Git/C2/Merging-and-Deleting-branches/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, Merging and deleting branches ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Merging,
00:10 mergingର ପୁନରୁଦ୍ଧାର ଓ branchesକୁ ଡିଲିଟ୍ କରି ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04,
00:20 Git 2.3.2. ଓ Gedit ଟେକ୍ସଟ ଏଡିଟର୍
00:26 ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ
00:29 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିଶ୍ଚିତରୂପେ ମୌଳିକ Git କମାଣ୍ଡଗୁଡିକ ଓ ବ୍ରାଞ୍ଚିଙ୍ଗ ଇନ୍ Git ଉପରେ ଜ୍ଞାନଥିବା ଆବଶ୍ୟକ
00:37 ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:42 ସିରିଜର ପୂର୍ବରୁ, ଆମେ branches ସୃଷ୍ଟି କରିବା ଶିଖିଲେ
00:47 ବର୍ତ୍ତମାନ, ଦୁଇଟି branchesକୁ କିପରି ମର୍ଜ କରାଯାଏ, ଶିଖିବା
00:51 ଏହି ରେଖାଚିତ୍ର, branch କିପରି master ବ୍ରାଞ୍ଚ ସହିତ ମର୍ଜ ହୁଏ ବର୍ଣ୍ଣନା କରିବ
00:58 ଏହା C9 କମିଟରେ କରାଯାଇଛି
01:01 merging ପରେ, ନ୍ୟୁ-ମୋଡ୍ୟୁଲର commitଗୁଡିକ master ବ୍ରାଞ୍ଚରେ ସଂଯୁକ୍ତ ହୋଇଛି
01:06 ଏହା କିପରି କାର୍ଯ୍ୟ କରେ, ବର୍ଣ୍ଣନା କରାଯିବ
01:09 ପ୍ରଥମେ, ପୂର୍ବେ ସୃଷ୍ଟି କରାଯାଇଥିବା Git repository mywebpageକୁ ଖୋଲନ୍ତୁ
01:16 Ctrl+Alt+T କୀକୁ ଦାବି terminalକୁ ଖୋଲନ୍ତୁ
01:20 Git repositoryକୁ ଯିବା ପାଇଁ ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
01:29 ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ
01:33 ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ
01:38 ଏହିଠାରୁ, terminal ଉପରେ ପ୍ରତ୍ୟେକ କମାଣ୍ଡ ଟାଇପ୍ କଲା ପରେ, Enter କୀକୁ ଦାବିବା ଭୁଲନ୍ତୁ ନାହିଁ
01:45 git space branchକୁ ଟାଇପ୍ କରି git branchର ତାଲିକାକୁ ଯାଞ୍ଚ କରନ୍ତୁ
01:51 master ଓ new-chapter ନାମକ ଦୁଇଟି ବ୍ରାଞ୍ଚ ଥିବା ଦେଖିପାରିବେ
01:57 new-chapter ବ୍ରାଞ୍ଚ ଏହି ସିରିଜର ଆରମ୍ଭରୁ ସୃଷ୍ଟି କରାଯାଇଥିଲା ଏବଂ master ଡିଫଲ୍ଟ ବ୍ରାଞ୍ଚ ଅଟେ
02:05 ବର୍ତ୍ତମାନ ଆମେ master ବ୍ରାଞ୍ଚରେ ଅଛନ୍ତି
02:08 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରି Git logକୁ ଯାଞ୍ଚ କରିପାରିବେ
02:17 new-chapter ବ୍ରାଞ୍ଚକୁ ଯିବା ସହିତ Git logକୁ ଯାଞ୍ଚ କରନ୍ତୁ
02:21 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter
02:27 ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline
02:33 ବର୍ତ୍ତମାନ, masterର କମିଟଗୁଡିକୁ ଏବଂ new-chapterର ବ୍ରାଞ୍ଚଗୁଡିକୁ ତୂଳନା କରନ୍ତୁ
02:38 ଏହି ଚାରୋଟି commit, ଉଭୟ ବ୍ରାଞ୍ଚ ପାଇଁ ସମାନ ଅଟେ
02:42 Added story.html in new-chapter branch, new-chapter ବ୍ରାଞ୍ଚରେ ଅଛି
02:48 ଏବଂ, Added chapter two in history.html, master ବ୍ରାଞ୍ଚରେ ଅଛି
02:54 ମର୍ଜ ହେଲା ପରେ, Added story.html in new-chapter branchର କମିଟ୍ master branchରେ ସଂଯୁକ୍ତ ହେବ
03:02 ବର୍ତ୍ତମାନ, କିପରି merge କରାଯାଏ ପ୍ରଦର୍ଶନ କରାଯିବ
03:05 ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ master
03:09 commit messageକୁ ଗ୍ରହଣ କରିବା ପାଇଁ Gedit ଅଟୋମାଟିକାଲୀ ଖୋଲିଯାଇଥାଏ
03:14 ମନେପକାନ୍ତୁ ଯେ geditକୁ Gitର core editor ଭାବେ କନଫିଗର୍ କରାଯାଇଛି
03:20 ଯଦି ଅନ୍ୟ editorକୁ କନଫିଗର୍ କରିଛନ୍ତି ତେବେ ସେହିଟି ଖୋଲିବ
03:26 ଯଦି ଆପଣ Git 1.9ର ତଳ ଭର୍ସନକୁ ବ୍ୟବହାର କରୁଥା’ନ୍ତି ତେବେ editor ଖୋଲି ନ’ପାରେ
03:33 ତେଣୁ, ପରବର୍ତ୍ତୀ ସୋପାନକୁ ସ୍କିପ୍ କରିପାରନ୍ତି
03:36 ଡିଫଲ୍ଟ commit messageକୁ ଯାହାଥିଲା ସେହିପରି ବ୍ୟବହାର କରନ୍ତୁ
03:40 ଯଦି merging ସମ୍ପର୍କୀତ ଅନ୍ୟ କିଛି ବାର୍ତ୍ତା ପ୍ରଦାନ କରିବାକୁ ଚାହାଁନ୍ତି ତେବେ ତାହାକୁ ଏଠାରେ ଟାଇପ୍ କରିପାରିବେ
03:46 ବର୍ତ୍ତମାନ editorକୁ save କରିବା ସହିତ ବନ୍ଦ କରନ୍ତୁ
03:50 ପୁନର୍ବାର Git logକୁ ଯାଞ୍ଚ କରନ୍ତୁ
03:54 ଆପଣ ଦେଖିପାରିବେ ଯେ master ବ୍ରାଞ୍ଚର କମିଟଗୁଡିକ new-chapterର ବ୍ରାଞ୍ଚ ସହିତ ମର୍ଜ ହୋଇଯାଇଛି
04:00 merging ପାଇଁ ଗୋଟିଏ commit ବାର୍ତ୍ତାକୁ ମଧ୍ୟ ଦେଖିପାରିବେ
04:04 ତା’ପରେ, master branchକୁ ଯିବା ସହିତ କମିଟଗୁଡିକୁ ଯାଞ୍ଚ କରନ୍ତୁ
04:09 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master
04:14 Git logକୁ ଯାଞ୍ଚ କରନ୍ତୁ
04:17 ଏଠାରେ, ନିଶ୍ଚିତରୂପେ new-chapter commits ସହିତ master branch commitsକୁ ଦେଖିପାରିବେ
04:22 କିନ୍ତୁ, Git log କେବଳ master branch commitsକୁ ପ୍ରଦର୍ଶନ କରିବ
04:27 ନମୂନାଭାବରେ, ନିଶ୍ଚିତରୂପେ new-chapter ବ୍ରାଞ୍ଚକୁ master ବ୍ରାଞ୍ଚରେ ମର୍ଜ କରାଯାଇଛି
04:32 କିନ୍ତୁ ଏହାକୁ ଅନ୍ୟ ଉପାୟରେ ମର୍ଜ କରାଯାଇଛି
04:36 ତେଣୁକରି, master ବ୍ରାଞ୍ଚରେ merging commitକୁ ଦେଖିପାରିବେ ନାହିଁ
04:41 ତେବେ, ଏହି mergingକୁ କିପରି ପୁନରୁଦ୍ଧାର କରାଯାଇପାରିବ?
04:45 ଏଥି ପାଇଁ, new-chapter ବ୍ରାଞ୍ଚକୁ ଫେରିଯିବାକୁ ହେବ
04:50 ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ new-chapter
04:54 mergeକୁ ପୁନରୁଦ୍ଧାର କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ reset ସ୍ପେସ୍ ହାଇଫେନ୍ ହାଇଫେନ୍ hard ସ୍ପେସ୍ HEAD tilde
05:04 ମନେପକାନ୍ତୁ ଯେ ଅଦ୍ୟତମ ରିଭିଜନ୍ ସର୍ବଦା HEAD ଏବଂ ଅଦ୍ୟତମ ମାଇନସ୍ 1ରିଭିଜନ୍ ସର୍ବଦା HEAD tilde ଅଟେ
05:12 ତେଣୁ, mergingର ପୂର୍ବ ରିଭିଜନକୁ ପ୍ରାପ୍ତ କରିବା ପାଇଁ HEAD tildeର ବ୍ୟବହାର କରାଯାଇଛି
05:18 ପୁନର୍ବାର Git logକୁ ଯାଞ୍ଚ କରନ୍ତୁ
05:22 ବର୍ତ୍ତମାନ mergingକୁ ବାହାର କରିଦିଆଯାଇଥିବା ଦେଖିପାରିବେ
05:26 ବର୍ତ୍ତମାନ, master ବ୍ରାଞ୍ଚକୁ new-chapter ବ୍ରାଞ୍ଚ ସହିତ merge କରନ୍ତୁ
05:31 git ସ୍ପେସ୍ checkout ସ୍ପେସ୍ masterକୁ ଟାଇପ୍ କରି ପ୍ରଥମେ master ବ୍ରାଞ୍ଚକୁ ଯା’ନ୍ତୁ
05:38 ପୁନର୍ବାର Git logକୁ ଯାଞ୍ଚ କରନ୍ତୁ
05:42 merge କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ new-chapter
05:48 geditରେ merging commit message ପ୍ରଦାନ କରନ୍ତୁ
05:52 ତା’ପରେ ଏଡିଟରକୁ save କରିବା ସହ ବନ୍ଦ କରନ୍ତୁ
05:55 ପୁନର୍ବାର Git logକୁ ଯାଞ୍ଚ କରନ୍ତୁ
05:58 new-chapter ବ୍ରାଞ୍ଚ ସଫଳତାର ସହ master ବ୍ରାଞ୍ଚରେ ମର୍ଜ ହୋଇଥିବା ଦେଖିପାରିବେ
06:05 ଏହାକୁ ପୁନର୍ବାର merge କରିବା ପାଇଁ ଚେଷ୍ଟା କରନ୍ତୁ
06:08 ଟାଇପ୍ କରନ୍ତୁ: git ସ୍ପେସ୍ merge ସ୍ପେସ୍ new-chapter
06:13 ବର୍ତ୍ତମାନ, Already up-to-date ବୋଲାଉ ଥିବା ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ
06:17 ମର୍ଜ ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ଗୋଟିଏ ଭଲ ମାର୍ଗ ଅଟେ
06:22 merging ପରେ, Git repositoryରୁ new-chapter ବ୍ରାଞ୍ଚକୁ ଡିଲିଟ୍ କରାଯାଇପାରିବ
06:28 ବ୍ରାଞ୍ଚକୁ ଡିଲିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ branch ସ୍ପେସ୍ ହାଇଫେନ୍ d ସ୍ପେସ୍ new-chapter
06:36 git ସ୍ପେସ୍ branchକୁ ଟାଇପ୍ କରି branch listକୁ ପୁନର୍ବାର ଯାଞ୍ଚ କରନ୍ତୁ
06:43 new-chapter ବ୍ରାଞ୍ଚକୁ ଦେଖିପାରିବେ ନାହିଁ ଯେହେତୁ ଏହାକୁ ଡିଲିଟ୍ କରିଦିଆଯାଇଛି
06:48 merging ନ’କରି ବ୍ରାଞ୍ଚକୁ ଡିଲିଟ୍ କରିବା ପାଇଁ, ଲୋୟରକେସ୍ hyphen d ବ୍ୟତିତ, ଅପରକେସ୍ hyphen Dକୁ ବ୍ୟବହାର କରନ୍ତୁ
06:56 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
07:00 ସଂକ୍ଷିପ୍ତରେ
07:02 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, Merging, mergingର ପୁନରୁଦ୍ଧାର ଏବଂ branchesକୁ ଡିଲିଟ୍ କରିବା
07:09 ଗୋଟିଏ ଆସାନମେଣ୍ଟ ଭାବେ, ପୂର୍ବ ଆସାଇନମେଣ୍ଟରେ ସୃଷ୍ଟି କରାଯାଇଥିବା branch chapter-twoର କମିଟଗୁଡିକୁ ଯାଞ୍ଚ କରନ୍ତୁ
07:16 ଏହାକୁ master branch ସହିତ ମର୍ଜ କରନ୍ତୁ ଏବଂ chapter-two ବ୍ରାଞ୍ଚକୁ ଡିଲିଟ୍ କରନ୍ତୁ
07:22 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:27 ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
07:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:38 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
07:48 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:53 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep