Linux/C2/The-Linux-Environment/Oriya
From Script | Spoken-Tutorial
Time | Narration |
00:00 | ଲିନକ୍ସ ଏନ୍ଭାଇରୋନ୍ମେଣ୍ଟ ଓ ତାହାକୁ ମାନିପ୍ୟୁଲେଟ୍ କରିବା ପାଇଁ ମାର୍ଗ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ଵାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ଉଦାହରଣଗୁଡ଼ିକୁ ଟ୍ରାଏ କରିବା ପାଇଁ ଏକ କାମକରୁଥିବା ଲିନକ୍ସ ସିଷ୍ଟମ୍, ବିଶେଷ କରି ଉବୁଣ୍ଟୁ ଦରକାର ହେବ | |
00:13 | ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଏବଂ କମାଣ୍ଡ୍, ଫାଇଲ୍ ସିଷ୍ଟମ୍ ଓ ଶେଲ୍ ଉପରେ ଆପଣଙ୍କର କିଛି ମୌଳିକ ଧାରଣା ଥିବ ବୋଲି ଆମେ ଭାବୁଛୁ | |
00:22 | ଯଦି ଆଗ୍ରହୀ କିମ୍ୱା କନସେପ୍ଟଗୁଡ଼ିକ ବିଷୟରେ ଆଉଥରେ ଜାଣିବାକୁ, ଦୟାକରି ଆମ ୱେବ୍ସାଇଟ୍ରେ ଥିବା ଅନ୍ୟଏକ ଟ୍ୟୁଟୋରିଆଲ୍ କୁ ଯାଆନ୍ତୁ | |
00:32 | ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ କରିବା ପାଇଁ ଉବୁଣ୍ଟୁ ୧୦.୧୦ର ବ୍ୟବହାର କରାଯାଇଛି | |
00:36 | ଲିନକ୍ସ କେସ୍ ସେନ୍ସିଟିଭ୍ ହୋଇଥିବା କାରଣରୁ ଉଲ୍ଲେଖ ନକରାଯାଇଥିବା ପର୍ଯ୍ୟନ୍ତ ଏଠାରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | |
00:46 | ଅପରେଟିଙ୍ଗ୍ ସିଷ୍ଟମ୍ ଆପଣଙ୍କ ସହିତ କିପରି ବ୍ୟବହାର କରିବ, ଆପଣଙ୍କ କମାଣ୍ଡ୍ ପ୍ରତି କିପରି ପ୍ରତିକ୍ରିୟା କରିବ, ଆପଣଙ୍କ କାର୍ଯ୍ୟକୁ କିପରି କରିବ ଆଦି ଲିନକ୍ସ ଏନ୍ଭାଇରୋନ୍ମେଣ୍ଟ ନିର୍ଦ୍ଧାରଣ କରେ | |
00:55 | ଶେଲ୍ର ସେଟିଙ୍ଗ୍ ଚେଞ୍ଜ୍ କରି ଲିନକ୍ସକୁ ବହୁତ ଅନୁକୂଳ କରାଯାଇପାରେ | |
00:58 | ଏହିସବୁ କିପରି କରାଯାଏ, ଚାଲନ୍ତୁ ଜାଣିବା |,ଶେଲ୍ର ଆଚରଣ ସାଧାରଣତଃ ଶେଲ୍ ଭେରିଏବଲ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ | |
01:04 | ଶେଲ୍ ଭେରିଏବଲ୍ସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ:
ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ଓ ଲୋକାଲ୍ ଭେରିବଲ୍ସ |
01:12 | ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ନାମକରଣ ହୋଇଥିବାର କାରଣ ହେଉଛି, ୟୁଜର୍ଙ୍କ ସମୁଦାୟ ପରିବେଶରେ ସେଗୁଡ଼ିକ ସମଗ୍ର ଭାବେ ଉପଲବ୍ଧ | |
01:19 | ଶେଲ୍ ସ୍କ୍ରିପ୍ଟ ଚାଲିବା ପାଇଁ ଶେଲ୍ ଭଳି ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍ରେ ମଧ୍ୟ ଏହିଗୁଡ଼ିକ ଉପଲବ୍ଧ ଅଛି | |
01:24 | ଲୋକାଲ୍ ଭେରିଏବଲ୍ସରେ, ଯେପରି ନାମ କହୁଛି ଅଧିକ ପ୍ରବନ୍ଧିତ କିମ୍ୱା ସୀମିତ ଉପଲବ୍ଧତା ଅଛି | |
01:31 | ଏହିଗୁଡ଼ିକ ଶେଲ୍ ଦ୍ୱାରା ଜାତ ସବ୍-ଶେଲ୍ସରେ ଉପଲବ୍ଧ ନାହିଁ | |
01:36 | ଏଠାରେ ମୁଖ୍ୟତଃ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ବିଷୟରେ କଥା ହେବା ସହ ଏହିସବୁ ଶେଲ୍ ଭେରିଏବଲ୍ସର ଭାଲ୍ୟୁକୁ କିପରି ଦେଖିବାକୁ ହୁଏ, ତାହା ଆମେ ପ୍ରଥମେ ଦେଖିବା | |
01:48 | ସାଂପ୍ରତିକ ଶେଲ୍ରେ ସମସ୍ତ ଉପଲବ୍ଧ ଭେରିଏବଲ୍ସ ଦେଖିବାକୁ, କମାଣ୍ଡ୍ ସେଟ୍ ଚଲାନ୍ତୁ | |
01:53 | ଟର୍ମିନାଲ୍ରେ “ସେଟ୍” ସ୍ପେସ୍ ପାଇପ୍-ଲାଇନ୍ କ୍ୟାରେକ୍ଟର୍ “ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
02:00 | ଆମେ ସବୁ ସାମ୍ପ୍ରତିକ ଶେଲ୍ ଭେରିଏବଲ୍ସ ଦେଖିପାରିବା, |
02:04 | ଉଦାହରଣସ୍ୱରୂପ: “ହୋମ୍” ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍କୁ ଦେଖିବା ସହ ତାହାକୁ ଆସାଇନ୍ ହୋଇଥିବା ଭାଲ୍ୟୁକୁ ମଧ୍ୟ ଦେଖନ୍ତୁ | |
02:15 | ତାଲିକା ଦେଖିବାକୁ “ଏଣ୍ଟର୍” ଓ ବାହାରିବାକୁ “q” ଦାବନ୍ତୁ |
02:21 | ଏଠାରେ, ଭେରିଏବଲ୍ ତାଲିକାର ଅଧିକ ବ୍ୟବସ୍ଥିତ ମଲ୍ଟିପେଜ୍ ଆଉଟପୁଟ୍ ଦେଖାଇବାକୁ ସେଟ୍ର ଆଉଟ୍ପୁଟ୍ ମୋର୍ ସହିତ ପାଇପ୍-ଲାଇଣ୍ଡ୍ ହୋଇଛି | |
02:38 | କେବଳ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ଦେଖିବାକୁ “env” କମାଣ୍ଡ୍ ଦିଅନ୍ତୁ | |
02:45 | ଟର୍ମିନାଲ୍ରେ “env” ସ୍ପେସ୍ ’ଭର୍ଟିକାଲ୍-ବାର୍’”ମୋର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
02:52 | ଉଦାହରଣସ୍ୱରୂପ,“ଶେଲ୍” ଭେରିଏବଲ୍କୁ ଦେଖନ୍ତୁ, ଯାହାର ଭାଲ୍ୟୁ ହେଉଛି “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍” |
03:00 | ପୁନଶ୍ଚ, ତାଲିକାରୁ ବାହାରିବା ପାଇଁ ଆପଣ “q” ଦାବିପାରନ୍ତି | |
03:07 | ଏବେ, ଲିନକ୍ସରେ ଆହୁରି ଜରୁରୀ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସର କିଛି ବିଷୟରେ ଆଲୋଚନା କରିବା | |
03:11 | ଏଠାରେ ସମସ୍ତ ପ୍ରଦର୍ଶନ ପାଇଁ ବାଶ୍ ସେଲ୍ ବ୍ୟବହାର କରାଯାଇପାରେ | |
03:15 | ସାମାନ୍ୟ ଭିନ୍ନ ମାର୍ଗରେ ଭିନ୍ନ ଭିନ୍ନ ଶେଲ୍ସ ଅନୁକୂଳିତ ହୋଇଛି | |
03:19 | ଏକ ଭେରିଏବଲ୍ରେ ପ୍ରକୃତରେ କ’ଣ ଷ୍ଟୋର୍ ହୋଇଛି ଦେଖିବା ପାଇଁ ଆମକୁ ସେହି ଭେରିଏବଲ୍ ନାମ ସହ ଏକ ଡଲାର୍ ସାଇନ୍ ପ୍ରିଫିକ୍ସ କରି ତା’ ସହିତ “ଇକୋ” କମାଣ୍ଡ୍ ବ୍ୟବହାର କରିବାକୁ ହେବ | |
03:30 | ଆମେ ଦେଖିବାକୁ ଥିବା ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ହେଉଛି “ଶେଲ୍” ଭେରିଏବଲ୍ | |
03:35 | ଏହା, ସାମ୍ପ୍ରତିକ ଶେଲ୍ ର ନାମ ଷ୍ଟୋର୍ କରିଛି | |
03:37 | “ଶେଲ୍” ଭେରିଏବଲ୍ ର ଭାଲ୍ୟୁ ଦେଖିବା ପାଇଁ, ଟର୍ମିନାଲ୍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ S-H-E-L-L ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ | |
03:55 | ଏଠାରେ “ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍” ହେଉଛି ସେହି ଶେଲ୍, ଯେଉଁଠାରେ ଆମେ ବର୍ତ୍ତମାନ ଅପରେଟ୍ କରୁଛେ | |
04:02 | ପରବର୍ତ୍ତୀ ଭେରିଏବଲ୍ ହେଉଛି “ହୋମ୍” |
04:05 | ଲିନକ୍ସରେ ଲଗିନ୍ କଲେ, ଏହା ଆମକୁ ଆମ ୟୁଜର୍ ନାମାନୁସାରେ ନାମିତ ଏକ ଡାଇରେକ୍ଟୋରୀକୁ ନେଇଯାଏ | |
04:11 | ଏହାକୁ ହୋମ୍ ଡାଇରେକ୍ଟୋରୀ କୁହାଯାଏ ଓ ଏହା ହିଁ ହୋମ୍ ଭେରିଏବଲ୍ରେ ଉପଲବ୍ଧ ଅଛି | |
04:17 | ଭାଲ୍ୟୁ ଦେଖିବା ପାଇଁ ଟର୍ମିନାଲ୍ରେ “ଇକୋ” ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ H-O-M-E ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ | |
04:29 | ପରବର୍ତ୍ତୀ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ହେଉଛି “ପାଥ୍” | |
04:32 | “ପାଥ୍” ଭେରିଏବଲ୍ରେ ଡାଇରେକ୍ଟୋରିଜ୍ର ଆବସୋଲ୍ୟୁଟ୍ ପାଥ୍ସ ରହିଛି, ଯେଉଁଥିରେ ଶେଲ୍କୁ ଏକଜେକ୍ୟୁଟେବଲ୍ କମାଣ୍ଡର ସର୍ଚ୍ଚ କରିବାକୁ ହୋଇଥାଏ | |
04:40 | ଆସନ୍ତୁ ପାଥ୍ ଭେରିଏବଲ୍ର ଭାଲ୍ୟୁ ଦେଖିବା | |
04:43 | ପୁଣିଥରେ, ଟର୍ମିନାଲ୍ରେ “ଇକୋ” ସ୍ପେସ୍ “ଡଲାର୍ କ୍ୟାପିଟାଲ୍ ଲେଟର୍ରେ P-A-T-H” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:51 | ମୋ କମ୍ପ୍ୟୁଟର୍ରେ “ସ୍ଲାଶ୍ ୟୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ଏସ୍ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଏସ୍ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ବିନ୍” ଆଦି ଦେଖାଉଛି | |
05:04 | ଗୋଟିଏ ସିଷ୍ଟମ୍ରୁ ଆଉ ଗୋଟିଏରେ ଏହା ସାମାନ୍ୟ ଭିନ୍ନ ହୋଇପାରେ | |
05:07 | ଏହା ପ୍ରକୃତରେ : କଲନ୍ ଡେଲିମିଟର୍ ଦ୍ୱାରା ପୃଥକ ହୋଇଥିବା ଡାଇରେକ୍ଟୋରିଜ୍ର ଏକ ତାଲିକା ଅଟେ, ଯାହାକୁ ଶେଲ୍, ଏକ ଏକ୍ଜେକ୍ୟୁଟେବଲ୍ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ ଏହି କ୍ରମରେ ଖୋଜେ | |
05:18 | ଏଥିରେ ଆମ ନିଜର ଡାଇରେକ୍ଟୋରୀ ବି ଆଡ୍ କରାଯାଇପାରିବ, ଯେଉଁଥିରୁ ତାହାକୁ ମଧ୍ୟ ଶେଲ୍ ଖୋଜିପାରିବ | |
05:25 | ଆମ ଡାଇରେକ୍ଟୋରୀ ଆଡ୍ କରିବାକୁ, ଟର୍ମିନାଲ୍ରେ |
05:29 | କ୍ୟାପିଟାଲ୍ ଲେଟର୍ରେ P-A-T-H ’(=) ଇକ୍ୱାଲ୍-ଟୁ’ ପୁଣିଥରେ କ୍ୟାପିଟାଲ୍ ଲେଟର୍ରେ P-A-T-H “କଲନ୍ ସ୍ଲାଶ୍ ହୋମ୍ ସ୍ଲାଶ୍” ଆମ ହୋମ୍ ଡାଇରେକ୍ଟୋରୀର ନାମ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:54 | ଏବେ, ଯଦି ଆମେ “PATH”ର ଭାଲ୍ୟୁକୁ “ଇକୋ” କରିବା, |
06:04 | ଆଡ୍ କରାଯାଇଥିବା ଆମ ଡାଇରେକ୍ଟୋରୀ ମଧ୍ୟ “PATH” ଭାରିଏବଲ୍ର ଏକ ଅଂଶ ହୋଇଯିବ | |
06:10 | ଦେଖନ୍ତୁ, ଡାଇରେକ୍ଟୋରୀଟି ଏବେ ଏଠାରେ ଅଛି | |
06:16 | ଅନ୍ୟଏକ କୌତୁହଳପ୍ରଦ ଭାରିଏବଲ୍ ହେଉଛି “LOGNAME” | |
06:20 | ଏହା, ସାମ୍ପ୍ରତିକ ଆକ୍ଟିଭ୍ ଯୁଜର୍ଙ୍କ ଯୁଜର୍ନେମ୍ ଷ୍ଟୋର୍ କରେ | |
06:24 | ଭାଲ୍ୟୁ ଦେଖିବା ପାଇଁ “ଇକୋ” ସ୍ପେସ୍ “ଡଲାର୍ ଲଗ୍ନେମ୍” ଟାଇପ୍ କରି “ଏଣ୍ଟର୍” ପ୍ରେସ୍ କରନ୍ତୁ | |
06:35 | ଟର୍ମିନାଲ୍ ଓପନ୍ କଲେ ଆମେ ଡଲାର୍ ସାଇନ୍ ଦେଖୁ, ଯାହା ହେଉଛି ପ୍ରମ୍ପଟ୍, ଯେଉଁଠାରେ ଆମେ ଆମର ସମସ୍ତ କମାଣ୍ଡ୍ ଏଣ୍ଟର୍ କରିଥାଉ | |
06:42 | ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ PS1 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ | |
06:47 | ଏକ ସେକେଣ୍ଡାରୀ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ ମଧ୍ୟ ଅଛି | |
06:50 | ଯଦି ଆମ କମାଣ୍ଡ୍ ଲମ୍ୱା ଓ ଗୋଟିଏ ଲାଇନ୍ଠାରୁ ଅଧିକ ବ୍ୟାପ୍ତ ହୋଇଥିବ, ତେବେ ଦ୍ୱିତୀୟ ଲାଇନ୍ ପରଠାରୁ ଆମେ ପ୍ରମ୍ପ୍ଟ୍ ଭାବରେ ଗ୍ରେଟର୍ ଦ୍ୟାନ୍ର ଚିହ୍ନ “>” ଦେଖିପାରିବା | |
07:00 | ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ PS2 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ଦ୍ୱିତୀୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍ | |
07:05 | ଦ୍ୱିତୀୟ କମାଣ୍ଡ୍ ପ୍ରମ୍ପ୍ଟର ଭାଲ୍ୟୁ ଦେଖିବାକୁ, ଟର୍ମିନାଲ୍ରେ “ଇକୋ” ସ୍ପେସ୍ “ଡଲାର୍PS2” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ | |
07:20 | ଆମେ ଆମର ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍କୁ, ଧରନ୍ତୁ “ଆଟ୍ ଦ ରେଟ୍” <@> ପ୍ରମ୍ପ୍ଟ୍ରେ ଚେଞ୍ଜ୍ କରିପାରିବା | |
07:28 | ଏହା କରିବାକୁ “PS1” ଇକ୍ୱାଲ୍ ଟୁ (=) କ୍ୱୋଟ୍ ମଧ୍ୟରେ ’ଆଟ୍ ଦ ରେଟ୍ (@)’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:41 | ଏବେ, “ଡଲାର୍ ($)” ଚିହ୍ନ ପରିବର୍ତ୍ତେ ଆମେ “ଆଟ୍ ଦ ରେଟ୍ (@)” ଚିହ୍ନକୁ ପ୍ରମ୍ପ୍ଟ୍ ଭାବେ ଦେଖୁଛେ | |
07:50 | ଆମେ ଅଧିକ କିଛି କୌତୁହଳପ୍ରଦ କରିପାରିବା, ଯେପରି ଆମେ ଆମର ୟୁଜର୍ନେମ୍କୁ ପ୍ରମ୍ପ୍ଟରେ ଦେଖାଇପାରିବା | |
07:56 | କ୍ୟାପିଟାଲ୍ରେ “PS1” ’ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ “ଡଲାର୍ କ୍ୟାପିଟାଲ୍ରେ ଲଗ୍ନେମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:12 | ଏବେ, ମୋ ୟୁଜର୍ ନେମ୍ ହେଉଛି ମୋର ପ୍ରମ୍ପ୍ଟ୍ | |
08:16 | ଫେରିବାକୁ କ୍ୟାପିଟାଲ୍ରେ “PS1” ‘ଇକ୍ୱାଲ୍ ଟୁ (=)’ କ୍ୱୋଟ୍ ମଧ୍ୟରେ ଡଲାର୍ ($) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:28 | ଅନେକ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସରେ ଆମେ ଭାଲ୍ୟୁ ଆସାଇନ୍ କଲେ | |
08:32 | ହେଲେ, ଗୋଟିଏ ଜିନିଷ ମନେରଖନ୍ତୁ, ଏହି ସଂଶୋଧନଗୁଡ଼ିକ କେବଳ ସାମ୍ପ୍ରତିକ ଅଧିବେଶନ ପାଇଁ ପ୍ରଯୁଜ୍ୟ | |
08:37 | ଯେପରି ଆମେ PATH ଭାରିଏବଲ୍ ସହିତ ଆମ ଡାଇରେକ୍ଟୋରୀକୁ ଆଡ୍ କରିଥିଲେ | |
08:40 | ଯଦି ଆମେ ଟର୍ମିନାଲ୍ ବନ୍ଦ କରି ତାହାକୁ ପୁଣି ଖୋଲିବା କିମ୍ୱା ତାହା ସହିତ ଏକ ନୂଆ ଟର୍ମିନାଲ୍ ଖୋଲି, ତାହାର ଭାଲ୍ୟୁ ଦ୍ୱାରା ଭେରିଏବଲ୍ ପାଥ୍ ଚେକ୍ କରିବା |
09:00 | ଆମେ ଦେଖି ଆଶ୍ଚର୍ଯ୍ୟ ହେବା ଯେ, ଆମର ସଂଶୋଧନ ଆଉ ସେଠାରେ ନାହିଁ | |
09:05 | କେତେକ ଆଡ୍ଭାନ୍ସ ଟ୍ୟୁଟୋରିଆଲ୍ରେ ଆମେ, ଏହିସବୁ ସଂଶୋଧନ ସ୍ଥାୟୀ କରିବାର ମାର୍ଗକୁ କଭର୍ କରିବା | |
09:13 | ଅଧିକାଂଶ ସମୟରେ ଆମେ, ନିକଟ ଅତୀତରେ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡକୁ ରି-ଏକ୍ଜେକ୍ୟୁଟ୍ କରିବାକୁ ଚାହିଁଲେ କ’ଣ କରିବା? କ’ଣ ଆମକୁ ସମ୍ପୂର୍ଣ୍ଣ କମାଣ୍ଡକୁ ପୁଣିଥରେ ଟାଇପ୍ କରିବାକୁ ପଡ଼ିବ? |
09:22 | ନା, ତା’ପାଇଁ ଅନେକ ସମାଧାନ ଅଛି | |
09:26 | ପ୍ରଥମ, ଯଦି ଆପଣ କୀ-ବୋର୍ଡରେ ଥିବା ଅପ-କୀ’କୁ ଦାବିବେ, ତେବେ ତାହା ଆପଣ ଟାଇପ୍ କରିଥିବା ଶେଷ କମାଣ୍ଡଟିକୁ ଦେଖାଇବ | |
09:33 | ତାହାକୁ ଦବାଇ ଚାଲନ୍ତୁ ଓ ତାହା ପୂର୍ବବର୍ତ୍ତୀ ସମସ୍ତ କମାଣ୍ଡ୍ ମଧ୍ୟଦେଇ ସ୍କ୍ରୋଲ୍ କରିଚାଲିଥିବ | |
09:37 | ପଛକୁ ଫେରିବା ପାଇଁ ଡାଉନ୍ କୀ’ ଦାବନ୍ତୁ | |
09:42 | ମାତ୍ର ଅନେକ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ କରିବାକୁ ହୋଇଥିବାରୁ, ଏହା ଟିକିଏ ଅବାଗିଆ ଓ ବିରକ୍ତିକର ହୋଇଥାଏ | ଏହା ବଦଳରେ “ହିଷ୍ଟ୍ରୀ” କମାଣ୍ଡ୍ ବ୍ୟବହାର କରିବା ଭଲ | |
09:52 | ପ୍ରମ୍ପ୍ଟରେ “ହିଷ୍ଟ୍ରୀ” ଟାଇପ୍ କରି |
09:58 | ଏଣ୍ଟର୍ ଦାବିଲେ ପୂର୍ବରୁ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହୁଏ | |
10:04 | ଯଦି ବିଶାଳ ତାଲିକା ବଦଳରେ ଆପଣ କେବଳ ଦଶୋଟି ଦେଖିବାକୁ ଚାହାନ୍ତି, |
10:08 | ତେବେ, “ହିଷ୍ଟ୍ରୀ ସ୍ପେସ୍ 10” ଲେଖି “ଏଣ୍ଟର୍” ଦାବନ୍ତୁ | |
10:20 | ଦେଖନ୍ତୁ, ଏହି ତାଲିକାରେ, ପୂର୍ବରୁ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡଗୁଡ଼ିକ ପାଇଁ ଗୋଟିଏ ଗୋଟିଏ ନମ୍ୱର୍ ଆସାଇନ୍ ଲରାଯାଇଛି | |
10:27 | ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ ରିପିଟ୍ କରିବା ପାଇଁ, |
10:32 | ବିସ୍ମୟସୂଚକ ଚିହ୍ନ (ଏକ୍ସ୍ଲାମେଶନ୍ ମାର୍କ) ପରେ କମାଣ୍ଡର ନମ୍ୱର୍ ଟାଇପ୍ କରନ୍ତୁ, ଉଦାହରଣସ୍ୱରୂପ, ମୋ ମାମଲାରେ 442 “ଇକୋ ସ୍ପେସ୍ ଡଲାର୍PATH”କୁ ଏକ୍ଜେକ୍ୟୁଟ୍ କରିବ | |
10:51 | ଯଦି ଆପଣ ଶେଷ କମାଣ୍ଡାକୁ ରି-ଏକ୍ଜେକ୍ୟୁଟ୍ କରିବାକୁ ଚାହାନ୍ତି, ତେବେ କେବଳ ଦୁଇଥର ବିସ୍ମୟସୂଚକ ଚିହ୍ନ (ଏକ୍ସ୍ଲାମେଶନ୍ ମାର୍କ) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
11:03 | ପରବର୍ତ୍ତୀ ବିଷୟକୁ ଟିଲ୍ଡା ସବ୍ଷ୍ଟିଚ୍ୟୁଶନ୍ କୁହନ୍ତି | ହୋମ୍ ଡାଇରେକ୍ଟୋରୀ ପାଇଁ ଟିଲ୍ଡା (~) କ୍ୟାରେକ୍ଟର୍ ହେଉଛି ଶର୍ଟହ୍ୟାଣ୍ଡ୍ | |
11:12 | ଧରନ୍ତୁ, ଆପଣଙ୍କ ହୋମ୍ ଡାଇରେକ୍ଟୋରୀରେ testtree ନାମକ ଡାଇରେକ୍ଟୋରୀ ଅଛି | ଆପଣ, “ସିଡି” ସ୍ପେସ୍ “~ (ଟିଲ୍ଡା)” ସ୍ଲାଶ୍ “testtree” ଟାଇପ୍ କରି, ସେଠାରେ ପହଞ୍ଚିପାରିବେ | |
11:25 | ଜଣେ ନିମ୍ନ କମାଣ୍ଡ୍ ଦେଇ ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀ ଓ ଶେଷ ଡାଇରେକ୍ଟୋରୀ ମଧ୍ୟରେ ଟୋଗଲ୍ ମଧ୍ୟ କରିପାରିବ, cd '~(ଟିଲ୍ଡା)' ମାଇନସ୍ କିମ୍ୱା କେବଳ cd ମାଇନସ୍ |
11:35 | ଆମେ ବର୍ତ୍ତମାନ “testtree” ଡାଇରେକ୍ଟୋରୀରେ ଅଛେ, ଆଉ ଆମର ଶେଷ ଡାଇରେକ୍ଟୋରୀ ହେଉଛି ହୋମ୍ ଡାଇରେକ୍ଟୋରୀ | |
11:41 | ତେଣୁ, ଆମେ ଯଦି cd ସ୍ପେସ୍ ମାଇନସ୍ ଟାଇପ୍ କରି ଏଣ୍ଟର୍ ଦାବିବା, ଏହା ହୋମ୍ ଡାଇରେକ୍ଟୋରୀକୁ ଚାଲିଯିବ | |
11:47 | ଏହାକୁ ପୁଣି ଚଲାଇଲେ, ଏହା “testtree” ଡାଇରେକ୍ଟୋରୀକୁ ଫେରାଇନେବ | |
11:55 | ଶେଷ, ମାତ୍ର ବହୁତ ଜରୁରୀ କମାଣ୍ଡ୍ ହେଉଛି “ଆଲିଆସ୍” କମାଣ୍ଡ୍ | |
11:59 | ବେଳେବେଳେ ଆପଣଙ୍କୁ ଏକ ବଡ଼ କମାଣ୍ଡକୁ ବାରମ୍ୱାର ଚଲାଇବାକୁ ହୋଇଥାଏ | |
12:04 | ଏହି ମାମଲାରେ ଆମେ, ତାହାକୁ ଏକ ଛୋଟ “ଆଲିଆସ୍” ନାମ ଦେଇ ଚଲାଇବା ପାଇଁ ଉପଯୋଗ କରିପାରିବା | |
12:11 | ଧରନ୍ତୁ, ଆପଣଙ୍କ ପାଖରେ ଏପରି ଏକ ଲମ୍ୱା ଡାଇରେକ୍ଟୋରୀର କ୍ରମ ଅଛି, ଯେଉଁଠାକୁ ଆପଣ ଅଧିକାଂଶ ସମୟରେ ସଂଗୀତ ପାଇଁ ଯାଆନ୍ତି | ଏଥିପାଇଁ ଆପଣ ଏହିପ୍ରକାରର ଏକ ଆଲିଆସ୍ ତିଆରି କରିପାରିବେ | |
12:20 | ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍ 'ଇକ୍ୱାଲ୍-ଟୁ' ଡବଲ୍ କ୍ୟୋଟ୍ସ ମଧ୍ୟରେ cd ସ୍ପେସ୍ ସ୍ଲାଶ୍ ହୋମ୍ ସ୍ଲାଶ୍ ଆର୍କ୍ ସ୍ଲାଶ୍ ଫାଇଲ୍ସ ସ୍ଲାଶ୍ ଏଣ୍ଟର୍ଟେନ୍ମେଣ୍ଟ ସ୍ଲାଶ୍ ମ୍ୟୁଜିକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
12:47 | ଏବେ, ଯେବେବି ଆପଣ ଏହି ଡାଇରେକ୍ଟୋରୀକୁ ଯିବାକୁ ଚାହିଁବେ, କେବଳ “cdମ୍ୟୁଜିକ୍” ଟାଇପ୍ କରି ଏଣ୍ଟର୍ ଦାବିଦିଅନ୍ତୁ | |
12:55 | ଦେଖନ୍ତୁ, ଆମେ ଏବେ “ମ୍ୟୁଜିକ୍” ଡାଇରେକ୍ଟୋରୀରେ ଅଛେ | |
12:58 | ବର୍ତ୍ତମାନ ଆପଣ ପୂର୍ବ ୱର୍କିଙ୍ଗ୍ ଡାଇରେକ୍ଟୋରୀକୁ ଯିବାପାଇଁ ପ୍ରମ୍ପ୍ଟରେ “cd ସ୍ପେସ୍ ମାଇନସ୍” ଟାଇପ୍ କରିପାରନ୍ତି | |
13:08 | “ଅନ୍ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍” ଲେଖି ଏଣ୍ଟର୍ ଦାବିଲେ “ଆଲିଆସ୍” ଅନ୍ସେଟ୍ ହୋଇଯିବ | |
13:20 | ଏବେ, ଆପଣ ପୁଣି ଯଦି ଟର୍ମିନାଲ୍ରେ “cdମ୍ୟୁଜିକ୍” ଲେଖନ୍ତି, ତେବେ କମାଣ୍ଡ୍ ନାହିଁ ବୋଲି ଆପଣଙ୍କୁ ଏରର୍ ମିଳିବ | |
13:30 | ମନେକରନ୍ତୁ, ଆମର ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀରେ “ଟେଷ୍ଟ୍1” ଓ ଟେଷ୍ଟ୍2” ନାମକ ଦୁଇଟି ଫାଇଲ୍ ଅଛି |
13:38 | ଓ ଆମେ ଯଦି “rm ଟେଷ୍ଟ୍1” ଲେଖିବା, ତେବେ “ଟେଷ୍ଟ୍1” ଡିଲିଟ୍ ହୋଇଯିବ | |
13:45 | ଆମେ ଜାଣିଛେ ଯେ, “rm” କମାଣ୍ଡର “ହାଇଫେନ୍ i” ଅପ୍ସନ୍ ରିମୁଭାଲ୍ ପ୍ରକ୍ରିୟାକୁ ଇଣ୍ଟରାକ୍ଟିଭ୍ କରିଥାଏ | |
13:52 | ତେଣୁ ଆମେ, ଏକ “ଆଲିଆସ୍”, ଯେପରି “ଆଲିଆସ୍ rm” ଇକ୍ୱାଲ୍-ଟୁ (=) କ୍ୟୋଟ୍ ମଧ୍ୟରେ “rm ସ୍ପେସ୍ ହାଇଫେନ୍ i” ସେଟ୍ କରିପାରିବା | |
14:03 | ଏବେ, ଯେତେବେଳେ ଆମେ “rm”, “rm ହାଇଫେନ୍ I” ଚଲାଇବା, ତାହା ପ୍ରକୃତରେ ଚାଲିବ | |
14:13 | ଆମେ ଦେଖିଲେ ଯେ, ଯେତେବେଳେ “ଟେଷ୍ଟ୍1” ଡିଲିଟ୍ ହୋଇଯାଏ, ସିଷ୍ଟମ୍ “ଟେଷ୍ଟ୍2” ଡିଲିଟ୍ କରିବା ପୂର୍ବରୁ ପଚାରିଥାଏ | |
14:20 | ଏହି ଟ୍ୟୁଟୋରିଆଲ୍ରେ ଆମେ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ, ହିଷ୍ଟ୍ରୀ ଓ ଆଲିଆସ୍ କରିବା ବିଷୟରେ ଜାଣିଲେ | |
14:25 | ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ | |
14:28 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
14:36 | ଏହା ଉପରେ ଅଧିକ ସୂଚନା ଆମ ୱେବ୍ସାଇଟ୍ରେ ଉପଲବ୍ଧ | |
14:39 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |