PERL/C3/Perl-and-HTML/Oriya

From Script | Spoken-Tutorial
Jump to: navigation, search
'Time Narration
00:01 Perl and HTML ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ html pages ଓ CGI module କିପରି ସୃଷ୍ଟି କରାଯାଏ ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 Firefox Web Browser Apache HTTP server ଓ gedit ଟେକ୍ସଟ ଏଡିଟର୍

00:31 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:35 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:40 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:47 web ଉପରେ ବ୍ୟବହୃତ ହେଉଥିବା Perl ପ୍ରୋଗ୍ରାମଗୁଡିକୁ Perl CGI କୁହାଯାଏ
00:52 CGI, Common Gateway Interface ଭାବେ ପରିଚିତ
00:56 Client-server, web communication ପାଇଁ ଗୋଟିଏ ଇଣ୍ଟରଫେସ୍ ଭାବେ କାର୍ଯ୍ୟ କରିଥାଏ
01:01 CGI.pm ଗୋଟିଏ Perl ମୋଡ୍ୟୁଲ୍ ଅଟେ ଯାହା Perl ସହିତ ଇନଷ୍ଟଲ୍ ହୋଇଥାଏ ଏବଂ କମ୍ୟୁନେକେଶନ୍ ପାଇଁ କାର୍ଯ୍ୟ କରିଥାଏ
01:10 CGI.pmରେ ବ୍ୟବହାରପୋଯୋଗୀ functionଗୁଡିକ ଡେଭେଲପରମାନଙ୍କୁ Perl CGI ଆପ୍ଲିକେଶନଗୁଡିକୁ ଲେଖିବା ପାଇଁ ସାହାଯ୍ୟ କରିଥାଏ
01:19 ୱେବ ବ୍ରାଉଜରରୁ ନିର୍ଦ୍ଦିଷ୍ଟ ଡାଇରେକ୍ଟୋରୀରୁ ଯେତେବେଳେ ଗୋଟିଏ ଫାଇଲକୁ କଲ୍ କରାଯାଏ HTTP server ବ୍ୟତିତ, Perl CGI ସ୍କ୍ରିପ୍ଟ ନିଷ୍ପାଦିତ ହୋଇଥାଏ ଏବଂ ପ୍ରଦର୍ଶନ କରିବା ପାଇଁ ଆଉଟପୁଟକୁ ବ୍ରାଉଜରକୁ ଫେରାଇ ଥାଏ
01:33 ଏହି ଫଙ୍କଶନକୁ CGI ଓ ପ୍ରୋଗ୍ରାମଗୁଡିକୁ CGI scripts କୁହାଯାଏ
01:40 CGI ପ୍ରୋଗ୍ରାମଗୁଡିକ ଗୋଟିଏ Perl script, Shell Script, C କିମ୍ବା C++ program ହୋଇପାରେ
01:47 ବର୍ତ୍ତମାନ ଚାଲନ୍ତୁ ଗୋଟିଏ ନମୂନା Perl ପ୍ରୋଗ୍ରାମକୁ ଦେଖିବା
01:50 terminalକୁ ଫେରିଆସନ୍ତୁ
01:53 ମୁଁ ସେଭ୍ କରିସାରିଥିବା ଗୋଟିଏ ଫାଇଲ୍ cgiexample.plକୁ geditରେ ଖୋଲନ୍ତୁ
02:01 cgiexample dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
02:08 ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା
02:11 use CGI ଷ୍ଟେଟମେଣ୍ଟ, ଆମ ପ୍ରୋଗ୍ରାମରେ ଆମେ CGI.pm ମୋଡ୍ୟୁଲକୁ ବ୍ୟବହାର କରିବାକୁ ଚାହୁଁ ବୋଲି Perlକୁ କହିବ
02:19 ଏହା ମୋଡ୍ୟୁଲକୁ ଲୋଡ୍ କରିବା ସହିତ ଆମ କୋଡ ପାଇଁ ଉପଲବ୍ଧ ଥିବା CGI functionଗୁଡିକର ଗୋଟିଏ ସେଟକୁ ନିର୍ମାଣ କରିବ
02:26 HTMLକୁ ଆରମ୍ଭ କରିବା ପାଇଁ, ମେଥଡ୍ start_html()କୁ ବ୍ୟବହାର କରନ୍ତୁ
02:33 My Home Page, ୱେବ ପେଜ୍ ପାଇଁ ଦିଆଯାଇଥିବା page ଟାଇଟଲ୍ ଅଟେ
02:38 CGI moduleକୁ ବ୍ୟବହାର କରି ଆମେ ଯେକୌଣସି HTML ଟାଗକୁ ପ୍ରିଣ୍ଟ କରିପାରିବା
02:43 ହେଡିଙ୍ଗ ଟାଗଗୁଡିକ h1, h2 ପ୍ରଭୃତି ଦ୍ଵାରା ଉପସ୍ଥାପିତ ହୋଇଛି
02:49 end_html ମେଥଡ୍, BODY ଓ HTML ଟାଗଗୁଡିକୁ ରିଟର୍ନ କରିବ
02:55 ବର୍ତ୍ତମାନ ଫାଇଲକୁ save କରନ୍ତୁ
02:57 web server ମାଧ୍ୟମରେ ସ୍କ୍ରିପ୍ଟକୁ run କରିବା ପାଇଁ ଚେଷ୍ଟା କରିବା ପୂର୍ବରୁ, ଏହାକୁ command lineରୁ ରନ୍ କରିବା ପାଇଁ ଚେଷ୍ଟା କରନ୍ତୁ
03:04 ଟର୍ମିନଲକୁ ଫେରିଆସିବା ସହିତ perl cgiexample.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:12 ଆଉଟପୁଟ୍ HTML ଭଳି ଦେଖାଯିବ
03:15 ତା’ପରେ ସମାନ ସ୍କ୍ରିପ୍ଟକୁ web server ମାଧ୍ୟମରେ ଟେଷ୍ଟ କରନ୍ତୁ
03:20 ପ୍ରଥମେ ୱେବ ସର୍ଭର୍ କାମ କରୁଛି କି ନାହିଁ ଯାଞ୍ଚ କରନ୍ତୁ
03:25 web browserକୁ ଖୋଲନ୍ତୁ ଏବଂ ମେଶିନର IP addressକୁ ପ୍ରବେଶ କରିବା ସହିତ Enter ଦାବନ୍ତୁ
03:31 ଅନ୍ୟଥା ଆପଣ localhostରେ କରିବା ଭଳି ଟାଇପ୍ କରିପାରିବେ
03:35 ଯଦି ସବୁ ଠିକ୍ କାମ କରେ ତେବେ ଆପଣ ବ୍ରାଉଜରରେ ଏହି ଭଳି କିଛି ଦେଖିବାକୁ ପାଇବେ
03:40 ଯଦି କୌଣସି ଏରର୍ ପ୍ରାପ୍ତ କରନ୍ତି ତେବେ web service ଇନଷ୍ଟଲ୍ ହୋଇନାହିଁ କିମ୍ବା ଏହାର ଷ୍ଟେଟସ୍ ON ନଥିବ
03:48 ମୋ’ ମେଶିନରେ Apache HTTP server ଇନଷ୍ଟଲ୍ ହୋଇଛି
03:52 ଯଦି ଏହା ଇନଷ୍ଟଲ୍ ହୋଇନଥାଏ ତେବେ ଟର୍ମିନଲ୍ ଉପରେ ନିମ୍ନଲିଖିତ commandକୁ execute କରନ୍ତୁ
03:58 ଅନ୍ୟଥା ଦୟାକରି ଆପଣଙ୍କ ସିଷ୍ଟମ୍ ଆଡମିନିଷ୍ଟ୍ରେଟରଙ୍କୁ ସର୍ଭର୍ କନଫିଗର୍ କରିବା ପାଇଁ କୁହନ୍ତୁ
04:04 ବର୍ତ୍ତମାନ ଆମେ ସମାନ ସ୍କ୍ରିପ୍ଟକୁ ୱେବ ସର୍ଭର୍ ମାଧ୍ୟମରେ ଟେଷ୍ଟ କରିବା
04:09 ଏଥି ପାଇଁ କିଛି ନିର୍ଦ୍ଦିଷ୍ଟ ସୋପାନକୁ ଅନୁସରଣ କରନ୍ତୁ
04:13 ପ୍ରଥମେ ପ୍ରୋଗ୍ରାମକୁ cgi-bin ଡାଇରେକ୍ଟୋରୀ ମଧ୍ୟରେ ରଖନ୍ତୁ ଯେଉଁଠି ଏହାକୁ ୱେବ ସର୍ଭର୍ ଗୋଟିଏ CGI ସ୍କ୍ରିପ୍ଟ ଭାବେ ଚିହ୍ନଟ କରିପାରିବ
04:22 ପ୍ରୋଗ୍ରାମ୍ ଫାଇଲ୍ ନେମ୍ ନିଶ୍ଚିତରୂପେ ଏକ୍ସଟେନଶନ୍ dot pl କିମ୍ବା dot cgi ସହିତ ଶେଷ ହେବ
04:29 serverରେ ନିଷ୍ପାଦନ ହେବା ପାଇଁ ଫାଇଲର ପରମିସନକୁ ସେଟ୍ କରନ୍ତୁ
04:33 ସ୍କ୍ରିପ୍ଟକୁ Run କରନ୍ତୁ
04:35 ଏହି ପ୍ରୋଗ୍ରାମର URL, ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଅଟେ
04:40 ଟର୍ମିନଲକୁ ଫେରିଆସନ୍ତୁ
04:42 ବର୍ତ୍ତମାନ ଫାଇଲକୁ cgi-bin ଡାଇରେକ୍ଟୋରୀରେ କପୀ କରନ୍ତୁ
04:47 ଏଥି ପାଇଁ କମାଣ୍ଡ, sudo space cp space cgiexample.pl /usr/lib/cgi-bin/କୁ ଟାଇପ୍ କରନ୍ତୁ
05:03 ଯଦି ଆବଶ୍ୟକ ହୁଏ ତେବେ ପାସୱର୍ଡକୁ ପ୍ରବେଶ କରନ୍ତୁ
05:06 ତା’ପରେ ୱେବ ସର୍ଭର୍ ୟୁଜରଙ୍କୁ ଫାଇଲ୍ ପାଇଁ read ଓ executeର ପରମିସନ୍ ଦିଅନ୍ତୁ
05:13 ଏଥିପାଇଁ, sudo space chmod space 755 space /usr/lib/cgi-bin/cgiexample.pl ଟାଇପ୍ କରନ୍ତୁ
05:31 ବର୍ତ୍ତମାନ cgi-bin ଡାଇରେକ୍ଟୋରୀରେ ଥିବା ଆମ ଫାଇଲ୍ ନିଷ୍ପାଦନ ପାଇଁ ପ୍ରସ୍ତୁତ ଅଟେ
05:38 ୱେବ ବ୍ରାଉଜରକୁ ଆସନ୍ତୁ
05:41 localhost/cgi-bin/cgiexample.pl ଟାଇପ୍ କରିବା ସହିତ Enter ଦାବନ୍ତୁ
05:50 ୱେବ ବ୍ରାଉଜର୍ ଉପରେ ନିଷ୍ପାଦିତ ହୋଇଥିବା ଆଉଟପୁଟକୁ ଆମେ ଦେଖିପାରିବା
05:55 ବର୍ତ୍ତମାନ ଚାଲନ୍ତୁ ଅନ୍ୟ ଏକ ପ୍ରୋଗ୍ରାମକୁ ଦେଖିବା. ଏହି ପ୍ରୋଗ୍ରାମ୍ ଗୋଟିଏ formରେ fieldଗୁଡିକୁ ସଂଯୁକ୍ତ କରିବ ଏବଂ ପ୍ରବେଶ ହୋଇଥିବା ଭେଲ୍ୟୁଗୁଡିକୁ ଆମ ୱେବପେଜ୍ ଉପରେ ପୁନରୁଦ୍ଧାର କରିବ
06:06 ପୂର୍ବେ ସୃଷ୍ଟି ହୋଇଥିବା cgi-bin ଡାଇରେକ୍ଟୋରୀରେ ମୁଁ ଗୋଟିଏ ଫାଇଲ୍ form.cgiକୁ ସେଭ୍ କରିଛି. ମୁଁ ଏହି ଫାଇଲକୁ geditରେ ଖୋଲିବି
06:17 ବର୍ତ୍ତମାନ ନିମ୍ନଲିଖିତ ଲାଇନଗୁଡିକୁ ସଂଯୁକ୍ତ କରନ୍ତୁ. ଏହି ପ୍ରୋଗ୍ରାମ୍ ଗୋଟିଏ feedback formକୁ ସୃଷ୍ଟି କରିବ
06:24 ୟୁଜରଙ୍କୁ first name, last name, gender ଓ ଫୀଡବ୍ୟାକର ବିବରଣୀକୁ ପ୍ରବେଶ କରିବାକୁ ହେବ
06:31 ଗୋଟିଏ formକୁ ଆରମ୍ଭ କରିବା ପାଇଁ, ଆମେ ମେଥଡ୍ start_form()କୁ ବ୍ୟବହାର କରୁଛେ
06:36 Form field ମେଥଡଗୁଡିକ, ଷ୍ଟାଣ୍ଡାର୍ଡ html ଟାଗ୍ ମେଥଡଗୁଡିକ ଭଳି ସମାନ ଅଟେ
06:42 ଫର୍ମରେ ଗୋଟିଏ ଟେକ୍ସଟ ବକ୍ସ ସୃଷ୍ଟି କରିବା ପାଇଁ ଅନେକ ପାରାମିଟରଗୁଡିକ ସହିତ Textfield() ମେଥଡ୍ ବ୍ୟବହୃତ ହୋଇଛି
06:49 ଏଠାରେ fname, lname, ଟେକ୍ସଟବକ୍ସର ନାମଗୁଡିକ ଅଟନ୍ତି ଯାହା ୟୁଜରଙ୍କ ଠାରୁ ଇନପୁଟ୍ ପ୍ରାପ୍ତ କରିବେ
06:57 radio underscore group, ଦୁଇଟି ବିକଳ୍ପ Male ଓ Female ସହିତ ରେଡିଓ ବଟନକୁ ନିର୍ଦ୍ଦିଷ୍ଟ କରାଯାଇଛି
07:05 ଏହା ପାରାମିଟର୍ hyphen values ଦ୍ଵାରା ସୂଚିତ ହୋଇଛି
07:09 hyphen default ପାରାମିଟର୍, ରେଡିଓ ବଟନର ଡିଫଲ୍ଟ ଚୟନକୁ ସୂଚିତ କରୁଛି
07:15 popup underscore menu, ଲିଷ୍ଟବକ୍ସ ବିକଳ୍ପକୁ ନିର୍ଦ୍ଦିଷ୍ଟ କରୁଛି
07:20 Submit ବଟନ୍, URL ପ୍ରଦାତାଙ୍କଠାରେ ପ୍ରବେଶ ହୋଇଥିବା ଡେଟାକୁ ସବମିଟ୍ କରିବା ପାଇଁ ବ୍ୟବହୃତ ହୋଇଥାଏ
07:26 Clear ବଟନ୍, ଫର୍ମକୁ କ୍ଲିୟର୍ କରିବା ପାଇଁ ବ୍ୟବହୃତ ହୋଇଥାଏ
07:30 ଫଙ୍କଶନ୍ displayform, ଫର୍ମରେ ପ୍ରବେଶ ହୋଇଥିବା ଭେଲ୍ୟୁଗୁଡିକୁ ପୁନଃରୁଦ୍ଧାର କରିଥାଏ
07:36 ଫଙ୍କଶନ୍ param(), ଫର୍ମ ଫିଲ୍ଡର ଭେଲ୍ୟୁକୁ ପ୍ରଦାନ କରିଥାଏ ଯାହାର ନାମକୁ ପାରାମିଟର୍ ଭାବେ ପାସ୍ କରାଯାଇଛି
07:42 ଏଠାରେ fname, ଟେକ୍ସଟ ବକ୍ସ First Nameକୁ ଦିଆଯାଇଥିବା ନାମ ଅଟେ
07:47 ଭେଲ୍ୟୁ ପୁନରୁଦ୍ଧାର ହେବ ଏବଂ ଭେରିଏବଲ୍ dollar name1ରେ ଷ୍ଟୋର୍ ହେବ
07:53 ବର୍ତ୍ତମାନ ପ୍ରୋଗ୍ରାମକୁ execute କରନ୍ତୁ
07:56 ୱେବ ବ୍ରାଉଜରକୁ ଫେରିଆସନ୍ତୁ
07:58 localhost/cgi-bin/form.cgi ଟାଇପ୍ କରିବା ସହିତ Enter ଦାବନ୍ତୁ
08:06 feedback form ପ୍ରଦର୍ଶିତ ହୋଇଛି
08:09 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ଏହି formରେ ଡେଟା ପ୍ରବେଶ କରିବି
08:15 ତା’ପରେ ଫର୍ମରୁ ପୁନରୁଦ୍ଧାର ହୋଇଥିବା ଆଉଟପୁଟକୁ ଦେଖିବା ପାଇଁ Submit ବଟନକୁ ଦାବିବି
08:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
08:26 ଏହି ଟ୍ୟୁଟୋରିଆଲରେ ଆମେ CGI ମୋଡ୍ୟୁଲକୁ ବ୍ୟବହାର କରି କିପରି html pages ସୃଷ୍ଟି କରାଯାଏ ଶିଖିଲେ
08:33 ଆସାଇନମେଣ୍ଟ - form.cgi ପ୍ରୋଗ୍ରାମରେ Java, C/C++ ଓ Perl ଲାଙ୍ଗୁୟେଜ୍ ପାଇଁ ବିକଳ୍ପ checkboxକୁ ସଂଯୁକ୍ତ କରନ୍ତୁ
08:44 ୟୁଜରଙ୍କ ଫୀଡବ୍ୟାକ୍ ପ୍ରାପ୍ତ କରିବା ପାଇଁ ବିକଳ୍ପ textareaକୁ ସଂଯୁକ୍ତ କରନ୍ତୁ
08:48 ୱେବପେଜରେ ୟୁଜର୍ ପ୍ରବେଶ କରିଥିବା ତଥ୍ୟକୁ ପ୍ରିଣ୍ଟ କରନ୍ତୁ
08:52 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:59 Spoken Tutorial Project ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:08 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

09:23 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep