Moodle-Learning-Management-System/C2/Enroll-Students-and-Communicate-in-Moodle/Oriya
From Script | Spoken-Tutorial
Time | Narration |
00:01 | Moodleରେ Enroll Students and Communicate ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ କୋର୍ସରେ csv file ମାଧ୍ୟମରେ ଅପଲୋଡ୍ ହୋଇଥିବା ଛାତ୍ରମାନଙ୍କୁ ଏନରୋଲ୍ କରିବା ଶିଖିବା |
00:18 | Coursesରେ ଗ୍ରୁପ୍ଗୁଡ଼ିକ ତିଆରି କରନ୍ତୁ ଏବଂ ଛାତ୍ରମାନଙ୍କୁ messages ଓ notes ପଠାନ୍ତୁ |
00:26 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Ubuntu Linux OS 16.04 |
00:33 | XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP |
00:41 | Moodle 3.3 ଓ Firefox ୱେବ୍ ବ୍ରାଉଜର୍
ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:51 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
01:00 | ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତିକମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି |
01:11 | ଏହା ମଧ୍ୟ ଗ୍ରହଣ କରାଯାଉଛି ଯେ, ଆପଣ ନିଜ course ପାଇଁ କିଛି କୋର୍ସ ମ୍ୟାଟେରିଆଲ୍, ଆସାଇନମେଣ୍ଟ ଓ କ୍ଵିଜ୍ ଯୋଡ଼ିଛନ୍ତି |
01:19 | ଯଦି ନାହିଁ ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା ଉପଯୁକ୍ତ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ |
01:26 | ଆପଣ ଆରମ୍ଭ କରିବା ପୂର୍ବରୁ ନିଜର Moodle siteରେ 5 କିମ୍ବା 6 ଜଣ ୟୁଜର୍ଙ୍କୁ ସାମିଲ କରିବା ପାଇଁ ଆପଣଙ୍କର Moodle site administratorଙ୍କୁ ଦୟାକରି କୁହନ୍ତୁ |
01:36 | ଏହି ନୂଆ usersଙ୍କୁ ଆପଣ ପରେ ନିଜ କୋର୍ସରେ ସାମିଲ କରିବେ. ତେଣୁ ଆପଣଙ୍କ Moodle siteରେ ନୂଆ ୟୁଜରମାନେ ସାମିଲ ହୋଇଥିବା ସୁନିଶ୍ଚିତ କରନ୍ତୁ |
01:47 | Moodleରେ ଶିକ୍ଷକମାନେ ନୂଆ usersଙ୍କୁ ସିଷ୍ଟମ୍ରେ ସାମିଲ କରିପାରିବେ ନାହିଁ.
Site administratorଙ୍କ ଦ୍ଵାରା ପୂର୍ବରୁ ସାମିଲ କରାଯାଇଥିବା usersଙ୍କୁ ସେମାନେ କେବଳ ଏନରୋଲ୍ କରିପାରିବେ |
01:59 | ବ୍ରାଉଜର୍କୁ ଫେରି ଆସନ୍ତୁ ଏବଂ ଜଣେ teacher ଭାବେ ନିଜର Moodle siteରେ ଲଗ୍-ଇନ୍ କରନ୍ତୁ |
02:06 | Navigation ମେନୁର ବାମ କଡ଼ରେ ଥିବା Calculus courseରେ କ୍ଲିକ୍ କରନ୍ତୁ |
02:11 | ଉପର ଡାହାଣପଟେ ଥିବା gear ଆଇକନ୍ ରେ ଏବଂ ତା’ପରେ More...ରେ କ୍ଲିକ୍ କରନ୍ତୁ |
02:18 | ଆମେ Course Administration ପେଜ୍ରେ ଅଛେ |
02:22 | Users ଟାବ୍ରେ କ୍ଲିକ୍ କରନ୍ତୁ |
02:25 | Users ବିଭାଗ ମଧ୍ୟରେ ଥିବା Enrolled users ଲିଙ୍କରେ କ୍ଲିକ୍ କରନ୍ତୁ |
02:30 | ଏହି କୋର୍ସ ପାଇଁ Rebecca Raymond ଓ Priya Sinha ନାମକ ଦୁଇଜଣ usersଙ୍କୁ ଏନରୋଲ୍ କରାଯାଇଛି |
02:38 | Rebecca Raymond ଜଣେ teacher ଏବଂ Priya Sinha ଜଣେ ଛାତ୍ରୀର ରୋଲ୍ କରୁଛନ୍ତି |
02:44 | ବର୍ତ୍ତମାନ ନିମ୍ନ ଭାଗର ଡାହାଣ କଡ଼ରେ ଥିବା Enrol users ବଟନ୍ରେ କ୍ଲିକ୍ କରନ୍ତୁ |
02:49 | ଏହା ଛାତ୍ରମାନଙ୍କର ତାଲିକା ଅଟେ, ଯେଉଁମାନଙ୍କୁ ମୁଁ ମୋର Calculus courseରେ ଏନରୋଲ୍ କରିବାକୁ ଚାହୁଁଛି |
02:55 | Assign Roles ଡ୍ରପ୍-ଡାଉନ୍ରେ Student ଚୟନ କରନ୍ତୁ |
03:00 | ଆପଣ ଏନରୋଲ୍ କରିବାକୁ ଚାହୁଁଥିବା usersଙ୍କ ଠିକ ପରେ ଥିବା Enrol ବଟନ୍ରେ କ୍ଲିକ୍ କରନ୍ତୁ |
03:06 | ବର୍ତ୍ତମାନ ମୁଁ ମୋ କୋର୍ସରେ କିଛି ଛାତ୍ରଙ୍କୁ ଏନରୋଲ୍ କରିବି |
03:11 | ଥରେ ହୋଇଗଲା ପରେ ନିମ୍ନ ଭାଗର ଡାହାଣ କଡ଼ରେ ଥିବା Finish enrolling users ବଟନ୍ରେ କ୍ଲିକ୍ କରନ୍ତୁ |
03:18 | ପେଜ୍ର ଉପର ଭାଗରେ Calculus course ପାଇଁ ଏନରୋଲ୍ କରାଯାଇଥିବା usersଙ୍କ ସଂଖ୍ୟାକୁ ଆମେ ଦେଖିପାରିବା |
03:25 | ତା’ପରେ, ଗୋଟିଏ କୋର୍ସ ପାଇଁ groups ତିଆରି କରିବା ବିଷୟରେ ଶିଖିବା |
03:30 | Group activities ପାଇଁ ଛାତ୍ରମାନଙ୍କୁ ଆସାଇନ୍ କରିବା ସକାଶେ ଏହି groups ସାହାଯ୍ୟ କରିବ |
03:36 | ମୁଁ, Explorers ଓ Creators ନାମକ ଦୁଇଟି ଗ୍ରୁପ୍ ତିଆରି କରିବି |
03:42 | Course pageକୁ ଫେରିଯିବା ପାଇଁ breadcrumbରେ ଥିବା Calculusରେ କ୍ଲିକ୍ କରନ୍ତୁ |
03:48 | ଏବଂ ପୁନର୍ବାର Course Administrator ପେଜ୍କୁ ଯାଆନ୍ତୁ |
03:52 | Users ଟାବ୍ରେ ଥିବା Groups ଲିଙ୍କରେ କ୍ଲିକ୍ କରନ୍ତୁ |
03:56 | ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Create group ବଟନ୍ରେ କ୍ଲିକ୍ କରନ୍ତୁ |
04:01 | Group name ଭାବେ Explorers ଟାଇପ୍ କରନ୍ତୁ |
04:05 | ଏଠାରେ ଅନ୍ୟ କୌଣସି ବାଧ୍ୟତାମୂଳକ ଫିଲ୍ଡ ନାହିଁ |
04:08 | ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ Save changes ବଟନ୍ରେ କ୍ଲିକ୍ କରନ୍ତୁ |
04:12 | ଧ୍ୟାନ ଦିଅନ୍ତୁ ଯେ, groupsର ତାଲିକାର ବାମ କଡ଼ରେ ବର୍ତ୍ତମାନ Explorersକୁ ଦେଖାଯାଇପାରିବ |
04:19 | ଏହା ପରେ ଥିବା zero ସୂଚିତ କରୁଛି ଯେ, ଏପର୍ଯ୍ୟନ୍ତ ଏହି groupରେ କୌଣସି users ନାହାନ୍ତି.
ଯଦି ପୂର୍ବରୁ ଚୟନ ହୋଇନଥାଏ, ତେବେ Explorersକୁ ଚୟନ କରନ୍ତୁ |
04:30 | ନିମ୍ନ ଭାଗର ଡାହାଣ ପଟେ ଥିବା Add/remove users ବଟନ୍ରେ କ୍ଲିକ୍ କରନ୍ତୁ |
04:36 | ଛାତ୍ରମାନଙ୍କର ତାଲିକାରୁ ମୁଁ Susmitha ଓ Saiକୁ ଚୟନ କରିବି |
04:42 | ଏବଂ ତା’ପରେ ଦୁଇଟି ସ୍ତମ୍ଭ ମଧ୍ୟରେ ଥିବା Add ବଟନ୍ରେ କ୍ଲିକ୍ କରନ୍ତୁ |
04:48 | ଗ୍ରୁପ୍ Explorersର ବାମ କଡ଼ରେ ଥିବା usersର ତାଲିକାକୁ ଦେଖନ୍ତୁ |
04:54 | ଡାହାଣ କଡ଼ରେ ଏହି କୋର୍ସ ପାଇଁ ଏନରୋଲ୍ କରିଥିବା ଅନ୍ୟ ଛାତ୍ରମାନଙ୍କର ତାଲିକାକୁ ଦେଖନ୍ତୁ |
05:00 | ଯେତେବେଳେ ଆବଶ୍ୟକ, ସେତେବେଳେ ଶିକ୍ଷକଙ୍କ ଦ୍ଵାରା ସେମାନଙ୍କୁ ଏହି groupରେ ସାମିଲ କରାଯିବ |
05:06 | ଯେତେବେଳେ ଆମେ ତାଲିକାରୁ users ଚୟନ କରିବା, ସେତେବେଳେ ଦୁଇଟି ତାଲିକା ମଝିରେ Add ଓ Remove ବଟନ୍ ଏନାବଲ୍ ହୋଇଯିବ |
05:15 | ପେଜ୍ର ନିମ୍ନ ଭାଗରେ ଥିବା Back to groups ବଟନ୍ ରେ କ୍ଲିକ୍ କରନ୍ତୁ |
05:21 | ଏହି ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏହି ଛୋଟ ଆସାଇନମେଣ୍ଟ କରନ୍ତୁ. Creators ନାମକ ଗୋଟିଏ ନୂଆ group ଯୋଡ଼ନ୍ତୁ |
05:28 | ସେହି groupରେ 2 ଜଣ ନୂଆ usersଙ୍କୁ ଆସାଇନ୍ କରନ୍ତୁ.
ସମାପ୍ତ ହେଲା ପରେ ଟ୍ୟୁଟୋରିଆଲକୁ ଛାଡ଼ିଥିବା ସ୍ଥାନରୁ ଆରମ୍ଭ କରନ୍ତୁ |
05:35 | ବର୍ତ୍ତମାନ ଆମେ ଏହି ଭଳି ଗୋଟିଏ ସ୍କ୍ରୀନ୍ ଦେଖିବା ପାଇଁ ସକ୍ଷମ ହେବା |
05:40 | Roles, Groups ଓ Enrolment Methods ସ୍ତମ୍ଭ ପାଇଁ ଥିବା ଆଇକନ୍ଗୁଡ଼ିକୁ ଦେଖନ୍ତୁ |
05:48 | ସେମାନଙ୍କର କାର୍ଯ୍ୟକୁ ବୁଝିବା ପାଇଁ ପ୍ରତ୍ୟେକ icons ଉପରେ ମାଉସ୍ ଚଲାନ୍ତୁ |
05:55 | ଧ୍ୟାନ ଦିଅନ୍ତୁ ଯେ, ଏନରୋଲ୍ କରାଯାଇଥିବା ଜଣେ ଛାତ୍ର ଏକରୁ ଅଧିକ groupରେ ମଧ୍ୟ ରହିପାରିବେ |
06:02 | ଛାତ୍ରମାନଙ୍କୁ କିପରି ଗୋଟିଏ message ପଠାଯାଇପାରିବ, ବର୍ତ୍ତମାନ ଚାଲନ୍ତୁ ଦେଖିବା |
06:07 | ବାମ ପଟ ନେଭିଗେଶନ୍ ବାର୍ର Participants ଲିଙ୍କରେ କ୍ଲିକ୍ କରନ୍ତୁ |
06:12 | Course ପାଇଁ ଆସାଇନ୍ କରାଯାଇଥିବା roles ସହିତ ସମସ୍ତ enrolled usersଙ୍କ ତାଲିକା ଏହା ଦ୍ଵାରା ପ୍ରଦର୍ଶିତ ହେବ |
06:19 | ଡିଫଲ୍ଟ ଭାବେ Moodle Participants ପେଜ୍ରେ କେବଳ 20 ଜଣ ଛାତ୍ର ପ୍ରଦର୍ଶିତ ହୁଅନ୍ତି |
06:25 | ଯଦି 20 ଜନରୁ ଅଧିକ ଛାତ୍ର ଥାନ୍ତି ତେବେ, ସେ ସମସ୍ତଙ୍କୁ ଦେଖିବା ପାଇଁ Show allରେ କ୍ଲିକ୍ କରିବାକୁ ପଡ଼ିବ
ବର୍ତ୍ତମାନ ସେହି ଲିଙ୍କ ଦୃଶ୍ୟମାନ ହେବ ନାହିଁ କାରଣ, ମୋ ପାଖରେ 20 ଜଣରୁ ଅଧିକ ଛାତ୍ର ନାହାନ୍ତି |
06:38 | Users ତାଲିକା ଉପରେ କିଛି ଫିଲ୍ଟର୍ ଦେଖିବାକୁ ପାଇବେ. Usersଙ୍କର ସଠିକ ସେଟ୍ ଚୟନ କରିବାରେ ସାହାଯ୍ୟ ପାଇଁ ସେଗୁଡ଼ିକୁ ବ୍ୟବହାର କରନ୍ତୁ |
06:46 | Current role ଡ୍ରପ୍-ଡାଉନ୍ରେ Student ଚୟନ କରନ୍ତୁ |
06:51 | ଏହା ତାଲିକାକୁ ଫିଲ୍ଟର୍ କରିବ ଏବଂ student role ଆସାଇନ୍ ହୋଇଥିବା usersଙ୍କୁ ଦେଖାଇବ |
06:58 | ସମସ୍ତ ଛାତ୍ରଙ୍କୁ ଚୟନ କରିବା ପାଇଁ ପେଜ୍ର ନିମ୍ନ ଭାଗରେ ଥିବା Select all ବଟନ୍ରେ କ୍ଲିକ୍ କରନ୍ତୁ |
07:04 | ତା’ପରେ With selected users ଡ୍ରପ୍-ଡାଉନ୍ରେ Send a messageକୁ ଚୟନ କରନ୍ତୁ |
07:11 | ଚୟନିତ ସମସ୍ତ studentsଙ୍କୁ ଏହା ଦ୍ଵରା ଗୋଟିଏ ସାଧାରଣ message ପଠାଯିବ |
07:16 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏଠାରେ Message bodyରେ ପ୍ରଦର୍ଶିତ ହେବା ଭଳି message ଟାଇପ୍ କରନ୍ତୁ |
07:22 | ତା’ପରେ ପଠାଇବା ପୂର୍ବରୁ messageର ପ୍ରିଭ୍ୟୁ ଦେଖିବା ପାଇଁ ନିମ୍ନ ଭାଗରେ ଥିବା Preview ବଟନ୍ରେ କ୍ଲିକ୍ କରନ୍ତୁ |
07:29 | ଯଦି ଆବଶ୍ୟକ ହୁଏ, ତେବେ ଆପଣ Update ବଟନ୍ରେ କ୍ଲିକ୍ କରି messageକୁ ଅପଡେଟ୍ କରିପାରିବେ |
07:35 | Message ପଠାଇବା ପାଇଁ Send message ବଟନ୍ରେ କ୍ଲିକ୍ କରନ୍ତୁ |
07:40 | ଆପଣ ଗୋଟିଏ କନଫର୍ମେଶନ୍ ମେସେଜ୍ ଏବଂ participants listsକୁ ଫେରିଯିବା ପାଇଁ ଗୋଟିଏ ଲିଙ୍କ ଦେଖିବାକୁ ପାଇବେ |
07:46 | Back to participants listରେ କ୍ଲିକ୍ କରନ୍ତୁ |
07:50 | With selected users ଡ୍ରପ୍-ଡାଉନ୍ରେ କ୍ଲିକ୍ କରନ୍ତୁ. ଉଭୟ ବ୍ୟକ୍ତିଗତ ଓ ସାଧାରଣ Notes ପଠାଇବା ପାଇଁ ଥିବା ବିକଳ୍ପଗୁଡ଼ିକୁ ଦେଖନ୍ତୁ |
08:00 | ଯେକୌଣସି 2 ଜଣ usersଙ୍କୁ ଚୟନ କରନ୍ତୁ |
08:03 | With selected users ଡ୍ରପ୍-ଡାଉନ୍ରେ Add a new noteକୁ ଚୟନ କରନ୍ତୁ |
08:09 | ଜଣେ userଙ୍କର Content ଟେକ୍ସଟ୍ ଏରିଆରେ ପ୍ରଦର୍ଶିତ note ଟାଇପ୍ କରନ୍ତୁ |
08:15 | ଅନ୍ୟ userଙ୍କର ଠିକ ପରେ ଥିବା Content ଟେକ୍ସଟ୍ ଏରିଆରେ, ଏଠାରେ ପ୍ରଦର୍ଶିତ ହୋଇଥିବା noteକୁ ଟାଇପ୍ କରନ୍ତୁ |
08:22 | ଡାହାଣ କଡ଼ରେ ଥିବା Context ଡ୍ରପ୍-ଡାଉନ୍କୁ ଦେଖନ୍ତୁ |
08:26 | ଗୋଟିଏ noteକୁ କେଉଁ users ଦେଖିପାରିବେ ତାହା noteର Context ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ |
08:31 | ଗୋଟିଏ personal noteକୁ ଯେଉଁ ଶିକ୍ଷକ ଓ ଛାତ୍ରଙ୍କୁ ପଠାଯାଇଥିବ, କେବଳ ସେମାନେ ତାକୁ ଦେଖିପାରିବେ |
08:38 | ଏହି courseରେ ଥିବା ଅନ୍ୟ ଶିକ୍ଷକମାନଙ୍କୁ ଗୋଟିଏ course note ଦୃଶ୍ୟମାନ ହେବ |
08:44 | ସମସ୍ତ coursesରେ ଥିବା ସମସ୍ତ ଶିକ୍ଷକମାନଙ୍କୁ site note ଦୃଶ୍ୟମାନ ହେବ |
08:50 | ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଅଧିକାଂଶ ସଂସ୍ଥାଗୁଡ଼ିକର ସେମାନଙ୍କର ନିଜର ନିୟମ ରହିଛି |
08:57 | ସେହି ନିର୍ଦ୍ଦେଶାବଳୀ ଆଧାରରେ ଆପଣ Context ପ୍ରସ୍ତୁତ କରିପାରିବେ |
09:02 | ମୁଁ Contextକୁ course କରିବି |
09:06 | ସମାପ୍ତ ହେଲା ପରେ Save changes ବଟନ୍ରେ କ୍ଲିକ୍ କରନ୍ତୁ |
09:10 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ |
09:16 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ courseରେ usersଙ୍କୁ ଏନରୋଲ୍ କରିବା |
09:22 | ଗୋଟିଏ courseର group ତିଆରି କରିବା ଏବଂ ଛାତ୍ରମାନଙ୍କୁ message ଓ notes ପଠାଇବା ବିଷୟରେ ଶିଖିଲେ |
09:29 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଛୋଟ ଆସାଇନମେଣ୍ଟ ଅଛି.
ପୂର୍ବେ Moodle site admin ଦ୍ଵାରା ତିଆରି କରାଯାଇଥିବା ସମସ୍ତ usersଙ୍କୁ Calculus କୋର୍ସରେ ଏନରୋଲ୍ କରନ୍ତୁ |
09:40 | ବିଦ୍ୟମାନ ଥିବା ଗୋଟିଏ ଗ୍ରୁପ୍ରେ ନୂଆ ଛାତ୍ରମାନଙ୍କୁ ସାମିଲ କରନ୍ତୁ ଏବଂ ଗୋଟିଏ welcome message ପଠାନ୍ତୁ
ତା’ପରେ ଛାତ୍ରମାନଙ୍କୁ notes ପଠାନ୍ତୁ |
09:50 | ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ |
09:55 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:14 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ |
10:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:31 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |