Difference between revisions of "Drupal/C2/Managing-Content/Oriya"
From Script | Spoken-Tutorial
(Created page with "{|border =1 | '''Time''' | '''Narration''' |- | 00:01 | '''Managing Content''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...") |
|||
Line 281: | Line 281: | ||
|- | |- | ||
| 09:47 | | 09:47 | ||
− | | ଏହି | + | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
* contents କ୍ରିଏଟ୍ କରିବା | * contents କ୍ରିଏଟ୍ କରିବା | ||
* contents ମ୍ୟାନେଜ୍ କରିବା ଏବଂ | * contents ମ୍ୟାନେଜ୍ କରିବା ଏବଂ | ||
Line 290: | Line 290: | ||
|- | |- | ||
| 10:16 | | 10:16 | ||
− | | ଏହି | + | | ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
|- | |- | ||
| 10:23 | | 10:23 |
Revision as of 17:51, 7 September 2016
Time | Narration |
00:01 | Managing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ content କ୍ରିଏଟ୍ କରିବା |
00:11 | Content ପରିଚାଳନା କରିବା ଏବଂ Revisions |
00:15 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି |
00:25 | ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ପୂର୍ବରୁ କ୍ରିଏଟ୍ କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
00:33 | ଏବେ ନୂଆ Content କେମିତି କ୍ରିଏଟ୍ କରାଯାଏ, ଶିଖିବା |
00:37 | ପ୍ରଥମ Event ଆଡ୍ କରନ୍ତୁ, Content ଉପରେ କ୍ଲିକ୍ କରନ୍ତୁ |
00:42 | Add content କ୍ଲିକ୍ କରନ୍ତୁ ଏବଂ Events ଚୟନ କରନ୍ତୁ |
00:46 | କିଛି ଜିନିଷ ପ୍ରଦର୍ଶନ ପାଇଁ, ଏକ ନମୁନା Event ସେଟ୍ ଅପ୍ କରିବା |
Event Name fieldରେ “DrupalCamp Cincinnati” ଟାଇପ୍ କରନ୍ତୁ | |
00:58 | Event Description fieldରେ “This is the first DrupalCamp in the southern Ohio region” ଟାଇପ୍ କରନ୍ତୁ |
01:07 | ଧ୍ୟାନ ଦିଅନ୍ତୁ ଯେ, Create New revision ଚେକ୍ ବକ୍ସ ଏଠାରେ ON ରହିବ |
01:12 | ଏହାର ଡାହାଣ ପାଖରେ କିଛି କରିବା ଦରକାର ନାହିଁ |
01:17 | ବର୍ତ୍ତମାନ ପାଇଁ Event Logo କୁ blank ଛାଡ଼ନ୍ତୁ |
01:21 | କିନ୍ତୁ, ଆମର Event Website ଦରକାର |
01:24 | ତେଣୁ URL କୁ http://drupalcampcincinnati.org ଭାବେ ଟାଇପ୍ କରନ୍ତୁ |
01:34 | Link textକୁ blank ଛାଡ଼ିଦିଅନ୍ତୁ, ସେହି display ହେଉଛି ପ୍ରକୃତ URL, ତେଣୁ ଆମେ ଏବେ ସେହିଭଳି କରିବା |
01:44 | ଯେତେବେଳେ Event Date ଉପରେ କ୍ଲିକ୍ କରିବେ ଏକ ଛୋଟ calendar pops ଆସିବ |
01:49 | January 11th 2016 କ୍ଲିକ୍ କରନ୍ତୁ |
01:54 | ଏବେ କୌଣସି EVENT SPONSORS ଆଡ୍ କରିପାରିବେ ନାହିଁ, କାରଣ ଏଠାରେ କୌଣସି User Groups set ନାହିଁ |
02:01 | ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ Drupal feature ହେଉଛି Inline Entity Reference |
02:07 | ଏହା, ଶୀଘ୍ର user groups ଆଡ୍ କରିବାକୁ ଅନୁମତି ଦିଏ. ହେଲେ ଏହାକୁ ପରେ ଶିଖିବା |
02:13 | ଆମର କିଛି EVENT TOPICS ଅଛି. ‘I’ ଟାଇପ୍ କରନ୍ତୁ ଏବଂ ‘Introduction to Drupal’ ସିଲେକ୍ଟ କରନ୍ତୁ |
02:21 | Add another item ଉପରେ କ୍ଲିକ୍ କରନ୍ତୁ, ଏଥରକ ‘m' ଟାଇପ୍ କରନ୍ତୁ |
02:27 | ଧ୍ୟାନଦିଅନ୍ତୁ ଯେ ‘m’ ଥିବା ସମସ୍ତ topics, ପ୍ରଦର୍ଶିତ ହେବ |
02:32 | Module Development ସିଲେକ୍ଟ କରନ୍ତୁ, ଆପଣ ଅନ୍ୟ topics ଚୟନ କରିପାରିବେ |
02:38 | Save and publish କ୍ଲିକ୍ କରନ୍ତୁ |
02:41 | ଏଠାରେ DrupalCamp Cincinnati node ଅଛି |
02:45 | Title, Body, Event Website, ଯାହା ସ୍ୱତଃ ହିଁ ଏକ link ହୋଇଥାଏ, କିନ୍ତୁ ଏହା ପ୍ରକୃତରେ ବିଦ୍ୟମାନ ନଥାଏ |
02:53 | ଆପଣ Event Date format କୁ ବଦଳାଇପାରିବେ |
02:58 | ଏହା ହେଉଛି ଏକ taxonomy |
03:00 | ଯଦି ଏହି link କ୍ଲିକ୍ ହୁଏ, ତେବେ Introduction to Drupal ସହ ପ୍ରତ୍ୟେକ Event ସଂଯୋଗ ହେବ ଏବଂ publication date କ୍ରମରେ ତାଲିକାଭୁକ୍ତ ହେବ |
03:12 | ଆମେ ସଫଳତା ପୂର୍ବକ ପ୍ରଥମ event node କ୍ରିଏଟ୍ କରିଛେ |
03:17 | ଏବେ Shortcuts ଏବଂ Add content ଉପରେ କ୍ଲିକ୍ କରନ୍ତୁ ଏବଂ User Group ଆଡ୍ କରନ୍ତୁ |
03:27 | ଏହାକୁ "Cincinnati User Group" କହିପାରିବେ |
03:31 | User Group Description field ଭିତରେ ଟାଇପ୍ କରନ୍ତୁ: “This is the user group from the southern Ohio region based in Cincinnati” |
03:42 | ଏବଂ “We meet on the 3rd Thursday of every month”. |
03:47 | ସେଥିରେ ଅଧିକ information ଆଡ୍ କରିପାରିବେ |
03.51 | ଏହି User Group ପାଇଁ URL ହେଉଛି: https colon slash slash groups dot drupal dot org slash Cincinnati |
04:03 | ଏହା ବର୍ତ୍ତମାନ ପାଇଁ ବିଦ୍ୟମାନ ନାହିଁ. କିନ୍ତୁ ଏହା, ସାଧାରଣତଃ ଏହିପରି ପ୍ରଦର୍ଶିତ ହୋଇଥାଏ |
04:10 | ଆପଣଙ୍କ ଏରିଆରେ User Group ଖୋଜିବା ପାଇଁ groups dot drupal dot org କୁ ଆସନ୍ତୁ |
04:16 | ଏହାପରେ, ଆପଣଙ୍କ ଆଗ୍ରହକୁ ଆଧାର କରି quick search କରନ୍ତୁ |
04:21 | ସାରା ବିଶ୍ୱରେ ଅନେକ User Groups ଅଛି |
04:25 | Group Contact ଭିତରେ "Drupal space Group" ଏବଂ Contact Email ଭିତରେ "drupalgroup@email.com" ଟାଇପ୍ କରନ୍ତୁ |
04:38 | ଧ୍ୟାନଦିଅନ୍ତୁ ଯେ, ଏହା ଏକ properly formatted email address ହେବା ଉଚିତ, ନହେଲେ Drupal ଏହାକୁ ରିଜେକ୍ଟ କରିଦେବ |
04:46 | ଏଠାରେ ଥିବା multiple options ମଧ୍ୟରୁ Group Level ଚୟନ କରନ୍ତୁ |
04:50 | ଏବଂ EVENTS SPONSORED ଭିତରେ Event ଚୁଜ୍ କରନ୍ତୁ |
04:55 | ଯଦି 'd' ଟାଇପ୍ କରିବେ, ତେବେ drop-down ରେ "Drupal Camp Cincinnati" ଶୋ’ କରିବ |
05:02 | Save and Publish କ୍ଲିକ୍ କରନ୍ତୁ |
05:05 | ଆମେ ସଫଳତା ପୂର୍ବକ ପ୍ରଥମ User Group କ୍ରିଏଟ୍ କଲେ |
05:09 | ଏବେ content ମ୍ୟାନେଜ୍ କରିବା ଶିଖିବା |
05:13 | ଯଦି Content ଉପରେ କ୍ଲିକ୍ କରିବେ, ତେବେ site ରେ ସମସ୍ତ content ର ତାଲିକା ପାଇବେ |
05:19 | ଏହା କେଉଁ Content type କିଛି ଫରକ ପଡ଼େନାହିଁ, ଆମେ ସମସ୍ତ content ଦେଖିପାରିବା |
05:25 | Publish status, Content type ଏବଂ Title ଦ୍ୱାରା filter କରିପାରିବେ |
05:32 | ଯଦି ଏଠାରେ ‘W’ ଟାଇପ୍ କରି Filter କ୍ଲିକ୍ କରିବେ, ତେବେ କେବଳ ‘w’ ରେ ଆରମ୍ଭ ହେଉଥିବା nodes ପାଇବେ |
05:41 | Reset କ୍ଲିକ୍ କରନ୍ତୁ |
05:43 | ଯଦି multiple languages ଅଛି, ତେବେ ଅନ୍ୟ language ବାଛିପାରିବେ |
05:49 | ଥରେ ତାଲିକା ପାଇଗଲେ ଏକ ସମୟରେ ଏକାଧିକ node ସିଲେକ୍ଟ କରିପାରିବେ, ଯେମିତି- Delete, make it Sticky, Promote it, Publish it ଇତ୍ୟାଦି |
06:04 | Unpublish content ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ |
06:09 | ଧ୍ୟାନଦିଅନ୍ତୁ ଯେ, ସିଲେକ୍ଟ ହୋଇଥିବା nodes, Unpublished ରେ updated ହୋଇଛି |
06:16 | Content ମ୍ୟାନେଜ୍ କରିବା ପାଇଁ ଏହା ସହଜ ସ୍ଥାନ |
06:20 | ସମସ୍ତ nodes କୁ ଏକସଙ୍ଗରେ ସିଲେକ୍ଟ କରନ୍ତୁ, ପ୍ରଥମେ Publish ଏବଂ ତା’ପରେ Apply କ୍ଲିକ୍ କରନ୍ତୁ |
06:28 | ଯଦି କିଛି publish ହୋଇଛି, ତେବେ କୌଣସି କଥା ନାହିଁ, ଏବେ ସମସ୍ତ content publish ହୋଇଯିବ |
06:35 | ଏଠାରେ ଗୋଟିଏ node କୁ Edit କିମ୍ବା Delete କରିପାରିବେ, କିମ୍ବା ଅନେକ nodes କୁ ସିଲେକ୍ଟ କରି content ଡିଲିଟ୍ କରନ୍ତୁ |
06:44 | Drupal ରେ content କୁ ମ୍ୟାନେଜ୍ କରିବା ଅତି ସହଜ, toolbar ରୁ Content link କ୍ଲିକ୍ କଲେ ସେହି ପେଜ୍ ଆସିବ |
06:54 | ଉପରେ ଥିବା tabs ବ୍ୟବହାର କଲେ ଆପଣ Comments କୁ ମ୍ୟାନେଜ୍ କରିପାରିବେ |
07:00 | ଏବଂ କୌଣସି file field ରେ upload ହୋଇଥିବା Files କୁ ମଧ୍ୟ ମ୍ୟାନେଜ୍ କରିପାରିବେ |
07:05 | Image ଦେଖିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ, ଏହା ସ୍କ୍ରିନ୍ରେ ଡିସ୍ପ୍ଲେ ହେବ |
07:10 | Image କେଉଁଠି ବ୍ୟବହାର ହୋଇଛି ଦେଖିବା ପାଇଁ Places link ଉପରେ କ୍ଲିକ୍ କରନ୍ତୁ, ଏହା ଆମକୁ ଏକ nodeଗୁଡ଼ିକର ତାଲିକା ଦେବ, ଯେଉଁଠି file ବ୍ୟବହୃତ ହୋଇଛି |
07:20 | Administration toolbarରେ ଆପଣ Content link ମଧ୍ୟରୁ Content, Comments ଏବଂ Files ମ୍ୟାନେଜ୍ କରିପାରିବେ |
07:29 | ଏବେ ଗୋଟିଏ node ରେ comment ଆଡ୍ କରନ୍ତୁ |
07:33 | ମୁଁ ଏହି comment ଆଡ୍ କରୁଛି- “Great Node! Fantastic content.” |
07:39 | Save କ୍ଲିକ୍ କରନ୍ତୁ |
07:42 | ଯେହେତୁ ଆମେ superuser ଭାବେ logged in କରିଛେ, ତେଣୁ ଆମକୁ ସବୁକିଛି ଦିଆଯାଇଛି. ଆମକୁ ପ୍ରକୃତରେ କିଛି କରିବାର ନାହିଁ |
07:50 | ଯଦି approval ପାଇଁ comments ସେଟ୍ କରିବାକୁ ଚାହୁଁଛନ୍ତି, ତେବେ Content, Comments କ୍ଲିକ୍ କରିପାରିବେ ଏବଂ ସେଗୁଡ଼ିକୁ ଏଠାରେ ମ୍ୟାନେଜ୍ କରିବାକୁ ସମର୍ଥ ହେବେ |
07:59 | ଉଦାହରଣସ୍ୱରୁପ- comments କୁ bulk publish କରନ୍ତୁ କିମ୍ବା ସେଗୁଡ଼ିକୁ ସ୍କ୍ରିନ୍ରୁ ଡିଲିଟ୍ କରନ୍ତୁ |
08:05 | Drupal ରେ ଗୋଟିଏ ସ୍ଥାନରୁ Content, Comments ଏବଂ Files ମ୍ୟାନେଜ୍ କରାଯାଏ |
08:12 | ଏହାପରେ ଏକ node update କରନ୍ତୁ କିମ୍ବା node ପରିବର୍ତ୍ତନ କରନ୍ତୁ ଏବଂ Revisions କେମିତି କାମ କରୁଛି ଦେଖନ୍ତୁ |
08:20 | Home page କୁ ଆସିବା ପାଇଁ Home link ଦାବନ୍ତୁ |
08:24 | DrupalCamp Cincinnatiରେ Quick edit ଦାବନ୍ତୁ |
08:29 | ଏହି node ର body ରେ ଆହୁରି ଅଧିକ content ଆଡ୍ କରନ୍ତୁ- “There is another great camp in Columbus every October.” |
08:39 | Save ଦାବନ୍ତୁ |
08:41 | ଏବେ DrupalCamp Cincinnati ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ Revisions ନାମରେ ଏକ ନୂଆ ଟାବ୍ ଦେଖିପାରିବେ |
08:49 | Revisions କ୍ଲିକ୍ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, admin, node କୁ 2:37 ରେ update କରିସାରିଛି ଏବଂ ଏହା ହେଉଛି Current version |
09:00 | ପୁରୁଣା version ମଧ୍ୟ ଅଛି |
09:03 | ଏହାକୁ କ୍ଲିକ୍ କରିବା ଦ୍ୱାରା ପୁରୁଣା version ଦେଖିପାରିବେ, ଯାହାର ଦ୍ୱିତୀୟ paragraph ନାହିଁ |
09:09 | ପଛକୁ ଫେରିବା ପାଇଁ Revisions କ୍ଲିକ୍ କରନ୍ତୁ, ଏହାପରେ ପୁରୁଣା version କୁ Revert କିମ୍ବା Delete କରିପାରିବେ |
09:18 | ସେଥିରେ ଅନ୍ୟ Modules ଅଛି, ଯାହା ଏହାକୁ ସରଳ କରେ |
09:22 | କିନ୍ତୁ version control କୁ Drupal ସମ୍ପୂର୍ଣ୍ଣ କରିସାରିଛି, ତେବେ କୌଣସି node କୁ କିଏ ଏବଂ କେତେବେଳେ ବଦଳାଏ ଆପଣ ଜାଣିଛନ୍ତି, ଏବଂ ଆପଣ ଚାହିଁଲେ revert back କରିପାରିବେ |
09:36 | ତେବେ Drupal ରେ version control କ୍ରିଏଟ୍ ହୋଇଛି ଏବଂ ଏହା ପ୍ରକୃତରେ ଉପକାରୀ |
09:41 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ- |
09:47 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
|
10:06 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
10:16 | ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
10:45 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |