OpenFOAM/C2/Installing-Running/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Installing and running OpenFOAM and paraView ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶନ କରିବି:
00:11 OpenFOAM, Paraviewକୁ କିପରି ଇନଷ୍ଟଲ୍ ଓ ରନ୍ କରାଯାଏ ଏବଂ
00:15 କିପରି ଗୋଟିଏ Lid driven cavity caseର ସମାଧାନ କରାଯାଏ
00:19 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 10.04
00:26 OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି
00:33 ଧ୍ୟାନଦିଅନ୍ତୁ ଯେ OpenFOAM, Windows ପ୍ଲାଟଫର୍ମରେ run କରେ ନାହିଁ
00:37 ଏହାକୁ ମଧ୍ୟ ଧ୍ୟାନଦିଅନ୍ତୁ ଯେ OpenFOAM v 2.1.0, Ubuntu ଭର୍ସନ୍ 10.04 ଓ ଊର୍ଦ୍ଧ୍ଵ ସହିତ କମ୍ପାଟିବଲ୍ ଅଟେ
00:45 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କର Computational Fluid Dynamics ଓ Linux commands ଉପରେ
00:52 କିଛି ମୌଳିକ ଜ୍ଞାନ ଥିବା ଆବଶ୍ୟକ ଅଟେ
00:55 ଚାଲନ୍ତୁ OpenFOAMର ପରିଚୟରୁ ଆରମ୍ଭ କରିବା
00:57 ଏହା ଗୋଟିଏ Open Source, Computational Fluid Dynamics Software ଅଟେ
01:02 ଦୁଇ ଆୟାମ ବିଶିଷ୍ଟ CFD ପ୍ରୋବ୍ଲେମଗୁଡିକ ସମଧାନ କରିବା ପାଇଁ ଏହା ବିସ୍ତୃତ ସଂଖ୍ୟକ solversକୁ ଧାରଣ କରିଛି
01:08 ତିନି ଆୟାମ ପାଇଁ ମଧ୍ୟ
01:11 ବର୍ତ୍ତମାନ, ମୁଁ Paraviewର ପରିଚୟ ପ୍ରଦାନ କରୁଛି
01:14 OpenFOAMରୁ ପ୍ରାପ୍ତ ହୋଇଥିବା ପରିଣାମଗୁଡିକୁ କଳ୍ପନା କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ
01:19 OpenFOAM ଓ paraViewକୁ Synaptic package manager ମାଧ୍ୟମରେ ଇନଷ୍ଟଲ୍ କରାଯାଇପାରିବ
01:24 Synaptic ପ୍ୟାକେଲ୍ ମ୍ୟାନେଜର୍ ପାଇଁ, System > Administration > Synaptic Package Managerକୁ ଯା’ନ୍ତୁ
01:33 ଆପଣଙ୍କ ପାସୱର୍ଡ ଟାଇପ୍ କରନ୍ତୁ
01:41 Search Boxରେ OpenFOAM ଟାଇପ୍ କରନ୍ତୁ
01:49 ଆପଣ openfoam ସହିତ paraViewକୁ ମଧ୍ୟ ଦେଖିପାରିବେ
01:54 ସେହି ଦୁଇଟିକୁ ଇନଷ୍ଟଲେଶନ୍ ପାଇଁ ଚିହ୍ନଟ କରନ୍ତୁ
02:06 ଏବଂ ତା’ପରେ ଇନଷ୍ଟଲ୍ କରିବା ପାଇଁ Applyରେ କ୍ଲିକ୍ କରନ୍ତୁ
02:12 ଇନଷ୍ଟଲେଶନ୍ କିଛି ସମୟ ନେଇପାରେ
02:15 OpenFOAM ଓ Paraview ଇନଷ୍ଟଲ୍ ହୋଇଯାଇଛି
02:21 Synaptic Package Manager ଉପରେ ଅଧିକ ବିବରଣୀ ପାଇଁ,
02:25 ଦୟାକରି ଏହି URLରେ ଥିବା ୱେବସାଇଟକୁ ଯା’ନ୍ତୁ:http://www.spoken-tutorials.org
02:29 ଅନ୍ୟ ଭାବେ ଆପଣ ଏହି URLରେ ଥିବା openfoam ୱେବସାଇଟରୁ OpenFOAM ଓ paraViewକୁ ମଧ୍ୟ ଇନଷ୍ଟଲ୍ କରିପାରିବେ:http://www.openfoam.com/download
02:38 ବ୍ରାଉଜରକୁ ଖୋଲନ୍ତୁ
02:45 ବ୍ରାଉଜର୍ URLରେ ଟାଇପ୍ କରନ୍ତୁ : http://www.openfoam.com/download. Enter ଦାବନ୍ତୁ
03:10 ତଳକୁ ସ୍କ୍ରୋଲ୍ କରିବା ସହିତ Ubuntu Deb packକୁ ଯା’ନ୍ତୁ. ଏହାକୁ ଯୁମ୍ କରନ୍ତୁ
03:23 Ubuntu Deb Pack Installationକୁ ଯିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
03:33 ଯୁମ୍-ଆଉଟ୍ କରନ୍ତୁ. ତଳକୁ ସ୍କ୍ରୋଲ୍ କରିବା ସହିତ Installationକୁ ଯା’ନ୍ତୁ
03:40 ଇନଷ୍ଟଲେଶନର ପ୍ରଥମ ସୋପାନରେ,
03:43 ଏହି command lineକୁ କପୀ କରନ୍ତୁ ଏବଂ
03:46 ଏହାକୁ terminal ୱିଣ୍ଡୋ ଉପରେ paste କରନ୍ତୁ
03:49 ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଖୋଲିବା ପାଇଁ,
03:52 କୀବୋର୍ଡ ଉପରେ Ctrl, Alt ଓ t କୀକୁ ଏକସଙ୍ଗେ ଦାବନ୍ତୁ
03:59 Applications > Accessories > Terminalକୁ ଯା’ନ୍ତୁ
04:06 ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଖୋଲିଯିବ
04:10 ବର୍ତ୍ତମାନ ଏହି କମାଣ୍ଡ ଲାଇନକୁ କପୀ କରିବା ସହିତ ଏହାକୁ ଟର୍ମିନଲ୍ ୱିଣ୍ଡୋ ଉପରେ paste କରନ୍ତୁ
04:20 ଧ୍ୟାନଦିଅନ୍ତୁ ଯେ lsb_release ସ୍ପେସ୍ –cs ସ୍ଥାନରେ,
04:26 ଆପଣ ବ୍ୟବହାର କରୁଥିବା Linux ଭର୍ସନର ନାମ ସହିତ ଏହାକୁ ପ୍ରତିସ୍ଥାପନ କରନ୍ତୁ
04:30 ବ୍ରାଉଜରକୁ ଫେରିଆସନ୍ତୁ. Installation ଉପରେ, ଆପଣ ବିଭିନ୍ନ Ubuntu ଭର୍ସନଗୁଡିକ ସହିତ code ନେମଗୁଡିକୁ ଦେଖିପାରିବେ
04:40 ଯେହେତୁ ମୁଁ Linux 10.04 ବ୍ୟବହାର କରୁଛି,
04:45 ତେଣୁ lsb_release-csକୁ lucid ସହିତ ପ୍ରତିସ୍ଥାପିତ କରିବି
04:53 ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
04:55 ଏହାକୁ lucid ସହିତ ପ୍ରତିସ୍ଥାପିତ କରିବା ସହିତ Enter ଦାବନ୍ତୁ
05:04 ଧ୍ୟାନଦିଅନ୍ତୁ ଯେ ଏହିଠାରେ ଇନଷ୍ଟଲେଶନ୍ ଅସମ୍ପୂର୍ଣ୍ଣ ହୋଇଛି
05:08 ଯଦି ଆପଣ ଏହି ସୋପାନଗୁଡିକୁ 1-2-3 ଓ 4 କ୍ରମରେ
05:10 ଅନୁସରଣ କରନ୍ତି, ତେବେ OpenFoam ଓ paraViewର ଇନଷ୍ଟଲେଶନ୍ କାର୍ଯ୍ୟ ସମ୍ପନ୍ନ ହେବ
05:19 କିଛି ସମୟ ପୂର୍ବରୁ ମୁଁ Synaptic Pacakage Manager ସାହାଯ୍ୟରେ OpenFOAM ଓ Paraviewକୁ ଇନଷ୍ଟଲ୍ କରିସାରିଛି
05:27 ବର୍ତ୍ତମାନ ଇନଷ୍ଟଲ୍ ହୋଇଥିବା ସଫ୍ଟୱେରକୁ କନଫିଗର୍ କରିବା ଆବଶ୍ୟକ ଅଟେ
05:31 ଏହା କରିବା ପାଇଁ bash ଫାଇଲକୁ ଏଡିଟ୍ କରିବା ଆବଶ୍ୟକ
05:35 ଗୋଟିଏ ନୂତନ command terminalକୁ ଖୋଲନ୍ତୁ
05:39 କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ ~/.bashrc. Enter ଦାବନ୍ତୁ
05:50 ଏହା bash ଫାଇଲକୁ ଖୋଲିଦେବ
05:54 ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରିବା ସହିତ bash ଫାଇଲର ନିମ୍ନ ଆଡକୁ ସ୍କ୍ରୋଲ୍ କରନ୍ତୁ
06:05 ବର୍ତ୍ତମାନ ବ୍ରାଉଜରକୁ ଫେରିଆସନ୍ତୁ
06:09 ତଳକୁ ସ୍କ୍ରୋଲ୍ କରିବା ସହିତ User Configrationକୁ ଯା’ନ୍ତୁ
06:13 ଦ୍ଵିତୀୟ ସୋପାନକୁ ଦେଖନ୍ତୁ
06:15 ଏହି ଲାଇନକୁ କପୀ କରିବା ସହିତ ଏହାକୁ bash ଫାଇଲର ନିମ୍ନରେ paste କରନ୍ତୁ
06:25 ଏହାକୁ Save କରିବା ସହିତ bash ଫାଇଲକୁ ବନ୍ଦ କରନ୍ତୁ
06:31 ବର୍ତ୍ତମାନ ଇନଷ୍ଟଲ୍ ହୋଇଥିବା applicationକୁ ଟେଷ୍ଟ କରନ୍ତୁ
06:35 ଏହା କରିବା ପାଇଁ ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ
06:40 ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
06:49 କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: icoFoam (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ) space -(dash) help
06:59 Enter ଦାବନ୍ତୁ
07:03 ଗୋଟିଏ ବ୍ୟବହାରିକ ବାର୍ତ୍ତା ଦୃଶ୍ୟମାନ ହେବ
07:06 ବର୍ତ୍ତମାନ ଆପଣ OpenFoamରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ
07:10 ଗୋଟିଏ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ କିପରି ସେଟ-ଅପ୍ କରାଯାଏ ତାହା ମୁଁ ବର୍ତ୍ତମାନ ପ୍ରଦର୍ଶନ କରିବି
07:14 run ନାମ ଥିବା ଗୋଟିଏ project କିମ୍ବା user directory ସୃଷ୍ଟି କରନ୍ତୁ
07:21 ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ. ପୁନର୍ବାର ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
07:36 Command Terminalରେ ଟାଇପ୍ କରନ୍ତୁ: mkdir (ସ୍ପେସ୍) -p (ସ୍ପେସ୍) $FOAM_RUN (ଧ୍ୟାନଦିଅନ୍ତୁ ଯେFOAM ଓ RUN କ୍ୟାପିଟାଲରେ ରହିବେ). Enter ଦାବନ୍ତୁ
07:55 ଟ୍ୟୁଟୋରିଆଲ୍ ଡାଇରେକ୍ଟୋରୀକୁ openfoam distributionରୁ run directory ମଧ୍ୟରେ କପୀ କରନ୍ତୁ
08:01 ଟର୍ମିନଲରେ ଟାଇପ୍ କରନ୍ତୁ: cp (ସ୍ପେସ୍) -r (ସ୍ପେସ୍) $FOAM_TUTORIALS (ସ୍ପେସ୍) $FOAM_RUN
08:18 (ଧ୍ୟାନଦିଅନ୍ତୁ ଯେ FOAM, TUTORIALs ଓ RUN କ୍ୟାପିଟାଲରେ ରହିବେ) ଏବଂ Enter ଦାବନ୍ତୁ
08:28 ବର୍ତ୍ତମାନ ଉଭୟ ଡାଇରେକ୍ଟୋରୀ ସୃଷ୍ଟି ହୋଇଯାଇଛି
08:31 ଡାଇରେକ୍ଟୋରୀଗୁଡିକୁ ଦେଖିବା ପାଇଁ Places >Home ଫୋଲ୍ଡର୍ > OpenFOAM ଫୋଲ୍ଡରକୁ ଯା’ନ୍ତୁ
08:40 ଆପଣ ttt-2.1.0କୁ ଦେଖିପାରିବେ, ଏହା ଉପରେ କ୍ଲିକ୍ କରନ୍ତୁ
08:44 Run ଓ tutorials
08:48 ଏହାକୁ ବନ୍ଦ କରନ୍ତୁ
08:51 ସ୍ଲାଇଡକୁ ଫେରିଆସନ୍ତୁ
08:56 Synaptic Package Manager କିମ୍ବା Ubuntu Debian pack ୱେବସାଇଟରୁ,
09:00 OpenFOAM ଓ Paraviewର ଡାଉନଲୋଡିଙ୍ଗ ସମୟରେ ଯଦି କିଛି ତୃଟି ଦୃଶ୍ୟମାନ ହୁଏ,
09:05 ତେବେ ଆପଣ OpenFoam ଓ paraViewକୁ source pack installationରୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିପାରିବେ
09:11 ସୋର୍ସ ପ୍ୟାକ୍ ଇନଷ୍ଟଲେଶନ୍ ପାଇଁ openfoam ୱେବସାଇଟର Download ପେଜକୁ ଯା’ନ୍ତୁ
09:18 ବର୍ତ୍ତମାନ ଏହାକୁ ଯୁମ୍ କରନ୍ତୁ
09:21 ତଳକୁ ସ୍କ୍ରୋଲ୍ କରିବା ସହିତ Source Pack Installationକୁ ଯା’ନ୍ତୁ ଏବଂ ଏହା ଉପରେ କ୍ଲିକ୍ କରନ୍ତୁ
09:32 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରିବା ସହିତ Packsକୁ ଯା’ନ୍ତୁ
09:38 ଏହି ଦୁଇଟି tar ଫାଇଲକୁ ଡାଉନଲୋଡ୍ କରିବା ସହିତ ସେମାନଙ୍କୁ save କରନ୍ତୁ. ମୁଁ ଏହି ଦୁଇଟି tar ଫାଇଲକୁ ଡାଉନଲୋଡ୍ କରିବା ସହିତ ସେଭ୍ କରିସାରିଛି
09:48 ଏହା ପରେ ଆପଣଙ୍କ home directoryକୁ ଯା’ନ୍ତୁ
09:51 ଏହା କରିବା ପାଇଁ Places > home ଫୋଲ୍ଡରକୁ ଯା’ନ୍ତୁ
09:56 ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
10:00 home ଡାଇରେକ୍ଟୋରୀରେ ନିଜ ପସନ୍ଦର ନାମ ଅନୁସାରେ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ
10:09 ଏହାକୁ abc ଭାବେ ନାମିତ କରନ୍ତୁ
10:15 ଏବେ ସୃଷ୍ଟି ହୋଇଥିବା ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ ହୋଇଥିବା ଦୁଇଟି ଫାଇଲକୁ କପୀ କରନ୍ତୁ
10:20 ଏହା କରିବା ପାଇଁ ଏହି ଦୁଇଟି tar ଫାଇଲକୁ କପୀ କରିବା ସହିତ ଏବେ ସୃଷ୍ଟି ହୋଇଥିବା ଫୋଲ୍ଡର୍ ମଧ୍ୟରେ paste କରନ୍ତୁ
10:37 ଏହି ଦୁଇଟି ଫାଇଲକୁ ସମାନ ଫୋଲ୍ଡର୍ ମଧ୍ୟରେ Unzip କିମ୍ବା Untar କରନ୍ତୁ. ଏଠାରେ Extract କରନ୍ତୁ, ଏହା କିଛି ମିନିଟ୍ ସମୟ ନେଇପାରେ
10:47 ଏହା ପରେ ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ
10:51 ଏଥିରେ ଆପଣଙ୍କ home ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ
10:54 ls ଟାଇପ୍ କରିବା ସହିତ Enter ଦାବନ୍ତୁ
11:00 ବର୍ତ୍ତମାନ, ସେହି ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ ଯେଉଁଠି ଆପଣ ଟାର୍ ଫାଇଲଗୁଡିକୁ ଅନଟାର୍ କରିଛନ୍ତି
11:06 ବର୍ତ୍ତମାନ ଟାଇପ୍ କରନ୍ତୁ: cd (ସ୍ପେସ୍) abc ଏବଂ Enter ଦାବନ୍ତୁ
11:13 ବର୍ତ୍ତମାନ, abc ମଧ୍ୟରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ls ଟାଇପ୍ କରିବା ସହିତ Enter ଦାବନ୍ତୁ
11:24 ବର୍ତ୍ତମାନ source pack installation ପାଇଁ OpenFOAM ୱେବସାଇଟର Download ପେଜକୁ ଫେରିଆସନ୍ତୁ
11:32 ଏବଂ OpenFOAM ଓ Paraviewର ubuntu distribution ପାଇଁ ନିମ୍ନରେ ଥିବା ସୋପାନଗୁଡିକୁ ଅନୁସରଣ କରନ୍ତୁ
11:39 ଏଠାରେ OpenFOAM ଓ Paraviewକୁ କମ୍ପାଇଲ୍ କରିବା ଆବଶ୍ୟକ ଅଟେ
11:43 ଏହା ପାଖାପାଖି 4 ରୁ 5 ଘଣ୍ଟା ସମୟ ନେବ କିନ୍ତୁ ଏହି ମେଥଡ୍ ସର୍ବଦା କାମ କରିଥାଏ
11:50 OpenFOAMରେ ସମସ୍ୟାର କିପରି ସମାଧାନ କରାଯାଏ ଚାଲନ୍ତୁ ଗୋଟିଏ ଉଦାହରଣ ସାହାଯ୍ୟରେ ଦେଖିବା
11:56 ଗୋଟିଏ Lid Driven Cavityକୁ ଏକ ଉଦାହରଣ ଭାବେ ନିଅନ୍ତୁ
11:59 ଏହା ଏକ 2D ପ୍ରୋବ୍ଲେମ୍ ଅଟେ ଯେଉଁଥିରେ ଉପର plateଟି ଗୋଟିଏ ନିର୍ଦ୍ଦିଷ୍ଟ ବେଗରେ ଗତି କରୁଛି ଏବଂ ଅନ୍ୟ ତିନୋଟି ପାର୍ଶ୍ଵରେ ଥିବା plateଗୁଡିକ ସ୍ଥିର ଅଛନ୍ତି
12:09 ଏଠାରେ ବ୍ୟବହାର ହେଉଥିବା Solverର ପ୍ରକାର ଗୋଟିଏ incompressible flow ପାଇଁ ଅଟେ ଯାହାକୁ icoFoam କୁହାଯାଏ
12:17 ବର୍ତ୍ତମାନ ପୁନର୍ବାର ଗୋଟିଏ ନୂତନ command terminalକୁ ଖୋଲନ୍ତୁ
12:22 ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ
12:31 lid driven cavity ସମସ୍ୟା ପାଇଁ pathକୁ ଟାଇପ୍ କରନ୍ତୁ
12:35 ଧ୍ୟାନଦିଅନ୍ତୁ ଯେ ଏହି ସମସ୍ୟାଟି OpenFOAMରେ ସେଟ-ଅପ୍ ହୋଇସାରିଛି
12:41 କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ run
12:45 ଏହା ଆପଣଙ୍କୁ OpenFOAMର run ଡାଇରେକ୍ଟୋରୀ ମଧ୍ୟକୁ ନେଇଯିବ. Enter ଦାବନ୍ତୁ
12:53 ବର୍ତ୍ତମାନ ଟାଇପ୍ କରନ୍ତୁ: cd (ସ୍ପେସ୍) tutorials, Enter ଦାବନ୍ତୁ
12:59 cd (ସ୍ପେସ୍) incompressible, Enter ଦାବନ୍ତୁ
13:07 cd (ସ୍ପେସ୍) icoFoam(ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ). Enter ଦାବନ୍ତୁ
13:15 cd (ସ୍ପେସ୍) cavity. Enter ଦାବନ୍ତୁ
13:20 କ୍ୟାଭିଟୀ ମଧ୍ୟରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ls ଟାଇପ୍ କରିବା ସହିତ Enter ଦାବନ୍ତୁ
13:27 ଆପଣ ତିନୋଟି ଫାଇଲ୍: 0, constant ଓ systemକୁ ଦେଖିପାରିବେ
13:33 ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ
13:35 ଏହାକୁ OpenFOAMର blockMesh ୟୁଟିଲିଟୀ ଦ୍ଵାରା ସମ୍ପନ୍ନ କରାଯାଇପାରେ
13:40 ଟର୍ମିନଲ୍ ୱିଣ୍ଡୋରେ ଟାଇପ୍ କରନ୍ତୁ: blockMesh (ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ). Enter ଦାବନ୍ତୁ
13:52 Meshing ସମ୍ପନ୍ନ ହୋଇଛି
13:56 ବର୍ତ୍ତମାନ, ଟର୍ମିନଲରେ icoFoam କୁ (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ) ଟାଇପ୍ କରି ସଲଭର୍ icoFoamକୁ run କରି କରିପାରିବେ ଏବଂ Enter ଦାବନ୍ତୁ
14:09 ରନ୍ ହେଉଥିବା iterationଗୁଡିକୁ ଟର୍ମିନଲ୍ ୱିଣ୍ଡୋରେ ଦେଖାଯାଇପାରିବ
14:13 ଏଠାରେ, ଧ୍ୟାନଦିଅନ୍ତୁ ଯେ ଆମେ ସମାଧାନ ପଏଣ୍ଟଗୁଡିକୁ ସମ୍ପୂର୍ଣ୍ଣ କରିସାରିଛେ
14:16 ଏହି ପରିଣାମଗୁଡିକୁ କଳ୍ପନା କରିବା ପାଇଁ paraview ୱିଣ୍ଡୋକୁ ଖୋଲନ୍ତୁ
14:21 paraViewକୁ ଖୋଲିବା ପାଇଁ ଟାଇପ୍ କରନ୍ତୁ: ଟର୍ମିନଲ୍ ଉପରେ paraFoam (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ). Enter ଦାବନ୍ତୁ
14:42 ଏହା paraView ୱିଣ୍ଡୋକୁ ଖୋଲିବ
14:45 ବର୍ତ୍ତମାନ ଜୋମେଟ୍ରୀକୁ ଦେଖିବା ପାଇଁ,
14:48 object inspector ମେନୁର ବାମପଟେ ଥିବା,
14:50 Apply ଉପରେ କ୍ଲିକ୍ କରନ୍ତୁ
14:54 ଆପଣ Lid Driven Cavityକୁ ଦେଖିପାରିବେ
14:57 ବର୍ତ୍ତମାନ, boundary conditionsକୁ ଦେଖିବା ପାଇଁ ତଳକୁ Object inspector ମେନୁ ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହିତ Mesh Partsକୁ ଯା’ନ୍ତୁ
15:08 Internel Meshକୁ ଅନଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ
15:13 ଜୋମେଟ୍ରୀ ଅଦୃଶ୍ୟ ହୋଇଯିବ
15:15 ବର୍ତ୍ତମାନ ଗତିଶୀଳ ଓ fixedWallsକୁ ଦେଖିବା ପାଇଁ,
15:19 ଉଭୟ ବକ୍ସକୁ ଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ
15:30 ବର୍ତ୍ତମାନ Movingwallକୁ ଅନଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ
15:35 ତିନୋଟି ସ୍ଥିର କାନ୍ଥ ଓ ବର୍ତ୍ତମାନ ଅଦୃଶ୍ୟ ହୋଇଥିବା ଗତିଶୀଳ କାନ୍ଥକୁ ଆପଣ ଦେଖିପାରିବେ
15:44 ଏହିପରି ଭାବେ ଆମେ openFoam ଓ paraViewକୁ ରନ୍ କଲେ
15:49 ଭବିଷ୍ୟତରେ ଆମେ OpenFOAMର ପରିଣାମଗୁଡିକର ସମାଧାନ ଓ କଳ୍ପନା କରିବା ଉପରେ ଥିବା ଅଧିକ ଟ୍ୟୁଟୋରିଆଲଗୁଡିକ ସହିତ ପରିଚିତ ହେବା
15:56 ସ୍ଲାଇଡକୁ ଫେରିଆସନ୍ତୁ
16:01 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: ସୀନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଓ ୱେବସାଇଟ୍ ମାଧ୍ୟମରେ
16:05 OpenFOAM ଓ Paraviewକୁ ଇନଷ୍ଟଲ୍ କରିବା ଏବଂ ଗୋଟିଏ lid driven cavityର ସମାଧାନ କରିବା
16:12 ଗୋଟିଏ ଆସାଇଅନମେଣ୍ଟ ଭାବେ, OpenFOAM ଓ Paraviewକୁ ଇନଷ୍ଟଲ୍ କରନ୍ତୁ
16:17 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
16:21 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
16:24 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
16:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
16:31 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
16:34 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
16:38 ଅଧିକ ବିବରଣୀ ପାଇଁ sptutemail@gmail.comରେ ସମ୍ପର୍କ କରନ୍ତୁ
16:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
16:49 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
16:56 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
17:01 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep