Moodle-Learning-Management-System/C2/Forums-and-Assignments-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Forums and Assignments in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:

ବିଭିନ୍ନ ପ୍ରକାରର forums ଆଲୋଚନା ପାଇଁ କିପରି ଗୋଟିଏ forumକୁ ଯୋଡ଼ିବା ଏବଂ କିପରି ଗୋଟିଏ Assignments ତିଆରି କରିବା

00:21 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ

Ubuntu Linux OS 16.04 Apache, MariaDB ଓ XAMPP 5.6.30 ମାଧ୍ୟମରେ ପ୍ରାପ୍ତ PHP Moodle 3.3 ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି

00:44 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ. ହେଲେ Internet Explorerରେ ପ୍ରଦର୍ଶନ କରିବା ସମୟରେ ଅସୁବିଧା ହେଉଥିବା କାରଣରୁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ
00:56 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତିକମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି
01:08 ଏହା ମଧ୍ୟ ଗ୍ରହଣ କରାଯାଇଛି ଯେ, ଆପଣ ନିଜ କୋର୍ସ ପାଇଁ କିଛି କୋର୍ସ ମ୍ୟାଟେରିଆଲ୍ ଅପଲୋଡ୍ କରିଛନ୍ତି. ଯଦି ହୋଇନଥାଏ ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା ଉପଯୁକ୍ତ Moodle ଟ୍ୟୁଟୋରିଆଲ୍‌ଗୁଡ଼ିକୁ ରେଫର୍ କରନ୍ତୁ
01:22 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କୁ ନିଜ କୋର୍ସରେ ଜଣେ ଛାତ୍ରଙ୍କୁ ନେବା ଆବଶ୍ୟକ
01:28 ଜଣେ ଛାତ୍ରଙ୍କୁ ନେବା ପଦ୍ଧତି ଜାଣିବା ପାଇଁ ଦୟାକରି Users in Moodle ଉପରେ ଆଧାରିତ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ. ମୋ କୋର୍ସ ପାଇଁ ମୁଁ ପୂର୍ବରୁ Priya Sinha ନାମକ ଜଣେ ଛାତ୍ରୀଙ୍କୁ ନେଇ ସାରିଛି
01:40 ବ୍ରାଉଜର୍‌କୁ ଫେରିଆସନ୍ତୁ ଏବଂ teacher login ବ୍ୟବହାର କରି ନିଜର Moodle siteରେ ଲଗ୍-ଇନ୍ କରନ୍ତୁ
01:47 ବାମ କଡ଼ରେ ଥିବା ନେଭିଗେଶନ୍ ମେନୁ ସ୍ଥିତ Calculus courseରେ କ୍ଲିକ୍ କରନ୍ତୁ
01:52 ପୂର୍ବେ ଆମେ ଯୋଡ଼ିଥିବା କିଛି course material ଓ announcementsକୁ ମନେପକାନ୍ତୁ
01:59 Forums କ’ଣ, ଚାଲନ୍ତୁ ବୁଝିବା
02:03 ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଆଲୋଚନା ଏବଂ ବିଚାର ବିମର୍ଶ ପାଇଁ Forums ବ୍ୟବହାର କରାଯାଇପାରେ
02:12 କିନ୍ତୁ, କେବଳ ଶିକ୍ଷକମାନେ Announcements ପୋଷ୍ଟ କରିଥା’ନ୍ତି
02:18 ସମସ୍ତ ସଦସ୍ୟ ମାର୍ଗଦର୍ଶିକାକୁ ଅନୁସରଣ କରୁଥିବା ସୁନିଶ୍ଚିତ କରିବା ପାଇଁ ଏହି ଆଲୋଚନାଗୁଡ଼ିକୁ ଶିକ୍ଷକମାନେ ତଦାରଖ କରନ୍ତି
02:26 ବର୍ତ୍ତମାନ ଗୋଟିଏ forum ଯୋଡ଼ିବା ବିଷୟରେ ଶିଖିବା. Moodle pageକୁ ଫେରିଆସନ୍ତୁ
02:33 ତା’ପରେ, ଡାହାଣପଟେ ଥିବା Gear ଆଇକନ୍‌ରେ କ୍ଲିକ୍ କରିବା ପରେ Turn Editing Onରେ କ୍ଲିକ୍ କରନ୍ତୁ
02:40 ସାଧାରଣ ବିଭାଗର ନିମ୍ନ ଡାହାଣପଟେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ
02:47 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଆକ୍ଟିଭିଟୀ ଚୁଜର୍‌ରେ Forum ଚୟନ କରନ୍ତୁ
02:53 ଆକ୍ଟିଭିଟୀ ଚୁଜର୍‌ର ନିମ୍ନଭାଗରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
02:59 Course pageରେ forum ପାଇଁ ଗୋଟିଏ ଲିଙ୍କ ଭାବେ Forum name ପ୍ରଦର୍ଶିତ ହେବ
03:06 Interesting web resources on evolutes and involutes ଟାଇପ୍ କରନ୍ତୁ
03:13 ଛାତ୍ରମାନଙ୍କ ପାଇଁ forumର ଉଦ୍ଦେଶ୍ୟକୁ Description ଦ୍ଵାରା ବର୍ଣ୍ଣନା କରାଯାଇପାରିବ. ଏଠାରେ ପ୍ରଦର୍ଶିତ ହେଲା ଭଳି ଟେକ୍ସଟ୍ ଟାଇପ୍ କରନ୍ତୁ
03:23 ଏହି ଟେକ୍ସଟ୍ ଏରିଆର ନିମ୍ନରେ ଥିବା Display description on course page ପାଇଁ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
03:30 ପରବର୍ତ୍ତୀ ବିକଳ୍ପ ହେଉଛି Forum type. ଡିଫଲ୍ଟ ଭାବେ Standard forum for general use ଚୟନିତ ହୋଇଛି
03:40 Moodleରେ ପାଞ୍ଚ ପ୍ରକାରର ଫୋରମ୍ ଅଛି. Forumର ପ୍ରକାର ବିଷୟରେ ପଢ଼ିବା ପାଇଁ ଡ୍ରପ୍-ଡାଉନ୍ ପରେ ଥିବା Help iconରେ କ୍ଲିକ୍ କରନ୍ତୁ
03:50 ନିଜର ଆବଶ୍ୟକତା ଅନୁସାରେ ଆପଣ Forum type ଚୟନ କରିପାରିବେ. Standard forum displayed in a blog-like formatକୁ ଚୟନ କରନ୍ତୁ
04:01 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନରେ ଥିବା Save and display ବଟନ୍‌ରେ କ୍ଲିକ୍ କରନ୍ତୁ
04:09 ଗୋଟିଏ ନୂଆ ପେଜ୍ ଖୋଲିଯାଇଛି. ଏଠାରେ Add a new topic ବଟନ୍‌ରେ କ୍ଲିକ୍ କରନ୍ତୁ
04:17 ଏଠାରେ ପ୍ରଦର୍ଶିତ ହେଲା ଭଳି Subject ଓ Message ଟାଇପ୍ କରନ୍ତୁ. ବଳକା ଅପସନ୍‌ଗୁଡ଼ିକ ଆନାଉନ୍ସମେଣ୍ଟରେ ଥିବା ଅପସନ୍ ଭଳି ସମାନ ଅଟେ
04:29 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନରେ ଥିବା Post to forum ବଟନ୍ରେ କ୍ଲିକ୍ କରନ୍ତୁ
04:36 ଗୋଟିଏ ସକ୍ସେସ୍ ମେସେଜ୍ ପ୍ରଦର୍ଶିତ ହେବ
04:39 30 ମିନିଟ ମଧ୍ୟରେ postର ଅଥର୍ ଏହାକୁ ଏଡିଟ୍ କରିପାରିବେ ବୋଲି ଗୋଟିଏ ମେସେଜ୍ ଥିବା ଲକ୍ଷ୍ୟ କରନ୍ତୁ. ହେଲେ ଏହା, କେବଳ non-teacher profiles ପାଇଁ ପ୍ରଯୁଜ୍ୟ ହୋଇଥାଏ
04:54 ଗୋଟିଏ courseର ମଡରେଟର୍ ଓ କ୍ରିଏଟର୍ ଥିବା ଜଣେ ଶିକ୍ଷକ ଯେକୌଣସି ସମୟରେ ଯେକୌଣସି postକୁ ଏଡିଟ୍ ଓ ଡିଲିଟ୍ କରିପାରିବେ
05:03 ବର୍ତ୍ତମାନ ଜଣେ ଛାତ୍ରୀ Priya Sinha ଭାବେ ଲଗ୍-ଇନ୍ କରନ୍ତୁ ଏବଂ ତା’ପରେ ଜଣେ ଛାତ୍ରକୁ ଏହି ଫୋରମ୍ କିପରି ଦେଖାଯାଏ ଆମେ ଦେଖିପାରିବା
05:15 ଆଲୋଚନାକୁ ଦେଖିବା ପାଇଁ ରିସୋର୍ସ ତାଲିକାରେ ଥିବା forum ନାମରେ କ୍ଲିକ୍ କରନ୍ତୁ
05:21 ଜଣେ ଛାତ୍ର ଭାବେ ଆପଣ Add a new topic କିମ୍ବା Discuss this topic କାର୍ଯ୍ୟ କରିପାରିବେ. ନିମ୍ନ ଡାହାଣ କଡ଼ରେ ଥିବା Discuss this topic ଲିଙ୍କରେ କ୍ଲିକ୍ କରନ୍ତୁ
05:35 ତା’ପରେ Reply ଲିଙ୍କରେ କ୍ଲିକ୍ କରନ୍ତୁ. ପ୍ରଦର୍ଶିତ ହେବା ଭଳି ଗୋଟିଏ କମେଣ୍ଟ ଯୋଡ଼ନ୍ତୁ
05:42 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନରେ ଥିବା Post to forum ବଟନ୍ରେ କ୍ଲିକ୍ କରନ୍ତୁ. ଏହି ଥ୍ରେଡ୍‌ର ଶେଷରେ ଗୋଟିଏ କମେଣ୍ଟ ଯୋଡ଼ି ହୋଇଯାଇଥିବା ଆପଣ ଦେଖିପାରିବେ
05:53 ଛାତ୍ରଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା କମେଣ୍ଟକୁ ଦେଖିବା ପାଇଁ ପୁନର୍ବାର ଶିକ୍ଷକ Rebecca ଭାବେ ଲଗ୍-ଇନ୍ କରନ୍ତୁ
06:01 ଫୋରମ୍‌ର ନାମ ଉପରେ କ୍ଲିକ୍ କରନ୍ତୁ. ଏହି ଆଲୋଚନାର ବିଷୟ ପାଇଁ 1 reply so far ଥିବା ଲକ୍ଷ୍ୟ କରନ୍ତୁ
06:12 ନିମ୍ନ ଡାହାଣ କଡ଼ରେ ଥିବା Discuss this topic ଲିଙ୍କରେ କ୍ଲିକ୍ କରିବା ଦ୍ଵାରା ପ୍ରକୃତ ମେସେଜ୍‌କୁ ଦେଖିପାରିବେ
06:21 ଏଠାରେ Split ନାମକ ଆଉ ଗୋଟିଏ ବିକଳ୍ପ ଅଛି. ପ୍ରାପ୍ତ ଉତ୍ତର ଉପରେ ଅଲଗା ଭାବେ ଆଲୋଚନା କରିବା ଆବଶ୍ୟକ ବୋଲି ଯଦି ଶିକ୍ଷକ ଅନୁଭବ କରନ୍ତି ତେବେ, ସେ ଆଲୋଚନାକୁ split କରିପାରିବେ
06:34 ଗୋଟିଏ ଆଲୋଚନାକୁ ସ୍ପ୍ଲିଟ୍ କରିବା ଦ୍ଵାରା ଗୋଟିଏ ନୂଆ ଆଲୋଚନା ସୃଷ୍ଟି ହୋଇଯାଇଥାଏ. ନୂଆ ଆଲୋଚନା ଏବଂ ସେହି ଥ୍ରେଡ୍ ଉପରେ ଥିବା ପରବର୍ତ୍ତୀ ପୋଷ୍ଟଗୁଡ଼ିକ, ଗୋଟିଏ ନୂଆ ଆଲୋଚନାର ଥ୍ରେଡ୍‌କୁ ଚାଲିଯିବ. ଏହାକୁ ପୂର୍ବ ଭଳି ରଖନ୍ତୁ
06:49 Calculus କୋର୍ସକୁ ଫେରିଆସନ୍ତୁ
06:53 ତା’ପରେ ଗୋଟିଏ assignment କିପରି ପ୍ରସ୍ତୁତ କରାଯାଏ, ଶିଖିବା
06:58 Moodleରେ ଥିବା Assignmentକୁ

ଅନଲାଇନ୍ ଦାଖଲ କରିହେବ, ଯାହା ଦ୍ଵାରା କାଗଜ ଆବଶ୍ୟକ ହୁଏ ନାହିଁ ଛାତ୍ରମାନେ audio, video, powerpoint presentations, ଇତ୍ୟାଦି ମେଡିଆ ଫାଇଲ୍ ଗୁଡ଼ିକୁ ସଂଯୁକ୍ତ କରିବାରେ ସକ୍ଷମ ହୁଅନ୍ତି ଏବଂ ଛାତ୍ରମାନଙ୍କୁ ଗ୍ରେଡ୍ ଦେବା ସମୟରେ ଶିକ୍ଷକମାନଙ୍କୁ ନିରପେକ୍ଷ ରହିବାରେ ସାହାଯ୍ୟ ମିଳିଥାଏ

07:20 ବ୍ରାଉଜର୍‌କୁ ଫେରି ଆସନ୍ତୁ
07:23 ଅଧିକ ରିସୋର୍ସ ଯୋଡ଼ିବା ପାଇଁ Turn editing onରେ କ୍ଲିକ୍ କରନ୍ତୁ
07:28 Basic Calculus ବିଭାଗର ନିମ୍ନ ଭାଗର ଡାହଣ କଡ଼ରେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ
07:35 ଗୋଟିଏ ନୂଆ assignment ଯୋଡ଼ିବା ପାଇଁ ତାଲିକାରେ ଥିବା Assignment ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:42 ଏଠାରେ ପ୍ରଦର୍ଶିତ ହୋଇଥିବା ଭଳି assignmentର ଗୋଟିଏ ନାମ ଦିଅନ୍ତୁ
07:47 ତା’ପରେ assignmentର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହିତ ଛାତ୍ରମାନେ କ’ଣ ଦାଖଲ କରିବା ଆବଶ୍ୟକ, ତାହା ଉଲ୍ଲେଖ କରନ୍ତୁ
07:55 ଏହା ଗୋଟିଏ ସରଳ ଫର୍ମାଟ୍‌ର text editor ଅଟେ, ଆପଣ ଏଥିରେ ଟେବଲ୍, ଇମେଜ୍ ଇତ୍ୟାଦି ଯୋଡ଼ିପାରିବେ
08:02 ମୁଁ ଏଠାରେ ଟାଇପ୍ କରିଥିବା ଟେକ୍ସଟ୍‌କୁ ଆପଣ AssignmentResource.odt ଫାଇଲ୍‌ରୁ କପୀ କରିପାରିବେ
08:07 ଏହା ଏହି ଟ୍ୟୁଟୋରିଆଲର Code files ଲିଙ୍କରେ ଉପଲବ୍ଧ ଅଛି
08:13 Availability ବିଭାଗକୁ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
08:17 ତା’ପରେ ଦାଖଲର ତାରିଖ ଓ ସମୟ ନିର୍ଦ୍ଧାରଣ କରନ୍ତୁ. Enable ବକ୍ସଗୁଡ଼ିକ ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ
08:28 ତାରିଖ ଚୟନ କରିବା ପାଇଁ ଆପଣ କ୍ୟାଲେଣ୍ଡର୍ ଆଇକନ୍‌କୁ ମଧ୍ୟ ବ୍ୟବହାର କରିପାରିବେ. ଏହାକୁ 25 Nov 2018ରେ ସେଟ୍ କରନ୍ତୁ
08:39 ତା’ପରେ Due dateକୁ 15 Dec 2018ରେ ସେଟ୍ କରନ୍ତୁ
08:46 Cut-off date ଓ Remind me to grade by dateକୁ ପାଇବା ପାଇଁ Help ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:54 ଯଦି ଆବଶ୍ୟକ ଥାଏ ତେବେ ସେଗୁଡ଼ିକୁ ସେଟ୍ କରନ୍ତୁ, ନଚେତ ଡିସେବଲ୍ ରଖନ୍ତୁ. ମୁଁ ସେଗୁଡ଼ିକୁ ଡିସେବଲ୍ କରିବି
09:02 Always show description ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ. ଯଦି ଏହି ଫିଲ୍ଡ ଏନାବଲ୍ ଥାଏ ତେବେ Allow submissions from date ପୂର୍ବରୁ ଛାତ୍ରମାନେ assignmentର ବର୍ଣ୍ଣନାକୁ ଦେଖିପାରିବେ
09:17 ପରବର୍ତ୍ତୀ ବିଭାଗ ହେଉଛି Submission types. ଛାତ୍ରମାନଙ୍କୁ ଅନଲାଇନ୍‌ରେ ଟେକ୍ସଟ୍ ଦାଖଲ କରିବା ପାଇଁ କିମ୍ବା ସେମାନଙ୍କୁ କେବଳ ଫାଇଲ୍ ଅପଲୋଡ୍ ପାଇଁ ଅନୁମତି ଦେବେ, ତାହା ନିର୍ଦ୍ଧାରଣ କରନ୍ତୁ
09:30 ଉଭୟ Online text ଓ File submissionsକୁ ଯାଞ୍ଚ କରନ୍ତୁ. ନିଜର ଆବଶ୍ୟକତା ଅନୁସାରେ ଆପଣ ଯେକୌଣସି ଗୋଟିଏ କିମ୍ବା ଉଭୟକୁ ଚୟନ କରିପାରିବେ
09:42 Word limitକୁ ଏନାବଲ୍ କରିବା ସହିତ ଏଠାରେ 1000 ଲେଖନ୍ତୁ
09:48 ପ୍ରତ୍ୟେକ ଛାତ୍ରଙ୍କ ଦ୍ଵାରା ଅପଲୋଡ୍ ହେବାକୁ ଥିବା ଫାଇଲ୍ ସଂଖ୍ୟାକୁ ମଧ୍ୟ ଆପଣ ନିର୍ଦ୍ଦିଷ୍ଟ କରିପାରିବେ. ଏହା ସହିତ ଆପଣ ଫାଇଲ୍‌ର ସର୍ବାଧିକ ଆକାର ଏବଂ ଗ୍ରହଣ କରିବାକୁ ଚାହୁଁଥିବା ଫାଇଲ୍ typesକୁ ମଧ୍ୟ ନିର୍ଦ୍ଧାରଣ କରିପାରିବେ
10:03 ଦୟାକରି ଧ୍ୟାନ ଦିଅନ୍ତୁ:

Adminଙ୍କ ଦ୍ଵାରା ସେଟ୍ କରାଯାଇଥିବା ସର୍ବାଧିକ ଫାଇଲ୍‌ର ଆକାରକୁ ଏହା ଓଭର୍‌ରାଇଡ୍ କରିବ, ଯାହା ଆମ ପାଇଁ 128 MB ଅଟେ

10:14 Accepted file types ପରେ ଥିବା Help ଆଇକନ୍‌ରେ କ୍ଲିକ୍ କରନ୍ତୁ. ଏଠାରେ ଏହି field ଦ୍ଵାରା ଗ୍ରହଣ ହେବାକୁ ଥିବା file types ବିଷୟରେ ଆମେ ଜାଣିପାରିବା
10:26 ଏଠାରେ .pdf,.docx,.doc ଟାଇପ୍ କରନ୍ତୁ
10:34 Feedback types ଓ Submission settings ଅଧିନରେ ଫିଲ୍ଡଗୁଡ଼ିକର ସମୀକ୍ଷା କରନ୍ତୁ. ଆପଣ ନିଜର ଆବଶ୍ୟକତାନୁସାରେ ସେଗୁଡ଼ିକୁ ଏନାବଲ୍ କିମ୍ବା ଡିସେବଲ୍ କରିପାରିବେ
10:46 ଏଠାରେ ଦେଖାଯାଇଥିବା ଭଳି ସେଟିଙ୍ଗସ୍ ଚୟନ କରନ୍ତୁ
10:50 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏହାକୁ ପ୍ରସାରିତ କରିବା ପାଇଁ Grade ବିଭାଗରେ କ୍ଲିକ୍ କରନ୍ତୁ
10:57 ଡିଫଲ୍ଟ maximum grade ହେଉଛି 100. ଏହାକୁ ଏହି ଭଳି ରଖନ୍ତୁ
11:04 ତା’ପରେ Grade to pass ପାଇଁ 40 ଲେଖନ୍ତୁ ଏବଂ Blind markingକୁ Yesରେ ସେଟ୍ କରନ୍ତୁ
11:13 ଇଭାଲ୍ୟୁଏଟ‌ମାନଙ୍କ ପାଇଁ ଛାତ୍ରମାନଙ୍କର ପରିଚୟକୁ ଏହା ଲୁଚାଇଦେବ. ତେଣୁ ବର୍ତ୍ତମାନ ଜଣେ ଶିକ୍ଷକ, କେଉଁ ଛାତ୍ର କେଉଁ assignment ଦାଖଲ କରିଛି ତାହା ଜାଣିପାରିବେ ନାହିଁ
11:26 ଏହା ଦ୍ଵାରା ଗ୍ରେଡ୍ ଦେବା ସମୟରେ ନିରପେକ୍ଷ ରହିବାରେ ସାହାଯ୍ୟ ମିଳିବ
11:31 ଦୟାକରି ଧ୍ୟାନ ଦିଅନ୍ତୁ ଯେ, କିଛି ଦାଖଲ ହୋଇଗଲା ପରେ ଏହି ଆସାଇନମେଣ୍ଟର Blind marking ସେଟିଙ୍ଗକୁ ପରିବର୍ତ୍ତନ କରାଯାଇପାରିବ ନାହିଁ
11:40 Assignment ପାଇଁ ଥିବା ଅନ୍ୟାନ୍ୟ ସେଟିଙ୍ଗଗୁଡ଼ିକୁ ଆପଣ ନିଜକୁ ନିଜେ ଖୋଜି ଜାଣିପାରିବେ
11:46 ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Save and display ବଟନ୍ରେ କ୍ଲିକ୍ କରନ୍ତୁ
11:52 ଏଠାରେ ଏହି assignment ସମ୍ବନ୍ଧିତ ଥିବା କିଛି ପରିସଂଖ୍ୟାନ ଏବଂ View all submissions ଓ Grade ପାଇଁ ଥିବା ଗୋଟିଏ ଲିଙ୍କକୁ ଦେଖନ୍ତୁ
12:03 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
12:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

ବିଭିନ୍ନ ପ୍ରକାରର forums କିପରି ଗୋଟିଏ forumକୁ ଯୋଡ଼ିବା ଏବଂ କିପରି ଗୋଟିଏ Assignments ତିଆରି କରିବା

12:20 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି.

ପୂର୍ବରୁ ହୋଇଥିବା forum ଆଲୋଚନା ପାଇଁ ଗୋଟିଏ ଉତ୍ତର ଯୋଡ଼ନ୍ତୁ ଏହି ଉତ୍ତର ପରଠାରୁ ଆଲୋଚନାକୁ ସ୍ପ୍ଲିଟ କରନ୍ତୁ

12:33 କେବଳ ଅନଲାଇନ୍ ଟେକ୍ସଟ୍‌କୁ ଗ୍ରହଣ କରୁଥିବା ଗୋଟିଏ assignment ପ୍ରସ୍ତୁତ କରନ୍ତୁ.

ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ

12:44 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:02 ଦୟାକରି ଏହି ଫୋରମ୍‌ରେ ସମୟାନୁସାରେ ନିଜର କ୍ଵେରୀଗୁଡ଼ିକୁ ପୋଷ୍ଟ କରନ୍ତୁ
13:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

13:20 ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
13:31 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep