Ruby/C2/Logical-and-other-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, Logical & Other Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:09 ଲଜିକାଲ୍ ଅପରେଟର୍
00:11 ପାରାଲଲ୍ ଆସାଇନମେଣ୍ଟ୍
00:13 ରେଞ୍ଜ୍ ଅପରେଟର୍
00:15 ଏଠାରେ ଆମେ ବ୍ୟବହାର କରୁଛୁ:
00:17 Ubuntu Linux ଭର୍ସନ୍ 12.04
00:20 Ruby 1.9.3
00:23 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ
00:29 ଆପଣ irb ସହିତ ମଧ୍ୟ ପରିଚିତ ଥିବା ଆବଶ୍ୟକ
00:33 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:38 Logical operators ଯାହା, Boolean operators ଭାବେ ମଧ୍ୟ ଜଣାଶୁଣା
00:42 କାରଣ ସେମାନେ ଗୋଟିଏ ଏକ୍ସପ୍ରେସନର କିଛି ଅଂଶକୁ ମୁଲ୍ୟାଙ୍କନ କରନ୍ତି
00:45 ଏବଂ ଗୋଟିଏ true କିମ୍ବା false ଭାଲ୍ୟୁ ରିଟର୍ଣ୍ଣ କରନ୍ତି
00:48 ଲଜିକଲ୍ ଅପରେଟରଗୁଡିକ ହେଲେ-
00:51 ଡବଲ୍ ଆମ୍ପର୍ସାଣ୍ଡ୍ (&&) ଯାହା and ଅଟେ
00:54 ଡବଲ୍ pipe ଯାହା or ଅଟେ
00:56 ଏକ୍ସକ୍ଲାମେଶନ୍ ଚିହ୍ନ(!) ଯାହା not ଅଟେ
01:00 ଯଦି ଉଭୟ ଏକ୍ସପ୍ରେସନ୍ true ହୁଅନ୍ତି, ତେବେ && (ଡବଲ୍ ଆମ୍ପର୍ସାଣ୍ଡ୍) ଓ and, true ମୂଲ୍ୟାଙ୍କନ କରିବେ
01:07 ଦ୍ଵିତୀୟ ଏକ୍ସପ୍ରେସନର ମୂଲ୍ୟାଙ୍କନ ହେବ ଯଦି, ପ୍ରଥମଟି true ହୁଏ
01:12 ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ
01:15 ସାଙ୍କେତିକ and ଯାହା &&(ଡବଲ୍ ଆମ୍ପର୍ସାଣ୍ଡ୍)ଅଟେ, ଉଚ୍ଚତମ ପ୍ରିସିଡେନ୍ସ ରହିବ
01:20 ଚାଲନ୍ତୁ, ବର୍ତ୍ତମାନ କିଛି ଉଦାହରଣ ଦେଖିବା
01:22 ଏଥି ପାଇଁ irb ବ୍ୟବହାର କରନ୍ତୁ
01:25 Ctrl, Alt ଓ T କୀ କୁ ଏକସଙ୍ଗେ ଦାବି ଟର୍ମିନଲ ଖୋଲନ୍ତୁ
01:31 irb ଟାଇପ୍ କରନ୍ତୁ ଏବଂ ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ, Enter ଦାବନ୍ତୁ
01:36 ଟାଇପ୍ କରନ୍ତୁ: 3 ଗ୍ରେଟର୍ ଦ୍ୟାନ୍ 2 ସ୍ପେସ୍ ଡବଲ୍ ଆମ୍ପର୍ସାଣ୍ଡ୍ ସ୍ପେସ୍ 4 ଲେସ୍ ଦ୍ୟାନ୍ 5
01:47 Enter ଦାବନ୍ତୁ
01:49 ଆମେ ଆଉଟପୁଟ୍ ଭାବେ true ପାଇବା
01:53 ଏଠାରେ, ଏକ୍ସପ୍ରେସନ୍1 ଯାହା 3>2, true ଅଟେ
01:59 ଏକ୍ସପ୍ରେସନ୍ 2 ଯାହା 4<5, ଏହା ମଧ୍ୟ true ଅଟେ
02:03 ଯେହେତୁ, ଉଭୟ ଏକ୍ସପ୍ରେସନ୍ true ଅଟନ୍ତି, ଆମେ ଆଉଟପୁଟ୍ ଭାବେ true ପାଇବା
02:08 ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀ କୁ ଦାବନ୍ତୁ
02:12 ଏବଂ ଡବଲ୍ ଆମ୍ପର୍ସାଣ୍ଡ୍ ଚିହ୍ନକୁ, ୱର୍ଡ and ସହିତ ବଦଳ କରନ୍ତୁ
02:17 Enter ଦାବନ୍ତୁ
02:19 ସମାନ ପରିଣାମ ପ୍ରାପ୍ତ ହେବ
02:22 ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ପୁନର୍ବାର ଅପ୍-ଆରୋ କୀ କୁ ଦାବନ୍ତୁ
02:27 ଏକ୍ସପ୍ରେସନ୍1 ରେ, ଲେସ୍ ଦ୍ୟାନ୍ ଚିହ୍ନକୁ, ଗ୍ରେଟର୍ ଦ୍ୟାନ୍ ଚିହ୍ନରେ ପ୍ରତିସ୍ଥାପନ କରନ୍ତୁ
02:32 Enter ଦାବନ୍ତୁ
02:35 ଆମେ ଆଉଟପୁଟ୍ ଭାବେ false ପାଇବା
02:38 ଯେହେତୁ, 3 < 2 false ଅଟେ
02:43 ପ୍ରଥମ ଏକ୍ସପ୍ରେସନ୍ false ହେବା କାରଣରୁ, ଦ୍ଵିତୀୟ ଏକ୍ସପ୍ରେସନ୍ ମୁଲ୍ୟାଙ୍କିତ ହେବ ନାହିଁ
02:49 ତେଣୁ, ଆମେ ଆଉଟପୁଟ୍ ଭାବେ false ପାଇବା
02:53 ଡବଲ୍ pipe ଓ or, true ମୁଲ୍ୟାଙ୍କନ କରିବ ଯଦି, କୌଣସଟି ଏକ୍ସପ୍ରେସନ୍ true ହୁଏ
02:59 ଯଦି ପ୍ରଥମଟି false ହୁଏ, ତେବେ ଦ୍ଵିତୀୟ ଏକ୍ସପ୍ରେସନର ମୁଲ୍ୟାଙ୍କନ ହେବ
03:04 ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ
03:07 ସାଙ୍କେତିକ or ଯାହା ଡବଲ୍ ପାଇପ୍ ଅଟେ, ଏହାର ଉଚ୍ଚତମ ପ୍ରିସିଡେନ୍ସ ରହିବ
03:11 ଚାଲନ୍ତୁ, ବର୍ତ୍ତମାନ କିଛି ଉଦାହରଣ ଚେଷ୍ଟା କରିବା
03:15 ଟାଇପ୍ କରନ୍ତୁ: 10 ଗ୍ରେଟର୍ ଦ୍ୟାନ୍ 6 ସ୍ପେସ୍ ଡବଲ୍ ପାଇପ୍ ସ୍ପେସ୍ 12 ଲେସ୍ ଦ୍ୟାନ୍ 7
03:23 Enter ଦାବନ୍ତୁ
03:26 ଆମେ ଆଉଟପୁଟ୍ ଭାବେ true ପାଇବା
03:29 ଏଠାରେ, ଏକ୍ସପ୍ରେସନ୍ 1, ଯାହା 10>6, true ଅଟେ
03:35 ପ୍ରଥମ ଏକ୍ସପ୍ରେସନ୍ true ହେବା କାରଣରୁ, ଦ୍ଵିତୀୟ ଏକ୍ସପ୍ରେସନ୍ ମୁଲ୍ୟାଙ୍କିତ ହେବ ନାହିଁ
03:40 ତେଣୁ, ଆମେ ଆଉଟପୁଟ୍ ଭାବେ true ପାଇବା
03:42 ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ପୁନର୍ବାର ଅପ୍-ଆରୋ କୀ କୁ ଦାବନ୍ତୁ
03:46 ଏକ୍ସପ୍ରେସନ୍1 ରେ, ଲେସ୍ ଦ୍ୟାନ୍ ଚିହ୍ନକୁ, ଗ୍ରେଟର୍ ଦ୍ୟାନ୍ ଚିହ୍ନରେ ପ୍ରତିସ୍ଥାପନ କରନ୍ତୁ
03:52 ଏବଂ ଡବଲ୍ ପାଇପ୍ ଚିହ୍ନକୁ, ୱର୍ଡ or ସହିତ ବଦଳ କରନ୍ତୁ
03:57 Enter ଦାବନ୍ତୁ
04:00 ଏଠାରେ, ଏକ୍ସପ୍ରେସନ୍ 1, ଯାହା 10<6, false ଅଟେ
04:05 ଏକ୍ସପ୍ରେସନ୍ 2 ଯାହା 12<7, ଏହା ମଧ୍ୟ false ହେବ
04:10 ଯେହେତୁ, ଉଭୟ ଏକ୍ସପ୍ରେସନ୍ false ଅଟନ୍ତି, ଆମେ ଆଉଟପୁଟ୍ ଭାବେ false ପାଇବା
04:15  ! (ଏକ୍ସକ୍ଲାମେଶନ୍ ମାର୍କ ) ଓ not ଅପରେଟର୍, ଏକ୍ସପ୍ରେସନର ବିପରୀତ ଭାଲ୍ୟୁ ପ୍ରଦାନ କରିବ
04:20 ଯଦି ଏକ୍ସପ୍ରେସନ୍ true ହୁଏ, ଏକ୍ସକ୍ଲାମେଶନ୍ ମାର୍କ ଅପରେଟର୍ ଗୋଟିଏ false ଭାଲ୍ୟୁ ଦେବ
04:27 ଯଦି ଏକ୍ସପ୍ରେସନ୍ false, ଏହା true ରିଟର୍ଣ୍ଣ କରିବ
04:30 ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ
04:33 ସାଙ୍କେତିକ not ଯାହା !(ଏକ୍ସକ୍ଲାମେଶନ୍ ଚିହ୍ନ)ଅଟେ, ଏହାର ଉଚ୍ଚତମ ପ୍ରିସିଡେନ୍ସ ରହିବ
04:37 ଚାଲନ୍ତୁ not ଅପରେଟର୍ ଚେଷ୍ଟା କରିବା
04:40 ପ୍ରଥମେ ଟାଇପ୍ କରନ୍ତୁ: 10 ଡବଲ୍ ଇକ୍ଵାଲ୍ ଟୁ 10
04:45 Enter ଦାବନ୍ତୁ
04:47 ଆମେ ଆଉଟପୁଟ୍ ଭାବେ true ପାଇବା
04:50 ଉପରୋକ୍ତ ଏକ୍ସପ୍ରେସନର ପରିଣାମକୁ invert କରିବା ପାଇଁ,
04:53 ଚାଲନ୍ତୁ ଏକ୍ସପ୍ରେସନ ପୂର୍ବରୁ not ଅପରେଟର୍ ଯୋଗ କରିବା
04:57 ଟାଇପ୍ କରନ୍ତୁ: କ୍ସକ୍ଲାମେଶନ୍ ମାର୍କ୍, ବ୍ରାକେଟ୍ ମଧ୍ୟରେ 10 ଡବଲ୍ ଇକ୍ଵାଲ୍ ଟୁ 10
05:04 Enter ଦାବନ୍ତୁ
05:06 ଆମେ ଆଉଟପୁଟ୍ ଭାବେ false ପାଇବା
05:10 irb କନସୋଲକୁ କ୍ଲିୟର୍ କରିବା ପାଇଁ, Ctrl+L କୀ କୁ ଏକ ସଙ୍ଗେ ଦାବନ୍ତୁ
05:15 ତା’ପରେ, ଚାଲନ୍ତୁ parallel assignment ବିଷୟରେ ଶିଖିବା
05:20 ପାରାଲଲ୍ ଆସାଇନମେଣ୍ଟ୍ ସାହାଯ୍ୟରେ, Rubyର ଗୋଟିଏ ସିଙ୍ଗଲ୍ ଲାଇନ୍ କୋଡ୍ ସହିତ, ଅନେକ ଭେରିଏବଲକୁ ଇନିଶିଆଲାଇଜ୍ କରିପାରିବେ
05:26 ଟର୍ମିନଲକୁ ଫେରିଆସନ୍ତୁ
05:29 ଚାଲନ୍ତୁ, ପାରାଲଲ୍ ଆସାଇନମେଣ୍ଟ୍ ବ୍ୟବହାର କରି ତିନୋଟି ଭେରିଏବଲ୍ a, b, c ଘୋଷଣା କରିବା
05:36 ଟାଇପ୍ କରନ୍ତୁ: a କମା b କମା c ଇକ୍ଵାଲ୍ ଟୁ 10 କମା 20 କମା 30
05:45 ଏବଂ Enter ଦାବନ୍ତୁ
05:47 ଏଠାରେ, ଭେରିଏବଲ୍ a କୁ 10 ଆସାଇନ୍ କରାଯିବ
05:52 ଭେରିଏବଲ୍ b କୁ 20 ଆସାଇନ୍ କରାଯିବ
05:54 ଭେରିଏବଲ୍ c କୁ 30 ଆସାଇନ୍ କରାଯିବ
05:56 ଦକ୍ଷିଣ ପାର୍ଷ୍ଵଟି ଗୋଟିଏ array ଭଳି କାର୍ଯ୍ୟ କରିବ
06:01 ଯଦି ଆମେ ବାମ ପାର୍ଷ୍ଵରେ ଅନେକ ଭେରିଏବଲର ତାଲିକା କରିବା ତେବେ ଆରେଟି ଖୋଲିଯିବ ଏବଂ କ୍ରମାନୁସାରେ ଭେରିଏବଲଗୁଡିକରେ ଆସାଇନ ହୋଇଯିବ
06:10 ଆମେ ଆଗତ ଟ୍ୟୁଟୋରିଆଲଗୁଡିକରେ arrays ସମ୍ବନ୍ଧରେ ସବିଶେଷ ଶିଖିବା
06:14 ବର୍ତ୍ତମାନ ପାଇଁ, ଚାଲନ୍ତୁ ଆସାଇନମେଣ୍ଟଟି ଠିକ୍ ଭାବେ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
06:20 a ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:23 ଭେରିଏବଲ୍ a ରେ ଭାଲ୍ୟୁ 10 ଷ୍ଟୋର୍ ହୋଇ, ପ୍ରଦର୍ଶିତ ହୋଇଛି
06:28 b ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:31 ଆମେ 20 ପାଇବା
06:33 c ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:37 30 ପ୍ରଦର୍ଶିତ ହେବ
06:40 ଦୁଇଟି ଭେରିଏବଲରେ ଷ୍ଟୋର ହୋଇଥିବା ଭାଲ୍ୟୁଗୁଡିକର ବିନୀମୟ ପାଇଁ ମଧ୍ୟ, ପାରାଲଲ୍ ଆସାଇନମେଣ୍ଟ୍ ଦରକାରୀ ଅଟେ
06:45 ଚାଲନ୍ତୁ, ଭେରିଏବଲ୍ a ଓ bର ଭାଲ୍ୟୁଅଗୁଡିକୁ ବିନୀମୟ କରନ୍ତୁ
06:50 ଟାଇପ୍ କରନ୍ତୁ: puts ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ a ଇକ୍ଵାଲ୍ ଟୁ hash, କର୍ଲୀ ବ୍ରାକେଟ୍ ମଧ୍ୟରେ a, କମା, ଡବଲ୍ କ୍ଵୋଟ୍ ମଧ୍ୟରେ b ଇକ୍ଵାଲ୍ ଟୁ hash କର୍ଲୀ ବ୍ରାକେଟ୍ ମଧ୍ୟରେ b
07:11 Enter ଦାବନ୍ତୁ
07:13 ଆମେ ଆଉଟପୁଟ୍ ଭାବେ a=10
07:16 b=20 ପାଇବା
07:20 ବର୍ତ୍ତମାନ, ଚାଲନ୍ତୁ a ଓ bର ବିନୀମୟ କରିବା
07:23 ଏଥି ପାଇଁ ଟାଇପ୍ କରନ୍ତୁ:
07:25 a କମା b ଇକ୍ଵାଲ୍ ଟୁ b କମା a
07:31 Enter ଦାବନ୍ତୁ
07:33 puts କମାଣ୍ଡ୍ ପାଇଁ ଅପ୍-ଆରୋ କୀ କୁ ଦୁଇଥର ଦାବନ୍ତୁ ଏବଂ Enter ଦାବନ୍ତୁ
07:39 ଆମେ ନିମ୍ନ ଭାବେ ଆଉଟପୁଟ୍ ପାଇବା-
07:41 a=20
07:44 b=10
07:47 ବର୍ତ୍ତମାନ ଆମେ, Rubyରେ range ବିଷୟରେ ଶିଖିବା
07:50 Range ମଧ୍ୟରେ ଭାଲ୍ୟୁଗୁଡିକ, ସଂଖ୍ୟା, ଅକ୍ଷର, ଷ୍ଟ୍ରିଙ୍ଗ୍ କିମ୍ବା ଅବଜେକ୍ଟ ହୋଇପାରେ
07:58 ଗୋଟିଏ sequenceକୁ ଦର୍ଶାଇବା ପାଇଁ Ranges ବ୍ୟବହୃତ ହୁଏ
08:02 ଭାଲ୍ୟୁଗୁଡିକର ଗୋଟିଏ କ୍ରମାଗତ ପରିସର ସୃଷ୍ଟି କରିବା ପାଇଁ Sequence range ବ୍ୟବହୃତ ହୁଏ
08:06 ଏହା, ଗୋଟିଏ ଷ୍ଟାର୍ଟ ଭାଲ୍ୟୁ, ରେଞ୍ଜ ଅଫ୍ values ଓ ଗୋଟିଏ end ଭାଲ୍ୟୁ କୁ ନେଇ ଗଠିତ ହୋଇଥାଏ
08:13 (..) ଦୁଇଟି ଡଟ୍ ଅପରେଟର୍, ଗୋଟିଏ ଇନକ୍ଲୁସିଭ୍ range ସୃଷ୍ଟି କରିବ
08:16 (...) ତିନୋଟି ଡଟ୍ ଅପରେଟର୍, ଗୋଟିଏ ଏକ୍ସକ୍ଲୁସିଭ୍ range ସୃଷ୍ଟି କରିବ
08:20 ଗୋଟିଏ ଭାଲ୍ୟୁ ଏକ ନିର୍ଦ୍ଦିଷ୍ଟ ପରିସରରେ ଅନ୍ତର୍ଭୁକ୍ତ ଅଛି କି ନାହିଁ ଚିହ୍ନିତ କରିବା ପାଇଁ ରେଞ୍ଜଗୁଡିକ ବ୍ୟବହାର ହୋଇଥାନ୍ତି
08:26 ଏହାକୁ, equality ଅପରେଟର୍ (===) ବ୍ୟବହାର କରି କରନ୍ତୁ
08:30 ଚାଲନ୍ତୁ, ranges ଉପରେ କିଛି ଉଦାହରଣ ଚେଷ୍ଟା କରିବା
08:33 ଟର୍ମିନଲକୁ ଫେରିଆସନ୍ତୁ
08:36 ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 two dots 10 ତା’ପରେ ଡଟ୍ ଟୁ ଅଣ୍ଡରସ୍କୋର୍ a
08:46 ଦୁଇଟି ଡଟ୍ ଅପରେଟର୍, ଇନକ୍ଲୁସିଭ୍ range ସୃଷ୍ଟି କରେ
08:50 ଗୋଟିଏ ରେଞ୍ଜ ମଧ୍ୟରେ, ଇନକ୍ଲୁସିଭ୍ ଅପରେଟରରେ ଉଭୟ begin ଓ end ଭାଲ୍ୟୁଗୁଡିକ ଅନ୍ତର୍ଭୁକ୍ତ ଥାଏ
08:57 ଏଠାରେ to_a ମେଥଡ୍ ଗୋଟିଏ rangeକୁ ଏକ ତାଲିକାରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ
09:03 Enter ଦାବନ୍ତୁ
09:05 ଏଠାରେ ଆପଣ ଦେଖିପାରୁଥିବେ, ଭାଲ୍ୟୁ 1 ଓ 10, ରେଞ୍ଜ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି
09:11 ବର୍ତ୍ତମାନ ଚାଲନ୍ତୁ, ଗୋଟିଏ exclusive range ଅପରେଟର୍ ଦେଖିବା
09:16 ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 three dots 10 ତା’ପରେ ଡଟ୍ ଟୁ ଅଣ୍ଡରସ୍କୋର୍ a
09:27 ତିନୋଟି ଡଟ୍ ଅପରେଟର୍, ଗୋଟିଏ ଏକ୍ସକ୍ଲୁସିଭ୍ range ସୃଷ୍ଟି କରେ
09:31 Exclusive range ଅପରେଟର୍, end ଭାଲ୍ୟୁକୁ ଅନୁକ୍ରମରୁ ବାଦ୍ ଦେଇଥାଏ
09:37 Enter ଦାବନ୍ତୁ
09:39 ଏଠାରେ end ଭାଲ୍ୟୁ 10, ରେଞ୍ଜରେ ଅନ୍ତର୍ଭୁକ୍ତ ହୁଏନାହିଁ
09:45 ବର୍ତ୍ତମାନ, 5, 1 ରୁ 10 ରେଞ୍ଜ ମଧ୍ୟରେ ଅବସ୍ଥିତ କି ନୁହେଁ ଯାଞ୍ଚ କରନ୍ତୁ
09:50 ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 two dots 10 ତିନି ଥର ଇକ୍ଵାଲ୍ ଟୁ ଏବଂ ତା’ପରେ 5
10:00 Enter ଦାବନ୍ତୁ
10:02 ଏକ୍ଵାଲିଟୀ ଅପରେଟର୍, ଗୋଟିଏ ଭାଲ୍ୟୁ ରେଞ୍ଜ ମଧ୍ୟରେ ଅଛି କି ନାହିଁ ଯାଞ୍ଚ କରେ
10:07 ଆମେ ଆଉଟପୁଟ୍ ଭାବେ true ପାଇବା ଯେହେତୁ 5, 1 ରୁ 10 ରେଞ୍ଜ ମଧ୍ୟରେ ଅଛି
10:14 ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
10:20 ଲଜିକଲ୍ ଅପରେଟର୍ ଯାହା, ଡବଲ୍ ଆମ୍ପରସାଣ୍ଡ୍, ଡବଲ୍ pipe ଓ ଏକ୍ସକ୍ଲାମେଶନ୍ ମାର୍କ୍ ଅପରେଟର୍.
10:27 ପାରାଲାଲ୍ ଆସାଇନମେଣ୍ଟ୍, ଉଦାହରଣ: a କମା b କମା c = 10 କମା 20 କମା 30
10:34 ରେଞ୍ଜ ଅପରେଟର୍- ଇନକ୍ଲୁସିଭ୍ ଅପରେଟର୍(..) ଓ ଏକ୍ସକ୍ଲୁସିଭ୍ ଅପରେଟର୍(...)
10:39 ଏକ ଆସାଇନମେଣ୍ଟ ଭାବେ,
10:41 parallel assignment ବ୍ୟବହାର କରି ଦୁଇଟି ଭେରିଏବଲ୍ ଘୋଷଣା କରନ୍ତୁ ଏବଂ
10:45 ସେମାନଙ୍କର ଯୋଗଫଳ 20 ଓ 50 ମଧ୍ୟରେ ଅବସ୍ଥିତ କି ନୁହେଁ, ଯାଞ୍ଚ୍ କରନ୍ତୁ
10:49 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:52 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:03 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
11:05 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:15 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:19 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
11:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:34 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
11:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep