OpenModelica/C2/Developing-an-equation-based-model/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Developing an equation based model ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ OMEditରେ କିପରି ଗୋଟିଏ ଟେକ୍ସଚୁଆଲ୍ ମୋଡେଲ୍ ସ୍ରୁଷ୍ଟି କରିବା ସହିତ ଏହାକୁ ସିମୁଲେଟ୍ କରାଯାଏ ଶିଖିବା |
| 00:14 | ଭେରିଏବଲ୍ ଓ ସମୀକରଣଗୁଡିକୁ କିପରି ଘୋଷଣା କରିବା |
| 00:17 | Simulation Setup ଟୂଲବକ୍ସକୁ କିପରି ବ୍ୟବହାର କରିବା |
| 00:21 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ OpenModelica ଭର୍ସନ୍ 1.9.2 ଏବଂ Ubuntu Linux OS 14.04 ବ୍ୟବହାର କରୁଛି |
| 00:32 | କିନ୍ତୁ, ଏହି ପ୍ରକ୍ରିୟା Windows, Mac OS X କିମ୍ବା ARM ଉପରେ FOSSEE OS ଭଳି ସମାନ ଅଟେ |
| 00:40 | ଏହି ଟ୍ୟୁଟୋରିଆଲକୁ ବୁଝିବା ପାଇଁ ଆପଣ ଫୀଜିକାଲ୍ ସିଷ୍ଟମଗୁଡିକର ସମୀକରଣ ଆଧାରିତ ମୋଡେଲିଙ୍ଗ ଜାଣିଥିବା ଆବଶ୍ୟକ |
| 00:48 | ବସ୍ତୁତ୍ଵ m ଥିବା ଗୋଟିଏ ବଲର ଗତିକୁ ସିମୁଲେଟ୍ କରନ୍ତୁ ଯାହା free fall due to gravity ଅଧୀନରେ ହେବ |
| 00:54 | ଭୂମି ଠାରୁ ବଲର ଉଚ୍ଚତାକୁ ଭେରିଏବଲ୍ h ଦ୍ଵାରା ଉପସ୍ଥାପିତ କରାଯାଇଛି |
| 00:59 | ବଲର ଭେଲୋସିଟୀକୁ ଭେରିଏବଲ୍ v ଦ୍ଵାରା ଉପସ୍ଥାପିତ କରାଯାଇଛି |
| 01:04 | Acceleration due to gravityକୁ g ଦ୍ଵାରା ଉପସ୍ଥାପିତ କରାଯାଇଛି ଏବଂ ଏହାକୁ ଗୋଟିଏ ସ୍ଥିରାଙ୍କ ଭାବେ ନିଆଯାଇଛି |
| 01:10 | ଭୂମିଠାରୁ ଦୂରରେ ଥିବା ଭେରିଏବଲଗୁଡିକୁ ପଜିଟିଭ୍ ଭାବେ ଗ୍ରହଣ କରାଯାଏ |
| 01:16 | ଗୋଟିଏ ଫ୍ରୀ ଫଲିଙ୍ଗ ବଡୀ ପାଇଁ equations of motion ନିମ୍ନ ଭଳି ଅଟେ: dh/dt = v, dv/dt = g |
| 01:27 | t = 0 ସମୟରେ hର ଭେଲ୍ୟୁ 30 ଅଟେ ଏବଂ t = 0 ସମୟରେ vର ଭେଲ୍ୟୁ 0 ଅଟେ |
| 01:37 | ବର୍ତ୍ତମାନ OMEditକୁ ଯା’ନ୍ତୁ. ମୁଁ ଏହାକୁ ମୋ ସିଷ୍ଟମରେ ଲଞ୍ଚ କରିସାରିଛି |
| 01:43 | Ubuntu Linux Operating Systemରେ OMEditକୁ ଖୋଲିବା ପାଇଁ Dash Home ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଯାହା launcherର ବାମପଟେ ଦୃଶ୍ୟମାନ ହେଉଛି |
| 01:53 | search barରେ OMEdit ଟାଇପ୍ କରନ୍ତୁ |
| 01:56 | OMEdit ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:59 | OMEdit ଆଇକନ୍ ଉପରେ କ୍ଲିକ୍ କରିବା ଦ୍ଵାରା ଆପଣ ଏହି ଭଳି ଗୋଟିଏ ୱିଣ୍ଡୋକୁ ଦେଖିବାକୁ ପାଇବେ |
| 02:06 | ଏହାକୁ Welcome perspective ୱିଣ୍ଡୋ କୁହାଯାଏ |
| 02:09 | ଡିଫଲ୍ଟ ଭାବେ OMEdit, Welcome perspectiveରେ ଖୋଲିଥାଏ |
| 02:14 | ନିମ୍ନସ୍ଥ ଡାହାଣପଟ କୋଣରେ ଆପଣ Welcome, Modeling ଓ Plotting perspectives ପାଇଁ ବଟନଗୁଡିକୁ ପ୍ରାପ୍ତ କରିପାରିବେ |
| 02:23 | Modeling perspective ଉପରେ କ୍ଲିକ୍ କରନ୍ତୁ |
| 02:26 | ବର୍ତ୍ତମାନ Modeling perspective ଖୋଲିଯାଇଛି |
| 02:29 | ବାମପଟେ ଥିବା Libraries Browser, ନିମ୍ନରେ ଥିବା Messages Browser ଏବଂ modeling area ଭାବେ ଉପରେ ଥିବା Toolbarକୁ ରେଫର୍ କରନ୍ତୁ |
| 02:41 | file operations, graphical view ଓ simulation ସମ୍ପର୍କୀତ ବଟନଗୁଡିକ ଟୂଲବାରରେ ଅଛି |
| 02:51 | ଆଗକୁ ବଢିବା ସହିତ ଏହି ବଟନଗୁଡିକ ବିଷୟରେ ଆମେ ଅଧିକ କିଛି ଶିଖିବା |
| 02:55 | ବର୍ତ୍ତମାନ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବପେଜସ୍ଥିତ Code Files ଲିଙ୍କରେ ଉପଲବ୍ଧ ଥିବା freeFall କ୍ଲାସ ଫାଇଲକୁ ବ୍ୟବହାର କରନ୍ତୁ |
| 03:02 | ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରିବା ସହିତ ଏହାକୁ ଆପଣଙ୍କ ସିଷ୍ଟମରେ ସେଭ୍ କରନ୍ତୁ |
| 03:07 | ଏହି class ଫାଇଲକୁ ଖୋଲିବା ପାଇଁ ମେନୁ ବାରରେ ଥିବା File ମେନୁକୁ ଯା’ନ୍ତୁ |
| 03:13 | Open Model/Library File ଉପରେ କ୍ଲିକ୍ କରନ୍ତୁ |
| 03:17 | ଆପଣଙ୍କ ସିଷ୍ଟମରେ ଡାଉନଲୋଡ୍ ଓ ସେଭ୍ ହୋଇଥିବା freeFall ଫାଇଲକୁ ପ୍ରାପ୍ତ କରିବା ସହିତ ଏହାକୁ ଖୋଲନ୍ତୁ |
| 03:24 | ଆପଣ Open Model/Library File ନାମକ ଟୂଲକୁ ବ୍ୟବହାର କରିପାରିବେ ଯାହା ଗୋଟିଏ ଫାଇଲକୁ ଖୋଲିବା ପାଇଁ କର୍ସର୍ ନିର୍ଦ୍ଦେଶିତ କରୁଛି |
| 03:34 | Libraries Browserରେ freeFall ଆଇକନର ଦୃଶ୍ୟମାନତାକୁ ଲକ୍ଷ୍ୟ କରନ୍ତୁ |
| 03:39 | Libraries Browser ସମସ୍ତ classଗୁଡିକୁ ପ୍ରଦର୍ଶନ କରିବ ଯାହା OMEditର ଗୋଟିଏ ସେସନରେ ଲୋଡ୍ ହୋଇଛି |
| 03:45 | freeFall ଆଇକନ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ View Classକୁ ଚୟନ କରନ୍ତୁ |
| 03:52 | ବର୍ତ୍ତମାନ class, Diagram ଭ୍ୟୁରେ ଖୋଲିଯାଇଛି |
| 03:56 | ଯଦି class, Diagram ଭ୍ୟୁରେ ଖୋଲୁ ନାହିଁ, ତେବେ ଚିନ୍ତିତ ହୁଅନ୍ତୁ ନାହିଁ |
| 04:00 | ବିଭିନ୍ନ ଭ୍ୟୁଗୁଡିକ ମଧ୍ୟରେ କିପରି ପରିବର୍ତ୍ତନ କରାଯାଏ, ମୁଁ ପ୍ରଦର୍ଶନ କରିବି |
| 04:04 | Modeling areaର ଉପରିଭାଗକୁ ଯା’ନ୍ତୁ |
| 04:07 | ଧ୍ୟାନଦିଅନ୍ତୁ ଯେ ଦ୍ଵିତୀୟ ବଟନ୍ Diagram ଭ୍ୟୁ ପାଇଁ ଅଟେ |
| 04:10 | ତୃତୀୟ ବଟନ୍ Text View ଅଟେ |
| 04:13 | Text Viewକୁ ପରିବର୍ତ୍ତନ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
| 04:17 | ବର୍ତ୍ତମାନ Text ଭ୍ୟୁରେ class ଖୋଲିଯାଇଛି |
| 04:20 | ଧ୍ୟାନଦିଅନ୍ତୁ ଯେ ପ୍ରଥମ ବଟନ୍ Icon View ପାଇଁ ଅଟେ |
| 04:24 | ପରବର୍ତ୍ତୀ ସମୟରେ ଆମେ Icon view ଓ Diagram view ବିଷୟରେ ଅଧିକ ଶିଖିବା |
| 04:29 | ଆପଣ freeFall ନାମକ ଗୋଟିଏ ନୂତନ class ମଧ୍ୟ ସୃଷ୍ଟି କରିବା ସହିତ ଆବଶ୍ୟକୀୟ ତଥ୍ୟକୁ ଟାଇପ୍ କରନ୍ତୁ |
| 04:36 | ଗୋଟିଏ ନୂତନ class ସୃଷ୍ଟି କରିବା ସକାଷେ File ମେନୁକୁ ଯା’ନ୍ତୁ |
| 04:40 | New Modelica Class ଚୟନ କରନ୍ତୁ |
| 04:43 | ଦୃଶ୍ୟମାନ ହେଲା ଭଳି ଗୋଟିଏ ଡାଇଲଗ୍ ବକ୍ସ ପପ୍ ଅପ୍ ହେବ |
| 04:46 | ଡାଇଲଗ୍ ବକ୍ସର Name ଫିଲ୍ଡରେ freeFall ଟାଇପ୍ କରନ୍ତୁ |
| 04:51 | ଗୋଟିଏ ଭିନ୍ନ ନାମ freeFall1କୁ ବ୍ୟବହାର କରନ୍ତୁ ଯେହେତୁ OMEditରେ freeFall class ଖୋଲାଯାଇଛି |
| 04:58 | ଧ୍ୟାନଦିଅନ୍ତୁ ଯେ ଦୁଇଟି କ୍ଲାସର ସମାନ ନାମ ହୋଇପାରିବ ନାହିଁ |
| 05:03 | Specialization ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରନ୍ତୁ. Classକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ |
| 05:10 | ଗୋଟିଏ ନୂତନ class ସୃଷ୍ଟି ହୋଇଯାଇଛି |
| 05:13 | ଗୋଟିଏ ନୂତନ classକୁ ଖୋଲିବା ପାଇଁ ଆପଣ New Modelica class ନାମକ ଗୋଟିଏ toolକୁ ବ୍ୟବହାର କରିପାରିବେ |
| 05:20 | annotation sectionକୁ ଡିଲିଟ୍ କରନ୍ତୁ |
| 05:23 | ବର୍ତ୍ତମାନ ଆପଣ ଏଠାରେ ଆବଶ୍ୟକୀୟ ତଥ୍ୟକୁ ଟାଇପ୍ କରିବା ସହିତ ଏହି classକୁ ସେଭ୍ କରିପାରିବେ |
| 05:29 | ଏହି classକୁ ସେଭ୍ କରିବା ସହିତ ମେନୁ ବାରରେ ଥିବ File ମେନୁକୁ ଯିବା ସହିତ Save ଉପରେ କ୍ଲିକ୍ କରନ୍ତୁ |
| 05:36 | ଏହି ଫାଇଲ୍ ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନ ଚୟନ କରିବା ସହିତ ଏହାକୁ ସେଭ୍ କରନ୍ତୁ |
| 05:41 | ବର୍ତ୍ତମାନ freeFall classକୁ ବ୍ୟବହାର କରି Modelicaର ସିଣ୍ଟାକ୍ସକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ |
| 05:47 | ତେଣୁ freeFall classକୁ ଫେରିଆସନ୍ତୁ |
| 05:49 | Modelling areaର ଉଅପରିଭାଗକୁ ଯିବା ସହିତ freeFall ଟାବ୍ ଉପରେ କ୍ଲିକ୍ କରନ୍ତୁ |
| 05:54 | Modelicaରେ ଥିବା ପ୍ରୋଗ୍ରାମଗୁଡିକ classes ଆକାରରେ ସଜ୍ଜିତ ହୋଇଛନ୍ତି |
| 05:58 | ଗୋଟିଏ classର ପ୍ରଥମ ଲାଇନ୍ ଏହାର ନାମକୁ ପରିଭାଷିତ କରୁଛି |
| 06:02 | ଏହି classର ନାମ freeFall ଅଟେ |
| 06:05 | ପ୍ରତ୍ୟେକ classର ଶେଷ ଭାଗକୁ ସୂଚିତ କରିବା ପାଇଁ ନିଶ୍ଚିତରୂପେ ଗୋଟିଏ end statement ଅଛି |
| 06:11 | ଏହି classର variable declarations ଓ equationଗୁଡିକ ଅଛି |
| 06:15 | variableଗୁଡିକୁ କିପରି ଘୋଷଣା କରାଯାଏ ମୁଁ ପ୍ରଦର୍ଶନ କରିବି |
| 06:18 | Real, data-typeକୁ ଉପସ୍ଥାପିତ କରୁଛି |
| 06:21 | ଭୂମିଠାରୁ ବଲର ଉଚ୍ଚତାକୁ h ଉପସ୍ଥାପିତ କରୁଛି |
| 06:25 | Real variableର start ଗୋଟିଏ ଆଟ୍ରିବ୍ୟୁଟ୍ ଅଟେ |
| 06:29 | ପ୍ରତ୍ୟେକ data-typeର ନିର୍ଦ୍ଦିଷ୍ଟ ଆଟ୍ରିବ୍ୟୁଟଗୁଡିକ ଅଛନ୍ତି ଯେଉଁଗୁଡିକ ଭେରିଏବଲ୍ ସମ୍ବନ୍ଧିତ ଦରକାରୀ ତଥ୍ୟକୁ ନିର୍ଦ୍ଦିଷ୍ଟ କରିଥା’ନ୍ତି |
| 06:36 | start ଆଟ୍ରିବ୍ୟୁଟ୍ ଗୋଟିଏ variableର ଆରମ୍ଭ ଭେଲ୍ୟୁକୁ ନିର୍ଦ୍ଦେଶିତ କରିଥାଏ |
| 06:41 | hର ଇନିଶିଆଲ୍ ଭେଲ୍ୟୁ 30 ୟୁନିଟ୍ ଅଟେ |
| 06:45 | unit attribute ଗୋଟିଏ ଭେରିଏବଲର ଏକକକୁ ନିର୍ଦ୍ଦେଶିତ କରିଥାଏ |
| 06:49 | hର ଏକକ metre ଅଟେ |
| 06:52 | ପ୍ରତ୍ୟେକ variable declaration ନିଶ୍ଚିତରୂପେ ଗୋଟିଏ semi-colonରେ ଶେଷ ହୋଇଥାଏ |
| 06:57 | v, ବଲର velocityକୁ ଉପସ୍ଥାପିତ କରିଥାଏ. ଏହା Real data-type ଅଟେ |
| 07:02 | vର ଆରମ୍ଭ ଭେଲ୍ୟୁ ଯିରୋ ଅଟେ. ଏହାର ଏକକ meter per second ଅଟେ |
| 07:09 | g, acceleration due to gravityକୁ ଉପସ୍ଥାପିତ କରିଥାଏ. ଏହା Real data-type ଅଟେ. ଏବଂ ଏହାର ଏକକ meter per second square ଅଟେ |
| 07:18 | parameter ଗୋଟିଏ ପରିମାଣ ଯାହା ଗୋଟିଏ ସିମୁଲେଶନ୍ ରନ୍ ହେବା ସମୟରେ ସ୍ଥିର ରହିଥାଏ |
| 07:24 | ରନ୍ ହେଉଥିବା ସମ୍ପୂର୍ଣ୍ଣ ସିମୁଲେଶନ୍ ମଧ୍ୟରେ ଭେଲ୍ୟୁ 9.81 ସହିତ g ସର୍ବଦା ସ୍ଥିର ରହିଥାଏ |
| 07:32 | ବ୍ୟବହାର ହେଉଥିବା ଚିହ୍ନର ପ୍ରଥାନୁସାରେ ନେଗେଟିଭ୍ ଚିହ୍ନ ଅଛି |
| 07:36 | ଡବଲ୍ କ୍ଵୋଟ୍ ମଧ୍ୟରେ ଥିବା ଟେକ୍ସଟ comment ଅଟେ ଯାହାକୁ gର ଘୋଷଣା ସହିତ ଲେଖାଯାଇଛି |
| 07:42 | Comments ପ୍ରୋଗ୍ରାମ୍ ବିଷୟରେ ଦରକାରୀ ତଥ୍ୟକୁ ଉପଲବ୍ଧ କରାଇଥାଏ. ସେଗୁଡିକ ଡକୁମେଣ୍ଟେଶନ୍ ପାଇଁ ମଧ୍ୟ ଦରକାରୀ ଅଟନ୍ତି |
| 07:49 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
| 07:52 | parameter ଗୋଟିଏ ପରିମାଣ ଯାହା ଗୋଟିଏ ସିମୁଲେଶନ୍ ରନ୍ ହେବା ସମୟରେ ସ୍ଥିର ରହିଥାଏ |
| 07:57 | Real, Integer, Boolean ଓ String data-types, Modelicaରେ ସମର୍ଥିତ ଅଟନ୍ତି |
| 08:03 | start ଓ unit attributeଗୁଡିକ ପରିଭାଷିତ ହୋଇସାରିଛି |
| 08:07 | min attribute, ଗୋଟିଏ variableର ମିନିମମ୍ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ |
| 08:10 | ସେହିପରି max attribute, variableର ମାକ୍ସିମମ୍ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ |
| 08:16 | OMEditକୁ ଫେରିଆସନ୍ତୁ |
| 08:19 | equation, ଗୋଟିଏ classର equation sectionର ଆରମ୍ଭକୁ ଦର୍ଶାଇଥାଏ |
| 08:25 | commentsକୁ ଇନସର୍ଟ କରିବା ପାଇଁ ଏହା ଗୋଟିଏ ବିକଳ୍ପ ମାର୍ଗ ଅଟେ |
| 08:30 | ଗୋଟିଏ ଫ୍ରୀ ଫଲିଙ୍ଗ ବଡୀ ପାଇଁ ଥିବା ଦୁଇଟି equations of motion ଯାହା ପୂର୍ବେ ଆଲୋଚିତ ହୋଇସାରିଛି, ଏଠାରେ ସଂଯୁକ୍ତ କରାଯାଇଛି |
| 08:38 | der(), time derivative ପାଇଁ Modelica ଫଙ୍କଶନ୍ ଅଟେ |
| 08:43 | ତେଣୁ der(h), dh/dtକୁ ଉପସ୍ଥାପିତ କରିଥାଏ |
| 08:48 | ଏବଂ der(v), dv/dtକୁ ଉପସ୍ଥାପିତ କରିଥାଏ |
| 08:52 | ପ୍ରତ୍ୟେକ equation ଗୋଟିଏ semi-colon ସହିତ ସମାପ୍ତ ହୋଇଥାଏ |
| 08:57 | ଏହି classକୁ କିପରି ସିମୁଲେଟ୍ କରାଯାଏ ମୁଁ ତାହା ପ୍ରଦର୍ଶନ କରିବି |
| 09:00 | ଟୂଲବାର୍ ଉପରେ ଥିବା simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 09:04 | ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:07 | ଏହି ୱିଣ୍ଡୋ Plotting perspective ଭାବେ ପରିଚିତ ଅଟେ |
| 09:11 | ଗୋଟିଏ କ୍ଲାସର ସଫଳ ସିମୁଲେଶନ୍ ପରେ, Plotting perspective ସ୍ଵୟଂ ଖୋଲିଯାଇଥାଏ |
| 09:17 | Variables browser ଗୋଟିଏ classର variables ଓ parameters ସମ୍ପର୍କୀତ ତଥ୍ୟକୁ ପ୍ରଦର୍ଶିତ କରିଥାଏ |
| 09:24 | ଧ୍ୟାନଦିଅନ୍ତୁ ଯେ Unit ଓ Description ନାମକ କଲମଗୁଡିକ ଅଛନ୍ତି |
| 09:29 | Unit କଲମ୍ ଭେରିଏବଲଗୁଡିକର units ପାଇଁ ନିର୍ଦ୍ଦିଷ୍ଟ ଅଟେ, ଯାହାକୁ Unit ଆଟ୍ରିବ୍ୟୁଟ୍ ବ୍ୟବହାର କରି ପରିଭାଷିତ କରାଯାଇଛି |
| 09:37 | Description କଲମ୍, variable declarations ସହିତ ଡବଲ୍ କ୍ଵୋଟ୍ ମଧ୍ୟରେ ଲେଖାଥିବା commentsକୁ ପ୍ରଦର୍ଶିତ କରୁଛି |
| 09:45 | ଗୋଟିଏ plot କିପରି ସୃଷ୍ଟି କରାଯାଏ ମୁଁ ପ୍ରଦର୍ଶନ କରିବି. hକୁ ଚୟନ କରନ୍ତୁ |
| 09:51 | ଏହା y-axisରେ h ଏବଂ x-axisରେ time ସହିତ h with respect to timeର ପ୍ଲଟକୁ ସୃଷ୍ଟି କରିଥାଏ |
| 10:01 | ଡିଫଲ୍ଟ ଭାବେ ସିମୁଲେଶନ୍, ସମୟର 0 ଠାରୁ 1 ଏକକ ମଧ୍ୟରେ ରନ୍ କରିଥାଏ |
| 10:07 | timeର ଏକକ ସିଷ୍ଟମ୍ ଉପରେ ବ୍ୟବହୃତ ହୋଇଥିବା ଅନ୍ୟ ଭେରିଅବଲଗୁଡିକର units ଉପରେ ନିର୍ଭର କରିଥାଏ |
| 10:13 | hକୁ ଡିସିଲେକ୍ଟ କରନ୍ତୁ |
| 10:17 | ଥରେ ଆବଶ୍ୟକ ପ୍ଲଟ୍ ସୃଷ୍ଟି ହୋଇଯିବା ପରେ, ପରିଣାମଗୁଡିକୁ ଡିଲିଟ୍ କରିଦେବା ସର୍ବଦା ଗୋଟିଏ ଭଲ ଅଭ୍ୟାସ ଅଟେ |
| 10:25 | ଏହି ପରିଣାମକୁ ଡିଲିଟ୍ କରିବା ପାଇଁ freeFall ଉପରେ ରାଇଟ୍ କ୍ଲିକ୍ କରିବା ସହିତ Delete resultକୁ ଚୟନ କରନ୍ତୁ |
| 10:33 | ବର୍ତ୍ତମାନ ପରିଣାମ ଡିଲିଟ୍ ହୋଇଯାଇଛି |
| 10:36 | Modeling perspectiveକୁ ଫେରିଆସନ୍ତୁ |
| 10:39 | ନିମ୍ନ ଭାଗରେ ଥିବା Modeling ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 10:43 | Modelicaରେ model ସହିତ ସମାନ ଭାବେ class ବ୍ୟବହୃତ ହୋଇଛି |
| 10:48 | ସମାନ ପରିଣାମ ପ୍ରାପ୍ତ କରିବା ପାଇଁ ଜଣେ ଏଠାରେ class ବ୍ୟତିତ modelକୁ ବ୍ୟବହାର କରିପାରିବ |
| 10:54 | ବର୍ତ୍ତମାନ ସିମୁଲେଶନ୍ ପାଇଁ time intervalକୁ କିପରି ପରିବର୍ତ୍ତନ କରାଯାଏ ମୁଁ ପ୍ରଦର୍ଶନ କରିବି |
| 11:01 | toolbarରେ ଉପସ୍ଥିତ ଥିବା Simulation Setup ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 11:06 | General ଟାବ୍ ଅଧୀନସ୍ଥ Stop time ଫିଲ୍ଡକୁ ପ୍ରାପ୍ତ କରନ୍ତୁ. ଏହାକୁ 5 unitsକୁ ପରିବର୍ତ୍ତନ କରନ୍ତୁ |
| 11:14 | Simulateରେ କ୍ଲିକ୍ କରିବା ସହିତ ଦୃଶ୍ୟମାନ ହେଉଥିବା ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 11:21 | Variables browserରେ ପୁନର୍ବାର hକୁ ଚୟନ କରନ୍ତୁ |
| 11:26 | ଏହା h v/s time ପ୍ଲଟ୍ ସୃଷ୍ଟି କରିବ |
| 11:29 | ଧ୍ୟାନଦିଅନ୍ତୁ ଯେ ସମୟର ବ୍ୟବଧାନ 5 unitsକୁ ବୃଦ୍ଧି ହୋଯାଇଛି |
| 11:33 | କିନ୍ତୁ hର ଭେଲ୍ୟୁ ଯିରୋଠାରୁ ନିମ୍ନକୁ ଚାଲିଯାଇଛି ଯାହା ଗ୍ରହଣଯୋଗ୍ୟ ନୁହେଁ |
| 11:40 | ଏହି ଅବସ୍ଥାକୁ କିପରି ସୁଧାର କରାଯାଇପାରିବ ତାହା ଅମେ ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା |
| 11:45 | ଏହି ପରିଣାମକୁ ଡିଲିଟ କରିବା ପାଇଁ freeFall ଉପରେ ରାଇଟ୍ କ୍ଲିକ୍ କରିବା ସହିତ Delete resultକୁ ଚୟନ କରନ୍ତୁ |
| 11:53 | ନିମ୍ନର ଡାହାଣପଟେ ଥିବା Modeling perspectiveରେ କ୍ଲିକ୍ କରିବା ସହିତ Modeling ପର୍ସ୍ପେକ୍ଟିଭକୁ ଫେରିଆସନ୍ତୁ |
| 11:59 | ସମୀକରଣଗୁଡିକର ସଂଖ୍ୟା ଭେରିଏବଲଗୁଡିକର ସଂଖ୍ୟା ସହିତ ସମାନ ବୋଲି ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ଅଟେ |
| 12:07 | classର ଦୁଇଟି ଭେରିଏବଲ୍ ଓ ଦୁଇଟି ସମୀକରଣ ଅଛି |
| 12:11 | ବର୍ତ୍ତମାନ ପ୍ରଥମ equationକୁ ଡିଲିଟ କରିବା ସହିତ ଏହି classକୁ ସିମୁଲେଟ୍ କରିବା ଦ୍ଵାରା କ’ଣ ହେଉଛି ଲକ୍ଷ୍ୟ କରନ୍ତୁ |
| 12:18 | ମୁଁ ପ୍ରଥମ equationକୁ ଡିଲିଟ୍ କରିସାରିଛି |
| 12:21 | freeFall ଟାବରେ ଥିବା class ନାମ କଡରେ ଦୃଶ୍ୟମାନ ହେଉଥିବା ଗୋଟିଏ ଷ୍ଟାରକୁ ଲକ୍ଷ୍ୟ କରନ୍ତୁ |
| 12:28 | ଏହା class ରେ ହୋଇଥିବା ପରିବର୍ତ୍ତନଗୁଡିକ ସେଭ୍ ହୋଇନାହିଁ ବୋଲି ସୂଚିତ କରେ |
| 12:31 | ତେଣୁ ଗୋଟିଏ ପରିବର୍ତ୍ତନ କରିସାରିଲା ପରେ classଟିକୁ ସେଭ୍ କରିବା ଗୋଟିଏ ଭଲ ଅଭ୍ୟାସ ଅଟେ |
| 12:38 | ଏହି classକୁ ସେଭ୍ କରିବା ପାଇଁ, File ମେନୁକୁ ଯିବା ସହିତ Save ଉପରେ କ୍ଲିକ୍ କରନ୍ତୁ |
| 12:44 | ଅପଣ toolbarରେ ଥିବା Save ବଟନକୁ ମଧ୍ୟ ବ୍ୟବହର କରିପାରିବେ ଯାହା ଗୋଟିଏ ଫାଇଲକୁ ସେଭ୍ କରିବା ପାଇଁ କର୍ସର୍ ସୂଚିତ କରୁଛି |
| 12:53 | ବର୍ତ୍ତମାନ Simulate ବଟନ୍ ଉପରେ କ୍ଲିକ୍ କରିବା ସହିତ ଏହି classକୁ ସିମୁଲେଟ୍ କରନ୍ତୁ |
| 12:59 | Messages browserରେ ଗୋଟିଏ ତୃଟି ବାର୍ତ୍ତା ପପ୍ ଅପ୍ ହେବାକୁ ଲକ୍ଷ୍ୟ କରନ୍ତୁ |
| 13:04 | ଏହା ଦର୍ଶାଏ ଯେ ଏଠାରେ ଅନେକ କମ୍ ସମୀକରଣଗୁଡିକ ଅଛନ୍ତି ଏବଂ ମୋଡେଲରେ ଗୋଟିଏ equation ଏବଂ ଦୁଇଟି variable ଅଛି. ତେଣୁ ଏହା ସିମୁଲେଟ୍ ହୋଇପାରିବ ନାହିଁ |
| 13:14 | ପୁନର୍ବାର equationକୁ ଏହାର ପୂର୍ବ ସ୍ଥାନରେ ଇନସର୍ଟ କରନ୍ତୁ ଏବଂ toolbarରେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 13:24 | ଏହି classକୁ ସିମୁଲେଟ୍ କରିବା ପାଇଁ ପୁନର୍ବାର Simulate ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 13:29 | classଟି ସଫଳତାର ସହ ସିମୁଲେଟ୍ ହେବାକୁ ଲକ୍ଷ୍ୟ କରନ୍ତୁ ଯେହେତୁ equationଗୁଡିକର ସଂଖ୍ୟା variableଗୁଡିକର ସଂଖ୍ୟା ସହିତ ସମାନ ହୋଇଯାଇଛି |
| 13:37 | ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 13:40 | ସ୍ଲାଇଡକୁ ଫେରିଆସନ୍ତୁ |
| 13:43 | der(), time derivative ପାଇଁ Modelica ଫଙ୍କଶନ୍ ଅଟେ |
| 13:48 | ଏଠାରେ equationଗୁଡିକ ପାଇଁ ଡେଟାର ଫ୍ଲୋର ଦିଗ ନାହିଁ |
| 13:52 | ଉଦାହରଣସ୍ଵରୂପ der(h) = vକୁ v = der(h) ଭାବେ ଲେଖାଯାଇପାରେ |
| 14:00 | ପ୍ରାରମ୍ଭିକ ଅବସ୍ଥାଗୁଡିକୁ ପ୍ରବେଶ କରିବା ପାଇଁ Initial equations sectionକୁ ବ୍ୟବହାର କରାଯାଇଥାଏ |
| 14:05 | ପରବର୍ତ୍ତୀ ସମୟରେ ଆମେ Initial equation ବିଷୟରେ ଅଧିକ ଶିଖିବା |
| 14:10 | ଗୋଟିଏ ଆସାଇନମେଣ୍ଟ ଭାବେ, differential ସମୀକରଣ, dx/dt = -a into x , ଯେଉଁଠି a = 1, x belongs to Rକୁ ସିମୁଲେଟ୍ କରିବା ଏବଂ t=0 ଯାହା 5 ସମୟରେ xର ଭେଲ୍ୟୁକୁ ପ୍ରାପ୍ତ କରିବା ପାଇଁ ଗୋଟିଏ model ଲେଖନ୍ତୁ |
| 14:28 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 14:31 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 14:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଇଥାଉ, ପ୍ରମାଣପତ୍ର ପ୍ରଦାନ କରିଥାଉ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
| 14:43 | Spoken Tutorial Project ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
| 14:49 | OpenModelicaକୁ ବିକଶିତ କରୁଥିବା ଟିମକୁ ସେମାନଙ୍କର ସହଯୋଗ ପାଇଁ ଆମେ ଧନ୍ୟବାଦ ଦେଉଛୁ |
| 14:53 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |