LibreOffice-Suite-Writer/C3/Typing-in-local-languages/Oriya
From Script | Spoken-Tutorial
| Time | Narration |
| 00:01 | ନମସ୍କାର | 'ଲିବର ଅଫିସ୍ ରାଇଟର୍ ରେ ଆଂଚଳିକ ଭାଷା ଟାଇପିଙ୍ଗ୍' – ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
| 00:08 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଲିବର୍ ଅଫିସ୍ ରାଇଟର୍ ରେ କନ୍ନଡ ଟେକ୍ସଟ୍ ପ୍ରୋସେସିଙ୍ଗ୍ ସହିତ ପରିଚିତ ହେବେ | |
| 00:15 | ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
| 00:25 | ଲିବର ଅଫିସ୍ ରେ କିଭଳି କନ୍ନଡ଼ ଟାଇପିଙ୍ଗ୍ କୁ କନଫିଗର୍ କରାଯାଇପାରିବ ତାହା ବର୍ତ୍ତମାନ ଜାଣିବା | ଲିବର ଅଫିସ୍ ରେ ଯେକୌଣସି ଭାଷା କନଫିଗର୍ କରିବାକୁ ଏହି ପ୍ରଣାଳୀ ବ୍ୟବହାର କରିହେବ | |
| 00:36 | ପ୍ୟାକେଜ୍ ଗୁଡିକର ଇନଷ୍ଟଲ୍ ପାଇଁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରନ୍ତୁ | |
| 00:40 | ଅଧିକ ବିବରଣୀ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଟ୍ୟୁଟୋରିଆଲ୍ ଦେଖନ୍ତୁ| |
| 00:48 | ଚାରୋଟି ସୋପାନରେ କନଫିଗରେଶନ୍ କରାଯାଇଥାଏ - |
| 00:52 | କମ୍ପ୍ୟୁଟର୍ ରେ SCIM ଇନଷ୍ଟଲ୍ ହୋଇଛି କି ନାହିଁ ଦେଖନ୍ତୁ |
| 00:55 | ଯଦି ହୋଇନି, ନିମ୍ନ ପ୍ୟାକେଜ୍ ଗୁଡିକ ମାର୍କ କରିବା ପାଇଁ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି SCIM ଇନଷ୍ଟଲ୍ କରନ୍ତୁ | |
| 01:03 | ଏହା କରିବାବେଳେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଓ ହୋଇସାରିବା ପରେ ରିଜ୍ୟୁମ୍ କରନ୍ତୁ | |
| 01:08 | ତା’ପରେ କୀ’ ବୋର୍ଡ ଇନ୍ ପୁଟ୍ ପ୍ରଣାଳୀ ଭାବରେ SCIM-ଇମ୍ମୋଡ୍ୟୁଲ୍ ବାଛନ୍ତୁ | |
| 01:14 | ଟେକ୍ସଟ୍ ଇନ୍ ପୁଟ୍ ପାଇଁ ଏକ ଭାଷା ଭାବରେ କନ୍ନଡକୁ ଚୟନ କରିବାକୁ SCIM କନଫିଗର୍ କରନ୍ତୁ| |
| 01:20 | କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ କନ୍ନଡ ବାଛିବାକୁ ଲିବର୍ ଅଫିସ୍ କନଫିଗର୍ କରନ୍ତୁ | |
| 01:26 | ବର୍ତ୍ତମାନ ଏହି ସୋପାନଗୁଡିକ ଦେଖିବା | |
| 01:29 | ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍ ଓ ଲାଙ୍ଗୁଏଜ୍ ସପୋର୍ଟ ରେ କ୍ଲିକ୍ କରନ୍ତୁ, | |
| 01:41 | 'Remind me later' ବା 'Install now' ସ୍କ୍ରୀନ୍ ଯଦି ଦେଖନ୍ତି, ତେବେ 'Remind me later'ରେ କ୍ଲିକ୍ କରନ୍ତୁ | |
| 01:51 | କୀ-ବୋର୍ଡ ଇନ୍ ପୁଟ୍ ମେଥଡ୍ ସିଷ୍ଟମ୍ ରେ scim-ଇମ୍ମଡ୍ୟୁଲ୍ ଚୟନ କରନ୍ତୁ | |
| 01:56 | ଏଠାରେ ଏହା ପୂର୍ବରୁ ଚୟନ କରାଯାଇସାରିଛି, ତେଣୁ ଆମେ କିଛି କରିବାନି | |
| 02:01 | SCIM କନଫିଗର୍ କରିବାକୁ ସିଷ୍ଟମ୍, ପ୍ରିଫରେନ୍ସେସ୍ ଓ SCIM ଇନ୍ ପୁଟ୍ ମେଥଡ୍ ରେ କ୍ଲିକ୍ କରନ୍ତୁ| |
| 02:14 | ଆପଣ ବର୍ତ୍ତମାନ ଏହାକୁ ସ୍କ୍ରୀନ୍ ରେ ଦେଖି ପାରିବେନି | କିନ୍ତୁ ଏହାକୁ ଆପଣ ନିଜ କମ୍ପ୍ୟୁଟର୍ ରେ ଚେଷ୍ଟା କଲେ ଏହି ଅପ୍ସନ୍ ଦେଖି ପାରିବେ | |
| 02:22 | IMEngine ରେ ଗ୍ଲୋବାଲ୍ ସେଟ୍ ଅପ୍ ରେ କ୍ଲିକ୍ କରନ୍ତୁ | |
| 02:27 | ଟେକ୍ସଟ୍ ପ୍ରୋସେସିଙ୍ଗ୍ କୁ ସମର୍ଥନ କରୁଥିବା ସମସ୍ତ ଭାଷାଗୁଡିକ ଥିବା ଏକ ତାଲିକା SCIM ଦେଖାଇବ | |
| 02:38 | ହିନ୍ଦୀ, କନ୍ନଡ଼, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମଲାୟାଲମ, ଉର୍ଦ୍ଦୁ ଇତ୍ୟାଦି ପରି ବିସ୍ତୃତ ଭାବେ କୁହାଯାଉଥିବା ଭାରତୀୟ ଭାଷାଗୁଡିକ ଏଥିରେ ଅଛି | |
| 02:48 | ଆମର ଟ୍ୟୁଟୋରିଆଲ୍ ପାଇଁ ହିନ୍ଦୀ ଓ କନ୍ନଡ଼ ଭାଷା ଚୟନ କରାଯିବା ଉଚିତ | |
| 02:55 | କନଫିଗରେଶନ୍ ସେଭ୍ କରିବାକୁ OK କ୍ଲିକ୍ କରନ୍ତୁ | |
| 02:59 | SCIM ପରିବର୍ତ୍ତନଗୁଡିକ ପ୍ରଭାବିତ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମେସିନ୍ କୁ ରିଷ୍ଟାର୍ଟ କରିବାକୁ ହେବ | |
| 03:04 | ଏହିଭଳି କରନ୍ତୁ ଓ ଏହି ଟ୍ୟୁଟୋରିଆଲ୍ କୁ ଫେରନ୍ତୁ | |
| 03:08 | ଲିବର୍ ଅଫିସ୍ ରେ ବର୍ତ୍ତମାନ କନ୍ନଡ଼ ପ୍ରୋସେସିଙ୍ଗ୍ କୁ କନଫିଗର୍ କରିବା | |
| 03:14 | ଆପ୍ଲିକେସନ୍ସ, ଅଫିସ୍ ଓ ଲିବର୍ ଅଫିସ୍ ରାଇଟର୍ ରେ କ୍ଲିକ୍ କରନ୍ତୁ | |
| 03:27 | ମେନ୍ ମେନୁ ଓ ଅପ୍ସନ୍ସ ସବ୍-ଅପ୍ସନ୍ ରେ ଥିବା ଟୁଲ୍ସ୍ ଉପରେ ଆମେ କ୍ଲିକ୍ କରିବା | |
| 03:33 | ଆପଣ ଅପ୍ସନ୍ସ ଡାୟଲଗ୍ ବକ୍ସ ଦେଖିବେ | |
| 03:37 | ଏହି ବକ୍ସରେ ଆମେ, ଲାଙ୍ଗୁଏଜ୍ ସେଟିଙ୍ଗ୍ସ ଓ ତା’ପରେ ଲାଙ୍ଗୁଏଜ୍ ଅପ୍ସନ୍ ରେ କ୍ଲିକ୍ କରିବା | |
| 03:46 | କମ୍ପଲେକ୍ସ ଟେକ୍ସଟ୍ ଲେଆଉଟ୍ ପାଇଁ ଚେକ୍ ବକ୍ସ ପୂର୍ବରୁ ଚେକ୍ କରାଯାଇନଥିଲେ ଏଥିରେ କ୍ଲିକ୍ କରନ୍ତୁ | |
| 03:53 | CTL ଡ୍ରପ୍-ଡାଉନ୍ ରୁ କନ୍ନଡ଼କୁ ଚୟନ କରନ୍ତୁ | |
| 04:00 | ଡିଫଲ୍ଟ ଭାବରେ, ଏହା ଲୋକାଲ୍ ଲାଙ୍ଗୁଏଜ୍ ସେଟିଙ୍ଗ୍ କୁ କନ୍ନଡ଼ରେ ସେଟ୍ କରିବ | |
| 04:04 | OK ରେ କ୍ଲିକ୍ କରନ୍ତୁ | |
| 04:10 | ବର୍ତ୍ତମାନ କନ୍ନଡ଼ ଓ ଇଂଲିସ୍ ରେ ଏକ ବାକ୍ୟ ଟାଇପ୍ କରନ୍ତୁ | |
| 04:15 | ବାରାହା ପ୍ରଣାଳୀ, ନୁଡି ପ୍ରଣାଳୀ ଓ UNICODE ଫଣ୍ଟସ୍ ବ୍ୟବହାର କରନ୍ତୁ ଓ ଶେଷରେ ଫାଇଲ୍ କୁ ସେଭ୍ କରନ୍ତୁ | |
| 04:24 | ବର୍ତ୍ତମାନ ଏହାର ପ୍ରଦର୍ଶନ ଦେଖନ୍ତୁ | |
| 04:27 | Open ହୋଇଥିବା ଟେକ୍ସଟ୍ ଡକ୍ୟୁମେଣ୍ଟ୍ ରେ “Ubuntu GNU/Linux supports multiple languages with LibreOffice." ଟାଇପ୍ କରନ୍ତୁ | |
| 04:45 | CONTROL କୀ’ କୁ ଧରି ସ୍ପେସ୍ ବାର୍ ଦାବନ୍ତୁ | |
| 04:52 | ସ୍କ୍ରୀନ୍ ତଳ ଭାଗର ଡାହାଣ ପଟେ ଏକ ଛୋଟ ୱିଣ୍ଡୋ ଖୋଲିବ | |
| 04:56 | ବାରାହା ପ୍ରଣାଳୀ ସହ ପ୍ରାୟ ସମାନ ସରଳ ଫୋନେଟିକ୍ ପ୍ରଣାଳୀରେ ଟେକ୍ସଟ୍ ଇନ୍ ପୁଟ୍ କରିବାକୁ କନ୍ନଡ଼ KN-ITRANS ର ଚୟନ କରନ୍ତୁ | |
| 05:05 | ଯଦି ନୁଡି କୀ’ବୋର୍ଡ ଲେଆଉଟ୍ ଚାହୁଁଛନ୍ତି, ତେବେ କନ୍ନଡ଼ - KN KGP ରେ କ୍ଲିକ୍ କରନ୍ତୁ | |
| 05:10 | ମୁଁ KN-ITRANS ଇନ୍ ପୁଟ୍ ପ୍ରଣାଳୀ ବ୍ୟବହାର କରିବି ଯାହା ବିଗିନର୍ସମାନଙ୍କ ପାଇଁ ସହଜ ଅଟେ | |
| 05:16 | ଇଂଲିସ୍ ରେ “Sarvajanika Tantramsha” ଟାଇପ୍ କରନ୍ତୁ | |
| 05:27 | ସ୍କ୍ରୀନ୍ ରେ କନ୍ନଡ଼ ଟେକ୍ସଟ୍ ଡିସପ୍ଲେ ହେବାର ଆପଣ ଦେଖିବେ | |
| 05:31 | CONTROL କୀ’ ଧରି ସ୍ପେସ୍ ବାର୍ ଦାବନ୍ତୁ | |
| 05:33 | ୱିଣ୍ଡୋଟି ଅଦୃଶ୍ୟ ହୋଇଯିବ | |
| 05:35 | ଆମେ ବର୍ତ୍ତମାନ ଇଂଲିସ୍ ରେ ଟାଇପ୍ କରିପାରିବା | |
| 05:37 | CONTROL କୀ ସହିତ ସ୍ପେସ୍ ବାର୍ ଇଂଲିସ୍ ଓ ଚୟନିତ ଅନ୍ୟ ଭାଷା ମଧ୍ୟରେ ଟୋଗଲ୍ ଭାବରେ କାର୍ଯ୍ୟ କରିଥାଏ | |
| 05:48 | 'arkavathu'କୁ ବ୍ୟବହାର କରି ନୁଡି ସହିତ କନ୍ନଡ଼ରେ ଟାଇପ ବିଷୟକ ନିର୍ଦ୍ଦିଷ୍ଟ ସୂଚନା ପାଇଁ www.Public-Software.in/Kannada ରେ ଉପଲବ୍ଧ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଉପରେ ଥିବା ଡକ୍ୟୁମେଣ୍ଟ୍ କୁ ଦୟାକରି ରେଫର୍ କରନ୍ତୁ | |
| 06:05 | ଭାରତୀୟ ଭାଷାରେ ଟାଇପ୍ କରିବାବେଳେ ଆମେ କେବଳ UNICODE ବ୍ୟବହାର କରିବା, ଯେହେତୁ UNICODE ହେଉଛି ବୈଶ୍ୱିକ ଭାବେ ଗୃହିତ ଫଣ୍ଟ୍ | |
| 06:13 | ଲୋହିତ କନ୍ନଡ଼ ହେଉଛି UNICODE ଫଣ୍ଟ୍ ଯାହା ମୁଁ ବ୍ୟବହାର କରୁଛି | |
| 06:16 | ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ଆପଣଙ୍କୁ କନ୍ନଡ଼ ଟେକ୍ସଟ୍ ପ୍ରୋସେସିଙ୍ଗ୍ ଦେଖାଇଛି | |
| 06:20 | ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି SCIM ଇନ୍ ପୁଟ୍ ମେଥଡ୍ ରେ ଯେକୌଣସି ଭାଷା ଟାଇପ୍ କରିବାକୁ ଏକା ପ୍ରଣାଳୀ ବ୍ୟବହୃତ ହୋଇପାରେ | |
| 06:28 | ଶେଷରେ, ଆସାଇନମେଣ୍ଟ୍ | |
| 06:31 | କନ୍ନଡ଼ରେ ୩ଟି ବହିର ତାଲିକା ଟାଇପ୍ କରନ୍ତୁ | |
| 06:33 | ଶୀର୍ଷକଗୁଡିକର ଇଂଲିସ୍ ଟ୍ରାନ୍ସଲିଟରେଶନ୍ ପ୍ରଦାନ କରନ୍ତୁ | |
| 06:37 | ଏହି ଆସାଇନମେଣ୍ଟ୍ କୁ ମୁଁ ଏଠାରେ ପୂର୍ବରୁ ହିଁ ପ୍ରସ୍ତୁତ କରିସାରିଛି | |
| 06:42 | ସାରାଂଶ ଭାବେ ଏହି ଟ୍ୟୁଟୋରିଆଲ୍ ରେ, |
| 06:46 | କୀ’ ବୋର୍ଡ ଓ ଲାଙ୍ଗୁଏଜ୍ ସେଟିଙ୍ଗ୍ସ ପାଇଁ ଉବୁଣ୍ଟୁ ଓ ଲିବର୍ ଅଫିସ୍ କନଫିଗରେଶନ୍ ଆମେ ଶିଖିଲେ | |
| 06:51 | ବାରାହା ଓ ନୁଡି ପରି ବିଭିନ୍ନ ପ୍ରଣାଳୀରେ ଟାଇପ୍ କରିବା ମଧ୍ୟ ଆମେ ଦେଖିଲେ | |
| 06:57 | ଏକ ଦ୍ୱିଭାଷୀ ଡକ୍ୟୁମେଣ୍ଟ୍ କିପରି ଟାଇପ୍ କରାଯାଏ ତାହା ଆମେ ଦେଖିଛେ | |
| 07:00 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ | |
| 07:03 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
| 07:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ | |
| 07:11 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଏହି ଟ୍ୟୁଟୋରିଆଲ୍ ଗୁଡିକର ବ୍ୟବହାର କରି କାର୍ଯ୍ୟଶାଳା ଚଲାଏ ଓ ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ | |
| 07:19 | ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ@ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact@spoken-tutorial.org)କୁ ଲେଖନ୍ତୁ | |
| 07:26 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
| 07:35 | ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ |
| 07:37 | ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hypen Intro) |
| 07:43 | ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସହଯୋଗ ମିଳିଛି | |
| 07:47 | ଧନ୍ୟବାଦ ଓ ଲିବର୍ ଅଫିସ୍ ରାଇଟର୍ ରେ ବହୁ ଭାଷା ଅନ୍ୱେଷଣ ଉପଭୋଗ କରନ୍ତୁ |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |