଲ୍‌ରେ ନିମ୍ନ ସ୍ତମ୍ଭ ରହିଛି:

Username,

Password,

Firstname,

Lastname,

Email

ଏହି 5ଟି ଯାକ ଫିଲ୍ଡ ହେଉଛି ବାଧ୍ୟତାମୂଳକ ଫିଲ୍ଡ

05:47 ସେଥିରେ କେତେକ ଇଚ୍ଛାଧୀନ ଫିଲ୍ଡ ମଧ୍ୟ ରହିଛି:

Institution,

Department,

Phone1,

Address,

Course1,

Role1

05:58 ଧ୍ୟାନ ଦିଅନ୍ତୁ ଯେ, ଫିଲ୍ଡ ଟାଇଟଲ୍‌ଗୁଡ଼ିକ ଏହି ସ୍ପ୍ରେଡ୍ ଶୀଟ୍‌ରେ ଲେଖାଯାଇଥିବା ଭଳି ଅବିକଳ ହେବା ଦରକାର, ଅର୍ଥାତ୍ ଲୋଅର୍ କେସ୍‌ରେ.

ଅନ୍ୟଥା, ଅପଲୋଡ୍ କଲେ ଏକ ଏରର୍ ଦେଖାଦେବ

06:11 “ୟୁଜର୍”ଙ୍କ ନାମାଙ୍କନ କରିବାକୁ ଯଦି ଆମ ପାଖରେ କେବଳ ଗୋଟିଏ “କୋର୍ସ” ଥାଏ, ତେବେ ଆମେ ଫିଲ୍ଡସ୍ ଟାଇଟଲ୍‌ରେ 1 ସଫିକ୍ସ କରିବା
06:19 ଯଦି ଅଧିକ “କୋର୍ସ”ଗୁଡ଼ିକରେ ଆପଣ “ୟୁଜର୍ସ”ଙ୍କ ନାମାଙ୍କନ କରିବାକୁ ଚାହାନ୍ତି, ତେବେ Course2, Role2 ଆଦି ସହ ଅଧିକ ସ୍ତମ୍ଭ ଯୋଡ଼ନ୍ତୁ
06:29 ଦଯାକରି ଧ୍ୟାନ ଦିଅନ୍ତୁ: Course1 ଫିଲ୍ଡରେ Course Short Name ଏବଂ Role1 ଫିଲ୍ଡରେ Role Short Name ଇନପୁଟ୍ ଦେବା ଉଚିତ
06:39 ଜଣେ ବିଦ୍ୟାର୍ଥୀ ପାଇଁ Role Short Name ହେଉଛି student ଏବଂ ଜଣେ ଶିକ୍ଷକଙ୍କ ପାଇଁ editingteacher
06:47 ଏହି CSV ଫାଇଲ୍‌ରେ ଆମ ପାଖରେ 3 ଜଣ “ୟୁଜର୍” ରହିବେ:

System Admin2 “ୟୁଜର୍”, ଯାହାଙ୍କୁ ମାନୁଆଲୀ ତିଆରି କରାଯାଇସାରିଛି, କେବଳ 5ଟି ବାଧ୍ୟତାମୂଳକ ଫିଲ୍ଡ ଓ ଅନ୍ୟ ଇଚ୍ଛାଧୀନ ଫିଲ୍ଡ ସହିତ ଜଣେ ୟୁଜର୍ ଏବଂ ସମସ୍ତ ବିବରଣୀ ସହ ଜଣେ ୟୁଜର୍

07:08 ଏହି CSV ଫାଇଲ୍ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
07:17 CSV ଫାଇଲ୍ ତିଆରି ବିଷୟରେ ଏହି ଟ୍ୟୁଟୋରିଆଲର Additional Reading Materialରେ ଅଧିକ ସୂଚନା ଅଛି
07:25 ଏବେ, ବ୍ରାଉଜର୍‌କୁ ଫେରିଆସନ୍ତୁ
07:29 Navigation Blockରେ ଥିବା Site Administration ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:34 ତା’ପରେ, Users ଟାବ୍ ଉପରେ କ୍ଲିକ୍ କରନ୍ତୁ. Accounts ବିଭାଗରେ ଥିବା Upload Users ଉପରେ କ୍ଲିକ୍ କରନ୍ତୁ
07:43 Choose a File ବଟନ୍ ଉପରେ କ୍କ୍ଲିକ୍ କରନ୍ତୁ. File Picker ସହିତ ଗୋଟିଏ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିବ
07:51 ଯଦି ସେହି ଲିଙ୍କରେ ପପ୍-ଅପ୍ ୱିଣ୍ଡୋଟି ନଥିବ, ତେବେ ବାମପଟ ମେନୁରେ ଥିବା Upload a File ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ,
07:59 Browse / Choose a File, ଯାହା ବି ଆପଣଙ୍କ ଇଣ୍ଟରଫେସ୍ ରେ ଦେଖାଦେବ, ତାହା ଉପରେ କ୍ଲିକ୍ କରନ୍ତୁ. ସେଭ୍ କରାଯାଇଥିବା ଫୋଲ୍ଡର୍‌କୁ ଯାଇ CSV ଫାଇଲ୍ ଚୟନ କରନ୍ତୁ
08:11 ଅନ୍ୟ ସମସ୍ତ ଫିଲ୍ଡକୁ ଡିଫଲ୍ଟ ଭାବେ ଛାଡ଼ିଦିଅନ୍ତୁ.
08:15 ପେଜ୍ ତଳେ ଥିବା Upload This File ବଟନ୍ ଉପରେ କ୍ଲିକ୍ କରନ୍ତୁ
08:21 ଏବେ, ଟେକ୍ସଟ୍ ଏରିଆରେ ଲେଖାଥିବା ଫାଇଲ୍ ନାମ ସହିତ ସେହି ସ୍କ୍ରୀନ୍ ରିଫ୍ରେଶ୍ ହେବ
08:27 ତଳେ ଥିବା ବଟନ୍‌ଟି ଏବେ ବଦଳି Uload Users ହୋଇଯାଇଛି. ସେହି ବଟନ୍ ଉପରେ କ୍ଲିକ୍ କରନ୍ତୁ
08:35 ଆମେ ଅପଲୋଡ୍ କରୁଥିବା ୟୁଜର୍ ମାନଙ୍କର “ପ୍ରିଭ୍ୟୁ” ପରବର୍ତ୍ତୀ ପେଜ୍ ଦେଖାଇଥାଏ. ଭାଲ୍ୟୁଗୁଡ଼ିକ ଠିକ୍ ଅଛି କି ନାହିଁ, ଦେଖନ୍ତୁ. Settings ବିଭାଗକୁ ଯାଞ୍ଚ କରନ୍ତୁ
08:48 Upload Type ଡ୍ରପ୍-ଡାଉନ୍ ରେ 4ଟି ବିକଳ୍ପ ରହିଛି
08:53 ଏହି 3ଟି ବିକଳ୍ପକୁ, ବିଦ୍ୟମାନ ୟୁଜର୍ ମାନଙ୍କର ରେକର୍ଡ ଅପଡେଟ୍ କରିବା ପାଇଁ ବ୍ୟବହାର କରାଯାଇପାରେ. Add New Only, Skip Existing Users ଚୟନ କରନ୍ତୁ
09:05 ଏହାର ଅର୍ଥ ହେଉଛି, ଯଦି Username ପୂର୍ବରୁ ରହିଥିବ, ତେବେ ତାହା ଯୋଡ଼ିହେବ ନାହିଁ
09:11 New User Password ଡ୍ରପ୍-ଡାଉନ୍‌ରେ ଥିବା Field Required in File ଚୟନ କରନ୍ତୁ
09:17 Force Password Changeରେ, All ଚୟନ କରନ୍ତୁ. ପ୍ରଥମ ଥର ପାଇଁ ଲଗ୍ ଇନ୍ କରୁଥିଲେ, ନିଜ ନିଜର ପାସ୍‌ୱର୍ଡ ବଦଳାଇବା ପାଇଁ ଏହା ସମସ୍ତ ୟୁଜର୍‌ଙ୍କୁ କହିବ
09:27 ଏହି ବିଭାଗର ଅନ୍ୟ ଫିଲ୍ଡଗୁଡ଼ିକୁ “ଡିଫଲ୍ଟ” ଭାବେ ଛାଡ଼ିଦିଅନ୍ତୁ.
09:32 ଆସନ୍ତୁ ଏବେ, Default Values ବିଭାଗ ଦେଖିବା
09:36 Email Displayରେ ଥିବା Allow Only Other Course Members to See my Email Address ଚୟନ କରନ୍ତୁ
09:44 ଯଦି ଡିଫଲ୍ଟ ଫିଲ୍ଡଗୁଡ଼ିକ ସମସ୍ତ “ୟୁଜର୍”ଙ୍କ ପାଇଁ ସମାନ ଥିବ, ତେବେ ଆପଣ ଇନପୁଟ୍ ଦେଇପାରିବେ. ଅପଲୋଡ୍ ହୋଇଥିବା ସମସ୍ତ “ୟୁଜର୍”ଙ୍କ ପାଇଁ ଏହି ଫିଲ୍ଡଗୁଡ଼ିକ ବ୍ୟବହୃତ ହେବ
09:55 City/Townରେ ମୁଁ Mumbai ଟାଇପ୍ କରିବି
09:59 ତା’ପରେ, Show More... ଉପରେ କ୍ଲିକ୍ କରନ୍ତୁ.

ସେଥିରେ ଅନେକ ଫିଳ୍ଡ ଅଛି, ଯେଉଁଥିରେ ଆମେ ଡେଟା ଭରିପାରିବା

10:07 କିନ୍ତୁ, ସେଗୁଡ଼ିକ ମଧ୍ୟରୁ କେଉଁଟି ବାଧ୍ୟତାମୂଳକ ନୁହେଁ. ତେଣୁ, ଏବେପାଇଁ ସେଗୁଡ଼ିକୁ ଖାଲି ଛାଡ଼ିଦିଅନ୍ତୁ
10:15 ପେଜ୍ ତଳେ ଥିବା Upload Users ବଟନ୍ ଉପରେ କ୍ଲିକ୍ କରନ୍ତୁ
10:20 ଏଠାରେ ପ୍ରଦର୍ଶିତ Upload Users Result ଟେବଲ୍‌ର ଷ୍ଟେଟସ୍ ସ୍ତମ୍ଭ ଉପରେ ନଜର ପକାନ୍ତୁ
10:27 1ମ ୟୁଜର୍ ପାଇଁ, ଷ୍ଟେଟସ୍ ବାର୍ତ୍ତା ହେଉଛି:

User Not Added - Already Registered

10:35 ଏହି ୟୁଜର୍, ସିଷ୍ଟମ୍‌ରେ ପୂର୍ବରୁ ଥିବାରୁ ଏହାକୁ ଛାଡ଼ିଦିଆଗଲା
10:40 ଅବଶିଷ୍ଟ ୟୁଜର୍‌ମାନଙ୍କୁ New Users ଭାବେ ଯୋଡ଼ିଦିଆଗଲା
10:45 ଏଠାରେ ପ୍ରଦର୍ଶିତ ଷ୍ଟେଟସ୍‌କୁ ଦେଖନ୍ତୁ
10:49 Password ନିୟମ ଲାଗୁ ହେଉ ନଥିବା ପାସ୍‌ୱର୍ଡଗୁଡ଼ିକୁ Weak passwords କୁହାଯାଏ
10:54 ଯଦିଓ ଏଗୁଡ଼ିକୁ ସିଷ୍ଟମ୍‌ରେ ଅପଲୋଡ୍ କରାଯାଏ, କିନ୍ତୁ ସର୍ବଦା ଷ୍ଟ୍ରଙ୍ଗ passwordsକୁ ଅଗ୍ରାଧିକାର ଦିଆଯାଏ
11:01 Continue ବଟନ୍‌ରେ କ୍ଲିକ୍ କରନ୍ତୁ. ଆପଣ ତିଆରି କରିଥିବା ସମସ୍ତ usersକୁ ଦେଖନ୍ତୁ
11:08 Site Administrationରେ କ୍ଲିକ୍ କରନ୍ତୁ. ତା’ପରେ Users ଟାବ୍‌ରେ କ୍ଲିକ୍ କରନ୍ତୁ. Accounts ବିଭାଗରେ ଥିବା Browse list of users ଉପରେ କ୍ଲିକ୍ କରନ୍ତୁ
11:20 ବର୍ତ୍ତମାନ ଆମ ପାଖରେ 4ଟି user ଅଛି
11:23 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
11:29 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

ଜଣେ ୟୁଜର୍‌ଙ୍କୁ ଯୋଡ଼ିବା, ୟୁଜର୍‌ଙ୍କ ପ୍ରୋଫାଇଲ୍‌କୁ ଏଡିଟ୍ କରିବା, ଏବଂ ଅନେକ ୟୁଜର୍‌ଙ୍କୁ ଅପଲୋଡ୍ କରିବା ବିଷୟରେ ଶିଖିବା

11:39 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:55 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
12:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:11 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି
12:15 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep