Scilab/C2/Scripts-and-Functions/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Scilab ରେ Scripts ଓ Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 Scilabରେ file formats ଉପରେ ସଂକ୍ଷିପ୍ତ ପରିଚୟରୁ ଆରମ୍ଭ କରିବା
00:12 ଯେତେବେଳେ ଅନେକ କମାଣ୍ଡ ନିଷ୍ପାଦିତ ହେବାର ଥିବ, ସେହି ଷ୍ଟେଟମେଣ୍ଟଗୁଡିକୁ Scilab ଏଡିଟରରେ ଥିବା ଏକ ଫାଇଲରେ ଲେଖିବା ସୁବିଧାପ୍ରଦ ହେବ
00:21 ଏଗୁଡିକୁ SCRIPT ଫାଇଲ୍ସ କୁହାଯାଏ
00:24 ଏହିଭଳି ସ୍କ୍ରିପ୍ଟ ଫାଇଲରେ ଲେଖାହୋଇଥିବା କମାଣ୍ଡଗୁଡିକର ନିଷ୍ପାଦନ ପାଇଁ, exec ଫଙ୍କଶନ ପରେ ସ୍କ୍ରିପ୍ଟ ଫାଇଲର ନାମ ସହିତ ବ୍ୟବହାର କରାଯାଇପାରେ
00:34 ଏହି ଫାଇଲଗୁଡିକରେ ଥିବା କଣ୍ଟେଣ୍ଟ ଅନୁସାରେ, ଏହି ଫାଇଲଗୁଡ଼ିକରେ .sce କିମ୍ବା .sci ଏକ୍ସଟେନସନ ଥାଏ
00:42 .sci ଏକ୍ସଟେନସନ ଥିବା ଫାଇଲଗୁଡିକ, Scilab ଫଙ୍କଶନ ଏବଂ/କିମ୍ବା ୟୁଜର ଡିଫାଇଣ୍ଡ ଫଙ୍କଶନ ଧାରଣ କରିଥାଏ
00:51 ଏହି ଫାଇଲଗୁଡିକର ନିଷ୍ପାଦନ, ଫଙ୍କଶନଗୁଡିକୁ Scilab ପରିବେଶରେ ଲୋଡ୍ କରିଥାଏ (କିନ୍ତୁ ସେଗୁଡ଼ିକୁ ନିଷ୍ପାଦନ କରେନାହିଁ ), ଯେଉଁଠାରେକି
01:00 .sce ଏକ୍ସଟେନସନ ଥିବା ଫାଇଲଗୁଡିକ, Scilab ଫଙ୍କଶନ ଏବଂ ୟୁଜର ଡିଫାଇଣ୍ଡ ଫଙ୍କଶନ ଧାରଣ କରିପାରେ
01:08 ଦୟାକରି ମନେରଖନ୍ତୁ, ଏକ୍ସଟେନସନକୁ .sce ଓ .sci ନାମ ଦେବା ପ୍ରଥା ଏକ ନିୟମ ନୁହେଁ, କିନ୍ତୁ scilab ସଂପ୍ରଦାୟ ଦ୍ୱାରା ଅନୁସରଣ କରାଯାଉଥିବା ଏକ ପ୍ରଥା ଅଟେ
01:21 ଚାଲନ୍ତୁ, କମ୍ପ୍ୟୁଟରରେ Scilab କନସୋଲ ୱିଣ୍ଡୋ ଖୋଲିବା
01:27 କମାଣ୍ଡ ପ୍ରମ୍ପ୍ଟରେ, pwd ଟାଇପ କରି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ଯାଞ୍ଚ କରନ୍ତୁ
01:35 Scilab କନସୋଲ ୱିଣ୍ଡୋର ଟାସ୍କ ବାରକୁ ଯା’ନ୍ତୁ ଏବଂ scilab ଏଡିଟର ଖୋଲିବା ପାଇଁ, ଏଡିଟର ଅପ୍ସନ ଉପରେ କ୍ଲିକ୍ କରନ୍ତୁ
01:49 ମୁଁ ଏକ ଫାଇଲରେ କମାଣ୍ଡ ଟାଇପ କରି helloworld.sce ନାମରେ ସେଭ୍ କରିସାରିଛି. Open a file ସର୍ଟକଟ୍ ଆଇକନ ଉପରେ କ୍ଲିକ୍ କରି, ମୁଁ ସେହି ଫାଇଲଟିକୁ ଖୋଲିବି
02:03 helloworld.sce ଫାଇଲ ସିଲେକ୍ଟ କରନ୍ତୁ ଏବଂ Open କ୍ଲିକ୍ କରନ୍ତୁ
02:10 ଆପଣ, କମାଣ୍ଡଗୁଡିକୁ ନୂଆ ଫାଇଲରେ ଟାଇପ କରିପାରିବେ ଏବଂ ଫାଇଲ୍ ମେନୁ ମାଧ୍ୟମରେ, helloworld.sce ଭଳି, ଏହି ଫାଇଲକୁ ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ସେଭ୍ କରିପାରିବେ
02:20 scilab ଏଡିଟର୍ସ ମେନୁ ବାରରେ ଥିବା ଏକ୍ସେକ୍ୟୁଟ ବଟନକୁ ଯା’ନ୍ତୁ ଏବଂ Load into Scilab ଅପ୍ସନ୍ ଚୟନ କରନ୍ତୁ
02:29 ଏହା, Scilab କନସୋଲରେ ଫାଇଲଟିକୁ ଲୋଡ୍ କରିବ
02:34 କନସୋଲରେ ଫାଇଲ ଲୋଡ୍ ହେଲାପରେ ସ୍କ୍ରିପ୍ଟ, ଏହିଭଳି ଆଉଟପୁଟ୍ ଦେଖାଇବ
02:43 ଏହା, ଉଭୟ କମାଣ୍ଡ ଓ ସମ୍ୱନ୍ଧିତ କମାଣ୍ଡଗୁଡ଼ିକ ପାଇଁ ନିରୁପିତ ଆଉଟପୁଟ ଧାରଣ କରିଥାଏ
02:49 ବର୍ତ୍ତମାନ, a ର ଭାଲ୍ୟୁକୁ ବଦଳାଇ 1 କରନ୍ତୁ
02:55 ଏଡିଟରରେ, ଫାଇଲ ମେନୁକୁ ଯା’ନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ
03:02 ଆମେ, exec କମାଣ୍ଡ ବ୍ୟବହାର କରି, scilab ଇଣ୍ଟରପ୍ରେଟର୍ ରୁ ସିଧାସଳଖ ଭାବେ ନିଷ୍ପାଦନ କରିପାରିବା ଏବଂ ନିମ୍ନାନୁସାରେ ସ୍କ୍ରିପ୍ଟ ଫାଇଲକୁ ପାଥ୍ ଦେଇପାରିବା:
03:12 exec ବ୍ରାକେଟ ମଧ୍ୟରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ helloworld.sce, ଏହା ଫାଇଲ୍ ନାମ ଅଟେ ଏବଂ Enter ଦାବନ୍ତୁ.
03:31 ସ୍କ୍ରିପ୍ଟ ଫାଇଲ୍, exec ଫଙ୍କଶନ ବ୍ୟବହାର କରି, ଏକ ସମାନ ଆଉଟପୁଟ୍ ଦେଇଥାଏ
03:37 ଚାଲନ୍ତୁ, ଏବେ ଫଙ୍କଶନ ବିଷୟରେ ଜାଣିବା
03:39 ଏକ ଫଙ୍କଶନର ସଂଜ୍ଞା, କୀ ୱର୍ଡ functionରୁ ଆରମ୍ଭ ହୋଇ, କୀ ୱର୍ଡ endfunctionରେ ଶେଷ ହୁଏ
03:46 ମୁଁ, scilabଏଡିଟର ବ୍ୟବହାର କରି, ଏକ ଫଙ୍କଶନ ଫାଇଲକୁ function.sci ରେ ସେଭ କରିସାରିଛି
03:57 ମୁଁ ସେହି ଫାଇଲକୁ ଖୋଲିବି
04:03 ଆପଣ ଦେଖିପାରୁଥିବେ, ଫଙ୍କଶନଟି ଏଠାରେ ପରିଭାଷିତ ହୋଇଛି
04:08 ଏହିଗୁଡ଼ିକରେ, degrees ହେଉଛି ଆଉଟପୁଟ ପାରାମିଟର ଏବଂ radians ହେଉଛି ଇନପୁଟ ପାରାମିଟର
04:21 radians2degrees, ନାମକ ଫଙ୍କସନ୍ ପାଇଁ
04:26 Execute menu ବିକଳ୍ପ ବ୍ୟବହାର କରି, ମୁଁ ଏହି ଫଙ୍କଶନକୁ Scilabରେ ଲୋଡ୍ କରିବି
04:40 ବର୍ତ୍ତମାନ, scilab କନସୋଲରେ ଏହି ଫଙ୍କଶନ୍ ଲୋଡ୍ ହୋଇଗଲା
04:44 exec କମାଣ୍ଡ ବ୍ୟବହାର କରି ମଧ୍ୟ ଏହାକୁ ଲୋଡ୍ କରାଯାଇପାରେ
04:47 ଥରେ ଫଙ୍କଶନ ଲୋଡ୍ ହେଲାପରେ, ଏହାକୁ Scilabର ଅନ୍ୟ ଫଙ୍କଶନ ଭଳି, ସେହି ଫଙ୍କଶନକୁ ଏକ ନିର୍ଦ୍ଦିଷ୍ଟ ଆର୍ଗୁମେଣ୍ଟ ପାସ୍ କରି କଲ୍ କରାଯାଇପାରିବ
04:56 ଶତକଡ଼ା ଚିହ୍ନକୁ ମନେରଖନ୍ତୁ ଏବଂ ଏହାର ବ୍ୟବହାରର କାରଣ ମନେପକାନ୍ତୁ
05:02 ବର୍ତ୍ତମାନ ଆମେ, ରାଡିଆନ୍ସ 2degrees ଅଫ୍ %pi/2 ଏବଂ ରାଡିଆନ୍ସ 2degrees ଅଫ୍ (%pi/4)ର ଭାଲ୍ୟୁ ବାହାର କରିବା
05:17 ପର୍ସେଣ୍ଟ pi ବାଏ 2 ଏବଂ ରାଡିଆନ୍ସ 2degrees ପର୍ସେଣ୍ଟ pi ବାଏ 4(%pi/4)
05:28 ବର୍ତ୍ତମାନ ଆମେ, ଏକ ଫଙ୍କଶନ ଦେଖିବା, ଯାହାର ଏକାଧିକ ଆଉଟପୁଟ ଓ ଇନପୁଟ ଆର୍ଗୁମେଣ୍ଟସ୍ ଥିବ
05:33 ଏହି ଫଙ୍କଶନ, polar coordinatesକୁ ଇନପୁଟ ଭାବେ ନେଇ ଆଉଟପୁଟ ଆର୍ଗୁମେଣ୍ଟ ଭାବେ rectangular coordinatesକୁ ରିଟର୍ନ କରିଥାଏ
05:44 ମୁଁ, ଟାଇପ୍ କରିସାରିଥିବା ଫାଇଲ୍ କୁ ଖୋଲିବି
05:51 ଏଠାରେ ଅପଣ ଦେଖିପାରୁଥିବେ, polar2rect ଫଙ୍କଶନ ପାଇଁ, x ଓ yହେଉଛି ଆଉଟପୁଟ ପାରାମିଟର ଏବଂ r ଓ theta y ହେଉଛି ଇନପୁଟ ପାରାମିଟର
06:06 ମୁଁ, exec ବିକଳ୍ପ ବ୍ୟବହାର କରି, scilab ରେ ଫଙ୍କଶନଟିକୁ ଲୋଡ୍ କରିବି
06:21 ଥରେ ଫଙ୍କଶନଟି ଲୋଡ୍ ହୋଇଗଲା ପରେ, ଫଙ୍କଶନଟିକୁ କଲ୍ କରିବା ଦରକାର. ଏହି ଫଙ୍କଶନ, ଦୁଇଟି ଇନପୁଟ ଆର୍ଗୁମେଣ୍ଟ ଓ ଦୁଇଟି ଆଉଟପୁଟ ଆର୍ଗୁମେଣ୍ଟ ଆବଶ୍ୟକ କରେ
06:31 ସେଥିପାଇଁ, r = 2
06:37 theta = 45
06:44 ଏବଂ ବର୍ତ୍ତମାନ ଆମେ ଏହାକୁ, x1 କମା y1, ଆଉଟପୁଟ ପାରାମିଟର କହିପାରିବା, ଯାହା ଫଙ୍କଶନ ନାମ polar2rect ବ୍ରାକେଟ ମଧ୍ୟରେ r କମା theta ସହ ସମାନ. Enter ଦାବନ୍ତୁ
07:25 ଆପଣ, x1 ଓ y1ର ଭାଲ୍ୟୁ ଦେଖିବେ
07:29 Scilabର ଏକ ରୋଚକ ବୈଶିଷ୍ଟ୍ୟ ହେଉଛି, ଆପଣ ଯେକୌଣସି ସଂଖ୍ୟକ ଫଙ୍କଶନକୁ, ଗୋଟିଏ.sci ଫାଇଲରେ ପରିଭାଷିତ କରିପାରିବେ
07:38 ଏହା କରିବା ସମୟରେ, ଦୟାକରି ମନେରଖନ୍ତୁ ଯେ, ଗୋଟିଏ ଫଙ୍କଶନରେ ପରିଭାଷିତ ହେଉଥିବା ସମସ୍ତ ଭେରିଏବଲ, ଡିଫଲ୍ଟ ଭାବେ ଲୋକଲ ଅଟନ୍ତି, ଏକ ନିର୍ଦ୍ଦିଷ୍ଟ ଫଙ୍କଶନ ମଧ୍ୟରେ ବ୍ୟବହୃତ ସମସ୍ତ ଭେରିଏବଲଗୁଡିକର ସ୍କୋପ, ଫଙ୍କଶନ ପରିଭାଷାର କୀ ୱର୍ଡ endfunctionରେ ସମାପ୍ତ ହୁଏ
07:55 ଏହି ବୈଶିଷ୍ଟ୍ୟତାର ସୁବିଧା ଏହିକି ଯେ, ଆମେ ସମାନ ନାମ ଥିବା ଭେରିଏବଲଗୁଡ଼ିକୁ, ବିଭିନ୍ନ ଫଙ୍କଶନରେ ବ୍ୟବହାର କରିପାରିବା
08:05 ଆମେ ଗ୍ଲୋବଲ ବିକଳ୍ପ ବ୍ୟବହାର ନକଲା ପର୍ଯ୍ୟନ୍ତ, ଏହି ଭେରିଏବଲଗୁଡିକ ମିଶ୍ରିତ ହେବନାହିଁ
08:10 ଗ୍ଲୋବଲ ଭେରିଏବଲ ବିଷୟରେ ଅଧିକ ଜାଣିବା ପାଇଁ, ଟାଇପ କରନ୍ତୁ help global
08:18 ଧ୍ୟାନଦିଅନ୍ତୁ ଯେ, ଗୋଟିଏ ଫଙ୍କଶନ ମଧ୍ୟରେ କୌଣସି ଏକ ଭେରିଏବଲକୁ ଦେଖିବା କିମ୍ବା ନିରୀକ୍ଷଣ କରିବା ପାଇଁ, disp ଆବଶ୍ୟକ ହୋଇଥାଏ
08:26 ଗୋଟିଏ ଫଙ୍କଶନ ଫାଇଲ ମଧ୍ୟରେ, ଆପଣ ନିଜେ, ଏକ ଷ୍ଟେଟମେଣ୍ଟର ଶେଷରେ ସେମିକୋଲନ୍( ; ) ଦେବା ଦ୍ୱାରା ହେଉଥିବା ପ୍ରଭାବକୁ ଯାଞ୍ଚ କରିପାରିବେ
08:34 ଏହାକୁ, disp ଷ୍ଟେଟମେଣ୍ଟ ପାଇଁ ମଧ୍ୟ ଯାଞ୍ଚ କରନ୍ତୁ
08:38 Inline Functions: ଫଙ୍କଶନଗୁଡିକ, ଲୋକଲ୍ ଭେରିଏବଲ୍ସ ସମେତ ସୁପରିଭାଷିତ ଇନପୁଟ୍ ଓ ଆଉଟପୁଟ୍ ଥିବା କୋଡ୍ ର ସେଗମେଣ୍ଟସ୍ ଅଟେ
08:46 କମାଣ୍ଡ deff ବ୍ୟବହାର କରି, ଏକ ଫଙ୍କଶନକୁ ପରିଭାଷିତ କରିବା ହେଉଛି ସରଳତମ ମାର୍ଗ
08:53 Scilab, ଇନ-ଲାଇନ୍ ଫଙ୍କଶନ ତିଆରି ପାଇଁ ଅନୁମତି ଦିଏ ଏବଂ ଯେତେବେଳେ ଫଙ୍କଶନର ଆକାର ଛୋଟ ହୋଇଥାଏ, ଏଗୁଡିକ ବିଶେଷ ଦରକାରୀ ହୋଇଥାନ୍ତି
09:02 ଏହାକୁ, deff() ଫଙ୍କଶନ ସାହାଯ୍ୟରେ କରାଯାଇପାରେ
09:07 ଏହା, ଦୁଇଟି ଷ୍ଟ୍ରିଙ୍ଗ ପାରାମିଟର ନେଇଥାଏ
09:10 ପ୍ରଥମ ଷ୍ଟ୍ରିଙ୍ଗ, ଫଙ୍କଶନର ଇଣ୍ଟରଫେସକୁ ପରିଭାଷିତ କରେ ଏବଂ ଦ୍ୱିତୀୟ ଷ୍ଟ୍ରିଙ୍ଗ ଫଙ୍କଶନର ଷ୍ଟେଟମେଣ୍ଟଗୁଡିକୁ ପରିଭାଷିତ କରେ
09:19 deff କମାଣ୍ଡ, Scilabରେ ଫଙ୍କଶନକୁ ପରିଭାଷିତ କରେ ଏବଂ ଲୋଡ୍ ମଧ୍ୟ କରେ
09:26 deff କମାଣ୍ଡ ବ୍ୟବହାର କରି, ପରିଭାଷିତ ଫଙ୍କଶନକୁ ଲୋଡ୍ କରିବା ଆବଶ୍ୟକ ନାହିଁ, ସ୍ପଷ୍ଟ ଭାବେ ନିଷ୍ପାଦନ ମେନୁ ବିକଳ୍ପ ମାଧ୍ୟମରେ
09:34 ଏହି ଅବଧାରଣାର ବର୍ଣ୍ଣନା ପାଇଁ, ଗୋଟିଏ ଉଦାହରଣ ଦେଖିବା:
09:41 ମୁଁ ଗୋଟିଏ inline.sci ଫାଇଲ ଖୋଲିବି, ଯେଉଁଥିରେ ମୁଁ ଇନଲାଇନ ଫଙ୍କଶନ ଲେଖିଛି
09:51 ମୁଁ ଏଡିଟର୍ ୱିଣ୍ଡୋକୁ ରିସାଇଜ୍ କରିବି
09:57 ଯେପରି ପୂର୍ବରୁ ଉଲ୍ଲେଖ କରାଯାଇଛି, ପ୍ରଥମ ଷ୍ଟ୍ରିଙ୍ଗ, ଫଙ୍କଶନର ଘୋଷଣାକୁ ପରିଭାଷିତ କରେ ଏବଂ ଦ୍ୱିତୀୟ ଷ୍ଟ୍ରିଙ୍ଗ, ଫଙ୍କଶନର ଷ୍ଟେଟମେଣ୍ଟଗୁଡିକୁ ପରିଭାଷିତ କରେ
10:13 ଆମେ, Scilab ଏଡିଟରରେ ଏହି ଫଙ୍କଶନକୁ ଲୋଡ୍ କରିବା ଏବଂ ଡିଗ୍ରୀ2 ରାଡିଆନ୍ସ ଅଫ 90 ଓ ଡିଗ୍ରୀ2 ରାଡିଆନ୍ସ ଅଫ 45ର ଭାଲ୍ୟୁକୁ ଜାଣିବା ପାଇଁ ଏହାକୁ ବ୍ୟବହାର କରିବା
10:54 ଗୋଟିଏ ଫଙ୍କଶନ, କେବଳ ନିଜ ମଧ୍ୟରେ ଥିବା ଅନ୍ୟ ଫଙ୍କଶନଗୁଡ଼ିକୁ ନୁହେଁ ବରଂ ନିଜକୁ ମଧ୍ୟ କଲ୍ କରିବା ଦରକାର
11:00 ଏହା ଗୋଟିଏ ଫଙ୍କଶନର recursive କଲିଙ୍ଗ ଅଟେ
11:03 ଉଦାହରଣସ୍ୱରୂପ, ଯେତେବେଳେ ଏକ ଇଣ୍ଟିଜରର ଫାକ୍ଟୋରିଆଲ ଗଣନା ପାଇଁ ଏକ ଫଙ୍କଶନ ଲେଖାଯାଏ, ଏହା ଆବଶ୍ୟକ ହୋଇଥାଏ
11:10 Scilabରେ ଫାଇଲ ଫର୍ମାଟ ଉପରେ ଏହି ଆଲୋଚନାକୁ ଆଗକୁ ବଢାଇବା
11:14 ଆଗରୁ କୁହାଯାଇସାରିଛି ଯେ, Scilab ଦୁଇ ପ୍ରକାରର ଫାଇଲ ଫର୍ମାଟ ବ୍ୟବାହାର କରେ, ଯଥା .sce ଓ .sci ଫାଇଲ ଫର୍ମାଟ୍
11:23 .sce ଏକ୍ସଟେନସନ ଥିବା ଫାଇଲଗୁଡିକ ହେଉଛି Scilab କମାଣ୍ଡ ଥିବା ସ୍କ୍ରିପ୍ଟ ଫାଇଲ୍ସ, ଯାହାକୁ ଇଣ୍ଟରାକ୍ଟିଭ ଭଳି Scilab ସେସନ ସମୟରେ ଏଣ୍ଟ୍ରୀ କରାଯାଇଥାଏ
11:35 ସେଗୁଡିକ କମେଣ୍ଟ୍ ଲାଇନଗୁଡିକର ସମାହାର ହୋଇପାରନ୍ତି, ଯାହା ଫଙ୍କଶନକୁ ଲିପିବଦ୍ଧ କରିବାରେ ଉପଯୋଗ ହୁଏ ଏବଂ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା ପାଇଁ ମଧ୍ୟ, ସେଗୁଡ଼ିକ exec କମାଣ୍ଡକୁ ବ୍ୟବହାର କରିପାରନ୍ତି
11:52 .sci ଏକ୍ସଟେନସନ ଥିବା ଫାଇଲଗୁଡିକ ହେଉଛି ସେହି ଫଙ୍କଶନ ଫାଇଲ୍ସ, ଯାହା ଫଙ୍କଶନ ଷ୍ଟେଟମେଣ୍ଟ ସହିତ ଆରମ୍ଭ ହୁଏ
12:00 ଗୋଟିଏ ସିଙ୍ଗଲ୍ .sci ଫାଇଲର ବହୁବିଧ ଫଙ୍କଶନ ସଂଜ୍ଞା ଥାଇପାରେ, ଯାହା ଯେକୌଣସି ସଂଖ୍ୟକ Scilab ଷ୍ଟେଟମେଣ୍ଟ୍ କୁ ଧାରଣ କରିପାରେ, ଯାହା ଫଙ୍କଶନ ଆର୍ଗୁମେଣ୍ଟ୍ ଉପରେ କିମ୍ବା ଆଉଟପୁଟ୍ ଭେରିଏବଲ ଉପରେ କାର୍ଯ୍ୟ କରିପାରେ, ସେଗୁଡ଼ିକର ମୂଲ୍ୟାଙ୍କନ ହେବାପରେ
12:20 ଏହା, Scilabରେ Scripts ଓ Functions ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:25 Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ
12:31 Scilab ଲିଙ୍କଗୁଡିକୁ ଦେଖନ୍ତୁ
12:33 ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି
12:40 FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି
12:50 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:56 ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro)
13:06 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
13:10 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep