PERL/C3/Sample-PERL-program/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Sample PERL program ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିଥିବା ସମସ୍ତ ବିଷୟଗୁଡିକୁ ନମୂନା ପ୍ରୋଗ୍ରାମରେ ସଂଯୁକ୍ତ କରିବା ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:25 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:29 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:34 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:39 ଏହି ନମୂନା Perl ପ୍ରୋଗ୍ରାମ୍ ଗୋଟିଏ କ୍ଷେତ୍ରର ବିଭିନ୍ନ ପାଣିପାଗ ପୂର୍ବନୂମାନ ରିପୋର୍ଟଗୁଡିକର ଆଉଟପୁଟ୍ ପ୍ରଦାନ କରିବ
00:46 weather dot pm ଗୋଟିଏ module ଅଟେ ଯାହାର ଏହି ପ୍ରୋଗ୍ରାମ୍ ପାଇଁ ଡେଟାକୁ ଧାରଣ କରିବା ପାଇଁ ଗୋଟିଏ ଜଟିଳ data-structure ଅଛି
00:54 ରିପୋର୍ଟ ସୃଷ୍ଟି କରିବା ପାଇଁ ଏହା ବିଭିନ୍ନ functionଗୁଡିକୁ ମଧ୍ୟ ଧାରଣ କରିଥାଏ
00:59 weather underscore report dot pl, Perl ପ୍ରୋଗ୍ରାମ୍ ଅଟେ ଯାହା ଆବଶ୍ୟକ ଆଉଟପୁଟ୍ ପ୍ରଦାନ କରିବା ପାଇଁ ଏହି module ଫାଇଲକୁ ବ୍ୟବହାର କରିଥାଏ
01:08 ଆମ ୱେବସାଇଟରେ ଏହି ଭିଡିଓ ଅଧୀନସ୍ଥ ସମାନ କୋଡ୍ ଫାଇଲଗୁଡିକ ଉପଲବ୍ଧ ଅଛି
01:13 code file linkରେ ଉପଲବ୍ଧ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ unzip କରନ୍ତୁ
01:18 ବର୍ତ୍ତମାନ ଆମର ନମୂନା Perl ପ୍ରୋଗ୍ରାମ୍ Weather dot pmକୁ ଚାଲନ୍ତୁ ଦେଖିବା
01:24 ଏହି ପ୍ରୋଗ୍ରାମରେ ଥିବା କୋଡର ବ୍ଲକ୍ namespace Weather ଅଧୀନସ୍ଥ ଅଟେ
01:29 କୀୱର୍ଡ packageକୁ ବ୍ୟବହାର କରି Perl, namespaceକୁ ପ୍ରୟୋଗ କରିଥାଏ
01:34 main ପ୍ରୋଗ୍ରାମ୍ ପୂର୍ବରୁ, ବ୍ଲକ୍ BEGIN କମ୍ପାଇଲ୍ ହେବା ସହିତ ନିଷ୍ପାଦିତ ହୋଇଥାଏ
01:40 ୟୁଜରମାନଙ୍କୁ namespace, functions ଓ modulesର ଭେରିଏବଲଗୁଡିକୁ ଏକ୍ସପୋର୍ଟ କରିବା ପାଇଁ Export ଅନୁମତି ଦେଇଥାଏ
01:48 export କରିବା ସମୟରେ, ଦୁଇଟି ମୂଖ୍ୟ ଭେରିଏବଲ୍ At the rate EXPORT ଓ at the rate EXPORT underscore OK, ବ୍ୟବହୃତ ହୋଇଥା’ନ୍ତି
01:57 At the rate EXPORT, subroutines ଓ moduleର ଭେରିଏବଲଗୁଡିକର ତାଲିକାକୁ ଧାରଣ କରିଥାଏ
02:03 ଏଗୁଡିକ କଲର୍ namespace ମଧ୍ୟକୁ ଏକ୍ସପୋର୍ଟ ହେବେ
02:07 At the rate EXPORT underscore OK, ଆବଶ୍ୟକ ସ୍ଥଳେ ଚିହ୍ନଗୁଡିକୁ ଏକ୍ସପୋର୍ଟ କରିବ ନାହିଁ
02:14 ଏଠାରେ ଗୋଟିଏ ପାଣିପାଗର ରିପୋର୍ଟ ପାଇଁ ଆବଶ୍ୟକ ଡେଟାକୁ ଧାରଣ କରିବା ସକାଷେ ଜଟିଳ ଡେଟା ଷ୍ଟ୍ରକଚର୍ ସୃଷ୍ଟି କରିବା ପାଇଁ ମୁଁ referencesକୁ ବ୍ୟବହାର କରୁଛି
02:24 $weather_report ଗୋଟିଏ hash reference ଅଟେ. Place ଓ nstateର ସ୍କେଲାର୍ ଭେଲ୍ୟୁଗୁଡିକ ଅଛି
02:32 hash referencesର hash, weekly ଅଟେ
02:37 ପ୍ରତ୍ୟେକ ସାପ୍ତାହିକ ଦିନର ଚାରୋଟି keys ଅଛି -

max underscore temp min underscore temp sunrise sunset

02:48 ଦୁଇଟି index ଭେଲ୍ୟୁ ସହିତ, record underscore time ଗୋଟିଏ array reference ଅଟେ
02:54 ବିଭିନ୍ନ ବିକଳ୍ପଗୁଡିକର ପାଣିପାଗ ରିପୋର୍ଟକୁ ପ୍ରଦର୍ଶନ କରିବା ପାଇଁ ମୋ ପାଖରେ କିଛି subroutines ଅଛି. ଚାଲନ୍ତୁ ଗୋଟିକ ପରେ ଗୋଟିଏକୁ ଦେଖିବା
03:01 ଏହି function, header ତଥ୍ୟ ଯେପରି header of the report, place, state ଓ ସାମ୍ପ୍ରତିକ ତାରିଖକୁ ପ୍ରିଣ୍ଟ କରିଥାଏ
03:10 ବର୍ତ୍ତମାନ, ପରବର୍ତ୍ତୀ ଫଙ୍କଶନ display underscore daily underscore report କୁ ଦେଖିବା
03:16 ଏହି function ସପ୍ତାହର କାର୍ଯ୍ୟକାରୀ ଦିନଗୁଡିକର ଇନପୁଟ୍ ଉପରେ ନିର୍ଭର କରି, ସ୍କ୍ରୀନ୍ ଉପରେ ଦୈନିକ ରିପୋର୍ଟକୁ ପ୍ରିଣ୍ଟ କରିବ
03:22 ଫଙ୍କଶନ୍ shiftକୁ ବ୍ୟବହାର କରି ଆମେ ଗୋଟିଏ subroutineରେ ପାସ୍ ହୋଇଥିବା ପାରାମିଟରକୁ ପୁନଃପ୍ରାପ୍ତ କରିବା
03:27 parameter ଭେଲ୍ୟୁର leading ଓ trailing ସ୍ପେସକୁ ବାହାର କରିବା ପାଇଁ ମୁଁ ଫଙ୍କଶନ୍ trim()କୁ ବ୍ୟବହାର କରିଛି
03:34 ଏଠାରେ ଫଙ୍କଶନ୍ trim() ପାଇଁ କୋଡ୍ ଅଛି
03:37 ଫଙ୍କଶନ୍ Lc() ପ୍ରଦତ୍ତ ଇନପୁଟର ଗୋଟିଏ ଲୋୱରକେସ୍ ଭର୍ସନକୁ ରିଟର୍ନ କରିଥାଏ
03:42 କେସ୍-ସେନସିଟିଭିଟୀକୁ ତ୍ୟାଗ କରିବା ପାଇଁ ଏହା ବ୍ୟବହୃତ ହୋଇଛି
03:45 main ପ୍ରୋଗ୍ରାମରୁ ସପ୍ତାହର କାର୍ଯ୍ୟକାରୀ ଦିନ ପାରାମିଟର୍ ଭାବେ ଗୋଟିଏ ଲୋକାଲ୍ ଭେରିଏବଲ୍ dollar week underscore dayକୁ ଆସାଇନ୍ କରାଯାଇଛି
03:55 ନିମ୍ନଲିଖିତ print statementଗୁଡିକ ସପ୍ତାହର ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ଦିନର ଅନୁରୂପ ଡେଟାକୁ ପ୍ରିଣ୍ଟ କରିବ
04:01 $weather underscore report ରେ ଗୋଟିଏ ଭେଲ୍ୟୁକୁ dereference କରିବା ପାଇଁ arrow operatorକୁ ବ୍ୟବହାର କରାଯାଉଛି
04:09 referencesରେ କାମ କଲା ସମୟରେ, ଆମେ dereferencing କରୁଥିବା data typeକୁ ବୁଝିବାକୁ ହେବ
04:15 ଯଦି ଏହା ଗୋଟିଏ hash ହୁଏ ତେବେ କର୍ଲୀ ବ୍ରାକେଟ ମଧ୍ୟରେ keyକୁ ପାସ୍ କରିବା ଆବଶ୍ୟକ
04:20 ଯଦି ଏହା ଗୋଟିଏ array ହେବ ତେବେ index valueଗୁଡିକ ସହିତ ସ୍କୋୟାର୍ ବ୍ରାକେଟକୁ ବ୍ୟବହାର କରିବା ଆବଶ୍ୟକ
04:26 Perlର return ଫଙ୍କଶନ୍ ଗୋଟିଏ ଭେଲ୍ୟୁ ରିଟର୍ନ କରିବ
04:29 main ପ୍ରୋଗ୍ରାମରେ functionର ଷ୍ଟେଟସକୁ ଯାଞ୍ଚ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ
04:36 ପରବର୍ତ୍ତୀ function, write underscore daily underscore report ଅଟେ
04:40 ଏହି function, report outputକୁ ଗୋଟିଏ ଫାଇଲରେ ପ୍ରିଣ୍ଟ କରିବ
04:45 ଗ୍ରେଟର୍ ଦ୍ୟାନ୍ ଚିହ୍ନ ସହିତ open ଫଙ୍କଶନ୍, WRITE ମୋଡକୁ ପରିଭାଷିତ କରିଥାଏ
04:50 ସପ୍ତାହର କାର୍ଯ୍ୟକାରୀ ଦିନ ଏବଂ ଏକ୍ସଟେନଶନ୍ dot txt ସହିତ Filename ସୃଷ୍ଟି ହୋଇଛି
04:56 ପ୍ରିଣ୍ଟ ଷ୍ଟେଟମେଣ୍ଟଗୁଡିକ ସପ୍ତାହର ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ଦିନର ଅନୁରୂପ ଡେଟାକୁ ଗୋଟିଏ ଫାଇଲରେ ପ୍ରିଣ୍ଟ କରିବ
05:02 ଏହା ସାପ୍ତାହିକ ରିପୋର୍ଟକୁ ପ୍ରିଣ୍ଟ କରିଥାଏ
05:05 hash referenceର ସପ୍ତାହର ପ୍ରତ୍ୟେକ କାର୍ଯ୍ୟକାରୀ ଦିନ ମଧ୍ୟରେ ଲୂପ୍ କରିବା ପାଇଁ ମୁଁ ଗୋଟିଏ foreach loop ଘୋଷଣା କରିଛି
05:11 ମୁଁ hash referenceକୁ ଉପସ୍ଥାପିତ କରିବା ପାଇଁ କର୍ଲୀ ବ୍ରାକେଟ୍ ତଥା dereference ପାଇଁ arrowକୁ ବ୍ୟବହାର କରିଛି
05:18 hashର keys ମଧ୍ୟରେ ଲୂପ୍ କରିବା ପାଇଁ ମୁଁ ଇନ୍-ବିଲ୍ଟ ଫଙ୍କଶନ୍ keysକୁ ବ୍ୟବହାର କରୁଛି
05:23 hashର ପ୍ରତ୍ୟେକ ଉପାଦାନକୁ, display underscore daily underscore report function ପ୍ରିଣ୍ଟ କରିବ
05:30 ବର୍ତ୍ତମାନ ଚାଲନ୍ତୁ ଗୋଟିଏ Perl ପ୍ରୋଗ୍ରାମ୍ weather underscore report dot plକୁ ଦେଖିବା ଯେଉଁଠି ଆମେ ଏହି module ଫାଇଲ୍ Weather dot pmକୁ ବ୍ୟବହାର କରିବା
05:40 ଏଠାରେ use strict ଓ use warnings କମ୍ପାଇଲର୍ ଫ୍ଲାଗ୍ ଅଟନ୍ତି ଯାହା ସାଧାରଣ ପ୍ରୋଗ୍ରାମିଙ୍ଗ ତୃଟିଗୁଡିକୁ ଏଡାଇବା ପାଇଁ ସାହାଯ୍ୟ କରିବେ
05:48 Weather ସେମିକୋଲନକୁ ବ୍ୟବହାର କରନ୍ତୁ. ଏଠାରେ Weather ଗୋଟିଏ module ନେମ୍ ଅଟେ ଯାହାକୁ ମୁଁ ଏହି ପ୍ରୋଗ୍ରାମରେ ବ୍ୟବହାର କରିଛି
05:56 ଏହି ପ୍ରୋଗ୍ରାମ୍ ପାଇଁ ଆବଶ୍ୟକ ଫଙ୍କଶନଗୁଡିକ ଏହି moduleରେ ଷ୍ଟୋର୍ ହୋଇଥିବା ଆମେ ଦେଖିସାରିଛେ
06:03 ଏଠାରେ ଫାଇଲ୍ ଏକ୍ସଟେନଶନ୍ dot pm ପ୍ରଦାନ କରିବାର ଆବଶ୍ୟକତା ନାହିଁ
06:08 ଏହି ପ୍ରୋଗ୍ରାମରେ ପ୍ରଦତ୍ତ ବିକଳ୍ପଗୁଡିକ ଉପରେ ନିର୍ଭର କରି ମୁଁ ବିଭିନ୍ନ ରିପୋର୍ଟଗୁଡିକୁ ପ୍ରିଣ୍ଟ କରିବି
06:14 ୟୁଜରକୁ ପ୍ରିଣ୍ଟ ସକାଷେ ଗୋଟିଏ ବିକଳ୍ପକୁ ପ୍ରବେଶ କରିବାକୁ ହେବ:

ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟାକାରୀ ଦିନର ଦୈନିକ ପାଣିପାଗ ରିପୋର୍ଟ ଗୋଟିଏ ଆଉଟପୁଟ୍ ଫାଇଲରେ ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟାକାରୀ ଦିନର ଦୈନିକ ପାଣିପାଗ ରିପୋର୍ଟ ସାପ୍ତାହିକ ପାଣିପାଗ ରିପୋର୍ଟ

06:27 ଯଦି ବିକଳ୍ପ 1କୁ ଟାଇପ୍ କରାଯାଇଛି ତେବେ ଏହା ୟୁଜରକୁ ସପ୍ତାହର ଗୋଟିଏ ଦିନକୁ ପ୍ରବେଶ କରିବା ପାଇଁ କହିବ
06:32 diamond ଅପରେଟର୍ STDINରୁ ରିଡ୍ କରିବ ଯାହା କୀବୋର୍ଡ ଅଟେ
06:38 ଉଦାହରଣସ୍ଵରୂପ ଯଦି ୟୁଜର୍ Monday ପ୍ରବେଶ କରିବେ ତେବେ ଏହା ଗୋଟିଏ ଭେରିଏବଲ୍ dollar dayoptionକୁ ଆସାଇନ୍ ହୋଇଯିବ ଯାହା ଗୋଟିଏ local variable ଅଟେ
06:47 ତା’ପରେ ଦୁଇଟି ଫଙ୍କଶାନକୁ କଲ୍ କରାଯାଇଥିବା ଆପଣ ଦେଖିପାରିବେ-

display_header() ଓ display_daily_report()

06:56 ଏହି ଫାଇଲରେ use Weather ଷ୍ଟେଟମେଣ୍ଟ ସହିତ ସମସ୍ତ ଫଙ୍କଶନଗୁଡିକୁ Weather dot pmରେ ଏକ୍ସପୋର୍ଟ କରାଯାଇଛି
07:03 ତେଣୁ colon colon (::)package qualifierକୁ ବ୍ୟବହାର କରି ଗୋଟିଏ ପ୍ୟାକେଜ୍ ମଧ୍ୟରେ ଥିବା ଫଙ୍କଶନଗୁଡିକୁ ରେଫର୍ କରିବାର ଆବଶ୍ୟକତା ନାହିଁ
07:10 ବର୍ତ୍ତମାନ ଚାଲନ୍ତୁ ପରବର୍ତ୍ତୀ ବିକଳ୍ପକୁ ଦେଖିବା
07:13 ଯଦି ବିକଳ୍ପ 2 ଟାଇପ୍ ହୋଇଛି, ଏହା ୟୁଜରକୁ ସପ୍ତାହର ଗୋଟିଏ ଦିନକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରିବ
07:19 function write underscore daily underscore reportରେ $dayoptionକୁ ଇନପୁଟ୍ ପାରାମିଟର୍ ଭାବେ ପାସ୍ କରାଯାଇଛି
07:27 ଫଙ୍କଶନରୁ ପ୍ରାପ୍ତ ହୋଇଥିବା return ଭେଲ୍ୟୁ, ଭେରିଏବଲ୍ dollar resultରେ ଷ୍ଟୋର୍ ହୋଇଯାଇଛି
07:33 Print statement, ଆଉଟପୁଟ୍ ପାଇଁ ୟୁଜରକୁ ଟେକ୍ସଟ ଫାଇଲକୁ ଯାଞ୍ଚ କରିବା ପାଇଁ କହିବ
07:38 ସପ୍ତାହର ଦିନ dot txt ସହିତ, ଆଉଟପୁଟ୍ ଫାଇଲ୍ ଭାବେ ଫାଇଲନେମ୍ ସୃଷ୍ଟି ହୋଇଛି
07:46 ଯଦି ବିକଳ୍ପ 3 ଟାଇପ୍ ହୋଇଛି ତେବେ ଏହା ପୁରା ସପ୍ତାହର ପାଣିପାଗ ରିପୋର୍ଟକୁ ପ୍ରିଣ୍ଟ କରିବ
07:51 ସାପ୍ତାହିକ ରିପୋର୍ଟ functionର ନାମ display underscore weekly underscore report ଅଟେ
07:57 ଏହି print ଷ୍ଟେଟମେଣ୍ଟ, ନିର୍ଦ୍ଦିଷ୍ଟ ସମୟ ପାଇଁ ହରିଯଣ୍ଟାଲ୍ ଲାଇନକୁ ଅଂକନ କରିବ
08:02 ଏହା ରିପୋର୍ଟକୁ କେବଳ ସୁନ୍ଦର ଦେଖାଯିବା ପାଇଁ ଅଟେ
08:06 ଶେଷରେ ଯଦି ବିକଳ୍ପ 4 ହୁଏ ତେବେ ଏହା ପ୍ରୋଗ୍ରାମକୁ ବନ୍ଦ କରିଦେବ
08:11 ଯଦି ନିର୍ଦ୍ଦିଷ୍ଟ ଥିବା ବ୍ୟତିତ ଅନ୍ୟ କିଛି ବିକଳ୍ପ ପ୍ରଦାନ କରାଯାଏ ତେବେ ପ୍ରିଣ୍ଟ ଷ୍ଟେଟମେଣ୍ଟ Incorrect option ବୋଲି କହିବ
08:19 ଏଠାରେ ଏକ୍ସିଟ୍ ଭେଲ୍ୟୁ 0, ପ୍ରୋଗ୍ରାମ୍ ସଫଳତାର ସହ ରନ୍ କରିଛି ବୋଲି ସୂଚିତ କରିବ
08:25 0 ବ୍ୟତିତ ଅନ୍ୟ ଏକ୍ସିଟ୍ ଭେଲ୍ୟୁର ଅର୍ଥ କୌଣସି ପ୍ରକାରର ଗୋଟିଏ ଏରର୍ ଦୃଶ୍ୟମାନ ହୋଇଛି
08:31 ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
08:34 terminalକୁ ଫେରିଆସିବା ସହିତ perl weather underscore report dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
08:41 ଆମେ ସ୍କ୍ରୀନ୍ ଉପରେ ଚାରୋଟି ବିକଳ୍ପକୁ ଦେଖିପାରିବା
08:45 1 ଟାଇପ୍ କରିବା ସହିତ Enter ଦାବନ୍ତୁ
08:48 ସପ୍ତାହର ଗୋଟିଏ ଦିନକୁ ପ୍ରବେଶ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି. Monday ଟାଇପ୍ କରିବା ସହିତ Enter ଦାବନ୍ତୁ
08:56 function display underscore header()ରୁ ସୃଷ୍ଟି ହୋଇଥିବା ଏହା header output ଅଟେ
09:02 ବର୍ତ୍ତମାନ ଆମେ Mondayର ପାଣିପାଗ ରିପୋର୍ଟକୁ ଦେଖିପାରିବା
09:06 ବର୍ତ୍ତମାନ ଅନ୍ୟ ବିକଳ୍ପଗୁଡିକୁ ପ୍ରଦର୍ଶନ କରିବା ପାଇଁ ମୁଁ ପୁନର୍ବାର ପ୍ରୋଗ୍ରାମକୁ ନିଷ୍ପାଦନ କରିବି
09:13 2 ଟାଇପ୍ କରିବା ସହିତ Enter ଦାବନ୍ତୁ
09:17 ପ୍ରମ୍ପ୍ଟରେ ସପ୍ତାହର ଯେକୌଣସି ଦିନକୁ ଟାଇପ୍ କରନ୍ତୁ. Wednesday ଟାଇପ୍ କରିବା ସହିତ Enter ଦାବନ୍ତୁ
09:25 ଆମେ ଗୋଟିଏ ବାର୍ତ୍ତା, Please check the file wednesday dot txt for report outputକୁ ଦେଖିପାରିବା
09:32 ଆଉଟପୁଟକୁ ଏହି ଟେକ୍ସଟ ଫାଇଲରେ ଲେଖାଯାଇଛି. ଫାଇଲକୁ ଖୋଲିବା ସହିତ କଣ୍ଟେଣ୍ଟଗୁଡିକୁ ଯାଞ୍ଚ କରନ୍ତୁ
09:38 gedit wednesday dot txt ଟାଇପ୍ କରିବା ସହିତ Enter ଦାବନ୍ତୁ
09:44 ପ୍ରବେଶ ହୋଇଥିବା ଦିନର ନାମ, txt ଏକ୍ସଟେନଶନ୍ ସହିତ ଆଉଟପୁଟ୍ ଫାଇଲ୍ ସୃଷ୍ଟି ହୋଇଛି
09:51 ବର୍ତ୍ତମାନ ଚାଲନ୍ତୁ ପରବର୍ତ୍ତୀ ବିକଳ୍ପକୁ ଯାଞ୍ଚ କରିବା
09:54 terminalକୁ ଫେରିଆସିବା ସହିତ perl weather underscore report dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
10:00 3 ଟାଇପ୍ କରିବା ସହିତ Enter ଦାବନ୍ତୁ
10:04 ଏଥର ଆମେ ସାପ୍ତାହିକ ପାଣିପାଗ ରିପୋର୍ଟକୁ ଦେଖିପାରିବା
10:08 hash keys ଓ hash valueଗୁଡିକ ରାଣ୍ଡମ୍ କ୍ରମରେ ଷ୍ଟୋର୍ ହୋଇଛନ୍ତି
10:13 ତେଣୁ ପ୍ରଦର୍ଶିତ ହୋଇଥିବା ଆଉଟପୁଟ୍, ସେମାନେ ସଂଯୁକ୍ତ ହୋଇଥିବା କ୍ରମ ସହିତ କୌଣସି ସମ୍ପର୍କ ନଥାଏ
10:19 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
10:24 ଏହି ଟ୍ୟୁଟୋରିଆଲରେ ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକର ମୁଖ୍ୟ ବିଷୟଗୁଡିକୁ ଆଲୋଚନା କରିବା ସହିତ ଗୋଟିଏ ନମୂନା Perl ପ୍ରୋଗ୍ରାମକୁ ଦେଖିଲେ
10:32 ଗୋଟିଏ ଆସାଇନମେଣ୍ଟ ଭାବେ, employee salary, designation, department, leave_balanceର ବିବରଣୀକୁ ପ୍ରଦର୍ଶନ କରିବା ପାଇଁ ଏକ ସମାନ Perl ପ୍ରୋଗ୍ରାମ employee underscore report.pl କୁ ଲେଖନ୍ତୁ
10:45 Employee ID କିମ୍ବା Employee nameକୁ ଇନପୁଟ୍ ଭାବେ ପାସ୍ କରନ୍ତୁ
10:50 Employee dot pm ଫାଇଲର moduleରେ ଆବଶ୍ୟକୀୟ ଫଙ୍କଶନଗୁଡିକୁ ଲେଖନ୍ତୁ
10:56 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:03 ଆମେ କର୍ମଶାଳାମାନ ଚଲାଇଥାଉ ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
11:25 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep