Linux/C2/Basics-of-System-Administration/Oriya
From Script | Spoken-Tutorial
| Time | Narration |
| 00:02 | ଲିନକ୍ସରେ ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍ର ବେସିକ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ. |
| 00:09 | ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତଗୁଡ଼ିକ ଶିଖିବା: |
| 00:13 | ଆଡ୍ୟୁଜର୍ (adduser), su |
| 00:16 | ୟୁଜର୍ମଡ୍ (usermod),ୟୁଜର୍ଡେଲ୍ (userdel) |
| 00:18 | id, du |
| 00:20 | df |
| 00:22 | ଏଠାରେ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି. |
| 00:27 | ଏକ ପ୍ରାକ୍-ଆବଶ୍ୟକତା ଭାବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ. |
| 00:35 | ଯାହା ଏହି ୱେବ୍ସାଇଟ୍ରେ ଉପଲବ୍ଧ ଅଛି |
| 00:39 | ପ୍ରଦର୍ଶିତ କମାଣ୍ଡ ଏକ୍ଜେକ୍ୟୁଟ୍ କରିବା ପାଇଁ ଜଣଙ୍କର ଆଡ୍ମିନ୍ ଆକ୍ସେସ୍ ଥିବା ଦରକାର. |
| 00:47 | ଆସନ୍ତୁ, ଏକ ନୂଆ ୟୁଜର୍ କିପରି କ୍ରିଏଟ୍ କରାଯାଏ, ଶିଖିବା. |
| 00:53 | ଅଥେଣ୍ଟିକେଶନ୍ ସମେତ “ଆଡ୍ୟୁଜର୍” କମାଣ୍ଡ ଆମପାଇଁ ଏକ ନୂଆ ୟୁଜର୍ ଲଗ୍ଇନ୍ କ୍ରିଏଟ୍ କରିବ. |
| 01:01 | “ସୁଡୋ” କମାଣ୍ଡ ସହାୟତାରେ ଆମେ ଯେକୌଣସି ୟୁଜର୍ ଆକାଉଣ୍ଟ ଆଡ୍ କରିପାରିବା. |
| 01:06 | “ସୁଡୋ” କମାଣ୍ଡ ବିଷୟରେ ମୁଁ ଆପଣଙ୍କୁ ଏକ ସଂକ୍ଷିପ୍ତ ବର୍ଣ୍ଣନା ଦେଉଛି. |
| 01:11 | ସୁପର୍ ୟୁଜର୍ ଭାବରେ ଏକ କମାଣ୍ଡ ଏକ୍ଜେକ୍ୟୁଟ୍ କରିବା ପାଇଁ ସୁଡୋ କମାଣ୍ଡ ଆଡ୍ମିନିଷ୍ଟ୍ରେଟିଭ୍ ୟୁଜର୍କୁ ଅନୁମତି ଦେଇଥାଏ. |
| 01:19 | ଏହି ଟ୍ୟୁଟୋରିଆଲ୍ରେ ଆଗକୁ ବଢ଼ିବା ସହ ଆମେ ସୁଡୋ କମାଣ୍ଡରେ ଥିବା ଅନେକ ଅପ୍ସନ୍ ବିଷୟରେ ଜାଣିବା. |
| 01:27 | ଏବେ, “ନ୍ୟୁ ୟୁଜର୍” କ୍ରିଏଟ୍ କରିବା ବିଷୟରେ ଜାଣିବା. |
| 01:32 | କୀ’-ବୋର୍ଡରେ “Ctrl, Alt ଓ t” ଏକାସାଙ୍ଗରେ ଦାବି “ଟର୍ମିନାଲ୍” ଖୋଲନ୍ତୁ. |
| 01:45 | ମୁଁ ଏଠି “ଟର୍ମିନାଲ୍” ଆରମ୍ଭ କରିସାରିଛି. |
| 01:49 | ଏଠି “ସୁଡୋ ସ୍ପେସ୍ ଆଡ୍ୟୁଜର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 01:58 | ଏକ ପାସ୍ୱର୍ଡ ଦେବାପାଇଁ ଆପଣଙ୍କୁ କୁହାଯିବ. |
| 02:01 | ମୁଁ ଏଠି “ଆଡ୍ମିନ୍” ପାସ୍ୱର୍ଡ ଦେଇ ଏଣ୍ଟର୍ ଦାବିବି. |
| 02:07 | ଟର୍ମିନାଲ୍ରେ ଟାଇପ୍ କରାଯାଇଥିବା ପାସ୍ୱର୍ଡ ଦେଖାଯାଏ ନାହିଁ. |
| 02:11 | ତେଣୁ, ପାସ୍ୱର୍ଡକୁ ସାବଧାନତାପୂର୍ବକ ଟାଇପ୍ କରିବାକୁ ହେବ. |
| 02:16 | ଥରେ ହୋଇଗଲା ପରେ “ଆଡ୍ୟୁଜର୍ : ଓନ୍ଲୀ ୱନ୍ ଅର୍ ଟୁ ନେମ୍ସ ଆଲାଉଡ୍” ମେସେଜ୍ ଦେଖାଦେବ. |
| 02:27 | “ଡକ୍” ନାମରେ ଏକ ନୂଆ ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା. |
| 02:34 | ନିମ୍ନଲିଖିତ କମାଣ୍ଡ: |
| 02:36 | ସୁଡୋ ସ୍ପେସ୍ ଆଡ୍ୟୁଜର୍ ସ୍ପେସ୍ ଡକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 02:45 | “ଡକ୍” ନାମରେ ଏକ ନୂଆ ୟୁଜର୍ କ୍ରିଏଟ୍ ହୋଇଗଲା. |
| 02:49 | ନୂଆ ୟୁଜର୍ କ୍ରିଏଟ୍ ହେବା ପ୍ରକ୍ରିୟାରେ, ସେହି ୟୁଜର୍ ପାଇଁ ପୃଥକ୍ ଭାବେ ଏକ “ହୋମ୍” ଡାଇରେକ୍ଟୋରୀ ମଧ୍ୟ କ୍ରିଏଟ୍ ହୋଇଛି. |
| 02:58 | “ଡକ୍” ୟୁଜର୍ ପାଇଁ ଏକ ନୂଆ ପାସ୍ୱର୍ଡ ଦେବାକୁ ମଧ୍ୟ ଆମକୁ କୁହାଯିବ. |
| 03:05 | ନିଜ ପସନ୍ଦର ପାସ୍ୱର୍ଡ ଦିଅନ୍ତୁ. ମୋ ମାମଲାରେ ମୁଁ ପାସ୍ୱର୍ଡ ଭାବରେ “ଡକ୍” ଟାଇପ୍ କରି ଏଣ୍ଟର୍ ଦାବିବି. |
| 03:17 | ନୂଆ ପାସ୍ୱର୍ଡକୁ ପୁଣିଥରେ ଟାଇପ୍ କରନ୍ତୁ. |
| 03:20 | ସୁରକ୍ଷା କାରଣ ଓ ସୁନିଶ୍ଚିତତା ପାଇଁ ପାସ୍ୱର୍ଡ ଦୁଇଥର ଦେବାକୁ କୁହାଯାଏ. |
| 03:26 | ଏବେ, ନୂଆ ୟୁଜର୍ ପାଇଁ ଆମ ପାସ୍ୱର୍ଡ ଅପ୍ଡେଟ୍ ହୋଇଗଲା. |
| 03:31 | ଅନ୍ୟାନ୍ୟ ବିବରଣୀ ପାଇଁ ମଧ୍ୟ ଆମକୁ କୁହାଯିବ. |
| 03:35 | ମାତ୍ର, ବର୍ତ୍ତମାନ ପାଇଁ ମୁଁ କେବଳ “ଫୁଲ୍ ନେମ୍” ଭାବରେ “ଡକ୍” ଟାଇପ୍ କରି ବାକିସବୁକୁ ଏଣ୍ଟର୍ ଦାବି ଖାଲି ଛାଡ଼ିଦେବି. |
| 03:46 | ଏଣ୍ଟର୍,ଏହାକୁ ମୁଁ “ୱାଇ” ଦାବି କନ୍ଫର୍ମ କରିବି. |
| 03:51 | ଏହା, ସମସ୍ତ ସୂଚନା ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅଟେ. |
| 03:55 | ଏବେ, ୟୁଜର୍ ଆକାଉଣ୍ଟ କ୍ରିଏଟ୍ ହେଲାକି ନାହିଁ ଯାଞ୍ଚ କରିବା. |
| 04:00 | ଏହା କରିବା ପାଇଁ କମାଣ୍ଡ ପ୍ରମ୍ପ୍ଟରେ |
| 04:04 | “ls ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି |
| 04:09 | ଏଣ୍ଟର୍ ଦାବନ୍ତୁ. |
| 04:11 | ହୋମ୍ ଫୋଲ୍ଡର୍ରେ ୟୁଜର୍ ତାଲିକା ଦେଖାଇବା ପାଇଁ “ls” କମାଣ୍ଡ ବ୍ୟବହୃତ ହୋଇଥାଏ. |
| 04:17 | ଆଉ ଏଇଠି ଅଛି ନୂଆ ଭାବେ କ୍ରିଏଟ୍ ହୋଇଥିବା ଆମ “ଡକ୍” ନାମକ ୟୁଜର୍. |
| 04:23 | ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା. |
| 04:26 | ପରବର୍ତ୍ତୀ କମାଣ୍ଡ ହେଉଛି “su”. |
| 04:30 | “su”ର ଅର୍ଥ ହେଉଛି “ସ୍ୱିଚ୍ ୟୁଜର୍”. |
| 04:34 | ସାଂପ୍ରତିକ ୟୁଜର୍ରୁ ଅନ୍ୟଏକ ୟୁଜର୍କୁ ଯିବାପାଇଁ ଏହି କମାଣ୍ଡ ଉପଯୋଗୀ ଅଟେ. |
| 04:39 | ଚାଲନ୍ତୁ, ଏବେ ଟର୍ମିନାଲ୍କୁ ଯିବା. |
| 04:43 | ଟର୍ମିନାଲ୍ରେ କମାଣ୍ଡ |
| 04:45 | “su ସ୍ପେସ୍ ହାଇଫେନ୍ ସ୍ପେସ୍ ଡକ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 04:53 | ଏକ ପାସ୍ୱର୍ଡ ପାଇଁ ଆପଣଙ୍କୁ କୁହାଯିବ. |
| 04:56 | ମୁଁ ଏଠାରେ ୟୁଜର୍ “ଡକ୍”ର ପାସ୍ୱର୍ଡ ହିଁ ଟାଇପ୍ କରିବି, ଯାହା ହେଉଛି “ଡକ୍” ନିଜେ. |
| 05:04 | ଦେଖନ୍ତୁ, ଟର୍ମିନାଲ୍ ପୂର୍ବ ୟୁଜର୍ରୁ ନୂଆ ୟୁଜର୍କୁ ଚାଲିଗଲା, ଯାହା ଆମ ମାମଲାରେ ହେଉଛି “ଡକ୍”. |
| 05:14 | ଏହି ୟୁଜର୍ରୁ ଲଗ୍ଆଉଟ୍ କରିବା ପାଇଁ |
| 05:17 | “ଲଗ୍ଆଉଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 05:22 | ଏବେ ଟର୍ମିନାଲ୍, ସାମ୍ପ୍ରତିକ ୟୁଜର୍ “ଡକ୍”ରୁ ଲଗ୍ଆଉଟ୍ କରିଯାଇ, ପୂର୍ବ ୟୁଜର୍ ଆକାଉଣ୍ଟ “vinhai”କୁ ଚାଲିଆସିଛି. |
| 05:31 | ଚାଲନ୍ତୁ, “ୟୁଜର୍ମଡ୍” କମାଣ୍ଡ ବିଷୟରେ ଜାଣିବା. |
| 05:35 | “ୟୁଜର୍ମଡ୍” କମାଣ୍ଡଟି |
| 05:37 | ସୁପର୍ ୟୁଜର୍ ବା ରୁଟ୍ ୟୁଜର୍କୁ ଅନ୍ୟ ୟୁଜର୍ ଆକାଉଣ୍ଟ ମୋଡିଫାଏ କରିବାକୁ ସକ୍ଷମ କରିଥାଏ, ଯେପରି |
| 05:46 | ପାସ୍ୱର୍ଡକୁ ନୋ ପାସ୍ୱର୍ଡ କିମ୍ୱା ଏମ୍ପଟୀ ପାସ୍ୱର୍ଡକୁ ପରିବର୍ତ୍ତନ କରିବା. |
| 05:50 | ୟୁଜର୍ ଆକାଉଣ୍ଟ ଡିଜାବଲ୍ ହେବା ତାରିଖ ଦେଖାଇବା. |
| 05:55 | ଏହି କମାଣ୍ଡ ଟ୍ରାଏ କରି ଦେଖିବା. |
| 05:57 | ଏବେ, ଚାଲନ୍ତୁ ଟର୍ମିନାଲ୍କୁ ସ୍ୱିଚ୍ କରିବା. |
| 05:59 | ୟୁଜର୍ ଆକାଉଣ୍ଟ ଡକ୍ ପାଇଁ ସମାପ୍ତି ତାରିଖ କିପରି ସେଟ୍ କରିବାକୁ ହୁଏ, ଦେଖନ୍ତୁ. |
| 06:05 | ଏହି କମାଣ୍ଡ ପ୍ରମ୍ପ୍ଟରେ |
| 06:09 | ସୁଡୋ ସ୍ପେସ୍ ୟୁଜର୍ମଡ୍ –(ହାଇଫେନ୍)e ସ୍ପେସ୍ ୨୦୧୨-(ହାଇଫେନ୍)୧୨-(ହାଇଫେନ୍)୨୭ ସ୍ପେସ୍ ଡକ୍ ଟାଇପ୍ କରି |
| 06:33 | ଏଣ୍ଟର୍ ଦାବନ୍ତୁ. |
| 06:37 | ଅପ୍ସନ୍ “-e” ସହାୟତାରେ କମାଣ୍ଡରେ ଉଲ୍ଲେଖ ହୋଇଥିବା ପରି ୟୁଜର୍ ଆକାଉଣ୍ଟ ସମାପ୍ତି ତାରିଖ ସେଟ୍ କରାଗଲା. |
| 06:46 | ବର୍ତ୍ତମାନ, “ଡକ୍” ୟୁଜର୍ ଆକାଉଣ୍ଟ ପାଇଁ ଏକ ସମାପ୍ତି ତାରିଖ ସେଟ୍ ହୋଇଗଲା. |
| 06:52 | ଏବେ, “uid” ଓ “gid” କମାଣ୍ଡ ବିଷୟରେ ଜାଣିବା. |
| 06:57 | ସମସ୍ତ ୟୁଜର୍ ଓ ଗ୍ରୁପ୍ଗୁଡ଼ିକର ପରିଚୟ ଯାଞ୍ଚ କରିବା ପାଇଁ “id-କମାଣ୍ଡ” ବ୍ୟବହାର କରାଯାଏ. |
| 07:04 | ୟୁଜର୍ର ପରିଚୟ ଜାଣିବା ପାଇଁ ଆମେ, “id ସ୍ପେସ୍ –(ହାଇଫେନ୍)u” ବ୍ୟବହାର କରିବା. |
| 07:12 | ଗ୍ରୁପ୍ର ପରିଚୟ ଜାଣିବା ପାଇଁ ଏହା, “id ସ୍ପେସ୍ –(ହାଇଫେନ୍)g” ଅଟେ. |
| 07:20 | ଚାଲନ୍ତୁ, ଏବେ ଏହା ଦେଖିବା. |
| 07:22 | ଟର୍ମିନାଲ୍ରେ |
| 07:25 | “id” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 07:29 | ଆମେ ବ୍ୟବହାର କରୁଥିବା ସିଷ୍ଟମ୍ରେ ଏବେ ଆମେ ୟୁଜର୍ ID ଓ ଗ୍ରୁପ୍ ID ଦେଖିପାରୁଛେ. |
| 07:37 | କେବଳ ୟୁଜର୍ id ପ୍ରାପ୍ତ କରିବା ପାଇଁ ଆମେ “-(ହାଇଫେନ୍)u” ଅପ୍ସନ୍ ବ୍ୟବହାର କରୁ |
| 07:43 | “id ସ୍ପେସ୍ -(ହାଇଫେନ୍)u” କମାଣ୍ଡ ଟାଇପ୍ କରି |
| 07:49 | ଏଣ୍ଟର୍ ଦାବନ୍ତୁ,ଆମେ ଏବେ ୟୁଜର୍ର କେବଳ idଗୁଡ଼ିକ ହିଁ ଦେଖିପାରୁଛେ. |
| 07:55 | ମାତ୍ର, ଯଦି ଆମେ ୟୁଜର୍ମାନଙ୍କ ନାମ ଜାଣିବାକୁ ଚାହିଁବା, ତେବେ? |
| 08:00 | ତାହା ଜାଣିବାକୁ ଆମେ, |
| 08:02 | ଟର୍ମିନାଲ୍ରେ “id-(ହାଇଫେନ୍)n ସ୍ପେସ୍ –(ହାଇଫେନ୍)u” ଟାଇପ୍ କରି ଏଣ୍ଟର୍ ଦାବିବା. |
| 08:13 | ଏବେ ଆମେ, ୟୁଜର୍ମାନଙ୍କ idଗୁଡ଼ିକ ବଦଳରେ ସେମାନଙ୍କର ନାମ ଦେଖିପାରୁଛେ. |
| 08:20 | ଆସନ୍ତୁ, ଗ୍ରୁପ୍ ids କମାଣ୍ଡଗୁଡ଼ିକ ବିଷୟରେ ଜାଣିବା. |
| 08:24 | “id ସ୍ପେସ୍ –(ହାଇଫେନ୍)g” ଟାଇପ୍ କରନ୍ତୁ. |
| 08:29 | ଏଠାରେ ଆମେ ଗ୍ରୁପ୍ idଗୁଡ଼ିକ ଦେଖିପାରୁଛେ. |
| 08:32 | ସମସ୍ତ ସାମ୍ପ୍ରତିକ ୟୁଜର୍ଙ୍କ ଗ୍ରୁପ୍ idଗୁଡ଼ିକ ଦେଖିବାକୁ |
| 08:38 | “id ସ୍ପେସ୍ –(ହାଇଫେନ୍) କ୍ୟାପିଟାଲ୍ରେ G” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 08:46 | ଧ୍ୟାନପୂର୍ବକ ଦେଖନ୍ତୁ ଯେ ମୁଁ, Gକୁ କ୍ୟାପିଟାଲ୍ ଲେଟର୍ରେ ଟାଇପ୍ କରିଛି. |
| 08:50 | ନିଜେ ହିଁ ପରିଣାମ ଦେଖନ୍ତୁ. |
| 08:53 | ଏକ ୟୁଜର୍ ଆକାଉଣ୍ଟ କିପରି ଡିଲିଟ୍ କରାଯାଏ, ଆସନ୍ତୁ ଦେଖିବା. |
| 08:57 | ଏଥିପାଇଁ “ୟୁଜର୍ଡେଲ୍” କମାଣ୍ଡ ବ୍ୟବହାର କରିବା. |
| 09:00 | “ୟୁଜର୍ଡେଲ୍” କମାଣ୍ଡ ସାହାଯ୍ୟରେ ଆମେ ଏକ ୟୁଜର୍ ଆକାଉଣ୍ଟକୁ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା. |
| 09:07 | ଚାଲନ୍ତୁ, ଏହାକୁ ଟର୍ମିନାଲ୍ରେ ଦେଖିବା. |
| 09:09 | “ସୁଡୋ ସ୍ପେସ୍ ୟୁଜର୍ଡେଲ୍ ସ୍ପେସ୍ –(ହାଇଫେନ୍)r ସ୍ପେସ୍ ଡକ୍” ଟାଇପ୍ କରନ୍ତୁ. |
| 09:22 | ମୁଁ –(ହାଇଫେନ୍)r ଅପ୍ସନ୍ ବ୍ୟବହାର କରିଛି. |
| 09:25 | ଏହା, ହୋମ୍ ଡାଇରେକ୍ଟୋରୀ ସହ ୟୁଜର୍କୁ ରିମୁଭ୍ କରିବା ପାଇଁ ଅଟେ. |
| 09:30 | ଏଣ୍ଟର୍ ଦାବି ଦେଖିବା କ’ଣ ହେଉଛି. |
| 09:34 | ୟୁଜର୍ “ଡକ୍” ଡିଲିଟ୍ ହୋଇଯାଇଛି. |
| 09:38 | ଟାଇପ୍ କରି ଏହା ଦେଖନ୍ତୁ. |
| 09:41 | “ls ସ୍ପେସ୍ /(ସ୍ଲାଶ୍)ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 09:47 | ୟୁଜର୍ ଆକାଉଣ୍ଟ “ଡକ୍” ଡିଲିଟ୍ ହୋଇଯାଇଥିବାର ଆମେ ଦେଖିବା. |
| 09:53 | ଏବେ ଚାଲନ୍ତୁ ପୁଣି ସ୍ଲାଇଡ୍ସକୁ ଫେରିଯିବା. |
| 09:56 | ଲିନକ୍ସ ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍ରେ ଆଉ କେତେକ ଉପଯୋଗୀ କମାଣ୍ଡ ହେଉଛି “df” ଓ “du”. |
| 10:03 | ଡିସ୍କରେ ଉପଲବ୍ଧ ଥିବା ଖାଲି ସ୍ଥାନ ବିଷୟରେ “df” କମାଣ୍ଡ ରିପୋର୍ଟ ଦିଏ. |
| 10:08 | ଏବଂ ଗୋଟିଏ ଫାଇଲ୍ କେତେ ସ୍ଥାନ ନେଉଛି, ତାହାର ରିପୋର୍ଟ “du” କମାଣ୍ଡ ଦିଏ. |
| 10:13 | ଏହି ଦୁଇ କମାଣ୍ଡକୁ ନିଜେ ଟ୍ରାଏ କରନ୍ତୁ ଓ ଏକ ଆସାଇନ୍ମେଣ୍ଟ ଭାବରେ ନିଜେ ଆଉଟ୍ପୁଟ୍ ଦେଖନ୍ତୁ. |
| 10:19 | ଚାଲନ୍ତୁ, ଟର୍ମିନାଲ୍କୁ ଫେରିଯାଇ “df” କମାଣ୍ଡ ସହିତ ବ୍ୟବହୃତ କିଛି ଉପଯୋଗୀ ଅପ୍ସନ୍ସ ଦେଖିବା. |
| 10:26 | Df ସ୍ପେସ୍ –(ହାଇଫେନ୍)h ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ. |
| 10:33 | ଏହା, ଫାଇଲ୍ ସିଷ୍ଟମ୍ର ସାଇଜ୍ ଓ ବ୍ୟବହୃତ ସ୍ପେସ୍ ଦେଖାଉଛି. |
| 10:38 | ଜଣେ ମଣିଷ ପଢ଼ିପାରିବା ଭଳି ଫର୍ମାଟ୍ରେ ଥିବା ସ୍ଥାନକୁ ମଧ୍ୟ ଦେଖାଉଛି. |
| 10:46 | ଏବେ, “du” କମାଣ୍ଡ ସହିତ କିଛି ଅପ୍ସନ୍ ଦେଖିବା. |
| 10:50 | ଏହି ପଏଣ୍ଟରେ ମୁଁ ଭାବୁଛି ଯେ, ଆପଣ ନିଜ ହୋମ୍ ଫୋଲ୍ଡର୍ରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଥିବେ. |
| 10:57 | ଯଦି ନୁହେଁ, ତେବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ଟ୍ୟୁଟୋରିଆଲ୍କୁ ରେଫର୍ କରନ୍ତୁ. |
| 11:04 | ମୁଁ, କମାଣ୍ଡଗୁଡ଼ିକୁ ଏକ୍ଜେକ୍ୟୁଟ୍ କରିବା ପାଇଁ ମୋ ହୋମ୍ ଡାଇରେକ୍ଟୋରୀରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଛି. |
| 11:11 | ଟର୍ମିନାଲ୍ରେ “ହୋମ୍ ଫୋଲ୍ଡର୍”କୁ ଯାଆନ୍ତୁ, |
| 11:15 | “cd ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
| 11:20 | ତା’ପରେ du ସ୍ପେସ୍ –(ହାଇଫେନ୍)s ସ୍ପେସ୍ * (ଆଷ୍ଟ୍ରିକ୍ସ). (ଡଟ୍) txt ଟାଇପ୍ କରି ଏଣ୍ଟର୍ ଦବାନ୍ତୁ. |
| 11:33 | ଫାଇଲ୍ ସାଇଜ୍ ସହିତ ଏହି କମାଣ୍ଡ ଡାଇରେକ୍ଟୋରୀରେ ଥିବା txt ଫାଇଲ୍ଗୁଡ଼ିକର ରିପୋର୍ଟ ଦେବ. |
| 11:43 | ଏକ ଆସାଇନ୍ମେଣ୍ଟ ଭାବରେ କମାଣ୍ଡ ପ୍ରମ୍ପ୍ଟରେ, |
| 11:47 | “du ସ୍ପେସ୍ -(ହାଇଫେନ୍)ch ସ୍ପେସ୍ *.(ଆଷ୍ଟ୍ରିକ୍ସ ଡଟ୍)txt” ଟାଇପ୍ କରି ଦେଖନ୍ତୁ କ’ଣ ହେଉଛି. |
| 11:59 | ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା. |
| 12:01 | ଆମେ ଯାହା ଶିଖିଲେ: |
| 12:03 | ନୂଆ ୟୁଜର୍ କ୍ରିଏଟ୍ କରିବାକୁ “ଆଡ୍ୟୁଜର୍” କମାଣ୍ଡ. |
| 12:06 | ଗୋଟିଏରୁ ଅନ୍ୟଏକ ୟୁଜର୍କୁ ସ୍ୱିଚ୍ କରିବାକୁ “su” କମାଣ୍ଡ. |
| 12:09 | ୟୁଜର୍ ଆକାଉଣ୍ଟ ସେଟିଙ୍ଗ୍ସ ଚେଞ୍ଜ ପାଇଁ “ୟୁଜର୍ମଡ୍” କମାଣ୍ଡ |
| 12:12 | ୟୁଜର୍ ଆକାଉଣ୍ଟ ଡିଲିଟ୍ କରିବାକୁ “ୟୁଜର୍ଡେଲ୍” କମାଣ୍ଡ |
| 12:15 | ୟୁଜର୍ id ଓ ଗ୍ରୁପ୍ id ସୂଚନା ଜାଣିବାକୁ id କମାଣ୍ଡ |
| 12:20 | ଫାଇଲ୍ ସିଷ୍ଟମ୍ ସାଇଜ୍ ଓ ଉପଲବ୍ଧତା ପାଇଁ “df” କମାଣ୍ଡ |
| 12:24 | ଫାଇଲ୍ ଦ୍ୱାରା ଅଧିକୃତ ସ୍ଥାନ ଜାଣିବା ପାଇଁ “du” କମାଣ୍ଡ |
| 12:27 | ଏହା ଆମକୁ “ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍ର ବେସିକ୍” ଉପରେ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ. |
| 12:33 | ଏହି urlରେ ଥିବା ଭିଡିଓ |
| 12:37 | ସ୍ପୋକେନ୍ ଟ୍ୟୁଟୋରିଆଲ୍କୁ ସାରାଂଶିତ କରେ. |
| 12:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ. |
| 12:44 | ଅନ୍ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଉ | ଅଧିକ ବିବରଣୀ ପାଇଁ ସମ୍ପର୍କ କରନ୍ତୁ. |
| 12:53 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ. |
| 13:03 | ଏହା ଉପରେ ଅଧିକ ସୂଚନା ଏହି urlରେ ଉପଲବ୍ଧ. |
| 13:08 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ. |