LibreOffice-Suite-Writer/C2/Viewing-and-printing-a-text-document/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ରାଇଟର୍ ର ପ୍ରିଣ୍ଟିଙ୍ଗ୍ ଆଣ୍ଡ୍ ଭ୍ୟୁଇଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 ଡକ୍ୟୁମେଣ୍ଟ୍ କୁ ଦେଖିବା
00:12 ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା,ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:24 ଆସନ୍ତୁ ଲିବର ଅଫିସ୍ ରାଇଟର୍ ରେ ଥିବା ବିଭିନ୍ନ ଭ୍ୟୁଇଙ୍ଗ୍ ଅପ୍ସନ୍ ଗୁଡିକ ବିଷୟ ଉପରେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
00:31 ରାଇଟର୍ ରେ ପ୍ରସସ୍ତ ଭାବରେ ବ୍ୟବହୃତ ଦୁଇ ପ୍ରକାରର ଭ୍ୟୁଇଙ୍ଗ୍ ଅପ୍ସନ୍ ଅଛି |
00:36 ସେଗୁଡିକ ହେଲା “Print Layout” ଓ “Web Layout” |
00:39 ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ କିଭଳି ଦେଖାଯିବ ତାହା “Print Layout” ଅପ୍ସନ୍ ଦର୍ଶାଇଥାଏ |
00:45 ୱେବ୍ ବ୍ରାଉଜର୍ ରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯାଏ ତାହା “Web Layout” ଅପ୍ସନ୍ ଦର୍ଶାଇଥାଏ |
00:50 HTML ଡକ୍ୟୁମେଣ୍ଟ୍ ସୃଷ୍ଟି କରିବାକୁ ତଥା ଡକ୍ୟୁମେଣ୍ଟ୍ ଏଡିଟ୍ କରିବାକୁ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ |
01:00 “View” ଅପ୍ସନ୍ ଉପରେ କ୍ଲିକ୍ କରି “Print Layout” ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଆକ୍ସେସ୍ କରିହେବ |
01:08 “Web Layout” ପାଇଁ “View” ଅପ୍ସନ୍ ରେ କ୍ଲିକ୍ କରି “Web Layout” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:19 ଉଭୟ ଅପ୍ସନ୍ ବ୍ୟତୀତ ଡକ୍ୟୁମେଣ୍ଟ୍ କୁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ମଧ୍ୟ ଦେଖିପାରିବେ |
01:26 ଏଥିପାଇଁ “View” ଅପ୍ସନ୍ ରେ ଥିବା “Full Screen” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
01:32 ଡକ୍ୟୁମେଣ୍ଟ୍ ଗୁଡିକ ଏଡିଟ୍ କରିବା ସମେତ ପ୍ରୋଜେକ୍ଟର୍ ରେ ବ୍ୟବହାର ପାଇଁ ମଧ୍ୟ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ |
01:39 ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିବା ପାଇଁ “Escape” କୀ’ ଦବାନ୍ତୁ |
01:44 ଦେଖନ୍ତୁ, ଡକ୍ୟୁମେଣ୍ଟ୍ ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିଗଲା |
01:49 View ମେନୁରେ ଥିବା “Print Layout” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
01:53 ଆଗକୁ ବଢିବା ପୂର୍ବରୁ Insert >> Manual Break କ୍ଲିକ୍ କରି ଓ Page break ଅପ୍ସନ୍ କୁ ବାଛି ଡକ୍ୟୁମେଣ୍ଟ୍ ରେ ଏକ ନୂତନ ପେଜ୍ ଆଡ୍ କରିବା |
02:04 “OK”ରେ କ୍ଲିକ୍ କରନ୍ତୁ |
02:06 ଅନ୍ୟ ଟ୍ୟୁଟୋରିଆଲ୍ ରେ ଆମେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ କରି ପଢିବା |
02:11 ଡକ୍ୟୁମେଣ୍ଟ୍ ଦେଖିବା ପାଇଁ ଥିବା ଅନ୍ୟ ଏକ ଅପ୍ସନ୍ କୁ “Zoom” କୁହାଯାଏ |
02:17 “View” ଅପ୍ସନ୍ କୁ କ୍ଲିକ୍ କରି “Zoom” କ୍ଲିକ୍ କରନ୍ତୁ |
02:22 “Zoom and View Layout” ଡାୟଲଗ୍ ବକ୍ସ ଦେଖାଯିବ |
02:27 ଏଥିରେ “Zoom factor” ଓ “View layout” ନାମକ ହେଡିଙ୍ଗ୍ସ ଥାଏ |
02:34 ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଓ ସେହି ପ୍ରକାରର ସମସ୍ତ ଡକ୍ୟୁମେଣ୍ଟ୍ ଡିସପ୍ଲେ କରିବାକୁ “Zoom factor” ଟି ଜୁମ୍ ଫ୍ୟାକ୍ଟର୍ କୁ ସେଟ୍ କରେ |
02:43 ଏଥିରେ ଥିବା ଉପଯୋଗୀ ଅପ୍ସନ୍ ଗୁଡିକ ବିଷୟରେ ଏକୈକ ଆଲୋଚନା କରିବା |
02:48 “Optimal” ଅପ୍ସନ୍ କୁ କ୍ଲିକ୍ କଲେ ଡକ୍ୟୁମେଣ୍ଟ୍ ର ସବୁଠାରୁ ଅନୁକୂଳ ଦୃଶ୍ୟ ମିଳିଥାଏ |
02:55 “Fit width and height” ଭ୍ୟୁ ଡକ୍ୟୁମେଣ୍ଟ୍ କୁ ପେଜ୍ ର ସମ୍ପୂର୍ଣ୍ଣ ପ୍ରସ୍ଥ ଓ ଉଚ୍ଚତା ସହିତ ଫିଟ୍ କରି ଥରକରେ ଗୋଟିଏ ପେଜ୍ ଡିସପ୍ଲେ କରିଥାଏ |
03:05 ଡକ୍ୟୁମେଣ୍ଟ୍ ର ଏକାଧିକ ପେଜ୍ ଭ୍ୟୁଇଙ୍ଗ୍ ଓ ଏଡିଟିଙ୍ଗ୍ କୁ ଏହା ଅତି ସରଳ କରିଥାଏ |
03:11 ପରବର୍ତ୍ତୀ ଅପ୍ସନ୍ Fit to Width ପେଜ୍ କୁ ତାହାର ପ୍ରସ୍ଥ ସହିତ ଫିଟ୍ କରିଥାଏ |
03:17 100% ଭ୍ୟୁ ପେଜ୍ କୁ ତାହାର ପ୍ରକୃତ ସାଇଜରେ ପ୍ରଦର୍ଶିତ କରିଥାଏ |
03:23 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭ୍ୟୁଇଙ୍ଗ୍ ଅପ୍ସନ୍ ହେଉଛି “Variable” |
03:28 ଡକ୍ୟୁମେଣ୍ଟ୍ କୁ ଡିସପ୍ଲେ ଅନୁସାରେ ଜୁମ୍ ଫ୍ୟାକ୍ଟର୍ କୁ ଭାରିଏବଲ୍ ଫିଲ୍ଡରେ ଏଣ୍ଟର୍ କରିହେବ |
03:35 ଉଦାହରଣ ସ୍ୱରୂପ, “Variable” ଫିଲ୍ଡର ଭାଲ୍ୟୁ ଭାବରେ “75%” ଏଣ୍ଟର୍ କରି “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:43 ସେହିଭଳି, ଭ୍ୟୁଇଙ୍ଗ୍ ଓ ଏଡିଟିଙ୍ଗ୍ ପାଇଁ ଆବଶ୍ୟକତା ଓ ସୁବିଧା ଅନୁସାରେ ଜୁମ୍ ଫ୍ୟାକ୍ଟର୍ ବଦଳା ଯାଇପାରିବ |
03:51 ଡାୟଲଗ୍ ବକ୍ସର ଅନ୍ୟ ଫିଚର୍ ହେଉଛି “View layout”
03:56 “View layout” ଟେକ୍ସଟ୍ ଡକ୍ୟୁମେଣ୍ଟ୍ ପାଇଁ ଥାଏ |
03:59 ଡକ୍ୟୁମେଣ୍ଟ୍ ରେ ବିଭିନ୍ନ ଭ୍ୟୁ ଲେ’ ଆଉଟ୍ ସେଟିଙ୍ଗ୍ ଗୁଡିକର ପ୍ରଭାବ ଦେଖିବାକୁ ଜୁମ୍ ଫ୍ୟାକ୍ଟର୍ କୁ ହ୍ରାସ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
04:07 ଏଥିରେ, ପେଜ୍ ଗୁଡିକୁ ପାଖାପାଖି ଓ ଉପର ତଳ କରି ଡିସପ୍ଲେ ପାଇଁ ଯଥାକ୍ରମେ “Automatic” ଓ “Single page” ଭଳି ଅପ୍ସନ୍ସ ରହିଛି |
04:18 ଉଦାହରଣ ସ୍ୱରୂପ, ଯଦି “Zoom factor” ରେ ଥିବା “Fit width and height” ଅପ୍ସନ୍ କୁ ଚୟନ କରି “View layout” ଅପ୍ସନ୍ ରେ ଥିବା “Single page” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରାଯାଏ, ତେବେ ପେଜ୍ ଗୁଡିକ ତଳକୁ ତଳ ହୋଇ ଡିସପ୍ଲେ ହେବ |
04:36 ବର୍ତ୍ତମାନ “Automatic” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:42 ପେଜ୍ ଗୁଡିକ ପାଖକୁ ପାଖ ହୋଇ ଡିସପ୍ଲେ ହୋଇଥିବାର ଆପଣ ଦେଖିବେ |
04:48 ଷ୍ଟାଟସ୍ ବାର୍ ରେ ଥିବା ତିନୋଟି କଣ୍ଟ୍ରୋଲ୍ ମଧ୍ୟ ଡକ୍ୟୁମେଣ୍ଟ୍ ର ଜୁମ୍ ଓ ଲେ’ ଆଉଟ୍ ଭ୍ୟୁ ବଦଳାଇଥାଏ |
04:56 ବାମରୁ ଡାହାଣ ପାର୍ଶ୍ୱକୁ ଥିବା ଭ୍ୟୁ ଲେଆଉଟ୍ ଆଇକନ୍ ଗୁଡିକ ହେଉଛି: ସିଙ୍ଗଲ୍ କଲମ୍ ମୋଡ୍, ପାଖାପାଖି ପୃଷ୍ଠା ସହିତ ଭ୍ୟୁ ମୋଡ୍ ଓ ଏକ ବହି ଭଳି ଦୁଇଟି ପୃଷ୍ଠା ସହିତ ବୁକ୍ ମୋଡ୍ |
05:11 ପେଜ୍ ମଧ୍ୟରେ ଜୁମ୍ କରିବା ପାଇଁ ଆମେ ଜୁମ୍ ସ୍ଲାଇଡର୍ କୁ ଡାହାଣ ପଟକୁ ଓ ଅଧିକ ପେଜ୍ ଦେଖିବା ପାଇଁ ତାହାକୁ ବାମ ପଟକୁ ମଧ୍ୟ ଡ୍ରାଗ୍ କରିପାରିବା |
05:20 ଲିବର ଅଫିସ୍ ରାଇଟର୍ ରେ ଥିବା “printing” ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ “Page preview” ବିଷୟରେ କିଛି ଜାଣିବା |
05:28 “File”ରେ କ୍ଲିକ୍ କରି “Page Preview”ରେ କ୍ଲିକ୍ କରନ୍ତୁ
05:32 ପେଜ୍ ପ୍ରିଭ୍ୟୁ ମୋଡ୍ ରେ ଡକ୍ୟୁମେଣ୍ଟ୍ କୁ ଦେଖିବାବେଳେ “Page Preview” ବାର୍ ଟି ଦେଖାଯାଇଥାଏ |
05:38 ଏହା ସାଧାରଣତଃ, ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯିବ ତାହା ଦେଖାଇଥାଏ |
05:44 resume.odt fileର ପ୍ରିଭ୍ୟୁକୁ ଆପଣ ଦେଖିପାରିବେ |
05:50 ପ୍ରିଭ୍ୟୁ ପେଜ୍ ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ୍ ଅପ୍ସନ୍ସ ଅଛି |
05:55 “Zoom In”, “Zoom Out”, “Next page”, “Previous page” ଓ “Print” ପାଇଁ ଅପ୍ସନ୍ସ ରହିଛି |
06:03 ପେଜ୍ ପ୍ରିଭ୍ୟୁ ସମେତ ଡକ୍ୟୁମେଣ୍ଟ୍ ଗୁଡିକ କିଭଳି ଦେଖାଯାଇପାରିବ ତାହା ଜାଣିବାପରେ ଏକ “Printer” କିଭଳି କାର୍ଯ୍ୟ କରିଥାଏ ତାହା ଶିଖିବା |
06:15 ସରଳ ଶବ୍ଦରେ ପ୍ରିଣ୍ଟର୍ ହେଉଛି, ଡକ୍ୟୁମେଣ୍ଟ୍ ପ୍ରିଣ୍ଟ୍ କରିବା ପାଇଁ ଏକ ଆଉଟ୍ ପୁଟ୍ ଉପକରଣ |
06:21 ପ୍ରିଣ୍ଟ୍ ର ବିଭିନ୍ନ ଅପ୍ସନ୍ସ କିଭଳି ଆକ୍ସେସ୍ କରାଯିବ ତାହା ଦେଖିବା |
06:26 “Tools” ରେ କ୍ଲିକ୍ କରି -> “Options” ରେ କ୍ଲିକ୍ କରନ୍ତୁ
06:32 “LibreOffice Writer“ ନିକଟସ୍ଥ ତୀର ଚିହ୍ନରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
06:38 ଚୟନ କରିବା ପାଇଁ ଅପ୍ସନ୍ସ ସହିତ ସ୍କ୍ରିନ୍ ରେ ଏକ ଡାୟଲଗ୍ ବକ୍ସ ଦେଖାଯିବ |
06:43 ଆମେ ଡିଫଲ୍ଟ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି “OK” ବଟନ୍ ରେ କ୍ଲିକ୍ କରିବା |
06:49 ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା ପାଇଁ “Print File Directly” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:56 ଏହା କ୍ୱିକ୍ ପ୍ରିଣ୍ଟିଙ୍ଗ୍ ଭାବେ ଜଣାଯାଏ |
07:00 “Print” ଅପ୍ସନ୍ କୁ ଆକ୍ସେସ୍ କରି ଡିଫଲ୍ଟ୍ ସେଟିଙ୍ଗ୍ସ ବଦଳାଇବା ଦ୍ୱାରା ଡକ୍ୟୁମେଣ୍ଟ୍ ଓ ପ୍ରିଣ୍ଟିଙ୍ଗ୍ ଉପରେ ଅଧିକ ନିୟନ୍ତ୍ରଣ ରହିପାରିବ |
07:07 ମେନୁ ବାର୍ ରେ ଥିବା “File” ମେନୁରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
07:13 ସ୍କ୍ରିନ୍ ରେ “Print” ଡାୟଲଗ୍ ବକ୍ସ ଦେଖାଯିବ |
07:17 ଜେନେରାଲ୍ ଟ୍ୟାବ୍ ରେ ଥିବା “Generic Printer” ଅପ୍ସନ୍ ଟିକୁ ଆମେ ବାଛିବା |
07:22 “All pages” ଅପ୍ସନ୍ ଟି ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ପ୍ରିଣ୍ଟ୍ କରିବା ପାଇଁ ଉଦ୍ଦିଷ୍ଟ |
07:28 ଯଦି ଆପଣ କିଛି ସୀମା ମଧ୍ୟରେ ପେଜ୍ ଗୁଡିକ ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ “Pages” ଅପ୍ସନ୍ ଟିକୁ ବାଛି ଫିଲ୍ଡରେ ରେଞ୍ଜ୍ ପ୍ରବେଶ କରନ୍ତୁ |

ଉଦାହରଣ ସ୍ୱରୂପ- ଏଠାରେ “1-3” ଟାଇପ୍ କଲେ ଡକ୍ୟୁମେଣ୍ଟ୍ ର ପ୍ରଥମ ତିନୋଟି ପେଜ୍ ପ୍ରିଣ୍ଟ୍ ହେବ |

07:44 ଯଦି ଆପଣ ଏକାଧିକ କପି ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ “Number of copies” ଫିଲ୍ଡ୍ ରେ ମୂଲ୍ୟ ଏଣ୍ଟର୍ କରନ୍ତୁ | ଚାଲନ୍ତୁ ଫିଲ୍ଡରେ “2” ଏଣ୍ଟର୍ କରିବା |
07:54 ଡାୟଲଗ୍ ବକ୍ସରେ ଥିବା “Options” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
08:00 ସ୍କ୍ରିନ୍ ରେ ଏକ ତାଲିକା ଦେଖାଯିବ ଯେଉଁଠାରୁ ସିଲେକ୍ଟ କରି ଡକ୍ୟୁମେଣ୍ଟ୍ ଭିତରୁ ପ୍ରିଣ୍ଟ୍ କରିପାରିବେ |
08:07 “Print in reverse page order” ନାମରେ ଏକ ଚେକ୍ ବକ୍ସ୍ ଆମେ ଦେଖୁ |
08:12 ବହୁତ ପରିମାଣର ଆଉଟ୍ ପୁଟ୍ ସଂଗ୍ରହକୁ ଏହି ଅପ୍ସନ୍ ଟି ସହଜ କରିଥାଏ |
08:16 ତେଣୁ ଏହା ପାଖରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
08:19 ବର୍ତ୍ତମାନ ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
08:22 ଆପଣ pdf ଡକ୍ୟୁମେଣ୍ଟ୍ ର ମଧ୍ୟ ପ୍ରିଣ୍ଟ୍ ଆଉଟ୍ ନେଇପାରିବେ |
08:26 ଏକ “dot odt” ଡକ୍ୟୁମେଣ୍ଟ୍ କୁ କିଭଳି “dot pdf” ଫାଇଲ୍ ରେ ରୂପାନ୍ତରିତ କରାଯାଏ ତାହା ପୂର୍ବରୁ ଦେଖିସାରିଛେ |
08:34 ପୁର୍ବରୁ ଡେସ୍କଟପ୍ ରେ ସେଭ୍ ହୋଇଥିବା “pdf” ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
08:41 ବର୍ତ୍ତମାନ “File” ଅପ୍ସନ୍ ରେ କ୍ଲିକ୍ କରି “Print”ରେ କ୍ଲିକ୍ କରନ୍ତୁ |
08:47 ଡିଫଲ୍ଟ୍ ସେଟିଙ୍ଗ୍ସ ଅପରିବର୍ତ୍ତିତ ରଖି “Print Preview” ବଟନ୍ ରେ କ୍ଲିକ୍ କରନ୍ତୁ |
08:52 ଫାଇଲ୍ ର ପ୍ରିଭ୍ୟୁ ଆପଣ ସ୍କ୍ରିନ୍ ଉପରେ ଦେଖିବେ |
08:56 ଏହାକୁ ପ୍ରିଣ୍ଟ୍ କରିବାକୁ ପ୍ରିଭ୍ୟୁ ପେଜ୍ ରେ ଥିବା “Print this document” ଆଇକନ୍ ରେ କ୍ଲିକ୍ କରନ୍ତୁ |
09:04 ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଛେ |
09:09 ସଂକ୍ଷିପ୍ତରେ, ଆମେ ଯାହା ଶିଖିଲେ:
09:11 ଡକ୍ୟୁମେଣ୍ଟସ୍ ଦେଖିବା
09:13 ଡକ୍ୟୁମେଣ୍ଟସ୍ ପ୍ରିଣ୍ଟ କରିବା
09:16 କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍
09:18 “This is LibreOffice Writer” ଟେକ୍ସଟ୍ କୁ ରାଇଟର୍ ରେ ଲେଖନ୍ତୁ |
09:23 ଡକ୍ୟୁମେଣ୍ଟ୍ ର ଫୁଲ୍ ସ୍କ୍ରିନ୍ ଭ୍ୟୁ ପାଇଁ “Full Screen” ଅପ୍ସନ୍ ବ୍ୟବହାର କରନ୍ତୁ |
09:29 ଡକ୍ୟୁମେଣ୍ଟ୍ ର “optimal” ଭ୍ୟୁ ସମେତ “Variable” ଭ୍ୟୁ ପାଇବାକୁ ଜୁମ୍ ଅପ୍ସନ୍ ବ୍ୟବହାର କରନ୍ତୁ | “variable” ଭାଲ୍ୟୁକୁ “50%”ରେ ସେଟ୍ କରି ଡକ୍ୟୁମେଣ୍ଟ୍ କୁ ଦେଖନ୍ତୁ |
09:41 ଡକ୍ୟୁମେଣ୍ଟ୍ ର “Page preview” କରନ୍ତୁ ଓ ପେଜ୍ ବର୍ଡର୍ ଥାଇ ଡକ୍ୟୁମେଣ୍ଟ୍ ର ଦୁଇଟି କପି ପ୍ରିଣ୍ଟ୍ କରନ୍ତୁ |
09:49 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
09:52 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦିଏ |
09:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
10:00 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କାର୍ଯ୍ୟଶାଳା କରିଥାଏ |
10:06 ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ |
10:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
10:16 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
10:20 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:28 ଏହା ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
10:31 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
10:39 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep