OpenModelica/C3/Annotations--in-Modelica/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Annotations ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ annotationକୁ ନିର୍ଦ୍ଦିଷ୍ଟ କରିବା ଏବଂ ଗୋଟିଏ recordକୁ କିପରି ପରିଭାଷିତ କରାଯାଏ ଶିଖିବା |
| 00:14 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica 1.9.2କୁ ବ୍ୟବହାର କରୁଛି |
| 00:20 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣ ନିମ୍ନଲିଖିତ ଯେକୌଣସି ଅପରେଟିଙ୍ଗ ସିଷ୍ଟମକୁ ବ୍ୟବହାର କରିପାରିବେ |
| 00:26 | ଏହି ଟ୍ୟୁଟୋରିଆଲକୁ ବୁଝିବା ଓ ଅଭ୍ୟାସ କରିବା ପାଇଁ ଆପଣଙ୍କର Modelicaରେ କ୍ଲାସ୍ ଡେଫିନିଶନ୍ ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:33 | ଦୟାକରି ଆମ ୱେବସାଇଟରେ ଉପଲବ୍ଧ ଥିବା ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 00:39 | Annotationଗୁଡିକ ଗୋଟିଏ classର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇପାରିବେ |
| 00:44 | ସେଗୁଡିକ ଗୋଟିଏ classରେ ସିମୁଲେଶନର ସେଟିଙ୍ଗକୁ ପରିବର୍ତ୍ତନ କରିବା, ସପୋର୍ଟିଙ୍ଗ documentationକୁ ସଂଯୁକ୍ତ କରିବା ଏବଂ icon and diagram viewsକୁ ସଂଯୁକ୍ତ କରିବାରେ ବ୍ୟବହାର କରାଯାଇପାରିବ |
| 00:56 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ସିମୁଲେଶନର ସେଟିଙ୍ଗକୁ ପରିବର୍ତ୍ତନ କରିବା ପାଇଁ ଆମେ ଟୂଲବାରରେ ଥିବା SimulationSetup ବଟନକୁ ବ୍ୟବହାର କରିଛେ |
| 01:05 | experiment ଗୋଟିଏ ମୋଡେଲ୍ ଆନୋଟେଶନ୍ ଅଟେ ଯାହା ନିମ୍ନଲିଖିତଗୁଡିକୁ ପରିବର୍ତ୍ତନ କରିବା ପାଇଁ ବ୍ୟବହାର କରାଯାଇପାରିବ: Start Time, Stop Time, Tolerance ଓ Interval |
| 01:19 | Tolerance ଓ Interval ଉପରେ ଆଲୋଚନା ଏହି ଟ୍ୟୁଟୋରିଆଲ୍ ସିରିଜରେ ସମ୍ଭବ ହେବ ନାହିଁ |
| 01:25 | ଏଠାରେ ଗୋଟିଏ ଉଦାହରଣ ଅଛି ଯାହା experiment ଆନୋଟେଶନର ସିଣ୍ଟାକ୍ସକୁ ଉପସ୍ଥାପିତ କରୁଛି |
| 01:32 | ବର୍ତ୍ତମାନ ଆମେ bouncingBallWithAnnotations ନାମକ କ୍ଲାସ୍ ମାଧ୍ୟମରେ experiment ଆନୋଟେଶନକୁ ବୁଝିବା |
| 01:40 | OMEditକୁ ଫେରିଆସନ୍ତୁ |
| 01:43 | ଦୟାକରି ଆମ ୱେବସାଇଟରେ ଉପଲବ୍ଧ ଥିବା ସମସ୍ତ ଫାଇଲଗୁଡିକୁ ଡାଉନଲୋଡ୍ କରନ୍ତୁ |
| 01:48 | ଏହି ଟ୍ୟୁଟୋରିଆଲ୍ ପାଇଁ ଦରକାରୀ ମୋଡେଲ୍ ଫାଇଲଗୁଡିକୁ ଖୋଲନ୍ତୁ |
| 01:54 | Ctrl+Oକୁ ଦାବନ୍ତୁ |
| 01:58 | ଆପଣଙ୍କ ଡେସ୍କଟପ୍ ଉପରେ ଉପଯୁକ୍ତ ସ୍ଥାନକୁ ଯା’ନ୍ତୁ ଏବଂ color.mo ଓ bouncingBallWithAnnotationsକୁ ଚୟନ କରନ୍ତୁ |
| 02:09 | ବର୍ତ୍ତମାନ ଏହି ଫାଇଲଗୁଡିକୁ OMEditରେ ଖୋଲନ୍ତୁ |
| 02:13 | ପ୍ରଥମେ bouncingBallWithAnnotationsକୁ ଦେଖନ୍ତୁ |
| 02:18 | ଏହି ମୋଡେଲ୍ bouncingBall ମୋଡେଲର ଗୋଟିଏ ଏକ୍ସଟେନଶନ୍ ଅଟେ ଯାହାକୁ ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିଛେ |
| 02:25 | ଦୟାକରି ଏହି ମୋଡେଲ୍ ଉପରେ ଅଧିକ ତଥ୍ୟ ପାଇଁ ପ୍ରାକ୍ ଆବଶ୍ୟକ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 02:31 | Libraries Browserରେ ଥିବା bouncingBallWithAnnotations ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 02:37 | ଉତ୍ତମ ଦୃଶ୍ୟମାନତା ପାଇଁ OMEdit ୱିଣ୍ଡୋକୁ ବାମପଟକୁ ସ୍ଥାନାନ୍ତର କରନ୍ତୁ |
| 02:42 | ଯଦି କ୍ଲାସ୍ Icon/Diagram Viewରେ ଖୋଲିବ ତେବେ text viewକୁ ଫେରିଆସନ୍ତୁ |
| 02:48 | ମୋଡେଲ୍ ବର୍ତ୍ତମାନ Text Viewରେ ଖୋଲିଯାଇଛି |
| 02:52 | ତଳକୁ ସାମାନ୍ୟ ସ୍କ୍ରୋଲ୍ କରନ୍ତୁ |
| 02:55 | ଏଠାରେ startTimeକୁ 0ରେ ଏବଂ stopTime କୁ 5ରେ ସେଟ୍ କରିବା ପାଇଁ experiment ଆନୋଟେଶନକୁ ବ୍ୟବହାର କରନ୍ତୁ |
| 03:04 | experiment ଆନୋଟେଶନ Simulation Setup ଟୂଲବକ୍ସ ଭଳି ସମାନ କାମ କରିଥାଏ |
| 03:11 | ଟୂଲବାର୍ ଉପରେ ଥିବା Simulation Setup ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:15 | ଏଠାରେ ଆପଣ ସମାନ stopTime ଓ startTime ଫିଲ୍ଡଗୁଡିକୁ ଦେଖିପାରିବେ |
| 03:21 | experiment ଆନୋଟେଶନକୁ ବ୍ୟବହାର କରି ଏହି ଫିଲ୍ଡଗୁଡିକର ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରନ୍ତୁ |
| 03:27 | ବର୍ତ୍ତମାନ ମୋଡେଲକୁ ସିମୁଲେଟ୍ କରନ୍ତୁ |
| 03:30 | Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:33 | variables browserରେ hକୁ ଚୟନ କରନ୍ତୁ |
| 03:37 | ଧ୍ୟାନଦିଅନ୍ତୁ ଯେ ସିମୁଲେଶନର ବ୍ୟବଧାନ 5 ୟୁନିଟ ଅଟେ |
| 03:42 | ଏହା experiment ଆନୋଟେଶନର startTime ଓ StopTime ଫିଲ୍ଡଗୁଡିକ ପାଇଁ ହୋଇଛି |
| 03:48 | ବର୍ତ୍ତମାନ hକୁ ଡି-ସିଲେକ୍ଟ କରିବା ସହିତ ପରିଣାମକୁ ଡିଲିଟ୍ କରନ୍ତୁ |
| 03:54 | ନିମ୍ନର ଡାହାଣପଟେ ଥିବା Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:58 | ବର୍ତ୍ତମାନ annotationsକୁ ବ୍ୟବହାର କରି documentationକୁ ସଂଯୁକ୍ତ କରିବା ବିଷୟରେ ଅଧିକ ଶିଖିବା |
| 04:06 | Documentation ଆନୋଟେଶନ୍ ଉପରେ ହାଇଲାଇଟ୍ ହୋଇଥିବା ଟେକ୍ସଟ ଦୃଶ୍ୟମାନ ହେବ |
| 04:11 | ବର୍ତ୍ତମାନ ମୁଁ Documentation ଆନୋଟଶନର ଗୋଟିଏ ପ୍ରୟୋଗକୁ ପ୍ରଦର୍ଶନ କରିବି |
| 04:17 | modeling କ୍ଷେତ୍ରର ଉପରିସ୍ଥ ବାମପଟକୁ ଯା’ନ୍ତୁ |
| 04:21 | ଚତୁଃର୍ଥ ବଟନ୍ ଉପରେ କ୍ଲିକ୍ କରନ୍ତୁ ଯାହା Documentation View ଅଟେ |
| 04:24 | ବ୍ରାଉଜରରେ Documentation ଆନୋଟେଶନରେ ଟାଇପ୍ ହୋଇଥିବା ଟେକ୍ସଟକୁ ଆପଣ ଦେଖିପାରିବେ |
| 04:31 | ଏହି କାର୍ଯ୍ୟଧାରା ବଡଧରଣର ମୋଡେଲଗୁଡିକରେ ଅର୍ଥପୁର୍ଣ୍ଣ ତଥ୍ୟକୁ ସଂଯୁକ୍ତ କରିବା ପାଇଁ ଅନୁମତି ଦେଇଥାଏ ଯାହା documentation ଆବଶ୍ୟକ କରେ |
| 04:40 | Documentation ବ୍ରାଉଜରକୁ ବନ୍ଦ କରିବା ସହିତ ସ୍ଲାଇଡକୁ ଫେରିଆସନ୍ତୁ |
| 04:46 | Record ଗୋଟିଏ ନିର୍ଦ୍ଦିଷ୍ଟ class ଅଟେ ଯାହା ଗୋଟିଏ ଡେଟା ଷ୍ଟ୍ରକଚରର recordକୁ ପରିଭାଷିତ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 04:52 | ଉଦାହରଣସ୍ଵରୂପ ବ୍ୟାଙ୍କ ଖାତାରେ ଜଣେ ବ୍ୟକ୍ତିଙ୍କର ନାମ, ବୟସ ପ୍ରଭୃତିର ରେକର୍ଡ ଫିଲ୍ଡଗୁଡିକ ଭାବେ ରହିଥାଏ |
| 05:01 | Records କେବଳ variableଗୁଡିକୁ ଧାରଣ କରିପାରିବେ. ସେଗୁଡିକ equationଗୁଡିକୁ ଧାରଣ ନକରିପାରନ୍ତି |
| 05:08 | ଏଠାରେ ଉଦାହରଣ ଭାବେ Person ନାମକ ଗୋଟିଏ ରେକର୍ଡ ପ୍ରଦର୍ଶିତ ହୋଇଛି |
| 05:13 | ଏହାର ଫିଲ୍ଡଗୁଡିକ ଭାବେ ନାମ ଓ ବୟସ ଅଛି |
| 05:17 | ରେକର୍ଡର ପରିଭଷାକୁ ପ୍ରଦର୍ଶନ କରିବା ପାଇଁ OMEditକୁ ଫେରିଆସନ୍ତୁ |
| 05:23 | ଡାହାଣପଟକୁ OMEdit ୱିଣ୍ଡୋକୁ ସ୍ଥାନାନ୍ତର କରନ୍ତୁ |
| 05:27 | ବର୍ତ୍ତମାନ Color ନାମଥିବା ଫାଇଲକୁ ବ୍ୟବହାର କରନ୍ତୁ |
| 05:31 | ଏହାକୁ Textviewରେ ଖୋଲିବା ପାଇଁ Libraries Browserରେ ଥିବା color ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 05:39 | ଏହି recordର red, blue ଓ green ନାମକ ତିନୋଟି ଭେରିଏବଲ୍ ଅଛି |
| 05:47 | ଟୂଲବାରରେ Simulate ବଟନ୍ ଆଦୌ ଦୃଶ୍ୟମାନ ହେଉ ନଥିବା ଆପଣ ଦେଖିପାରିବେ |
| 05:53 | ଏହା ସୂଚିତ କରୁଛି ଯେ ରେକର୍ଡଗୁଡିକୁ ସିମୁଲେଟ୍ କରାଯାଇପାରିବ ନାହିଁ |
| 05:58 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
| 06:01 | ଆନୋଟେଶନର ଉପାଦାନଗୁଡିକୁ ରେକର୍ଡ ଭାବେ ବୁଝିବା ସହଜସାଧ୍ୟ ଅଟେ |
| 06:07 | ଉଦାହରଣସ୍ଵରୂପ experiment ଆନୋଟେଶନକୁ ଗୋଟିଏ record ଭାବେ StartTime, StopTime, Interval ଓ Toleranceକୁ ଏହାର ଫିଲ୍ଡଗୁଡିକ ସହିତ ଅବଧାରଣା କରାଯାଇପାରିବ |
| 06:19 | ଗ୍ରାଫିକାଲ୍ ଉପାଦାନଗୁଡିକୁ ସମାନଭାବେ ଅନୁବାଦ କରାଯାଇପାରିବ |
| 06:23 | ଆମେ icon and diagram viewsକୁ ଆଲୋଚନା କରିବା ସମୟରେ ଆନୋଟେଶନଗୁଡିକୁ ରେକର୍ଡ ଭାବେ ଅନୁବାଦକୁ ଅଧିକ ଭଲ ଭାବେ ବୁଝିପାରିବା |
| 06:33 | ଗୋଟିଏ ଆସାଇନମେଣ୍ଟ ଭାବେ, |
| 06:35 | bouncingBallWithAnnotations classର ସିମୁଲେଶନ୍ ପାଇଁ stop timeକୁ 10ରୁ 20 ପର୍ଯ୍ୟନ୍ତ ପରିବର୍ତ୍ତନ କରନ୍ତୁ |
| 06:42 | ଏହି ଉଦ୍ଦେଶ୍ୟ ପାଇଁ experiment annotationକୁ ବ୍ୟବହାର କରନ୍ତୁ |
| 06:47 | ଏହି ପରିବର୍ତ୍ତନ ପରେ classକୁ ସିମୁଲେଟ୍ କରନ୍ତୁ |
| 06:50 | h vs timeକୁ ପ୍ଲଟ୍ କରନ୍ତୁ ଏବଂ ସିମୁଲେଶନ୍ ବନ୍ଦ ହେବା ସମୟରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 06:57 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 07:00 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 07:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ |
| 07:11 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ଆମେ ପ୍ରମାଣପତ୍ର ପ୍ରଦାନ କରିଥାଉ |
| 07:17 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର ଯଦି କିଛି ପ୍ରଶ୍ନ ଥାଏ ତେବେ ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
| 07:24 | ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡଗୁଡିକ ମଧ୍ୟରେ ଆମେ ସମନ୍ଵୟ ରଖିଥାଉ |
| 07:29 | ଦୟାକରି ନିମ୍ନଲିଖିତ ୱେବସାଇଟକୁ ଯା’ନ୍ତୁ |
| 07:32 | ଆମେ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରିଥାଉ |
| 07:38 | ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
| 07:43 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
| 07:50 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ |
| 07:56 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |