PERL/C2/Comments-in-Perl/Oriya

From Script | Spoken-Tutorial
Jump to: navigation, search
Time Narration
00:00 Perlରେ କମେଣ୍ଟସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:08 Perlରେ କମେଣ୍ଟସ୍
00:10 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:18 ଯାହା ହେଉଛି Perl revision 5 version 14 ଓ subversion 2
00:23 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:27 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:31 ଆପଣଙ୍କର ପର୍ଲରେ କମ୍ପାଇଲିଙ୍ଗ, ଏକଜେକ୍ୟୁଟିଙ୍ଗ ଓ ଭେରିଏବଲ୍ସ ଉପରେ ମୌଳିକ ଧାରଣା ଥିବା ଆବଶ୍ୟକ
00:37 ଯଦି ନାହିଁ, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ଏହି ସମ୍ପର୍କିତ ଟ୍ୟୁଟୋରିଆଲ୍ ଦେଖନ୍ତୁ
00:43 Perlରେ କୋଡ୍ ର ଭାଗକୁ ଦୁଇଟି ଶୈଳୀରେ କମେଣ୍ଟ କରାଯାଇପାରିବ
00:47 Single Line, Multi Line
00:49 ୟୁଜର୍ ଏକ ସିଙ୍ଗଲ୍ ଲାଇନ୍ କୋଡ୍ କମେଣ୍ଟ କରିବାକୁ କିମ୍ବା କୋଡ୍‍ ଭାଗର କାର୍ଯ୍ୟକାରିତା ବର୍ଣ୍ଣନା କରିବାକୁ
00:55 ଧାଡ଼ିକିଆ ଟେକ୍ସଟ୍ ଆଡ୍ କରିବାକୁ ଚାହୁଁଥିବାବେଳେ ଏହି ପ୍ରକାର କମେଣ୍ଟ ବ୍ୟବହାର କରାଯାଏ
01:01 ଏ ପ୍ରକାରର କମେଣ୍ଟ # (ହାଶ୍‍) ଚିହ୍ନରୁ ଆରମ୍ଭ ହୁଏ
01:05 ଏହା ହେଉଛି ଏକ ଡେମୋ. ଟେକ୍ସଟ୍ ଏଡିଟର୍ ରେ ଗୋଟିଏ ନୂଆ ଫାଇଲ୍ ଖୋଲନ୍ତୁ
01:11 Terminal ଖୋଲନ୍ତୁ ଓ gedit comments dot pl space & ଟାଇପ୍ କରନ୍ତୁ
01:19 ପୁନର୍ବାର ମନେପକାଇଦେଉଛି ଯେ, terminal ରେ command promptକୁ ମୁକ୍ତ କରିବା ପାଇଁ ampersand ବ୍ୟବହାର କରାଯାଏ ଓ ଏଣ୍ଟର୍‍ ଦାବନ୍ତୁ
01:27 ଏବେ, ନିମ୍ନ କମାଣ୍ଡଗୁଡ଼ିକ ଟାଇପ୍ କରନ୍ତୁ
01:29 hash Declaring count variable, ଏଣ୍ଟର ଦାବନ୍ତୁ
01:37 dollar count space equal to space 1 semicolon, ଏଣ୍ଟର ଦାବନ୍ତୁ
01:45 print space double quotes Count is dollar count slash n ଡବଲ୍ କୋଟ୍ ବନ୍ଦ କରନ୍ତୁ semicolon space hash prints Count is 1
02:03 ctlr S ଦବାଇ ଫାଇଲ୍ ସେଭ୍ କରନ୍ତୁ ଓ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
02:08 Terminalକୁ ଫେରିଆସି perl hyphen c comments dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
02:18 ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଏହା ଆମକୁ କୁହେ
02:21 ଏବେ perl comments dot pl ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
02:28 ଏହା ନିମ୍ନ ଆଉଟପୁଟ୍ ଦେଖାଇବ- Count is 1
02:33 geditକୁ ଫେରିଆସନ୍ତୁ
02:36 geditରେ ପ୍ରଥମ ଧାଡ଼ିକୁ ଯାଇ ଏଣ୍ଟର ଦାବନ୍ତୁ
02:40 ପ୍ରଥମ ଧାଡ଼ିକୁ ଫେରିଯାଆନ୍ତୁ ଓ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ
02:44 Hash exclamation mark slash usr slash bin slash perl
02:52 Perlରେ ଏହି ଧାଡ଼ିକୁ shebang line କୁହାଯାଏ ଓ ଏହା ହେଉଛି ଗୋଟିଏ Perl ପ୍ରୋଗ୍ରାମ୍ ରେ ପ୍ରଥମ ଧାଡ଼ି
02:59 ଏହା Perl Interpreter କେଉଁଠୁ ପାଇବା, ତାହା ଦର୍ଶାଏ
03:03 ଧ୍ୟାନଦିଅନ୍ତୁ: ଏହି ଲାଇନ୍‍ ଟି ହାଶ୍‍ (#) ଚିହ୍ନ ସହିତ ଆରମ୍ଭ ହେଲେ ମଧ୍ୟ, ଏହାକୁ ସିଙ୍ଗଲ୍ ଲାଇନ୍ କମେଣ୍ଟ ଭାବରେ Perl ବିଚାର କରିବ ନାହିଁ
03:11 ଏବେ multiline comments ଦେଖିବା
03:13 Multi Line ଏହି ପ୍ରକାର କମେଣ୍ଟ ବ୍ୟବହୃତ ହୁଏ
03:17 ଯେତେବେଳେ ୟୁଜର୍ କୋଡ୍ ଭାଗକୁ କମେଣ୍ଟ କରିବାକୁ ଚାହେଁ କିମ୍ବା କୋଡ୍ ଭାଗର ବ୍ୟାଖ୍ୟା/ବ୍ୟବହାର ଆଡ୍ କରିବାକୁ ଚାହେଁ
03:25 ଏ ପ୍ରକାରର କମେଣ୍ଟ equal to head ଚିହ୍ନ ସହିତ ଆରମ୍ଭ ହୁଏ ଓ equal to cut ଚିହ୍ନ ସହିତ ଶେଷ ହୁଏ
03:33 geditକୁ ଫେରିଆସନ୍ତୁ ଓ comments dot pl ଫାଇଲ୍ ରେ ନିମ୍ନକୁ ଟାଇପ୍ କରନ୍ତୁ
03:39 ଫାଇଲ୍ର ଶେଷରେ equal to head ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
03:45 print space double quote count variable is used for counting purpose ଡବଲ୍ କୋଟ୍ ବନ୍ଦ କରନ୍ତୁ, ଏଣ୍ଟର ଦାବନ୍ତୁ
03:59 equal to cut
04:01 ଫାଇଲ୍ ସେଭ୍ କରି ବନ୍ଦ କରନ୍ତୁ ଓ Perl ସ୍କ୍ରିପ୍ଟକୁ ଏକଜେକ୍ୟୁଟ୍ କରନ୍ତୁ
04:05 Terminalରେ ଟାଇପ୍ କରନ୍ତୁ perl hyphen c comments dot pl ଓ ଏଣ୍ଟର ଦାବନ୍ତୁ
04:13 କୌଣସି ସିଣ୍ଟାକ୍ସ ଏରର୍ ନାହିଁ
04:15 ତେଣୁ, perl comments dot pl କୁ ଏକଜେକ୍ୟୁଟ୍ କରନ୍ତୁ
04:21 ଏହା ପୂର୍ବଭଳି Count is 1 ଆଉଟପୁଟ୍ ଦେଖାଇବ
04:27 ଏହା “count variable is used for counting purpose” ବାକ୍ୟକୁ ପ୍ରିଣ୍ଟ କରିବ ନାହିଁ
04:32 କାରଣ ଆମେ ସେହି ଅଂଶକୁ equal to headequal to cut ବ୍ୟବହାର କରି କମେଣ୍ଟ କରିଛେ
04:40 ଆପଣ =head =cut କିମ୍ବା =begin =end ବ୍ୟବହାର କରିପାରିବେ
04:48 ଏଗୁଡ଼ିକ Perl ଦ୍ୱାରା ବ୍ୟବହୃତ ସ୍ୱତନ୍ତ୍ର କୀ’ୱର୍ଡ୍ସ ନୁହେଁ
04:52 ଦୟାକରି ଧ୍ୟାନଦିଅନ୍ତୁ = to ଚିହ୍ନ ପୂର୍ବରୁ ଓ head, cut, begin କିମ୍ବା end ଶବ୍ଦ ପରେ, ଆଗରେ କିମ୍ୱା ପଛରେ କୌଣସି ସ୍ପେସ୍ ନରହିବା ଉଚିତ
05:02 ପୁଣିଥରେ Terminal ଖୋଲନ୍ତୁ
05:05 gedit commentsExample dot pl space & ଟାଇପ୍ କରି ଏଣ୍ଟର ଦାବନ୍ତୁ
05:15 ସ୍କ୍ରୀନ୍ ରେ ପ୍ରଦର୍ଶିତ ପରି ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ
05:19 ଏଠାରେ ମୁଁ ଦୁଇଟି ଭେରିଏବଲ୍ firstNumsecondNum ଡିକ୍ଲେର୍‍ କରିବି ଓ ସେଗୁଡ଼ିକୁ କିଛି ଭାଲ୍ୟୁ ଦେବି
05:28 ଏହାପରେ ମୁଁ ଏଠାରେ ଏହି ଅଂଶକୁ କମେଣ୍ଟ କରିଛି
05:32 ଏବେ ସେହି ଦୁଇ ନମ୍ବରକୁ ଆଡ୍ କରିଛି ଓ ଆଡିସନ୍ ନାମରେ ତୃତୀୟ ଭେରିଏବଲ୍ କୁ ଭାଲ୍ୟୁ ଦେଇଛି
05:39 ଏହାପରେ ମୁଁ, ପ୍ରିଣ୍ଟ କମାଣ୍ଡ ବ୍ୟବହାର କରି ଭାଲ୍ୟୁ ପ୍ରିଣ୍ଟ କରିବି
05:44 ଫାଇଲ୍ ସେଭ୍ କରନ୍ତୁ ଓ Terminalରେ Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ
05:49 ଟର୍ମିନାଲ୍ ରେ ଟାଇପ୍ କରନ୍ତୁ perl hyphen c commentsExample dot pl, ଏଣ୍ଟର ଦାବନ୍ତୁ
05:57 ସେଠାରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ
05:59 ତେଣୁ, ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
06:01 perl commentsExample dot pl ଓ ଏଣ୍ଟର ଦାବନ୍ତୁ
06:07 ଏହା, Addition is 30 ଆଉଟପୁଟ୍ ପ୍ରଦର୍ଶିତ କରିବ
06:12 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:16 ଏଠାରେ ଆମେ Perlରେ କମେଣ୍ଟ ଆଡ୍ କରିବା ଶିଖିଲେ
06:19 ଏକ ସଂଖ୍ୟାର ବର୍ଗ ପାଇବା ପାଇଁ ପର୍ଲ ସ୍କ୍ରିପ୍ଟ ଲେଖନ୍ତୁ
06:23 Single Line Comment ଓ Mutli Line Comment ବ୍ୟବହାର କରି ଲିଖିତ କୋଡ୍ ର କାର୍ଯ୍ୟକାରିତା ବ୍ୟାଖ୍ୟା କରନ୍ତୁ
06:30 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:34 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:37 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:44 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:48 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:51 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
06:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:03 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ରେ ଉପଲବ୍ଧ
07:15 ଆଶା କରୁଛୁ ଏହି Perl ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep