Ubuntu-Linux-on-Virtual-Box/C2/Installing-VirtualBox-on-Ubuntu-Linux-OS/Oriya
From Script | Spoken-Tutorial
|
|
00:01 | Ubuntu Linux Operating Sysemରେ VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ, Ubuntu Linux 16.04 Operating Systemରେ VirtualBox ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux 16.04 OS |
00:25 | VirtualBox ଭର୍ସନ୍ 5.2 |
00:29 | gedit text editor |
00:32 | ହେଲେ, ଆପଣ ନିଜ ପସନ୍ଦର Text Editor ବ୍ୟବହାର କରିପାରିବେ |
00:37 | ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି |
00:43 | VirtualBox କ’ଣ?
VirtualBox ହେଉଛି Virtualization ପାଇଁଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍ |
00:50 | ମୂଳ ମେଶିନ୍, ଯାହା ହେଉଛି ହୋଷ୍ଟ, ସେଥିରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା |
00:57 | ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ |
01:03 | ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର |
01:11 | i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍ |
01:14 | 4 GB କିମ୍ୱା ତା’ଠାରୁ ଅଧିକ RAM |
01:17 | ହାର୍ଡ ଡିସ୍କରେ 50 GB କିମ୍ୱା ଅଧିକର ଖାଲି ସ୍ଥାନ ଏବଂ |
01:22 | BIOSରେ Virtualization ଏନାବଲ୍ ହୋଇଥିବା ଦରକାର |
01:27 | VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ |
01:32 | ମୂଳ ମେଶିନରେ ଯଦି Ubuntu Linux OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର: |
01:40 | Ubuntu Linux 14.04, Ubuntu Linux 16.04 କିମ୍ୱା Ubuntu Linux 18.04 |
01:50 | ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା |
01:53 | ପ୍ଲେୟାର୍ ତଳେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ କମାଣ୍ଡଗୁଡ଼ିକ ଉପଲବ୍ଧ ଅଛି |
02:00 | ମୋ ମେଶିନରେ ମୁଁ Gedit Text Editorରେ ଏହି ଫାଇଲ୍ ଖୋଲିଛି |
02:05 | ଏବଂ ପ୍ରଦର୍ଶନ ସମୟରେ କମାଣ୍ଡଗୁଡ଼ିକୁ କପୀ-ପେଷ୍ଟ୍ କରିବା ପାଇଁ ମୁଁ ଏହି ଫାଇଲର ବ୍ୟବହାର କରିବି |
02:11 | ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନରେ Virtualization ଏନାବଲ୍ ଅଛି |
02:21 | ଆସନ୍ତୁ ଦେଖିବା, Virtualization ଏନାବଲ୍ ହୋଇଛି କି ନାହିଁ |
02:26 | ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ |
02:35 | ଏହି କମାଣ୍ଡକୁ Code Fileରୁ କପୀ କରି ଟର୍ମିନଲରେ ପେଷ୍ଟ୍ କରନ୍ତୁ
ନିଷ୍ପାଦନ କରିବା ପାଇଁ Enter ଦାବନ୍ତୁ |
02:43 | ଯଦି ଆଉଟପୁଟରେ VMX Flags ଥାଏ, ତେବେ ଏହି କମ୍ପ୍ୟୁଟରରେ Virtualization ଏନାବଲ୍ ଅଛି |
02:50 | ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ |
02:55 | ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ |
03:02 | ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ |
03:09 | ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ |
03:17 | ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି |
03:21 | ପ୍ରଥମେ, ନିମ୍ନ କମାଣ୍ଡ ସାହାଯ୍ୟରେ ଆମେ ମୂଳ ମେଶିନକୁ ଅପଡେଟ୍ କରିବା |
03:27 | ସେଥିପାଇଁ, ଟର୍ମିନଲରେ ଟାଇପ୍ କରନ୍ତୁ: sudo <ସ୍ପେସ୍> apt-get <ସ୍ପେସ୍> update
ତା’ପରେ Enter ଦାବନ୍ତୁ |
03:38 | ଆପଣଙ୍କୁ System Password ଲେଖିବାକୁ କୁହାଯାଇପାରେ
ପାସୱର୍ଡ ଟାଇପ୍ କରି Enter ଦାବନ୍ତୁ |
03:46 | ଏବେଠାରୁ, ଏହି ଇନଷ୍ଟଲେଶନ୍ ସମୟରେ ଯେତେବେଳେ ବି କୁହାଯିବ, System Password ଟାଇପ୍ କରି Enter ଦାବନ୍ତୁ |
03:55 | ଏହାପରେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା
ଏବେ ଆମକୁ Ubuntu Source Listରେ VirtualBox Repository ଯୋଡ଼ିବାକୁ ପଡ଼ିବ |
04:04 | ଏହା କରିବାକୁ ଏହି କମାଣ୍ଡକୁ କପୀ କରି ଟର୍ମିନଲରେ ପେଷ୍ଟ୍ କରନ୍ତୁ
ତା’ପରେ Enter ଦାବନ୍ତୁ |
04:11 | ଏହାପରେ ଆମକୁ apt Sourceରେ VirtualBox Repository Key ଯୋଡ଼ିବାକୁ ପଡ଼ିବ |
04:17 | ଏଥିପାଇଁ, ଏହି ଦୁଇଟିଯାକ କମାଣ୍ଡକୁ ଗୋଟିଏ ପରେ ଗୋଟିଏ କରି କପୀ କରନ୍ତୁ
ସେଗୁଡ଼ିକୁ ଟର୍ମିନଲରେ ପେଷ୍ଟ୍ କରି Enter ଦାବନ୍ତୁ |
04:32 | ଏବେ ଆମକୁ Repository Listକୁ ଅପଡେଟ୍ କରିବାକୁ ହେବ |
04:36 | ସେଥିପାଇଁ, ଟର୍ମିନଲରେ ଟାଇପ୍ କରନ୍ତୁ sudo <ସ୍ପେସ୍> apt-get <ସ୍ପେସ୍> update
ତା’ପରେ Enter ଦାବନ୍ତୁ |
04:50 | ତାହାପରେ ଟାଇପ୍ କରନ୍ତୁ: sudo ସ୍ପେସ୍ apt-get ସ୍ପେସ୍ install ସ୍ପେସ୍ virtualbox-5.2
ଏବଂ Enter ଦାବନ୍ତୁ |
05:04 | ଇନଷ୍ଟଲ୍ କରାଯିବାକୁ ଥିବା ପ୍ୟାକେଜଗୁଡ଼ିକର ଏକ ତାଲିକା, ଇଣ୍ଟର୍ନେଟରୁ ଡାଉନଲୋଡ୍ କରାଯିବାକୁ ଥିବା ଫାଇଲ୍ ସାଇଜ୍ ଏବଂ |
05:09 | ଇନଷ୍ଟଲେଶନ୍ ପରେ ଡିସ୍କ ସ୍ପେସ୍ ର ବ୍ୟବହାରକୁ ଟର୍ମିନଲ୍ ପ୍ରଦର୍ଶିତ କରିବ |
05:17 | Do you want to continue? ବୋଲି ପଚରାଗଲେ, Y ଟାଇପ୍ କରି Enter ଦାବିଦିଅନ୍ତୁ |
05:23 | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ |
05:31 | ଇନଷ୍ଟଲେଶନ୍ ଏବେ ସମ୍ପୂର୍ଣ୍ଣ ହେଲା |
05:34 | ସର୍ଚ୍ଚ ବାର୍ ରେ Virtualbox ଟାଇପ୍ କରନ୍ତୁ |
05:42 | Oracle VM VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
05:47 | ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ |
05:54 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
ସଂକ୍ଷିପ୍ତରେ - |
05:59 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ
Ubuntu Linux 16.04 Osରେ VirtualBoxକୁ ଇନଷ୍ଟଲ୍ କରିବା |
06:11 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି |
06:27 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:31 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
06:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ| |
06:47 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |