Moodle-Learning-Management-System/C2/Question-bank-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Question bank in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Moodleରେ ଥିବା Question bank
00:12 Questionsର Categories ଏବଂ question bankରେ କିପରି ଗୋଟିଏ ପ୍ରଶ୍ନକୁ ଯୋଡ଼ିବା
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Ubuntu Linux OS 16.04
00:26 XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP
00:34 Moodle 3.3 ଓ Firefox ୱେବ୍ ବ୍ରାଉଜର୍

ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:44 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:52 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତି କମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି
01:03 ଆପଣ ନିଜ କୋର୍ସର କିଛି ମ୍ୟାଟେରିଆଲ୍ ଅପଲୋଡ୍ କରିଛନ୍ତି ବୋଲି ମଧ୍ୟ ଗ୍ରହଣ କରାଯାଉଛି
01:09 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା ଉପଯୁକ୍ତ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ
01:16 ଦ୍ରାଉଜର୍‌କୁ ଫେରିଆସନ୍ତୁ ଏବଂ ଜଣେ teacher ଭାବେ ନିଜ Moodle siteରେ ଲଗ୍-ଇନ୍ କରନ୍ତୁ
01:24 Code files ଲିଙ୍କରେ ଥିବା ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ସମସ୍ତ ଟେକ୍ସଟ୍ ଥିବା ଗୋଟିଏ ଟେକ୍ସଟ୍ ଫାଇଲ୍ ମୋ ପାଖରେ ଉପଲବ୍ଧ ଅଛି

ଦୟାକରି Mytextfile.txt ନାମ ଥିବା ଫାଇଲ୍‌କୁ ଡାଉନଲୋଡ୍ କରିବା ସହିତ ନିଜ ମେସିନ୍ ରେ ଖୋଲନ୍ତୁ

01:40 ବାମ ନେଭିଗେଶନ୍ ମେନୁରେ ଥିବା Calculus courseରେ କ୍ଲିକ୍ କରନ୍ତୁ
01:45 ଆମେ Question banks ବିଷୟରେ ଜାଣିବାରୁ ଆରମ୍ଭ କରିବା
01:49 ଗୋଟିଏ Question bank ପ୍ରଶ୍ନଗୁଡ଼ିକର ଗୋଟିଏ ସଂଗ୍ରହ ଅଟେ ଯାହା ବିଷୟଗୁଡ଼ିକ ଅନୁସାରେ ବ୍ୟବସ୍ଥିତ ହୋଇଥାଏ
01:55 Question bankରେ ଥିବା ପ୍ରଶ୍ନଗୁଡ଼ିକ ଅନେକ quizzesରେ ବାରମ୍ବାର ବ୍ୟବହାର କରାଯାଇପାରିବ
02:01 ପ୍ରତ୍ୟେକ ଶିକ୍ଷା ବର୍ଷ କିମ୍ବା ବିଭିନ୍ନ ବ୍ୟାଚ୍ ଗୁଡ଼ିକ ପାଇଁ ବିଭିନ୍ନ ପ୍ରକାରର quizzes ପ୍ରସ୍ତୁତ କରିବା ପାଇଁ ଏହା ସାହାଯ୍ୟ କରିଥାଏ
02:09 ବ୍ରାଉଜର୍‌କୁ ଫେରିଆସନ୍ତୁ
02:11 ଉପର ଡାହାଣପଟେ ଥିବା gear ଆଇକନ୍ ରେ କ୍ଲିକ୍ କରନ୍ତୁ ଏବଂ ଶେଷରେ ଥିବା More… ଲିଙ୍କରେ କ୍ଲିକ୍ କରନ୍ତୁ
02:18 ଆମେ Course Administration ପେଜ୍‌କୁ ଆସିଯାଇଛେ
02:22 ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ Question bank ନାମକ ବିଭାଗକୁ ଲୋକେଟ୍ କରନ୍ତୁ
02:27 ଏହି ବିଭାଗରେ ଥିବା Categories ଲିଙ୍କରେ କ୍ଲିକ୍ କରନ୍ତୁ
02:30 Add category ବିଭାଗକୁ ଦେଖନ୍ତୁ
02:34 Parent category ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ
02:37 ଏହି କୋର୍ସ ପାଇଁ Top ହେଉଛି, ଉଚ୍ଚ ସ୍ତରର କ୍ୟାଟେଗୋରୀ
02:42 ଯଦି ପୂର୍ବରୁ ଡିଫଲ୍ଟ ଭାବେ କିଛି ଚୟନ ହୋଇ ନଥାଏ ତେବେ, Default for Calculus ଚୟନ କରନ୍ତୁ
02:49 Name ଫିଲ୍ଡରେ Basic Calculus ଟାଇପ୍ କରନ୍ତୁ
02:54 ତା’ପରେ ପେଜ୍‌ର ନିମ୍ନ ଭାଗରେ ଥିବା Add Category ବଟନ୍‌ରେ କ୍ଲିକ୍ କରନ୍ତୁ

ଏହିପରି ଆମେ ଅଧିକ categories ଯୋଡ଼ିପାରିବା

03:04 ମୁଁ ଏଠାରେ କରିଥିବା ଭଳି Calculus course ପାଇଁ categoriesର ଗୋଟିଏ ହାଇରାର୍କୀ ତିଆରି କରନ୍ତୁ
03:11 Questions ଟ୍ୟାବ୍‌ରେ କ୍ଲିକ୍ କରି questions creation ପେଜ୍‌କୁ ଯା’ନ୍ତୁ
03:17 ନିମ୍ନ ଭାଗରେ ଥିବା Create a new question ବଟନ୍‌ରେ କ୍ଲିକ୍ କରନ୍ତୁ
03:22 ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିଯିବ
03:25 ଆପଣ ସଂଯୁକ୍ତ କରିବାକୁ ଚାହୁଁଥିବା ପ୍ରଶ୍ନର type ଚୟନ କରନ୍ତୁ
03:29 ଡାହାଣ କଡ଼ରେ question typeର ସମ୍ପୂର୍ଣ୍ଣ ବିବିରଣୀ ଦୃଶ୍ୟମାନ ହେଉଛି
03:35 Multiple choice ଚୟନ କରନ୍ତୁ
03:39 ପପ୍-ଅପ୍‌ର ନିମ୍ନରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
03:43 ବର୍ତ୍ତମାନ ଆପଣ ପ୍ରଶ୍ନକୁ ଯୋଡ଼ିବାକୁ ଚାହୁଁଥିବା categoryକୁ ଚୟନ କରନ୍ତୁ

Evolutes ଚୟନ କରନ୍ତୁ

03:51 Question name ଫିଲ୍ଡରେ MCQ with single correct answer ଟାଇପ୍ କରନ୍ତୁ
03:57 Question text ଏରିଆରେ ନିମ୍ନଲିଖିତ ପ୍ରଶ୍ନକୁ ଟାଇପ୍ କରନ୍ତୁ

ଆପଣ Mytextfile.txt ଫାଇଲ୍‌ରୁ ଟେକ୍ସଟ୍ କପୀ ଓ ପେଷ୍ଟ କରିପାରିବେ

04:07 Default Markକୁ 1ରେ ସେଟ୍ କରାଯାଇଛି ଏବଂ ଏହାକୁ ଏହିପରି 1 ରଖନ୍ତୁ
04:12 ପରବର୍ତ୍ତୀ ବିକଳ୍ପ General feedback ଅଟେ. ଛାତ୍ର ଜଣକ କ୍ଵିଜ୍‌କୁ ଦାଖଲ କରିସାରିବା ପରେ ଏଠାରେ ଥିବା ଟେକ୍ସଟ୍ ତାଙ୍କୁ ଦୃଶ୍ୟମାନ ହେଉଛି
04:23 ପ୍ରଶ୍ନର ସମ୍ପୂର୍ଣ୍ଣ ସମାଧାନକୁ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ.

ଏଠାରେ କରାଯାଇଥିବା ଭଳି ଟେକ୍ସଟ୍‌କୁ କପୀ-ପେଷ୍ଟ କରନ୍ତୁ

04:34 ବର୍ତ୍ତମାନ One or multiple answers ଡ୍ରପ୍-ଡାଉନ୍‌ରେ କ୍ଲିକ୍ କରନ୍ତୁ
04:39 ଏଠାରେ Multiple answers allowed ଓ

One answer only ନାମକ ଦୁଇଟି ବିକଳ୍ପ ଅଛି

04:46 ଉଭୟ ବିକଳ୍ପ କିପରି କାମ କରନ୍ତି, ମୁଁ ପ୍ରଦର୍ଶନ କରିବି
04:49 ପ୍ରଥମେ One answer only ଚୟନ କରନ୍ତୁ
04:53 ଡିଫଲ୍ଟ ଭାବେ Shuffle the choices ଚେକ୍ ବକ୍ସ ଚେକ୍ ହୋଇଯାଇଛି.

ପ୍ରତ୍ୟେକ quiz attempt ପାଇଁ ପ୍ରଶ୍ନର ଉତ୍ତର ବିକଳ୍ପଗୁଡ଼ିକ ସଫଲ୍ ହେଉଥିବା ଏହା ଦ୍ଵାରା ସୁନିଶ୍ଚିତ ହୋଇଥାଏ

05:06 Answers ବିଭାଗକୁ ଦେଖିବା ପାଇଁ ତଲକୁ ସ୍କ୍ରୋଲ୍ କରନ୍ତୁ
05:10 ଲକ୍ଷ୍ୟ କରନ୍ତୁ ଯେ, ଏଠାରେ ଥିବା ପ୍ରତ୍ୟେକ ବିକଳ୍ପ ଗୋଟିଏ grade ଓ feedback ସହିତ ଜଡ଼ିତ ଅଛି
05:17 ଏଠାରେ ପ୍ରଦର୍ଶିତ ହୋଇଥିବା ଭଳି Choice 1 ଟାଇପ୍ କରନ୍ତୁ
05:20 ବର୍ତ୍ତମାନ ଏହି ପ୍ରଶ୍ନ ପାଇଁ Choice 1 ସଠିକ ଉତ୍ତର ଅଟେ
05:25 ଅତଏବ Gradeରେ 100% ଚୟନ କରନ୍ତୁ
05:30 Gradeର ଡ୍ରପ୍-ଡାଉନ୍‌ରେ ପ୍ରତ୍ୟେକ choice ପାଇଁ ଆପଣ ଆଂଶିକ କିମ୍ବା ନେଗେଟିଭ୍ ମାର୍କ ମଧ୍ୟ ରଖିପାରିବେ
05:38 Moodleରେ ଆପଣ ଦକ୍ଷ ହୋଇଯିବା ପରେ ନିଜେ ଏଗୁଡ଼ିକୁ ଖୋଜି ଜାଣିପାରିବେ
05:43 ଏହି ଉତ୍ତରକୁ ଚୟନ କରିଥିବା ଛାତ୍ରଙ୍କ ପାଇଁ ଫିଡବ୍ୟାକ୍‌କୁ Feedback ଟେକ୍ସଟ୍ ଏରିଆରେ ଲେଖାଯାଇପାରିବ.

Correct ଟାଇପ୍ କରନ୍ତୁ

05:53 ଏଠାରେ କରାଯାଇଥିବା ଭଳି choices ଓ gradesର ବଳକା ଅଂଶକୁ ପୂରଣ କରନ୍ତୁ
06:01 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Multiple Triesକୁ ପ୍ରସାରିତ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
06:08 ଏଠାରେ ଲକ୍ଷ୍ୟ କରନ୍ତୁ ଯେ, Penalty for each incorrect try ଫିଲ୍ଡକୁ ଡିଫଲ୍ଟ ଭାବେ 33.33%ରେ ସେଟ୍ କରାଯାଇଛି
06:18 ଏହାର ଅର୍ଥ ହେଉଛି, ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଜଣେ ଛାତ୍ର ଦଣ୍ଡିତ ହେବେ
06:24 ଏଠାରେ ପ୍ରଦର୍ଶିତ ହେବା ଭଳି ଆପଣ ଏହାକୁ ସେହିପରି ଛାଡ଼ିଦେଇପାରିବେ କିମ୍ବା ଯେକୌଣସି ଶତକଡ଼ା ବିକଳ୍ପକୁ ଚୟନ କରିପାରିବେ
06:31 ମୁଁ ମୋର ଛାତ୍ରମାନଙ୍କୁ ଭୁଲ ଉତ୍ତର ପାଇଁ ଯେହେତୁ ଦଣ୍ଡିତ କରିବାକୁ ଚାହେଁ ନାହିଁ ତେଣୁ, 0% ଚୟନ କରିବି
06:39 ତା’ପରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ନିମ୍ନ ଭାଗରେ ଥିବା Save changes ବଟନ୍ ରେ କ୍ଲିକ୍ କରନ୍ତୁ
06:46 ଆମେ ଦେଖିପାରିବା ଯେ, ଆମର ପ୍ରଶ୍ନଗୁଡ଼ିକ Question Bankରେ ସଂଯୁକ୍ତ ହୋଇଯାଇଛି
06:51 ଲକ୍ଷ୍ୟ କରନ୍ତୁ ଯେ, ପ୍ରଶ୍ନ ଟାଇଟଲ୍‌ର ଠିକ ପରେ ଚାରିଟି ଆଇକନ୍ ଅଛି
06:57 ଏଗୁଡ଼ିକ ପ୍ରଶ୍ନକୁ edit, duplicate, preview ଓ delete କରିବା ପାଇଁ ଅଛି
07:06 Quizରେ ପ୍ରଶ୍ନଟି କିପରି ଦେଖାଯିବ, ଦେଖିବା ପାଇଁ Preview ଆଇକନ୍‌ରେ କ୍ଲିକ୍ କରନ୍ତୁ
07:13 ଚୟନିତ ପ୍ରଶ୍ନ ଓ ଏହାର ବିକଳ୍ପଗୁଡ଼ିକ ପପ୍-ଅପ୍ ୱିଣ୍ଡୋରେ ଖୋଲିଯିବ
07:19 Fill in correct responses ବଟନ୍‌ରେ କ୍ଲିକ୍ କରନ୍ତୁ.

ପ୍ରଶ୍ନଗୁଡ଼ିକ, ବିକଳ୍ପଗୁଡ଼ିକ ଓ ସଠିକ ଉତ୍ତରକୁ ସମୀକ୍ଷା କରିବା ପାଇଁ ଏହା ଆପଣକୁ ସାହାଯ୍ୟ କରିବ

07:29 Submit and finish ବଟନ୍‌ରେ କ୍ଲିକ୍ କରନ୍ତୁ
07:32 ପ୍ରଶ୍ନର ଉତ୍ତର ଦେଇସାରିବା ପରେ ଏହା ଫିଡବ୍ୟାକ୍ ପ୍ରଦର୍ଶନ କରିବ, ଯାହାକୁ ଛାତ୍ର ଜଣକ ଦେଖିପାରିବେ
07:38 ଯେତେବେଳେ ଆପଣ ଗୋଟିଏ ନୂଆ ପ୍ରଶ୍ନକୁ ଯୋଡ଼ିବେ, ସେତେବେଳେ କ୍ରସ୍ ଚେକ୍ କରିବା ପାଇଁ ସର୍ବଦା ଏହାର ପ୍ରିଭ୍ୟୁ ଦେଖନ୍ତୁ
07:44 ଏହି ପପ୍-ଅପ୍ ୱିଣ୍ଡୋକୁ ବନ୍ଦ କରିବା ପାଇଁ Close preview ବଟନ୍ ରେ କ୍ଲିକ୍ କରନ୍ତୁ
07:49 ବର୍ତ୍ତମାନ ଏକରୁ ଅଧିକ ସଠିକ ଉତ୍ତର ପାଇଁ ଗୋଟିଏ MCQ ପ୍ରସ୍ତୁତ କରନ୍ତୁ
07:54 ପୂର୍ବ ସୋପାନକୁ ଅନୁସରଣ କରି ମୁଁ ଆଉ ଗୋଟିଏ MCQ ପ୍ରସ୍ତୁତ କରିଛି

ଦୟାକରି ଏହାକୁ ସେହି ପରି କରନ୍ତୁ

08:01 One or multiple answers ଡ୍ରପ୍-ଡାଉନ୍ ରେ ବର୍ତ୍ତମାନ Multiple answers allowedକୁ ଚୟନ କରନ୍ତୁ
08:10 ପ୍ରଦର୍ଶିତ ହେଲା ଭଳି choices 1 ଓ 2 ଏବଂ ସେମାନଙ୍କର ସମ୍ବନ୍ଧିତ gradesକୁ ଉଲ୍ଲେଖ କରନ୍ତୁ.

ଏଠାରେ ମୁଁ ଉଭୟ ପାଇଁ 50% grade ଚୟନ କରିଛି

08:20 କେବଳ ଗୋଟିଏ ଠିକ ଉତ୍ତର ଦେଇଥିବା ଛାତ୍ର ଜଣକ 0.5 marks ପାଇବ
08:26 ଏବଂ ଉଭୟ ଠିକ୍ ଉତ୍ତର ଚୟନ କରିଥିବା ଛାତ୍ର ଜଣକ 1 mark ପାଇବ
08:32 ପ୍ରଦର୍ଶିତ ହେଲା ଭଳି choices 3 ଓ 4 ଏବଂ ସେମାନଙ୍କର ସମ୍ବନ୍ଧିତ gradesକୁ ଉଲ୍ଲେଖ କରନ୍ତୁ.
08:38 ଏବଂ Penalty for each incorrect try ଫିଲ୍ଡ ପାଇଁ ମୁଁ 0% ରଖିବି
08:44 ତା’ପରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
08:49 ଏବଂ ଗୋଟିଏ Short answer ଥିବା ପ୍ରଶ୍ନକୁ ସଂଯୁକ୍ତ କରନ୍ତୁ
08:53 ଏହି ପ୍ରଶ୍ନର ଉତ୍ତରକୁ ଛାତ୍ରଜଣକ ଗୋଟିଏ ଶବ୍ଦ କିମ୍ବା ଫ୍ରେଜ୍‌ରେ ପ୍ରଦାନ କରିବେ ବୋଲି ଆଶା କରାଯାଉଛି
09:00 Create a new question ବଟନ୍‌ରେ କ୍ଲିକ୍ ଏବଂ Short answer ବିକଳ୍ପରେ ଡବଲ୍ କ୍ଲିକ୍ କରନ୍ତୁ
09:08 ଏଠାରେ ପ୍ରଦଶିତ ହେଲା ଭଳି ପ୍ରଶ୍ନ ତିଆରି କରନ୍ତୁ
09:11 Case sensitivity ଡ୍ରପ୍-ଡାଉନ୍ ରେ No, case is unimportantକୁ ଚୟନ କରନ୍ତୁ
09:18 ଏହି ପ୍ରଶ୍ନ ପାଇଁ ସଠିକ ଉତ୍ତର same logarithmic spiral ଅଟେ
09:24 same spiral କିମ୍ବା same logarithmic spiral ଉତ୍ତର ଦେଇଥିବା ଛାତ୍ରଙ୍କୁ ମୁଁ ଫୁଲ୍ ମାର୍କ ଦେବାକୁ ଚାହୁଁଛି
09:35 ହେଲେ ଯଦି ଛାତ୍ରଜଣକ ଉତ୍ତରରେ logarithmic spiral ଲେଖି ଥାନ୍ତି ତେବେ ମୁଁ ଅଧା ମାର୍କ ଦେବି
09:43 ପ୍ରଶ୍ନ ବିଭାଗ ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
09:46 ପ୍ରଦର୍ଶିତ ହେଲା ଭଳି Answer 1 ଓ 2 ଏବଂ ସେମାନଙ୍କର ସମ୍ଭାବିତ gradesକୁ ଲେଖନ୍ତୁ
09:52 Answer 1ର ଟେକ୍ସଟ୍ ରେ ଥିବା asterixକୁ ଲକ୍ଷ୍ୟ କରନ୍ତୁ.

ଯେକୌଣସି ଅକ୍ଷର ସହିତ ମେଳ ହେବା ପାଇଁ ଗୋଟିଏ wildcard ଭାବେ Asterixକୁ ବ୍ୟବହାର କରାଯାଇପାରିବ

10:02 ଉଦାହରଣସ୍ଵରୂପ: ଜଣେ ଛାତ୍ର The evolute of a logarithmic spiral is the same logarithmic spiral ଲେଖିଛି.

ଏହି ଉତ୍ତରକୁ ଫୁଲ୍ ମାର୍କ ଦିଆଯିବ

10:15 ପ୍ରଦର୍ଶିତ ହେଲା ଭଳି Answer 3 ଏବଂ ଏହାର ସମ୍ଭନ୍ଧିତ gradeକୁ ଲେଖନ୍ତୁ
10:20 ଉତ୍ତର ଟେକ୍ସଟ୍ ପୂର୍ବରୁ asterix ନଥିବା ଲକ୍ଷ୍ୟ କରନ୍ତୁ
10:24 ଉଦାହରଣସ୍ଵରୂପ: ଜଣେ ଛାତ୍ର The evolute of a logarithmic spiral is not the same logarithmic spiral ଲେଖିଛି

ଏହି ଉତ୍ତର ପାଇଁ କୌଣସି ମାର୍କ ଦିଆଯିବ ନାହିଁ

10:37 ପ୍ରଦର୍ଶିତ ହେଲା ଭଳି Answer 4 ଏବଂ ଏହାର ସମ୍ଭନ୍ଧିତ gradeକୁ ଲେଖନ୍ତୁ
10:43 ଏହି ଉତ୍ତର ପାଇଁ କେବଳ 50% ମାର୍କ ଦିଆଯାଇଥିବା ଲକ୍ଷ୍ୟ କରନ୍ତୁ
10:48 ଫିଡବ୍ୟାକ୍ ଟେକ୍ସଟ୍ ଏରିଆରେ You need to specify that it’s the same spiral and not any spiral ଟାଇପ୍ କରନ୍ତୁ
10:57 ଏହି ସ୍ପଷ୍ଟୀକରଣ ଛାତ୍ରଜଣକୁ ଫିଡବ୍ୟାକ୍ ଭାବେ ପ୍ରଦର୍ଶିତ ହେବ
11:02 Penalty for each incorrect try ଫିଲ୍ଡକୁ ମୁଁ ପୁଣି ଥରେ 0%ରେ ସେଟ୍ କରିବି
11:09 ତା’ପରେ ତଲକୁ ସ୍କ୍ରୋଲ୍ କରିବା ସହିତ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
11:14 ବର୍ତ୍ତମାନ ଗୋଟିଏ Numerical ପ୍ରଶ୍ନକୁ ଯୋଡ଼ନ୍ତୁ
11:18 Create a new question ବଟନ୍‌ରେ କ୍ଲିକ୍ ଏବଂ Numerical ବିକଳ୍ପରେ ଡବଲ୍ କ୍ଲିକ୍ କରନ୍ତୁ
11:26 ପ୍ରଦର୍ଶିତ ହେଲା ଭଳି ପ୍ରଶ୍ନ ତିଆରି କରନ୍ତୁ
11:29 ପ୍ରଶ୍ନର ଉତ୍ତର 5mm ଅଟେ.

ହେଲେ, ଯଦି କୌଣସି ଛାତ୍ରଙ୍କର ଉତ୍ତର 4.5mm ଓ 5.5mm ମଧ୍ୟରେ ରୁହେ, ତେବେ ମଧ୍ୟ ଏହା ସନ୍ତୋଷଜନକ ଅଟେ

11:41 ଏଠାରେ ଏରର୍ ମାର୍ଜିନ୍ 0.5 ଅଟେ
11:45 ତଳକୁ Answers ବିଭାଗ ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ
11:48 ପ୍ରଦର୍ଶିତ ହେଲା ଭଳି Answers, Error ଓ gradesକୁ ଉଲ୍ଲେଖ କରନ୍ତୁ
11:53 Unit handling ବିଭାଗକୁ ପ୍ରସାରିତ କରନ୍ତୁ.

Unit handling ଡ୍ରପ୍-ଡାଉନ୍‌ରେ ତିନିଟି ବିକଳ୍ପ ଅଛି

12:00 ବିକଳ୍ପ The unit must be given, and will be gradedକୁ ଚୟନ କରନ୍ତୁ
12:07 ଡିଫଲ୍ଟ ଭାବେ Unit penalty fieldରେ 0.1 ପ୍ରଦର୍ଶିତ ହେବ.

ଏହାକୁ 0.5 କରନ୍ତୁ

12:16 ଏହା ଦ୍ଵାରା ଛାତ୍ର ଜଣକ ଉତ୍ତରରେ unit ପ୍ରଦାନ କରି ନଥିଲେ ମଧ୍ୟ ଅଧା ମାର୍କ ପାଇବ
12:23 Units are input using ଡ୍ରପ୍-ଡାଉନ୍‌ରେ the text input element ବିକଳ୍ପକୁ ଚୟନ କରନ୍ତୁ
12:31 ଏହାର ଅର୍ଥ, ଛାତ୍ର ଜଣକୁ ଉତ୍ତରରେ unit ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ
12:37 Units ବିଭାଗକୁ ପ୍ରସାରିତ କରନ୍ତୁ
12:40 Unitକୁ mm ଭାବେ ଏବଂ ମଲଟିପ୍ଲାୟର୍‌କୁ 1 ଲେଖନ୍ତୁ. ଏହାର ଅର୍ଥ ଉତ୍ତରର ବିକଳ୍ପଗୁଡ଼ିକ mmରେ ରହିବ
12:50 ପୁଣି ଥରେ Penalty for each incorrect try ଫିଲ୍ଡକୁ 0%ରେ ସେଟ୍ କରନ୍ତୁ
12:57 ଏବଂ ତଳକୁ ସ୍କ୍ରୋଲ୍ କରିବା ସହିତ Save changes ବଟନ୍‌ରେ କ୍ଲିକ୍ କରନ୍ତୁ
13:02 ଏଥି ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
13:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Moodleରେ ଥିବା Question bank
13:14 Questionsର Categories ଏବଂ question bankରେ କିପରି ପ୍ରଶ୍ନଗୁଡ଼ିକୁ ଯୋଡ଼ିବା
13:22 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି: Question bankରେ ଅଧିକ ପ୍ରଶ୍ନ ଯୋଡ଼ନ୍ତୁ
13:28 ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ
13:34 ଏହି ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ସରିଗଲା ପରେ ଛାଡ଼ିଥିବା ସ୍ଥାନରୁ ଆରମ୍ଭ କରନ୍ତୁ
13:38 ବର୍ତ୍ତମାନ ଆମ ପାଖରେ ଥିବା question bankରେ 10ଟି ପ୍ରଶ୍ନ ଅଛି.

ସେଥିରୁ 6ଟି Evolutes ଏବଂ 4ଟି Involutes subcategoryର ଅଟେ

13:51 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

14:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

14:10 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ
14:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
14:27 IIT Bombay ତରଫରୁ ପ୍ରଦିପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep