PERL/C3/Perl-Module-Library-(CPAN)/Oriya
From Script | Spoken-Tutorial
| Time | Narration |
| 00:01 | Perl Module Library, CPANର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ, PERLରେ ବିଦ୍ୟମାନ ଥିବା modulesକୁ କିପରି ବ୍ୟବହାର କରିବା ତଥା ନୂତନ ମୋଡ୍ୟୁଲଗୁଡିକୁ ସୃଷ୍ଟି କରିବା ଶିଖିବା |
| 00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
| 00:28 | ଆପଣ ନିଜ ପସନ୍ଦର text editorକୁ ବ୍ୟବହାର କରିପାରିବେ |
| 00:32 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ |
| 00:37 | ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
| 00:43 | Modules:
ଏଗୁଡିକ ସାଧାରଣ ରୂଟିନଗୁଡିକୁ ଧାରଣ କରିଥିବା କୋଡ୍ ଫାଇଲ୍ ଅଟନ୍ତି ସେଗୁଡିକ ବିଭିନ୍ନ ଅଥରଙ୍କ ଦ୍ଵାରା ଲେଖାଯାଇଥାଏ ଏବଂ ଏକ ସମୟରେ ଏନେକ ପ୍ରୋଗ୍ରାମ ଦ୍ଵାରା ବ୍ୟବହାର କରାଯାଇପାରିବ |
| 00:55 | CPAN: PERL ଗୋଟିଏ open source ଲାଙ୍ଗୁୟେଜ୍ ଅଟେ ଏବଂ ଯେକୌଣସି ବ୍ୟକ୍ତି PERLର ଷ୍ଟାଣ୍ଡାର୍ଡ CPAN libraryରେ ସହଯୋଗ ଦେଇପାରିବେ |
| 01:03 | CPANରେ ବିଭିନ୍ନ ଅଥରଙ୍କ ଦ୍ଵାରା ଲିଖିତ ହଜାର ହଜାର ସଂଖ୍ୟକ ready-to-use ମୋଡ୍ୟୁଲଗୁଡିକ ଅଛି |
| 01:09 | CPANର ଅଫିସିଆଲ୍ ୱେବସାଇଟ୍, www.cpan.org ଅଟେ |
| 01:17 | ଆମେ ଉଦାହରଣ ଭାବେ List colon colon Utilକୁ ନେବା ସହିତ ଏହାକୁ କିପରି ବ୍ୟବହାର କରାଯାଏ ଦେଖିବା |
| 01:24 | ଏହା ଦ୍ଵାରା ଏହି ମୋଡ୍ୟୁଲ୍ ମଧ୍ୟରେ ଲେଖାସରିଥିବା ଫଙ୍କଶନଗୁଡିକୁ ଆକ୍ସେସ୍ କରିବା ପାଇଁ ଅନୁମତି ପ୍ରାପ୍ତ ହେବ |
| 01:30 | terminalକୁ ଫେରିଆସନ୍ତୁ |
| 01:32 | perldoc List colon colon Util ଟାଇପ୍ କରନ୍ତୁ |
| 01:38 | ଆପଣ You need to install the perl hyphen doc package to use this program ବୋଲାଉଥିବା ଗୋଟିଏ error ପ୍ରାପ୍ତ କରିପାରନ୍ତି |
| 01:46 | ଏହା ସୂଚିତ କରୁଛି ଯେ ଆପଣ perl hyphen doc ପ୍ୟାକେଜକୁ ଇନଷ୍ଟଲ୍ କରିବା ଆବଶ୍ୟକ |
| 01:50 | Synaptic Package Managerକୁ ବ୍ୟବହାର କରି ଏହା କରନ୍ତୁ |
| 01:55 | ଦୟାକରି spoken tutorial ୱେବସାଇଟରେ Linux ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ |
| 02:01 | ଏଠାରେ ଆପଣ List colon colon Util ମୋଡ୍ୟୁଲର ଡକୁମେଣ୍ଟେଶନକୁ ଦେଖିପାରିବେ |
| 02:08 | ଧ୍ୟାନଦିଅନ୍ତୁ ଯେ ଡକୁମେଣ୍ଟେଶନ୍-
ମୋଡ୍ୟୁଲର ବର୍ଣ୍ଣନା, ଏହାର ବ୍ୟବହାରକୁ ପ୍ରଦର୍ଶନ କରୁଥିବା ଉଦାହରଣ ଏବଂ ଗୋଟିଏ overviewକୁ ଧାରଣ କରିଥାଏ |
| 02:20 | perldoc viewerରୁ ବାହାର ହେବା ପାଇଁ Q କୀକୁ ଦାବନ୍ତୁ |
| 02:25 | ତା’ପରେ ଗୋଟିଏ Perl ପ୍ରୋଗ୍ରାମରେ List colon colon Utilକୁ କିପରି ବ୍ୟବହାର କରାଯାଏ ଦେଖିବା |
| 02:33 | ମୁଁ ସେଭ୍ କରିସାରିଥିବା ଗୋଟିଏ ନମୂନା ପ୍ରୋଗ୍ରାମ୍ exist underscore modules.plକୁ ଖୋଲନ୍ତୁ |
| 02:40 | ଆପଣଙ୍କ exist underscore modules dot pl ଫାଇଲରେ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି କୋଡ୍ ଟାଇପ୍ କରନ୍ତୁ |
| 02:47 | ବର୍ତ୍ତମାନ ଚାଲନ୍ତୁ କୋଡକୁ ବୁଝିବା |
| 02:50 | use List colon colon Util, ମୋଡ୍ୟୁଲ୍ List colon colon Utilକୁ ପ୍ରାପ୍ତ କରିବା ସହିତ load କରିବା ପାଇଁ Perlକୁ କହିବ |
| 03:00 | ଫଙ୍କଶନ୍ qw() ଗୋଟିଏ delimiterକୁ ବ୍ୟବହାର କରି stringରୁ ୱର୍ଡଗୁଡିକୁ ବାହାର କରିବ ତଥା ୱର୍ଡଗୁଡିକୁ ଗୋଟିଏ list ଭାବେ ରିଟର୍ନ କରିବ |
| 03:09 | ଗୋଟିଏ arrayକୁ ଘୋଷଣା କରିବା ପାଇଁ ଏହା ଏକ ସହଜ ମାର୍ଗ ଅଟେ |
| 03:13 | ଗୋଟିଏ moduleକୁ ଇମ୍ପୋର୍ଟ କରିବା ସମୟରେ, ଏହା listରେ ନିର୍ଦ୍ଦିଷ୍ଟ ହୋଇଥିବା କେବଳ subroutineଗୁଡିକୁ ପ୍ରୋଗ୍ରାମ ମଧ୍ୟକୁ import କରିବ |
| 03:21 | ଏହା subroutineଗୁଡିକର ଜେନେରାଲ୍-ୟୁଟିଲିଟୀ ତାଲିକାକୁ ଧାରଣ କରିଥାଏ |
| 03:26 | ମୋଡ୍ୟୁଲ୍ ଏହାର subroutines ଓ variableଗୁଡିକୁ ଆମ ପ୍ରୋଗ୍ରାମ୍ ମଧ୍ୟକୁ export କରିବ |
| 03:32 | List colon colon Utilରେ ଉପଲବ୍ଧ ଥିବା ଅଧିକ ଲୋକପ୍ରିୟ subroutineଗୁଡିକ ହେଉଛନ୍ତି:
first – ଯାହା listରେ ଥିବା ପ୍ରଥମ elementକୁ ରିଟର୍ନ କରିଥାଏ |
| 03:42 | max – ଏହା ତାଲିକାରେ ଥିବା ଉଚ୍ଚତମ ନ୍ୟୁମେରିକାଲ୍ ଭେଲ୍ୟୁକୁ ରିଟର୍ନ କରିଥାଏ |
| 03:47 | maxstr- ତାଲିକାରେ ଥିବା ବୃହତ୍ତମ stringକୁ ରିଟର୍ନ କରିଥାଏ |
| 03:52 | min- ଏହା କ୍ଷୂଦ୍ରତମ ନ୍ୟୁମେରିକାଲ୍ ଭେଲ୍ୟୁକୁ ରିଟର୍ନ କରିଥାଏ |
| 03:57 | minstr – ତାଲିକାରେ ଥିବା କ୍ଷୁଦ୍ରତମ ଷ୍ଟ୍ରିଙ୍ଗକୁ ରିଟର୍ନ କରିଥାଏ |
| 04:02 | shuffle – ଏହା inputର ଭେଲ୍ୟୁଗୁଡିକୁ ଗୋଟିଏ ରାଣ୍ଡମ୍ କ୍ରମରେ ରିଟର୍ନ କରିଥାଏ |
| 04:08 | sum – ତାଲିକାରେ ଥିବା ସମସ୍ତ ଉପାଦାନଗୁଡିକର ସାଂଖିକ ଯୋଗଫଳକୁ ରିଟର୍ନ କରିଥାଏ |
| 04:14 | ପ୍ରତ୍ୟେକ function ପାଇଁ ଅଲଗା ସୋର୍ସ କୋଡ୍ ଲେଖିବାର ଆବଶ୍ୟକତା ନାହିଁ |
| 04:18 | ଆମେ ଆମ ପ୍ରୋଗ୍ରାମରେ ଉପଲବ୍ଧ ଥିବା ଏହି subroutineଗୁଡିକୁ ବ୍ୟବହାର କରିପାରିବା |
| 04:23 | ଏଗୁଡିକ ମୁଁ ଫଙ୍କଶନ୍ max, min, sum ଓ shuffleରେ ପାସ୍ କରୁଥିବା, input ଅଟନ୍ତି |
| 04:30 | ଏବଂ ଏଗୁଡିକ print ଷ୍ଟେଟମେଣ୍ଟ ଅଟନ୍ତି |
| 04:33 | ବର୍ତ୍ତମାନ Ctrl+S ଦାବି ଫାଇଲକୁ save କରନ୍ତୁ |
| 04:37 | ପ୍ରୋଗ୍ରାମକୁ execute କରନ୍ତୁ |
| 04:40 | ଟର୍ମିନଲକୁ ଫେରିଆସିବା ସହିତ perl exist underscore modules dot pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 04:49 | outputକୁ ଦେଖନ୍ତୁ |
| 04:51 | Random numberରେ ଆପଣ 0 ଓ 51 ମଧ୍ୟରେ ଥିବା ଯେକୌଣସି ଭେଲ୍ୟୁକୁ ପ୍ରାପ୍ତ କରିପାରିବେ |
| 04:58 | ତା’ପରେ ଆମେ କିପରି ଗୋଟିଏ ନୂତନ Perl module ସୃଷ୍ଟି କରିବା ତଥା ଏହାକୁ CPANରେ ସଂଯୁକ୍ତ କରିବା |
| 05:04 | ଗୋଟିଏ ମୋଡ୍ୟୁଲ୍ ସୃଷ୍ଟି କରିବା ପାଇଁ ସୋପାନଗୁଡିକ ନିମ୍ନରେ ଅଛି: |
| 05:08 | ମୋଡ୍ୟୁଲକୁ ବିକଶିତ କରିବା ପାଇଁ ଗୋଟିଏ ସ୍ଥାନ ସୃଷ୍ଟି କରନ୍ତୁ |
| 05:11 | ମୋଡ୍ୟୁଲ୍ ପାଇଁ ଆବଶ୍ୟକ ଫାଇଲଗୁଡିକୁ ସୃଷ୍ଟି କରନ୍ତୁ |
| 05:14 | ମୋଡ୍ୟୁଲକୁ Document କରନ୍ତୁ |
| 05:16 | Perl codeକୁ ଲେଖନ୍ତୁ |
| 05:18 | ଟେଷ୍ଟିଙ୍ଗ ପାଇଁ କୋଡକୁ ଲେଖନ୍ତୁ |
| 05:20 | CPANରେ moduleକୁ ବଣ୍ଟନ କରନ୍ତୁ |
| 05:24 | h2xs ନାମକ ଗୋଟିଏ ପ୍ରୋଗ୍ରାମ୍ ସହିତ Perlକୁ ବଣ୍ଟନ କରାଯାଇଛି ଯାହାକୁ ଗୋଟିଏ ନୂତନ ମୋଡ୍ୟୁଲ୍ ପାଇଁ ଫାଇଲଗୁଡିକୁ ସୃଷ୍ଟି କରିବା ସକାଷେ ବ୍ୟବହାର କରାଯାଇଛି |
| 05:32 | Math colon colon Simple, ମୋଡ୍ୟୁଲର ନାମକୁ ନିର୍ଦ୍ଦିଷ୍ଟ କରିଥାଏ |
| 05:37 | ଏହା ଡାଇରେକ୍ଟୋରୀକୁ ସୃଷ୍ଟି କରିବା ପାଇଁ ବ୍ୟବହୃତ ହୋଇଥାଏ ଯାହାଦ୍ଵାରା ଏହା ଧାରଣ କରିଥିବା ମୋଡ୍ୟୁଲକୁ ସ୍ପଷ୍ଟ ଭାବେ ଚିହ୍ନଟ କରିହେବ |
| 05:43 | ମୌଳିକ ଭାବେ ମୋଡ୍ୟୁଲ୍ ପାଇଁ ଏହା ଆବଶ୍ୟକ ଫାଇଲଗୁଡିକୁ ସୃଷ୍ଟି କରିଥାଏ. hyphen PAX ବିକଳ୍ପଗୁଡିକ ଅଟନ୍ତି ଯାହା autoload ଓ autogenerateକୁ କାଢିଦେବ |
| 05:54 | Math colon colon Simple ନାମକ ଗୋଟିଏ ନୂତନ ମୋଡ୍ୟୁଲକୁ ସୃଷ୍ଟି କରନ୍ତୁ |
| 05:59 | ଏହା add, subtract, multiply ଓ divide ଭଳି ସରଳ ଫଙ୍କଶନଗୁଡିକ ସହିତ ଉପଲବ୍ଧ ହେବ |
| 06:06 | କମାଣ୍ଡ h2xsକୁ ନିଷ୍ପାଦନ କରିବା ପାଇଁ ଟର୍ମିନଲକୁ ଫେରିଆସନ୍ତୁ |
| 06:12 | h2xs hyphen PAXn Math colon colon Simple ଟାଇପ୍ କରନ୍ତୁ |
| 06:20 | ମୋଡ୍ୟୁଲକୁ ବଣ୍ଟନ କରିବା ପାଇଁ h2xs ପ୍ରୋଗ୍ରାମ୍ ଏହି ସମସ୍ତ ଆବଶ୍ୟକ ଫାଇଲଗୁଡିକୁ ସୃଷ୍ଟି କରିବ |
| 06:27 | ଡାଇରେକ୍ଟୋରୀକୁ Math hyphen Simpleରେ ପରିବର୍ତ୍ତନ କରନ୍ତୁ |
| 06:33 | ଆପଣଙ୍କ ମେଶିନରେ ଥିବା directory pathକୁ ଲକ୍ଷ୍ୟ କରନ୍ତୁ. ଏହା Math forward slash Simple ଭଳି ହୋଇପାରେ |
| 06:41 | ଡାଇରେକ୍ଟୋରୀରେ ସମସ୍ତ ଫାଇଲଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ls ଟାଇପ୍ କରନ୍ତୁ. ଆମେ ନିମ୍ନଲିଖିତ ଫାଇଲଗୁଡିକୁ ଦେଖିପାରିବା |
| 06:49 | Changes ଫାଇଲ୍ ଯେଉଁଠି ନୂତନ ଭର୍ସନକୁ ଲେଖାଯିବା ସମୟରେ ଆମ ମୋଡ୍ୟୁଲରେ କରାଯାଇଥିବା ପରିବର୍ତ୍ତନଗୁଡିକୁ ଟ୍ରାକ୍ କରିପାରିବା |
| 06:58 | lib subdirectory, ମୋଡ୍ୟୁଲକୁ ଧାରଣ କରିଥାଏ |
| 07:02 | MANIFEST, ଏହି ଡାଇରେକ୍ଟୋରୀରେ ଥିବା ଫାଇଲଗୁଡିକର ତାଲିକାକୁ ଧାରଣ କରିଥାଏ |
| 07:07 | Makefile, ଗୋଟିଏ Unix Makefile ସୃଷ୍ଟି କରିବା ପାଇଁ ଏକ Perl ପ୍ରୋଗ୍ରାମ୍ ଅଟେ |
| 07:12 | ଆମ ମୋଡ୍ୟୁଲକୁ ଟେଷ୍ଟ ଓ ଇନଷ୍ଟଲ୍ କରିବା ସକାଷେ ଏହି Makefileକୁ ବ୍ୟବହାର କରିବା |
| 07:18 | t ସବଡାଇରେକ୍ଟୋରୀରେ Test scriptଗୁଡିକ ପ୍ରାପ୍ତ ହେବ |
| 07:22 | testଗୁଡିକ ସରଳ Perl scripts ଅଟନ୍ତି କିନ୍ତୁ unit testing ପାଇଁ ଗୋଟିଏ dot t extension ସହିତ ବ୍ୟବହୃତ ହୋଇଥାଏ |
| 07:30 | ଆମ ମୋଡ୍ୟୁଲ୍ Simple.pm ଅଟେ |
| 07:34 | କମାଣ୍ଡ h2xsକୁ ନିଷ୍ପାଦନ କରିବା ଦ୍ଵାରା ଏହି ସମସ୍ତ ଫାଇଲ୍ ଅଟୋମାଟିକାଲୀ ସୃଷ୍ଟି ହୋଇଛି |
| 07:41 | simple.pm ଫାଇଲକୁ ଖୋଲନ୍ତୁ |
| 07:45 | ଡାଇରେକ୍ଟୋରୀକୁ lib forward slash Mathରେ ପରିବର୍ତ୍ତନ କରନ୍ତୁ |
| 07:51 | ବର୍ତ୍ତମାନ ବିଦ୍ୟମାନ କଣ୍ଟେଣ୍ଟକୁ ଦେଖିବା ପାଇଁ simple.pm ଫାଇଲକୁ ଖୋଲନ୍ତୁ |
| 07:57 | gedit Simple.pm ଟାଇପ୍ କରନ୍ତୁ |
| 08:02 | ଏଠାରେ ଆମେ ଗୋଟିଏ ଡକୁମେଣ୍ଟେଡ୍, ଫଙ୍କଶନାଲ୍ Perl ମୋଡ୍ୟୁଲକୁ ଦେଖିବା ଯାହା କୌଣସି କାମ କରେ ନାହିଁ |
| 08:09 | ଏହି ଫାଇଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଏଥିରେ ଆବଶ୍ୟକ ଫଙ୍କଶନଗୁଡିକୁ ଲେଖିବାକୁ ହେବ |
| 08:16 | ଟେକ୍ସଟ Preloaded methods go here ପରେ ନିମ୍ନଲିଖିତ କୋଡକୁ ସଂଯୁକ୍ତ କରନ୍ତୁ |
| 08:22 | ଏଠାରେ add, subtract, multiply ଓ divide ଭାବେ ଚାରୋଟି ସବରୂଟିନକୁ ସଂଯୁକ୍ତ କରନ୍ତୁ |
| 08:29 | ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
| 08:33 | ବର୍ତ୍ତମାନ ଏହା ସଠିକତାର ସହ କାର୍ଯ୍ୟ କରୁଥିବା ସୁନିଶ୍ଚିତ କରିବା ପାଇଁ ଗୋଟିଏ ନମୂନା Perl ପ୍ରୋଗ୍ରାମ୍ ସୃଷ୍ଟି କରନ୍ତୁ |
| 08:41 | ସବଡାଇରେକ୍ଟୋରୀ t ଅଧୀନସ୍ଥ ଟେଷ୍ଟ ଫାଇଲ୍ Math-Simple.tକୁ ଖୋଲନ୍ତୁ |
| 08:49 | gedit Math-(ହାଇଫେନ୍)Simple.t ଟାଇପ୍ କରନ୍ତୁ |
| 08:55 | ବିଦ୍ୟମାନ କୋଡ୍ ପରେ ନିମ୍ନଲିଖିତ କୋଡ Insert your test code below..କୁ ସଂଯୁକ୍ତ କରନ୍ତୁ |
| 09:02 | Print ଷ୍ଟେଟମେଣ୍ଟ ଆଉଟପୁଟକୁ ପ୍ରିଣ୍ଟ କରିବ |
| 09:06 | ବର୍ତ୍ତମାନ Ctrl+Sକୁ ଦାବିବା ସହିତ ଫାଇଲକୁ save କରନ୍ତୁ |
| 09:10 | test scriptକୁ run କରନ୍ତୁ |
| 09:13 | perl Math-simple.tକୁ ଟାଇପ୍ କରିବା ସହିତ Enter ଦାବନ୍ତୁ |
| 09:19 | ଏହି error ବାର୍ତ୍ତା ଦୃଶ୍ୟମାନ ହେବ କାରଣ Perl ସ୍କ୍ରିପ୍ଟ ଏହାର ଡାଇରେକ୍ଟୋରୀ ମଧ୍ୟରେ Simple.pmକୁ ପ୍ରାପ୍ତ କରିପାରିବ ନାହିଁ |
| 09:27 | ଏହା lib ଡାଇରେକ୍ଟୋରୀ ମଧ୍ୟରେ ଖୋଜିବ. ଆମେ ଏହି ତୃଟିକୁ କିପରି ସଂଶୋଧନ କରିବା? |
| 09:33 | ଏଥି ପାଇଁ ଆମେ କିଛି ବିକଳ୍ପଗୁଡିକୁ ଚାଲନ୍ତୁ ଦେଖିବା |
| 09:37 | At the rate INC ଗୋଟିଏ ସ୍ପେସାଲ୍ ଭେରିଏବଲ୍ ଅଟେ ଯାହା ଡାଇରେକ୍ଟୋରୀଗୁଡିକର ଗୋଟିଏ ତାଲିକାକୁ ଧାରଣ କରିଥାଏ |
| 09:43 | Perl ମୋଡ୍ୟୁଲ୍ ଓ libraries, ଏହି ଡାଇରେକ୍ଟୋରୀଗୁଡିକରୁ ଲୋଡ୍ କରାଯାଇପାରିବ |
| 09:48 | ଏହି କୋଡ୍ ଲାଇନ୍, directory pathକୁ ଏହାର ସର୍ଚ ଡାଇରେକ୍ଟୋରୀ at the rate INCରେ ସଂଯୁକ୍ତ କରିବା ପାଇଁ Perl ପ୍ରୋଗ୍ରାମକୁ କହିବ |
| 09:57 | ଅନ୍ୟଭାବେ ରନ୍ ଟାଇମରେ ବିକଳ୍ପ –(ହାଇଫେନ୍)Iକୁ ବ୍ୟବହାର କରି ଆମେ at the rate INCରେ ଫାଇଲଗୁଡିକୁ ସଂଯୁକ୍ତ କରିପାରିବା |
| 10:06 | ବର୍ତ୍ତମାନ ଟର୍ମିନଲକୁ ଫେରିଆସନ୍ତୁ |
| 10:10 | କମାଣ୍ଡ ଲାଇନ୍ ପାରାମିଟର୍ –Iକୁ ବ୍ୟବହାର କରି ପ୍ରୋଗ୍ରାମକୁ execute କରନ୍ତୁ |
| 10:16 | ତେଣୁ perl -Ilib t/Math-Simple.t ଟାଇପ୍ କରନ୍ତୁ |
| 10:24 | ଏଠାରେ ଆଶା କରାଯାଉଥିବା ଆଉଟପୁଟ୍ ପ୍ରାପ୍ତ ହୋଇଛି |
| 10:27 | ମୋଡ୍ୟୁଲକୁ ଟେଷ୍ଟ କରାଯାଇଛି ଏବଂ ଏହା ଭଲ କାମ କରୁଛି |
| 10:31 | ମୋଡ୍ୟୁଲକୁ ବଣ୍ଟନ କରିବା ହେଉଛି ଶେଷ ସୋପାନ |
| 10:34 | ମୋଡ୍ୟୁଲକୁ ଇନଷ୍ଟଲ୍ କରିବା ପାଇଁ ଏହି କମାଣ୍ଡଗୁଡିକୁ run କରିବା ହେଉଛି ସବୁଠାରୁ ସାଧାରଣ ଉପାୟ |
| 10:40 | ଇନଷ୍ଟଲେଶନ୍ ପ୍ରକ୍ରିୟାରେ Perl library directoryରେ ଫାଇଲଗୁଡିକୁ କପୀ କରିବା ସଂପୃକ୍ତ ଅଟେ |
| 10:45 | ଆମ ପାଖରେ ଏହି ଡାଇରେକ୍ଟୋରୀ ମଧ୍ୟରେ କପୀ କରିବା ପାଇଁ ଅନୁମତି ନାହିଁ |
| 10:49 | ଯେହେତୁ Math-Simple ଗୋଟିଏ ଦରକାରୀ ମୋଡ୍ୟୁଲ୍ ନୁହେଁ ତେଣୁ ମୁଁ ଇନଷ୍ଟଲେଶନ୍ ଭାଗକୁ ପ୍ରଦର୍ଶନ କରୁନାହିଁ |
| 10:57 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
| 11:02 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
ବିଦ୍ୟମାନ ମୋଡ୍ୟୁଲଗୁଡିକୁ ବ୍ୟବହାର କରିବା ନୂତନ ମୋଡ୍ୟୁଲଗୁଡିକୁ ସୃଷ୍ଟି କରିବା ତଥା Perl ପ୍ରୋଗ୍ରାମକୁ କିପରି ବ୍ୟବହାର କରିବା |
| 11:11 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
| 11:13 | ମୋଡ୍ୟୁଲ୍ Text colon colon Wrapକୁ ବ୍ୟବହାର କରନ୍ତୁ |
| 11:17 | Wrap() ଫଙ୍କଶନକୁ ବ୍ୟବହାର କରନ୍ତୁ ଯାହା ନିର୍ଭୁଲ୍ ପାରାଗ୍ରାଫଗୁଡିକରୁ ଇନପୁଟ୍ ଟେକ୍ସଟକୁ ରାପ୍ କରିବ |
| 11:24 | Text colon colon Wrap ମୋଡ୍ୟୁଲର columns ନାମକ ଗୋଟିଏ ଭେରିଏବଲ୍ ଅଛି. columnsର ଭେଲ୍ୟୁକୁ 30ରେ ସେଟ୍ କରନ୍ତୁ |
| 11:31 | ଫର୍ମାଟେଡ୍ ଆଉଟପୁଟକୁ ଦେଖିବା ପାଇଁ ଟେକ୍ସଟକୁ ପ୍ରିଣ୍ଟ କରନ୍ତୁ |
| 11:35 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 11:42 | Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 11:51 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 11:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 12:02 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 12:06 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |