Moodle-Learning-Management-System/C2/Uploading-and-editing-resources-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Moodleରେ Uploading and Editing Resources ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ URL resource, Book resource ଏବଂ Moodleରେ resourcesର ଏଡିଟ୍ କରିବା ଶିଖିବା
00:19 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ Ubuntu Linux OS 16.04,
00:25 XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP
00:33 Moodle 3.3 ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି

ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:43 ହେଲେ Internet Explorerରେ ପ୍ରଦର୍ଶନ କରିବା ସମୟରେ ଅସୁବିଧା ହେଉଥିବା କାରଣରୁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ
00:51 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଗୋଟିଏ Moodle website ସେଟ୍-ଅପ୍ କରିଥିବା ଗ୍ରହଣ କରାଯାଇଛି ଏବଂ ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରାଯାଇଛି
01:01 ଏହି ଟ୍ୟୁଟୋରିଆଲ୍ ଶିଖୁଥିବା ଶିକ୍ଷାର୍ଥୀମାନଙ୍କର Moodleରେ ଗୋଟିଏ teacher login ଥିବା ଆବଶ୍ୟକ

Administratorଙ୍କ ଦ୍ଵାରା ସେମାନଙ୍କୁ ଅତି କମରେ ଗୋଟିଏ course ଆସାଇନ୍ କରାଯିବା ଆବଶ୍ୟକ

01:11 ଏବଂ ସେମାନଙ୍କୁ ଦିଆଯାଇଥିବା କୋର୍ସ ସମ୍ବନ୍ଧିତ କିଛି ସାମଗ୍ରୀ ଅପଲୋଡ୍ କରାଯାଇଛି
01:16 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା ପ୍ରଯୁଜ୍ୟ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ
01:22 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କୁ ନିଜ କୋର୍ସରେ ଜଣେ ଛାତ୍ରଙ୍କୁ ନେବା ଆବଶ୍ୟକ
01:28 ଜଣେ ଛାତ୍ରଙ୍କୁ ନେବା ପଦ୍ଧତି ଜାଣିବା ପାଇଁ ଦୟାକରି Users in Moodle ଉପରେ ଆଧାରିତ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
01:35 ମୋ କୋର୍ସ ପାଇଁ ମୁଁ ପୂର୍ବରୁ Priya Sinha ନାମକ ଜଣେ ଛାତ୍ରୀଙ୍କୁ ନେଇସାରିଛି
01:41 ବ୍ରାଉଜର୍‌କୁ ଫେରିଆସନ୍ତୁ ଏବଂ ଜଣେ teacher ଭାବେ ନିଜର moodle siteରେ ଲଗ୍-ଇନ୍ କରନ୍ତୁ
01:48 ନେଭିଗେଶନ୍ ମେନୁର ବାମରେ ଥିବା Calculus courseରେ କ୍ଲିକ୍ କରନ୍ତୁ
01:53 ଏହି ସିରିଜ୍‌ର ଆରମ୍ଭରୁ ଆମେ ଗୋଟିଏ page resource ଓ ଗୋଟିଏ folder resource ଯୋଡି ସାରିଛେ
02:00 ବର୍ତ୍ତମାନ ଆମେ କିଛି ଅଧିକା course material ସଂଯୁକ୍ତ କରିବା

ଉପର ଡାହାଣପଟେ ଥିବା gear ଆଇକନ୍‌ରେ କ୍ଲିକ୍ କରିବା ପରେ Turn Editing Onରେ କ୍ଲିକ୍ କରନ୍ତୁ

02:11 Basic Calculus ବିଭାଗର ନିମ୍ନ ଡାହାଣପଟେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ
02:19 ରିସୋର୍ସଗୁଡ଼ିକର ତାଲିକା ଥିବା ଗୋଟିଏ ପପ୍-ଅପ୍ ଖୋଲିଯିବ

ଏହାକୁ activity chooser କୁହାଯାଏ

02:26 ତଳକୁ ସ୍କ୍ରୋଲ୍ କରିବା ସହିତ ତାଲିକାରୁ URL ଚୟନ କରନ୍ତୁ

ଡାହାଣ କଡ଼ରେ resourceର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହେବ

02:37 URL resource ସାହାଯ୍ୟରେ ଜଣେ online resourcesରେ ଲିଙ୍କଗୁଡ଼ିକୁ ଯୋଡ଼ି ପାରିବେ
02:43 ଏଗୁଡ଼ିକ documents, online videos, wiki pages, open educational resources ଇତ୍ୟାଦି ହୋଇପାରେ
02:52 ଆକ୍ଟିଭିଟୀ ଚୁଜର୍‌ର ନିମ୍ନଭାଗରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
02:57 Name ଫିଲ୍ଡରେ Evolutes of basic curves ଟାଇପ୍ କରନ୍ତୁ
03:03 ତା’ପରେ External URLରେ ଥିବା ଟେକ୍ସଟ୍ ବକ୍ସରେ ଏଠାରେ ଦିଆଯାଇଥିବା URLକୁ ଟାଇପ୍ କରନ୍ତୁ
03:10 Description ଟେକ୍ସଟ୍ ଏରିଆ ଗୋଟିଏ ଅପସନାଲ୍ ଫିଲ୍ଡ ଅଟେ

ଏଠାରେ ଦେଖାଯାଇଥିବା ଭଳି ଟେକ୍ସଟ୍ ଟାଇପ୍ କରନ୍ତୁ

03:17 ଏହି ଟେକ୍ସଟ୍ ଏରିଆର ନିମ୍ନ ଭାଗରେ ଥିବା Display description on course page ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
03:24 ବର୍ତ୍ତମାନ ବିଭାଗକୁ ପ୍ରସାରିତ କରିବା ପାଇଁ Appearanceରେ କ୍ଲିକ୍ କରନ୍ତୁ
03:29 ଭିଡିଓର ପ୍ରଦର୍ଶନ ପ୍ରକାରକୁ ନିର୍ଦ୍ଧାରଣ କରିବା ପାଇଁ ଏଠାରେ Display ବିକଳ୍ପ ଅଛି
03:35 ଡ୍ରପ୍-ଡାଉନ୍ରେ 4ଟି ବିକଳ୍ପ ଅଛି

Automatic ବିକଳ୍ପ ଦ୍ଵାରା, browser settings ଓ screen resolution ଆଧାରରେ ସର୍ବୋତ୍ତମ ବିକଳ୍ପ ଚୟନ ହେବ

03:45 Embed ଦ୍ଵାରା courseରେ ଥିବା ଭିଡିଓ ଖୋଲିଥାଏ

ସମାନ ୱିଣ୍ଡୋରେ Open ଦ୍ଵାରା ୟୁଜର୍ଙ୍କୁ URLକୁ ରିଡାଇରେକ୍ଟ କରାଯାଏ

03:55 In pop-up ଭିଡିଓକୁ ଗୋଟିଏ ନୂଆ ୱିଣ୍ଡୋରେ ଖୋଲିଥାଏ
04:00 ଆପଣ ଯେତେବେଳେ In pop-up ଚୟନ କରିବେ, ସେତେବେଳେ Pop-up width ଓ Pop-up height ବିକଳ୍ପ ଏନାବଲ୍ ହୋଇଯିବ

ଆପଣ ନିଜ ଅନୁସାରେ ମୂଲ୍ୟଗୁଡ଼ିକୁ ପରିବର୍ତ୍ତନ କରିପାରିବେ

04:12 Display ବିକଳ୍ପରେ Embedକୁ ଚୟନ କରନ୍ତୁ
04:17 ତଳକୁ Activity completion section ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ ଏବଂ ଏହାକୁ ପ୍ରସାରିତ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
04:24 ଯଦି ଜଣେ ଟିଚର୍ ଗୋଟିଏ କାର୍ଯ୍ୟର ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହାର ଗତିବିଧିକୁ ଟ୍ରାକ୍ କରିବାକୁ ଚାହାନ୍ତି, ତେବେ ତାଙ୍କୁ ଏହି section ସାହାଯ୍ୟ କରିବ
04:32 Completion tracking ଅଧିନରେ ତିନିଟି ବିକଳ୍ପ ଅଛି

Resource ଉପରେ ନିର୍ଭର କରି ଆପଣ ଟ୍ରାକିଂ ମେକାନିଜମ୍‌ର ଚୟନ କରିପାରିବେ

04:41 ଏଠାରେ ତୃତୀୟ ବିକଳ୍ପ ଚୟନ କରିବା ସହିତ Student must view this activity to complete it ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
04:51 ତଳକୁ ସ୍କ୍ରୋଲ୍ କରିବା ସହିତ ନିମ୍ନରେ ଥିବା Save and return to course ବଟନ୍‌ରେ କ୍ଲିକ୍ କରନ୍ତୁ
04:58 ଗୋଟିଏ ଆକ୍ଟିଭିଟୀ ସମ୍ପୂର୍ଣ୍ଣ ହୋଇଛି ବୋଲି ଆକ୍ଟିଭିଟୀ ନାମ ପରେ ଥିବା ଗୋଟିଏ ଚେକ୍‌ମାର୍କ ଦ୍ଵାରା ସୂଚିତ ହେବ
05:05 ବର୍ତ୍ତମାନ ଚାଲନ୍ତୁ ଗୋଟିଏ book resource ତିଆରି କରିବା. ନାମ ଅନୁସାରେ ଏଥିରେ ଅନେକ ପେଜ୍, ଚାପ୍ଟର୍ ଓ ସବ୍-ଚାପ୍ଟର୍ ରହିବ
05:16 ଏଥିରେ ମଲ୍ଟିମେଡିଆ କଣ୍ଟେଣ୍ଟ ମଧ୍ୟ ରହିପାରେ
05:20 ବର୍ତ୍ତମାନ browser ୱିଣ୍ଡୋକୁ ଫେରିଆସନ୍ତୁ
05:23 Basic Calculus section ନିମ୍ନ ଭାଗର ଡାହାଣ କଡ଼ରେ ଥିବା Add an activity or resource ଲିଙ୍କ ଉପରେ କ୍ଲିକ୍ କରନ୍ତୁ
05:30 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Resourcesର ତାଲିକାରୁ Book ଚୟନ କରନ୍ତୁ
05:34 ଆକ୍ଟିଭିଟୀ ଚୁଜର୍ର ନିମ୍ନଭାଗରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
05:39 Name ଫିଲ୍ଡରେ Iterating evolutes and involutes ଟାଇପ୍ କରନ୍ତୁ
05:45 ଏଠାରେ ପ୍ରଦର୍ଶିତ କରାଯାଇଥିବା ଭଳି ବର୍ଣ୍ଣନାକୁ ଟାଇପ୍ କରନ୍ତୁ
05:48 ବିଭାଗକୁ ପ୍ରସାରିତ କରିବା ପାଇଁ Appearanceରେ କ୍ଲିକ୍ କରନ୍ତୁ
05:51 ପ୍ରଥମ ବିକଳ୍ପ Chapter formatting ଅଟେ

ଚାପ୍ଟର୍ ଓ ସବ୍-ଚାପ୍ଟର୍‌କୁ ଆମେ କିପରି ରଖିବାକୁ ଚାହୁଁ, ତାହା ଏହା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ

05:59 ବିକଳ୍ପଗୁଡ଼ିକର କାମ ସେମାନଙ୍କର ନାମରୁ ଜଣା ପଡ଼ିଯାଏ. ବର୍ଣ୍ଣନାଗୁଡ଼ିକୁ ପଢ଼ିବା ପାଇଁ ଡ୍ରପ୍-ଡାଉନ୍ ପୂର୍ବରୁ ଆପଣ Help ଆଇକନ୍ ଉପରେ କ୍ଲିକ୍ କରିପାରିବେ
06:08 ଏହାକୁ Numbers ରଖନ୍ତୁ
06:11 ପରବର୍ତ୍ତୀ ବିକଳ୍ପ Style of navigation ଅଟେ. ପୂର୍ବ ଓ ପରବର୍ତ୍ତୀ ଲିଙ୍କଗୁଡ଼ିକୁ କିପରି ପ୍ରଦର୍ଶନ କରାଯିବ, ଏହାଦ୍ଵାରା ନିର୍ଦ୍ଧାରିତ ହୋଇଥାଏ
06:19 TOC, Table of Contents ଅଟେ
06:23 ଯଦି ଆମେ Images ଚୟନ କରିବା, ତେବେ ପୂର୍ବ ଓ ପରବର୍ତ୍ତୀ ଆରୋ ଦ୍ଵାରା ଏହା ପ୍ରଦର୍ଶିତ ହେବ
06:29 Text ଦ୍ଵାରା ପୂର୍ବ ଓ ପରବର୍ତ୍ତୀ ଚାପ୍ଟର୍‌ଗୁଡ଼ିକୁ ନେଭିଗେଶନ୍‌ରେ ଦେଖିହେବ
06:34 ପ୍ରତ୍ୟେକ ଚାପ୍ଟର୍ ନେଭିଗେଶନ୍ ପାଇଁ ଗୋଟି କଷ୍ଟମ୍ title ଦେବାପାଇଁ ଆମ ପାଖରେ ବିକଳ୍ପ ଅଛି
06:40 ତେବେ ଟେକ୍ସଟ୍ ସାହାଯ୍ୟରେ ପ୍ରଦର୍ଶିତ ଚାପ୍ଟର୍‌ର ନାମ ଏହା ଦ୍ଵାରା ଓଭର୍‌ରାଇଡ୍ ହେବ
06:45 Style of navigation ପାଇଁ Textକୁ ଚୟନ କରନ୍ତୁ
06:49 ତା’ପରେ ଏହାକୁ ପ୍ରସାରିତ କରିବା ପାଇଁ Restrict Access ବିଭାଗରେ କ୍ଲିକ୍ କରନ୍ତୁ

ଏହି resourceକୁ ଆକ୍ସେସ୍ ଥିବା ବ୍ୟକ୍ତିମାନଙ୍କ ବିଷୟରେ ଜାଣିବା ପାଇଁ ଏହା ଦ୍ଵାରା ଆମକୁ ସାହାଯ୍ୟ ମିଳିଥାଏ

06:59 ଡିଫଲ୍ଟ ଭାବେ କୌଣସି ପ୍ରତିବନ୍ଧକ ନାହିଁ. ଏହାର ଅର୍ଥ ଯେଉଁମାନେ ଏହି କୋର୍ସ ପାଇଁ ନାମାଙ୍କନ କରିଥିବେ, ସେମାନେ ଏହି ବୁକ୍‌କୁ ଦେଖିବା ପାଇଁ ସମର୍ଥ ହେବେ
07:08 Add restriction ବଟନ୍‌ରେ କ୍ଲିକ୍ କରନ୍ତୁ
07:12 ଏଠାରେ କିଛି ବିକଳ୍ପ ଅଛି. ଆପଣ ପ୍ରତ୍ୟେକଟି ପାଇଁ ଥିବା ବର୍ଣ୍ଣନାକୁ ପଢ଼ିପାରିବେ ଏବଂ କେଉଁ ପ୍ରତିବନ୍ଧକ ବ୍ୟବହାର କରିବେ, ତାହା ଚୟନ କରନ୍ତୁ
07:21 ପୂର୍ବରୁ ତିଆରି କରିଥିବା URL resource ପାଇଁ ଗୋଟିଏ ଆକ୍ଟିଭିଟୀ ସର୍ତ୍ତ ରଖନ୍ତୁ
07:27 ଜଣେ ଛାତ୍ର ଏହା ସମ୍ପୂର୍ଣ୍ଣ ହୋଇଛି ବୋଲି ଚିହ୍ନିତ ନକରିବା ପର୍ଯ୍ୟନ୍ତ ଏହି ବହିର ଆକ୍ସେସ୍କୁ ଆମେ ପ୍ରତିବନ୍ଧିତ କରିବା
07:33 Activity completionରେ କ୍ଲିକ୍ କରନ୍ତୁ. ପ୍ରତିବନ୍ଧକ ପାଇଁ ଆମେ ଚୟନ କରିଥିବା ବିକଳ୍ପ ଉପରେ ନିର୍ଭର କରି ଏଠାରେ ଥିବା ଫିଲ୍ଡଗୁଡ଼ିକ ଭିନ୍ନ ହେବ
07:42 Activity completion ଡ୍ରପ୍-ଡାଉନ୍ରେ Evolutes of basic curve କୁ ଚୟନ କରନ୍ତୁ

ଏହା ପରେ ସର୍ତ୍ତ ଅନୁସାରେ Must be marked completeକୁ ଚୟନ କରନ୍ତୁ

07:54 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନ ଭାଗରେ ଥିବା Save and display ବଟନ୍‌ରେ କ୍ଲିକ୍ କରନ୍ତୁ
08:00 ବର୍ତ୍ତମାନ ଆମେ ଏହି ବୁକ୍‌ରେ ଚାପ୍ଟର୍ ଓ ସବ୍-ଚାପ୍ଟର୍ ସଂଯୁକ୍ତ କରିପାରିବା
08:05 Chapter title ପାଇଁ Introduction ଟାଇପ୍ କରନ୍ତୁ
08:09 Content ପାଇଁ Introduction to evolutes and involutes ଟାଇପ୍ କରନ୍ତୁ

ଯଦି ଆପଣଙ୍କର କିଛି ଲେକଚର୍ ନୋଟ୍ ଥାଏ, ତେବେ ତାକୁ କପୀ ଓ ପେଷ୍ଟ କରିପାରିବେ

08:19 ପେଜ୍‌ର ନିମ୍ନ ଭାଗରେ ଥିବା Save changes ବଟନ୍‌ରେ କ୍ଲିକ୍ କରନ୍ତୁ
08:24 ଏହି ଚାପ୍ଟର୍‌କୁ ବର୍ତ୍ତମାନ ଆପଣ pageର ମଧ୍ୟ ଭାଗରେ ଦେଖିପାରିବେ

ଏବଂ ଡାହାଣ କଡ଼ରେ ଗୋଟିଏ table of contents ରହିବ

08:32 Exit Book ଲିଙ୍କ ଉପରେ କ୍ଲିକ୍ କରିବା ଦ୍ଵାରା ଆପଣ Calculus courseକୁ ଫେରିଯିବେ
08:38 Table of Contentsର ଡାହାଣ କଡ଼ରେ Introduction ଚାପ୍ଟର୍ର ନିମ୍ନ ଭାଗରେ ଥିବା 4ଟି ଆଇକନ୍‌କୁ ଦେଖନ୍ତୁ
08:46 Edit, Delete, Hide ଓ Add new chapter
08:55 ବର୍ତ୍ତମାନ ଗୋଟିଏ ସବ୍-ଚାପ୍ଟର୍ ସଂଯୁକ୍ତ କରନ୍ତୁ. Add new chapter ବୋଲି ସୂଚାଉଥିବା plus ଆଇକନ୍ରେ କ୍ଲିକ୍ କରନ୍ତୁ

ଚାପ୍ଟର୍‌ଗୁଡ଼ିକ ଭଳି ସବ୍-ଚାପ୍ଟର୍‌ଗୁଡ଼ିକୁ ତିଆରି କରନ୍ତୁ

09:07 ସେଗୁଡ଼ିକ ସବ୍-ଚାପ୍ଟର୍ ବୋଲି ସୂଚୀତ କରିବା ପାଇଁ ସେମାନଙ୍କ ସକାଶେ ଗୋଟିଏ ଅତିରିକ୍ତ ଚେକ୍-ବକ୍ସ ଅଛି

ସେହି ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ

09:15 Chapter title ପାଇଁ Classical evolutes and involutes ଟାଇପ୍ କରନ୍ତୁ

ଏଠାରେ ପ୍ରଦର୍ଶିତ ହେଲା ଭଳି କଣ୍ଟେଣ୍ଟକୁ କପି ଓ ପେଷ୍ଟ କରନ୍ତୁ

09:24 ଏହି ଟ୍ୟୁଟୋରିଆଲ୍‌ର Code filesରେ ଆପଣ Book-IteratingEvolutesAndInvolutes ପାଇଁ କଣ୍ଟେଣ୍ଟ ପାଇଯିବେ
09:31 ପେଜ୍‌ର ନିମ୍ନ ଭାଗରେ ଥିବା Save changes ବଟନ୍‌ରେ କ୍ଲିକ୍ କରନ୍ତୁ
09:37 ବର୍ତ୍ତମାନ ଆପଣ ସବ୍-ଚାପ୍ଟର୍‌କୁ ଦେଖିପାରିବେ ଏବଂ ପୂର୍ବ ଚାପଟର୍‌କୁ ଦେଖିବା ପାଇଁ ନେଭିଗେଶନ୍‌କୁ ମଧ୍ୟ ଲକ୍ଷ୍ୟ କରନ୍ତୁ
09:44 ଡାହାଣ କଡ଼ରେ ଥିବା ଆଇକନ୍ଗୁଡ଼ିକ ପରେ ଗୋଟିଏ ଅତିରିକ୍ତ icon ଥିବା ଲକ୍ଷ୍ୟ କରନ୍ତୁ
09:49 ଚାପ୍ଟର୍‌ଗୁଡ଼ିକୁ ରିଅର୍ଡର୍ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଅଛି
09:54 ଏହି ସବ୍-ଚାପ୍ଟର୍‌କୁ ଉପରକୁ ନେବା ଦ୍ଵାରା କ’ଣ ହେଉଛି ଚାଲନ୍ତୁ ଦେଖିବା

Up ଆରୋରେ କ୍ଲିକ୍ କରନ୍ତୁ

10:01 ବର୍ତ୍ତମାନ Introduction ଗୋଟିଏ ସବ୍-ଚାପ୍ଟର୍ ହେବା ବଦଳରେ ଦ୍ଵିତୀୟ ଚାପ୍ଟର୍‌ରେ ପରିଣତ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
10:08 ପୁନର୍ବାର ଏହାକୁ ପ୍ରଥମ ଚାପ୍ଟର୍ କରିବା ପାଇଁ ପଛକୁ ଫେରିଆସନ୍ତୁ
10:11 ପୁନର୍ବାର ଆମେ Classical evolutes and involutesକୁ କିପରି ଗୋଟିଏ ସବ୍-ଚାପ୍ଟର୍ କରିପାରିବା?

ଏହାକୁ ଏଡିଟ୍ କରିବା ପାଇଁ ଟାଇଟଲ୍‌ର ନିମ୍ନରେ ଥିବା gear ଆଇକନ୍ରେ କ୍ଲିକ୍ କରନ୍ତୁ

10:21 ଏହାକୁ ଗୋଟି ସବ୍-ଚାପ୍ଟର୍ କରିବା ପାଇଁ ବର୍ତ୍ତମାନ Subchapter ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
10:26 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
10:30 ବର୍ତ୍ତମାନ ପୁନର୍ବାର Calculus କୋର୍ସକୁ ଫେରି ଆସନ୍ତୁ
10:34 Basic Calculus ବିଷୟ ପାଇଁ ବର୍ତ୍ତମାନ ଆମ ପାଖରେ ନିମ୍ନଲିଖିତ ରିସୋର୍ସଗୁଡ଼ିକ ଅଛି
10:40 ଏହି ରିସୋର୍ସଗୁଡ଼ିକୁ ଡ୍ରାଗ୍ କରି ଆମେ ସେଗୁଡ଼ିକୁ ରିଅର୍ଡର୍ କରିପାରିବା
10:45 Evolutes of Basic curves URL ରିସୋର୍ସକୁ ଡ୍ରାଗ୍ କରି ଅନ୍ୟ ଦୁଇଟିର ଉପରକୁ ଆଣନ୍ତୁ
10:52 ପ୍ରତ୍ୟେକ resourceର ଡାହାଣ କଡ଼ରେ ଗୋଟିଏ Edit ଲିଙ୍କ ଅଛି. ଏହା ଉପରେ କ୍ଲିକ୍ କରନ୍ତୁ
10:58 ରିସୋର୍ସକୁ edit, hide, duplicate ଓ delete କରିବା ପାଇଁ ସେଟିଙ୍ଗଗୁଡ଼ିକ ଅଛି.

ଏଗୁଡ଼ିକର ନାମ ହିଁ ସେମାନଙ୍କର କାମକୁ ସୂଚାଇଥାଏ

11:09 ଏଠାରେ ଆଉ 2ଟି ବିକଳ୍ପ ଅଛି: Move right ଓ Assign roles
11:14 Move rightରେ କ୍ଲିକ୍ କରନ୍ତୁ.

ଏହା ଦ୍ଵାରା ରିସୋର୍ସ ସାମାନ୍ୟ ଇଣ୍ଡେଣ୍ଟ ହେବ

11:21 ଗୋଟିଏ ରିସୋର୍ସର ଅଂଶ ଥିବା ଅନ୍ୟ ଏକ ରିସୋର୍ସର ଭିଜୁଆଲ୍ ରିପ୍ରେଜେଣ୍ଟେଶନ୍ ପାଇଁ ଏହା ସାହାଯ୍ୟକାରୀ ହେବ
11:28 ଏହି ରିସୋର୍ସକୁ ମୂଳ ସ୍ଥାନକୁ ଫେରାଇ ଆଣିବା ପାଇଁ Move leftରେ କ୍ଲିକ୍ କରନ୍ତୁ
11:34 ବର୍ତ୍ତମାନ ଆପଣ Moodleରୁ ଲଗ୍-ଆଉଟ୍ ହୋଇପାରିବେ
11:38 ବର୍ତ୍ତମାନ Priya Sinha ନାମକ ଜଣେ ଛାତ୍ରୀ ନାମରେ ଲଗ୍-ଇନ୍ କରନ୍ତୁ
11:41 ଏହି ପେଜ୍‌କୁ Priya Sinha ଏହି ଭଳି ଦେଖିବାକୁ ପାଇବେ
11:46 ଲକ୍ଷ୍ୟ କରନ୍ତୁ ଯେ, completion ବକ୍ସଗୁଡ଼ିକୁ ପ୍ରଥମ ଥର ପାଇଁ ଟିକ୍ କରାଯାଇନାହିଁ
11:51 ଏହି ରିସୋର୍ସ ସମ୍ପୂର୍ଣ୍ଣ ହୋଇଛି ବୋଲି ଚିହ୍ନଟ କରିବା ପାଇଁ ସେ ଏହି URLକୁ ଦେଖିବା ଆବଶ୍ୟକ
11:56 ଏବଂ URL resource ସମ୍ପୂର୍ଣ୍ଣ ହୋଇଛି ବୋଲି ବିହ୍ନଟ ନହେବା ପର୍ଯ୍ୟନ୍ତ book resourceରେ କ୍ଲିକ୍ କରିବା ସମ୍ଭବ ହେବ ନାହିଁ
12:02 Evolutes of basic curves resourceରେ କ୍ଲିକ୍ କରନ୍ତୁ
12:07 ବର୍ତ୍ତମାନ breadcrumbରେ ଥିବା Calculus ଲିଙ୍କରେ କ୍ଲିକ୍ କରନ୍ତୁ.

ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି ବୋଲି ରିସୋର୍ସକୁ ଚିହ୍ନଟ କରାଯାଇଛି ଏବଂ ଛାତ୍ର ଜଣଙ୍କ ପାଇଁ ବହିଟି ଉପଲବ୍ଧ ହେବ

12:17 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
12:23 ଏହି ଟ୍ୟୁଟୋରିଆଲରେ ଆମେ URL resource, Book resource ଓ Moodleରେ resourcesକୁ ଏଡିଟ୍ କରିବା ବିଷୟରେ ଶିଖିଲେ
12:34 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି.

ଆମେ ପୂର୍ବରୁ ତିଆରି କରିଥିବା ବୁକ୍‌ରେ ଆଉ କିଛି ଚାପ୍ଟର୍ ଓ ସବ୍-ଚାପ୍ଟର୍ ଯୋଡ଼ନ୍ତୁ

12:42 ନିର୍ଦ୍ଦେଶ ଅନୁସାରେ ସେଗୁଡ଼ିକୁ ରିଅର୍ଡର୍ କରନ୍ତୁ.

ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ

12:50 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:09 ଦୟାକରି ଏହି ଫୋରମରେ ସମୟାନୁସାରେ ନିଜର କ୍ଵେରୀଗୁଡ଼ିକୁ ପୋଷ୍ଟ କରନ୍ତୁ
13:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

13:26 ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep