Drupal/C2/Managing-Content/Oriya

From Script | Spoken-Tutorial
Jump to: navigation, search
Time Narration
00:01 Managing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଏକ ନୂଆ content କ୍ରିଏଟ୍ କରିବା
00:11 Content ପରିଚାଳନା କରିବା ଏବଂ Revisions
00:15 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
00:25 ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ପୂର୍ବରୁ କ୍ରିଏଟ୍ କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:33 ଏବେ ନୂଆ Content କେମିତି କ୍ରିଏଟ୍ କରାଯାଏ, ଶିଖିବା
00:37 ପ୍ରଥମ Event ଆଡ୍ କରନ୍ତୁ, Content ଉପରେ କ୍ଲିକ୍ କରନ୍ତୁ
00:42 Add content କ୍ଲିକ୍ କରନ୍ତୁ ଏବଂ Events ଚୟନ କରନ୍ତୁ
00:46 କିଛି ଜିନିଷ ପ୍ରଦର୍ଶନ ପାଇଁ, ଏକ ନମୁନା Event ସେଟ୍ ଅପ୍ କରିବା
00:50 Event Name fieldରେ “DrupalCamp Cincinnati” ଟାଇପ୍ କରନ୍ତୁ
00:58 Event Description fieldରେ “This is the first DrupalCamp in the southern Ohio region” ଟାଇପ୍ କରନ୍ତୁ
01:07 ଧ୍ୟାନ ଦିଅନ୍ତୁ ଯେ, Create New revision ଚେକ୍ ବକ୍ସ ଏଠାରେ ON ରହିବ
01:12 ଏହାର ଡାହାଣ ପାଖରେ କିଛି କରିବା ଦରକାର ନାହିଁ
01:17 ବର୍ତ୍ତମାନ ପାଇଁ Event Logo କୁ blank ଛାଡ଼ନ୍ତୁ
01:21 କିନ୍ତୁ, ଆମର Event Website ଦରକାର
01:24 ତେଣୁ URL କୁ http://drupalcampcincinnati.org ଭାବେ ଟାଇପ୍ କରନ୍ତୁ
01:34 Link textକୁ blank ଛାଡ଼ିଦିଅନ୍ତୁ, ସେହି display ହେଉଛି ପ୍ରକୃତ URL, ତେଣୁ ଆମେ ଏବେ ସେହିଭଳି କରିବା
01:44 ଯେତେବେଳେ Event Date ଉପରେ କ୍ଲିକ୍ କରିବେ ଏକ ଛୋଟ calendar pops ଆସିବ
01:49 January 11th 2016 କ୍ଲିକ୍ କରନ୍ତୁ
01:54 ଏବେ କୌଣସି EVENT SPONSORS ଆଡ୍ କରିପାରିବେ ନାହିଁ, କାରଣ ଏଠାରେ କୌଣସି User Groups set ନାହିଁ
02:01 ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ Drupal feature ହେଉଛି Inline Entity Reference
02:07 ଏହା, ଶୀଘ୍ର user groups ଆଡ୍ କରିବାକୁ ଅନୁମତି ଦିଏ. ହେଲେ ଏହାକୁ ପରେ ଶିଖିବା
02:13 ଆମର କିଛି EVENT TOPICS ଅଛି. ‘I’ ଟାଇପ୍ କରନ୍ତୁ ଏବଂ ‘Introduction to Drupal’ ସିଲେକ୍ଟ କରନ୍ତୁ
02:21 Add another item ଉପରେ କ୍ଲିକ୍ କରନ୍ତୁ, ଏଥରକ ‘m' ଟାଇପ୍ କରନ୍ତୁ
02:27 ଧ୍ୟାନଦିଅନ୍ତୁ ଯେ ‘m’ ଥିବା ସମସ୍ତ topics, ପ୍ରଦର୍ଶିତ ହେବ
02:32 Module Development ସିଲେକ୍ଟ କରନ୍ତୁ, ଆପଣ ଅନ୍ୟ topics ଚୟନ କରିପାରିବେ
02:38 Save and publish କ୍ଲିକ୍ କରନ୍ତୁ
02:41 ଏଠାରେ DrupalCamp Cincinnati node ଅଛି
02:45 Title, Body, Event Website, ଯାହା ସ୍ୱତଃ ହିଁ ଏକ link ହୋଇଥାଏ, କିନ୍ତୁ ଏହା ପ୍ରକୃତରେ ବିଦ୍ୟମାନ ନଥାଏ
02:53 ଆପଣ Event Date format କୁ ବଦଳାଇପାରିବେ
02:58 ଏହା ହେଉଛି ଏକ taxonomy
03:00 ଯଦି ଏହି link କ୍ଲିକ୍ ହୁଏ, ତେବେ Introduction to Drupal ସହ ପ୍ରତ୍ୟେକ Event ସଂଯୋଗ ହେବ ଏବଂ publication date କ୍ରମରେ ତାଲିକାଭୁକ୍ତ ହେବ
03:12 ଆମେ ସଫଳତା ପୂର୍ବକ ପ୍ରଥମ event node କ୍ରିଏଟ୍ କରିଛେ
03:17 ଏବେ Shortcuts ଏବଂ Add content ଉପରେ କ୍ଲିକ୍ କରନ୍ତୁ ଏବଂ User Group ଆଡ୍ କରନ୍ତୁ
03:27 ଏହାକୁ "Cincinnati User Group" କହିପାରିବେ
03:31 User Group Description field ଭିତରେ ଟାଇପ୍ କରନ୍ତୁ: “This is the user group from the southern Ohio region based in Cincinnati”
03:42 ଏବଂ “We meet on the 3rd Thursday of every month”.
03:47 ସେଥିରେ ଅଧିକ information ଆଡ୍ କରିପାରିବେ
03:51 ଏହି User Group ପାଇଁ URL ହେଉଛି: https colon slash slash groups dot drupal dot org slash Cincinnati
04:03 ଏହା ବର୍ତ୍ତମାନ ପାଇଁ ବିଦ୍ୟମାନ ନାହିଁ. କିନ୍ତୁ ଏହା, ସାଧାରଣତଃ ଏହିପରି ପ୍ରଦର୍ଶିତ ହୋଇଥାଏ
04:10 ଆପଣଙ୍କ ଏରିଆରେ User Group ଖୋଜିବା ପାଇଁ groups dot drupal dot org କୁ ଆସନ୍ତୁ
04:16 ଏହାପରେ, ଆପଣଙ୍କ ଆଗ୍ରହକୁ ଆଧାର କରି quick search କରନ୍ତୁ
04:21 ସାରା ବିଶ୍ୱରେ ଅନେକ User Groups ଅଛି
04:25 Group Contact ଭିତରେ "Drupal space Group" ଏବଂ Contact Email ଭିତରେ "drupalgroup@email.com" ଟାଇପ୍ କରନ୍ତୁ
04:38 ଧ୍ୟାନଦିଅନ୍ତୁ ଯେ, ଏହା ଏକ properly formatted email address ହେବା ଉଚିତ, ନହେଲେ Drupal ଏହାକୁ ରିଜେକ୍ଟ କରିଦେବ
04:46 ଏଠାରେ ଥିବା multiple options ମଧ୍ୟରୁ Group Level ଚୟନ କରନ୍ତୁ
04:50 ଏବଂ EVENTS SPONSORED ଭିତରେ Event ଚୁଜ୍ କରନ୍ତୁ
04:55 ଯଦି 'd' ଟାଇପ୍ କରିବେ, ତେବେ drop-down ରେ "Drupal Camp Cincinnati" ଶୋ’ କରିବ
05:02 Save and Publish କ୍ଲିକ୍ କରନ୍ତୁ
05:05 ଆମେ ସଫଳତା ପୂର୍ବକ ପ୍ରଥମ User Group କ୍ରିଏଟ୍ କଲେ
05:09 ଏବେ content ମ୍ୟାନେଜ୍ କରିବା ଶିଖିବା
05:13 ଯଦି Content ଉପରେ କ୍ଲିକ୍ କରିବେ, ତେବେ site ରେ ସମସ୍ତ content ର ତାଲିକା ପାଇବେ
05:19 ଏହା କେଉଁ Content type କିଛି ଫରକ ପଡ଼େନାହିଁ, ଆମେ ସମସ୍ତ content ଦେଖିପାରିବା
05:25 Publish status, Content type ଏବଂ Title ଦ୍ୱାରା filter କରିପାରିବେ
05:32 ଯଦି ଏଠାରେ ‘W’ ଟାଇପ୍ କରି Filter କ୍ଲିକ୍ କରିବେ, ତେବେ କେବଳ ‘w’ ରେ ଆରମ୍ଭ ହେଉଥିବା nodes ପାଇବେ
05:41 Reset କ୍ଲିକ୍ କରନ୍ତୁ
05:43 ଯଦି multiple languages ଅଛି, ତେବେ ଅନ୍ୟ language ବାଛିପାରିବେ
05:49 ଥରେ ତାଲିକା ପାଇଗଲେ ଏକ ସମୟରେ ଏକାଧିକ node ସିଲେକ୍ଟ କରିପାରିବେ, ଯେମିତି- Delete, make it Sticky, Promote it, Publish it ଇତ୍ୟାଦି
06:04 Unpublish content ସିଲେକ୍ଟ କରି Apply କ୍ଲିକ୍ କରନ୍ତୁ
06:09 ଧ୍ୟାନଦିଅନ୍ତୁ ଯେ, ସିଲେକ୍ଟ ହୋଇଥିବା nodes, Unpublished ରେ updated ହୋଇଛି
06:16 Content ମ୍ୟାନେଜ୍ କରିବା ପାଇଁ ଏହା ସହଜ ସ୍ଥାନ
06:20 ସମସ୍ତ nodes କୁ ଏକସଙ୍ଗରେ ସିଲେକ୍ଟ କରନ୍ତୁ, ପ୍ରଥମେ Publish ଏବଂ ତା’ପରେ Apply କ୍ଲିକ୍ କରନ୍ତୁ
06:28 ଯଦି କିଛି publish ହୋଇଛି, ତେବେ କୌଣସି କଥା ନାହିଁ, ଏବେ ସମସ୍ତ content publish ହୋଇଯିବ
06:35 ଏଠାରେ ଗୋଟିଏ node କୁ Edit କିମ୍ବା Delete କରିପାରିବେ, କିମ୍ବା ଅନେକ nodes କୁ ସିଲେକ୍ଟ କରି content ଡିଲିଟ୍ କରନ୍ତୁ
06:44 Drupal ରେ content କୁ ମ୍ୟାନେଜ୍ କରିବା ଅତି ସହଜ, toolbar ରୁ Content link କ୍ଲିକ୍ କଲେ ସେହି ପେଜ୍ ଆସିବ
06:54 ଉପରେ ଥିବା tabs ବ୍ୟବହାର କଲେ ଆପଣ Comments କୁ ମ୍ୟାନେଜ୍ କରିପାରିବେ
07:00 ଏବଂ କୌଣସି file field ରେ upload ହୋଇଥିବା Files କୁ ମଧ୍ୟ ମ୍ୟାନେଜ୍ କରିପାରିବେ
07:05 Image ଦେଖିବା ପାଇଁ ଏହାକୁ କ୍ଲିକ୍ କରନ୍ତୁ, ଏହା ସ୍କ୍ରିନ୍ରେ ଡିସ୍ପ୍ଲେ ହେବ
07:10 Image କେଉଁଠି ବ୍ୟବହାର ହୋଇଛି ଦେଖିବା ପାଇଁ Places link ଉପରେ କ୍ଲିକ୍ କରନ୍ତୁ, ଏହା ଆମକୁ ଏକ nodeଗୁଡ଼ିକର ତାଲିକା ଦେବ, ଯେଉଁଠି file ବ୍ୟବହୃତ ହୋଇଛି
07:20 Administration toolbarରେ ଆପଣ Content link ମଧ୍ୟରୁ Content, Comments ଏବଂ Files ମ୍ୟାନେଜ୍ କରିପାରିବେ
07:29 ଏବେ ଗୋଟିଏ node ରେ comment ଆଡ୍ କରନ୍ତୁ
07:33 ମୁଁ ଏହି comment ଆଡ୍ କରୁଛି- “Great Node! Fantastic content.”
07:39 Save କ୍ଲିକ୍ କରନ୍ତୁ
07:42 ଯେହେତୁ ଆମେ superuser ଭାବେ logged in କରିଛେ, ତେଣୁ ଆମକୁ ସବୁକିଛି ଦିଆଯାଇଛି. ଆମକୁ ପ୍ରକୃତରେ କିଛି କରିବାର ନାହିଁ
07:50 ଯଦି approval ପାଇଁ comments ସେଟ୍ କରିବାକୁ ଚାହୁଁଛନ୍ତି, ତେବେ Content, Comments କ୍ଲିକ୍ କରିପାରିବେ ଏବଂ ସେଗୁଡ଼ିକୁ ଏଠାରେ ମ୍ୟାନେଜ୍ କରିବାକୁ ସମର୍ଥ ହେବେ
07:59 ଉଦାହରଣସ୍ୱରୁପ- comments କୁ bulk publish କରନ୍ତୁ କିମ୍ବା ସେଗୁଡ଼ିକୁ ସ୍କ୍ରିନ୍ରୁ ଡିଲିଟ୍ କରନ୍ତୁ
08:05 Drupal ରେ ଗୋଟିଏ ସ୍ଥାନରୁ Content, Comments ଏବଂ Files ମ୍ୟାନେଜ୍ କରାଯାଏ
08:12 ଏହାପରେ ଏକ node update କରନ୍ତୁ କିମ୍ବା node ପରିବର୍ତ୍ତନ କରନ୍ତୁ ଏବଂ Revisions କେମିତି କାମ କରୁଛି ଦେଖନ୍ତୁ
08:20 Home page କୁ ଆସିବା ପାଇଁ Home link ଦାବନ୍ତୁ
08:24 DrupalCamp Cincinnatiରେ Quick edit ଦାବନ୍ତୁ
08:29 ଏହି node ର body ରେ ଆହୁରି ଅଧିକ content ଆଡ୍ କରନ୍ତୁ- “There is another great camp in Columbus every October.”
08:39 Save ଦାବନ୍ତୁ
08:41 ଏବେ DrupalCamp Cincinnati ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ Revisions ନାମରେ ଏକ ନୂଆ ଟାବ୍ ଦେଖିପାରିବେ
08:49 Revisions କ୍ଲିକ୍ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, admin, node କୁ 2:37 ରେ update କରିସାରିଛି ଏବଂ ଏହା ହେଉଛି Current Revision
09:00 ପୁରୁଣା version ମଧ୍ୟ ଅଛି
09:03 ଏହାକୁ କ୍ଲିକ୍ କରିବା ଦ୍ୱାରା ପୁରୁଣା version ଦେଖିପାରିବେ, ଯାହାର ଦ୍ୱିତୀୟ paragraph ନାହିଁ
09:09 ପଛକୁ ଫେରିବା ପାଇଁ Revisions କ୍ଲିକ୍ କରନ୍ତୁ, ଏହାପରେ ପୁରୁଣା version କୁ Revert କିମ୍ବା Delete କରିପାରିବେ
09:18 ସେଥିରେ ଅନ୍ୟ Modules ଅଛି, ଯାହା ଏହାକୁ ସରଳ କରେ
09:22 କିନ୍ତୁ version control କୁ Drupal ସମ୍ପୂର୍ଣ୍ଣ କରିସାରିଛି, ତେବେ କୌଣସି node କୁ କିଏ ଏବଂ କେତେବେଳେ ବଦଳାଏ ଆପଣ ଜାଣିଛନ୍ତି, ଏବଂ ଆପଣ ଚାହିଁଲେ revert back କରିପାରିବେ
09:36 ତେବେ Drupal ରେ version control କ୍ରିଏଟ୍ ହୋଇଛି ଏବଂ ଏହା ପ୍ରକୃତରେ ଉପକାରୀ
09:41 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ, ସଂକ୍ଷିପ୍ତରେ-
09:47 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: contents କ୍ରିଏଟ୍ କରିବା, contents ମ୍ୟାନେଜ୍ କରିବା ଏବଂ Revisions
10:06 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:16 ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:45 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Devraj, PoojaMoolya, Pradeep