LibreOffice-Suite-Impress/C4/Presentation-Notes/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା
00:12 ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ:
00:14 ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍‌ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ
00:20 ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍‌ଙ୍କୁ ସାହାଯ୍ୟ କରିବାକୁ
00:27 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:33 ବାମପଟେ ଥିବା Slides ପେନ୍‌ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
00:38 ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ
00:40 To achieve 30% shift to OpenSource software within 1 year
00:46 To achieve 95% shift to OpenSource Software within 5 years
00:53 ପେଜ୍‌ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ
01:01 ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
01:04 ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା
01:12 Click to Add Notesରେ କ୍ଲିକ୍ କରନ୍ତୁ
01:15 ଆପଣ ଏହି ବକ୍ସ ଏଡିଟ୍ କରିପାରିବେ
01:19 ଏହି ବକ୍ସରେ ଟାଇପ୍ କରନ୍ତୁ;
01:22 Management would like to explore cost saving from shifting to Open Source Software
01:28 Open source software has now become a viable option to proprietary software.
01:35 Open source software will free the company from arbitrary software updates of proprietary software. <Pause>
01:46 ଆମେ ଆମର ପ୍ରଥମ Note ତିଆରି କରିଦେଲେ
01:49 ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା
01:54 ଟେକ୍ସଟ୍ ସିଲେକ୍ଟ କରନ୍ତୁ
01:56 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ
02:05 ତା’ପରେ Font Size ଡ୍ରପ୍ ଡାଉନ୍‌ରେ 18 ସିଲେକ୍ଟ କରନ୍ତୁ
02:10 ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍‌ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା
02:18 ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍‌ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା
02:25 Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ
02:33 Notes Master ଭ୍ୟୁ ଦେଖାଦେବ
02:36 ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି
02:40 ଏହାର ଅର୍ଥ, ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master
02:47 Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି
02:51 ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ, ଯାହା ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ
02:58 Slides ପେନ୍‌ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
03:01 Notes ପ୍ଲେସ୍ ହୋଲ୍‌ଡର୍‌ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ
03:08 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ
03:16 ମେନ୍ ମେନୁରୁ, Format ଓ Character ଉପରେ କ୍ଲିକ୍ କରନ୍ତୁ
03:21 Character ଡାୟଲଗ୍ ବକ୍ସ ଖୋଲିଲା
03:24 Font Effect ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03:28 Font Color ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ
03:35 Notes ରେ ଏକ ଲୋଗୋ ଭାବରେ
03:38 ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା
03:40 Drawing ଟୁଲ୍‌ବାର୍‌ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ
03:48 ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍‌କୁ ଇନ୍ସର୍ଟ କରନ୍ତୁ
03:53 ଟ୍ରାୟାଙ୍ଗଲ୍‌କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ
03:59 Area ଡାୟଲଗ୍ ବକ୍ସ ଦେଖାଦେଲା
04:02 Area ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04:05 Fill ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7 ଚୟନ କରନ୍ତୁ
04:12 ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ
04:18 OK କ୍ଲିକ୍ କରନ୍ତୁ
04:20 Master View ଟୁଲ୍‌ବାର୍‌ରେ Close Master View କ୍ଲିକ୍ କରନ୍ତୁ
04:25 ମେନ୍ ପେନ୍‌ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ
04:29 ବାମପଟେ ଥିବା Slides ପେନ୍‌ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
04:35 ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍‌ଗୁଡ଼ିକ ଫର୍ମାଟ୍ ହୋଇଗଲା
04:42 ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା
04:48 Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍‌କୁ ଦବାନ୍ତୁ ଓ ସ୍କ୍ରୀନ୍‌ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ
04:56 Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ
05:02 ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
05:06 ବାମ ମାଉସ୍ ବଟନ୍‌କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ
05:13 ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ
05:18 ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା
05:22 ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ
05:27 Print ଡାୟଲଗ୍ ବକ୍ସ ଦେଖାଦେଲା
05:30 ପ୍ରିଣ୍ଟର୍‌ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍‌ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
05:35 Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ
05:40 Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
05:48 Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ
05:53 ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ
05:58 Contentରେ ଥିବା
06:00 Slide Name ବକ୍ସ ଚେକ୍ କରନ୍ତୁ
06:02 Date & Time ବକ୍ସ ଚେକ୍ କରନ୍ତୁ
06:05 Original Color ବକ୍ସ ଚେକ୍ କରନ୍ତୁ
06:08 Print କ୍ଲିକ୍ କରନ୍ତୁ
06:11 ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ସ୍ଲାଇଡ୍‌ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ
06:18 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06:21 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ
06:27 ଏକ ଆସାଇନ୍‌ମେଣ୍ଟ ଭାବେ
06:30 ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
06:32 Notes Place Holderରେ କଣ୍ଟେଣ୍ଟ ଓ
06:36 ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ
06:38 କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ
06:44 ରେକ୍ଟାଙ୍ଗଲ୍‌କୁ ସବୁଜ ରଙ୍ଗ କରନ୍ତୁ
06:48 Slide Text Holder ସହ ତୁଳନା କରି Notes Place Holderର ସାଇଜ୍‌କୁ ଆଡ୍‌ଜଷ୍ଟ କରନ୍ତୁ
06:54 black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ
06:59 ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ
07:03 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
07:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:22 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:41 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep