OpenFOAM/C3/Creating-a-sphere-in-GMSH/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Creating a sphere in GMSH ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

ଗୋଟିଏ ବୃତ୍ତାକାର ଆର୍କ ସୃଷ୍ଟି କରିବା ruled surfaces ସୃଷ୍ଟି କରିବା ଏବଂ .geo ଏକ୍ସଟେନଶନ୍ ଥିବା ଫାଇଲକୁ ବ୍ୟବହାର କରି ମୌଳିକ ପରିବର୍ତ୍ତନ କରିବା

00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System ଭର୍ସନ୍ 14.04, GMSH ଭର୍ସନ୍ 2.8.5 ବ୍ୟବହାର କରୁଛି
00:27 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର ପଏଣ୍ଟଗୁଡିକର ସୃଷ୍ଟି ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ ତେବେ ଏହି ୱେବସାଇଟରେ ଥିବା OpenFOAM ସିରିଜର GMSH ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
00:38 ଚାଲନ୍ତୁ ଆରମ୍ଭ କରିବା. ସ୍ଫିୟରର ଆରମ୍ଭ (0 କମା 0 କମା 0) ଅଟେ ଏବଂ ଅନ୍ୟ ପଏଣ୍ଟଗୁଡିକ ଯାହା ପ୍ରଦର୍ଶିତ ହୋଇଛି
00:48 ବର୍ତ୍ତମାନ ଟର୍ମିନଲରେ GMSHକୁ ଖୋଲନ୍ତୁ. ଟର୍ମିନଲକୁ ଖୋଲିବା ପାଇଁ Ctrl+Alt+T କୀକୁ ଦାବନ୍ତୁ.

ବର୍ତ୍ତମାନ gmsh ସ୍ପେସ୍ sphere1.geo ଟାଇପ୍ କରିବା ସହିତ Enter ଦାବନ୍ତୁ. GMSH ଖୋଲିଯାଇଛି

01:09 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ସ୍ଫିୟର୍ ପାଇଁ ସାତୋଟି ପଏଣ୍ଟକୁ ସୃଷ୍ଟି କରିସାରିଛି. ସ୍ଫିୟରର ପଏଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ଦୟାକରି ଉଲ୍ଲେଖ ଥିବା ପୂର୍ବ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
01:19 ଗୋଟିଏ ବୃତ୍ତାକାର ଆର୍କ କିପରି ସୃଷ୍ଟି କରାଯାଏ ମୁଁ ବର୍ତ୍ତମାନ ପ୍ରଦର୍ଶନ କରିବି. GMSHରେ ନିଶ୍ଚିତରୂପେ Pi ଠାରୁ କ୍ଷୁଦ୍ରତର ଆର୍କ ସୃଷ୍ଟି କରାଯାଇଛି
01:27 ଗୋଟିଏ ଆର୍କ ସୃଷ୍ଟି କରିବା ପାଇଁ ବାମପଟ ମେନୁରେ ଥିବା ବିକଳ୍ପ Circle arcକୁ ଚୟନ କରନ୍ତୁ
01:32 ବର୍ତ୍ତମାନ, ଆର୍କର ଆରମ୍ଭ ବିନ୍ଦୁ ଭାବେ ପୁରାପୁରି ଡାହାଣ ପଟେ ଥିବା ପଏଣ୍ଟକୁ ଚୟନ କରନ୍ତୁ. ତା’ପରେ ଏଠାରେ ଏହି ବିନ୍ଦୁକୁ କେନ୍ଦ୍ର ଭାବେ ଚୟନ କରନ୍ତୁ. ଦୟାକରି ଧ୍ୟାନଦିଅନ୍ତୁ ଯେ ଏହା (0 କମା 0 କମା 0) କୋ-ଅର୍ଡିନେଟ୍ ଥିବା ବିନ୍ଦୁ ଅଟେ
01:48 ଏବଂ ଶେଷରେ, ଆର୍କର ଶେଷ ପଏଣ୍ଟ ଭାବେ ଉପରି ଭାଗରେ ଗୋଟିଏ ପଏଣ୍ଟକୁ ଚୟନ କରନ୍ତୁ
01:54 ସମସ୍ତ ଆର୍କ ସୃଷ୍ଟି ହୋଇସାରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ. ମନେରଖନ୍ତୁ ସମସ୍ତ ଆର୍କଗୁଡିକ ପାଇଁ ଗୋଟିଏ କେନ୍ଦ୍ର ବିନ୍ଦୁ ରଖନ୍ତୁ
02:02 ବର୍ତ୍ତମାନ କର୍ଭଡ ସରଫେସ୍ ସୃଷ୍ଟି କରିବା ପାଇଁ ମେନୁର ବାମପଟେ ଥିବା ବିକଳ୍ପ Ruled surfaceକୁ ଚୟନ କରନ୍ତୁ. ଏଠାରେ ପ୍ରଦର୍ଶିତ ହେବା ଭଳି ସରଫେସ୍ ପାଇଁ ବାଉଣ୍ଡିଙ୍ଗ ଏଜଗୁଡିକୁ ଚୟନ କରନ୍ତୁ
02:20 ଧ୍ୟାନଦିଅନ୍ତୁ ଯେ ଚୟନିତ ଏଜଗୁଡିକ ବର୍ତ୍ତମାନ ରେଡ୍ କଲରରେ ଅଛନ୍ତି. କୀବୋର୍ଡରେ Eକୁ ଦାବିବା ସହିତ ଏହି ଚୟନକୁ ନିଷ୍ପାଦନ କରନ୍ତୁ
02:29 ଆପଣ ଦେଖିପାରିବେ ଯେ ସରଫେସ୍ ସୃଷ୍ଟି ହୋଇଯାଇଛି. ଏଠାରେ ପ୍ରଦର୍ଶିତ ହେବା ବଳି ଏହା ଡଟେଡ୍ ଲାଇନ୍ ଦ୍ଵାରା ସୂଚିତ ହୋଇଛି
02:37 ଏହି ପ୍ରକ୍ରିୟାର ପୁନରାବୃତ୍ତି କରିବା ସହିତ ସ୍ଫିୟରର ସମସ୍ତ ଆଠୋଟି ସରଫେସକୁ ସୃଷ୍ଟି କରନ୍ତୁ. ସମ୍ପୂର୍ଣ୍ଣ ହେବା ପରେ ଆପଣଙ୍କ ସ୍ଫିୟର୍ ଏହି ଭଳି ଦେଖାଯିବ
02:46 ବର୍ତ୍ତମାନ Home ଫୋଲ୍ଡରକୁ ଯା’ନ୍ତୁ. gedit Text Editorକୁ ବ୍ୟବହାର କରି sphere1.geo ଫାଇଲକୁ ଚିହ୍ନଟ କରିବା ସହିତ ଖୋଲନ୍ତୁ
02:54 ସଙ୍ଗେ ସଙ୍ଗେ ସୃଷ୍ଟି ହୋଇଥିବା ଜ୍ୟାମିତୀକ ଏଣ୍ଟିଟୀଗୁଡିକର ସମ୍ବନ୍ଧିତ ତଥ୍ୟ ଏଠାରେ ଷ୍ଟୋର୍ ହୋଇଛି
03:00 GMSHରେ ସାଧାରଣ ସିଣ୍ଟାକ୍ସ ହେଉଛି: ପାରେନ୍ଥିସିସ୍ ମଧ୍ୟରେ Geometrical entity, identification number ଯାହା ଗୋଟିଏ ଏକ୍ସପ୍ରେସନ୍ ସହିତ ସମାନ ଅଟେ
03:11 ଏଠାରେ point ପାଇଁ ଏକ୍ସପ୍ରେସନ୍ ହେଉଛି, ପାରେନ୍ଥେସିସ୍ ମଧ୍ୟରେ Point, identification number ଯାହା ସାଧାରଣତଃ ପରବର୍ତ୍ତୀ ଇଣ୍ଟିଜର୍ 1ରୁ ଆରମ୍ଭ ହୋଇଥାଏ ଏବଂ କୋ-ଅର୍ଡିନେଟ୍ X, Y, Z ସହିତ ସମାନ ଅଟେ ଏବଂ ବ୍ରେସ୍ ମଧ୍ୟରେ mesh element sizeର ଭେଲ୍ୟୁ
03:30 ଏହି ଭେଲ୍ୟୁ ଆବଶ୍ୟକ mesh element size ଅଟେ. ମେଶ୍ ଏଲିମେଣ୍ଟଗୁଡିକର ଆକାର ପ୍ରାରମ୍ଭିକ ମେଶ୍ ଉପରେ ଏହି ଭେଲ୍ୟୁଗୁଡିକୁ ସିଧାସଳଖ ଇଣ୍ଟରପୋଲେଟ୍ କରି ଗଣନା କରାଯାଇଛି
03:41 ବର୍ତ୍ତମାନ ସ୍ଫିୟରର ପଏଣ୍ଟଗୁଡିକର ନ୍ୟୁମେରିକଲ୍ ଭେଲ୍ୟୁଗୁଡିକୁ ଗୋଟିଏ ଭେରିଏବଲ୍ s ଦ୍ଵାରା ପ୍ରତିସ୍ଥାପିତ କରନ୍ତୁ
03:49 ଆରମ୍ଭରୁ ଟାଇପ୍ କରନ୍ତୁ s = 0.1; ଏହା ସ୍ଫିୟରର mesh element size ଭେଲ୍ୟୁକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଅଟେ
04:01 boundary layerକୁ କ୍ୟାପଚର୍ କରିବା ପାଇଁ ସ୍ଫିୟର୍ ନିକଟରେ meshକୁ ରିଫାଇନ୍ କରନ୍ତୁ. ଏହି ଉଦ୍ଦେଶ୍ୟରେ, ଲାଇନ୍ Mesh.CharacteristicLengthFromCurvature = 0.05କୁ ବ୍ୟବହାର କରନ୍ତୁ
04:15 ସିଣ୍ଟାକ୍ସ: Mesh.CharacteristicLengthFromCurvature, ଜ୍ୟାମିତୀକ ଏଣ୍ଟିଟୀଗୁଡିକର curvature ଅନୁସାରେ meshକୁ ଗ୍ରହଣ କରିବ
04:25 ଘନଫଳ ସୃଷ୍ଟି କରିବା ପାଇଁ ସମସ୍ତ ବାଉଣ୍ଡିଙ୍ଗ ସରଫେସଗୁଡିକ ଆବଶ୍ୟକ ଅଟେ. ଏଥି ପାଇଁ ଫାଇଲର ଶେଷରେ ଟାଇପ୍ କରନ୍ତୁ:

Surface Loop() ସହିତ ଏହାର ଆଇଡେଣ୍ଟିଟୀ ଯାହା ପାରେନ୍ଥେସିସ୍ ମଧ୍ୟରେ ପରବର୍ତ୍ତୀ ଇଣ୍ଟିଜର୍ ଅଟେ ଏବଂ ବ୍ରେସେସ୍ ମଧ୍ୟରେ ଥିବା ସ୍ଫିୟରର ସମସ୍ତ ସରଫେସଗୁଡିକର ଆଇଣ୍ଡେଟିଟୀ ସହିତ ସମାନ ହେବ

04:48 ଏଠାରେ ଆଇଣ୍ଡେଟୀଟୀଗୁଡିକ 14, 16, 18, 20, 22, 24, 26 ଓ 28 ଅଟନ୍ତି
05:05 ବର୍ତ୍ତମାନ sphere1.geo ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ
05:10 GMSH ଇଣ୍ଟରଫେସକୁ ଫେରିଆସନ୍ତୁ. ବାମପଟ ମେନୁରେ ଥିବା Physical groups ଉପରେ କ୍ଲିକ୍ କରିବା ସହିତ Add ଏବଂ ତା’ପରେ Surfaceରେ କ୍ଲିକ୍ କରନ୍ତୁ. ସ୍ଫିୟରର ସମସ୍ତ ସରଫେସଗୁଡିକୁ ଚୟନ କରନ୍ତୁ
05:26 ଏହି ଚୟନକୁ ନିଷ୍ପାଦନ କରିବା ପାଇଁ କୀବୋର୍ଡ ଉପରେ Eକୁ ଦାବନ୍ତୁ
05:30 ବର୍ତ୍ତମାନ ପୁନର୍ବାର Text Editorରେ sphere1.geoକୁ ଖୋଲନ୍ତୁ. ନିମ୍ନଭାଗର ଡାହାଣ ପଟେ codeର ଗୋଟିଏ ନୂତନ ଲାଇନ୍ ସଂଯୁକ୍ତ ହୋଇଥିବା ଲକ୍ଷ୍ୟ କରନ୍ତୁ
05:42 କ୍ଵୋଟ୍ ମଧ୍ୟରେ ଥିବା sphere ସହିତ ଏହି ସଂଖ୍ୟାକୁ ପ୍ରତିସ୍ଥାପିତ କରନ୍ତୁ. ଏହା post processing କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ସମୟରେ ବାଉଣ୍ଡାରୀଗୁଡିକୁ ସହଜରେ ଚିହ୍ନଟ କରିବା ପାଇଁ ଆମକୁ ସାହାଯ୍ୟ କରିବ
05:54 ବର୍ତ୍ତମାନ ଫାଇଲକୁ save କରିବା ସହିତ ବନ୍ଦ କରନ୍ତୁ. ଏହାଦ୍ଵାରା ଟ୍ୟୁଟୋରିଆଲ୍ ସମ୍ପୂର୍ଣ୍ଣ ହେଲା. ସଂକ୍ଷିପ୍ତରେ
06:01 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

କର୍ଭଡ ଲାଇନ୍ ଓ surfaces ସୃଷ୍ଟି କରିବା ଗୋଟିଏ ସ୍ଫିୟର୍ ସୃଷ୍ଟି କରିବା ଏବଂ.geo ଏକ୍ସଟେନଶନ୍ ଥିବା ଫାଇଲକୁ ବ୍ୟବହାର କରି ମୌଳିକ ପରିବର୍ତ୍ତନଗୁଡିକ କରିବା

06:13 ଗୋଟିଏ ଆସାଇନମେଣ୍ଟ ଭାବେ ବୃହତ୍ତାକାର ବ୍ୟାସାର୍ଦ୍ଧ ଥିବା ଗୋଟିଏ ସ୍ଫିୟର୍ ସୃଷ୍ଟି କରନ୍ତୁ
06:17 OpenFOAMର ସିରିଜ୍ FOSSEE ପ୍ରୋଜେକ୍ଟ, IIT Bombay ଦ୍ଵାରା ସୃଷ୍ଟି କରାଯାଇଛି
06:21 FOSSEEର ଅର୍ଥ Free and Open Source Software for Education ଅଟେ. ଏହି ପ୍ରୋଜେକ୍ଟ ଫ୍ରୀ ଓ ଓପନ୍ ସୋର୍ସ ସଫ୍ଟୱେର୍ ଟୂଲଗୁଡିକୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରେ. ଅଧିକ ବିବରଣୀ ପାଇଁ ଦୟାକରି: [http://fossee.in/ http://fossee.in/କୁ ଯା’ନ୍ତୁ
06:33 ଏହି ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୂଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
06:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:49 ସ୍ପୋକନ୍ ଟ୍ୟୂଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
07:03 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep