OpenModelica/C2/Introduction-to-OMEdit/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Introduction to OMEdit ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ OpenModelica ବିଷୟରେ ଶିଖିବା ସହିତ OMEdit ସହିତ ପରିଚିତ ହେବା |
| 00:15 | Libraries Browser ମଧ୍ୟରୁ ଗୋଟିଏ Classକୁ ଖୋଲିବା ସହିତ Libraries Browserରୁ ଏକ Classକୁ ସିମୁଲେଟ୍ କରନ୍ତୁ |
| 00:23 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.5 ଏବଂ Ubuntu Linux OS 14.04 ବ୍ୟବହାର କରୁଛି |
| 00:36 | କିନ୍ତୁ, ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହୋଇଥିବା ପ୍ରଣାଳି ଅନ୍ୟ OS ଯେପରି Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ |
| 00:48 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣଙ୍କର differential ଓ algebraic ସମୀକରଣଗୁଡିକ ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:55 | OpenModelica କ’ଣ?, OpenModelica ଗୋଟିଏ open-source ମୋଡେଲିଙ୍ଗ ଓ ସିମୁଲେଶନ୍ ଏନଭାଇରନମେଣ୍ଟ ଅଟେ |
| 01:03 | ଜଟିଳ ସିଷ୍ଟମଗୁଡିକ ପାଇଁ object-oriented, multi-domain ମୋଡେଲିଙ୍ଗ ଲାଙ୍ଗୁୟେଜ୍ ଅଟେ |
| 01:09 | ଯାହା ଉଭୟ ଶିଳ୍ପ ଓ ଶିକ୍ଷା ପାଇଁ ଉଦ୍ଦିଷ୍ଟ |
| 01:15 | ଚାଲନ୍ତୁ ପ୍ରଥମେ OMEdit କ’ଣ ଦେଖିବା |
| 01:19 | OMEditର ଅର୍ଥ OpenModelica Connection Editor ଅଟେ |
| 01:24 | ଏହା ଗ୍ରାଫିକାଲ୍ ମୋଡେଲ୍ ପାଇଁ ଗୋଟିଏ ନୂତନ Graphical User Interface ଅଟେ |
| 01:29 | ମୋଡେଲଗୁଡିକୁ ସୃଷ୍ଟି କିମ୍ବା ରୂପାନ୍ତର କରିବା ପାଇଁ ଏଥିରେ ବିଭିନ୍ନ ଫିଚରଗୁଡିକ ଉପଲବ୍ଧ ଅଛି |
| 01:34 | ବର୍ତ୍ତମାନ OMEdit ୱିଣ୍ଡୋକୁ ଯା’ନ୍ତୁ |
| 01:38 | ମୁଁ ମୋ ସିଷ୍ଟମରେ OMEdit ଇନଷ୍ଟଲ୍ କରିସାରିଛି |
| 01:43 | OMEdit ୱିଣ୍ଡୋକୁ ଖୋଲିବା ପାଇଁ Dash Homeରେ କ୍ଲିକ୍ କରନ୍ତୁ |
| 01:47 | ସର୍ଚ ବାରରେ OMEdit ଟାଇପ୍ କରନ୍ତୁ |
| 01:51 | ପ୍ରଦର୍ଶିତ ହୋଇଥିବା OMEdit ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:55 | OMEditରେ କ୍ଲିକ୍ କରିବା ଦ୍ଵାରା ଆମେ Welcome perspective ୱିଣ୍ଡୋକୁ ଦେଖିପାରିବା. ଏହା Recent Files ଓ Latest Newsର ଗୋଟିଏ ତାଲିକାକୁ ପ୍ରଦର୍ଶନ କରିବ |
| 02:06 | OMEdit ୱିଣ୍ଡୋର ବାମପଟେ ଆପଣ Libraries Browserକୁ ଦେଖିପାରିବେ. ଏଠାରେ ଲାଇବ୍ରେରୀଗୁଡିକର ଗୋଟିଏ ତାଲିକା ଥିବା ଆପଣ ଦେଖିପାରିବେ |
| 02:15 | Modelica ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
| 02:18 | ଏହା କରିବା ପାଇଁ, Modelica ଲାଇବ୍ରେରୀର ବାମପଟେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ |
| 02:23 | ଏଠାରେ ଉପଲବ୍ଧ ଥିବା ଲାଇବ୍ରେରୀଗୁଡିକୁ ଆପଣ ଦେଖିପାରିବେ |
| 02:28 | Thermal ଲାଇବ୍ରେରୀର ବାମପଟେ ଥିବା ଆରୋ ହେଡ୍ ଉପରେ କ୍ଲିକ୍ କରନ୍ତୁ |
| 02:31 | Thermal ଅଧିନରେ HeatTransfer ଲାଇବ୍ରେରୀ ପ୍ରାପ୍ତ ହେବ. ଏହାକୁ ପ୍ରସାରିତ କରନ୍ତୁ |
| 02:37 | ପୁନର୍ବାର ଅନେକ ପ୍ରକାରର ଲାଇବ୍ରେରୀଗୁଡିକ ପ୍ରଦର୍ଶିତ ହୋଇଥିବା ଆପଣ ଦେଖିପାରିବେ |
| 02:43 | ବର୍ତ୍ତମାନ, Example ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
| 02:47 | ଏଠାରେ ଆପଣ Heat Transfer ଉପରେ ଥିବା ବିଭିନ୍ନ ଉଦାହରଣଗୁଡିକୁ ଦେଖିପାରିବେ |
| 02:52 | TwoMasses ନାମକ କ୍ଲାସକୁ ଖୋଲନ୍ତୁ |
| 02:56 | TwoMasses ଉପରେ ରାଇଟ୍ କ୍ଲିକ୍ କରିବା ସହିତ Open Classକୁ ଚୟନ କରନ୍ତୁ |
| 03:01 | classକୁ ଖୋଲିବା ପାଇଁ ଆମେ class ନେମ୍ ଉପରେ ଡବଲ୍ କ୍ଲିକ୍ ମଧ୍ୟ କରିପାରିବା |
| 03:06 | ବର୍ତ୍ତମାନ ଆମେ Modeling Perspective ୱିଣ୍ଡୋ ଅଧ୍ୟରେ ଅଛେ |
| 03:10 | Diagram Viewରେ classଟି ଡିଫଲ୍ଟ ଭାବେ ଖୋଲିବ |
| 03:14 | ଯଦି Diagram Viewରେ କ୍ଲାସଟି ଖୋଲେ ନାହିଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ |
| 03:19 | ବିଭିନ୍ନ views ମଧ୍ୟରେ କିପରି ପରିବର୍ତ୍ତନ କରିପାରିବେ ତାହା ମୁଁ ପ୍ରଦର୍ଶନ କରିବି |
| 03:23 | modeling area ୱିଣ୍ଡୋ ଉପରେ ଆପଣ ମୋଡେଲଗୁଡିକର Diagram Viewକୁ ଦେଖିପାରିବେ |
| 03:28 | modeling areaର ଉପରିଭାଗରେ ଆପଣ ଚାରୋଟି ବିଭିନ୍ନ ଆଇକନକୁ ଦେଖିପାରିବେ |
| 03:33 | ପ୍ରଥମ ଆଇକନ୍ Icon Viewକୁ ଉପସ୍ଥାପିତ କରିବ |
| 03:37 | Modelର ଉପସ୍ଥାପନକୁ ଦେଖିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
| 03:41 | ପରବର୍ତ୍ତୀ ଆଇକନ୍ Diagram viewକୁ ଉପସ୍ଥାପନ କରିବ |
| 03:45 | ଡାଏଗ୍ରାମକୁ ଦେଖିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ ଯାହା ମୋଡେଲକୁ ଉପସ୍ଥାପନ କରିଥାଏ |
| 03:49 | ତୃତୀୟ ଆଇକନ୍ Text View ଆଇକନ୍ ଅଟେ |
| 03:52 | ଏହା ଉପରେ କ୍ଲିକ୍ କରନ୍ତୁ |
| 03:54 | ଏଠାରେ Two Masses କ୍ଲାସ ସହିତ Modelica କୋଡର ସମ୍ପର୍କ ଥିବା ଆପଣ ଦେଖିପାରିବେ |
| 04:00 | ଆସନ୍ତା ଟ୍ୟୁଟୋରିଆଲଗୁଡିକରେ OMEditରେ କିପରି କୋଡ୍ ଲେଖାଯାଏ ଆମେ ଶିଖିବା |
| 04:05 | ପରବର୍ତ୍ତୀ ଆଇକନରେ କ୍ଲିକ୍ କରନ୍ତୁ ଯାହା Documentation view ଅଟେ |
| 04:10 | OMEdit ୱିଣ୍ଡୋର ଡାହାଣପଟେ Documentation Browser ନାମକ ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ |
| 04:17 | ଏଠାରେ ମୋଡେଲ୍ ଉପରେ ପ୍ରଦତ୍ତ ସମ୍ପୂର୍ଣ୍ଣ ବିବରଣୀକୁ ଆମେ ପଢିପାରିବା |
| 04:23 | ବର୍ତ୍ତମାନ Documentation Browserକୁ ବନ୍ଦ କରନ୍ତୁ |
| 04:27 | ଗୋଟିଏ modelକୁ ସିମୁଲେଟିଙ୍ଗ କରିବା ପୂର୍ବରୁ ଆମେ modelର ସଠିକତାକୁ ଯାଞ୍ଚ କରିବା ଆବଶ୍ୟକ ଅଟେ |
| 04:32 | ଏହା କରିବା ପାଇଁ ପ୍ରଥମେ ଟୂଲ୍ ବାର୍ ଉପରେ Check All Models ବଟନକୁ ପ୍ରାପ୍ତ କରନ୍ତୁ |
| 04:37 | ଏହି ବଟନ୍ ଉପରେ ଧଳା ରଙ୍ଗର ଦୁଇଟି ଟିକ୍ ଚିହ୍ନ ଅଛି. ଏହା ଉପରେ କ୍ଲିକ୍ କରନ୍ତୁ |
| 04:43 | ତତ୍ କ୍ଷଣାତ୍ ୱିଣ୍ଡୋର ନିମ୍ନ ଭାଗରେ ଗୋଟିଏ Messages Browser ଖୋଲିଯାଇଥିବା ଲକ୍ଷ୍ୟ କରନ୍ତୁ |
| 04:48 | Modelica କ୍ଲାସ୍ ସହିତ ସମ୍ପର୍କ ଥିବା ବାର୍ତ୍ତାଗୁଡିକୁ ଏହା ପ୍ରଦର୍ଶନ କରିବ |
| 04:53 | ବର୍ତ୍ତମାନ ମୋଡେଲକୁ ସିମୁଲେଟ୍ କରିବା ପାଇଁ ଚେଷ୍ଟା କରନ୍ତୁ |
| 04:56 | ଏହା କରିବା ପାଇଁ ଟୁଲ୍ ବାରରେ ଥିବା ସବୁଜ ରଙ୍ଗର ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:02 | ଏହା Simulate ବଟନ୍ ଅଟେ ଯାହା ମୋଡେଲକୁ ସିମୁଲେଟ୍ କରିବା ପାଇଁ ବ୍ୟବହୃତ ହୋଇଛି |
| 05:06 | ଗୋଟିଏ Modelica classକୁ ସିମୁଲେଟ୍ କରିବା ପାଇଁ ଆପଣ Ctrl +Bକୁ ମଧ୍ୟ ଦାବିପାରିବେ |
| 05:11 | ସିମୁଲେଟ୍ କରିବା ଦ୍ଵାରା ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ |
| 05:14 | ଏହା classର କମ୍ପାଇଲେଶନ୍ ପ୍ରଣାଳିକୁ ପ୍ରଦର୍ଶନ କରିବ |
| 05:18 | ଥରେ କମ୍ପାଇଲେଶନ୍ ସଫଳ ହେଲା ପରେ ଆଉଟପୁଟ୍ ୱିଣ୍ଡୋ ବାର୍ତ୍ତାକୁ ପ୍ରଦର୍ଶନ କରିବ |
| 05:23 | Simulation process finished successfully. ଏହି ୱିଣ୍ଡୋକୁ ମିନିମାଇଜ୍ କରନ୍ତୁ |
| 05:30 | OMEdit ୱିଣ୍ଡୋରେ ଡିଫଲ୍ଟ ଭାବେ Plotting Perspective ଖୋଲିଯିବ |
| 05:35 | ଯଦି ଏହା ଖୋଲିବ ନାହିଁ ତେବେ ନିମ୍ନଭାଗରେ ଡାହାଣପଟେ ଥିବା Plotting ବଟନରେ କ୍ଲିକ୍ କରନ୍ତୁ |
| 05:40 | Plotting ୱିଣ୍ଡୋକୁ ଖୋଲିବା ପାଇଁ Ctrl +F3କୁ ମଧ୍ୟ ଦାବିପାରିବେ |
| 05:45 | ଏଠାରେ ଆପଣ Modelica classର ସିମୁଲେଶନର ପରିଣାମଗୁଡିକୁ ଦେଖିପାରିବେ |
| 05:50 | Plotting Perspectiveର ଡାହାଣପଟେ ଥିବା Variables Browser ୱିଣ୍ଡୋକୁ ଦେଖନ୍ତୁ |
| 05:55 | Variables Browser ଅଧିନରେ ମୁଁ, ଗୋଟିଏ Modelica classର ଇନପୁଟ୍ ଭେରିଏବଲ୍ ଭେଲ୍ୟୁଗୁଡିକୁ କିପରି ପରିବର୍ତ୍ତନ କରାଯାଏ ପ୍ରଦର୍ଶନ କରିବି |
| 06:03 | conduction ଭେରିଏବଲକୁ ପ୍ରସାରିତ କରନ୍ତୁ |
| 06:06 | Gର ଭେଲ୍ୟୁକୁ ପରିବର୍ତ୍ତନ କରିବା ସହିତ Q_flow ଓ dTର ଭେଲ୍ୟୁଗୁଡିକ କିପରି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କରନ୍ତୁ |
| 06:13 | ଡିଫଲ୍ଟ ଭାବେ, G = 10, Q_flow = 263.599 W ଓ dT = 26.3599 K ଅଟେ |
| 06:25 | Gର ଭେଲ୍ୟୁକୁ 10 ରୁ 15କୁ ପରିବର୍ତ୍ତନ କରନ୍ତୁ |
| 06:30 | ଏବଂ Enter ଦାବନ୍ତୁ |
| 06:32 | ୱିଣ୍ଡୋର ଉପରିଭାଗରେ ଡାହାଣପଟ କୋଣକୁ ଯା’ନ୍ତୁ |
| 06:35 | ଟୂଲବାର୍ ଉପରେ ଥିବା Re-simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:39 | ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ପ୍ରାପ୍ତ ହେବ. ଏହି ୱିଣ୍ଡୋକୁ ମିନିମାଇଜ୍ କରନ୍ତୁ |
| 06:44 | ଥରେ ସିମୁଲେଶନ୍ ସମ୍ପୂର୍ଣ୍ଣ ହେଲାପରେ ପରିବର୍ତ୍ତନଗୁଡିକୁ ଲେଖି ରଖନ୍ତୁ |
| 06:48 | Q_flow = 203.009 W ଓ dT = 13.5339 K |
| 06:56 | ବର୍ତ୍ତମାନ ଗୋଟିଏ ପ୍ଲଟ୍ କିପରି ସୃଷ୍ଟି କରାଯାଏ ମୁଁ ପ୍ରଦର୍ଶନ କରିବି |
| 07:00 | ଭେରିଏବଲ୍ dT ବିପକ୍ଷରେ ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
| 07:04 | X-axisରେ time ଓ Y-axisରେ dT ମଧ୍ୟରେ ଥିବା ଗୋଟିଏ ପ୍ଲଟକୁ ଆପଣ ଦେଖିପାରିବେ |
| 07:11 | ସମୟକ୍ରମେ ଦୁଇଟି ମାସ୍ ମଧ୍ୟରେ ସୃଷ୍ଟି ହେଉଥିବା ତାପାମାତ୍ରାର ପାର୍ଥକ୍ୟକୁ ଏହି ପ୍ଲଟ୍ ବର୍ଣ୍ଣନା କରିଥାଏ |
| 07:17 | ଡିଫଲ୍ଟ ଭାବେ ସିମୁଲେଶନ୍ 0 ରୁ 1 ଏକକ ସମୟ ମଧ୍ୟରେ ରନ୍ କରିଥାଏ |
| 07:22 | ବିକଳ୍ପ Simulation Setupକୁ ବ୍ୟବହାର କରି ଆପଣ ଏହି ବ୍ୟବଧାନକୁ ପରିବର୍ତ୍ତନ କରିପାରିବେ |
| 07:27 | ଏଥି ପାଇଁ Modeling Perspectiveକୁ ଯା’ନ୍ତୁ |
| 07:30 | ନିମ୍ନ ଡାହାଣପଟେ ଥିବା Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 07:33 | କିମ୍ବା Modeling ୱିଣ୍ଡୋକୁ ଖୋଲିବା ପାଇଁ Ctrl +F2 ଦାବନ୍ତୁ |
| 07:38 | ଟୂଲବାର୍ ଉପରେ ଥିବା ବିକଳ୍ପ Simulation Setup ଉପରେ କ୍ଲିକ୍ କରନ୍ତୁ |
| 07:43 | Simulation Setup ୱିଣ୍ଡୋକୁ ଖୋଲନ୍ତୁ |
| 07:46 | Stop Timeକୁ 5 ୟୁନିଟକୁ ପରିବର୍ତ୍ତନ କରନ୍ତୁ |
| 07:49 | Simulate ଚେକ୍ ବକ୍ସ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
| 07:52 | Okରେ କ୍ଲିକ୍ କରନ୍ତୁ |
| 07:55 | ଅତି ଶୀଘ୍ର ଆମେ ସଫଳତାର ବାର୍ତ୍ତା ଥିବା ୱିଣ୍ଡୋ ପ୍ରାପ୍ତ କରିବା |
| 07:59 | ଏହି ୱିଣ୍ଡୋକୁ ମିନିମାଇଜ୍ କରନ୍ତୁ |
| 08:02 | 0 ରୁ 5 ଏକକ ସମୟର ଏକ ସିମୁଲେଶନ୍ ବ୍ୟବଧାନ ସହିତ class ରି-ସିମୁଲେଟ୍ ହେବ |
| 08:08 | ସମୟ ବ୍ୟତିତ ଆମେ ଯେକୌଣସି ଭେରିଏବଲ୍ ମଧ୍ୟରେ ଗୋଟିଏ ପ୍ଲଟ୍ ପ୍ରାପ୍ତ କରିପାରିବା. ବର୍ତ୍ତମାନ ତାହାକୁ ଚେଷ୍ଟା କରନ୍ତୁ |
| 08:16 | ଟୁଲବାର୍ ଉପରେ ଥିବା New Parametric Plot Window ଉପରେ କ୍ଲିକ୍ କରନ୍ତୁ |
| 08:20 | ଦୁଇଟି ଭେରିଏବଲ୍ Q_flow ଓ dTକୁ ଚୟନ କରନ୍ତୁ ଯାହାକୁ ଆମେ ପ୍ଲଟ୍ କରିବାକୁ ଚାହୁଁଛେ |
| 08:26 | ବର୍ତ୍ତମାନ ଆପଣ X-axisରେ dT ଓ Y-axisରେ Q_flow ମଧ୍ୟରେ ଗୋଟିଏ ପ୍ଲଟକୁ ଦେଖିପାରିବେ |
| 08:34 | ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ତାପମାତ୍ରାର ପାର୍ଥକ୍ୟ କ୍ରମଶଃ ହ୍ରାସ ହେଉଥିବା ହେତୁ, ଏହା ତାପ ପରିବହନରେ ହେଉଥିବା ପରିବର୍ତ୍ତନକୁ ପ୍ରଦର୍ଶନ କରିବ |
| 08:40 | ଥରେ ଦରକାରୀ ପ୍ଲଟ୍ ସୃଷ୍ଟି ହୋଇସାରିବା ପରେ, ଆମେ ପରିଣାମଗୁଡିକୁ ଡିଲିଟ୍ କରିପାରିବା |
| 08:45 | Variables Browserରେ ଥିବା TwoMasses ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 08:49 | Delete Resultକୁ ଚୟନ କରନ୍ତୁ. ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି |
| 08:55 | OpenModelicaର ଗୋଟିଏ Help ମେନୁ ଅଛି |
| 08:58 | Menu ବାରକୁ ଯିବା ସହିତ ବିକଳ୍ପ Help ଉପରେ କ୍ଲିକ୍ କରନ୍ତୁ |
| 09:02 | ଏଠାରେ ଆମେ User Guide, System, Scripting ଓ Modelica Documentationକୁ ଦେଖିପାରିବା |
| 09:10 | ସଂକ୍ଷିପ୍ତରେ |
| 09:12 | ଏହି ଟ୍ୟୁଟୋରିଆଲରେ ଆମେ OpenModelica ବିଷୟରେ ଶିଖିଲେ |
| 09:16 | OMEditର ପରିଚୟ |
| 09:18 | Libraries Browser ମଧ୍ୟରୁ ଗୋଟିଏ Classକୁ ଖୋଲନ୍ତୁ |
| 09:21 | Libraries Browser ମଧ୍ୟରୁ ଗୋଟିଏ Classକୁ ସିମୁଲେଟ୍ କରନ୍ତୁ |
| 09:25 | ଗୋଟିଏ ଆସାଇନମେଣ୍ଟ ଭାବେ: Modelicaରେ Fluid ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
| 09:30 | Modelicaରେ Examples ଲାଇବ୍ରେରୀକୁ ପ୍ରସାରିତ କରନ୍ତୁ |
| 09:34 | HeatExchanger ଲାଇବ୍ରେରୀରେ HeatExchangerSimulation କ୍ଲାସକୁ ସିମୁଲେଟ୍ କରନ୍ତୁ |
| 09:39 | କିଛି ଇନପୁଟ୍ ଭେରିଏବଲଗୁଡିକର ଭେଲ୍ୟୁକୁ ପରିବର୍ତ୍ତନ କରିବା ସହିତ ରି-ସିମୁଲେଟ୍ କରନ୍ତୁ |
| 09:43 | Q_Flow_1 ଓ time ମଧ୍ୟରେ ଗୋଟିଏ ପ୍ଲଟ୍ ସୃଷ୍ଟି କରନ୍ତୁ |
| 09:48 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 09:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:08 | ଏହି Spoken Tutorial ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି? ଦୟାକରି ଏହି ସାଇଟକୁ ଯା’ନ୍ତୁ. ଆପଣଙ୍କ ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରନ୍ତୁ |
| 10:17 | ଆପଣଙ୍କ ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ. FOSSEE ଟିମରୁ କେହି ଜଣେ ସେଗୁଡିକର ଉତ୍ତର ଦେବେ |
| 10:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଏହି ଟ୍ୟୁଟୋରିଆଲ୍ ଆଧାରିତ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡିକ ପାଇଁ ଅଟେ. ଦୟାକରି ଏହା ଉପରେ ଅସମ୍ପର୍କୀତ ଏବଂ ସାଧାରଣ ପ୍ରଶ୍ନଗୁଡିକୁ ପୋଷ୍ଟ କରନ୍ତୁ ନାହିଁ. ଏହା କ୍ଲଟରକୁ ହ୍ରାସ କରିବାରେ ସାହାଯ୍ୟ କରିବ |
| 10:36 | ସ୍ଵଳ୍ପ କ୍ଲଟର୍ ସହିତ ଆମେ ଏହି ଆଲୋଚନାକୁ ନିର୍ଦ୍ଦେଶନାତ୍ମକ ସାମଗ୍ରୀ ଭାବେ ବ୍ୟବହାର କରିପାରିବା |
| 10:42 | ସୁପ୍ରଚଳିତ ବହିଗୁଡିକରେ ସମାଧାନ ହୋଇଥିବା ଉଦାହରଣଗୁଡିକର କୋଡକୁ FOSSEE ଟିମ୍ ସମନ୍ଵୟ ରଖନ୍ତି |
| 10:47 | ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
| 10:56 | FOSSEE ଟିମ୍ ବ୍ୟବସାୟିକ ସିମୁଲେଟର୍ ଲ୍ୟାବଗୁଡିକୁ OpenModelicaକୁ ସ୍ଥାନାନ୍ତର କରିବାରେ ସାହଯ୍ୟ କରନ୍ତି |
| 11:02 | ଏହି କାର୍ଯ୍ୟ ସମ୍ପନ୍ନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆମେ ପାରିତୋଷିକ ଓ ପ୍ରମାଣପତ୍ର ପ୍ରଦାନ କରିଥାଉ. ଅଧିକ ବିବରଣୀ ପାଇଁ ଏହି ସାଇଟକୁ ଯା’ନ୍ତୁ |
| 11:11 | Spoken Tutorial ଓ FOSSEE ପ୍ରୋଜେକ୍ଟଗୁଡିକ ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
| 11:20 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |