OpenModelica/C3/Component-oriented-modeling/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Component oriented modeling ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, କିପରି ଗୋଟିଏ modelକୁ ଇନଷ୍ଟାନଶିଏଟ୍ କରିବା
00:12 କିପରି ଗୋଟିଏ connector classକୁ ପରିଭାଷିତ କରିବା ଏବଂ component modelsକୁ ବ୍ୟବହାର କରି କିପରି ଗୋଟିଏ simple electric circuitକୁ ବିକଶିତ କରିବା ଶିଖିବା
00:21 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2 ଓ Ubuntu Operating System version 14.04 ବ୍ୟବହାର କରୁଛି
00:31 କିନ୍ତୁ ଏହି ପ୍ରଣାଳୀ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମରେ ହେଉଥିବା ଭଳି ସମାନ ଅଟେ
00:39 ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣ Modelicaରେ କିପରି ଗୋଟିଏ କ୍ଲାସକୁ ପରିଭାଷିତ କରାଯାଏ ଜାଣିଥିବା ଆବଶ୍ୟକ
00:45 ଗୋଟିଏ package ଓ Icon and Diagram Views କିପରି ପରିଭାଷିତ କରାଯାଏ ଆପଣ ଜଣିଥିବା ଆବଶ୍ୟକ
00:51 ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକ ଆମ ୱେବସାଇଟରେ ଉଲ୍ଲେଖ ଅଛି. ଦୟାକରି ସେଗୁଡିକୁ ଅଭ୍ୟାସ କରନ୍ତୁ
00:57 ବର୍ତ୍ତମାନ ଚାଲନ୍ତୁ Class Instantiation ବିଷୟରେ ଅଧିକ କିଛି ଶିଖିବା
01:02 Modelica classଗୁଡିକୁ ଇନଷ୍ଟାନଶିଏଟ୍ କରାଯାଇପାରିବ
01:06 ଉଦାହରଣସ୍ଵରୂପ ଜଣେ ବ୍ୟକ୍ତିଙ୍କୁ ହ୍ୟୁମାନ୍ ବିଙ୍ଗ classର ଗୋଟିଏ ଇନଷ୍ଟାନ୍ସ ଭାବେ ଗ୍ରହଣ କରାଯାଇପାରିବ. ଗୋଟିଏ classରେ ଥିବା Instanceର ନିଜ class ଭଳି ସମାନ ଭେରିଏବଲ୍ ଓ ସମୀକରଣଗୁଡିକ ରହିବ
01:20 Class Instantiation ପାଇଁ ସିଣ୍ଟାକ୍ସ ପ୍ରଦର୍ଶିତ ହୋଇଛି
01:25 ବର୍ତ୍ତମାନ ଚାଲନ୍ତୁ ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ ବୁଝିବା. ଦୟାକରି ଆମ ୱେବସାଇଟରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହିତ ସେଭ୍ କରନ୍ତୁ
01:34 OMEditକୁ ଫେରିଆସନ୍ତୁ. ନିମ୍ନଲିଖିତ ଫାଇଲଗୁଡିକ OMEditରେ ଖୋଲାସରିଛି: classInstantiationExample ଓ simpleCircuit
01:48 classInstantiationExample ଉପରେ ଡବଲ୍ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଏହି class ଉପରେ ଅଧିକ ଆଲୋଚନା କରନ୍ତୁ
01:56 ଭଲ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
02:02 object1 ଓ object2 ନାମକ ଦୁଇଟି ଅବଜେକ୍ଟକୁ ସୃଷ୍ଟି କରିବା ପାଇଁ ଏଠାରେ bouncingBall classକୁ ଇନଷ୍ଟାନଶିଏଟ୍ କରାଯାଇଛି
02:12 ଧ୍ୟାନଦିଅନ୍ତୁ ଯେ ଉଚ୍ଚତାର ଭେରିଏବଲ୍ h ପାଇଁ ପ୍ରତ୍ୟେକ instanceର ବିଭିନ୍ନ ଆରମ୍ଭ ଭେଲ୍ୟୁ ଅଛି
02:20 bouncingBall ମୋଡେଲ୍ ଉପରେ ଅଧିକ ତଥ୍ୟ ପ୍ରାପ୍ତ କରିବା ପାଇଁ ଦୟାକରି ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
02:27 ବର୍ତ୍ତମାନ ଏହି କ୍ଲାସକୁ ସିମୁଲେଟ୍ କରନ୍ତୁ
02:30 ଟୂଲ୍ ବାର୍ ଉପରେ ଥିବା Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ
02:34 କ୍ଲାସଟି ସିମୁଲେଟ୍ ହେବ ନାହିଁ ବରଂ ଗୋଟିଏ ତୃଟି ପ୍ରଦାନ କରିବ
02:39 ଏହାର କାରଣ ହେଉଛି bouncingBall class, OMEditରେ ଖୋଲି ନାହିଁ
02:45 ୱେବସାଇଟରୁ ଡାଉନଲୋଡ୍ କରିଥିବା bouncingBall classକୁ ଖୋଲନ୍ତୁ
02:50 ବର୍ତ୍ତମାନ ପୁନର୍ବାର ଏହି classକୁ ସିମୁଲେଟ୍ କରନ୍ତୁ. ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
02:56 ଏଥର classଟି ସଫଳତାର ସହ ସିମୁଲେଟ୍ ହୋଇଥିବା ଲକ୍ଷ୍ୟ କରନ୍ତୁ
03:01 ଏହି ଅନୁଶିଳନୀ ପ୍ରଦର୍ଶନ କରୁଛି ଯେ ଗୋଟିଏ class ଇନାଷ୍ଟାନଶିଏଟ୍ ହେବା ପାଇଁ ନିଶ୍ଚିତରୂପେ OMEditରେ ଖୋଲିବା ଆବଶ୍ୟକ
03:09 variables browserରେ object1ର ଭେରିଏବଲଗୁଡିକୁ ପ୍ରସାରିତ କରନ୍ତୁ
03:14 ଏଠାରେ ତାଲିକାଭୁକ୍ତ ହୋଇଥିବା ଭେରିଏବଲଗୁଡିକ bouncingBall classରେ ଘୋଷିତ ହୋଇଥିବା ଲକ୍ଷ୍ୟ କରନ୍ତୁ
03:20 ଏହି ଭେରିଏବଲଗୁଡିକ object1 ଓ object2ର ମଧ୍ୟ ଗୋଟିଏ ଅଂଶ ଅଟନ୍ତି ଯେହେତୁ ସେମାନେ bouncingBall classର ଇନଷ୍ଟାନ୍ସଗୁଡିକୁ ସମାଯୋଜନ କରିଥା’ନ୍ତି
03:30 ବର୍ତ୍ତମାନ ପରିଣାମକୁ ଡିଲିଟ୍ କରିବା ସହିତ ସ୍ଲାଇଡକୁ ଫେରିଆସନ୍ତୁ
03:37 Component orientation, ଅନ୍ୟ ମଡେଲିଙ୍ଗ ଓ ସିମୁଲେଶନ୍ ସଫ୍ଟୱେରଗୁଡିକ ଭଳି Modelicaକୁ ସେଟ୍ କରିଥାଏ
03:43 ଏହା Modelicaର ଏକମାତ୍ର ଅତି ଦରକାରୀ ଫିଚର୍ ଅଟେ
03:48 component ମୋଡେଲଗୁଡିକ ଏକକ ଫୀଜିକାଲ୍ ଅସାଧରଣ ଘଟଣାକୁ ଉପସ୍ଥାପିତ କରିଥା’ନ୍ତି
03:53 ଆବଶ୍ୟକୀୟ ଇଫେକ୍ଟ ସୃଷ୍ଟି କରିବା ପାଇଁ ସେଗୁଡିକୁ ଇନଷ୍ଟାନଶିଏଟ୍ କରିବା ସହିତ ସଂଯୁକ୍ତ ମଧ୍ୟ କରାଯାଇପାରିବ
03:59 ଉଦାହରଣସ୍ଵରୂପ resistor, inductor ଓ capacitor ମଡେଲଗୁଡିକରୁ ଗୋଟିଏ RLC circuitକୁ ବିକଶିତ କରାଯାଇପାରିବ
04:08 କମ୍ପୋନେଣ୍ଟ ଇନଷ୍ଟାନ୍ସଗୁଡିକ ମଧ୍ୟରେ Acausal connectors ଇଣ୍ଟରଫେସ୍ ଭଳି କାର୍ଯ୍ୟ କରିଥାଏ
04:15 ସେଗୁଡିକୁ connector class ବ୍ୟବହାର କରି ପରିଭାଷିତ କରାଯାଇଛି. ଉଦାହରଣସ୍ଵରୂପ ଇଲେକ୍ଟ୍ରିକାଲ୍ କମ୍ପୋନେଣ୍ଟଗୁଡିକ ପାଇଁ pinsକୁ connectors ଭାବେ ବ୍ୟବହାର କରାଯାଇପାରିବ
04:24 ଗୋଟିଏ ଇଲେକ୍ଟ୍ରିକ୍ ସର୍କିଟ୍ ପାଇଁ ଉଦାହରଣକୁ ସିମୁଲେଟ୍ କରିବାକୁ ଚେଷ୍ଟା କରିବା ସମୟରେ ଆମେ ଏହା ବିଷୟରେ ଅଧିକ ଶିଖିବା
04:30 Connectors ଭେରିଏବଲଗୁଡିକୁ କଣ୍ଟେଣ୍ଟ ମଧ୍ୟରେ ଫ୍ଲୋ କରିଥା’ନ୍ତି ଏବଂ ସେମାନେ ସମୀକରଣଗୁଡିକୁ ଧାରଣ କରିପାରିବେ ନାହିଁ
04:38 ବର୍ତ୍ତମାନ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଏହି Electric Circuitକୁ ସିମୁଲେଟ୍ କରନ୍ତୁ
04:43 ବ୍ୟାଟେରୀର ଭୋଲ୍ଟେଜ୍ {VoSin(2pift)}, ପ୍ରଦତ୍ତ ଅଛି ଯେଉଁଠି Vo, 10 Volts ଅଟେ, f, 1 Hz ଅଟେ ଏବଂ ପ୍ରତିରୋଧ 5 ohm ଅଟେ
04:59 ପୂର୍ବ ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି electric circuitର ମୋଡେଲ୍ କରିବା ପାଇଁ Solution Methodology ଦେଖନ୍ତୁ: ଧ୍ୟାନଦିଅନ୍ତୁ ଯେ ଯେକୌଣସି Resistor ଓ Voltage Source ର Positive ଓ Negative ଭାବେ ଦୁଇଟି ପିନ୍ ରହିଥାଏ
05:14 ତେଣୁ pin ନାମକ ଗୋଟିଏ connectorକୁ ପରିଭାଷିତ କରନ୍ତୁ
05:18 ଗୋଟିଏ pin connectorର ଇନଷ୍ଟାନ୍ସ ସହିତ Ground ନାମକ ଗୋଟିଏ classକୁ ପରିଭାଷିତ କରନ୍ତୁ
05:24 Resistor ନାମକ ଗୋଟିଏ classକୁ ପରିଭାଷିତ କରନ୍ତୁ
05:28 Resistor classରେ pin connectorର ଦୁଇଟି ଇନଷ୍ଟାନ୍ସ ରହିବା ଆବଶ୍ୟକ: Positive pin ଓ Negative pin
05:36 resistor class କେସରେ ଦେଖିଥିବା ଭଳି pin connectorର ଦୁଇଟି ଇନଷ୍ଟାନ୍ସ ସହିତ VoltageSource ନାମକ ଗୋଟିଏ classକୁ ପରିଭାଷିତ କରନ୍ତୁ
05:46 simpleCircuit ନାମକ ଗୋଟିଏ classକୁ ପରିଭାଷିତ କରନ୍ତୁ. simpleCircuitର Resistor ଓ VoltageSource ଭାବେ ଇନଷ୍ଟାନ୍ସଗୁଡିକ ରହିବା ଆବଶ୍ୟକ
05:56 କ୍ରମାନୁସାରେ Resistorର pins, ground ଓ VoltageSourceକୁ ସଂଯୁକ୍ତ କରନ୍ତୁ
06:02 ଆବଶ୍ୟକ କମ୍ପୋନେଣ୍ଟ ମଡେଲଗୁଡିକର ପ୍ରୋଗ୍ରାମ୍ ହୋଇସାରିଛି
06:07 ତେଣୁ ମୁଁ Solution Methodologyର କେବଳ ଶେଷ ଦୁଇଟି ସୋପାନକୁ ପ୍ରଦର୍ଶନ କରିବି
06:13 OMEditକୁ ଫେରିଆସନ୍ତୁ. Modeling perspectiveକୁ ଫେରିଆସନ୍ତୁ
06:19 OMEdit ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ
06:23 Libraries Browserରେ simpleElectricCircuit ପ୍ୟାକେଜକୁ ପ୍ରସାରିତ କରନ୍ତୁ
06:29 ଏହି ପ୍ୟାକେଜର ପାଞ୍ଚୋଟି class ଥିବା ଲକ୍ଷ୍ୟ କରନ୍ତୁ ଯାହା: pin, Ground, Resistor, Voltage Source ଓ circuit ଅଟେ
06:40 simpleElectricCircuit ଉପରେ ଡବଲ୍ କ୍ଲିକ୍ କରିବା ସହିତ ClassinstantiationExampleକୁ ବନ୍ଦ କରନ୍ତୁ
06:48 ଭଲ ଦୃଶ୍ୟମାନତା ପାଇଁ ପୁନର୍ବାର OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
06:54 Modelica.Siunits ପ୍ୟାକେଜ୍ simpleElectricCircuit ପ୍ୟାକେଜରେ ଇମ୍ପୋର୍ଟ ହୋଇଛି
07:02 ତେଣୁ ସେହି ପ୍ୟାକେଜରେ ଡେଫିନିଶନ୍ type କରନ୍ତୁ ଯାହାଦ୍ଵାରା ସେମାନଙ୍କର ପୂରା ନାମକୁ ରେଫରେନ୍ସ ଦେବା ବଦଳରେ ବ୍ୟବହାର କରାଯାଇପାରିବ
07:10 pin connectorକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ. ସାମାନ୍ୟ ତଲକୁ ସ୍କ୍ରୋଲ୍ କରନ୍ତୁ
07:17 connector classକୁ ବ୍ୟବହାର କରି Pinକୁ ପରିଭାଷିତ କରାଯାଇଛି
07:21 Voltage ଓ current ଭେରିଏବଲଗୁଡିକ ଅଟନ୍ତି ଯାହାକୁ pin, ଏହାର ପରିବେଷ ସହିତ ପ୍ରତିବଦଳ କରିଥାଏ
07:27 pinରେ ସୃଷ୍ଟି ହେଉଥିବା Potential, v ଦ୍ଵାରା ପରିଭାଷିତ ହୋଇଥାଏ. Voltage ଓ Current, Modelica libraryର Siunitsରେ ପରିଭାଷିତ ହୋଇଥିବା types ଅଟନ୍ତି
07:40 ଗୋଟିଏ କମ୍ପୋନେଣ୍ଟ ମଧ୍ୟରେ ଥିବା Voltage, ଗୋଟିଏ କରେଣ୍ଟକୁ ଏହା ମଧ୍ୟରେ ପ୍ରବାହିତ କରାଇଥାଏ
07:44 ତେଣୁ current ଗୋଟିଏ flow ଭେରିଏବଲ୍ ଅଟେ ଏବଂ flow keywordକୁ ବ୍ୟବହାର କରି ପରିଭାଷିତ କରାଯାଇଥାଏ
07:50 ପ୍ରଦର୍ଶିତ ହେବା ଭଳି annotations ଦ୍ଵାରା ନିର୍ଦ୍ଦିଷ୍ଟ ହୋଇଥିବା pin connectorର ମଧ୍ୟ ଗୋଟିଏ Icon view ଅଟେ
07:57 ବର୍ତ୍ତମାନ ଚାଲନ୍ତୁ Resistor class ବିଷୟରେ କିଛି ଆଲୋଚନା କରିବା. ସାମାନ୍ୟ ତଳକୁ ସ୍କ୍ରୋଲ୍ କରନ୍ତୁ
08:04 Solution Methodologyରେ ଅଲୋଚିତ ହେବା ଭଳି, pin connectorର ଦୁଇଟି Resistor class ଅଛି
08:12 p, positive pin ପାଇଁ ଏବଂ n, negative pin ପାଇଁ ଅଟେ
08:18 ବର୍ତ୍ତମାନ OMEditର drag and drop ଫଙ୍କଶନାଲିଟୀକୁ ବ୍ୟବହାର କରି ଗୋଟିଏ classକୁ କିପରି ଇନଷ୍ଟାନଶିଏଟ୍ କରାଯାଏ ମୁଁ ପ୍ରଦର୍ଶନ କରିବି
08:26 ଏହାକୁ ପ୍ରଦର୍ଶନ କରିବା ପାଇଁ Ctrl + Nକୁ ବ୍ୟବହାର କରି ଗୋଟିଏ ନୂତନ classକୁ ଖୋଲନ୍ତୁ
08:32 ଏହାକୁ class example1 ଭାବେ ନାମିତ କରିବା ସହିତ Ok ଦାବନ୍ତୁ. OMEdit ୱିଣ୍ଡୋକୁ ଡାହାଣପଟକୁ ସ୍ଥାନାନ୍ତର କରନ୍ତୁ
08:41 Diagram Viewକୁ ଯା’ନ୍ତୁ ଯଦି କ୍ଲାସ୍ Text Viewରେ ଖୋଲୁଥାଏ
08:46 ବର୍ତ୍ତମାନ pin classକୁ ଇନଷ୍ଟାନଶିଏଟ୍ କରନ୍ତୁ
08:51 Libraries Browserରେ ଥିବା pin ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
08:55 ଆଇକନକୁ ଧରି ରଖି ଏହାକୁ diagram ଲେୟାର୍ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ. କାନଭାସର ଯେକୌଣସି ସ୍ଥାନରେ ଏହାକୁ ଡ୍ରପ୍ କରନ୍ତୁ
09:04 ବର୍ତ୍ତମାନ ଆମେ pin classର ଗୋଟିଏ instanceକୁ ସୃଷ୍ଟି କରିସାରିଛେ
09:09 ପ୍ରଦର୍ଶିତ ହେବା ଭଳି ଏହାକୁ ଡ୍ରପ୍ କରିସାରିବା ପରେ ଆପଣ ଡାଇମେନଶନଗୁଡିକୁ ତଥା ସ୍ଥାନକୁ ମଧ୍ୟ ପରିବର୍ତ୍ତନ କରିପାରିବେ
09:16 ବର୍ତ୍ତମାନ Text Viewରେ ଏହି class କିପରି ଇନଷ୍ଟାନଶିଏଟ୍ ହୁଏ ଚାଲନ୍ତୁ ଦେଖିବା
09:22 Diagram Viewରେ ଏହାର ଅବସ୍ଥିତିକୁ ଆଧାର କରି class pin ଓ ଗୋଟିଏ annotationକୁ ଇନଷ୍ଟାନଶିଏଟ୍ କରିବା ପାଇଁ ଥିବା କମାଣ୍ଡକୁ ଲକ୍ଷ୍ୟ କରନ୍ତୁ
09:33 ତେଣୁ Diagram Viewରେ ଗୋଟିଏ classର ଏକ instance ସୃଷ୍ଟି କରିବା ଦ୍ଵାରା ଏହା ଅଟୋମାଟିକାଲୀ Text Viewରେ ପ୍ରତିଫଳିତ ହୋଇଥାଏ. ବର୍ତ୍ତମାନ example1 ଟାବକୁ ବନ୍ଦ କରନ୍ତୁ
09:45 ଏହି ସ୍ଲାଇଡରେ ପ୍ରଦର୍ଶିତ ହୋଇଥିବା ଭଳି electric circuitକୁ କିପରି ମୋଡେଲ୍ କରାଯାଏ ଚାଲନ୍ତୁ ଦେଖିବା
09:51 Circuit ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ ଯାହା simpleElectricCircuit ପ୍ୟାକେଜର ମଧ୍ୟ ଗୋଟିଏ ଅଂଶ ଅଟେ
09:58 ଏହି class ଆମ ପସନ୍ଦର ସର୍କିଟକୁ ଏକାଠି କରିସାରିଛି ଯାହାକୁ ଏହାର Diagram Viewରେ ଦେଖାଯାଇପାରିବ. ଏହା ସିମୁଲେଟ୍ ହେବା ପାଇଁ ପ୍ରସ୍ତୁତ ଅଛି
10:09 କିନ୍ତୁ ଗୋଟିଏ ନୂତନ ଫାଇଲରେ ସମାନ circuitକୁ ନିର୍ମାଣ କରନ୍ତୁ
10:14 ଆମେ ସାଙ୍ଗେ ସାଙ୍ଗେ ଶିଖିଥିବା drag and drop ଫଙ୍କଶନାଲିଟୀକୁ ବ୍ୟବହାର କରି୍ପାରିବା
10:19 Ctrl + Nକୁ ଦାବନ୍ତୁ. ଏହି ଫାଇଲକୁ circuit(underscore)construction ଭାବେ ନାମିତ କରିବା ସହିତ OK ଦାବନ୍ତୁ
10:28 Diagram Viewକୁ ଫେରିଆସନ୍ତୁ ଯଦି ଏହା Text Viewରେ ଖୋଲିବ
10:32 Libraries Browserରୁ VoltageSource ଆଇକନକୁ ଚୟନ କରିବା ସହିତ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ. ଆପଣ ନିଜ ଇଚ୍ଛାନୁସାରେ ଏହାର ଡାଇମେନଶନଗୁଡିକୁ ପରିବର୍ତ୍ତନ କରିପାରିବେ
10:43 ସେହିପରି Libraries Browserରୁ Resistor ଆଇକନକୁ ଚୟନ କରିବା ସହିତ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
10:50 Ground class ସହିତ ସମାନ କାର୍ଯ୍ୟ କରନ୍ତୁ
10:54 ବର୍ତ୍ତମାନ ପ୍ରତ୍ୟେକ କମ୍ପୋନେଣ୍ଟର ନିର୍ଦ୍ଦିଷ୍ଟ pinଗୁଡିକୁ ସଂଯୁକ୍ତ କରିବା ଆବଶ୍ୟକ
11:00 ପ୍ରଥମେ Voltage Sourceର positive pinକୁ Resistorର positive pin ସହିତ ସଂଯୁକ୍ତ କରନ୍ତୁ
11:07 Voltage Sourceର ବାମପଟ ପିନ୍ ଉପରେ ହୋଭର୍ କରନ୍ତୁ
11:11 ଦୃଶ୍ୟମାନ ହେଉଥିବା ଟେକ୍ସଟ ସୂଚିତ କରୁଛି ଯେ ଏହା positive pin p ଅଟେ
11:17 ଏହି pin ଉପରେ ଲେଫ୍ଟ କ୍ଲିକ୍ କରିବା ସହିତ Resistor ର ଲେଫ୍ଟ pin ନିକଟକୁ କର୍ସରକୁ ଡ୍ରାଗ୍ କରି ଆଣନ୍ତୁ
11:24 ଯେତେବେଳେ କର୍ସରର ଦୃଶ୍ୟମାନତା ଗୋଟିଏ ଆରୋରୁ କ୍ରସକୁ ପରିବର୍ତ୍ତନ ହୋଇଯିବ ମାଉସକୁ ଛାଡିଦିଅନ୍ତୁ
11:30 ସେହିପରି resistorର negative pin ସହିତ voltage sourceର negative pin ସହିତ ସଂଯୁକ୍ତ କରନ୍ତୁ
11:38 ସର୍କିଟର ରେଖାଚିତ୍ରରେ Ground ସହିତ ସଂଯୋଗଗୁଡିକୁ ଉଲ୍ଲେଖ କରାଯାଇ ନାହିଁ
11:44 କିନ୍ତୁ Resistorର negative pinଗୁଡିକୁ ଏବଂ Voltage Sourceକୁ Groundରେ ଅଲଗା ଅଲଗା ସଂଯୁକ୍ତ କରିବା ଆବଶ୍ୟକ
11:51 ଏହା circuitରେ ଥିବା potential ପାଇଁ ଗୋଟିଏ ରେଫରେନ୍ସ ପଏଣ୍ଟକୁ ସୁନିଶ୍ଚିତ କରିଥାଏ
11:57 ବର୍ତ୍ତମାନ ଏହି class ସମ୍ପୂର୍ଣ୍ଣ ହୋଇଛି. Ctrl + Sକୁ ଦାବିବା ସହିତ ଏହି classକୁ ସେଭ୍ କରନ୍ତୁ
12:04 Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ. ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
12:10 classଟି ସଫଳତାର ସହ ସିମୁଲେଟ୍ ହୋଇଯାଇଛି
12:14 Variables browserର ଭଲ ଦୃଶ୍ୟମାନତା ପାଇଁ OMEditକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ
12:20 Variables Browserରେ Resistor କଲମକୁ ପ୍ରସାରିତ କରିବା ସହିତ Irକୁ ଚୟନ କରନ୍ତୁ
12:28 ଆଶା କରାଯାଇଥିବା ଭଳି ପ୍ରୋଫାଇଲ୍ sinusoidal ଅଟେ
12:33 ଯେହେତୁ Voltage Source ଗୋଟିଏ DC ବ୍ୟତିତ AC ସୋର୍ସ ଅଟେ
12:38 ତେଣୁ ଗୋଟିଏ ମୋଡେଲକୁ ଏହାର କମ୍ପୋନେଣ୍ଟର ଅଂଶଗୁଡିକରୁ ସୃଷ୍ଟି କରାଯିବା ସହିତ ସିମୁଲେଟ୍ କରାଯାଇଛି
12:44 ଏଠାରେ ବ୍ୟବହୃତ ହୋଇଥିବା Resistor ଓ Voltage Source classଗୁଡିକ ବିଷୟରେ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲରେ ଅଧିକ ଶିଖିବା
12:52 ସ୍ଲାଇଡକୁ ଫେରିଆସନ୍ତୁ
12:55 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:59 ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ Voltage Source ସହିତ ଦୁଇଟି resistorକୁ seriesରେ ସଂଯୁକ୍ତ କରନ୍ତୁ
13:07 simple electric circuit ପ୍ୟକେଜରେ ପ୍ରଦାନ କରାଯାଇଥିବା Voltage source ଓ Resistor ପାଇଁ କମ୍ପୋନେଣ୍ଟ ମୋଡେଲଗୁଡିକୁ ବ୍ୟବହାର କରନ୍ତୁ
13:15 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
13:21 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
13:26 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
13:32 ଆମେ ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ସମନ୍ଵୟ ରଖିଥାଉ. ପ୍ରଦର୍ଶିତ ୱେବସାଇଟକୁ ଯା’ନ୍ତୁ
13:38 ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଉ. ଅଧିକ ବିବରଣୀ ପାଇଁ ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ
13:47 Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
13:54 OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep