Ruby/C2/Ruby-Methods/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Ruby Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
| 00:07 | ମେଥଡ୍ କ’ଣ ? |
| 00:09 | ମେଥଡ୍ ପାଇଁ ସିଣ୍ଟାକ୍ସ୍ ଏବଂ |
| 00:11 | ଆମେ କିଛି ଉଦାହରଣ ଦେଖିବା |
| 00:13 | ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3 |
| 00:21 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:28 | ଚାଲନ୍ତୁ, ବର୍ତ୍ତମାନ ଆମେ ମେଥଡର ଏକ ପରିଚୟରୁ ଆରମ୍ଭ କରିବା |
| 00:31 | ଗୋଟିଏ ମେଥଡ୍ ହେଉଛି, ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିଷ୍ପାଦନ ପାଇଁ ଗୋଟିଏ ସେଲ୍ଫ କଣ୍ଟେଣ୍ଡ୍ ପ୍ରୋଗ୍ରାମ୍ |
| 00:37 | Ruby ମେଥଡ୍, ଅନ୍ୟ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜରେଥିବା ଫଙ୍କଶନ୍ ଭଳି ସମାନ ଅଟେ |
| 00:42 | ମେଥଡର ନାମ ଗୋଟିଏ ଲୋୟର୍ କେସ୍ ଲେଟରରୁ ଆରମ୍ଭ ହେବା ଆବଶ୍ୟକ |
| 00:45 | କଲ୍ ହେବା ପୂର୍ବରୁ ମେଥଡଗୁଡିକ ପରିଭାଷିତ ହେବା ଆବଶ୍ୟକ |
| 00:49 | ଚାଲନ୍ତୁ, ମେଥଡ୍ ପାଇଁ ସିଣ୍ଟାକ୍ସ ଦେଖିବା |
| 00:52 | def କୀ ୱର୍ଡ ପଛରେ ମେଥଡ୍ ନାମ ବ୍ୟବହାର କରି, ମେଥଡଗୁଡିକ ପରିଭାଷିତ ହୁଅନ୍ତି |
| 00:57 | କାର୍ଯ୍ୟ ହେବାକୁ ଥିବା ମେଥଡରେ, ଆର୍ଗୁମେଣ୍ଟଗୁଡିକ ସ୍ଥିରିକୃତ ଭାଲ୍ୟୂଗୁଡିକୁ ପାସ୍ କରିଥାନ୍ତି |
| 01:02 | Ruby code ବିଭାଗ, ମେଥଡ୍ ବଡୀର ପ୍ରତୀରୂପ ଅଟେ, ଯାହା କାର୍ଯ୍ୟଗୁଡିକୁ ସମ୍ପାଦନ କରିଥାଏ |
| 01:09 | ମେଥଡ୍ ବଡୀର ଉପରିଭାଗ ଏହି ପରିଭାଷା ଦ୍ୱାରା ଏବଂ ନିମ୍ନଭାଗ ଶବ୍ଦ end ଦ୍ୱାରା ଆବଦ୍ଧ ହୋଇଥାଏ |
| 01:16 | ଏହାକୁ, method with arguments ବୋଲି କୁହାଯାଏ |
| 01:19 | ମେଥଡ୍ ପାଇଁ ଅନ୍ୟ ସିଣ୍ଟାକ୍ସ ହେଉଛି- |
| 01:23 | କୀ ୱର୍ଡ def ପଛରେ ମେଥଡ୍ ନାମ ଏବଂ ଗୋଟିଏ ଶୂନ୍ୟ ଆର୍ଗୁମେଣ୍ଟର ତାଲିକା |
| 01:28 | Ruby code ବିଭାଗ, ମେଥଡ୍ ବଡୀର ପ୍ରତୀରୂପ ଅଟେ |
| 01:32 | ଏବଂ ଶବ୍ଦ end, ମେଥଡର ସମାପ୍ତିକୁ ସୂଚିତ କରେ |
| 01:36 | ଏହାକୁ, ମେଥଡ୍ ୱିଦାଉଟ୍ ଆର୍ଗୁମେଣ୍ଟସ କୁହାଯାଏ |
| 01:39 | ଚାଲନ୍ତୁ ଦେଖିବା, ଗୋଟିଏ ମେଥଡ କିପରି ବ୍ୟବହାର କରାଯାଏ |
| 01:42 | ମୁଁ, gedit ଏଡିଟରରେ ଗୋଟିଏ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
| 01:46 | ଏହାକୁ ଖୋଲନ୍ତୁ |
| 01:48 | ଧ୍ୟାନ ଦିଅନ୍ତୁ, ଆମ ଫାଇଲ୍ ନାମ ହେଉଛି, ମେଥଡ୍ ହାଇଫେନ୍, ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb |
| 01:55 | ଏହି ଫାଇଲଟି, rubyprogram ନାମକ ଫୋଲ୍ଡର୍ ମଧ୍ୟରେ ସେଭ୍ ହୋଇସାରିଛି |
| 01:59 | ଏହି ପ୍ରୋଗ୍ରମରେ, ମେଥଡ୍ ବ୍ୟବହାର କରି, ଆମେ ଦୁଇଟି ସଂଖ୍ୟାର ଯୋଗ ଗଣନା କରିବା |
| 02:03 | ଚାଲନ୍ତୁ, ପ୍ରୋଗ୍ରାମ୍ ମଧ୍ୟକୁ ଯିବା |
| 02:05 | ଏଠାରେ ଗୋଟିଏ ଗ୍ଲୋବାଲ୍ ଭେରିଏବଲ, aର ଘୋଷଣା କରାଯାଇଛି |
| 02:08 | ଏବଂ ଏହାକୁ ଭାଲ୍ୟୁ 5 ଆସାଇନ୍ କରି, ଇନିଶିଆଲାଇଜ୍ କରନ୍ତୁ |
| 02:13 | ଗ୍ଲୋବଲ୍ ଭେରିଏବଲର ନାମ ଗୋଟିଏ ଡଲାର୍($) ଚିହ୍ନରୁ ଆରମ୍ଭ ହୋଇଥାଏ |
| 02:17 | Ruby ପ୍ରୋଗ୍ରାମରେ ଯେକୌଣସି ସ୍ଥାନରୁ ଗ୍ଲୋବଲ୍ ଭେରିଏବଲଗୁଡିକୁ ଆକ୍ସେସ୍ କରିହେବ, ସେମାନେ କୌଣସି ସ୍ଥାନରେ ଘୋଷିତ ହୋଇଥାନ୍ତୁ ନା କାହିଁକି |
| 02:25 | ଏଠାରେ, add() ନାମକ ମେଥଡ୍ ବିନା କୌଣସି ଆର୍ଗୁମେଣ୍ଟ୍ ସହିତ ଘୋଷଣା କରାଯାଇଛି |
| 02:31 | ଏଠାରେ, ଆମେ ୟୁଜରକୁ ଦ୍ଵିତୀୟ ସଂଖ୍ୟାଟିକୁ ପ୍ରବେଶ କରାଇବା ପାଇଁ ନିର୍ଦ୍ଦେଶ ଦେଉଛୁ |
| 02:35 | ଯୁଜର ଭାଲ୍ୟୁ ପ୍ରବେଶ କରିବେ |
| 02:38 | gets ମେଥଡ୍, କନସୋଲରୁ ଇନପୁଟ୍ ପ୍ରାପ୍ତ କରିବ କିନ୍ତୁ ଷ୍ଟ୍ରିଙ୍ଗ୍ ଫର୍ମାଟରେ |
| 02:44 | ତେଣୁ ଏହାକୁ, to_i ମେଥଡ୍ ବ୍ୟବହାର କରି integerକୁ ରୂପାନ୍ତର କରିବାକୁ ହେବ |
| 02:50 | ତା’ପରେ, ରୂପାନ୍ତରିତ ଭାଲ୍ୟୁ, ଭେରିଏବଲ୍ bରେ ଷ୍ଟୋର୍ ହେବ. b ଗୋଟିଏ ଲୋକଲ୍ ଭେରିଏବଲ୍ ଅଟେ |
| 02:56 | ଏହା କେବଳ ଆଭ୍ୟନ୍ତରରେ ଥିବା ମେଥଡ୍ ପାଇଁ ଉପଲବ୍ଧ ହେବ, ଯେଉଁଥିରେ ଏହାକୁ ଘୋଷିତ କରାଯାଇଛି |
| 03:01 | ଏଠାରେ ଆମେ, ଗ୍ଲୋବଲ ଭେରିଏବଲ୍ a ଓ ଭେରିଏବଲ୍ bର ଭାଲ୍ୟୁଗୁଡିକୁ ଯୋଗ କରିବା |
| 03:07 | ତା’ପରେ, ପରିଣାମ sum ଭେରିଏବଲରେ ଷ୍ଟୋର ହୋଇଯିବ |
| 03:10 | ଏହାପରେ, sumକୁ ପ୍ରିଣ୍ଟ୍ କରନ୍ତୁ |
| 03:13 | ଏହା, ଏକ ଷ୍ଟ୍ରିଙ୍ଗ୍ ମଧ୍ୟରେ ଗୋଟିଏ ଭେରିଏବଲକୁ ଇନସର୍ଟ କରିବା ପାଇଁ ଏକ ମାର୍ଗ ଦର୍ଶାଇଥାଏ |
| 03:18 | ଏଠାରେ, sumର କଣ୍ଟେଣ୍ଟ୍ ଗୋଟିଏ ଷ୍ଟ୍ରିଙ୍ଗ୍ ଆକାରରେ ମିଳିଥାଏ ଏବଂ ବାହାରେ ଥିବା ଷ୍ଟ୍ରିଙ୍ଗ୍ ମଧ୍ୟରେ ପ୍ରତିସ୍ଥାପିତ ହୋଇଥାଏ |
| 03:25 | End, ମେଥଡର ସମାପ୍ତିକୁ ସୂଚିତ କରେ |
| 03:28 | ମେଥଡ୍ ଦୁଇପ୍ରକାରାର |
| 03:31 | User-defined method – ଯାହା ଆମର add ମେଥଡ୍ ଅଟେ |
| 03:35 | Pre-defined method- ଯାହା ପ୍ରିଣ୍ଟ୍, gets ଓ to_i ମେଥଡ୍ ଅଟନ୍ତି |
| 03:42 | ଏଠାରେ ଆମେ, add ମେଥଡକୁ କଲ୍ କରିବା |
| 03:45 | ଆଡିଶନ୍ କାର୍ଯ୍ୟ ସମ୍ପାଦନ ହେବ ଏବଂ ପରିଣାମ ପ୍ରିଣ୍ଟ୍ ହେବ |
| 03:50 | ବର୍ତ୍ତମାନ, save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:53 | ପୂର୍ବରୁ କୁହାଯାଇଥିବା ଭଳି, rubyprogram ଫୋଲ୍ଡର୍ ମଧ୍ୟରେ ପ୍ରୋଗ୍ରାମଟି ସେଭ୍ ହୋଇଯିବ |
| 03:59 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 04:02 | Ctrl, Alt ଓ T କୀ କୁ ଏକ ସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ |
| 04:07 | ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖାଦେବ |
| 04:11 | ପ୍ରୋଗ୍ରାମର ନିଷ୍ପାଦନ ପାଇଁ, ଆମକୁ rubyprogramର ସବ୍-ଡାଇରେକ୍ଟୋରୀକୁ ଯିବାକୁ ହେବ |
| 04:16 | ତେଣୁ ଟାଇପ୍ କରନ୍ତୁ: cd ସ୍ପେସ୍ Desktop/rubyprogram ଏବଂ Enter ଦାବନ୍ତୁ |
| 04:26 | ବର୍ତ୍ତମାନ, ଟାଇପ୍ କରନ୍ତୁ: ruby ସ୍ପେସ୍ ମେଥଡ୍ ହାଇଫେନ୍ ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb ଏବଂ Enter ଦାବନ୍ତୁ |
| 04:40 | ଦ୍ଵିତୀୟ ସଂଖ୍ୟା ପ୍ରବେଶ କରନ୍ତୁ: ପ୍ରଦର୍ଶିତ ହୋଇଛି |
| 04:44 | ଭାଲ୍ୟୁ 4 ପ୍ରବେଶ କରାନ୍ତୁ. 4 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 04:48 | ଏହିଭଳି ଆଉଟପୁଟ୍ ପ୍ରାପ୍ତ ହେବ - Sum of two numbers 5 and 4 is 9 |
| 04:53 | ବର୍ତ୍ତମାନ୍ ଚାଲନ୍ତୁ, ଆର୍ଗୁମେଣ୍ଟ୍ ସହିତ ମେଥଡର ଗୋଟିଏ ଉଦାହରଣ ଦେଖିବା |
| 04:58 | ମୁଁ gedit ଏଡିଟରରେ, ଏହି ପ୍ରୋଗ୍ରାମକୁ ଟାଇପ୍ କରିସାରିଛି, ଚାଲନ୍ତୁ ଏହାକୁ ଖୋଲିବା |
| 05:03 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି, ମେଥଡ୍ ହାଇଫେନ୍ ୱିଥ୍ ହାଇଫେନ୍ ଆର୍ଗୁମେଣ୍ଟ ଡଟ୍ rb |
| 05:10 | ଏହି ଫାଇଲଟି ମଧ୍ୟ, rubyprogram ଫୋଲ୍ଡରରେ ସେଭ୍ ହୋଇଛି |
| 05:15 | ଚାଲନ୍ତୁ ପ୍ରୋଗ୍ରାମଟିକୁ ଦେଖିବା |
| 05:18 | ଏଠାରେ add() ନାମକ ଗୋଟିଏ ମେଥଡ୍ ଘୋଷିତ ହୋଇଛି. ମେଥଡ୍ add()ର a, b ଆର୍ଗୁମେଣ୍ଟ୍ ଅଟନ୍ତି |
| 05:26 | ଏଠାରେ a ଓ bର ଭାଲ୍ୟୁଗୁଡିକୁ ଯୋଗ କରନ୍ତୁ |
| 05:29 | ଏବଂ କଲ୍ ହୋଇଥିବା ମେଥଡରେ ଯୋଗଫଳ ପ୍ରାପ୍ତ ହେବ |
| 05:31 | End, ମେଥଡର ସମାପ୍ତିକୁ ସୂଚିତ କରେ |
| 05:35 | ଏଠାରେ, ୟୁଜରଠାରୁ ଇନପୁଟ୍ ଆଶା କରାଯାଉଛି |
| 05:38 | ୟୁଜର, a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାଇବେ |
| 05:41 | ଭାଲ୍ୟୁଗୁଡିକ, କ୍ରମାନୁସାରେ, ଭେରିଏବଲ୍ a ଓ bରେ ଷ୍ଟୋର୍ ହେବେ |
| 05:46 | ଏଠାରେ, add ମେଥଡକୁ କଲ୍ କରନ୍ତୁ |
| 05:49 | ତା’ପରେ, ଆର୍ଗୁମେଣ୍ଟ୍ a ଓ bକୁ ପାସ୍ କରନ୍ତୁ |
| 05:52 | ଯୋଗ କାର୍ଯ୍ୟ ସମ୍ପାଦନ ହେଲାପରେ, add() ମେଥଡ୍ ଦ୍ଵାରା ରିଟର୍ନ ହୋଇଥିବା ଭାଲ୍ୟୁ, c ରେ ଷ୍ଟୋର୍ ହେବ |
| 05:59 | ଏଠାରେ, c ରେ ଷ୍ଟୋର୍ ହୋଇଥିବା ଯୋଗଫଳକୁ ପ୍ରିଣ୍ଟ୍ କରନ୍ତୁ |
| 06:03 | ଏହି କୋଡକୁ ନିଷ୍ପାଦନ କରନ୍ତୁ. ଟର୍ମିନଲକୁ ଯା’ନ୍ତୁ |
| 06:07 | ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ. Clear ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:14 | ଆମେ rubyprogramର ସବ୍-ଡାଇରେକ୍ଟୋରୀରେ ଅଛୁ |
| 06:17 | ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ, ଅପ୍ ଆରୋ କୀ କୁ ଦୁଇଥର ଦାବନ୍ତୁ |
| 06:22 | ମେଥଡ୍ ହାଇଫେନ୍ ୱିଦାଉଟ୍ ହାଇଫେନ୍ ଆର୍ଗୁମେଣ୍ଟସ ଡଟ୍ rb କୁ, ମେଥଡ୍ ହାଇଫେନ୍ ୱିଥ୍ ହାଇଫେନ୍ ଆର୍ଗୁମେଣ୍ଟସ ଡଟ୍ rb ସହିତ ବଦଳ କରନ୍ତୁ |
| 06:32 | ଏବଂ Enter ଦାବନ୍ତୁ |
| 06:35 | ପ୍ରଦର୍ଶିତ ହେଲାଭଳି a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ |
| 06:38 | 8 ଓ 9 ପ୍ରବେଶ କରନ୍ତୁ |
| 06:41 | 8 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:43 | 9 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:46 | ଆମେ ଆଉଟପୁଟ୍, Sum of two numbers 8 and 9 is 17 ପାଇବା |
| 06:52 | ବର୍ତ୍ତମାନ ମୁଁ ଆପଣଙ୍କୁ, Rubyର ଗୋଟିଏ ବିଶିଷ୍ଟ ଫିଚର୍ ଦେଖାଇବି |
| 06:56 | ଟେକ୍ସଟ ଏଡିଟରରେ ଥିବା ପ୍ରୋଗ୍ରମକୁ ଫେରିଚାଲନ୍ତୁ |
| 06:59 | କୀୱର୍ଡ୍ returnକୁ ଡିଲିଟ୍ କରନ୍ତୁ |
| 07:02 | ବର୍ତ୍ତମାନ, Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 07:05 | କୋଡକୁ ନିଷ୍ପାଦନ କରନ୍ତୁ. ଟର୍ମିନଲକୁ ଯା’ନ୍ତୁ |
| 07:09 | ପୂର୍ବ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ, ଅପ୍ ଆରୋ କୀ ଦାବନ୍ତୁ ଏବଂ Enter ଦାବନ୍ତୁ |
| 07:14 | ପ୍ରଦର୍ଶିତ ହେଲାଭଳି a ଓ bର ଭାଲ୍ୟୁଗୁଡିକୁ ପ୍ରବେଶ କରାନ୍ତୁ |
| 07:18 | 10 ଓ 15 ପ୍ରବେଶ କରନ୍ତୁ |
| 07:21 | 10 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ. 15 ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 07:27 | ଆମେ ନିମ୍ନଲିଖିତ ଆଉଟପୁଟ୍ ପାଇବା |
| 07:29 | Sum of two numbers 10 and 15 is 25 |
| 07:33 | ଆପଣ ଦେଖିପାରୁଥିବେ ଯେ, କିୱର୍ଡ returnକୁ ଡିଲିଟ୍ କଲାପରେ ମଧ୍ୟ, ପ୍ରୋଗ୍ରାମଟି ବିନା କୌଣସି errorରେ ନିଷ୍ପାଦିତ ହୋଇଛି, |
| 07:40 | ଏହାର କାରଣ ହେଉଛି, ମେଥଡରେ ଗଣନା ହୋଇଥିବା ଭାଲ୍ୟୁକୁ Ruby ଅଟୋମାଟିକାଲୀ ରିଟର୍ନ କରିଥାଏ |
| 07:46 | ମେଥଡରେ ଥିବା କୀୱର୍ଡ୍ return, Rubyରେ ବାଧ୍ୟତାମୂଳକ ନୁହେଁ |
| 07:50 | ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 07:53 | ଆମ slideକୁ ଫେରିଚାଲନ୍ତୁ |
| 07:55 | ସଂକ୍ଷିପ୍ତରେ |
| 07:57 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 07:59 | ମେଥଡଗୁଡିକ ସମ୍ବନ୍ଧରେ |
| 08:01 | ଆର୍ଗୁମେଣ୍ଟ ରହିତ ମେଥଡ୍ ପାଇଁ ସିଣ୍ଟାକ୍ସ |
| 08:04 | ଏବଂ ଆର୍ଗୁମେଣ୍ଟ ସହିତ ମେଥଡ୍ |
| 08:06 | ଗୋଟିଏ ମେଥଡରୁ ଭାଲ୍ୟୁ ରିଟର୍ନ ହେବା |
| 08:08 | ଏକ ଆସାଇନମେଣ୍ଟ ଭାବେ, |
| 08:10 | ମେଥଡ୍ ବ୍ୟବହାର ଦ୍ଵାରା ଏବଂ ୟୁଜରଠାରୁ ଇନପୁଟ୍ ପ୍ରାପ୍ତ କରି |
| 08:13 | ଏକ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଗଣନା କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
| 08:17 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 08:20 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 08:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 08:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 08:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 08:36 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 08:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 08:49 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 08:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 09:00 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 09:04 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |