Linux-AWK/C2/Basics-of-awk/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, awk କମାଣ୍ଡ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ awk କମାଣ୍ଡ ଶିଖିବା
00:09 ଏହାକୁ କିଛି ଉଦାହରଣ ମାଧ୍ୟମରେ କରିବା
00:12 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux ଭର୍ସନ୍ 12.04 ଅପରେଟିଙ୍ଗ ସିଷ୍ଟମ୍

ଏବଂ GNU BASH ଭର୍ସନ୍ 4.2.24

00:23 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି
00:29 ଚାଲନ୍ତୁ awkର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:33 awk କମାଣ୍ଡ ଗୋଟିଏ ଅତି ଶକ୍ତୀଶାଳୀ ଟେକ୍ସଟ ମାନିପୁଲେଟିଙ୍ଗ ଟୂଲ୍ ଅଟେ
00:38 ଏହାକୁ ଅଥରମାନଙ୍କ ନାମ Aho, Weinberger ଓ Kernighan ଅନୁସାରେ ନାମିତ କରାଯାଇଛି
00:44 ଏହା ଅନେକ ପ୍ରକାରର କାର୍ଯ୍ୟ କରିପାରିବ
00:46 ଏହା ଗୋଟିଏ ରେକର୍ଡର ଫିଲ୍ଡ ଲେବଲରେ କାର୍ଯ୍ୟ କରିଥାଏ
00:51 ତେଣୁ, ଏହା ରେକର୍ଡର ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ ସହଜରେ ଆକ୍ସେସ୍ ଓ ଏଡିଟ୍ କରିପାରିବ
00:56 ଚାଲନ୍ତୁ କିଛି ଉଦାହରଣକୁ ଦେଖିବା
00:59 ପ୍ରଦର୍ଶନ ପାଇଁ awkdemo.txt ଫାଇଲକୁ ବ୍ୟବହାର କରାଯାଉଛି
01:04 awkdemo.txt ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖନ୍ତୁ
01:09 ବର୍ତ୍ତମାନ କୀବୋର୍ଡ ଉପରେ Ctrl + Alt ଓ T କୀକୁ ଏକ ସଙ୍ଗେ ଦାବି terminal ୱିଣ୍ଡୋକୁ ଖୋଲନ୍ତୁ
01:17 ଚାଲନ୍ତୁ awk commandକୁ ବ୍ୟବହାର କରି କିପରି ପ୍ରିଣ୍ଟ କରାଯାଏ, ଦେଖିବା
01:22 ଟାଇପ୍ କରନ୍ତୁ: awk ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) (front ସ୍ଲାଶ୍) /Pass (front ସ୍ଲାଶ୍)/(କର୍ଲୀ ବ୍ରାକେଟ୍ ଆରମ୍ଭ) {print (କର୍ଲୀ ବ୍ରାକେଟ୍ ଶେଷ)} (କ୍ଵୋଟ୍ ପରେ) ସ୍ପେସ୍ awkdemo.txt
01:38 Enter ଦାବନ୍ତୁ
01:40 ଏଠାରେ, Pass ଚୟନ ପାଇଁ ମାନଦଣ୍ଡ ଅଟେ
01:44 Pass ଦୃଶ୍ୟମାନ ହେଉଥିବା awkdemoର ସମସ୍ତ ଲାଇନଗୁଡିକ ପ୍ରିଣ୍ଟ ହୋଇଛି
01:49 ଏଠାରେ ଆକ୍ସନ୍ ହେଉଛି, ପ୍ରିଣ୍ଟ
01:52 ଆମେ awkରେ regular expressionsକୁ ମଧ୍ୟ ବ୍ୟବହାର କରିପାରିବା
01:56 ମନେକରନ୍ତୁ, ଆମେ Mira ନାମ ଥିବା ଛାତ୍ରମାନଙ୍କର ରେକର୍ଡଗୁଡିକୁ ପ୍ରିଣ୍ଟ କରିବାକୁ ଚାହୁଁ
02:01 ଟାଇପ୍ କରନ୍ତୁ: awk ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ /M (ସ୍କୋୟାର୍ ବ୍ରାକେଟ୍ ଆରମ୍ଭ) [ ei (ସ୍କୋୟାର୍ ବ୍ରାକେଟ୍ ଶେଷ) ]*ra */ ସ୍ପେସ୍ {print} କ୍ଵୋଟ୍ ପରେ ସ୍ପେସ୍ awkdemo.txt
02:27 Enter ଦାବନ୍ତୁ
02:29 * ପୂର୍ବ କ୍ୟାରେକ୍ଟରର ଏକ କିମ୍ବା ଏକାଧିକ ଦୃଶ୍ୟମାନତାକୁ ପ୍ରଦାନ କରିବ
02:33 ତେଣୁ, i, e ଓ a ପାଇଁ ଏକାଧିକ ଦୃଶ୍ୟମାନତାର ଏଣ୍ଟ୍ରୀଗୁଡିକ ତାଲିକାଭୁକ୍ତ ହୋଇଛନ୍ତି
02:40 ଉଦାହରଣସ୍ଵରୂପ,
02:42 Mira, M I R A ସହିତ
02:45 Meera, M ଡବଲ୍ E R A ସହିତ
02:47 ଏବଂ Meeraa, M ଡବଲ୍ E R ଡବଲ୍ A ସହିତ
02:52 awk, extended regular expressions (ERE)କୁ ସମର୍ଥନ କରେ
02:58 ଯାହାର ଅର୍ଥ ଗୋଟିଏ PIPE ଦ୍ଵାରା ଅଲଗା ହୋଇଥିବା ଅନେକ ପ୍ୟାଟର୍ନଗୁଡିକୁ ମେଳ କରିପାରିବେ
03:03 ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ
03:05 electrical(front ସ୍ଲାଶ୍) ସ୍ପେସ୍ (କର୍ଲୀ ବ୍ରାକେଟ୍ ଆରମ୍ଭ)/{print}( କର୍ଲୀ ବ୍ରାକେଟ୍ ଶେଷ) କ୍ଵୋଟ୍ ପରେ ସ୍ପେସ୍ awkdemo.txt
03:23 Enter ଦାବନ୍ତୁ
03:26 ବର୍ତ୍ତମାନ ଉଭୟ civil ଓ electrical ପାଇଁ ଏଣ୍ଟ୍ରୀଗୁଡିକ ପ୍ରଦତ୍ତ ଅଛି
03:31 ସ୍ଲାଇଡକୁ ଫେରିଆସନ୍ତୁ
03:34 ପାରାମିଟରଗୁଡିକ ହେଲେ: ଗୋଟିଏ ଲାଇନରେ ଥିବା ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ ଚିହ୍ନଟ କରିବା ପାଇଁ awkର କିଛି ସ୍ଵତନ୍ତ୍ର ପାରାମିଟରଗୁଡିକ ଅଛି
03:41 $1(ଡଲାର୍ 1), ପ୍ରଥମ ଫିଲ୍ଡକୁ ସୂଚିତ କରିବ
03:45 ସେହିପରି, କ୍ରମିକ ଫିଲ୍ଡଗୁଡିକ ପାଇଁ $2, $3 ଏବଂ ଏହି ପରି ଥାଇପାରେ
03:53 $0 ସମଗ୍ର ଲାଇନକୁ ଉପସ୍ଥାପିତ କରେ
03:56 ଟର୍ମିନଲକୁ ଫେରିଆସନ୍ତୁ
03:59 ଧ୍ୟାନଦିଅନ୍ତୁ ଯେ awkdemo.txt ଫାଇଲରେ ଥିବା ପ୍ରତ୍ୟେକ ଶବ୍ଦ PIPE ଦ୍ଵାରା ଅଲଗା ହୋଇଛି
04:05 ଏହି କ୍ଷେତ୍ରରେ PIPEକୁ ଗୋଟିଏ delimiter କୁହାଯାଏ
04:09 ଗୋଟିଏ delimiter ଶବ୍ଦଗୁଡିକୁ ପ୍ରତ୍ୟେକଙ୍କ ଠାରୁ ଅଲଗା କରିଥାଏ
04:13 ଗୋଟିଏ delimiter, ଏକ ସିଙ୍ଗଲ୍ white space ମଧ୍ୟ ହୋଇପାରେ
04:16 ଗୋଟିଏ delimiterକୁ ନିର୍ଦ୍ଦିଷ୍ଟ କରିବା ପାଇଁ, - capital F flag ପ୍ରଦାନ କରିବାକୁ ହେବ ପଛକୁ ଗୋଟିଏ delimiter
04:24 ଚାଲନ୍ତୁ ଦେଖିବା. ଟାଇପ୍ କରନ୍ତୁ: awk ସ୍ପେସ୍ minus capital F ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ PIPE କ୍ଵୋଟ୍ ପରେ ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash civil PIPE electrical front-slash କର୍ଲୀ ବ୍ରାକେଟ୍ ଆରମ୍ଭ print ସ୍ପେସ୍ dollar0 କର୍ଲୀ ବ୍ରାକେଟ୍ ଶେଷ କ୍ଵୋଟ୍ ପରେ ସ୍ପେସ୍ awkdemo.txt
04:51 Enter ଦାବନ୍ତୁ
04:53 $0 ବ୍ୟବହାର ହେବା ଠାରୁ ଏହା ସମସ୍ତ ଲାଇନକୁ ପ୍ରିଣ୍ଟ କରିବ
04:58 ଧ୍ୟାନଦିଅନ୍ତୁ ଯେ names ଓ stream of students ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ଫିଲ୍ଡ ଅଟନ୍ତି
05:04 ମନେକରନ୍ତୁ ଆମେ କେବଳ ଦୁଇଟି ଫିଲ୍ଡକୁ ପ୍ରିଣ୍ଟ କରିବାକୁ ଚାହୁଁଛୁ
05:08 ଉପରୋକ୍ତ କମାଣ୍ଡରେ $0କୁ $2 ଓ $3 ସହିତ ପ୍ରତିସ୍ଥାପିତ କରନ୍ତୁ
05:15 Enter ଦାବନ୍ତୁ
05:18 କେବଳ ଦୁଇଟି ଫିଲ୍ଡ ପ୍ରଦର୍ଶିତ ହୋଇଛି
05:21 ଯଦିଓ ଏହା ଠିକ୍ ପରିଣାମ ପ୍ରଦାନ କରେ, ପ୍ରଦର୍ଶନ ସମ୍ପୂର୍ଣ୍ଣ jagged ଓ un-formatted ହୋଇଛି
05:26 C ଷ୍ଟାଇଲ୍ ଓ printf ଷ୍ଟେଟମେଣ୍ଟକୁ ପ୍ରଦାନ କରି ଆପଣ ଫର୍ମାଟେଡ୍ ଆଉଟପୁଟ୍ ପ୍ରଦାନ କରିପାରିବେ
05:32 ଗୋଟିଏ built-in ଭେରିଅବଲ୍ NRକୁ ବ୍ୟବହାର କରି ଆମେ ଏକ କ୍ରମିକ ସଂଖ୍ୟା ମଧ୍ୟ ପ୍ରଦାନ କରିପାରିବା
05:40 ପରବର୍ତ୍ତୀ ସମୟରେ ଆମେ built-in ଭେରିଅବଲଗୁଡିକ ବିଷୟରେ ଅଧିକ ଶିଖିବା
05:44 ବର୍ତ୍ତମାନ ଟାଇପ୍ କରନ୍ତୁ, awk ସ୍ପେସ୍ minus capital F ଡବଲ୍ କ୍ଵୋଟ୍ ମଧ୍ୟରେ (Pipe) ଡବଲ୍ କ୍ଵୋଟ୍ ପରେ ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash Pass front slash କର୍ଲୀ ବ୍ରାକେଟ୍ ଆରମ୍ଭ printf (ଡବଲ୍ କ୍ଵୋଟ୍ ମଧ୍ୟରେ) percentage ଚିହ୍ନ 4d ସ୍ପେସ୍ percentage ଚିହ୍ନ -25s ସ୍ପେସ୍ percentage ଚିହ୍ନ minus 15s ସ୍ପେସ୍ backslash n ଡବଲ୍ କ୍ଵୋଟ୍ ପରେ, NR, $2, $3 କର୍ଲୀ ବ୍ରାକେଟ୍ ଶେଷ ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ awkdemo.txt
06:33 Enter ଦାବିବା ସହ ପାର୍ଥକ୍ୟକୁ ଦେଖନ୍ତୁ
06:37 ଏଠାରେ, ରେକର୍ଡଗୁଡିକର ସଂଖ୍ୟାକୁ NR ଉପସ୍ଥାପିତ କରେ
06:41 ରେକର୍ଡଗୁଡିକ integers ଅଟନ୍ତି ତେଣୁ %d ଲେଖାଯାଇଛି
06:45 Name ଓ Stream, strings ଅଟନ୍ତି ତେଣୁ %s ବ୍ୟବହାର କରାଯାଇଛି
06:50 ଏଠାରେ Name ଫିଲ୍ଡ ପାଇଁ 25s 25 spacesକୁ ସଂରକ୍ଷିତ କରିବ
06:55 Stream ଫିଲ୍ଡ ପାଇଁ 15s 15 spacesକୁ ସଂରକ୍ଷିତ କରିବ
07:01 minus sign ଆଉଟପୁଟର ବାମ ପଟକୁ ପ୍ରମାଣିତ କରିବା ପାଇଁ ବ୍ୟବହୃତ ହୋଇଛି
07:05 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:08 ସ୍ଲାଇଡକୁ ଫେରିଆସନ୍ତୁ
07:10 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: * awk ବ୍ୟବହାର କରି ପ୍ରିଣ୍ଟ କରିବା
07:16 awkରେ ରେଗୁଲାର୍ ଏକ୍ସପ୍ରେସନଗୁଡିକ * ଗୋଟିଏ ନିର୍ଦ୍ଦିଷ୍ଟ streamର ଏଣ୍ଟ୍ରୀଗୁଡିକୁ ତାଲିକାଭୁକ୍ତ କରିବା
07:21 କେବଳ ଦ୍ଵିତୀୟ ଓ ତୃତୀୟ ଫିଲ୍ଡଗୁଡିକୁ ତାଲିକାଭୁକ୍ତ କରିବା
07:24 ଗୋଟିଏ ଫର୍ମାଟେଡ୍ ଆଉଟପୁଟକୁ ପ୍ରଦର୍ଶନ କରିବା
07:28 ଗୋଟିଏ ଆସାଇନମେଣ୍ଟ ଭାବେ, Ankit Sarafର roll no, stream ଓ marksକୁ ପ୍ରଦର୍ଶନ କରନ୍ତୁ
07:34 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:37 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:48 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:52 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:01 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:12 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Nancyvarkey, Pradeep