LibreOffice-Suite-Writer/C3/Using-search-replace-auto-correct/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ରାଇଟର୍ ରେ ଥିବା ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସମେଣ୍ଟ୍ ଓ ଅଟୋକରେକ୍ଟ୍ ଫିଚର୍ସ ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:09 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା:
00:12 ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସମେଣ୍ଟ୍
00:14 ସ୍ପେଲ୍ ଚେକ୍,ଅଟୋ କରେକ୍ଟ
00:17 ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:26 ରାଇଟର୍ ରେ ଥିବା “Find and Replace” ବଟନ୍ ବିଷୟରେ ଶିକ୍ଷା ଆରମ୍ଭ କରିବା |
00:32 ଏହା ସମଗ୍ର ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ସର୍ଚ୍ଚ କରେ ଏବଂ/ବା ଟେକ୍ସଟ୍ ରିପ୍ଲେସ୍ କରେ |
00:36 ଏକ ଉଦାହରଣ ମାଧ୍ୟମରେ ଏହା ବିଷୟରେ ଅଧିକ ଜାଣିବା |
00:40 ତେବେ ପ୍ରଥମେ “resume.odt” ଫାଇଲ୍ ଖୋଲିବା |
00:44 “Edit” ଅପ୍ସନ୍ ଉପରେ କ୍ଲିକ୍ କରି “Find and Replace”ରେ କ୍ଲିକ୍ କରନ୍ତୁ |
00:51 ବିକଳ୍ପ ଭାବରେ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ |
00:56 “Search for” ଓ “Replace with” ଫିଲ୍ଡ୍ ସହିତ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
01:01 ଯେଉଁ ଟେକ୍ସଟ୍ ଖୋଜିବାକୁ ଚାହୁଁଛନ୍ତି ତାହା “Search for” ଫିଲ୍ଡରେ ଏଣ୍ଟର୍ କରନ୍ତୁ |
01:06 ଉଦାହରଣ ସ୍ୱରୂପ ଡକ୍ୟୁମେଣ୍ଟ୍ ର ଯେଉଁ ସବୁ ସ୍ଥାନରେ “Ramesh” ଲେଖାଯାଇଛି ତାହା ଖୋଜିବା |
01:12 ତେଣୁ ସର୍ଚ୍ଚ ଫିଲ୍ଡରେ “Ramesh” ଟାଇପ୍ କରନ୍ତୁ |
01:15 “Find All” ଉପରେ କ୍ଲିକ୍ କରନ୍ତୁ |
01:19 ଡକ୍ୟୁମେଣ୍ଟ୍ ର ଯେଉଁ ସବୁ ସ୍ଥାନରେ “Ramesh” ଲେଖାଯାଇଛି ସେଗୁଡିକ ହାଇଲାଇଟ୍ ହୋଇଯିବ |
01:25 ଏହା ସହିତ ରିପ୍ଲେସ୍ କରିବାକୁ ଚାହୁଁଥିବା ଟେକ୍ସଟ୍ କୁ “Replace with” ଫିଲ୍ଡରେ ଏଣ୍ଟର୍ କରନ୍ତୁ |
01:31 ଉଦାହରଣ ସ୍ୱରୂପ ଆମେ ଡକ୍ୟୁମେଣ୍ଟ୍ ରେ “Ramesh” ସହିତ "MANISH" କୁ ରିପ୍ଲେସ୍ କରିବାକୁ ଚାହୁଁଛେ |
01:37 ତେଣୁ “Replace with” ଟ୍ୟାବ୍ ରେ “Manish” ଟାଇପ୍ କରିବା |
01:41 “Replace All”ରେ କ୍ଲିକ୍ କରନ୍ତୁ |
01:44 ଦେଖନ୍ତୁ, ଡକ୍ୟୁମେଣ୍ଟ୍ ର ସବୁ ସ୍ଥାନରେ ଥିବା “Ramesh” ଶବ୍ଦଟି “Manish” ଦ୍ୱାରା ରିପ୍ଲେସ୍ ହୋଇଯାଇଛି |
01:51 ଡାୟଲଗ୍ ବକ୍ସ ତଳେ ଆମେ “More Options” ବଟନ ଦେଖୁଛେ | ତାହା ଉପରେ କ୍ଲିକ୍ କରନ୍ତୁ
01:57 “More Options” ବଟନ୍ ରେ "Find and Replace" ଅପ୍ସନ୍ ଗୁଡିକର ଏକ ନିର୍ଦ୍ଦିଷ୍ଟ ତାଲିକା ଥାଏ |
02:03 ଟେକ୍ସଟ୍ କୁ ତଳୁ ଉପର ପର୍ଯ୍ୟନ୍ତ୍ର ଖୋଜୁଥିବା “Backwards” ଅପ୍ସନ୍, ଟେକ୍ସଟ୍ ର ସିଲେକ୍ଟ କରାଯାଇଥିବା ଅଂଶକୁ ଖୋଜୁଥିବା “Current selection only” ଅପ୍ସନ୍ ଭଳି ଅପ୍ସନ୍ ଗୁଡିକ ଏଥିରେ ଅଛି |
02:15 “Regular expressions”, “Search for Styles” ଭଳି ଆହୁରି ଅଧିକ ଆଡଭାନ୍ସ ଅପ୍ସନ୍ ଗୁଡିକ ଏଥିରେ ଅଛି |
02:26 ଡାୟାଲଗ୍ ବକ୍ସ୍ ର ଡାହାଣ ପାର୍ଶ୍ୱରେ ଆହୁରି ତିନୋଟି ଅପ୍ସନ୍ ଅଛି |
02:31 ସେଗୁଡିକ ହେଉଛି “Attributes”, ”Format” ଓ “No Format” |
02:36 ବିଭିନ୍ନ ପ୍ରକାର ଆଡଭାନ୍ସଡ୍ ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସ୍ ଅପ୍ସନ୍ ଗୁଡିକ ତାହା ପ୍ରଦାନ କରିଥାଏ |
02:41 ଏହାକୁ ବନ୍ଦ କରନ୍ତୁ |
02:44 ଅଧିକ ଆଡଭାନ୍ସଡ୍ ଟ୍ୟୁଟୋରିଆଲ୍ ରେ ସେଗୁଡିକ ବିଷୟରେ ଆହୁରି ଅଧିକ ଜାଣିବା |
02:48 “Find and Replace” ଫିଚର୍ ଜାଣିବା ପରେ “Spellcheck”କୁ ବ୍ୟବହାର କରି ଲିବର ଅଫିସ୍ ରାଇଟର୍ ରେ କିପରି ସ୍ପେଲିଙ୍ଗ୍ ଚେକ୍ କରାଯିବ ତାହା ଜାଣିବା |
02:57 ସମଗ୍ର ଡକ୍ୟୁମେଣ୍ଟ୍ ରେ ବା ଟେକ୍ସଟ୍ ର ସିଲେକ୍ଟ କରାଯାଇଥିବା ଅଂଶରେ ବନାନ ତ୍ରୁଟିଗୁଡିକ ଚେକ୍ କରିବା ପାଇଁ ସ୍ପେଲ୍ ଚେକ୍ ବ୍ୟବହୃତ ହୁଏ |
03:05 ସ୍ପେଲ୍ ଚେକ୍ ବର୍ତ୍ତମାନର କର୍ସର୍ ସ୍ଥିତିରୁ ଆରମ୍ଭ ହୋଇ ଡକ୍ୟୁମେଣ୍ଟ୍ ବା ସିଲେକ୍ସନ୍ ର ଶେଷ ପର୍ଯ୍ୟନ୍ତ ଏହା ଯାଇଥାଏ |
03:12 ତା’ପରେ ଆପଣ ଡକ୍ୟୁମେଣ୍ଟ୍ ର ଆରମ୍ଭରୁ ସ୍ପେଲ୍ ଚେକ୍ ଜାରି କରିପାରିବେ |
03:17 ଶବ୍ଦଗୁଡିକରେ ଥିବା ସ୍ପେଲିଙ୍ଗ୍ ତ୍ରୁଟିକୁ ସ୍ପେଲ୍ ଚେକ୍ ଖୋଜି ୟୁଜର୍ ଡିକ୍ସିନାରୀରେ ଏକ ଅଜଣା ଶବ୍ଦ ଆଡ୍ କରିବାର ଅପ୍ସନ୍ ଦେଇଥାଏ |
03:26 ଏହା କିପରି ପ୍ରୟୋଗ କରାଯାଏ ତାହା ଦେଖିବା |
03:29 ସ୍ପେଲ୍ ଚେକ୍ ଫିଚର୍ ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ଭିନ୍ନ |
03:33 ଉଦାହରଣ ସ୍ୱରୂପ, ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ରେ କ୍ଲିକ୍ କରି “Options” ରେ କ୍ଲିକ୍ କରନ୍ତୁ |
03:39 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “Language Settings” ଅପ୍ସନ୍ ରେ କ୍ଲିକ୍ କରି ଶେଷରେ “Languages”ରେ କ୍ଲିକ୍ କରନ୍ତୁ |
03:47 “User interface” ଅପ୍ସନ୍ ତଳେ ଥିବା ଡିଫଲ୍ଟ ଅପ୍ସନ୍ “English USA” ଭାବରେ ଥିବା ସୁନିଶ୍ଚିତ କରନ୍ତୁ |
03:56 ତାହା ତଳେ “Locale setting” ରେ ଥିବା ଡାଉନ୍ ଆରୋରେ କ୍ଲିକ୍ କରି “English USA”ରେ କ୍ଲିକ୍ କରନ୍ତୁ |
04:03 “Default languages for documents” ଶୀର୍ଷକ ତଳେ ଥିବା “Western” ଫିଲ୍ଡ୍ ରେ ସେଟ୍ ହୋଇଥିବା ଡିଫଲ୍ଟ୍ ଭାଷାଟି ହେଉଛି “English India” |
04:12 ଯେହେତୁ ସ୍ପେଲ୍ ଚେକ୍ ଦ୍ୱାରା ଆବଶ୍ୟକ ହେଉଥିବା ଡିକ୍ସିନାରୀ “English India”ର ନଥାଏ, ତେଣୁ ଆମେ ଭାଷାଟିକୁ “English USA”ରେ ବଦଳାଇ ଦେବା |
04:21 ତେଣୁ “Western” ଫିଲ୍ଡ୍ ରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି “English USA” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:27 ଶେଷରେ “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:31 ତେବେ “English USA” ଭାଷା ପାଇଁ ସ୍ପେଲ୍ ଚେକ୍ ଫିଚର୍ କିପରି କାର୍ଯ୍ୟ କରିଥାଏ ତାହା ଦେଖିବାକୁ ଆମେ ବର୍ତ୍ତମାନ ପ୍ରସ୍ତୁତ |
04:38 “Spelling and Grammar” ଫିଚର୍ ବ୍ୟବହାର ପାଇଁ “AutoSpellCheck” ଅପ୍ସନ୍ ଏନାବଲ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
04:45 ଯଦି ଏହା ଏନାବଲ୍ ହୋଇନଥାଏ ତେବେ ଟୁଲ୍ ବାର୍ ରେ ଥିବା “AutoSpellCheck” ଉପରେ କ୍ଲିକ୍ କରିବା |
04:52 “resume.odt” ଫାଇଲ୍ ରେ “Mother’s Occupation” ତଳେ ଥିବା “housewife” ବାକ୍ୟରେ ଏକ ଭୁଲ ବନାନକୁ ଆମେ “husewife” ଭାବରେ ଟାଇପ୍ କରିବା ଓ ସ୍ପେସ୍ ବାର୍ ଦାବିବା |
05:05 ଭୁଲ୍ ଶବ୍ଦର ଠିକ୍ ତଳେ ଏକ ନାଲି ଗାର ପଡିବାର ଆପଣ ଦେଖିବେ |
05:10 କର୍ସର୍ ଟିକୁ “husewife” ଶବ୍ଦ ଉପରେ ରଖି ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “Spelling and Grammar” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:18 ଆମେ ଶବ୍ଦଟିକୁ “Not in dictionary” ଫିଲ୍ଡ୍ ରେ ଦେଖିବା |
05:22 ଭୁଲ୍ ବନାନ ଥିବା ଶବ୍ଦଟି ନାଲି ହୋଇ ହାଇଲାଇଟ୍ ହୋଇଛି ଓ “Suggestions” ବକ୍ସରେ ସଠିକ୍ ଶବ୍ଦ ପାଇଁ ଅନେକ ପରାମର୍ଶ ଅଛି ଯେଉଁଥିରୁ ଆପଣ ସଠିକ୍ ଶବ୍ଦଟି ବାଛି ପାରିବେ |
05:34 ସଜେସନ୍ ବକ୍ସରେ “housewife” ଶବ୍ଦ ଉପରେ କ୍ଲିକ୍ କରି “Change” ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:40 ଦେଖାଯାଉଥିବା ଛୋଟ ଡାୟଲଗ୍ ବକ୍ସରେ ଥିବା “OK” ଉପରେ କ୍ଲିକ୍ କରନ୍ତୁ |
05:44 ଡକ୍ୟୁମେଣ୍ଟ୍ ରେ ସଠିକ୍ ବନାନ ଦୃଶ୍ୟମାନ ହେବାର ଆପଣ ଦେଖିବେ |
05:48 ପରିବର୍ତ୍ତନଗୁଡିକ ଚାଲନ୍ତୁ UNDO କରିଦେବା |
05:50 “AutoCorrect” କୁହାଯାଉଥିବା ଆଉ ଏକ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ଅପ୍ସନ୍ ବିଷୟରେ ଚାଲନ୍ତୁ ଶିଖିବା |
05:56 “AutoCorrect” ଫିଚର୍ ହେଉଛି ସ୍ପେଲ୍ ଚେକ୍ ର ଏକ ଏକ୍ସଟେନ୍ସନ୍ |
06:00 ମେନୁ ବାର୍ ରେ ଥିବା “Format” ଅପ୍ସନ୍ ର ଡ୍ରପ୍ ଡାଉନ୍ ମେନୁରେ ଅଟୋ କରେକ୍ଟ୍ ଥାଏ |
06:06 ସେଟ୍ କରାଯାଇଥିବା ଅପ୍ସନ୍ ଅନୁସାରେ ଅଟୋକରେକ୍ଟ୍ ସ୍ୱତଃ ଭାବରେ ଫାଇଲ୍ କୁ ଫର୍ମାଟ୍ କରିଥାଏ |
06:12 “AutoCorrect Options”ରେ କ୍ଲିକ୍ କରି ଏହି ଅପ୍ସନ୍ ଗୁଡିକ ବଛାଯାଇଥାଏ |
06:18 ଅଟୋକରେକ୍ଟ୍ ଡାୟଲଗ୍ ବକ୍ସ ଖୋଲିବ |
06:21 ଆପଣ ଲେଖିବା ଅନୁସାରେ ଅଟୋକରେକ୍ଟ୍ ଫିଚର୍ ସ୍ୱତଃ ଭାବରେ ଟେକ୍ସଟ୍ କୁ ଠିକ୍ କରିଥାଏ |
06:26 “Options” ଟ୍ୟାବ୍ ରେ ଆପଣ ବାଛିଥିବା ଅପ୍ସନ୍ ଅନୁସାରେ ସଂଶୋଧନଗୁଡିକ ହୋଇଥାଏ |
06:32 “Delete spaces at the end and beginning of paragraph”, “Ignore double spaces” ଭଳି ଅନେକ ଅଟୋକରେକ୍ଟ୍ ଅପ୍ସନ୍ ଗୁଡିକ ଅଛି |
06:44 ସେଗୁଡିକ କିପରି କାର୍ଯ୍ୟ କରନ୍ତି ଚାଲନ୍ତୁ ଏକ ଉଦାହରଣ ମାଧ୍ୟମରେ ଦେଖିବା |
06:48 ରିଜ୍ୟୁମେ ଫାଇଲ୍ ର କିଛି ସ୍ଥାନରେ ଶବ୍ଦଗୁଡିକ ମଧ୍ୟରେ ଗୋଟିଏ ଲେଖାଏଁ ସ୍ପେସ୍ ଓ ଅନ୍ୟ ସ୍ଥାନମାନଙ୍କରେ ଦୁଇ ତିନୋଟି ଲେଖାଏଁ ସ୍ପେସ୍ ଦେଇ କିଛି ଟେକ୍ସଟ୍ ଟାଇପ୍ କରିବା |
07:02 ବର୍ତ୍ତମାନ ସମଗ୍ର ଟେକ୍ସଟ୍ କୁ ସିଲେକ୍ଟ କରନ୍ତୁ |
07:05 ମେନୁ ବାର୍ ରେ ଥିବା “Format” ବଟନ୍ ରେ କ୍ଲିକ୍ କରନ୍ତୁ |
07:09 ତା’ପରେ ଡ୍ରପ୍ ଡାଉନ୍ ମେନୁରେ ଥିବା “AutoCorrect” ଅପ୍ସନ୍ ରେ କ୍ଲିକ୍ କରି ସବ୍ ମେନୁରେ ଥିବା “AutoCorrect Options”ରେ କ୍ଲିକ୍ କରନ୍ତୁ |
07:17 “Options” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
07:20 “Ignore double spaces” ରେ ଚେକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:26 ଏହାପରେ ଯେଉଁ ଟେକ୍ସଟ୍ ଟାଇପ୍ କରାଯିବ ତାହା ସ୍ୱତଃ ଭାବରେ ଶବ୍ଦଗୁଡିକ ମଧ୍ୟରେ ଦୁଇଟି ସ୍ପେସ୍ ଦେବାକୁ ଅନୁମତି ଦେବ ନାହିଁ |
07:34 କର୍ସର୍ ଟିକୁ ”MANISH” ନାମ ପରେ ରଖି କୀ’ ବୋର୍ଡରେ ଥିବା “spacebar”କୁ ଦୁଇଥର ଦାବନ୍ତୁ |
07:41 କର୍ସର୍ ଟି କେବଳ ଗୋଟିଏ ସ୍ଥାନ ଆଗକୁ ଘୁଞ୍ଚୁ ଥିବାର ଓ ଟେକ୍ସଟ ରେ ଦୁଇଟି ସ୍ପେସ୍ ହୋଇପାରୁ ନଥିବାର ଆପଣ ଦେଖିବେ |
07:48 ଗୋଟିଏ ସ୍ପେସ୍ ପରେ ସରନେମ୍ ଭାବରେ “KUMAR” ଲେଖନ୍ତୁ |
07:53 ଏକ ଶବ୍ଦ ବା ସାଂକେତିକ ଶବ୍ଦକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଦୀର୍ଘ ଟେକ୍ସଟ୍ ରେ ରିପ୍ଲେସ୍ କରାଇବାର ସାମର୍ଥ୍ୟ ମଧ୍ୟ ଅଟୋକରେକ୍ଟ୍ ର ଅଛି |
08:02 ଦୀର୍ଘ ଶବ୍ଦଗୁଡିକ ପାଇଁ ଶର୍ଟକର୍ଟ ସୃଷ୍ଟି କରି ଏହା ଟାଇପିଙ୍ଗ୍ ରେ ଲାଗୁଥିବା ଶ୍ରମ ଲାଘବ କରିଥାଏ |
08:09 ଉଦାହରଣ ସ୍ୱରୂପ, ଆମର resume.odt ଫାଇଲ୍ ରେ କିଛି ଶବ୍ଦମାନ ବା ଶବ୍ଦ ଥାଇପାରେ ଯାହା ଡକ୍ୟୁମେଣ୍ଟ୍ ରେ ବାରମ୍ବାର ବ୍ୟବହୃତ ହୋଇଥିବ |
08:19 ଏହି ବାକ୍ୟ ବା ଶବ୍ଦଗୁଡିକ ବାରମ୍ୱାର ଟାଇପ୍ କରିବାରେ ଅସୁବିଧା ହୋଇପାରେ |
08:24 ମନେକରନ୍ତୁ ଆମେ ଡକ୍ୟୁମେଣ୍ଟ୍ ରେ “This is a Spoken Tutorial Project” ଟେକ୍ସଟ୍ କୁ ବାରମ୍ବାର ଟାଇପ୍ କରିବାକୁ ଚାହୁଁଛେ |
08:31 ତେବେ ଆମେ ଏକ ସାଂକେତିକ ଶବ୍ଦ ସୃଷ୍ଟି କରିପାରିବା ଯାହା ସିଧାସଳଖ ଆମର ଆବଶ୍ୟକୀୟ ଟେକ୍ସଟ୍ ରେ ରୂପାନ୍ତରିତ ହୋଇପାରିବ |
08:38 ତେବେ “stp” ଭଳି ସାଂକେତିକ ଶବ୍ଦ କିଭଳି “Spoken Tutorial Project”ରେ ସ୍ୱତଃ ରୂପାନ୍ତରିତ ହୁଏ ଚାଲନ୍ତୁ ଦେଖିବା |
08:46 ମେନୁବାର୍ ରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରି “AutoCorrect” ଅପ୍ସନ୍ କୁ ଯାଆନ୍ତୁ ଓ ତା’ପରେ “AutoCorrect Options” ଉପରେ କ୍ଲିକ୍ କରନ୍ତୁ |
08:57 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Replace” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
09:02 ଆମ ଭାଷାର ପସନ୍ଦ “English USA” ଚେକ୍ କରନ୍ତୁ |
09:06 “Replace” ଫିଲ୍ଡ୍ ରେ ସାଂକେତିକ ଶବ୍ଦଟିକୁ ଟାଇପ୍ କରିବା ଯାହା ଆମେ “stp” ଭାବରେ ରିପ୍ଲେସ୍ କରିବାକୁ ଚାହୁଁଛେ |
09:14 “With” ଫିଲ୍ଡ୍ ରେ ରିପ୍ଲେସ୍ ହୋଇଥିବା ଟେକ୍ସଟ୍ କୁ “Spoken Tutorial Project” ଭାବରେ ଲେଖିବା |
09:20 ଡାୟଲଗ୍ ବକ୍ସ୍ ରେ ଥିବା “New” ବଟନ୍ କ୍ଲିକ୍ କରନ୍ତୁ |
09:24 ରିପ୍ଲେସମେଣ୍ଟ୍ ଟେବୁଲ୍ ରେ ଏଣ୍ଟ୍ରି ହୋଇଯାଇଥିବା ଆପଣ ଦେଖିବେ |
09:28 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
09:31 “This is a stp” ଲେଖି ସ୍ପେସ୍ ବାର୍ ଦାବିବା ମାତ୍ରେ “stp” ସାଂକେତିକ ଶବ୍ଦଟି “Spoken Tutorial Project”ରେ ରୂପାନ୍ତରିତ ହେବା ଆପଣ ଲକ୍ଷ୍ୟ କରିବେ |
09:43 ଡକ୍ୟୁମେଣ୍ଟ୍ ରେ ସମାନ ଟେକ୍ସଟ୍ ବହୁବାର ପୁନରାବୃତ୍ତି ହୋଇଥିବା କ୍ଷେତ୍ରରେ ଏହି ଫିଚର୍ ବହୁ ଉପଯୋଗୀ ହୋଇଥାଏ |
09:49 ପରିବର୍ତ୍ତନଗୁଡିକ UNDO କରନ୍ତୁ |
09:52 ଏହା ଆମକୁ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
09:57 ସଂକ୍ଷିପ୍ତ ରେ ଆମେ ଯାହା ଶିଖିଲେ:
10:00 ଫାଇଣ୍ଡ୍ ଆଣ୍ଡ୍ ରିପ୍ଲେସ୍,ସ୍ପେଲ୍ ଚେକ୍
10:02 ଅଟୋକରେକ୍ଟ୍
10:04 କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍
10:06 ରାଇଟର୍ ରେ - ”This is a new document. The document deals with find and replace” ଲେଖନ୍ତୁ |
10:15 ଟେକ୍ସଟ୍ ରେ ଥିବା “document” ଶବ୍ଦଟିକୁ “file” ଶବ୍ଦରେ “Find and Replace” କରନ୍ତୁ |
10:21 ଡକ୍ୟୁମେଣ୍ଟ୍ ରେ ଥିବା “text” ଶବ୍ଦଟିକୁ “t x t” ବନାନରେ ରିପ୍ଲେସ୍ କରନ୍ତୁ |
10:27 “text” ବନାନ ସଠିକ୍ କରିବାକୁ ସ୍ପେଲ୍ ଚେକ୍ ଫିଚର୍ ବ୍ୟବହାର କରନ୍ତୁ |
10:31 ଡିଫଲ୍ଟ ଭାଷା ଭାବରେ English(USA) ବ୍ୟବହାର କରନ୍ତୁ |
10:36 ଅଟୋକରେକ୍ଟ୍ ଫିଚର୍ କୁ ବ୍ୟବହାର କରି “This is LibreOffice Writer” ପାଇଁ ଏକ ସାଂକେତିକ ଶବ୍ଦ “TLW” ସୃଷ୍ଟି କରନ୍ତୁ ଓ ଏହାର ପ୍ରୟୋଗ ଦେଖନ୍ତୁ |
10:48 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖନ୍ତୁ | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ |
10:55 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
10:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଇଥାଏ | ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଏ |
11:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ
11:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
11:19 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:27 ଏହି ଅଭିଯାନ ଉପରେ ଅଧିକ ସୂଚନା ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ org ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ ରେ ଉପଲବ୍ଧ |
11:38 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep