Scilab/C2/Why-Scilab/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Why Scilab ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, scilab packageର କିଛି କ୍ଷମତା ଏବଂ scilab କୁ ସ୍ଥାନାନ୍ତର କଲେ ମିଳୁଥିବା ସୁବିଧାଗୁଡ଼ିକ ବିଷୟରେ ଜାଣିବା
00:16 Scilab ହେଉଛି, ଫ୍ରୀ ଓ ଓପନ୍ ସୋର୍ସ, ଉପଯୋଗକର୍ତ୍ତା ଅନୁକୂଳ, ନ୍ୟୁମେରିକଲ ଓ କମ୍ପ୍ୟୁଟେଶନଲ୍ ପ୍ୟାକେଜ
00:23 ଯାହା, ବିଭିନ୍ନ ଇଞ୍ଜିନିୟରିଙ୍ଗ ଓ ବିଜ୍ଞାନ ଷ୍ଟ୍ରିମରେ ବ୍ୟବହୃତ ହୋଇଥାଏ
00:28 ଏହା ବିଭିନ୍ନ ଅପରେଟିଙ୍ଗ ସିଷ୍ଟମ(OS), ଯଥା, Windows, Linux ଓ Mac OS/X ପାଇଁ ଉପଲବ୍ଧ
00:35 Scilab, scientificରେ ଥିବା sci ଏବଂ Laboratory ରେ ଥିବା Lab ଭଳି ଉଚ୍ଚାରିତ ହୁଏ
00:43 ଯେହେତୁ, Scilab ଏକ ମାଗଣା ଓ ଓପନ୍ ସୋର୍ସ ଅଟେ, ତେଣୁ ୟୁଜର୍ସମାନେ:
00:48 ସୋର୍ସ କୋଡକୁ ଦେଖିପାରିବେ ଓ ବଦଳାଇପାରିବେ
00:51 ସୋର୍ସ କୋଡକୁ ପୁନଃବଣ୍ଟନ ଓ ଉନ୍ନତ କରିପାରିବେ
00:55 ଯେକୌଣସି ଉଦ୍ଦେଶ୍ୟ ପାଇଁ ସଫ୍ଟୱେରକୁ ବ୍ୟବହାର କରିପାରିବେ
00:59 ଏହା, ଯଥାର୍ଥରେ ଘରୋଇ ଉଦ୍ୟୋଗ, ଉଦ୍ୟୋଗୀ, ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ
01:05 ତଥା ଗବେଷଣା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ସୁବିଧାପ୍ରଦ ଅଟେ
01:12 ଏକ ଅନୁଷ୍ଠାନ ଭାବରେ, ସମ୍ପୂର୍ଣ୍ଣ FOSS ଟୂଲକୁ ଆପଣେଇ, ବ୍ୟାବସାୟିକ ପ୍ୟାକେଜର ନକଲକୁ ସମ୍ପୂର୍ଣ୍ଣ ଭାବେ ଏଡାଇହେବ
01:20 ଶିକ୍ଷା ସ୍ତରରେ, Scilab ବ୍ୟବହାର କରି ଶିଖିଥିବା ଦକ୍ଷତାଗୁଡିକ, ପରେ ଉଦ୍ୟୋଗରେ ଉପଯୋଗୀ ହୋଇଥାଏ, ଯେହେତୁ ଏହାର ବ୍ୟବହାର ମାଗଣା ଅଟେ
01:29 Scilab, ଅନ୍ୟାନ୍ୟ ମାଗଣା ଟୂଲବକ୍ସଗୁଡିକ ସହିତ ମିଶି, କରିପାରୁଥିବା କାର୍ଯ୍ୟଗୁଡିକ ହେଉଛି -
01:36 ମେଟ୍ରିକ୍ସ ଅପରେଶନ୍ସ
01:38 କଣ୍ଟ୍ରୋଲ୍ ସିଷ୍ଟମ୍ସ
01:40 ଇମେଜ ଓ ଭିଡିଓ ପ୍ରୋସେସିଙ୍ଗ୍
01:43 (Serial Toolbox) ବ୍ୟବହାର କରି, ହାର୍ଡୱେର୍ ର ରିଅଲ୍-ଟାଇମ୍ ନିୟନ୍ତ୍ରଣ
01:48 (HART Toolbox) ବ୍ୟବହାର କରି, Data Acquisition Systems/Cardsର ଇଣ୍ଟରଫେସିଙ୍ଗ୍
01:54 (Xcos-Block) ଡାୟଗ୍ରାମ ସିମୁଲେଟର ସାହାଯ୍ୟରେ ସିମୁଲେଶନ୍
01:59 ପ୍ଲଟିଙ୍ଗ୍
02:01 ହାର୍ଡୱେର ଇନ୍ ଲୂପ୍, ଅର୍ଥାତ୍ (HIL) ସିମୁଲେଶନ୍
02:06 ଏକ ରିଅଲ୍ କମ୍ପୋନେଣ୍ଟକୁ ଲୂପ୍ ରେ ଯୋଗକରିବା ଦ୍ୱାରା, ପ୍ୟୋର୍ ରିଅଲ୍ ଟାଇମ ସିମୁଲେଶନ୍, ହାର୍ଡୱେର ଇନ୍ ଲୂପ୍ ଠାରୁ ଭିନ୍ନ ହୋଇଥାଏ
02:14 କଣ୍ଟ୍ରୋଲ ସିଷ୍ଟମ ଏକ୍ସପରିମେଣ୍ଟଗୁଡିକର କାର୍ଯ୍ୟ ପାଇଁ, scilab, ’ସିଙ୍ଗଲ ବୋର୍ଡ ହିଟର୍ ସିଷ୍ଟମ ଡିଭାଇସ୍’ ସହିତ ମିଶି ଏକ HIL ସେଟଅପ୍ ଭାବେ ବ୍ୟବହୃତ ହୋଇଥାଏ
02:26 Scilab ପାଇଁ ସିଣ୍ଟାକ୍ସ ଅତି ସରଳ ଅଟେ
02:29 ସମାନ ସମାଧାନ ପାଇଁ ପାରମ୍ପରିକ ଭାଷା, ଯେପରି Fortran, C, କିମ୍ବା C++ର ବ୍ୟବହାର ତୁଳନାରେ, ବହୁ ନ୍ୟୁମେରିକଲ ସମସ୍ୟାକୁ, କୋଡ୍ ଲାଇନର ମାତ୍ରା ହ୍ରାସକରି ପ୍ରକାଶ କରିହେବ
02:42 Scilab, ଅନ୍ୟାନ୍ୟ ମାଲିକାନା ପ୍ୟାକେଜ ଭଳି, State-of-art ଲାଇବ୍ରେରୀ ଅର୍ଥାତ ନ୍ୟୁମେରିକଲ ଗଣନା ପାଇଁ LAPACK ବ୍ୟବହାର କରିଥାଏ
02:52 ଏକ ବିଶାଳ ଯୁଜର୍ ସମ୍ପ୍ରଦାୟ ଅଛି, ଯିଏ Scilabକୁ ବ୍ୟବହାର ଓ ସହଯୋଗ କରେ, ନିମ୍ନ ଅନୁସାରେ:
03:00 ମେଲିଙ୍ଗ୍ ଲିଷ୍ଟ
03:02 ଯୁଜ୍-ନେଟ୍ ଗ୍ରୂପ୍ସ ଅର୍ଥାତ (ଇଣ୍ଟରନେଟ ଡିସ୍କସନ୍ ଫୋରମ୍), ଓ ୱେବସାଇଟ୍ସ
03:07 Scilab, ଏହାର ଟୂଲ୍ ବକ୍ସ ଓ ମେଲିଙ୍ଗ୍ ଲିଷ୍ଟ ଉପରେ ଅଧିକ ବିବରଣୀ ପାଇଁ scilab.org କିମ୍ବା scilab.In ୱେବସାଇଟ୍ ଦେଖନ୍ତୁ
03:18 ସଫଳତାର ସହ Scilab ବ୍ୟବହାର କରୁଥିବା କେତୋଟି ସଂସ୍ଥା ହେଲା:
03:23 CNES, ଯାହା ହେଉଛି ଫ୍ରେଞ୍ଚ ସ୍ପେସ୍ ସାଟେଲାଇଟ ଏଜେନ୍ସୀ
03:28 EQUALIS
03:31 Techpassiontech ଓ
03:33 ଗବେଷଣା ଓ ଶିକ୍ଷା ଉଦ୍ଦେଶ୍ୟ ପାଇଁ ଆଇଆଇଟି ବମ୍ୱେ
03:37 ଆଇଆଇଟି ବମ୍ୱେରେ, NMEICT ପ୍ରୋଜେକ୍ଟ ମାଧ୍ୟମରେ, scilabକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା କାର୍ଯ୍ୟଗୁଡିକ ହେଉଛି:
03:45 Lab Migration ଅର୍ଥାତ ସମସ୍ତ କମ୍ପ୍ୟୁଟେଶନଲ୍ ଲାବୋରାଟୋରୀଗୁଡିକୁ scilabକୁ ସ୍ଥାନାନ୍ତର କରିବା
03:51 Virtual Labs ଅର୍ଥାତ ସିଙ୍ଗଲ ବୋର୍ଡ ହିଟର୍ ସିଷ୍ଟମକୁ ରିମୋଟ ଆକ୍ସେସ କରିବା
03:56 ଏଥିସହିତ, FOSSEE ପ୍ରୋଜେକ୍ଟ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଆର୍ଥିକ ସାହାଯ୍ୟ ପ୍ରାପ୍ତ, ବର୍ତ୍ତମାନ Python ଓ Scilab ଉପରେ ଧ୍ୟାନଦେଉଛନ୍ତି
04:07 ସାମ୍ପ୍ରତିକ ସମୟରେ ଆମ ପାଖରେ Scilab ଉପରେ ଅନେକ ଟ୍ୟୁଟୋରିଆଲ ଅଛି
04:12 scilab.in ୱେବସାଇଟ୍ ମାଧ୍ୟମରେ, ଭାରତରେ Scilab ପ୍ରୟାସ ପରିଚାଳିତ ହୁଏ
04:18 ସେଥିରେ କିଛି ରୋଚକ ପ୍ରୋଜେକ୍ଟମାନ ଅଛି. ସେଥିମଧ୍ୟରୁ Textbook Companion project ହେଉଛି ଗୋଟିଏ, ଯାହା scilab ବ୍ୟବହାରକରି ଷ୍ଟାଣ୍ଡାର୍ଡ ଟେକ୍ସଟ ବୂକଗୁଡିକରେ ସମାଧିତ ଉଦାହରଣଗୁଡିକୁ କୋଡ୍ କରିଥାଏ
04:28 Link project, ୟୁଜର୍ସମାନଙ୍କୁ, ଜ୍ଞାତ Scilab ଡକୁମେଣ୍ଟଗୁଡିକୁ ଲିଙ୍କ୍ କରିବା ଓ ସେଗୁଡ଼ିକୁ rank କରିବା ପାଇଁ ଅନୁମତି ଦେଇଥାଏ
04:34 ଆମେ, Scilab କର୍ମଶାଳା ଆୟୋଜନ କରିବାରେ ମଧ୍ୟ ସାହାଯ୍ୟ କରିଥାଉ
04:38 ଆମ ପାଖରେ ଦୁଇଟି ମେଲିଙ୍ଗ୍ ଲିଷ୍ଟ ଅଛି, ଗୋଟିଏ ଘୋଷଣା ଓ ଅନ୍ୟଟି ଆଲୋଚନା ପାଇଁ ଉଦ୍ଦିଷ୍ଟ
04:43 ଆମେ, ଆମର ସମସ୍ତ କାର୍ଯ୍ୟରେ ଆପଣଙ୍କର ଅଂଶଗ୍ରହଣତାକୁ ନିମନ୍ତ୍ରଣ କରୁଛୁ
04:47 ସ୍ପୋକନ ଟ୍ୟୁଟୋରିଆଲକୁ ଫେରିଆସନ୍ତୁ
04:50 କଥିତ ଭାଗଟି, ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ ହେବ
04:56 ଏଗୁଡିକ, spoken-tutorial.org ୱେବସାଇଟରେ ଉପଲବ୍ଧ
05:01 ଏହି ଟ୍ୟୁଟୋରିଆଲଗୁଡିକ, Scilabରେ Level 0 ଟ୍ରେନିଙ୍ଗର କିଛି ଅଂଶ ଗଠନ କରିଛି
05:06 ଏହି ଟ୍ୟୁଟୋରିଆଲଗୁଡିକ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ
05:10 ଏହି ମାର୍ଗରେ ଆମେ, ଅନେକ FOSS ସିଷ୍ଟମଗୁଡ଼ିକ କଭର କରିବାକୁ ଚାହୁଁଛୁ
05:14 ଆମେ,ଏହା ଉପରେ ଆପଣମାନଙ୍କର ମତାମତକୁ ସ୍ୱାଗତ କରୁଛୁ
05:17 ଆପଣମାନଙ୍କର ଅଂଶଗ୍ରହଣତାକୁ ମଧ୍ୟ ଆମେ ସ୍ୱାଗତ କରୁଛୁ
05:19 ସଫ୍ଟୱେର ପାଇଁ ଆଉଟଲାଇନ ଲେଖିବା ପାଇଁ
05:22 ମୂଳ ସ୍କ୍ରିପ୍ଟ ଲେଖିବା ପାଇଁ
05:24 ସ୍ପୋକନ ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ
05:27 ସ୍କ୍ରିପ୍ଟକୁ, ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ
05:31 ସ୍କ୍ରିପ୍ଟ ବ୍ୟବହାରକରି, ଭାରତୀୟ ଭାଷାରେ ଅଡିଓକୁ ଡବ୍ କରିବା ପାଇଁ
05:35 ଉପରୋକ୍ତ ସମସ୍ତ ଉପରେ ଆପଣଙ୍କର ସମୀକ୍ଷା ଓ ମତାମତ ଦେବା ପାଇଁ
05:39 ଆମେ, ଆପଣମାନଙ୍କୁ, ଏହି ସ୍ପୋକନ ଟ୍ୟୁଟୋରିଆଲ ବ୍ୟବହାରକରି କର୍ମଶାଳା ଆୟୋଜନ କରିବା ପାଇଁ ସ୍ୱାଗତ କରୁଛୁ
05:44 ସ୍ପୋକନ ଟ୍ୟୁଟୋରିଆଲ୍ସ ଉପରେ ଦକ୍ଷତା ଅଧ୍ୟୟନର ଆୟୋଜନ କରିବା ପାଇଁ ମଧ୍ୟ ସ୍ୱାଗତ କରୁଛୁ
05:49 Audio, video, automatic translation ଇତ୍ୟାଦି ଉପରେ ଟେକ୍ନୋଲୋଜୀ ସହଯୋଗ ଦେଇପାରୁଥିବା ବିଶେଷଜ୍ଞମାନଙ୍କୁ ମଧ୍ୟ ଆମେ ଖୋଜୁଛୁ
05:57 ଏହି ସମସ୍ତ କାର୍ଯ୍ୟ ପାଇଁ ଆମେ ବିତ୍ତପୋଷଣ କରୁଛୁ
06:00 ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫ୍ଟୱେର ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି
06:08 FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି
06:16 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:22 ଅଧିକ ସୂଚନା ପାଇଁ, (spoken-tutorial.org/NMEICT-Intro) ୱେବସାଇଟକୁ ଯା’ନ୍ତୁ
06:31 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
06:34 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep