Difference between revisions of "BASH/C2/String-and-File-attributes/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ବନ୍ଧୁଗଣ, Bashରେ String ଓ File Attributes Comparison ଉପରେ ସ୍ପୋକନ୍ ଟ୍ୟ...")
 
(No difference)

Latest revision as of 20:07, 14 April 2017

Time Narration
00:01 ବନ୍ଧୁଗଣ, Bashରେ String ଓ File Attributes Comparison ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:13 * String କମ୍ପାରିଜନ୍ ଓ File Attributes କମ୍ପାରିଜନ୍
00:18 କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:30 GNU Bash ଭର୍ସନ୍ 4.1.10
00:34 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:42 ଚାଲନ୍ତୁ, ପରିଚୟରୁ ଆରମ୍ଭ କରିବା
00:45 Bashରେ ଏକ Stringକୁ ତୁଳନା କରିବା ପାଇଁ ଦୁଇଟି ମାର୍ଗ ଅଛି
00:49 1) ପ୍ରଥମ: == (ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ) ଅପରେଟର୍ ବ୍ୟବହାର କରି
00:53 ଦୁଇଟି Equal Strings ତୁଳନା କରିବା ପାଇଁ
00:56 2) ଦ୍ୱିତୀୟ:  != (ନଟ୍ ଇକ୍ୱାଲ୍ ଟୁ) ଅପରେଟର୍
00:59 ଦୁଇଟି Not Equal Strings ତୁଳନା କରିବା ପାଇଁ
01:03 ଚାଲନ୍ତୁ, ଏବେ ଏକ ଉଦାହରଣ ଦେଖିବା.
01:06 ଏଠାରେ, ମୋ ପାଖରେ ଏକ ସରଳ ପ୍ରୋଗ୍ରାମ୍ ଅଛି, ଯାହା User ID ଯାଞ୍ଚ କରେ
01:11 ଆପଣଙ୍କ ଏଡିଟର୍ ରେ ଏକ ଫାଇଲ୍ ଖୋଲି ତାକୁ strcompare ଡଟ୍ sh ଭାବରେ ସେଭ୍ କରନ୍ତୁ
01:19 ଏବେ ଆପଣଙ୍କର strcompare.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
01:26 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:28 ଏହା ହେଉଛି shebang ଲାଇନ୍
01:31 whoami କମାଣ୍ଡ, ସାମ୍ପ୍ରତିକ ୟୁଜର୍ ର username ପ୍ରଦାନ କରିଥାଏ
01:36 if ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ root ବିପକ୍ଷରେ ଭେରିଏବଲ୍ whoamiର ଆଉଟପୁଟ୍ ଯାଞ୍ଚ କରେ
01:44 ଷ୍ଟ୍ରିଙ୍ଗଗୁଡ଼ିକ ତୁଳନା କରିବାକୁ ଆମେ ଏଠାରେ not-equal to ଅପରେଟର୍ ବ୍ୟବହାର କରିଛେ
01:50 ଯଦି ସାମ୍ପ୍ରତିକ ୟୁଜର୍ root user ନୁହେଁ, ତେବେ ଏହା, ଏହି ଷ୍ଟେଟମେଣ୍ଟକୁ echo କରିବ -
01:57 You have no permission to run 'strcompare dot sh' as non-root user
02:05 ଏଠାରେ, $0 (ଡଲାର୍ ଯିରୋ) ହେଉଛି ଯିରୋଏଥ୍ ଆର୍ଗୁମେଣ୍ଟ, ଯାହା ନିଜେ ହିଁ ଏକ File Name ଅଟେ
02:13 ଯଦି ୟୁଜର୍, root user ହୋଇଥିବ, ତେବେ ତାହା Welcome root ଇକୋ କରିବ
02:18 ତାହାପରେ, ପ୍ରୋଗ୍ରାମ୍ ପାଇଁ ଆମ ପାଖରେ exit ଷ୍ଟେଟମେଣ୍ଟ ଅଛି
02:23 ଆଉ ଏଠାରେ ଆମେ, fi ସହିତ if ଷ୍ଟେଟମେଣ୍ଟକୁ ସମାପ୍ତ କରୁ
02:28 exit ଷ୍ଟେଟମେଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଆମ ସ୍ଲାଇଡ୍ସକୁ ଫେରିଚାଲନ୍ତୁ
02:34 ପ୍ରତ୍ୟେକ ପ୍ରୋଗ୍ରାମ୍ ଏକ Exit Status ରିଟର୍ନ କରେ
02:38 ଏକ ସଫଳ କମାଣ୍ଡ 0 (ଯିରୋ) ରିଟର୍ନ କରେ
02:42 ଏକ ଭୁଲ୍ କମାଣ୍ଡ ଗୋଟିଏ ନନ୍-ଯିରୋ ଭାଲ୍ୟୁ ରିଟର୍ନ କରିଥାଏ
02:47 ଏହାକୁ, ଏକ Error Code କୁହାଯାଇପାରେ
02:51 ଆମେ, Exit ଷ୍ଟେଟମେଣ୍ଟର ରିଟର୍ନ ଭାଲ୍ୟୁ କଷ୍ଟମାଇଜ୍ କରିପାରିବା
02:56 ଏବେ ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
02:58 ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ
03:08 ପ୍ରଥମେ, ସିଷ୍ଟମର ସାମ୍ପ୍ରତିକ ୟୁଜର୍ ଯାଞ୍ଚ କରିବା
03:12 ଟାଇପ୍ କରନ୍ତୁ: whoami
03:15 ଏଣ୍ଟର୍ ଦାବନ୍ତୁ
03:17 ଏହା, ସାମ୍ପ୍ରତିକ ୟୁଜରର ନାମ ପ୍ରଦର୍ଶିତ କରିବ
03:21 ବର୍ତ୍ତମାନ, ଆମର ସ୍କ୍ରିପ୍ଟକୁ ନିଷ୍ପାଦନଯୋଗ୍ୟ କରିବା
03:25 ଟାଇପ୍ କରନ୍ତୁ: chmod ପ୍ଲସ୍ x strcompare ଡଟ୍ sh
03:32 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ strcompare ଡଟ୍ sh
03:37 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା:
03:39 You have no permission to run dot slash strcompare dot sh as non-root user
03:47 ଏବେ ଚାଲନ୍ତୁ, ସେହି ପ୍ରୋଗ୍ରାମକୁ root user ଭାବରେ ନିଷ୍ପାଦନ କରିବା
03:52 ଟାଇପ୍ କରନ୍ତୁ: sudo ଡଟ୍ ସ୍ଲାଶ୍ strcompare ଡଟ୍ sh
03:58 ଏହା, ଗୋଟିଏ ପାସୱର୍ଡ ପାଇଁ କହିବ
04:01 ଏଠାରେ ଆପଣଙ୍କର ପାସୱର୍ଡ ଦିଅନ୍ତୁ
04:04 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: Welcome root!
04:08 ଏବେ ଆସନ୍ତୁ, File Attributes କମ୍ପାରିଜନ୍ ବିଷୟରେ ଶିଖିବା
04:13 ମୋ ପାଖରେ ପୂର୍ବରୁ କୋଡ୍ ର ଏକ କାର୍ଯ୍ୟକାରୀ ଉଦାହରଣ ଅଛି
04:17 ଏହି ପ୍ରୋଗ୍ରାମରେ, ପ୍ରଦତ୍ତ ଫାଇଲଟି ବିଦ୍ୟମାନ ଅଛି କି ନାହିଁ, ତାହା ଆମେ ଦେଖିବା
04:23 file1 ହେଉଛି ସେହି ଭେରିଏବଲ୍, ଯେଉଁଥିରେ ଆମେ, ଫାଇଲର path ସେଭ୍ କରୁ
04:29 - (ହାଇଫେନ୍) f କମାଣ୍ଡ, ଫାଇଲ ବିଦ୍ୟମାନ ଅଛି କି ନାହିଁ
04:33 ଆଉ ତାହା ଏକ ସାଧାରଣ ଫାଇଲ୍ କି ନୁହେଁ ଯାଞ୍ଚ କରେ
04:37 ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଏହା File exists and is a normal file ବୋଲି ଇକୋ କରିବ
04:44 ଅନ୍ୟଥା, ଏହା File does not exist ଇକୋ କରିବ
04:48 Terminalକୁ ଫେରିଆସି ଫାଇଲକୁ ନିଷ୍ପାଦନ କରନ୍ତୁ
04:53 ଟାଇପ୍ କରନ୍ତୁ: chmod ପ୍ଲସ୍ x fileattrib ଡଟ୍ sh
05:00 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib ଡଟ୍ sh
05:05 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା:
05:07 File exists and is a normal file
05:11 ଏବେ, ଫାଇଲଟି ଖାଲି ଅଛି କି ନାହିଁ, ତାହା ଆମେ ଦେଖିବା
05:16 ଆମର ପ୍ରୋଗ୍ରାମକୁ ନିଷ୍ପାଦନ କରିବା ପୂର୍ବରୁ ମୁଁ, empty dot sh ନାମରେ ଗୋଟିଏ ଖାଲି ଫାଇଲ୍ କ୍ରିଏଟ୍ କରିବି
05:24 ଟାଇପ୍ କରନ୍ତୁ: gedit empty ଡଟ୍ sh ଆମ୍ପର୍ସାଣ୍ଡ ଚିହ୍ନ
05:31 Save ଉପରେ କ୍ଲିକ୍ କରନ୍ତୁ, ଫାଇଲକୁ ବନ୍ଦ କରନ୍ତୁ
05:35 - (ହାଇଫେନ୍) s ଆଟ୍ରିବ୍ୟୁଟ୍ କୁ ବଦଳାଇ - (ହାଇଫେନ୍) f ଆଟ୍ରିବ୍ୟୁଟ୍ କରନ୍ତୁ
05:41 ଏଠାରେ ଫାଇଲ୍ ନାମକୁ ମଧ୍ୟ ବଦଳାନ୍ତୁ
05:45 ଟାଇପ୍ କରନ୍ତୁ empty ଡଟ୍ sh
05:47 ବର୍ତ୍ତମାନ, ନିମ୍ନ ସହିତ ପ୍ରଥମ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ:
05:51 File exists and is not empty
05:54 ଆଉ, ନିମ୍ନ ସହିତ ଦ୍ୱିତୀୟ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ:
05:57 File is empty
05:59 Save କ୍ଲିକ୍ କରନ୍ତୁ
06:01 Terminalକୁ ଫେରିଆସନ୍ତୁ
06:03 Promptକୁ ଖାଲି କରିଦିଅନ୍ତୁ
06:06 ନିଷ୍ପାଦନ କରନ୍ତୁ
06:08 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib ଡଟ୍ sh, ଏଣ୍ଟର୍ ଦାବନ୍ତୁ
06:13 ଆଉଟପୁଟ୍ ହେଉଛି File is empty
06:17 ଏବେ ଚାଲନ୍ତୁ, ଆଉ ଗୋଟିଏ ଫାଇଲ୍ ଆଟ୍ରିବ୍ୟୁଟ୍ ଦେଖିବା, ଯାହା ଯେକୌଣସି ଫାଇଲର Write Permission ଯାଞ୍ଚ କରିବ
06:24 ଆମ ପ୍ରୋଗ୍ରାମକୁ ଫେରିଆସନ୍ତୁ.
06:26 - (ହାଇଫେନ୍) s ଆଟ୍ରିବ୍ୟୁଟ୍ କୁ ବଦଳାଇ - (ହାଇଫେନ୍) w କରନ୍ତୁ
06:32 ବର୍ତ୍ତମାନ, ନିମ୍ନ ସହିତ ପ୍ରଥମ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ:
06:36 User has write permission to this file
06:40 ଆଉ, ନିମ୍ନ ସହିତ ଦ୍ୱିତୀୟ Echo ଷ୍ଟେଟମେଣ୍ଟକୁ ବଦଳାନ୍ତୁ:
06:43 User doesn't have write permission to this file
06:47 Save କ୍ଲିକ୍ କରନ୍ତୁ
06:49 ଏହି ଉଦାହରଣ ପାଇଁ ମୁଁ ଏକ ଭିନ୍ନ ଫାଇଲ୍ ବ୍ୟବହାର କରିବି
06:53 ମୁଁ ଏପରି ଏକ ଫାଇଲର ଚୟନ କରିବି ଯାହା ପଠନଯୋଗ୍ୟ ହୋଇନଥିବ କିମ୍ୱା ଯାହାର Write Permission ନଥିବ
07:01 ମୁଁ ଏବେ ଫାଇଲ୍ ପାଥ୍ ବଦଳାଉଛି
07:04 ସ୍ଲାଶ୍ etc ସ୍ଲାଶ୍ mysql ସ୍ଲାଶ୍ debian ଡଟ୍ cnf
07:10 Save କ୍ଲିକ୍ କରନ୍ତୁ
07:12 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
07:15 ଅପ୍-ଆରୋ କୀ ଦାବନ୍ତୁ. ଏଣ୍ଟର୍ ଦାବନ୍ତୁ
07:19 ଦେଖନ୍ତୁ, ଆଉଟପୁଟ୍ ନିମ୍ନ ଭାବରେ ପ୍ରଦର୍ଶିତ ହେଲା:
07:21 User doesn't have write permission to this file
07:26 ଏବେ, File Attributes ଉପରେ ଆଧାରିତ ଆଉଏକ ଉଦାହରଣ ଦେଖିବା
07:31 ଏହି ଉଦାହରଣରେ ଆମେ, File1, File2ଠାରୁ ନୂଆ କି ନୁହେଁ ଯାଞ୍ଚ କରିବା
07:38 ଆସନ୍ତୁ, ପ୍ରୋଗ୍ରାମକୁ ଦେଖିବା
07:40 ଧ୍ୟାନଦିଅନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି Fileattrib2 ଡଟ୍ sh
07:46 କୋଡ୍ ମଧ୍ୟଦେଇ ଯିବା
07:48 ଏଠାରେ, ଆମ ପାଖରେ ଦୁଇଟି ଭେରିଏବଲ୍ସ ଅଛି - File1 ଓ File2
07:53 ଦୁଇଟିଯାକ ଫାଇଲ୍ସକୁ ଆଗରୁ ତିଆରି କରାଯାଇସାରିଛି ଓ ଖାଲି ଅଛି
07:58 ଏଠାରେ ଆମେ, File1, File2ଠାରୁ ନୂଆ କି ନୁହେଁ ଯାଞ୍ଚ କରିବା
08:04 ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ File1 is newer than File2
08:09 ଅନ୍ୟଥା, file2 is newer than file1 ପ୍ରିଣ୍ଟ କରିବା
08:14 ଏହା ହେଉଛି ଆଉ ଗୋଟିଏ if ଷ୍ଟେଟମେଣ୍ଟ
08:16 ଏଠାରେ ଆମେ, File1, File2ଠାରୁ ପୁରୁଣା କି ନୁହେଁ ଯାଞ୍ଚ କରିବା
08:21 ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଆମେ File1 is older than File2 ପ୍ରିଣ୍ଟ କରିବା
08:27 ଅନ୍ୟଥା, file2 is older than file1 ପ୍ରିଣ୍ଟ କରିବା
08:32 Terminalକୁ ଫେରିଆସନ୍ତୁ
08:35 ପ୍ରଥମେ ଆମେ, empty1 ଡଟ୍ sh ଫାଇଲକୁ ଏଡିଟ୍ କରିବା
08:39 ମୁଁ କେବଳ ଏଥିରେ ଏକ echo ଷ୍ଟେଟମେଣ୍ଟ ଯୋଡ଼ିବି
08:42 ଟାଇପ୍ କରନ୍ତୁ: echo ଡବଲ୍ କ୍ୱୋଟ୍ସ ମଧ୍ୟରେ hiii ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ empty one ଡଟ୍ sh. ଏଣ୍ଟର୍ ଦାବନ୍ତୁ
08:53 ବର୍ତ୍ତମାନ ଆମର ସ୍କ୍ରିପ୍ଟକୁ ନିଷ୍ପାଦନଯୋଗ୍ୟ କରିବା
08:57 ଟାଇପ୍ କରନ୍ତୁ: chmod ପ୍ଲସ୍ x fileattrib2 ଡଟ୍ sh
09:03 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ fileattrib2 ଡଟ୍ sh
09:09 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
09:11 file1 is newer than file2
09:15 file2 is older than file1
09:19 ଏବେ ଚାଲନ୍ତୁ, empty2 ଡଟ୍ sh ଫାଇଲ୍ ଏଡିଟ୍ କରିବା
09:23 ଏଠାରେ ମଧ୍ୟ ମୁଁ ଏକ echo ଷ୍ଟେଟମେଣ୍ଟ ଯୋଡ଼ିବି
09:27 ଟାଇପ୍ କରନ୍ତୁ: echo ଡବଲ୍ କ୍ୱୋଟ୍ସ ମଧ୍ୟରେ “How are you” ଡବଲ୍ କ୍ୱୋଟ୍ସ ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ (>) empty2 ଡଟ୍ sh
09:38 Promptକୁ ଖାଲି କରିଦିଅନ୍ତୁ
09:41 ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା
09:45 ଅପ୍-ଆରୋ କୀ ଦାବନ୍ତୁ
09:47 ଡଟ୍ ସ୍ଲାଶ୍ fileattrib2 ଡଟ୍ shକୁ ଯାଆନ୍ତୁ, ଏଣ୍ଟର୍ ଦାବନ୍ତୁ
09:53 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା:
09:55 file2 is newer than file1
09:59 ଓ file1 is older than file2
10:03 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:06 ସଂକ୍ଷିପ୍ତରେ,
10:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
10:11 * String କମ୍ପାରିଜନ୍, ଫାଇଲ୍ ଆଟ୍ରିବ୍ୟୁଟ୍ସ
10:14 * == (ଇକ୍ୱାଲ୍ ଟୁ ଇକ୍ୱାଲ୍ ଟୁ)
10:16 * != (ନଟ୍ ଇକ୍ୱାଲ୍ ଟୁ) * - (ହାଇଫେନ୍) f
10:18 * - (ହାଇଫେନ୍) s - (ହାଇଫେନ୍) w
10:21 * - (ହାଇଫେନ୍) nt ଓ - (ହାଇଫେନ୍) ot ଆଟ୍ରିବ୍ୟୁଟ୍ସ
10:25 ଏକ ଆସାଇନମେଣ୍ଟ ଭାବେ - କିଛି ଅଧିକ ଆଟ୍ରିବ୍ୟୁଟ୍ସ ବାହାର କରନ୍ତୁ
10:29 ଉଦାହରଣସ୍ୱରୂପ: -r, -x, ଓ -o
10:33 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:36 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:47 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:51 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:55 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:02 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:06 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:14 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
11:19 ଆଇଆଇଟି ବମ୍ୱେ ତରଫରୁ
11:25 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
11:29 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep