Moodle-Learning-Management-System/C2/Overview-of-Moodle/Oriya
From Script | Spoken-Tutorial
| |
|
| 00:01 | Overview of Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: "ଲର୍ନିଙ୍ଗ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍" ( ସଂକ୍ଷିପ୍ତରେ LMS)ର ଅବଧାରଣା |
| 00:16 | ଗୋଟିଏ LMS ଭାବରେ Moodle |
| 00:19 | କେଉଁମାନେ Moodle ବ୍ୟବହାର କରିପାରିବେ ଏବଂ Moodle ୱେବ୍ ସାଇଟ୍ସର ଉଦାହରଣ |
| 00:26 | ଆମେ ନିମ୍ନଲିଖିତ ମଧ୍ୟ ଶିଖିବା: Moodle ଚଲାଇବା ପାଇଁ ଆବଶ୍ୟକ ସଫ୍ଟୱେର୍ ଓ ହାର୍ଡୱେର୍ ଏବଂ |
| 00:33 | Moodle ଶୃଙ୍ଖଳାରେ ପ୍ରଦର୍ଶିତ କରାଯିବାକୁ ଥିବା ମୁଖ୍ୟ ଫିଚର୍ସ |
| 00:39 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନେ ଗୋଟିଏ ୱେବ୍ ସାଇଟ୍ ବ୍ରାଉଜ୍ କରିବା ଜାଣିଥିବା ଉଚିତ |
| 00:45 | "ଲର୍ନିଙ୍ଗ୍ ମ୍ୟାନେଜମେଣ୍ଟ ସିଷ୍ଟମ୍” ବା LMS କ’ଣ ଆସନ୍ତୁ ପ୍ରଥମେ ତାହା ବୁଝିବା |
| 00:53 | ଯେକୌଣସି eLearning Content ତିଆରି, ପରିଚାଳନା ଓ ଡେଲିଭର୍ କରିବା ପାଇଁ ଏକ LMS ଆମକୁ ସାହାଯ୍ୟ କରିଥାଏ |
| 01:01 | ଉଦାହରଣସ୍ୱରୂପ: ଶିକ୍ଷାପ୍ରଦ ପାଠ୍ୟକ୍ରମ ଓ ତାଲିମ୍ କାର୍ଯ୍ୟକ୍ରମ |
| 01:07 | ପାଠ୍ୟକ୍ରମଗୁଡ଼ିକୁ ମଧ୍ୟ ଏହା ପରିଚାଳନା କରିଥାଏ “ |
| 01:11 | ଆମେ କଣ୍ଟେଣ୍ଟ ତିଆରି ଓ ଏଡିଟ୍ କରିପାରିବା, ବିଦ୍ୟାର୍ଥୀମାନଙ୍କୁ ଆକସେସ୍ ଦେଇପାରିବା, ସେମାନଙ୍କ ସବମିଶନ୍କୁ ଗ୍ରେଡ୍ ଦେଇପାରିବା ଆଦି |
| 01:21 | Moodle ହେଉଛି ଏକ ଅନୁକ୍ରିୟାଶୀଳ, ମାଗଣା ଓ ମୁକ୍ତ ଉତ୍ସ ସଫ୍ଟୱେର୍ |
| 01:27 | ବିଶ୍ୱ ସ୍ତରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ସବୁଠାରୁ ଲୋକପ୍ରିୟ LMS ମଧ୍ୟରୁ ଏହା ହେଉଛି ଅନ୍ୟତମ |
| 01:33 | ଏହାର ସୁରକ୍ଷା ନିୟନ୍ତ୍ରଣ, ଆମର ତଥ୍ୟକୁ ସୁରକ୍ଷିତ ଓ ନିରାପଦ ରଖିଥାଏ |
| 01:39 | ଏଥିରେ କିଛି ବହୁତ ଶକ୍ତିଶାଳୀ ବୈଶିଷ୍ଟ୍ୟ ରହିଛି, ଯାହା ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କୁ ସଶକ୍ତ କରିଥାଏ |
| 01:47 | Moodle, ସବିଶେଷ ଡକୁମେଣ୍ଟେଶନ୍ ମଧ୍ୟ ପ୍ରଦାନ କରିଥାଏ, ଯାହା ଏହାକୁ ବ୍ୟବହାର କରିବା ସହଜ କରିଥାଏ |
| 01:54 | Moodleର ୟୁଜର୍ କମ୍ୟୁନିଟୀ ଓ ଫୋରମ୍ ସହାୟତା ବହୁତ ସକ୍ରିୟ ରହିଥାଏ |
| 02:00 | Moodleରେ ଉପଲବ୍ଧ ମାଗଣା ପ୍ଲଗ୍ ଇନ୍ସ, ଏହାକୁ ଆହୁରି ଅଧିକ ଫିଚର୍-ସମୃଦ୍ଧ କରିଥାଏ |
| 02:06 | ସମସ୍ତ ଡିଭାଇସ୍ ରେ Moodleକୁ ନାଭିଗେଟ୍ କରିବା ସରଳ ଅଟେ;
ଏଥିରେ, ପାଠ୍ୟକ୍ରମ ଓ ସାଇଟ୍ ଲେଭଲ୍ରେ ଗତିବିଧି ଓ ଅଂଶଗ୍ରହଣତା ଉପରେ ସବିଶେଷ ରିପୋର୍ଟ ରହିଛି |
| 02:18 | ବ୍ୟକ୍ତିଗତକୃତ ଶିକ୍ଷା ସମେତ ସହଯୋଗିତାରେ ସହାଯ୍ୟ କରିଥାଏ |
| 02:23 | ସେଥିପାଇଁ ଫୋରମ୍, ପିଅର୍ ଆସେସମେଣ୍ଟ, ଗ୍ରୁପ୍ ମେନେଜମେଣ୍ଟ, ଲର୍ନିଙ୍ଗ୍ ପାଥ୍ ଆଦି ବ୍ୟବହାର କରିହେବ |
| 02:32 | ଆସନ୍ତୁ ଦେଖିବା, କିଏ କିଏ Moodle LMS ବ୍ୟବହାର କରିପାରିବେ: |
| 02:36 | ଶିକ୍ଷାନୁଷ୍ଠାନ, ଯେପରି ବିଶ୍ୱବିଦ୍ୟାଳୟ, କଲେଜ୍, ସ୍କୁଲ୍ ଓ କୋଚିଙ୍ଗ୍ ସେଣ୍ଟର୍ସ |
| 02:44 | କର୍ମଚାରୀ ତାଲିମ୍ ଓ ଅଭିବିନ୍ୟାସ ପାଇଁ ବ୍ୟବସାୟ |
| 02:49 | ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ଯତ୍ନ ତାଲିମ୍ କାର୍ଯ୍ୟକ୍ରମ |
| 02:53 | ଯେକୌଣସି ଇ-ଲର୍ନିଙ୍ଗ୍ ଭିତ୍ତିକ ଅନୁଷ୍ଠାନ |
| 02:57 | Moodle ବ୍ୟବହାର କରି ତିଆରି କରାଯାଇଥିବା କେତେକ ୱେବ୍ ସାଇଟ୍କୁ ଆସନ୍ତୁ ଦେଖିବା |
| 03:02 | ଏହିଭଳି କଲେଜ୍ |
| 03:05 | ଏହିଭଳି ଘରୋଇ ବିଶ୍ୱବିଦ୍ୟାଳୟ |
| 03:09 | ଏହିଭଳି ତାଲିମ୍ ଅନୁଷ୍ଠାନ |
| 03:13 | ଏହିଭଳି କୋଚିଙ୍ଗ୍ ଅନୁଷ୍ଠାନ |
| 03:17 | ବିଭିନ୍ନ ଶିକ୍ଷକ, ଯେଉଁମାନେ ସେମାନଙ୍କର ପାଠ୍ୟକ୍ରମକୁ ଅନଲାଇନ୍ରେ ଦେବାକୁ ଚାହୁଁଛନ୍ତି ଏବଂ ଆହୁରି ଅନେକ |
| 03:24 | ନିମ୍ନ URLରେ Moodle ପାଖରେ ବ୍ୟବହାରର ସବିଶେଷ ପରିସଂଖ୍ୟାନ ରହିଛି |
| 03:30 | ଏଥିରେ ଆପଣ, ବିଭିନ୍ନ ଦେଶରୁ ପଞ୍ଜୀକୃତ Moodle Websiteଗୁଡ଼ିକୁ ଦେଖିପାରିବେ |
| 03:40 | Moodleକୁ ଇନଷ୍ଟଲ୍ କରିବା ପାଇଁ ଆମକୁ ଦରକାର: Apache web-server |
| 03:46 | MySQL, MariaDB କିମ୍ୱା PostgreSQL ଓ PHP
ଭଳି ଏକ ଡେଟାବେସ୍ |
| 03:54 | Moodle ହେଉଛି ଏହ ସଂସାଧନ ଖର୍ଚ୍ଚୀ ସଫ୍ଟୱେର୍ |
| 03:58 | Moodle ଚଲାଇବା ପାଇଁ ସୁପାରିସକୃତ ହାର୍ଡୱେର୍ ହେଉଛି: |
| 04:02 | ଡିସ୍କ ସ୍ପେସ୍: Moodle କୋଡ୍ ପାଇଁ 200 MB, ଆଉ କଣ୍ଟେଣ୍ଟ ଷ୍ଟୋରିଙ୍ଗ୍ ପାଇଁ ସ୍ଥାନ. ହେଲେ, 5 GB ହେଉଛି ସର୍ବନିମ୍ନ ବାସ୍ତବବାଦୀ |
| 04:15 | ପ୍ରୋସେସର୍: ସର୍ବନିମ୍ନ 1 Gigahertz, କିନ୍ତୁ 2 Gigahertz ଡୁଆଲ୍ କୋର୍ କିମ୍ୱା ଅଧିକର ସୁପାରିସ କରାଯାଏ |
| 04:23 | ମେମୋରୀ: ସର୍ବନିମ୍ନ 512 MB, କିନ୍ତୁ 1 GB କିମ୍ୱା ଅଧିକର ସୁପାରିସ କରାଯାଏ |
| 04:31 | ସିଷ୍ଟମ୍ ଉପରେ ଆଶା କରାଯାଉଥିବା ଲୋଡ୍କୁ ଭିତ୍ତି କରି ଏହି ଆବଶ୍ୟକତାଗୁଡ଼ିକ ବଦଳିପାରେ |
| 04:37 | ଉଦାହରଣସ୍ୱରୂପ, ପାଠ୍ୟକ୍ରମର ସଂଖ୍ୟା ଏବଂ ଆଶା କରାଯାଉଥିବା ଏକସଙ୍ଗରେ ଲଗ୍ ଇନ୍ |
| 04:44 | ଏହି ଶୃଙ୍ଖଳା ତିଆରି କରିବା ସମୟରେ Moodle 3.3 ଲାଟେଷ୍ଟ ସ୍ଥିର ଭର୍ସନ୍ ଥିଲା |
| 04:50 | ଉପଲବ୍ଧ ଲାଟେଷ୍ଟ ସ୍ଥିର ଭର୍ସନ୍ରେ କାମ କରିବା ପାଇଁ ସର୍ବଦା ସୁପାରିସ କରାଯାଏ |
| 04:57 | Moodle 3.3 ପାଇଁ ନିମ୍ନଲିଖିତ ଆବଶ୍ୟକ: |
| 05:01 | Apache 2.x (କିମ୍ୱା ଉଚ୍ଚତର ଭର୍ସନ୍)
MariaDB 5.5.30 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) ଏବଂ |
| 05:11 | PHP 5.4.4 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) |
| 05:17 | ଏହି ଶୃଙ୍ଖଳା ପାଇଁ ଆମେ ନିମ୍ନଲିଖିତ OS ଓ ସଫ୍ଟୱେର୍ ବ୍ୟବହାର କରିଛୁ:
Ubuntu Linux OS 16.04 |
| 05:26 | XAMPP 5.6.30 ଓ Moodle 3.3 ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP |
| 05:36 | ଏହି Moodle ଶୃଙ୍ଖଳାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି - |
| 05:41 | Moodle Site Administratorମାନଙ୍କ ପାଇଁ ଗୋଟିଏ ଏବଂ ଶିକ୍ଷକମାନଙ୍କ ପାଇଁ ଗୋଟିଏ |
| 05:48 | Moodle Site Administrators, Moodleକୁ ସର୍ଭର୍ରେ ଇନଷ୍ଟଲ୍ କରିବେ |
| 05:54 | ଅନୁଷ୍ଠାନର ମାର୍ଗଦର୍ଶିକା ଅନୁସାରେ ପାଠ୍ୟକ୍ରମ ବର୍ଗ ତିଆରି କରିବେ ଏବଂ ପାଠ୍ୟକ୍ରମ ଓ ଏକାଧିକ ପାଠ୍ୟକ୍ରମ ପାଇଁ ୟୁଜର୍ ଆକାଉଣ୍ଟଗୁଡ଼ିକୁ ପରିଚାଳନା କରିବେ |
| 06:04 | ଏହି ଶୃଙ୍ଖଳାରେ Moodle Site Administrators ପାଇଁ କଭର୍ କରାଯାଇଥିବା କେତେକ ମୁଖ୍ୟ ଫିଚର୍ର ଝଲକ ଏଠାରେ ଦିଆଗଲା |
| 06:14 | Localhostରେ ପ୍ୟାକେଜ୍ଗୁଡ଼ିକୁ ଦେଖିବା ଏବଂ ଡେଟାବେସ୍କୁ ସେଟ୍ ଅପ୍ କରିବା ବିଷୟରେ Getting Ready for Moodle Installation ଟ୍ୟୁଟୋରିଆଲ୍ ବର୍ଣ୍ଣନା କରିଥାଏ |
| 06:29 | Moodleକୁ କିପରି ଡାଉନଲୋଡ୍ କରି ଇନଷ୍ଟଲ୍ କରିବେ, ତାହା Installing Moodle on Local Server ଟ୍ୟୁଟୋରିଆଲରେ ରହିଛି |
| 06:39 | Admin Dashboard, ବିଭିନ୍ନ Blocks, Profile Page ଓ Preferencesକୁ କିପରି ଏଡିଟ୍ କରିବେ
ସେହି ବିଷୟରେ Admin's Dashboard in Moodle ଟ୍ୟୁଟୋରିଆଲରେ କୁହାଯାଇଛି. |
| 06:53 | Blocks in Admin's Dashboard ଟ୍ୟୁଟୋରିଆଲରେ - Blocksକୁ କିପରି ଯୋଡ଼ିବେ ଓ ଡିଲିଟ୍ କରିବେ |
| 07:05 | ଏବଂ Front Pageକୁ କିପରି ସେଟ୍ କରିବେ, ତାହା ବର୍ଣ୍ଣିତ ହୋଇଛି |
| 07:08 | ପରବର୍ତ୍ତୀ ଟ୍ୟୁଟୋରିଆଲ୍, Categories in Moodleରେ ଆମେ, Categories ଓ Subcategories ତିଆରି କରିବା ବିଷୟରେ ଶିଖିବା |
| 07:19 | Courses in Moodle ଟ୍ୟୁଟୋରିଆଲରେ ଆମେ, ଏକ ପାଠ୍ୟକ୍ରମ ତିଆରି କରିବା ଓ ତାହାକୁ କିପରି କନଫିଗର୍ କରାଯାଏ, ତାହା ଜାଣିବା |
| 07:28 | Users in Moodle ଟ୍ୟୁଟୋରିଆଲ୍ ଆମକୁ - ଜଣେ ୟୁଜର୍ଙ୍କୁ କିପରି ଯୋଡ଼ାଯାଏ, |
| 07:36 | ୟୁଜର୍ଙ୍କ ପ୍ରୋଫାଇଲ୍ କିପରି ଏଡିଟ୍ କରାଯାଏ ଏବଂ ଅନେକ ୟୁଜର୍ଙ୍କୁ କିପରି ଅପଲୋଡ୍ କରାଯାଏ, ତାହା ବୁଝାଇଥାଏ |
| 07:43 | User Roles in Moodle ଟ୍ୟୁଟୋରିଆରେ ଆପଣ - ୟୁଜର୍ଙ୍କୁ ବିଭିନ୍ନ ଭୂମିକା ଆବଣ୍ଟନ କରିବା ବିଷୟରେ ଶିଖିବେ |
| 07:52 | ଉଦାହରଣସ୍ୱରୂପ - ଦ୍ୱିତୀୟକ ଆଡମିନ୍ ଭୂମିକା, ଶିକ୍ଷକ ଭୂମିକା ଓ ବିଦ୍ୟାର୍ଥୀ ଭୂମିକା |
| 08:00 | ଭବିଷ୍ୟତରେ Moodle Site Administrators ପାଇଁ ଏହି ଶୃଙ୍ଖଳାରେ ଆହୁରି ଅଧିକ ଟ୍ୟୁଟୋରିଆଲ୍ ଆସିବ |
| 08:07 | ଏବେ ଆମେ, ଶିକ୍ଷକମାନଙ୍କ ପାଇଁ ଥିବା ଟ୍ୟୁଟୋରିଆଲକୁ ଯିବା |
| 08:11 | ଶିକ୍ଷକମାନେ, ସେମାନଙ୍କର ପାଠ୍ୟକ୍ରମ ବିଷୟବସ୍ତୁର ଅପଲୋଡିଙ୍ଗ୍ ଓ ଏଡିଟିଙ୍ଗ୍ ପାଇଁ ଦାୟୀ ରହିବେ |
| 08:17 | ବିଦ୍ୟାର୍ଥୀଙ୍କର ପ୍ରଗତି ଜାଣିବା ପାଇଁ "ଆସାଇନମେଣ୍ଟ” ଓ "କ୍ୱିଜ୍” ତିଆରି କରିବେ ଏବଂ |
| 08:22 | ସେମାନଙ୍କର ପାଠ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କର ନାମ ଲେଖାଇବେ ଓ କଥାବାର୍ତ୍ତା ହେବେ |
| 08:27 | ଏବେ, ଏହି ଶୃଙ୍ଖଳାରେ ଶିକ୍ଷକମାନଙ୍କ ପାଇଁ ଥିବା କେତେକ ମୁଖ୍ୟ ଫିଚର୍ର ଝଲକ ମୁଁ ଦେଖାଉଛି |
| 08:34 | Teacher's Dashboard in Moodle ଟ୍ୟୁଟୋରିଆଲରେ -
Teacher's Dashboard, ପ୍ରୋଫାଇଲ୍ ଓ ପ୍ରିଫରେନ୍ସେସ୍ କିପରି ଏଡିଟ୍ କରିବେ, ତାହା କୁହାଯାଇଛି |
| 08:46 | Course Administration in Moodle ଟ୍ୟୁଟୋରିଆଲରେ ବର୍ଣ୍ଣିତ ହୋଇଛି - କିପରି Course Settings କନଫିଗର୍ କରିବେ |
| 08:53 | ଏବଂ ଗୋଟିଏ ପାଠ୍ୟକ୍ରମରେ କର୍ଯ୍ୟକଳାପ ଓ ସଂସାଧନ କିପରି ପରିଚାଳନା କରିବେ |
| 08:59 | Formatting Course Material in Moodle ଟ୍ୟୁଟୋରିଆଲରେ ରହିଛି - ଡିଫଲ୍ଟ Moodle Text Editorରେ ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପ |
| 09:10 | ଏବଂ ଅତିରିକ୍ତ Course Material ଯୋଡ଼ିବା ବିଷୟ |
| 09:15 | Uploading and Editing Resourse in Moodle ଟ୍ୟୁଟୋରିଆଲ୍ ବର୍ଣ୍ଣନା କରେ - କିପରି ଏକ URL Resource ଓ ଏକ Book Resourceକୁ ଅପଲୋଡ୍ କରିବେ ଏବଂ ସେଗୁଡ଼ିକୁ ଏଡିଟ୍ କରିବେ |
| 09:29 | ଏହି ଶୃଙ୍ଖଳାରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Forums and Assignments in Moodle |
| 09:34 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Moodleରେ ଫୋରମ୍ର ବିଭିନ୍ନ ପ୍ରକାର |
| 09:39 | ଆଲୋଚନା ପାଇଁ ଗୋଟିଏ ଫୋରମ୍ କିପରି ତିଆରି କରିବେ ଏବଂ କିପରି ଆସାଇନ୍ମେଣ୍ଟ ତିଆରି କରିବେ |
| 09:48 | Moodle ଟ୍ୟୁଟୋରିଆଲରେ ଥିବା Question Bankରେ ଆମେ, ପ୍ରଶ୍ନଗୁଡ଼ିକର Categories କିପରି ତିଆରି କରାଯାଏ ଏବଂ Question Bankରେ ପ୍ରଶ୍ନ କିପରି ଯୋଡ଼ାଯାଏ, ଶିଖିବା |
| 09:58 | Moodle ଟ୍ୟୁଟୋରିଆଲରେ ଥିବା Quiz ଆମକୁ ଶିଖାଇବ - Quiz ତିଆରି କରିବା ଏବଂ
Quizରେ ଥିବା Question Bankରେ ପ୍ରଶ୍ନ ଯୋଡ଼ିବା ବିଷୟରେ |
| 10:12 | Enroll Students and Communicate in Moodle ନାମକ ଟ୍ୟୁଟୋରିଆଲରେ ଆମେ:
ଏକ ପାଠ୍ୟକ୍ରମରେ CSV ଫାଇଲ୍ ଜରିଆରେ ଅପଲୋଡ୍ ହୋଇଥିବା ବିଦ୍ୟାର୍ଥୀମାନଙ୍କ ନାମ ଲେଖାଇବା |
| 10:25 | ପାଠ୍ୟକ୍ରମରେ ଗ୍ରୁପ୍ ତିଆରି କରିବା ଏବଂ ବିଦ୍ୟାର୍ଥୀମାନଙ୍କୁ ମେସେଜ୍ ଓ ନୋଟ୍ସ ପଠାଇବା ବିଷୟରେ ଶିଖିବା |
| 10:31 | ପରେ, ଏହି ଶୃଙ୍ଖଳାରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଆହୁରି ଅନେକ ଟ୍ୟୁଟୋରିଆଲ୍ ରହିଛି |
| 10:37 | ଏବେ, ସାରାଂଶିତ କରିବା.
ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: "ଲର୍ନିଙ୍ଗ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍" (ସଂକ୍ଷିପ୍ତରେ LMS)ର ଅବଧାରଣା |
| 10:48 | ଏକ LMS ଭାବରେ Moodle, କେଉଁମାନେ Moodle ବ୍ୟବହାର କରିପାରିବେ ଏବଂ Moodle ୱେବ୍ ସାଇଟ୍ସର ଉଦାହରଣ ବିଷୟରେ |
| 10:57 | Moodle ଚଲାଇବା ପାଇଁ ଆବଶ୍ୟକ ସଫ୍ଟୱେର୍ ଓ ହାର୍ଡୱେର୍ ଏବଂ Moodle ଶୃଙ୍ଖଳାରେ ପ୍ରଦର୍ଶିତ କରାଯିବାକୁ ଥିବା
ମୁଖ୍ୟ ଫିଚର୍ସର ଅବଲୋକନ ବିଷୟରେ ମଧ୍ୟ ଶିଖିଲେ |
| 11:10 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 11:18 | ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 11:28 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ. |
| 11:35 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ. |
| 11:45 | ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି. |
| 11:51 | ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ. ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. |
| 11:59 | ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
| 12:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 12:18 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |