Netbeans/C3/Connecting-to-a-MySQL-Database/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ |
00:02 | Connecting to a MySQL Database ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଦେଖିବା: |
00:09 | MySQL ସର୍ଭର୍ ପ୍ରପର୍ଟୀଗୁଡିକୁ କନଫିଗର୍ କରିବା |
00:14 | MySQL ସର୍ଭରକୁ ଆରମ୍ଭ କରିବା |
00:17 | databaseକୁ ସୃଷ୍ଟି ଓ ସଂଯୁକ୍ତ କରିବା |
00:20 | database tableଗୁଡିକର ସୃଷ୍ଟି ଅଧିନରେ ଦୁଇଟି ମେଥଡକୁ ଆବିଷ୍କାର କରିବା: |
00:26 | sql editorର ବ୍ୟବହାର |
00:29 | create table ଡାଇଲଗର ବ୍ୟବହାର ଏବଂ ଶେଷରେ, |
00:33 | ଗୋଟିଏ SQL ସ୍କ୍ରିପ୍ଟକୁ ରନ୍ କରିବା |
00:37 | ଏହାର ପ୍ରଦର୍ଶନ ପାଇଁ, ମୁଁ Linux Operating System Ubuntu ଭର୍ସନ୍ 12.04 |
00:44 | ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି |
00:48 | Java Development Kit (JDK) ଭର୍ସନ୍ 6 ମଧ୍ୟ ଆବଶ୍ୟକ |
00:54 | ଏବଂ MySQL database ସର୍ଭର୍ |
00:57 | ଏହି ଟ୍ୟୁଟୋରିଆଲ୍ ଶିଖିବା ପାଇଁ database managementର ମୌଳିକକୁ ବୁଝିଥିବା ଆବଶ୍ୟକ ଅଟେ |
01:03 | ଅଧିକ ଜାଣିବା ପାଇଁ, ପ୍ରଦର୍ଶିତ linkରେ ଉପଲବ୍ଧ ଥିବା PHP ଓ MySQLର ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
01:10 | ଏହି ଟ୍ୟୁଟୋରିଆଲରେ ଅନ୍ୟ standard programming ଟର୍ମିନୋଲୋଜିଗୁଡିକୁ ବ୍ୟବହାର କରାଯାଇଛି |
01:16 | ଏହି ଟ୍ୟୁଟୋରିଆଲରେ Netbeans IDEରୁ କିପରି MySQL databaseକୁ ଗୋଟିଏ ସଂଯୋଗକୁ ସେଟଅପ୍ କରାଯାଏ, ପ୍ରଦର୍ଶିତ ହେବ |
01:24 | ଥରେ ସଂଯୁକ୍ତ ହେଲାପରେ, IDEରେ ଥିବା Database Explorer ସାହାଯ୍ୟରେ MySQLରେ କାମ କରିପାରିବେ |
01:31 | ବର୍ତ୍ତମାନ IDEକୁ ଫେରିଆସନ୍ତୁ |
01:36 | MySQL RDBMSର ସପୋର୍ଟ ପାଇଁ Netbeans IDE ସହିତ ଏକତ୍ର ହୋଇ ଆସିଥାଏ |
01:42 | Netbeansରେ MySQL ଡେଟାବେସ୍ ସର୍ଭରକୁ ଆକ୍ସେସ୍ କରିବା ପୂର୍ବରୁ, MySQL server ପ୍ରପର୍ଟିଗୁଡିକୁ କନଫିଗର୍ କରନ୍ତୁ |
01:51 | Services ୱିଣ୍ଡୋରେ Databases ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:56 | MySQL server properties ଡାଇଲଗ୍ ବକ୍ସକୁ ଖୋଲିବା ପାଇଁ Register MySQL Serverକୁ ଚୟନ କରନ୍ତୁ |
02:05 | Server Host Name ଓ Port ଠିକ୍ ଅଛି ବୋଲି ସୁନିଶ୍ଚିତ କରନ୍ତୁ |
02:10 | ଧ୍ୟାନଦିଅନ୍ତୁ ଯେ IDE ଡିଫଲ୍ଟ server host name ଭାବେ localhostକୁ ପ୍ରବେଶ କରିବ |
02:18 | 3306, ଡିଫଲ୍ଟ server port ନମ୍ବର୍ ଅଟେ |
02:23 | ଯଦି ପ୍ରଦର୍ଶିତ ନ’ହୁଏ ତେବେ Administrator Usernameକୁ ପ୍ରବେଶ କରନ୍ତୁ |
02:27 | ମୋ’ ସିଷ୍ଟମରେ, Administrator Username, root ଅଟେ |
02:33 | Administrator password କୁ ପ୍ରବେଶ କରନ୍ତୁ |
02:36 | ମୋ’ ସିଷ୍ଟମରେ, ପାସୱର୍ଡ ଶୁନ୍ୟ ଅଛି |
02:40 | ଡାଇଲଗ୍ ବକ୍ସର ଉପରେ ଥିବା Admin Properties ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:45 | ଏହା MySQL serverକୁ ନିୟନ୍ତ୍ରଣ କରିବା ସକାସେ ସୂଚନାକୁ ପ୍ରବେଶ କରିବା ପାଇଁ ଅନୁମତି ପ୍ରଦାନ କରିବ |
02:51 | Path/URL to admin toolରେ: field, |
02:56 | type କିମ୍ବା MySQL Administration ଆପ୍ଲିକେଶନ୍ ଥିବା ସ୍ଥାନକୁ ବ୍ରାଉଜ୍ କରନ୍ତୁ |
03:02 | ସିଷ୍ଟମରେ, /usr/bin/mysqladmin ହେଉଛି ଟୂଲର ଲୋକେଶନ୍ |
03:12 | Arguments ଫିଲ୍ଡରେ ଆଡମିନ୍ ଟୂଲ୍ ପାଇଁ ଯେକୌଣସି ଆର୍ଗୁମେଣ୍ଟକୁ ଟାଇପ୍ କରନ୍ତୁ |
03:18 | ଏହାକୁ ମଧ୍ୟ ଶୁନ୍ୟ ଛାଡିପାରିବେ |
03:22 | Path to start commandରେ: field, |
03:25 | type କିମ୍ବା MySQL startର କମାଣ୍ଡ ଥିବା ଲୋକେଶନକୁ ବ୍ରାଉଜ୍ କରନ୍ତୁ |
03:29 | ଏହି ସିଷ୍ଟମରେ ଏହା /usr/bin/mysqld_safe ଅଟେ |
03:38 | Arguments ଫିଲ୍ଡରେ start କମାଣ୍ଡ ପାଇଁ ଯେକୌଣସି ଆର୍ଗୁମେଣ୍ଟକୁ ଟାଇପ୍ କରନ୍ତୁ |
03:42 | ଏଠାରେ, ଟାଇପ୍ କରନ୍ତୁ: -u ସ୍ପେସ୍ root ସ୍ପେସ୍ start |
03:51 | Path to stop commandରେ: |
03:54 | ଟାଇପ୍ କିମ୍ବା MySQL stop କମାଣ୍ଡ ଥିବା ଲୋକେଶନକୁ ବ୍ରାଉଜ୍ କରନ୍ତୁ |
03:58 | ସାଧାରଣତଃ ଏହା, MySQL ଇନଷ୍ଟଲେଶନ୍ ଡାଇରେକ୍ଟୋରୀରେ ଥିବା bin ଫୋଲ୍ଡର୍ ମଧ୍ୟସ୍ଥ mysqladminକୁ ପାଥ୍ ଅଟେ |
04:06 | ଏହି ସିଷ୍ଟମରେ, ଏହା: /usr/bin/mysqladmin ଅଟେ |
04:14 | ଯଦି କମାଣ୍ଡ mysqladmin ହୁଏ ତେବେ Arguments ଫିଲ୍ଡରେ: -u ସ୍ପେସ୍ root ସ୍ପେସ୍ stop ଟାଇପ୍ କରନ୍ତୁ |
04:27 | ଯେତେବେଳେ ସମାପ୍ତ ହେବ, ସ୍କ୍ରୀନ୍ ଉପରେ ପରଦର୍ଶିନ ସହିତ Admin Properties ଟାବ୍ ଅନୁରୂପ ହେବା ଆବଶ୍ୟକ |
04:33 | OKରେ କ୍ଲିକ୍ କରନ୍ତୁ |
04:36 | ପ୍ରଥମେ ସୁନିଶ୍ଚିତ କରନ୍ତୁ ଯେ MySQL database ଆପଣଙ୍କ ମେସିନରେ କାମ କରୁଅଛି |
04:42 | Service ୱିଣ୍ଡୋରେ ଥିବା MySQL server ନୋଡ୍, MySQL database server ସଂଯୁକ୍ତ ହୋଇଛି କି ନାହିଁ ସୂଚିତ କରେ |
04:52 | କାମ କରୁଛି ବୋଲି ସୁନିଶ୍ଚିତ ହେଲା ପରେ, Databases >> MySQL server ନୋଡ୍ ଉପରେ ରାଇଟ୍ କ୍ଲିକ୍ କରି Connectକୁ ଚୟନ କରନ୍ତୁ |
05:05 | ଯେତେବେଳେ ପ୍ରସାରିତ ହେବ, MySQL server ନୋଡ୍ ଉପଲବ୍ଧ ଥିବା ସମସ୍ତ MySQL databasesକୁ ପ୍ରଦର୍ଶନ କରିବ |
05:13 | ଗୋଟିଏ SQL Editor ମାଧ୍ୟମରେ, ଡେଟାବେସଗୁଡିକ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ହେଉଛି ଗୋଟିଏ ସାଧାରଣ ମାର୍ଗ |
05:19 | ଏହି ଉଦ୍ଦେଶ୍ୟ ପାଇଁ, Netbeansର ଗୋଟିଏ ନିଜର SQL Editor ଅଛି |
05:23 | connection ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ଦ୍ଵାରା, ଏହାକୁ ଆକ୍ସେସ୍ କରିପାରିବେ |
05:29 | ବର୍ତ୍ତମାନ SQL Editorକୁ ବ୍ୟବହାର କରି ଗୋଟିଏ ନୂତନ database instanceକୁ ସୃଷ୍ଟି କରନ୍ତୁ |
05:34 | Services ୱିଣ୍ଡୋରେ, MySQL server ନୋଡରେ ରାଇଟ୍ କ୍ଲିକ୍ କରି Create Databaseକୁ ଚୟନ କରନ୍ତୁ |
05:44 | Create Database ଡାଇଲଗରେ, ନୂତନ databaseର ନାମକୁ ଟାଇପ୍ କରନ୍ତୁ |
05:50 | ଏହାକୁ mynewdatabase ଭାବେ ନାମିତ କରନ୍ତୁ |
05:56 | ଗୋଟିଏ ପ୍ରଦତ୍ତ ୟୁଜରକୁ, ସମ୍ପୂର୍ଣ୍ଣ ଆକ୍ସେସ୍ କରିବା ପାଇଁ ଅନୁମତି ଦେଇପାରିବେ |
06:01 | ଡିଫଲ୍ଟ ଭାବେ, କିଛି ନିର୍ଦ୍ଦିଷ୍ଟ କମାଣ୍ଡଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ, କେବଳ ଆଡମିନ୍ ୟୁଜରକୁ permission ମିଳିଥାଏ |
06:08 | ଗୋଟିଏ ନିର୍ଦ୍ଦିଷ୍ଟ ୟୁଜରକୁ ଏହି permissionଗୁଡିକୁ ଆସାଇନ୍ କରିବା ପାଇଁ, ଡ୍ରପ୍-ଡାଉନ୍ ତାଲିକା ଅନୁମତି ପ୍ରଦାନ କରିଥାଏ |
06:13 | drop ଟେବଲ୍ ବ୍ୟତିତ, ୟୁଜରମାନଙ୍କୁ ଅଧିକାଂଶ ପରମିସନ୍ ପ୍ରଦାନ କରିବା ଗୋଟିଏ ଭଲ ଅଭ୍ୟାସ ଅଟେ |
06:18 | ଏବଂ ୟୁଜରମାନଙ୍କୁ କେବଳ ସେହି ଡେଟାବେସଗୁଡିକୁ ରୂପାନ୍ତର କରିବା ପାଇଁ ଅନୁମତି ଦିଅନ୍ତୁ ଯେଉଁଗୁଡିକ ସେମାନଙ୍କ application ଦ୍ଵାରା ସୃଷ୍ଟି ହୋଇଛି |
06:25 | କିନ୍ତୁ ବର୍ତ୍ତମାନ ପାଇଁ, ଚେକ୍-ବକ୍ସକୁ ଅଚୟନିତ ଭାବେ ଛାଡିଦିଅନ୍ତୁ |
06:30 | OKରେ କ୍ଲିକ୍ କରନ୍ତୁ |
06:34 | ବର୍ତ୍ତମାନ tableଗୁଡିକୁ ସୃଷ୍ଟି କରନ୍ତୁ, ସେଗୁଡିକରେ ଡେଟା ଭର୍ତ୍ତି କରନ୍ତୁ ଏବଂ ଟେବଲରେ ପରିଚାଳିତ କରି ଡେଟାକୁ ରୂପାନ୍ତର କରନ୍ତୁ |
06:41 | mynewdatabase, ବର୍ତ୍ତମାନ ଶୁନ୍ୟ ଅଛି |
06:44 | ଟେବଲଗୁଡିକ ମଧ୍ୟରେ ଡେଟା input କରିବା ପାଇଁ ପ୍ରଥମ ମେଥଡକୁ ଆବିଷ୍କାର କରନ୍ତୁ |
06:48 | Database explorerରେ, mynewdatabase କନେକ୍ସନ୍ ନୋଡକୁ ପ୍ରସାରିତ କରନ୍ତୁ |
06:58 | ଏଠାରେ ତିନୋଟି ସବ୍ ଫୋଲ୍ଡର୍ ଅଛି: |
07:00 | Tables, Views ଓ Procedures |
07:04 | Tables ଫୋଲ୍ଡରରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Execute Commandକୁ ଚୟନ କରନ୍ତୁ |
07:11 | ମୁଖ୍ୟ ୱିଣ୍ଡୋରେ, SQL Editor ମଧ୍ୟରେ ଗୋଟିଏ ଶୁନ୍ୟ କାନଭାସ୍ ଖୋଲିବ |
07:16 | ଏହି SQL editorରେ ଗୋଟେ ସରଳ କ୍ୱେରୀକୁ ଟାଇପ୍ କରନ୍ତୁ |
07:30 | ବର୍ତ୍ତମାନ SQL editorରେ ଗୋଟିଏ ସରଳ କ୍ୱେରୀକୁ ଟାଇପ୍ କରାଯାଇଛି |
07:36 | ସୃଷ୍ଟି କରିବାକୁ ଚାହୁଁଥିବା Counselor ଟେବଲ୍ ପାଇଁ ଏହା ଗୋଟିଏ ଟେବଲ୍ ପରିଭାଷା ଅଟେ |
07:42 | ଏହି କ୍ୱେରୀକୁ ନିଷ୍ପାଦନ କରିବା ପାଇଁ, ଉପରିସ୍ଥ ଟାସ୍କ ବାର୍ ମଧ୍ୟରେ ଥିବା Run SQL ଆଇକନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:51 | କିମ୍ବା SQL Editor ମଧ୍ୟରେ ରାଇଟ୍ କ୍ଲିକ୍ କରି Run Statementକୁ ଚୟନ କରନ୍ତୁ |
08:00 | ଡେଟାବେସରେ, IDE, Counselor ଟେବଲକୁ ସୃଷ୍ଟି କରିବ |
08:04 | Output ୱିଣ୍ଡୋରେ ଏହି ବାର୍ତ୍ତାକୁ ଦେଖିପାରିବେ |
08:12 | ଯାହା କମାଣ୍ଡ ସଫଳତାର ସହ ନିଷ୍ପାଦନ ହେଲା ବୋଲି ଦର୍ଶାଇବ |
08:17 | ଏହି ପରିବର୍ତ୍ତନଗୁଡିକୁ ଯାଞ୍ଚ କରିବା ପାଇଁ Database Explorerରେ ଥିବା Tables ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
08:25 | Refreshକୁ ଚୟନ କରନ୍ତୁ |
08:28 | ଏହା ନିର୍ଦ୍ଦିଷ୍ଟ ଡେଟାବେସର ସାମ୍ପ୍ରତିକ ଷ୍ଟାଟସକୁ ଅପଡେଟ୍ କରିବ |
08:32 | Tables ଅପଶନ୍ ଅଧିନରେ ବର୍ତ୍ତମାନ ନୂତନ Counselor ଟେବଲ୍ ପ୍ରଦର୍ଶିତ ହେବ |
08:40 | ଯଦି Table ନୋଡକୁ ପ୍ରସାରିତ କରିବେ ତେବେ ଆପଣ ସୃଷ୍ଟି କରିଥିବା columnଗୁଡିକୁ ଦେଖିପାରିବେ |
08:46 | ବର୍ତ୍ତମାନ, ଟେବଲଗୁଡିକରେ ଡେଟା ଇନପୁଟ୍ କରିବା ପାଇଁ ଥିବା ପରବର୍ତ୍ତୀ ମେଥଡକୁ ଆବିଷ୍କାର କରିବା, |
08:51 | ଯାହା Create Table ଡାଇଲଗକୁ ବ୍ୟବହାର କରିବ |
08:54 | Database Explorerରେ, Tables ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Create Tableକୁ ଚୟନ କରନ୍ତୁ |
09:03 | Create Table ଡାଇଲଗ୍ ଖୋଲିବ |
09:06 | Table name ଟେକ୍ସଟ ଫିଲ୍ଡରେ, Subject ଟାଇପ୍ କରନ୍ତୁ |
09:13 | Add Column ଉପରେ କ୍ଲିକ୍ କରନ୍ତୁ |
09:16 | Add Column ଡାଇଲଗରେ ଥିବା Name ଫିଲ୍ଡରେ id ଟାଇପ୍ କରନ୍ତୁ |
09:22 | Type ଡ୍ରପ୍-ଡାଉନ୍ ମେନୁରୁ ଡେଟା ଟାଇପ୍ ପାଇଁ SMALLINTକୁ ଚୟନ କରନ୍ତୁ |
09:30 | Add Column ଡାଇଲଗ୍ ବକ୍ସ ମଧ୍ୟରୁ Primary Key ଚେକ୍-ବକ୍ସକୁ ଚୟନ କରନ୍ତୁ |
09:35 | ଏହା ଆପଣଙ୍କ ଟେବଲରେ primary-keyକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଅଟେ |
09:39 | ଧ୍ୟାନଦିଅନ୍ତୁ ଯେ ଯେତେବେଳେ ଆପଣ Primary Key ଚେକ୍-ବକ୍ସକୁ ଚୟନ କରିବେ, Index ଓ Unique ଚେକ୍-ବକ୍ସଗୁଡିକ ଅଟୋମାଟିକଲୀ ଚୟନ ହୋଇଯିବେ; |
09:49 | Null ଚେକ୍-ବକ୍ସ ମଧ୍ୟ ଡିସିଲେକ୍ଟ ହୋଇଯିବ |
09:53 | ଏହାର କାରଣ databaseରେ ଗୋଟିଏ ନିର୍ଦ୍ଦିଷ୍ଟ ରୋ’କୁ ଚିହ୍ନଟ କରିବା ପାଇଁ primary-keyଗୁଡିକ ବ୍ୟବହୃତ ହୋଇଥାଏ |
09:59 | OKରେ କ୍ଲିକ୍ କରନ୍ତୁ |
10:03 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଭଳି, ଅବଶିଷ୍ଟ କଲମଗୁଡିକୁ ସଂଯୁକ୍ତ କରିବା ପାଇଁ ଏହି ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ |
10:09 | ବର୍ତ୍ତମାନ Subject ନାମକ ଗୋଟିଏ ଟେବଲର ସୃଷ୍ଟି କରାଯାଇଛି ଯାହା Name, Description ଓ Counselor ID ପାଇଁ ଡେଟାକୁ ଧାରଣ କରିବ |
10:20 | OKରେ କ୍ଲିକ୍ କରନ୍ତୁ |
10:23 | ଗୋଟିଏ ଡେଟାବେସରେ SQL querieକୁ ରନ୍ କରିବା ଦ୍ଵାରା, ଆମେ database structureରେ ପରିଚାଳିତ ଡେଟାକୁ add, modify ଓ delete କରିପାରିବା |
10:32 | Counselor ଟେବଲରେ ଗୋଟିଏ ନୂତନ recordକୁ ସଂଯୁକ୍ତ କରନ୍ତୁ |
10:35 | Tables ନୋଡ୍ କଣ୍ଟେକ୍ସଟ ମେନୁରୁ Execute Commandକୁ ଚୟନ କରନ୍ତୁ |
10:43 | ମୁଖ୍ୟ ୱିଣ୍ଡୋରେ ଗୋଟିଏ ନୂତନ SQL Editor ଖୋଲିବ |
10:47 | SQL Editorରେ, ଗୋଟିଏ ସରଳ କ୍ୱେରୀକୁ ଟାଇପ୍ କରନ୍ତୁ |
11:00 | ଏହି କ୍ଵେରୀକୁ ନିଷ୍ପାଦନ କରିବା ପାଇଁ, source editor ମଧ୍ୟରେ ରାଇଟ୍ କ୍ଲିକ୍ କରିବା ସହିତ Run Statementକୁ ଚୟନ କରନ୍ତୁ |
11:07 | ବର୍ତ୍ତମାନ ଯାଞ୍ଚ କରନ୍ତୁ ଯେ ନୂତନ record, tableରେ ସଂଯୁକ୍ତ ହୋଇଛି କି ନାହିଁ |
11:12 | Counselor ଟେବଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ View Dataକୁ ଚୟନ କରନ୍ତୁ |
11:18 | ମୁଖ୍ୟ ୱିଣ୍ଡୋରେ ଗୋଟିଏ ନୂତନ SQL Editor ଖୋଲିବ |
11:21 | ଟେବଲରୁ ସମଗ୍ର ଡେଟାକୁ ଚୟନ କରିବା ପାଇଁ ଗୋଟିଏ କ୍ଵେରୀ ଅଟୋମାଟିକଲୀ ସୃଷ୍ଟି ହେବ |
11:27 | ଏହି ଷ୍ଟେଟମେଣ୍ଟର ପରିଣାମଗୁଡିକ workspaceର ନିମ୍ନଭାଗରେ ଗୋଟିଏ table viewରେ ପ୍ରଦର୍ଶିତ ହୋଇଛି |
11:41 | ଧ୍ୟାନଦିଅନ୍ତୁ ଯେ ସଦ୍ୟ ପ୍ରଦାନ କରାଯାଇଥିବା ଡେଟା ସହିତ ଗୋଟିଏ ନୂତନ ରୋ’ ସଂଯୁକ୍ତ ହୋଇଛି |
11:46 | IDE ମଧ୍ୟରେ ଗୋଟିଏ ଏକ୍ସଟର୍ନାଲ୍ SQL ସ୍କ୍ରିପ୍ଟକୁ ସିଧାସଳଖ ମଧ୍ୟ ରନ୍ କରିପାରିବେ |
11:52 | ଏଠାରେ ପ୍ରଦର୍ଶନ ଉଦ୍ଦେଶ୍ୟରେ ଗୋଟିଏ SQL କ୍ଵେରୀ ଅଛି |
11:59 | ଏହି ସ୍କ୍ରୀପ୍ଟ ସଦ୍ୟ ସୃଷ୍ଟି ହୋଇଥିବା ଟେବଲ୍ ସଦୃଶ ଦୁଇଟି ଟେବଲକୁ ସୃଷ୍ଟି କରିବ |
12:04 | ଯାହା Counselor ଓ Subject ଅଟେ |
12:09 | କାରଣ ଏହି ସ୍କ୍ରୀପ୍ଟ ଟେବଲଗୁଡିକୁ ଓଭରରାଇଟ୍ କରିବ, |
12:12 | ଯଦି ଟେବଲଗୁଡିକ ବିଦ୍ୟମାନ ଥା’ନ୍ତି ତେବେ ସେଗୁଡିକୁ ଡିଲିଟ୍ କରନ୍ତୁ |
12:16 | ଟେବଲଗୁଡିକୁ ଡିଲିଟ୍ କରିବା ପାଇଁ Counselor ଟେବଲ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
12:21 | ଏବଂ Delete ଚୟନ କରନ୍ତୁ |
12:24 | Confirm Object Deletion ଡାଇଲଗ୍ ବକ୍ସରେ ଥିବା Yesରେ କ୍ଲିକ୍ କରନ୍ତୁ |
12:31 | Subject ଟେବଲ୍ ପାଇଁ ସମାନ ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ |
12:38 | ବର୍ତ୍ତମାନ, ସିଷ୍ଟମରେ ବିଦ୍ୟମାନ ଥିବା SQL କ୍ଵେରୀ ଫାଇଲକୁ ଖୋଲନ୍ତୁ |
12:43 | File ମେନୁରୁ Open Fileକୁ ଚୟନ କରନ୍ତୁ |
12:48 | ଏହି ଫାଇଲକୁ ଧାରଣ କରିଥିବା ସ୍ଥାନକୁ ବ୍ରାଉଜ୍ କରନ୍ତୁ |
12:54 | ସ୍କ୍ରୀପ୍ଟ ଅଟୋମାଟିକଲୀ SQL editorରେ ଖୋଲିଯିବ |
12:59 | mynewdatabaseକୁ ହୋଇଥିବା ସଂଯୋଗ ଚୟନ ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ |
13:03 | ଏଡିଟର୍ ଉପରିସ୍ଥ ଟୂଲବାରର ଡ୍ରପ୍ ଡାଉନରେ ଥିବା Connection ସାହାଯ୍ୟରେ ଏହାକୁ ଯାଞ୍ଚ କରନ୍ତୁ |
13:13 | ଟାସ୍କ ବାରରେ ଥିବା Run SQL ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:17 | ଏବଂ ଚୟନିତ ଡେଟାବେସ୍ ବିପକ୍ଷରେ ସ୍କ୍ରୀପ୍ଟ ନିଷ୍ପାଦନ ହୋଇଛି |
13:22 | mynewdatabase କନେକ୍ସନ୍ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Refreshକୁ ଚୟନ କରନ୍ତୁ |
13:28 | ନିର୍ଦ୍ଦିଷ୍ଟ ଡେଟାବେସର ସାମ୍ପ୍ରତିକ ଷ୍ଟାଟସ୍ ସହିତ ଏହି ଡେଟାବେସ୍ କମ୍ପୋନେଣ୍ଟକୁ ଅପଡେଟ୍ କରନ୍ତୁ |
13:34 | ବର୍ତ୍ତମାନ ଏହି ଟେବଲଗୁଡିକ ମଧ୍ୟରୁ ଯେକୌଣସିଟି ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ View Data ଚୟନ କରନ୍ତୁ |
13:41 | ଏବଂ workspaceର ନିମ୍ନଭାଗରେ, ନୂତନ ଟେବଲଗୁଡିକ ଧାରଣ କରିଥିବା ଡେଟାକୁ ଦେଖିପାରିବେ |
13:52 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ- |
13:54 | ନିଜ କମ୍ପ୍ୟୁଟରରେ MySQLକୁ କନଫିଗର୍ କରିବା |
13:57 | IDEରୁ database serverକୁ ଗୋଟିଏ କନେକ୍ସନ୍ ସେଟ୍-ଅପ୍ କରିବା |
14:02 | ଡେଟା create, delete, modify ଓ |
14:06 | SQL କ୍ଵେରୀଗୁଡିକୁ run କରିବା |
14:10 | ଗୋଟିଏ ଆସାଇନମେଣ୍ଟ ଭାବେ, ଟେବଲଗୁଡିକ ସହିତ ଅନ୍ୟ ଏକ ଡେଟାବେସ୍ ଇନଷ୍ଟାନ୍ସକୁ ସୃଷ୍ଟି କରନ୍ତୁ |
14:15 | ନିଜର ବ୍ୟକ୍ତିଗତ ବୂକ୍ ଲାଇବ୍ରେରୀକୁ ପରିଚାଳିତ କରିବା ପାଇଁ ଜରୁରୀ ଡେଟା ସହିତ ଏହି ଟେବଲଗୁଡିକୁ ଭର୍ତ୍ତି କରନ୍ତୁ |
14:21 | ଏବଂ dataକୁ ଦେଖିବା ପାଇଁ ଏହି SQL ଷ୍ଟେଟମେଣ୍ଟଗୁଡିକୁ run କରନ୍ତୁ |
14:29 | ମୋ’ର ବ୍ୟକ୍ତିଗତ ମୁଭି ଲାଇବ୍ରେରୀକୁ ପରିଚାଳନା କରିବା ପାଇଁ, ମୁଁ ଗୋଟିଏ ସମାନ ଡେଟାବେସକୁ ସୃଷ୍ଟି କରିଛି |
14:37 | ଆପଣଙ୍କ ଆସାଇନମେଣ୍ଟ ଏହାର ଅନୁରୂପ ହେବା ଆବଶ୍ୟକ |
14:44 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
14:48 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
14:51 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
14:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
15:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
15:04 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
15:10 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
15:15 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ |
15:27 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
15:30 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |