PHP-and-MySQL/C2/Switch-Statement/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, switch ଷ୍ଟେଟମେଣ୍ଟ ଉପରେ ଥିବା ଏହି PHP ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ମୁଁ ଏହା ଉପରେ ଆପଣଙ୍କୁ ଗୋଟିଏ ନୂତନ ଅନୁଶୀଳନୀକୁ ପ୍ରଦର୍ଶନ କରିବି କାରଣ PHPର ଏହା ଗୋଟିଏ ଗୁରୁତ୍ଵପୂର୍ଣ ଫିଚର୍ ଅଟେ
00:13 ଚାଲନ୍ତୁ ଖୁବ୍ ଶୀଘ୍ର ସିଣ୍ଟାକ୍ସ ସୃଷ୍ଟି କରିବା
00:16 switch ଷ୍ଟେଟମେଣ୍ଟ if ଷ୍ଟେଟମେଣ୍ଟର ଗୋଟିଏ ବିକଳ୍ପ ଅଟେ. ଇନପୁଟ୍ ଗୋଟିଏ ଏକ୍ସପ୍ରେସନ୍ ହେବା ସତ୍ଵେ ଏହା ଅଧିକ ପରିଷ୍କାର ତଥା ଫର୍ମାଟେବଲ୍ ଚୟନ ଅଟେ
00:29 ତେଣୁ ବର୍ତ୍ତମାନ କିଛିଟାର ଭେଲ୍ୟୁକୁ ଇନପୁଟ୍ ଭାବେ ନିଅନ୍ତୁ ଏବଂ ଏହା ସହିତ ସମାନ ଥିବା ଭେଲ୍ୟୁକୁ save କରନ୍ତୁ
00:36 ଯଦି ଏହା ସମାନ କିମ୍ବା ଏହି ଭେଲ୍ୟୁ ସହିତ ମେଳ ହେଉଥାଏ ତେବେ ଆମେ କୋଡକୁ execute କରିପାରିବା
00:43 ଏହା ଗୋଟିଏ ତୂଳନାତ୍ମକ କୌଶଳ ନୁହେଁ. ତେଣୁ ମେଳ ହେଉଥିବା ଭେଲ୍ୟୁଗୁଡିକୁ ଏବଂ ଇନପୁଟ ଉପରେ ନିର୍ଭର କରୁଥିବା ଆଉଟପୁଟଗୁଡିକୁ ତୂଳନା କରିବା ପାଇଁ ଥିବା ଗୋଟିଏ if ଷ୍ଟେଟମେଣ୍ଟକୁ ଆମେ switch ବୋଲି କହିବା
00:55 ଚାଲନ୍ତୁ ଆରମ୍ଭ କରିବା
00:57 ଏହା ପାଇଁ switch ହେଉଛି ମୌଳିକ କୋଡ୍
01:00 ଏଠାରେ ଗୋଟିଏ ଏକ୍ସପ୍ରେସନକୁ ରଖନ୍ତୁ, ଉଦାହରଣସ୍ଵରୂପ ମୁଁ ଏଠାରେ Alexକୁ ରଖିବି
01:09 ଚାଲନ୍ତୁ ଗୋଟିଏ ଛୋଟ ପ୍ରୋଗ୍ରାମ ସୃଷ୍ଟି କରିବା ଏବଂ ଆଗକୁ ବଢିବା ସହିତ ମୁଁ ଏହାକୁ ବର୍ଣ୍ଣନା କରିବି
01:15 if ଷ୍ଟେଟମେଣ୍ଟ ଭଳି ଏଠାରେ କର୍ଲୀ ବ୍ରାକେଟକୁ ରଖନ୍ତୁ
01:21 ବର୍ତ୍ତମାନ ପ୍ରତ୍ୟେକ ଯାଞ୍ଚକୁ କଲ୍ କରୁଥିବା ମାର୍ଗକୁ ଦେଖିବା
01:26 ଆମେ ଏଠାରେ ଭେଲ୍ୟୁକୁ ଯାଞ୍ଚ କରିବାକୁ ଚାହୁଁଛୁ
01:29 ବର୍ତ୍ତମାନ ଆମେ ଏହାକୁ କ୍ଵୋଟେଶନ୍ ଚିହ୍ନ ମଧ୍ୟରେ ରଖିବା
01:32 ଆପଣ ନିଶ୍ଚିତରୂପେ କ୍ରମାନ୍ଵୟରେ ମଧ୍ୟ ରଖିପାରିବେ ନାହିଁ
01:35 ତେଣୁ ଆମେ case ଟାଇପ୍ କରିବା - caseର ଭେଲ୍ୟୁ ଯାହା ଆମେ ମେଳ କରିବକୁ ଚାହୁଁଛେ. ଉଦାହରଣସ୍ଵରୂପ- Alex
01:44 ତା’ପରେ ଆମେ ଗୋଟିଏ କୋଲନ୍ କିମ୍ବା ସେମିକୋଲନ୍ ଟାଇପ୍ କରିବା
01:48 ଏବଂ ଯଦି ଆପଣ ଚୟନ କରିଥିବା switch ଇକ୍ସପ୍ରେସନ୍ ସହିତ କେସ୍ ମେଳ ହେଉଛି ତେବେ ତା’ପରେ କଣ୍ଡିଶନ୍ ରହିବ
01:56 ତେଣୁ ମୁଁ echo, you have blue eyes ଟାଇପ୍ କରିବି
02:05 case ତୂଳନାକୁ ସମାପ୍ତ କରିବା ପାଇଁ ଆମେ break ଓ ଗୋଟିଏ ସେମିକୋଲନ୍ ବ୍ୟବହାର କରିବାକୁ ଯାଉଛେ
02:11 ମନେରଖନ୍ତୁ ଯେ ଆମେ ଏଠାରେ ସେମିକୋଲନକୁ ବ୍ୟବହାର କରିଛେ କିନ୍ତୁ ଏଠାରେ ନୁହେଁ
02:18 ବର୍ତ୍ତମାନ ଦ୍ଵିତୀୟ କେସ. ଏହାକୁ କିପରି କରାଯାଏ ଚାଲନ୍ତୁ ଦେଖିବା
02:23 ମୁଁ Billy ଓ echo, you have brown eyes ଟାଇପ୍ କରିବି
02:30 ଠିକ୍ ଅଛି. ଏବଂ ତା’ପରେ break ଓ ସେମିକୋଲନ୍
02:36 ଏହା ଗୋଟିଏ ଇଣ୍ଟିଗ୍ରେଟେଡ୍ if ଭଳି ଅଟେ. ମୁଁ ଏହା କହି ପାରିବି ଯେ – “if” ଆପଣଙ୍କ ନାମ Alex, ତେବେ you have blue eyesକୁ echo କରନ୍ତୁ କିମ୍ବା else if, ଆପଣଙ୍କ ନାମ Billy, you have brown eyes
02:53 ସମ୍ଭବତଃ ଏହି ମାର୍ଗରେ କରିବା କିଛି ଲୋକଙ୍କ ପାଇଁ ସହଜ ହୋଇପାରେ. ଏହାକୁ ଭଲ ଭାବେ ପଢିହେବ କିନ୍ତୁ ଏହା ପସନ୍ଦ ଉପରେ ନିର୍ଭର କରେ
03:02 ଠିକ୍ ଅଛି, ଆମେ ଅଧିକ cases ପ୍ରାପ୍ତ କରିନାହାଁନ୍ତି, ମୁଁ ଏହି ଉଦାହରଣ ପାଇଁ କେବଳ Alex ଓ Billyକୁ ବ୍ୟବହାର କରୁଛି
03:10 ଏଠାରେ ମୁଁ default ବୋଲି କହିବି ଯାହା I don't know what color your eyes areକୁ echo କରିବ
03:19 ଠିକ୍ ଅଛି, ଆମର ଏହା ପରେ ଗୋଟିଏ breakର ଆବଶ୍ୟକତା ନାହିଁ କାରଣ ଏଠାରେ ଆଉ cases ନାହିଁ
03:26 ନିଶ୍ଚିତରୂପେ ଏହା ପରେ break ନାହିଁ କାରଣ ଚୟନ କରିବା ପାଇଁ ଏଠାରେ ଆଉ ବିକଳ୍ପ ନାହିଁ
03:34 ଠିକ୍ ଅଛି. ତେଣୁ ଏଠାରେ ଆମେ ଆମର switch ପ୍ରାପ୍ତ କଲେ. ଚାଲନ୍ତୁ ଏହାକୁ କାର୍ଯ୍ୟକାରୀ କରିବା
03:39 ବର୍ତ୍ତମାନ ଆମର ପ୍ରୋଗ୍ରାମକୁ ନିର୍ମାଣ କରିବା ପାଇଁ ଏହି Alexକୁ ଗୋଟିଏ ଭେରିଏବଲ୍ ସହିତ ପ୍ରତିସ୍ଥାପନ କରନ୍ତୁ
03:46 ତେଣୁ $name ଇକ୍ଵାଲସ ଟାଇପ୍ କରନ୍ତୁ ଏବଂ ତାହା ଆପଣ ନିର୍ଣୟ କରନ୍ତୁ
03:53 ତା’ପରେ ମୁଁ ଏଠାରେ $name କହିବି
03:57 ତେଣୁ ଏଠାରେ କିପରି ଗୋଟିଏ ଭେରିଏବଲକୁ ସଂଯୁକ୍ତ କରାଯାଇଛି ଆମେ ଦେଖିପାରିବା
04:01 ଏବେ ପର୍ଯ୍ୟନ୍ତ ତାହା କିପରି କରାଯାଇଛି ଆପଣ ଜାଣିବା ଆବଶ୍ୟକ
04:04 ତେଣୁ ଚାଲନ୍ତୁ ଆରମ୍ଭ କରିବା ଏବଂ ଏହା କିପରି କାର୍ଯ୍ୟ କରେ ଦେଖିବା
04:08 ଆପଣ switch କୁହନ୍ତୁ, ଆପଣ ଏହି ଏକ୍ସପ୍ରେସନକୁ ଗ୍ରହଣ କରିପାରିବେ ଯାହା Alex ସହିତ ସମାନ ହେବ
04:13 ମୌଳିକ ଭାବେ ଏହା case ଅଟେ ଯାହା Alex ସହିତ ସମାନ ହେବ ଏବଂ ଏହା ଏହାକୁ echo କରିବ. ଏହାକୁ ସମାପ୍ତ କରିବା ସକାଶେ break ଅଛି
04:22 ଯଦି ନାମ Rahul ହୁଏ ତେବେ default ଭାବେ I don't know what colour your eyes are, echo ହେବ
04:29 ଠିକ୍ ଅଛି, ଏହାକୁ ରନ୍ କରିବା ସହିତ ଚେଷ୍ଟା କରନ୍ତୁ
04:37 କେବଳ ସଂଶୋଧନ କରିବା ସକାଶେ
04:39 ଆମେ ଦେଖିପାରିବା ଯେ Alex, ଆଉଟପୁଟ୍ Alex ସହିତ ମେଳ ହେଉଛି
04:44 ଆପଣ ଏଠାରେ ଯେତେ ଇଚ୍ଛା ସେତେ କୋଡର ଲାଇନଗୁଡିକୁ ପ୍ରବେଶ କରିପାରିବେ. ଏହି break, caseର ସମାପ୍ତି ସ୍ଥାନକୁ ନିର୍ଦ୍ଧାରଣ କରିବ
04:54 ଗୋଟିଏ ବ୍ଲକକୁ ସମାପ୍ତ କରିବା ପାଇଁ if ଷ୍ଟେଟମେଣ୍ଟ କର୍ଲି ବ୍ରାକେଟଗୁଡିକୁ ଆବଶ୍ୟକ କରିବ
04:59 ଯାହାହେଉ ଏଠାରେ ଥିବା break, ବ୍ଲକର ସମାପ୍ତିକୁ ନିର୍ଦ୍ଧାରଣ କରୁଛି. ଏହାକୁ ପ୍ରକୃତରେ blocks ବୋଲି କୁହାଯାଏ
05:06 ତେଣୁ ଏହାକୁ Billyକୁ ପରିବର୍ତ୍ତନ କରନ୍ତୁ ଏବଂ କ’ଣ ହେଉଛି ଲକ୍ଷ୍ୟ କରନ୍ତୁ
05:10 You have brown eyes – ପ୍ରକୃତରେ ଏଠାରେ ଯାହା ଆମେ ନିର୍ଦ୍ଧାରଣ କରିଥିଲେ
05:16 ଠିକ୍ ଅଛି, ବର୍ତ୍ତମାନ ମୁଁ ଏହାକୁ Kyle ଓ refreshରେ ପରିବର୍ତ୍ତନ କରିଦେବି. I don't know what colour your eyes are ପ୍ରଦର୍ଶନ ହେବ କାରଣ ଆମ ପ୍ରୋଗ୍ରାମ୍ ଫିଚରରେ Kyleର ଆଖିର ରଙ୍ଗକୁ ବର୍ଣ୍ଣନା କରୁଥିବା କୌଣସି ବ୍ଲକ୍ ନାହିଁ
05:31 ତେଣୁ ମୌଳିକ ଭାବେ ଏହା switch ଷ୍ଟେଟମେଣ୍ଟ ଅଟେ
05:34 ଏହାକୁ ଚେଷ୍ଟା କରନ୍ତୁ. କିଛି ଲୋକ ଏହାକୁ ବ୍ୟବହାର କରିବା ପସନ୍ଦ କରନ୍ତି ନାହିଁ, କେତେକ ଏହାକୁ ପସନ୍ଦ କରନ୍ତି
05:38 ସମ୍ଭବତଃ ଏହା if ଷ୍ଟେଟମେଣ୍ଟ ଅପେକ୍ଷା ଅଧିକ କ୍ଷିପ୍ରତର ଅଟେ. ଏହାକୁ ନିୟନ୍ତ୍ରଣ କରିବା ସହଜ ଅଟେ. ଏହା ଭଲ ଦେଖାଯାଏ. ତେଣୁ ପ୍ରକୃତରେ ଏହା ଅପଣଙ୍କର ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ
05:48 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep