Moodle-Learning-Management-System/C2/Getting-Ready-for-Moodle-Installation/Oriya

From Script | Spoken-Tutorial
Jump to: navigation, search
Time Narration
00:01 Getting Ready for Moodle Installation ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ Moodle ଇନଷ୍ଟଲ୍ କରିବା ପାଇଁ ପ୍ରାକ୍ ଆବଶ୍ୟକତା ବିଷୟରେ ଶିଖିବା
00:14 Localhostରେ ଥିବା ପେକେଜ୍ ଦେଖିବା ଓ ଡେଟାବେସ୍ ସେଟ୍ ଅପ୍ କରିବା ବିଷୟରେ ମଧ୍ୟ ଶିଖିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04

00:30 XAMPP 5.6.30 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP.
00:42 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:46 ଆପଣଙ୍କ ସିଷ୍ଟମ୍‌ରେ Moodle 3.3 ବ୍ୟବହାର କରିବା ପାଇଁ ଆପଣଙ୍କର ମେଶିନ୍ ନିମ୍ନଲିଖିତକୁ ସପୋର୍ଟ କରୁଥିବା ଦରକାର:
00:52 Apache 2.x (କିମ୍ୱା ଉଚ୍ଚତର ଭର୍ସନ୍),

MariaDB 5.5.30 (କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍) ଏବଂ PHP 5.4.4 +(କିମ୍ୱା ଯେକୌଣସି ଉଚ୍ଚତର ଭର୍ସନ୍).

01:08 ଯଦି ଆପଣଙ୍କ ପାଖରେ ଉପରୋକ୍ତଗୁଡ଼ିକର ପୁରୁଣା ଭର୍ସନ୍ ଥାଏ, ତେବେ ଆଗକୁ ବଢ଼ିବା ପୂର୍ବରୁ ସେଗୁଡ଼ିକୁ ଅନଇନଷ୍ଟଲ୍ କରିଦିଅନ୍ତୁ
01:16 MariaDB ହେଉଛି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁକ୍ତ ଉତ୍ସ ଡେଟାବେସ୍
01:21 MySQL ଡେଟାବେସ୍ ପାଇଁ ଏହା ଏକ ବିକଳ୍ପ ଅଟେ
01:26 Web Server Distributions ଆପଣଙ୍କୁ ଗୋଟିଏ ଭାବରେ ଥିବା Apache, MariaDB ଓ PHP ଦେଇଥାଏ
01:34 ଏହିଗୁଡ଼ିକୁ ଆପଣ ପୃଥକ୍ ଭାବରେ, ନଚେତ୍ XAMPP, WAMPP କିମ୍ୱା LAMPP ଭଳି ୱେବ୍ ସର୍ଭର୍ ଡିଷ୍ଟ୍ରିବ୍ୟୁଶନ୍ ବ୍ୟବହାର କରି ଇନଷ୍ଟଲ୍ କରିପାରିବେ
01:44 ମୁଁ ମୋ ମେଶିନ୍‌ରେ XAMPP ଇନଷ୍ଟଲ୍ କରିସାରିଛି
01:49 ପ୍ରଥମତଃ, ଆମ ମେଶିନ୍‌ରେ XAMPP ଚାଲୁଛି କି ନାହିଁ, ଦେଖିବା
01:54 ୱେବ୍ ବ୍ରାଉଜର୍‌ରେ ଟାଇପ୍ କରନ୍ତୁ: http କୋଲନ୍ ଡବଲ୍ ସ୍ଲାଶ୍ 127 ଡଟ୍ 0 ଡଟ୍ 0 ଡଟ୍ 1 ଏବଂ Enter ଦାବନ୍ତୁ
02:08 ଏହା, Unable to Connect ବାର୍ତ୍ତା ଦେଖାଏ
02:12 ଏହାର ଅର୍ଥ ହେଉଛି XAMPP ଚାଲୁନାହିଁ
02:16 ତେଣୁ, ଆମକୁ XAMPP ସେବା ଆରମ୍ଭ କରିବାକୁ ହେବ
02:20 Ctrl+ Alt ଓ T କୀ’ ଦାବି ଟର୍ମିନଲ୍ ଖୋଲନ୍ତୁ
02:26 sudo ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ lampp ସ୍ପେସ୍ start ଟାଇପ୍ କରି XAMPP ଆରମ୍ଭ କରନ୍ତୁ
02:38 କୁହାଗଲେ Administrative ପାସ୍‌ୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
02:44 ଯଦି ଆପଣ ନିମ୍ନ ବାର୍ତ୍ତା ପାଆନ୍ତି, ଯାହା କୁହେ -

Starting XAMPP for Linux …. XAMPP: Starting Apache...ok. XAMPP: Starting MySQL...ok. XAMPP: Starting ProFTPD...ok.

02:59 ତେବେ, ତାହାର ଅର୍ଥ ହେଉଛି, ଆପଣଙ୍କ ସିଷ୍ଟମ୍ ରେ XAMPP ଇନଷ୍ଟଲ୍ ହୋଇଛି ଏବଂ ଆପଣ ସେହି ସେବା ଆରମ୍ଭ କରିଛନ୍ତି
03:05 ଦୟାକରି ଧ୍ୟାନ ଦିଅନ୍ତୁ ଯେ, XAMPP 5.6.30, MySQL ବଦଳରେ MariaDB ବ୍ୟବହାର କରେ
03:13 ଉଭୟ ପାଇଁ କମାଣ୍ଡ ଓ ଟୂଲ୍ସ ସମାନ ଅଟେ
03:17 ବ୍ରାଉଜର୍‌କୁ ଫେରିଯାଇ ପେଜ୍‌କୁ ରିଫ୍ରେଶ୍ କରନ୍ତୁ
03:21 ଆମେ ଏବେ XAMPP ସ୍କ୍ରୀନ୍ ଦେଖିପାରୁଛେ
03:25 ଟର୍ମିନଲ୍‌ରେ ଆପଣ, Command Not Found କହୁଥିବା ଗୋଟିଏ ବାର୍ତ୍ତା ଦେଖିବାକୁ ପାଇପାରନ୍ତି
03:30 ଏହାର ଅର୍ଥ, ଆପଣଙ୍କ ମେଶିନ୍‌ରେ XAMPP ଇନଷ୍ଟଲ୍ ହୋଇନାହିଁ
03:34 ଯଦି ଏପରି ହୋଇଥାଏ, ତେବେ ଏହି ୱେବ୍ ସାଇଟ୍ ରେ ଥିବା PHP and MySQL ଶୃଙ୍ଖଳାରେ ଥିବା XAMPP Installation ଟ୍ୟୁଟୋରିଆଲ୍ ଦେଖନ୍ତୁ
03:42 ସେହି ଟ୍ୟୁଟୋରିଆଲରେ ଦିଆଯାଇଥିବା ନିର୍ଦ୍ଦେଶର ପାଳନ କରି XAMPPର ଲେଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରନ୍ତୁ
03:49 ଟର୍ମିନଲ୍‌କୁ ଫେରିଯାଆନ୍ତୁ
03:52 ଏବେ, ଉପରେ ପ୍ରଦର୍ଶିତ ପଦାଙ୍କଗୁଡ଼ିକର ପାଳନ କରି XAMPP ସେବା ଆରମ୍ଭ କରନ୍ତୁ
03:57 ଆମ ସିଷ୍ଟମ୍‌ରେ ଏବେ ଆମେ PHPର ଭର୍ସନ୍ ଯାଞ୍ଚ କରିବା
04:02 ଟର୍ମିନଲ୍‌ରେ ଟାଇପ୍ କରନ୍ତୁ: sudo ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ bin ସ୍ଲାଶ୍ php ସ୍ପେସ୍ ହାଇଫେନ୍ v

ଏବଂ Enter ଦାବନ୍ତୁ

04:17 କୁହାଗଲେ, Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
04:23 PHPର ମୋ ଭର୍ସନ୍ ହେଉଛି 5.6.30
04:29 ଏହି ବାର୍ତ୍ତା ସୂଚାଏ ଯେ, PHP ସଫଳତାପୂର୍ବକ ଇନଷ୍ଟଲ୍ ହୋଇଯାଇଛି
04:34 ଯଦି ଆପଣ 5.4.4ଠାରୁ କମ୍ ଭର୍ସନ୍ ପାଆନ୍ତି, ତେବେ ଆପଣଙ୍କୁ XAMPPର ଲେଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବାକୁ ହେବ
04:42 ଏହାପରେ ଆମେ, ଆମ ସିଷ୍ଟମ୍‌ରେ MariaDBର ଭର୍ସନ୍ ଯାଞ୍ଚ କରିବା
04:48 ଟର୍ମିନଲ୍‌ରେ ଟାଇପ୍ କରନ୍ତୁ: sudo ସ୍ପେସ୍ ସ୍ଲାଶ୍ opt ସ୍ଲାଶ୍ lampp ସ୍ଲାଶ୍ bin ସ୍ଲାଶ୍ mysql ସ୍ପେସ୍ ହାଇଫେନ୍ v

ଏବଂ Enter ଦାବନ୍ତୁ.

05:03 କୁହାଗଲେ, Administrative ପାସୱର୍ଡ ଦିଅନ୍ତୁ ଏବଂ Enter ଦାବନ୍ତୁ
05:08 MariaDBର ମୋ ଭର୍ସନ୍ ହେଉଛି 10.1.21
05:14 ଯଦି ଆପଣ 5.5.30ଠାରୁ କମ୍ ଭର୍ସନ୍ ପାଆନ୍ତି, ତେବେ ଆପଣଙ୍କୁ XAMPPର ଲେଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବାକୁ ହେବ
05:23 ଦୟାକରି ଧ୍ୟାନ ଦିଅନ୍ତୁ, PHP ଓ ଡେଟାବେସ୍ ର ଭର୍ସନ୍ ଯାଞ୍ଚ କରିବା ପାଇଁ ଆପଣ XAMPP ଚଲାଇଥିବା ଦରକାର
05:29 ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, Command Prompt ଏବେ ବଦଳିଯାଇଛି
05:34 MariaDBରୁ ବାହାରିବା ପାଇଁ "ବ୍ୟାକସ୍ଲାଶ୍ q” ଟାଇପ୍ କରି Enter ଦାବନ୍ତୁ
05:40 ଏଠାରେ ଦେଖାଯାଇଥିବା ଭଳି ଆପଣ ଅନ୍ୟ ଏରର୍ ପାଇପାରନ୍ତି
05:44 An Apache Daemon is Already Running କହୁଥିବା ଏକ ବାର୍ତ୍ତା ମଧ୍ୟ ଆପଣ ପାଇପାରନ୍ତି
05:50 ଏହାର ଅର୍ଥ ହେଉଛି, ଷ୍ଟାର୍ଟଅପ୍ ସ୍କ୍ରିପ୍ଟ XAMPP-Apacheକୁ ଆରମ୍ଭ କରିନାହିଁ
05:55 ଏହା ସୂଚିତ କରେ ଯେ, ସେଥିରେ ଅନ୍ୟଏକ Apache Instance ଆଗରୁ ଚାଲିଛି
06:01 XAMPPକୁ ସଠିକ୍ ଭାବେ ଆରମ୍ଭ କରିବା ପାଇଁ, ପ୍ରଥମେ ଆପଣଙ୍କୁ ଏହି Daemon ବନ୍ଦ କରିବାକୁ ହେବ
06:06 Apache ବନ୍ଦ କରିବା ପାଇଁ କମାଣ୍ଡ ହେଉଛି

sudo /etc/init.d/apache2 ସ୍ପେସ୍ stop

06:19 MySQL Daemon Failed to Start କହୁଥିବା ଏକ ବାର୍ତ୍ତା ଆପଣ ପାଇପାରନ୍ତି
06:25 ଏହାର ଅର୍ଥ ହେଉଛି, ଷ୍ଟାର୍ଟଅପ୍ ସ୍କ୍ରିପ୍ଟ MySQLକୁ ଆରମ୍ଭ କରିନାହିଁ
06:30 ଏହା ସୂଚିତ କରେ ଯେ, ସେଥିରେ ଅନ୍ୟଏକ Database Instance ଆଗରୁ ଚାଲିଛି
06:36 XAMPPକୁ ସଠିକ୍ ଭାବେ ଆରମ୍ଭ କରିବା ପାଇଁ, ପ୍ରଥମେ ଆପଣଙ୍କୁ ଏହି Daemon ବନ୍ଦ କରିବାକୁ ହେବ
06:41 ଏହି କମାଣ୍ଡ MySQLକୁ ବନ୍ଦ କରିବ: sudo ସ୍ପେସ୍ /etc/init.d/mysql ସ୍ପେସ୍ stop
06:54 ସମସ୍ତ ତ୍ରୁଟିର ସମାଧାନ କରନ୍ତୁ ଏବଂ ସଫଳତାପୂର୍ବକ XAMPP ଚଲାନ୍ତୁ
06:59 ତା’ପରେ, ନିଜ ୱେବ୍ ବ୍ରାଉଜର୍‌କୁ ଯାଆନ୍ତୁ ଏବଂ ପେଜ୍‌କୁ ରିଫ୍ରେଶ୍ କରନ୍ତୁ
07:03 ଭାଷା ଚୟନ କରିବାକୁ କୁହାଗଲେ, English ଚୟନ କରନ୍ତୁ
07:08 ଆମକୁ ଏବେ Moodle ପାଇଁ ଜଣେ ୟୁଜର୍‌ଙ୍କୁ ଯୋଡ଼ି ଗୋଟିଏ ଡେଟାବେସ୍ ତିଆରି କରିବାକୁ ପଡ଼ିବ
07:14 ଏହାକୁ ଆମେ phpmyadminରେ କରିବା, ଯାହା ହେଉଛି MariaDB ପାଇଁ ଗ୍ରାଫିକଲ୍ ୟୁଜର୍ ଇଣ୍ଟର୍ଫେସ୍
07:21 ଏହା, XAMPP ଇନଷ୍ଟଲେଶନ୍ ସହିତ ଆସିଥାଏ
07:25 ବ୍ରାଉଜର୍‌କୁ ଫେରିଯାଆନ୍ତୁ
07:28 XAMPP ପେଜ୍‌ରେ, ଉପରେ ଥିବା ମେନୁରେ, phpmyadmin ଉପରେ କ୍ଲିକ୍ କରନ୍ତୁ
07:34 ଉପର ମେନୁରେ ଥିବା User Accountsରେ କ୍ଲିକ୍ କରି Add User Account ଉପରେ କ୍ଲିକ୍ କରନ୍ତୁ
07:42 ଖୋଲିଥିବା ନୂଆ ୱିଣ୍ଡୋରେ, ନିଜ ପସନ୍ଦର Username ଦିଅନ୍ତୁ
07:48 ମୁଁ ନିଜର ୟୁଜର୍‌ନେମ୍ ଭାବରେ moodle ହାଇଫେନ୍ st ଟାଇପ୍ କରିବି
07:53 Host ଡ୍ରପ୍-ଡାଉନ୍ ତାଲିକାରୁ Local ଚୟନ କରନ୍ତୁ
07:57 “ପାସୱର୍ଡ” ଟେକ୍ସଟ୍-ବକ୍ସରେ ନିଜ ପସନ୍ଦର ପାସୱର୍ଡ ଦିଅନ୍ତୁ
08:02 ମୁଁ ନିଜର ପାସୱର୍ଡ ଭାବରେ moodle ହାଇଫେନ୍ st ଟାଇପ୍ କରିବି
08:07 Re-type ଟେକ୍ସଟ୍-ବକ୍ସରେ ସମାନ ପାସୱର୍ଡ ଲେଖନ୍ତୁ
08:12 Authentication Pluginକୁ ଅପରିବର୍ତ୍ତିତ ରଖନ୍ତୁ
08:17 ଏବେ ପାଇଁ ଦୟାକରି Generate Password ପ୍ରମ୍ପ୍ଟ ଉପରେ କ୍ଲିକ୍ କରନ୍ତୁ ନାହିଁ
08:22 Database for User Account ତଳେ ଆମେ ନିମ୍ନ ଅପ୍ସନ୍ ଦେଖିପାରୁଛେ -
08:26 Create Database with Same Name and Grant All Privileges
08:31 ଆମେ ସେହି ଅପ୍ସନ୍‌କୁ ଚେକ୍ କରିବା ଏବଂ ଏହି ପେଜ୍‌ର ତଳ ଡାହାଣପଟେ ଥିବା Go ବଟନ୍ କ୍ଲିକ୍ କରବା
08:38 ୱିଣ୍ଡୋ ଉପରେ You have Added a New User ବାର୍ତ୍ତା ଦେଖାଦେଉଛି
08:44 ଏହାର ଅର୍ଥ ହେଉଛି, ଜଣେ moodle-st ୟୁଜର୍ ସହିତ moodle-st ନାମରେ ଗୋଟିଏ ଡେଟାବେସ୍ ତିଆରି ହୋଇଯାଇଛି
08:54 ୟୁଜର୍‌ନେମ୍, ପାସୱର୍ଡ ଓ ଡେଟାବେସ୍ ନାମଗୁଡ଼ିକୁ ଲେଖିରଖନ୍ତୁ
08:59 Moodle ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ କରିବା ପାଇଁ ଏହିଗୁଡ଼ିକ ପରେ ଦରକାର ହେବ
09:04 ଦୟାକରି ଧ୍ୟାନ ଦିଅନ୍ତୁ: ଡେଟାବେସ୍ ନାମ ଓ ୟୁଜର୍‌ନେମ୍ ସମାନ ହେବା ଦରକାର ନାହିଁ
09:10 ଭିନ୍ନ ଭିନ୍ନ ନାମ ରଖିବା ପାଇଁ, ପ୍ରଥମେ ଡେଟାବେସ୍ ତିଆରି କରନ୍ତୁ ଏବଂ ତା’ପରେ ତାହାପାଇଁ ଜଣେ ୟୁଜର୍ ତିଆରି କରନ୍ତୁ
09:18 ନାମ ଦିଆ ପ୍ରଥା ଅନୁସାରେ, ୟୁଜର୍‌ନେମ୍ ମଝିରେ କୌଣସି ସ୍ପେସ୍ ରହିବା ଅନୁଚିତ
09:25 ଏବେ, ଆମର XAMPP ଚାଲୁଛି ଏବଂ ଡେଟାବେସ୍ ପ୍ରସ୍ତୁତ ହୋଇଯାଇଛି
09:29 Moodle ଇନଷ୍ଟଲ୍ କରିବା ପାଇଁ ଆମେ ଏବେ ପ୍ରସ୍ତୁତ
09:32 ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ Moodle ଇନଷ୍ଟଲେଶନ୍ ସହ ଜାରି ରଖିବା
09:37 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
09:41 ସଂକ୍ଷିପ୍ତରେ -
09:43 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
09:45 Moodle ଇନଷ୍ଟଲ୍ କରିବା ପାଇଁ ପ୍ରାକ୍ ଆବଶ୍ୟକତା,
09:49 ପ୍ରାକ୍ ଆବଶ୍ୟକତା କିପରି ଯାଞ୍ଚ କରିବେ,

ଡେଟାବେସ୍ କିପରି ସେଟ୍ ଅପ୍ କରିବେ ଏବଂ ଜଣେ ୟୁଜର୍‌ଙ୍କୁ କିପରି ଯୋଡ଼ିବେ

09:57 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
10:03 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:06 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
10:11 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ:
10:15 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?
10:18 ଦୟାକରି http://forums.spoken-tutorial.orgକୁ ଯାଆନ୍ତୁ
10:27 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.
10:30 ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.
10:36 ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
10:41 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
10:46 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ
10:48 ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
10:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
11:01 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:06 IIT Bombay ତରଫରୁ
11:10 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep