LibreOffice-Suite-Draw/C4/Set-Draw-preferences/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା Setting Preferences ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ପ୍ରିଫରେନ୍ସଗୁଡିକୁ କିପରି ସେଟ୍ କରାଯାଏ ଶିଖିବା: Properties, Versions ସୃଷ୍ଟି କରିବା, color/grayscale/black-and-whiteରେ ଭ୍ୟୁ କରିବା
00:18 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:29 ପୂର୍ବେ ସେଭ୍ କରିଥିବା ଫାଇଲ୍ 3D ObjectsChartକୁ ଖୋଲନ୍ତୁ. ଏବଂ page 1କୁ ଯା’ନ୍ତୁ
00:40 ଧରିନିଅନ୍ତୁ ପରେ ରେଫରେନ୍ସ ପାଇଁ ଆମେ ଏହି ଫାଇଲରେ ଡେସ୍କ୍ରିପଶନକୁ ସଂଯୁକ୍ତ କରିବାକୁ ଚାହୁଁଛୁ
00:45 ଏହା କରିବା ପାଇଁ, Main ମେନୁରେ ଥିବା Fileକୁ ଚୟନ କରିବା ସହିତ Propertiesରେ କ୍ଲିକ୍ କରନ୍ତୁ
00:50 ଆପଣ Properties ଡାଇଲଗ୍ ବକ୍ସକୁ ଦେଖିପାରିବେ
00:56 General ଟାବରେ କ୍ଲିକ୍ କରନ୍ତୁ. ଫାଇଲ୍ ସମ୍ପର୍କୀତ ସମସ୍ତ ତଥ୍ୟ ଏଠାରେ ତାଲିକାଭୁକ୍ତ ହୋଇଛି
01:02 ଦୟାକରି ଧ୍ୟାନଦିଅନ୍ତୁ: ଏଠାରେ କେବଳ ଫାଇଲର ବିବରଣୀକୁ ଦେଖିପାରିବେ କିନ୍ତୁ କୌଣସି ପରିବର୍ତ୍ତନ କରିପାରିବେ ନାହିଁ
01:09 ତା’ପରେ, Description ଟାବ୍ ଉପରେ କ୍ଲିକ୍ କରନ୍ତୁ
01:13 ଏଠାରେ, ଆପଣ ଆବଶ୍ୟକତାନୁସାରେ Title, Subject, Keywords ଓ Commentsକୁ ପ୍ରବେଶ କରିପାରିବେ
01:20 ପରବର୍ତ୍ତୀ ସମୟରେ ଏହି ତଥ୍ୟକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଇପାରିବ
01:25 Title ଫିଲ୍ଡରେ ଟାଇପ୍ କରନ୍ତୁ: 3D Objects Chart
01:30 Subject ଫିଲ୍ଡରେ ଟାଇପ୍ କରନ୍ତୁ: 3D Objects Comparisons
01:37 Keywordsରେ ଟାଇପ୍ କରନ୍ତୁ: 3D and 3D Effects
01:42 ଶେଷରେ, Comments ଫିଲ୍ଡରେ ଟାଇପ୍ କରନ୍ତୁ: Learning about File Properties
01:48 Draw ଫାଇଲ୍ ସମ୍ପର୍କୀତ ତଥ୍ୟକୁ ଟାଇପ୍ କରିବା ଗୋଟିଏ ଭଲ ଅଭ୍ୟାସ ଅଟେ
01:54 Description ଟାବରେ ଉପସ୍ଥିତ ଥିବା properties ସହିତ ଆପଣ ନିଜର ପ୍ରପର୍ଟୀଗୁଡିକୁ ସଂଯୁକ୍ତ କରିବା ପାଇଁ ଇଚ୍ଛୁକ ହୋଇପାରନ୍ତି
02:00 ଉଦାହରଣସ୍ଵରୂପ, ଆପଣ ଜାଣିବାକୁ ଚାହିଁପାରନ୍ତି: ଡକୁମେଣ୍ଟ ପ୍ରସ୍ତୁତ ହୋଇଥିବା ତାରିଖ,
02:05 ଡକୁମେଣ୍ଟର ଏଡିଟର୍,
02:07 କେଉଁ କ୍ଲାଏଣ୍ଟ ପାଇଁ ଡକୁମେଣ୍ଟକୁ ପ୍ରସ୍ତୁତ କରାଯାଇଥିଲା ପ୍ରଭୃତି
02:11 Drawରେ ଫିଚରଗୁଡିକ ଅଛି ଯାହା ଏହି ତଥ୍ୟକୁ କଷ୍ଟମାଇଜ୍ କରିବାରେ ସାହାଯ୍ୟ କରିବ
02:17 Properties ଡାଇଲଗ୍ ବକ୍ସରେ ଥିବା Custom Propertiesରେ କ୍ଲିକ୍ କରନ୍ତୁ
02:23 ଏଠାରେ, ଆପଣ Name, Type ଓ Value ନାମକ ତିନୋଟି ଫିଲ୍ଡକୁ ଦେଖିବାକୁ ପାଇବେ
02:30 ତଳେ ଡାହାଣ ପଟେ ଥିବା Add ବଟନ୍ ଉପରେ କ୍ଲିକ୍ କରନ୍ତୁ
02:33 ବର୍ତ୍ତମାନ ପ୍ରତ୍ୟେକ ଫିଲ୍ଡ ଅଧିନରେ ଆପଣ ଡ୍ରପ୍-ଡାଉନ୍ ବକ୍ସଗୁଡିକୁ ଦେଖିବାକୁ ପାଇବେ
02:40 Name ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରିବା ସହିତ ବିକଳ୍ପ Date Completedକୁ ଚୟନ କରନ୍ତୁ
02:46 Type ଡ୍ରପ୍-ଡାଉନରେ Date Timeକୁ ଚୟନ କରନ୍ତୁ
02:51 Value ଫିଲ୍ଡରେ ବର୍ତ୍ତମାନ ତାରିଖ ଓ ସମୟକୁ ସୂଚିତ କରନ୍ତୁ
02:55 ତାରିଖକୁ ପରିବର୍ତ୍ତନ କରନ୍ତୁ ନାହିଁ
02:57 Time ଫିଲ୍ଡରେ 10:30:33 ଟାଇପ୍ କରନ୍ତୁ
03:05 ବର୍ତ୍ତମାନ ଆପଣ ଡକୁମେଣ୍ଟ ପ୍ରସ୍ତୁତ ହୋଇଥିବା ତାରିଖକୁ ଜାଣିପାରିବେ
03:09 ବର୍ତ୍ତମାନ ଅନ୍ୟ ଏକ fieldକୁ ସଂଯୁକ୍ତ କରିବା ସହିତ Addରେ କ୍ଲିକ୍ କରନ୍ତୁ
03:14 ଆପଣ ଡ୍ରପ୍-ଡାଉନ୍ ବକ୍ସଗୁଡିକର ଦ୍ଵିତୀୟ ତାଲିକାକୁ ଦେଖିପାରିବେ
03:21 Name ଡ୍ରପ୍-ଡାଉନରେ Checked byକୁ ଚୟନ କରନ୍ତୁ
03:25 Type ଫିଲ୍ଡରେ Textକୁ ଚୟନ କରନ୍ତୁ
03:29 Valueରେ ଟେକ୍ସଟ ABC ଟାଇପ୍ କରନ୍ତୁ
03:33 OKରେ କ୍ଲିକ୍ କରନ୍ତୁ. ଏହିଭଳି ଆପଣ ଗୋଟିଏ Draw fileରେ ନିଜର ପ୍ରପର୍ଟୀଗୁଡିକୁ ସଂଯୁକ୍ତ କରିପାରିବେ
03:39 ବର୍ତ୍ତମାନ, ଆମେ ସୃଷ୍ଟି କରିଥିବା ଗୋଟିଏ propertyକୁ କିପରି ଡୀଲିଟ୍ କରାଯାଏ ତାହା ଶିଖିବା
03:44 Main ମେନୁରେ ଥିବା File ଉପରେ କ୍ଲିକ୍ କରିବା ସହ Propertiesକୁ ଚୟନ କରନ୍ତୁ
03:51 Properties ଡାଇଲଗ୍ ବକ୍ସରେ ଥିବା Custom Propertiesରେ କ୍ଲିକ୍ କରନ୍ତୁ
03:55 ପ୍ରଥମ ପ୍ରପର୍ଟୀ Checked byକୁ ଡିଲିଟ୍ କରନ୍ତୁ
04:01 ଡାହାଣପଟେ ଥିବା Remove Property ବଟନ୍ ଉପରେ କ୍ଲିକ୍ କରନ୍ତୁ. ପ୍ରପର୍ଟି ଡିଲିଟ୍ ହୋଇଯାଇଛି
04:07 OKରେ କ୍ଲିକ୍ କରନ୍ତୁ
04:11 ଆପଣ Draw ଫାଇଲର ବହୁବିଧ ଭର୍ସନଗୁଡିକୁ ସେଭ୍ ମଧ୍ୟ କରିପାରିବେ! ଏହି ଫିଚରକୁ Versions କୁହାଯାଏ
04:17 ଉଦାହରଣସ୍ଵରୂପ, ଆପଣ ପ୍ରଥମ ଦିନରେ ଅବଜେକ୍ଟଗୁଡିକୁ ସଂଯୁକ୍ତ କରିବା ସହ ଏହାକୁ save କରିପାରିବେ
04:22 ତା’ପର ଦିନ ଆପଣ ଚିତ୍ରଟିକୁ ରୂପାନ୍ତର କରିପାରିବେ
04:24 ଆପଣ ଉଭୟ ଅସଲ ଓ ରୂପାନ୍ତରୀତ ଚିତ୍ରର କପୀ ଆବଶ୍ୟକ କରିପାରନ୍ତି
04:31 ବିକଳ୍ପ Versionsକୁ ବ୍ୟବହାର କରି ଫାଇଲକୁ ସେଭ୍ କରନ୍ତୁ
04:33 Main ମେନୁରେ ଥିବା Fileକୁ ଯିବା ସହିତ Versionsରେ କ୍ଲିକ୍ କରନ୍ତୁ
04:39 Versions ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:42 Save New Version ବଟନ୍ ଉପରେ କ୍ଲିକ୍ କରନ୍ତୁ
04:47 Insert Version Comment ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:51 କମେଣ୍ଟ Version Oneକୁ ଟାଇପ୍ କରନ୍ତୁ
04:55 OKରେ ଏବଂ ତା’ପରେ Close ଉପରେ କ୍ଲିକ୍ କରନ୍ତୁ
05:00 ବର୍ତ୍ତମାନ, ଟାଇଟଲରେ ଥିବା ଟେକ୍ସଟକୁ ପରିବର୍ତ୍ତନ କରନ୍ତୁ- Geometry in Two D Shapes and Three D Shapes
05:07 ଟେକ୍ସଟର କଲରକୁ ବ୍ଲୁରେ ପରିବର୍ତ୍ତନ କରନ୍ତୁ
05:18 ବିକଳ୍ପ Versionsକୁ ବ୍ୟବହାର କରି ଫାଇଲକୁ save କରନ୍ତୁ
05:22 Main ମେନୁରେ ଥିବା Fileକୁ ଯିବା ସହିତ Versions ଉପରେ କ୍ଲିକ୍ କରନ୍ତୁ
05:26 Save New Version ବଟନରେ କ୍ଲିକ୍ କରନ୍ତୁ
05:30 Insert Version Comment ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
05:34 କମେଣ୍ଟ Version Twoକୁ ଟାଇପ୍ କରନ୍ତୁ
05:36 OKରେ କ୍ଲିକ୍ କରନ୍ତୁ
05:40 ବର୍ତ୍ତମାନ ଏଠାରେ Version One ଓ Version Two ଭାବେ ଦୁଇଟି ଭର୍ସନ୍ ତାଲିକାଭୁକ୍ତ ହୋଇଛି
05:46 ଆମେ ଜାଣିଛେ ଯେ Version One ଏକ ଫାଇଲ୍ ଯାହାର ଟାଇଟଲ୍ ଫଣ୍ଟ କଳା କଲର୍ ଅଟେ
05:51 ଏବଂ Version Two ଏକ ଫାଇଲ୍ ଯାହାର ଟାଇଟଲ୍ ଫଣ୍ଟ ବ୍ଲୁ କଲର୍ ଅଟେ
05:54 Version Oneକୁ ଚୟନ କରିବା ସହିତ Openରେ କ୍ଲିକ୍ କରନ୍ତୁ
06:00 ଆମେ କଳା କଲର୍ ଟାଇଟଲ୍ ଫଣ୍ଟ ଥିବା ଭର୍ସନକୁ ଦେଖିପାରିବା
06:05 ପ୍ରତ୍ୟେକ ଥର ଗୋଟିଏ Draw file ବନ୍ଦ ହେବା ସମୟରେ ଆପଣ ଭର୍ସନଗୁଡିକୁ ଅଟୋମାଟିକ୍ ସେଭ୍ କରିବା ପ୍ରକ୍ରିୟାକୁ ସକ୍ରିୟ କରିପାରିବେ
06:11 ଏହା କରିବା ପାଇଁ, Fileରେ ଏବଂ ତା’ପରେ Versions ଉପରେ କ୍ଲିକ୍ କରନ୍ତୁ
06:15 ବର୍ତ୍ତମାନ ଗୋଟିଏ ଚେକ୍-ବକ୍ସ ବିକଳ୍ପ, Always save a version on closing ବୋଲି କହିବ
06:23 ଏହି ବକ୍ସକୁ ଚେକ୍ କରନ୍ତୁ, ଏହା ସୁନିଶ୍ଚିତ କରିବ ଯେ ପ୍ରତ୍ୟେକ ଥର ଆପଣ Draw fileକୁ ବନ୍ଦ କରିବା ଦ୍ଵାରା ଗୋଟିଏ ନୂତନ ଭର୍ସନ୍ ସେଭ୍ ହୋଇଯିବ. Closeରେ କ୍ଲିକ୍ କରନ୍ତୁ
06:34 ଆପଣଙ୍କ Draw fileକୁ ଦେଖିବା ପାଇଁ ଥିବା ପ୍ରିଫରେନ୍ସଗୁଡିକୁ ସେଟ୍ ମଧ୍ୟ କରିପାରିବେ
06:38 ଆପଣ ଆପଣଙ୍କ ଚିତ୍ରକୁ Color, Gray scale କିମ୍ବା Black and Whiteରେ ଦେଖିପାରିବେ
06:44 ଡିଫଲ୍ଟ ଭାବେ Draw fileକୁ କଲରରେ ଦେଖିପାରିବେ
06:48 ଭ୍ୟୁକୁ Gray Scaleରେ ପରିବର୍ତ୍ତନ କରନ୍ତୁ
06:53 Viewରେ କ୍ଲିକ୍ କରିବା ସହ Color/Grayscaleରେ କ୍ଲିକ୍ କରନ୍ତୁ ଏବଂ Gray Scaleକୁ ଚୟନ କରନ୍ତୁ
06:59 ବର୍ତ୍ତମାନ ଅବଜେକ୍ଟଗୁଡିକ ଗ୍ରେରେ ପ୍ରଦର୍ଶିତ ହେବା ଆପଣ ଦେଖିପାରିବେ
07:03 ବର୍ତ୍ତମାନ, ଭ୍ୟୁକୁ Black and Whiteରେ ପରିବର୍ତ୍ତନ କରନ୍ତୁ
07:08 Main ମେନୁରେ ଥିବା Viewକୁ ଚୟନ କରିବା ସହିତ Color/Grayscaleରେ କ୍ଲିକ୍ କରନ୍ତୁ ଏବଂ Black and Whiteକୁ ଚୟନ କରନ୍ତୁ
07:17 ବର୍ତ୍ତମାନ ଅବଜେକ୍ଟଗୁଡିକ black-and-whiteରେ ପ୍ରଦର୍ଶିତ ହେବା ଆପଣ ଦେଖିପାରିବେ
07:25 ଆପଣ ପୂନର୍ବାର କଲର୍ ଭ୍ୟୁକୁ ଫେରିଆସିପାରିବେ
07:29 ଏହା କରିବା ପାଇଁ Viewରେ କ୍ଲିକ୍ କରିବା ସହିତ Color/Grayscaleରେ କ୍ଲିକ୍ କରନ୍ତୁ ଏବଂ Color ଚୟନ କରନ୍ତୁ
07:36 ପୁନର୍ବାର ଚିତ୍ରଟି କଲରରେ ପ୍ରଦର୍ଶିତ ହେବ
07:43 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:45 ଏହି ଟ୍ୟୁଟୋରିଆଲରେ ଆମେ Drawରେ ନିମ୍ନଲିଖିତ ପ୍ରିଫରେନ୍ସଗୁଡିକୁ କିପରି ସେଟ୍ କରାଯାଏ ଶିଖିଛେ: ଗୋଟିଏ Draw ଫାଇଲର ପ୍ରପର୍ଟିଗୁଡିକ, ଭର୍ସନଗୁଡିକୁ ସୃଷ୍ଟି କରିବା, color/grayscale/black-and-whiteରେ ଚିତ୍ରକୁ ଦେଖିବା
07:59 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
08:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:06 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:21 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:29 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:40 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:54 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep