OpenFOAM/C3/Installing-and-Running-PyFoam/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, PyFoamକୁ ଇନଷ୍ଟଲ୍ ଓ ରନ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, PyFoamକୁ କିପରି ଇନଷ୍ଟଲ୍ ଓ ଯାଞ୍ଚ କରିବା ଏବଂ ସମାନ ପାଇଁ ଆବଶ୍ୟକୀୟ ସୋପାନଗୁଡିକ
00:17 PyFoam କ’ଣ?
00:19 OpenFOAMର ଇନଷ୍ଟଲେଶନକୁ ଯାଞ୍ଚ କରିବା
00:22 Python, Numpy ଓ Gnuplotକୁ ଇନଷ୍ଟଲ୍ କରିବା
00:27 pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା
00:30 ସୋର୍ସଗୁଡିକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା
00:33 ଏବଂ PyFoam କାମ କରୁଛି କି ନାହିଁ ଯାଞ୍ଚ କରିବା
00:38 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System ଭର୍ସନ୍ 14.04,
00:45 OpenFOAM ଭର୍ସନ୍ 2.3.0 ବ୍ୟବହାର କରୁଛି
00:48 ଧ୍ୟାନଦିଅନ୍ତୁ ଯେ PyFoam, OpenFoam v1.6 ଓ ଊର୍ଦ୍ଧ୍ଵରେ ମଧ୍ୟ କାମ କରିବ
00:55 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ୟୁଜରଙ୍କର ନିଶ୍ଚିତରୂପେ Linux terminal commands ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
01:02 OpenFOAM କେସଗୁଡିକୁ ରନ୍ ଓ ଆନାଲାଇଜ୍ କରିବା ଉପରେ ଅଭିଜ୍ଞତା ଥିବ
01:07 ଯଦି ନାହିଁ ଦୟାକରି ୱେବସାଇଟରେ ଥିବା Linux ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
01:13 PyFoam କ’ଣ?
01:15 PyFoam ହେଉଛି Python ଲାଇବ୍ରେରୀ ଓ ୟୁଟିଲିଟୀଗୁଡିକର ଗୋଟିଏ ସଂଗ୍ରହ
01:20 ଏହା OpenFOAM simulationsକୁ ମାନିପୁଲେଟ୍ କରିବା ପାଇଁ ବ୍ୟବହାର କରାଯାଇପାରିବ
01:25 OpenFOAMରେ କାମକୁ ସହଜ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି
01:29 simulationsକୁ iterative ଭଳି ରନ୍ କରିବା ପାଇଁ PyFoamକୁ ମଧ୍ୟ ବ୍ୟବହାର କରାଯାଇପାରିବ
01:34 ଡେଟାର ସଂଗ୍ରହକୁ ଅଟୋମେଟ୍ କରିବା
01:37 ପାରାମିଟର୍ ଅନୁସାରେ ଏବଂ ଅନ୍ୟାନ୍ୟ ଦରକାରୀ କାର୍ଯ୍ୟ ପାଇଁ କେସ୍ ଫାଇଲଗୁଡିକୁ ରୂପାନ୍ତର କରିବା
01:44 ଧ୍ୟାନଦିଅନ୍ତୁ ଯେ PyFoam, OpenFOAM ଉପରେ କାମ କରିଥାଏ
01:48 ତେଣୁ, ଆମ କମ୍ପ୍ୟୁଟରରେ ସର୍ବଦା OpenFOAM ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
01:54 ପ୍ରଥମେ, OpenFOAM ଠିକ୍ ଭାବେ ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
02:00 terminalକୁ ଖୋଲିବା ସହିତ icoFoam ସ୍ପେସ୍ ହାଇଫେନ୍ help ଟାଇପ୍ କରନ୍ତୁ
02:07 icoFoam ଓ OpenFOAM ଭର୍ସନ୍ ଏବଂ help ଟେକ୍ସଟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରାପ୍ତ କରିବା ଆବଶ୍ୟକ ଅଟେ
02:15 ବର୍ତ୍ତମାନ PyFoam ପାଇଁ ଦରକାରୀ ପ୍ରାକ୍ ଆବଶ୍ୟକତାଗୁଡିକ ଯେପରି Python, Pip, Numpy ଓ Gnuplotକୁ terminal ସାହାଯ୍ୟରେ ଇନଷ୍ଟଲ୍ କରନ୍ତୁ
02:29 ପ୍ରଥମେ ଟାଇପ୍ କରନ୍ତୁ - sudo apt-get install python ହାଇଫେନ୍ dev ଏବଂ Enter ଦାବନ୍ତୁ
02:39 ଏହା ପରେ ଟାଇପ୍ କରନ୍ତୁ, sudo apt-get install python-(ହାଇଫେନ୍)pip ଏବଂ Enter ଦାବନ୍ତୁ
02:49 ତା’ପରେ pip install Numpy ଟାଇପ୍ କରନ୍ତୁ
02:53 ତା’ପରେ sudo apt-get install gnuplot ସ୍ପେସ୍ gnuplot ହାଇଫେନ୍ x11 ଟାଇପ୍ କରିବା ସହିତ Enter ଦାବନ୍ତୁ
03:04 ଏହା ସହିତ ପ୍ରାକ୍ ଆବଶ୍ୟକତାଗୁଡିକର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଛି
03:09 ବର୍ତ୍ତମାନ pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରନ୍ତୁ
03:13 terminalକୁ ଖୋଲିବା ସହିତ pip install PyFoam ଟାଇପ୍ କରନ୍ତୁ
03:20 ଆମେ sourceରୁ ମଧ୍ୟ PyFoamକୁ ଇନଷ୍ଟଲ୍ କରିପାରିବା
03:24 ଏହା କରିବା ପାଇଁ ବ୍ରାଉଜରକୁ ଖୋଲିବା ସହିତ URL ୱିଣ୍ଡୋରେ ଟାଇପ୍ କରନ୍ତୁ, http://www.pypi.com ଏବଂ

PyFoam ପାଇଁ ସର୍ଚ କରନ୍ତୁ

03:38 PyFoam-(ହାଇଫେନ୍)0.6.5.tar.gzକୁ ଡାଉନଲୋଡ୍ କରନ୍ତୁ
03:46 terminalରେ Downloads ଫୋଲ୍ଡରକୁ ଯା’ନ୍ତୁ. ଟାଇପ୍ କରନ୍ତୁ, tar -xvf ସ୍ପେସ୍ PyFoam ହାଇଫେନ୍ 0.6.5.tar.gz
04:00 ତା’ପରେ cd ଏବଂ ଏହାର ପଛକୁ ଫୋଲ୍ଡରର ନାମ PyFoam hyphen 0.6.5କୁ ଟାଇପ୍ କରନ୍ତୁ
04:07 ଏହା ପରେ ଟାଇପ୍ କରନ୍ତୁ, sudo python setup ଡଟ୍ py ସ୍ପେସ୍ install
04:16 ବର୍ତ୍ତମାନ PyFoam, OpenFoamକୁ ଖୋଜିପାରିବା ସହିତ ଠିକ୍ ଭାବେ କାମ କରୁଛି କି ନାହିଁ ଯାଞ୍ଚ କରିବାକୁ ହେବ
04:22 ପୁନର୍ବାର terminalକୁ ଫେରିଆସନ୍ତୁ
04:25 python ସହିତ import PyFoam, import PyFoam ଡଟ୍ FoamInformationକୁ ଟାଇପ୍ କରନ୍ତୁ
04:35 ତା’ପରେ print PyFoam ଡଟ୍ FoamInformation ଡଟ୍ foamTutorials ପଛକୁ ଓପନ୍ ଓ କ୍ଲୋଜ୍ ବ୍ରାକେଟଗୁଡିକୁ ଟାଇପ୍ କରନ୍ତୁ
04:45 ଏହା OpenFOAM Tutorialsର ଡାଇରେକ୍ଟୋରୀକୁ ପ୍ରିଣ୍ଟ କରିବା ଆବଶ୍ୟକ ଅଟେ
04:50 ବର୍ତ୍ତମାନ ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ PyFoam ବିଷୟରେ ଶିଖିଲେ
04:55 ଆମେ OpenFoamର ଇନଷ୍ଟଲେଶନକୁ ଯାଞ୍ଚ କରିବା ମଧ୍ୟ ଶିଖିଲେ
05:00 pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା
05:03 sourcesକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା ଏବଂ PyFoam କାମ କରୁଛି କି ନାହିଁ ଯାଞ୍ଚ କରିବା
05:09 ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ
05:13 ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ
05:18 FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି
05:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ
05:33 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep