Difference between revisions of "Git/C2/Merging-and-Deleting-branches/Oriya"
From Script | Spoken-Tutorial
(Created page with "{| Border=1 | <center>Time</center> | <center>Narration</center> |- | 00:01 | ବନ୍ଧୁଗଣ, Merging and deleting branches ଉପରେ ଥିବା ସ୍ପୋ...") |
(No difference)
|
Latest revision as of 17:37, 18 September 2017
| |
|
| 00:01 | ବନ୍ଧୁଗଣ, Merging and deleting branches ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, Merging, |
| 00:10 | mergingର ପୁନରୁଦ୍ଧାର ଓ branchesକୁ ଡିଲିଟ୍ କରି ଶିଖିବା |
| 00:14 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04, |
| 00:20 | Git 2.3.2. ଓ Gedit ଟେକ୍ସଟ ଏଡିଟର୍ |
| 00:26 | ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ |
| 00:29 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିଶ୍ଚିତରୂପେ ମୌଳିକ Git କମାଣ୍ଡଗୁଡିକ ଓ ବ୍ରାଞ୍ଚିଙ୍ଗ ଇନ୍ Git ଉପରେ ଜ୍ଞାନଥିବା ଆବଶ୍ୟକ |
| 00:37 | ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ |
| 00:42 | ସିରିଜର ପୂର୍ବରୁ, ଆମେ branches ସୃଷ୍ଟି କରିବା ଶିଖିଲେ |
| 00:47 | ବର୍ତ୍ତମାନ, ଦୁଇଟି branchesକୁ କିପରି ମର୍ଜ କରାଯାଏ, ଶିଖିବା |
| 00:51 | ଏହି ରେଖାଚିତ୍ର, branch କିପରି master ବ୍ରାଞ୍ଚ ସହିତ ମର୍ଜ ହୁଏ ବର୍ଣ୍ଣନା କରିବ |
| 00:58 | ଏହା C9 କମିଟରେ କରାଯାଇଛି |
| 01:01 | merging ପରେ, ନ୍ୟୁ-ମୋଡ୍ୟୁଲର commitଗୁଡିକ master ବ୍ରାଞ୍ଚରେ ସଂଯୁକ୍ତ ହୋଇଛି |
| 01:06 | ଏହା କିପରି କାର୍ଯ୍ୟ କରେ, ବର୍ଣ୍ଣନା କରାଯିବ |
| 01:09 | ପ୍ରଥମେ, ପୂର୍ବେ ସୃଷ୍ଟି କରାଯାଇଥିବା Git repository mywebpageକୁ ଖୋଲନ୍ତୁ |
| 01:16 | Ctrl+Alt+T କୀକୁ ଦାବି terminalକୁ ଖୋଲନ୍ତୁ |
| 01:20 | Git repositoryକୁ ଯିବା ପାଇଁ ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
| 01:29 | ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ |
| 01:33 | ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ |
| 01:38 | ଏହିଠାରୁ, terminal ଉପରେ ପ୍ରତ୍ୟେକ କମାଣ୍ଡ ଟାଇପ୍ କଲା ପରେ, Enter କୀକୁ ଦାବିବା ଭୁଲନ୍ତୁ ନାହିଁ |
| 01:45 | git space branchକୁ ଟାଇପ୍ କରି git branchର ତାଲିକାକୁ ଯାଞ୍ଚ କରନ୍ତୁ |
| 01:51 | master ଓ new-chapter ନାମକ ଦୁଇଟି ବ୍ରାଞ୍ଚ ଥିବା ଦେଖିପାରିବେ |
| 01:57 | new-chapter ବ୍ରାଞ୍ଚ ଏହି ସିରିଜର ଆରମ୍ଭରୁ ସୃଷ୍ଟି କରାଯାଇଥିଲା ଏବଂ master ଡିଫଲ୍ଟ ବ୍ରାଞ୍ଚ ଅଟେ |
| 02:05 | ବର୍ତ୍ତମାନ ଆମେ master ବ୍ରାଞ୍ଚରେ ଅଛନ୍ତି |
| 02:08 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରି Git logକୁ ଯାଞ୍ଚ କରିପାରିବେ |
| 02:17 | new-chapter ବ୍ରାଞ୍ଚକୁ ଯିବା ସହିତ Git logକୁ ଯାଞ୍ଚ କରନ୍ତୁ |
| 02:21 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter |
| 02:27 | ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline |
| 02:33 | ବର୍ତ୍ତମାନ, masterର କମିଟଗୁଡିକୁ ଏବଂ new-chapterର ବ୍ରାଞ୍ଚଗୁଡିକୁ ତୂଳନା କରନ୍ତୁ |
| 02:38 | ଏହି ଚାରୋଟି commit, ଉଭୟ ବ୍ରାଞ୍ଚ ପାଇଁ ସମାନ ଅଟେ |
| 02:42 | Added story.html in new-chapter branch, new-chapter ବ୍ରାଞ୍ଚରେ ଅଛି |
| 02:48 | ଏବଂ, Added chapter two in history.html, master ବ୍ରାଞ୍ଚରେ ଅଛି |
| 02:54 | ମର୍ଜ ହେଲା ପରେ, Added story.html in new-chapter branchର କମିଟ୍ master branchରେ ସଂଯୁକ୍ତ ହେବ |
| 03:02 | ବର୍ତ୍ତମାନ, କିପରି merge କରାଯାଏ ପ୍ରଦର୍ଶନ କରାଯିବ |
| 03:05 | ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ master |
| 03:09 | commit messageକୁ ଗ୍ରହଣ କରିବା ପାଇଁ Gedit ଅଟୋମାଟିକାଲୀ ଖୋଲିଯାଇଥାଏ |
| 03:14 | ମନେପକାନ୍ତୁ ଯେ geditକୁ Gitର core editor ଭାବେ କନଫିଗର୍ କରାଯାଇଛି |
| 03:20 | ଯଦି ଅନ୍ୟ editorକୁ କନଫିଗର୍ କରିଛନ୍ତି ତେବେ ସେହିଟି ଖୋଲିବ |
| 03:26 | ଯଦି ଆପଣ Git 1.9ର ତଳ ଭର୍ସନକୁ ବ୍ୟବହାର କରୁଥା’ନ୍ତି ତେବେ editor ଖୋଲି ନ’ପାରେ |
| 03:33 | ତେଣୁ, ପରବର୍ତ୍ତୀ ସୋପାନକୁ ସ୍କିପ୍ କରିପାରନ୍ତି |
| 03:36 | ଡିଫଲ୍ଟ commit messageକୁ ଯାହାଥିଲା ସେହିପରି ବ୍ୟବହାର କରନ୍ତୁ |
| 03:40 | ଯଦି merging ସମ୍ପର୍କୀତ ଅନ୍ୟ କିଛି ବାର୍ତ୍ତା ପ୍ରଦାନ କରିବାକୁ ଚାହାଁନ୍ତି ତେବେ ତାହାକୁ ଏଠାରେ ଟାଇପ୍ କରିପାରିବେ |
| 03:46 | ବର୍ତ୍ତମାନ editorକୁ save କରିବା ସହିତ ବନ୍ଦ କରନ୍ତୁ |
| 03:50 | ପୁନର୍ବାର Git logକୁ ଯାଞ୍ଚ କରନ୍ତୁ |
| 03:54 | ଆପଣ ଦେଖିପାରିବେ ଯେ master ବ୍ରାଞ୍ଚର କମିଟଗୁଡିକ new-chapterର ବ୍ରାଞ୍ଚ ସହିତ ମର୍ଜ ହୋଇଯାଇଛି |
| 04:00 | merging ପାଇଁ ଗୋଟିଏ commit ବାର୍ତ୍ତାକୁ ମଧ୍ୟ ଦେଖିପାରିବେ |
| 04:04 | ତା’ପରେ, master branchକୁ ଯିବା ସହିତ କମିଟଗୁଡିକୁ ଯାଞ୍ଚ କରନ୍ତୁ |
| 04:09 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master |
| 04:14 | Git logକୁ ଯାଞ୍ଚ କରନ୍ତୁ |
| 04:17 | ଏଠାରେ, ନିଶ୍ଚିତରୂପେ new-chapter commits ସହିତ master branch commitsକୁ ଦେଖିପାରିବେ |
| 04:22 | କିନ୍ତୁ, Git log କେବଳ master branch commitsକୁ ପ୍ରଦର୍ଶନ କରିବ |
| 04:27 | ନମୂନାଭାବରେ, ନିଶ୍ଚିତରୂପେ new-chapter ବ୍ରାଞ୍ଚକୁ master ବ୍ରାଞ୍ଚରେ ମର୍ଜ କରାଯାଇଛି |
| 04:32 | କିନ୍ତୁ ଏହାକୁ ଅନ୍ୟ ଉପାୟରେ ମର୍ଜ କରାଯାଇଛି |
| 04:36 | ତେଣୁକରି, master ବ୍ରାଞ୍ଚରେ merging commitକୁ ଦେଖିପାରିବେ ନାହିଁ |
| 04:41 | ତେବେ, ଏହି mergingକୁ କିପରି ପୁନରୁଦ୍ଧାର କରାଯାଇପାରିବ? |
| 04:45 | ଏଥି ପାଇଁ, new-chapter ବ୍ରାଞ୍ଚକୁ ଫେରିଯିବାକୁ ହେବ |
| 04:50 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter |
| 04:54 | mergeକୁ ପୁନରୁଦ୍ଧାର କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ reset ସ୍ପେସ୍ ହାଇଫେନ୍ ହାଇଫେନ୍ hard ସ୍ପେସ୍ HEAD tilde |
| 05:04 | ମନେପକାନ୍ତୁ ଯେ ଅଦ୍ୟତମ ରିଭିଜନ୍ ସର୍ବଦା HEAD ଏବଂ ଅଦ୍ୟତମ ମାଇନସ୍ 1ରିଭିଜନ୍ ସର୍ବଦା HEAD tilde ଅଟେ |
| 05:12 | ତେଣୁ, mergingର ପୂର୍ବ ରିଭିଜନକୁ ପ୍ରାପ୍ତ କରିବା ପାଇଁ HEAD tildeର ବ୍ୟବହାର କରାଯାଇଛି |
| 05:18 | ପୁନର୍ବାର Git logକୁ ଯାଞ୍ଚ କରନ୍ତୁ |
| 05:22 | ବର୍ତ୍ତମାନ mergingକୁ ବାହାର କରିଦିଆଯାଇଥିବା ଦେଖିପାରିବେ |
| 05:26 | ବର୍ତ୍ତମାନ, master ବ୍ରାଞ୍ଚକୁ new-chapter ବ୍ରାଞ୍ଚ ସହିତ merge କରନ୍ତୁ |
| 05:31 | git ସ୍ପେସ୍ checkout ସ୍ପେସ୍ masterକୁ ଟାଇପ୍ କରି ପ୍ରଥମେ master ବ୍ରାଞ୍ଚକୁ ଯା’ନ୍ତୁ |
| 05:38 | ପୁନର୍ବାର Git logକୁ ଯାଞ୍ଚ କରନ୍ତୁ |
| 05:42 | merge କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ new-chapter |
| 05:48 | geditରେ merging commit message ପ୍ରଦାନ କରନ୍ତୁ |
| 05:52 | ତା’ପରେ ଏଡିଟରକୁ save କରିବା ସହ ବନ୍ଦ କରନ୍ତୁ |
| 05:55 | ପୁନର୍ବାର Git logକୁ ଯାଞ୍ଚ କରନ୍ତୁ |
| 05:58 | new-chapter ବ୍ରାଞ୍ଚ ସଫଳତାର ସହ master ବ୍ରାଞ୍ଚରେ ମର୍ଜ ହୋଇଥିବା ଦେଖିପାରିବେ |
| 06:05 | ଏହାକୁ ପୁନର୍ବାର merge କରିବା ପାଇଁ ଚେଷ୍ଟା କରନ୍ତୁ |
| 06:08 | ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ new-chapter |
| 06:13 | ବର୍ତ୍ତମାନ, Already up-to-date ବୋଲାଉ ଥିବା ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ |
| 06:17 | ମର୍ଜ ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ଗୋଟିଏ ଭଲ ମାର୍ଗ ଅଟେ |
| 06:22 | merging ପରେ, Git repositoryରୁ new-chapter ବ୍ରାଞ୍ଚକୁ ଡିଲିଟ୍ କରାଯାଇପାରିବ |
| 06:28 | ବ୍ରାଞ୍ଚକୁ ଡିଲିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ branch ସ୍ପେସ୍ ହାଇଫେନ୍ d ସ୍ପେସ୍ new-chapter |
| 06:36 | git ସ୍ପେସ୍ branchକୁ ଟାଇପ୍ କରି branch listକୁ ପୁନର୍ବାର ଯାଞ୍ଚ କରନ୍ତୁ |
| 06:43 | new-chapter ବ୍ରାଞ୍ଚକୁ ଦେଖିପାରିବେ ନାହିଁ ଯେହେତୁ ଏହାକୁ ଡିଲିଟ୍ କରିଦିଆଯାଇଛି |
| 06:48 | merging ନ’କରି ବ୍ରାଞ୍ଚକୁ ଡିଲିଟ୍ କରିବା ପାଇଁ, ଲୋୟରକେସ୍ hyphen d ବ୍ୟତିତ, ଅପରକେସ୍ hyphen Dକୁ ବ୍ୟବହାର କରନ୍ତୁ |
| 06:56 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
| 07:00 | ସଂକ୍ଷିପ୍ତରେ |
| 07:02 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, Merging, mergingର ପୁନରୁଦ୍ଧାର ଏବଂ branchesକୁ ଡିଲିଟ୍ କରିବା |
| 07:09 | ଗୋଟିଏ ଆସାନମେଣ୍ଟ ଭାବେ, ପୂର୍ବ ଆସାଇନମେଣ୍ଟରେ ସୃଷ୍ଟି କରାଯାଇଥିବା branch chapter-twoର କମିଟଗୁଡିକୁ ଯାଞ୍ଚ କରନ୍ତୁ |
| 07:16 | ଏହାକୁ master branch ସହିତ ମର୍ଜ କରନ୍ତୁ ଏବଂ chapter-two ବ୍ରାଞ୍ଚକୁ ଡିଲିଟ୍ କରନ୍ତୁ |
| 07:22 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:27 | ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
| 07:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:38 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 07:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 07:48 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 07:53 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |