Ruby/C3/Object-Oriented-Programming-Methods/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Rubyରେ Object Oriented Programming – Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ବ୍ୟବହାର କରି ଶିଖିବା |
| 00:09 | ଇନଷ୍ଟାନ୍ସ ମେଥଡ୍ |
| 00:11 | କ୍ଲାସ୍ ମେଥଡ୍, ଆକ୍ସେସର୍ ମେଥଡ୍ |
| 00:15 | ଏଠାରେ, ଆମେ ବ୍ୟବହାର କରୁଛୁ: Ubuntu Linux ଭର୍ସନ୍ 12.04 |
| 00:19 | Ruby 1.9.3 |
| 00:22 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର କାର୍ଯ୍ୟକାରୀ Internet ସଂଯୋଗ ଥିବା ଆବଶ୍ୟକ |
| 00:27 | ଆପଣଙ୍କର ଲିନକ୍ସ କମାଣ୍ଡ୍, ଟର୍ମିନଲ୍ ଓ ଟେକ୍ସଟ ଏଡିଟର ଉପରେ ମଧ୍ୟ ଜ୍ଞାନ ଥିବା ଆବଶ୍ୟକ |
| 00:31 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:36 | ଆରମ୍ଭ କରିବା ପୂର୍ବରୁ, ମନେ ପକାନ୍ତୁ, ଆଗରୁ ଆମେ ttt ଡାଇରେକ୍ଟୋରୀ ତିଆରି କରିସାରିଛେ |
| 00:41 | ଚାଲନ୍ତୁ ସେହି ଡାଇରେକ୍ଟୋରୀକୁ ଯିବା |
| 00:44 | ତା’ପରେ, ରୁବୀ ହାଇଫେନ୍ ଟ୍ୟୁଟୋରିଆଲକୁ ଯିବା |
| 00:47 | oop-methods ନାମକ ଗୋଟିଏ ଡାଇରେକ୍ଟୋରୀ ସୃଷ୍ଟିକରନ୍ତୁ ଏବଂ ଏହା ମଧ୍ୟରେ cd |
| 00:54 | ଇନଷ୍ଟାନ୍ସ ମେଥଡ୍ କ’ଣ? |
| 00:56 | ଇନଷ୍ଟାନ୍ସ ମେଥଡଗୁଡିକ ହେଲେ ସେହି ମେଥଡ୍ ଯାହା classର ସମସ୍ତ ଇନଷ୍ଟାନ୍ସ ପାଇଁ ଉପଲବ୍ଧ ଥାଏ |
| 01:03 | ପୂର୍ବରୁ ଆମେ, କିପରି ଗୋଟିଏ classର objects କିମ୍ବା instances ସୃଷ୍ଟି କରାଯାଏ ଶିଖିଛେ |
| 01:09 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 01:14 | ଏହାକୁ instance_methods.rb ନାମ ଦିଅନ୍ତୁ |
| 01:19 | ମୋ ପାଖରେ instance methodsର ପ୍ରୟୋଗ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 01:24 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 01:29 | ଏହି ଉଦାହରଣରେ Product ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରାଯାଇଅଛି |
| 01:33 | ଇନଷ୍ଟାନ୍ସ ଭେରିଏବଲ୍, name ଓ priceକୁ ଇନିଶିଆଲାଇଜ୍ କରିବା ପାଇଁ, ଗୋଟିଏ initialize ନାମକ ମେଥଡକୁ କଲ୍ କରନ୍ତୁ |
| 01:41 | Name ଓ price ନାମକ ଇନଷ୍ଟାନ୍ସ ମେଥଡଗୁଡିକୁ ମଧ୍ୟ ପରିଭାଷିତ କରନ୍ତୁ |
| 01:47 | ସେମନଙ୍କ ମଧ୍ୟରୁ ପ୍ରତ୍ୟେକେ, ଯଥାନୁକ୍ରମେ ଇନଷ୍ଟାନ୍ସ ଭେରିଏବଲର name ଓ price ରିଟର୍ନ କରିବେ |
| 01:54 | ଇନଷ୍ଟାନ୍ସ ମେଥଡଗୁଡିକୁ, ସାଧାରଣ ମେଥଡ୍ ଭାବେ ପରିଭାଷିତ କରାଯାଏ |
| 01:58 | ପୂର୍ବରୁ, Ruby ରେ କିପରି ମେଥଡ୍ ସୃଷ୍ଟି କାରାଯାଏ, ଆମେ ଜାଣିଛେ |
| 02:02 | କିଛି ସମୟରେ, ଆମେ ଏହି ମେଥଡଗୁଡିକ କିପରି ସମଗ୍ର instances ପାଇଁ ଉପଲବ୍ଧ ହୁଅନ୍ତି ଦେଖିବା |
| 02:07 | ବର୍ତ୍ତମାନ ଆମେ, ଆମ ପାଖରେ ଥିବା logic ପ୍ରୟୋଗ କରିବା |
| 02:11 | ଏଠାରେ ଗୋଟିଏ Product ଅବଜେକ୍ଟକୁ ଇନିଶିଆଲାଇଜ୍ କରନ୍ତୁ ଏବଂ ଏହାକୁ product_object_1 ଭାବେ ନାମିତ କରନ୍ତୁ |
| 02:18 | ଏହାକୁ ଗୋଟିଏ name ଭାଲ୍ୟୁ ଏବଂ price ଭାଲ୍ୟୁ ସହିତ ଇନିଶିଆଲାଇଜ୍ କରନ୍ତୁ |
| 02:24 | initializer ବ୍ଲକ୍, @name ଓ @priceକୁ ଭାଲ୍ୟୁ ଭାବେ instance variablesକୁ ପାସ୍ କରିଦେବ |
| 02:31 | ବର୍ତ୍ତମାନ ଏହି product instance କିମ୍ବା object, name ଓ priceନାମକ ଇନଷ୍ଟାନ୍ସ ମେଥଡକୁ ବ୍ୟବହାର କରିପାରିବ |
| 02:37 | ଏହି ମେଥଡଗୁଡିକର ସାହାଯ୍ୟ ଦ୍ଵାରା, instance variablesରେ ଷ୍ଟୋର୍ ହୋଇଥିବା ଭାଲ୍ୟୂଗୁଡିକୁ ପ୍ରାପ୍ତ କରନ୍ତୁ |
| 02:43 | ବର୍ତ୍ତମାନ କୋଡକୁ ନିଷ୍ପାଦନ କରନ୍ତୁ |
| 02:46 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: ruby ସ୍ପେସ୍ instance_methods.rb ଏବଂ ଆଉଟପୁଟ୍ ଦେଖିବା ପାଇଁ Enter ଦାବନ୍ତୁ |
| 02:56 | ଆପଣ ଦେଖିପାରିବେ ଯେ, ଅବଜେକ୍ଟ ସହିତ ଇନିଶିଆଲାଇଜ୍ ହୋଇଥିବା ଭଲ୍ୟୁଗୁଡିକୁ ଏହା ପ୍ରିଣ୍ଟ୍ କରିବ |
| 03:02 | ମନେକରନ୍ତୁ, laptop ଓ 35,000 |
| 03:07 | ତା’ପରେ, ଅନ୍ୟ ଏକ instance ବା objectକୁ ଇନିଶିଆଲାଇଜ୍ କରନ୍ତୁ |
| 03:12 | ଏହି ଅବଜେକ୍ଟକୁ, product_object_2 ନାମ ଦିଅନ୍ତୁ |
| 03:18 | ଏଥର ଚାଲନ୍ତୁ, name ଓ price ପାଇଁ ଗୋଟିଏ ଭିନ୍ନ ସେଟର ଭାଲ୍ୟୁ ପ୍ରଦାନ କରିବା |
| 03:23 | ବର୍ତ୍ତମାନ, ଏହି ଅବଜେକ୍ଟ୍ ପାଇଁ, ଇନଷ୍ଟାନ୍ସ ମେଥଡ୍-name ଓ price କୁ କଲ୍ କରନ୍ତୁ |
| 03:35 | ତା’ପରେ ଟର୍ମିନଲକୁ ଫେରିଆସନ୍ତୁ, ଏବଂ ପୂର୍ବଭଳି କୋଡକୁ ନିଷ୍ପାଦନ କରନ୍ତୁ |
| 03:41 | ଆପଣ ଦେଖିପାରିବେ ଯେ, ଏହା ସଫଳତାର ସହ ନିଷ୍ପାଦନ ହେବ ଏବଂ ନୂତନ ଭାଲ୍ୟୁଗୁଡିକୁ ପ୍ରିଣ୍ଟ୍ କରିବ |
| 03:48 | ଏଥିରୁ ପ୍ରମାଣିତ ହୁଏ ଯେ, କ୍ଲାସ୍ ପ୍ରଡକ୍ଟର ସମସ୍ତ ଅବଜେକ୍ଟ୍ ପାଇଁ instance methods ଉପଲବ୍ଧ ଥାଏ |
| 03:55 | ବର୍ତ୍ତମାନ ଆପଣ, ନିଜର instance methods ଲେଖିବା ପାଇଁ ସମର୍ଥ ହେବେ |
| 03:59 | ବର୍ତ୍ତମାନ ଚାଲନ୍ତୁ, class methods କ’ଣ, ଦେଖିବା |
| 04:04 | Class methods ହେଉଛି methods ଯାହା କେବଳ class ପାଇଁ ଉପଲବ୍ଧ |
| 04:09 | ଏହି ମେଥଡଗୁଡିକ କ୍ଲାସର instances ପାଇଁ ଉପଲବ୍ଧ ହେବ ନାହିଁ |
| 04:14 | ଆପଣ class methodsକୁ ବିଭିନ୍ନ ଉପାୟରେ ପରିଭାଷିତ କରିପାରିବେ |
| 04:16 | ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା |
| 04:18 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 04:24 | ଏହାକୁ, class_methods.rb ନାମ ଦିଅନ୍ତୁ |
| 04:28 | ମୋ ପାଖରେ class methods ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 04:32 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 04:36 | ମୁଁ ପୂର୍ବରୁ ଏହିଭଳି ଗୋଟିଏ Product class ପରିଭାଷିତ କରିଛି |
| 04:40 | ମୁଁ ପୂର୍ବରୁ ଏହିଭଳି ଗୋଟିଏ initializer କୁ ମଧ୍ୟ କଲ୍ କରିଛି |
| 04:44 | ହେଲେ ଏଥର, ମୁଁ description ନାମକ ଗୋଟିଏ ଅତିରିକ୍ତ ଆର୍ଗୁମେଣ୍ଟକୁ ଯୋଗ କରିଛି |
| 04:48 | ଭାଲ୍ୟୁଗୁଡିକୁ ଧରି ରଖିବା ପାଇଁ class variables ମଧ୍ୟ ବ୍ୟବହାର କରନ୍ତୁ, ପୂର୍ବ instance variables ଭଳି ନୁହେଁ |
| 04:55 | ଏହି କ୍ଲାସ୍, ଆପଣଙ୍କୁ class methodsକୁ ପରିଭାଷିତ କରିବା ପାଇଁ, ତିନୋଟି ମାର୍ଗ ପ୍ରଦର୍ଶନ କରିବ |
| 05:01 | Name ପାଇଁ ଘୋଷିତ ହୋଇଥିବା class methodକୁ ଯାଞ୍ଚ୍ କରନ୍ତୁ |
| 05:06 | ଏଠାରେ ଏହା କ୍ଲାସ୍ ନାମ Product ବ୍ୟବହାର କରି ପରିଭାଷିତ ହୋଇଛି |
| 05:10 | ତା’ପରେ, ଦ୍ଵିତୀୟ class methodsର ଘୋଷଣାକୁ ଯାଞ୍ଚ୍ କରନ୍ତୁ |
| 05:14 | ଏଠାରେ, କୀ ୱର୍ଡ୍ self ବ୍ୟବହୃତ ହୋଇଛି |
| 05:18 | ତା’ପରେ, class methodsକୁ ପରିଭାଷିତ କରିବାର ତୃତୀୟ ମାର୍ଗକୁ ଯାଞ୍ଚ୍ କରନ୍ତୁ |
| 05:23 | ବର୍ତ୍ତମାନ ଚାଲନ୍ତୁ, ଏହି class ମେଥଡଗୁଡିକୁ ପ୍ରୟୋଗ କରିବା |
| 05:27 | ଚାଲନ୍ତୁ, ପୂର୍ବଭଳି ଗୋଟିଏ ପ୍ରଡକ୍ଟର objectକୁ ଇନିଶିଆଲାଇଜ୍ କରିବା |
| 05:32 | ଏଥର description ପାଇଁ, ଗୋଟିଏ ଭାଲ୍ୟୁ ମଧ୍ୟ ପ୍ରଦାନ କରନ୍ତୁ |
| 05:37 | ବର୍ତ୍ତମାନ, ପ୍ରଦର୍ଶନ ହେଲାଭଳି class methodsର ସାହାଯ୍ୟ ନିଅନ୍ତୁ |
| 05:42 | ବର୍ତ୍ତମାନ, କୋଡକୁ ନିଷ୍ପାଦନ କରନ୍ତୁ ଏବଂ ଆଉଟପୁଟ୍ ଯାଞ୍ଚ୍ କରନ୍ତୁ |
| 05:47 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ପୂର୍ବଭଳି କୋଡକୁ ନିଷ୍ପାଦନ କରନ୍ତୁ |
| 05:54 | ଆପଣ ଦେଖିପାରିବେ ଯେ, ଏହା name, price ଓ description ପାଇଁ ଭାଲ୍ୟୁଗୁଡିକୁ ପ୍ରିଣ୍ଟ୍ କରିବ |
| 05:59 | ବର୍ତ୍ତମାନ ଆପଣ, ନିଜର class methods ଲେଖିବା ପାଇଁ ସମର୍ଥ ହେବେ |
| 06:03 | ତ’ପରେ, ଆମେ accessor methods କ’ଣ, ଦେଖିବା |
| 06:07 | Ruby, classes ମଧ୍ୟରେ ପରିଭାଷିତ ହୋଇଥିବା ଡେଟାଗୁଡିକୁ ଆକ୍ସେସ୍ କରିବା ପାଇଁ accessor methodsକୁ ବ୍ୟବହାର କରିଥାଏ |
| 06:13 | Accessor ମେଥଡ୍, setter ମେଥଡ୍ ଓ getter ମେଥଡର ସମାହାର ଅଟେ |
| 06:18 | Setter ମେଥଡ୍ ଭାଲ୍ୟୁଗୁଡିକୁ ସେଟ୍ କରିଥାଏ |
| 06:22 | Getter ମେଥଡ୍ ସେହି ଭାଲ୍ୟୁଗୁଡିକୁ ପ୍ରାପ୍ତ କରିଥାଏ |
| 06:24 | Ruby, ଏହି ମେଥଡଗୁଡିକୁ ଘୋଷଣା କରିବା ପାଇଁ, attr_accessor ଶବ୍ଦର ବ୍ୟବହାର କରିଥାଏ |
| 06:31 | ଚାଲନ୍ତୁ, accessor ମେଥଡର ଗୋଟିଏ ଉଦାହରଣକୁ ଦେଖିବା |
| 06:35 | ମୌଳିକ ସ୍ତରର Ruby ଟ୍ୟୁଟୋରିଆଲସରେ ଦର୍ଶାଯାଇଥିବା ଭଳି, gedit ରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ |
| 06:39 | ଏହାକୁ, accessor_methods.rb ନାମ ଦିଅନ୍ତୁ |
| 06:43 | ମୋ ପାଖରେ accessor methodsର ପ୍ରୟୋଗ ଉପରେ ଗୋଟିଏ କାର୍ଯ୍ୟକାରୀ ଉଦାହରଣ ଅଛି |
| 06:47 | ଆପଣ ଟ୍ୟୁଟୋରିଆଲକୁ ପଜ୍ କରିପାରିବେ ଏବଂ ଏହାକୁ ବୁଝିବା ସମୟରେ, କୋଡ୍ ଟାଇପ୍ କରନ୍ତୁ |
| 06:52 | ଏହି ଉଦାହରଣରେ Product ନାମକ ଗୋଟିଏ କ୍ଲାସ୍ ପରିଭାଷିତ ହୋଇଛି |
| 06:56 | Name ଓ price ପାଇଁ attr_accessor ଘୋଷିତ ହୋଇଛି |
| 07:01 | ଏହି ପ୍ରକାର ମେଥଡଗୁଡିକର ବ୍ୟବହାର ପାଇଁ, ସେଗୁଡିକ ସମସ୍ତ ଆବଶ୍ୟକ ଅଟେ |
| 07:05 | ବର୍ତ୍ତମାନ, ଏହାକୁ କାର୍ଯ୍ୟରେ ପରିଣତ କରିବା |
| 07:07 | ଗୋଟିଏ Product ଅବଜେକ୍ଟକୁ ଇନିଶିଆଲାଇଜ୍ କରନ୍ତୁ |
| 07:10 | ତା’ପରେ, Product ଅବଜେକ୍ଟର name ଓ priceକୁ ସେଟ୍ କରନ୍ତୁ |
| 07:14 | ଏହା ସମ୍ଭବ ହୁଏ କାରଣ attr_declaration, ଡିଫଲ୍ଟ ଭାବେ ଭାଲ୍ୟୁଗୁଡିକୁ ସେଟ୍ କରିବା ପାଇଁ methods ସୃଷ୍ଟି କରିଥାଏ |
| 07:22 | ତା’ପରେ, getter ମେଥଡ୍ ବ୍ୟବହାର କରି name ଓ priceର ଭାଲ୍ୟୁଗୁଡିକୁ ପ୍ରିଣ୍ଟ୍ କରିବା ପାଇଁ ଚେଷ୍ଟା କରନ୍ତୁ |
| 07:28 | ଏହି Getter ମେଥଡଗୁଡିକ, attr_accessorର ଘୋଷଣା ଦ୍ଵାରା ମଧ୍ୟ ଜେନେରେଟ୍ ହୋଇଥିଲା |
| 07:35 | ବର୍ତ୍ତମାନ ପୂର୍ବଭଳି କୋଡକୁ ନିଷ୍ପାଦନ କରନ୍ତୁ |
| 07:40 | ଆପଣ ଦେଖିପାରିବେ ଯେ, ଏହା ଆମେ ସେଟ୍ କରିଥିବା ଭାଲ୍ୟୁଗୁଡିକୁ ପ୍ରିଣ୍ଟ୍ କରିବ |
| 07:44 | ବର୍ତ୍ତମାନ ଆପଣ, ନିଜର accessor methods ଲେଖିବା ପାଇଁ ସମର୍ଥ ହେବେ |
| 07:50 | ଗୋଟିଏ କଥା ଧ୍ୟାନ ଦିଅନ୍ତୁ ଯେ, accessor ମେଥଡଗୁଡିକ, ଡିଫଲ୍ଟ ଭାବେ instance ମେଥଡ୍ ଅଟନ୍ତି |
| 07:55 | ତେଣୁ ସେଗୁଡିକୁ class Productର ବିଭିନ୍ନ ଇନଷ୍ଟାନ୍ସ ଦ୍ଵାରା ଆକ୍ସେସ୍ କରିପାରିବେ |
| 08:00 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: instance methods, class methods ଓ accessor methods |
| 08:06 | ଏକ ଆସାଇନମେଣ୍ଟ ଭାବେ: Temperature ନାମକ ଗୋଟିଏ କ୍ଲାସକୁ ପରିଭାଷିତ କରନ୍ତୁ |
| 08:10 | Rubyର accessor method ସିଣ୍ଟାକ୍ସ ବ୍ୟବହାର କରି, ଗୋଟିଏ instance method ଲେଖନ୍ତୁ |
| 08:15 | ଏହି ମେଥଡ୍, ପ୍ରଦତ୍ତ Fahrenheitକୁ Celsiusରେ ଗଣନା କରିବା ଆବଶ୍ୟକ |
| 08:20 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 08:23 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:26 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:34 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 08:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 08:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 08:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 09:03 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |