LibreOffice-Suite-Draw/C3/Working-with-Objects/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, LibreOffice Drawରେ ଥିବା Working with Objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:08 | Grids ଓ Guide lineଗୁଡିକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ଅବସ୍ଥାପିତ କରିବା |
00:12 | snap functionଗୁଡିକୁ ବ୍ୟବହାର କରିବା |
00:14 | lines ଓ arrowheadଗୁଡିକୁ କଷ୍ଟାମାଇଜ୍ କରିବା |
00:18 | ଅବଜେକ୍ଟଗୁଡିକୁ ଡୁପ୍ଲିକେଟ୍ କରିବା ମଧ୍ୟ ଆମେ ଶିଖିବା |
00:21 | ସଠିକତାର ସହ ଅବଜେକ୍ଟଗୁଡିକୁ ରିସାଇଜ୍ କରିବା |
00:24 | ଅବଜେକ୍ଟଗୁଡିକୁ Distribute, Combine, merge, subtract ଓ intersect କରିବା |
00:30 | ଆମେ Ubuntu Linux ଭର୍ସନ୍ 10.04କୁ Operating System ଭାବେ ଏବଂ LibreOffice Suite ଭର୍ସନ୍ 3.3.4 କୁ ବ୍ୟବହାର କରୁଛୁ |
00:40 | Grids କ’ଣ? |
00:42 | Grids, Draw ପେଜ୍ ଉପରେ ଅବଜେକ୍ଟଗୁଡିକୁ |
00:45 | ସଠିକତାର ସହ ଅବସ୍ଥାପିତ କରିବା ପାଇଁ ସାହାଯ୍ୟ କରିଥାଏ |
00:48 | Desktop ଉପରେ ସେଭ୍ ହୋଇଥିବା RouteMap ଫାଇଲକୁ ଖୋଲନ୍ତୁ |
00:53 | ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଆମେ gridsକୁ ସଂକ୍ଷେପରେ ବ୍ୟବହାର କରିଛନ୍ତି |
00:57 | ବର୍ତ୍ତମାନ, grids ବିଷୟରେ ସମ୍ପୂର୍ଣ୍ଣ ଶିଖିବା |
01:01 | Main ମେନୁରେ ଥିବା Viewକୁ ଚୟନ କରିବା ସହିତ Grid ଉପରେ କ୍ଲିକ୍ କରନ୍ତୁ |
01:05 | ତା’ପରେ Display Gridରେ କ୍ଲିକ୍ କରନ୍ତୁ |
01:08 | Draw ପେଜ୍ ଅନେକ ସଂଖ୍ୟକ ହରିଜଣ୍ଟାଲ୍ ଓ ଭର୍ଟିକଲ୍ ଲାଇନଗୁଡିକରେ ପୂର୍ଣ୍ଣ ହୋଇଛି. ଏଗୁଡିକ grid ସୃଷ୍ଟି କରନ୍ତି |
01:17 | ଏହି gridଗୁଡିକ କେବଳ ପ୍ରଦର୍ଶନ ପାଇଁ ଅଟେ. ସେଗୁଡିକ ପ୍ରିଣ୍ଟ ହେବେ ନାହିଁ |
01:22 | ଆମେ gridsର ଆକାରକୁ କଷ୍ଟାମାଇଜ୍ କରିପାରିବା ଯେପରି ଆବଶ୍ୟକତାନୁସାରେ ସେଗୁଡିକୁ ଛୋଟ କିମ୍ବା ବଡ କରିହେବ |
01:30 | Main ମେନୁରେ ଥିବା Toolsକୁ ଚୟନ କରିବା ସହିତ Optionsରେ କ୍ଲିକ୍ କରନ୍ତୁ |
01:35 | ଆପଣ Options ଡାଇଲଗ୍ ବକ୍ସକୁ ଦେଖିପାରିବେ |
01:38 | LibreOffice Drawରେ କ୍ଲିକ୍ କରିବା ସହ Gridକୁ ଚୟନ କରନ୍ତୁ |
01:42 | Resolution ଅଧିନରେ ନିମ୍ନ ଭେଲ୍ୟୁଗୁଡିକୁ ପ୍ରବେଶ କରନ୍ତୁ: |
01:46 | Horizontal – 7 cm(ସେଣ୍ଟିମିଟର୍) |
01:49 | Vertical – 5 cm(ସେଣ୍ଟିମିଟର୍) |
01:53 | Subdivision, ଗୋଟିଏ gridରେ ବ୍ୟବଧାନର ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ |
01:57 | Subdivision ଭେଲ୍ୟୁଗୁଡିକୁ ପ୍ରବେଶ କରନ୍ତୁ |
02:00 | Horizontal – 3 |
02:02 | Vertical – 4 |
02:05 | ବିକଳ୍ପ Synchronize axesକୁ ଅନଚେକ୍ ଭାବେ ଛାଡିଦିଅନ୍ତୁ |
02:09 | OKରେ କ୍ଲିକ୍ କରନ୍ତୁ |
02:11 | ବର୍ତ୍ତମାନ Draw ପେଜକୁ ଦେଖନ୍ତୁ. Gridରେ ଥିବା ପ୍ରତ୍ୟେକ ବକ୍ସର ଆକାରକୁ ଦେଖନ୍ତୁ |
02:17 | ବ୍ୟବଧାନଗୁଡିକ ଗଣନା କରନ୍ତୁ ଯାହାକୁ ଆମେ Subdivisionରେ ସେଟ୍ କରିଥିଲେ |
02:22 | ହରିଜଣ୍ଟାଲରେ ବ୍ୟବଧାନ 1, 2, 3 ଏବଂ ଭର୍ଟିକାଲୀ ବ୍ୟବଧାନ 1, 2, 3, 4 ଅଛି |
02:33 | ଚାଲନ୍ତୁ Guides ବିଷୟରେ ଶିଖିବା |
02:36 | Guides କ’ଣ? |
02:38 | Guideଗୁଡିକ ସାହାଯ୍ୟକାରୀ ଲାଇନଗୁଡିକ ଅଟନ୍ତି କିମ୍ବା ଅବଜେକ୍ଟଗୁଡିକର ଧାରର ଏକ୍ସଟେନଶନ୍ ଅଟନ୍ତି |
02:43 | ଯାହା ସ୍ଥାନାନ୍ତର ହେବା ସମୟରେ ଦୃଶ୍ୟମାନ ହୋଇଥାଏ |
02:47 | ଗାଇଡଲାଇନଗୁଡିକୁ ସକ୍ରିୟ କରନ୍ତୁ |
02:50 | Main ମେନୁରେ ଥିବା Viewକୁ ଚୟନ କରିବା ସହିତ ବିକଳ୍ପ Guidesକୁ ଚୟନ କରନ୍ତୁ |
02:55 | ବର୍ତ୍ତମାନ, ବିକଳ୍ପ Display Guidesରେ କ୍ଲିକ୍ କରନ୍ତୁ |
02:59 | Main ମେନୁରେ ଥିବା Tools ଓ ତା’ପରେ Optionsରେ କ୍ଲିକ୍ କରନ୍ତୁ |
03:03 | Options ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
03:06 | ବାମପଟ ପ୍ୟାନେଲରେ LibreOffice Draw ପରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରିବା ସହ Viewରେ କ୍ଲିକ୍ କରନ୍ତୁ |
03:15 | ଡାହାଣ ପଟ ପ୍ୟାନେଲରେ Guides when movingକୁ ଚୟନ କରନ୍ତୁ. ଏହିପରି ଭାବେ ଅବଜେକ୍ଟଗୁଡିକୁ ସ୍ଥାନାନ୍ତର କରିବା ସମୟରେ ଆପଣ guidesକୁ ଦେଖିପାରିବେ |
03:23 | OKରେ କ୍ଲିକ୍ କରନ୍ତୁ |
03:27 | ବର୍ତ୍ତମାନ, ପାର୍କକୁ ସାମାନ୍ୟ ଡାହାଣକୁ ଘୁଞ୍ଚାନ୍ତୁ |
03:29 | ଯେତେବେଳେ ପାର୍କ ସ୍ଥାନାନ୍ତର ହେବ ସେତେବେଳେ ଅବଜେକ୍ଟ ଧାରର ଏକ୍ସଟେନଶନ୍ ଲାଇନଗୁଡିକ ଦୃଶ୍ୟମାନ ହେବ. ଏଗୁଡିକ Guidelines ଅଟନ୍ତି |
03:39 | Snap Lines କ’ଣ? |
03:41 | Snap Lines, ପରିଭାଷିତ ହୋଇଥିବା କ୍ଷେତ୍ର ମଧ୍ୟରେ ଦୁଇ କିମ୍ବା ଅଧିକ ଅବଜେକ୍ଟଗୁଡିକୁ ଅବସ୍ଥାପିତ କରିବାରେ ଆମକୁ ସାହାଯ୍ୟ କରିଥାଏ |
03:48 | Snap lines ଓ Snap points ୟୁଜରମାନଙ୍କ ଦ୍ଵାରା ସୃଷ୍ଟି କରାଯାଇଛି |
03:53 | Snap lineଗୁଡିକ ଭର୍ଟିକାଲୀ ଓ ହରିଜଣ୍ଟାଲୀ ରନ୍ କରିଥାଏ ଏବଂ ସେଗୁଡିକ ଡାଶ୍ ଲାଇନ୍ ଭାବେ ଦୃଶ୍ୟମାନ ହୁଏ |
03:59 | Snap Lineଗୁଡିକୁ ସୃଷ୍ଟି କରିବା ପୂର୍ବରୁ ବିକଳ୍ପ snap linesକୁ ନିଶ୍ଚିତରୂପେ ସକ୍ରିୟ କରନ୍ତୁ |
04:05 | Draw ପେଜକୁ ଯା’ନ୍ତୁ. context ମେନୁ ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Snap Linesକୁ ଚୟନ କରନ୍ତୁ |
04:12 | ବର୍ତ୍ତମାନ, ସମସ୍ତ ତିନୋଟି ବିକଳ୍ପକୁ ଚେକ୍ କରନ୍ତୁ: |
04:16 | Snap Lines Visible, |
04:18 | Snap to Snap Lines, |
04:20 | Snap Lines to Front |
04:22 | ଆମେ ସୃଷ୍ଟି କରିଥିବା Snap lineଗୁଡିକ ବର୍ତ୍ତମାନ ଦୃଶ୍ୟମାନ ହେବ |
04:26 | Snap Linesକୁ ବ୍ୟବହାର କରି ଗୋଟିଏ କ୍ଷେତ୍ରକୁ ପରିଭାଷିତ କରନ୍ତୁ ଯାହା ମଧ୍ୟରେ ମ୍ୟାପରେ ଥିବା ଅବଜେକ୍ଟଗୁଡିକ ରହିବେ(ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି) |
04:34 | mouse କର୍ସରକୁ ଭର୍ଟିକଲ୍ ରୁଲର୍ ଉପରେ ରଖନ୍ତୁ |
04:38 | ବାମ ପଟ mouse-buttonକୁ ଦାବନ୍ତୁ |
04:41 | ବର୍ତ୍ତମାନ କର୍ସର୍ two-sided ଆରୋରେ ପରିବର୍ତ୍ତନ ହେବା ଆପଣ ଲକ୍ଷ୍ୟ କରନ୍ତୁ |
04:46 | mouseକୁ Draw ପେଜ୍ ଆଡକୁ ଡ୍ରାଗ୍ କରନ୍ତୁ |
04:50 | ଆପଣ ଗୋଟିଏ ଡଟେଡ୍ ଲାଇନକୁ ଦେଖିବେ |
04:53 | ମାଉସ୍ ବଟନକୁ ଛାଡନ୍ତୁ ନାହିଁ |
04:55 | ବାମପଟ mouse-buttonକୁ ଦାବି ଧରି ଡଟେଡ୍ ଲାଇନକୁ page ଆଡକୁ ଡ୍ରାଗ୍ କରନ୍ତୁ |
05:01 | ବର୍ତ୍ତମାନ mouse-buttonକୁ ଛାଡିଦିଅନ୍ତୁ |
05:04 | ଲାଇନକୁ ଦେଖିପାରୁଛନ୍ତି? |
05:06 | ଏହା Snap Line ଅଟେ. ସର୍ବ ନିମ୍ନସ୍ଥ ଲିମିଟକୁ ସୃଷ୍ଟି କରିବା ସକାଷେ ଲାଇନକୁ ପେଜର ନିମ୍ନଭାଗକୁ ଡ୍ରାଗ୍ କରି ଆଣନ୍ତୁ |
05:13 | କ୍ଷେତ୍ରକୁ ପରିଭାଷିତ କରିବା ପାଇଁ ଅଧିକ ତିନୋଟି ଲାଇନ୍ ସୃଷ୍ଟି କରନ୍ତୁ ଯାହା ମଧ୍ୟରେ ମ୍ୟାପ୍ ରହିବ |
05:24 | ଆମେ ହରିଜଣ୍ଟାଲ୍ ଓ ଭର୍ଟିକଲ୍ Snap Lineଗୁଡିକୁ ସୃଷ୍ଟି କରିଛେ |
05:29 | ବର୍ତ୍ତମାନ ଅବଜେକ୍ଟଗୁଡିକୁ ଏହି Snap Lineଗୁଡିକ ସହିତ ଅବସ୍ଥାପିତ କରିପାରିବେ |
05:34 | ନିଶ୍ଚିତରୂପେ ଆପଣ ନିଜ ଇଚ୍ଛାନୁସାରେ ଅନେକ Snap Line ସୃଷ୍ଟି କରିପାରିବେ |
05:40 | ହରିଜଣ୍ଟାଲ୍ ଓ ଭର୍ଟିକଲ୍ Snap Lineଗୁଡିକ ଗୋଟିଏ ଗ୍ରାଫ ଉପରେ X ଓ Y ଆକ୍ସିସ୍ ଭଳି କାର୍ଯ୍ୟ କରିବେ |
05:48 | ଏହି ଦୁଇଟି ଆକ୍ସିସ୍ ମଧ୍ୟରେ ଆପଣ ଅବଜେକ୍ଟଗୁଡିକୁ ସଠିକତାର ସହ ଅବସ୍ଥାପିତ କରିପାରିବେ |
05:54 | ଅବଜେକ୍ଟଗୁଡିକୁ ସଠିକତାର ସହ ଅବସ୍ଥାପିତ କରିବା ପାଇଁ ଆପଣ grid lines ସହିତ Snap functionକୁ ବ୍ୟବହାର କରିପାରିବେ |
05:59 | grid points ଉପରେ ଅବଜେକ୍ଟକୁ ସଠିକତାର ସହ ଅବସ୍ଥାପିତ କରିବା ପାଇଁ Snap to Gridକୁ ମଧ୍ୟ ବ୍ୟବହାର କରିପାରିବେ |
06:06 | Snap to Snap lines – ଗୋଟିଏ ଅବଜେକ୍ଟକୁ ସଠିକତାର ସହ ଏକ snap line ଉପରେ ଅବସ୍ଥାପିତ କରିଥାଏ |
06:11 | Snap to Page margin - ଗୋଟିଏ ଅବଜେକ୍ଟକୁ ସଠିକତାର ସହ ପେଜ୍ ମାର୍ଜିନ୍ ଉପରେ ଅବସ୍ଥାପିତ କରିଥାଏ |
06:18 | ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ |
06:21 | ସମସ୍ତ Grid optionଗୁଡିକୁ ଆବିଷ୍କାର କରନ୍ତୁ |
06:24 | ଯେତେବେଳେ snap to Grid, snap lines ଓ page margins କରାଯାଏ ଅବଜେକ୍ଟଗୁଡିକରେ କ’ଣ ହୁଏ ଯାଞ୍ଚ କରନ୍ତୁ |
06:31 | ବର୍ତ୍ତମାନ School Campus ନିକଟରେ ଏହି ଲେକର ସମାନ ଆକାରର ଆଉ ଏକ ଲେକକୁ ସଂଯୁକ୍ତ କରନ୍ତୁ |
06:38 | ଏହା କରିବା ପାଇଁ ବିକଳ୍ପ Duplicateକୁ ବ୍ୟବହାର କରନ୍ତୁ |
06:43 | Lakeକୁ ଚୟନ କରନ୍ତୁ |
06:45 | Main ମେନୁରେ ଥିବା Editକୁ ଚୟନ କରିବା ସହିତ Duplicate ଉପରେ କ୍ଲିକ୍ କରନ୍ତୁ |
06:51 | Duplicate ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
06:54 | Number of copiesରେ ଭେଲ୍ୟୁ 1 ପ୍ରବେଶ କରିବା ସହ OKରେ କ୍ଲିକ୍ କରନ୍ତୁ |
06:59 | Lakeର ଡୁପ୍ଲିକେଟ୍ ହୋଇଯାଇଛି |
07:03 | lakeକୁ ଡ୍ରାଗ୍ କରିବା ସହ ଏହାକୁ school ନିକଟରେ ସ୍ଥାପନ କରନ୍ତୁ |
07:06 | ଅବଜେକ୍ଟଗୁଡିକୁ ଆବଶ୍ୟକତାନୁସାରେ ଯେକୌଣସି ମାପରେ ସଠିକତାର ସହ ମଧ୍ୟ ରିସାଇଜ୍ କରିପାରିବେ |
07:11 | ଏହି ସ୍ଲାଇଡରେ ପ୍ରଦର୍ଶନ ହେବା ଭଳି ସଠିକ୍ ମାପକୁ ବ୍ୟବହାର କରି Houseର ଆକାରକୁ ପରିବର୍ତ୍ତନ କରନ୍ତୁ |
07:18 | ଏହାକୁ ସମାନ ଉଚ୍ଚତା ଓ ଦୈର୍ଘ୍ୟ ପ୍ରଦାନ କରନ୍ତୁ ଏବଂ କୋଣଗୁଡିକୁ ସ୍ଲାଣ୍ଟ କରିବା ସହିତ ଏହାକୁ ରୋଟେଟ୍ କରନ୍ତୁ |
07:24 | ପ୍ରଥମେ Home ଚୟନ କରନ୍ତୁ, context ମେନୁ ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Position and Sizeକୁ ଚୟନ କରନ୍ତୁ |
07:31 | Position and Size ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
07:35 | Position and Size ଟାବ୍ ଉପରେ କ୍ଲିକ୍ କରନ୍ତୁ |
07:38 | Size ଅଧିନରେ ଥିବା ଉଭୟ Width ଓ Heightରେ ଭେଲ୍ୟୁ 3 ପ୍ରବେଶ କରନ୍ତୁ |
07:43 | ତା’ପରେ Rotation ଟାବରେ କ୍ଲିକ୍ କରନ୍ତୁ |
07:46 | Angle ଫିଲ୍ଡରେ ଭେଲ୍ୟୁ 10 ପ୍ରବେଶ କରନ୍ତୁ |
07:50 | ଶେଷରେ Slant and Corner Radius ଟାବକୁ ଚୟନ କରନ୍ତୁ |
07:55 | Slant Angle ଫିଲ୍ଡରେ 5 degrees ପ୍ରବେଶ କରନ୍ତୁ |
07:59 | OKରେ କ୍ଲିକ୍ କରନ୍ତୁ |
08:01 | ଆମେ ଘରକୁ ରି-ଡିଜାଇନ୍ କରିଛେ! |
08:05 | ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହ ଏହି ଆସାଇନମେଣ୍ଟର ସମାଧାନ କରନ୍ତୁ |
08:08 | # Drawing ଟୂଲ୍ ବାରକୁ ବ୍ୟବହାର କରି ବିଭିନ୍ନ ଆକାରଗୁଡିକର ଅଂକନ କରନ୍ତୁ |
08:11 | # ସମସ୍ତ ଆକାରଗୁଡିକରେ Corner radiusକୁ ପ୍ରୟୋଗ କରିହେବ କି ନାହିଁ ଯାଞ୍ଚ କରନ୍ତୁ |
08:16 | ବର୍ତ୍ତମାନ, କିଛି ଅବଜେକ୍ଟର ଡାହାଣ ପଟ ଧାରଗୁଡିକୁ ସମାନ ବ୍ୟବଧାନରେ ରଖନ୍ତୁ |
08:21 | ଏହାକୁ ସମ୍ପନ୍ନ କରିବା ପାଇଁ ବିକଳ୍ପ Distributionକୁ ବ୍ୟବହାର କରନ୍ତୁ |
08:26 | ବିକଳ୍ପ Distributionକୁ ବ୍ୟବହାର କରିବା ପାଇଁ ଅନ୍ୟୁନ ତିନୋଟି ଅବଜେକ୍ଟକୁ ଚୟନ କରିବା ଆବଶ୍ୟକ ଅଟେ |
08:32 | ପ୍ରଥମେ, Residential Complexକୁ ଚୟନ କରନ୍ତୁ, Parking Lot ଓ ତା’ପରେ Commercial Complex |
08:39 | ସେଗୁଡିକୁ ଗ୍ରୁପ୍ କରିବା ପାଇଁ ସମସ୍ତ ଅବଜେକ୍ଟଗୁଡିକ ଉପରେ Select arrowକୁ ଡ୍ରାଗ୍ କରନ୍ତୁ |
08:45 | ବର୍ତ୍ତମାନ, ରାଇଟ୍ କ୍ଲିକ୍ କରିବା ସହିତ Distributionକୁ ଚୟନ କରନ୍ତୁ |
08:50 | Horizontal ଅଧିନରେ Rightକୁ ଚୟନ କରିବା ସହ OKରେ କ୍ଲିକ୍ କରନ୍ତୁ |
08:56 | ଅବଜେକ୍ଟଗୁଡିକର ଡାହାଣପଟ ଧାରଗୁଡିକ ସମାନ ଭାବେ ବଣ୍ଟନ ହୋଇଯିବ |
09:01 | ବିକଳ୍ପ Distribution ଅବଜେକ୍ଟଗୁଡିକୁ ହରିଜଣ୍ଟାଲୀ କିମ୍ବା ଭର୍ଟିକାଲୀ ବଣ୍ଟନ କରେ ନାହିଁ |
09:07 | ବିକଳ୍ପ Horizontal Distribution ବଣ୍ଟନ କରିବ- |
09:10 | ଡାହାଣ ଓ ବାମପଟ ଧାରଗୁଡିକୁ |
09:12 | ହରିଜଣ୍ଟାଲ୍ କେନ୍ଦ୍ରଗୁଡିକୁ ଏବଂ |
09:14 | ଅବଜେକ୍ଟଗୁଡିକର ବ୍ୟବଧାନକୁ |
09:17 | ବିକଳ୍ପ Vertical ବଣ୍ଟନ କରିବ- |
09:21 | ଉପର ଓ ତଳ ଧାରଗୁଡିକୁ
ଭର୍ଟିକାଲ୍ କେନ୍ଦ୍ରଗୁଡିକୁ ଏବଂ ଅବଜେକ୍ଟଗୁଡିକର ବ୍ୟବଧାନକୁ |
09:26 | ବର୍ତ୍ତମାନ, ଏହି ମ୍ୟାପ୍ ପାଇଁ ଆମେ ନିଜର ଲାଇନ୍ ଷ୍ଟାଇଲକୁ ସୃଷ୍ଟି କରିବା |
09:32 | Main ମେନୁରେ ଥିବା Formatକୁ ଚୟନ କରିବା ସହିତ Lineରେ କ୍ଲିକ୍ କରନ୍ତୁ |
09:35 | Line ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
09:38 | Line Styles ଟାବ୍ ଉପରେ କ୍ଲିକ୍ କରନ୍ତୁ |
09:41 | Line Stylesରେ ବିକଳ୍ପ Three dashes and three dotsକୁ ଚୟନ କରନ୍ତୁ |
09:47 | Type ଫିଲ୍ଡକୁ ସେହି ଭଳି ଛାଡିଦିଅନ୍ତୁ |
09:50 | Numberରେ 10 ଓ 5; Lengthକୁ 8% ଭାବେ ପ୍ରବେଶ କରନ୍ତୁ |
09:57 | Addରେ କ୍ଲିକ୍ କରିବା ସହ ନାମ My Line Styleକୁ ପ୍ରବେଶ କରନ୍ତୁ. OKରେ କ୍ଲିକ୍ କରନ୍ତୁ |
10:06 | ପୁନର୍ବାର OKରେ କ୍ଲିକ୍ କରନ୍ତୁ |
10:08 | ଏହି ଆରୋକୁ ଚୟନ କରନ୍ତୁ. ରାଇଟ୍ କ୍ଲିକ୍ କରିବା ସହ Lineକୁ ଚୟନ କରନ୍ତୁ. Line ଡାଇଲଗ ବକ୍ସ ଦୃଶ୍ୟମାନ ହେବ |
10:13 | Line ଟାବରେ କ୍ଲିକ୍ କରନ୍ତୁ |
10:16 | Style ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ |
10:19 | ଏହା ବର୍ତ୍ତମାନ ସୃଷ୍ଟି ହୋଇଥିବା ନୁତନ ଷ୍ଟାଇଲକୁ ପ୍ରଦର୍ଶନ କରିବ |
10:22 | ଏହାକୁ ଚୟନ କରିବା ସହ OKରେ କ୍ଲିକ୍ କରନ୍ତୁ |
10:26 | ଆମେ ଗୋଟିଏ ନୁତନ ଲାଇନ୍ ଷ୍ଟାଇଲ୍ ସୃଷ୍ଟି କରିସାରିଛେ! |
10:29 | School Campusର ବାମପଟକୁ ଗୋଟିଏ ଛୋଟ ଷ୍ଟାଡିୟମ୍ ଅଂକନ କରନ୍ତୁ |
10:34 | Drawing toolbar ରେ ଥିବା Basic Shapesଉପରେ କ୍ଲିକ୍ କରିବା ସହ ଗୋଟିଏ Circleକୁ ଚୟନ କରନ୍ତୁ |
10:40 | ଏହାକୁ Draw page ମଧ୍ୟରେ ପ୍ରବେଶ କରନ୍ତୁ |
10:44 | ସର୍କଲର ଆଉଟଲାଇନର ଷ୍ଟାଇଲ୍ My Line Style ଭଳି ହେବ |
10:49 | ଏହା ମଧ୍ୟରେ Stadium ଟାଇପ୍ କରନ୍ତୁ |
10:53 | ବର୍ତ୍ତମାନ, ଅବଜେକ୍ଟଗୁଡିକୁ combine, merge, subtract ଓ intersect କରି ଶିଖିବା |
10:59 | ଅବଜେକ୍ଟଗୁଡିକର ଗ୍ରୁପିଙ୍ଗ ଓ କମ୍ବାଇନ୍ ମଧ୍ୟରେ ପାର୍ଥ୍ୟକ୍ୟ କ’ଣ? |
11:03 | ଯେତେବେଳେ ଅବଜେକ୍ଟଗୁଡିକ ଗ୍ରୁପ୍ ହୁଅନ୍ତି ସେତେବେଳେ ଅନେକ ଅବଜେକ୍ଟଗୁଡିକୁ କେବଳ ଏକାଠି ରଖାଯାଇଥାଏ |
11:09 | ଯେତେବେଳେ ଅବଜେକ୍ଟଗୁଡିକୁ କମ୍ବାଇନ୍ କରାଯାଏ, ନୁତନ ଅବଜେକ୍ଟ ସୃଷ୍ଟି ହୋଇଥାଏ |
11:13 | ଏହି ବିକଳ୍ପଗୁଡିକୁ ବ୍ୟବହାର କରିବା ପାଇଁ ତିନୋଟି ଅବଜେକ୍ଟକୁ ବ୍ୟବହାର କରନ୍ତୁ |
11:18 | ପ୍ରଥମେ, Draw ଫାଇଲରେ ଗୋଟିଏ ନୁତନ ପେଜକୁ ସଂଯୁକ୍ତ କରନ୍ତୁ |
11:23 | Drawing toolbar ସାହାଯ୍ୟରେ ଗୋଟିଏ ସର୍କଲକୁ ଅଂକନ କରନ୍ତୁ-Basic Shapes ଉପରେ କ୍ଲିକ୍ କରିବା ସହ Circleକୁ ଚୟନ କରନ୍ତୁ |
11:32 | Draw ପେଜ୍ ଉପରେ mouseକୁ ଚାଳନା କରିବା ସହିତ ଏହାକୁ ତଳକୁ ଡ୍ରାଗ୍ କରନ୍ତୁ |
11:35 | ଦ୍ଵିତୀୟ ଅବଜେକ୍ଟ ଭାବେ Diamond ଅଂକନ କରନ୍ତୁ |
11:38 | Drawing toolbarରେ ଥିବା Basic Shapes ଉପରେ କ୍ଲିକ୍ କରିବା ସହ Diamondକୁ ଚୟନ କରନ୍ତୁ |
11:43 | Draw ପେଜ୍ ଉପରେ କର୍ସରକୁ ଚାଳନା କରିବା ସହ ଏହାକୁ ତଳକୁ ଡ୍ରାଗ୍ କରନ୍ତୁ ଏବଂ ମେନୁ ବାରରେ ଥିବା Area Style / Filling ଡ୍ରପ୍-ଡାଉନ୍ ବଟନକୁ ଚୟନ କରିବା ସହିତ କଲର୍ Red 3କୁ ଚୟନ କରନ୍ତୁ |
11:55 | ତୃତୀୟ ଅବଜେକ୍ଟ ଭାବେ ଗୋଟିଏ ରେକ୍ଟାଙ୍ଗଲ୍ ଅଙ୍କନ କରିବା ସହିତ ଏହି ଅବଜେକ୍ଟକୁ କଲର୍ Green 6 ଦିଅନ୍ତୁ |
12:02 | Shift କୀକୁ ଦାବି ଧରିବା ସହିତ ପ୍ରତ୍ୟେକ ଅବଜେକ୍ଟ ଉପରେ କ୍ଲିକ୍ କରି ତିନୋଟି ଅବଜେକ୍ଟକୁ ଚୟନ କରନ୍ତୁ |
12:11 | Context ମେନୁ ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Combineରେ କ୍ଲିକ୍ କରନ୍ତୁ |
12:14 | ଗୋଟିଏ ନୁତନ ଅବଜେକ୍ଟ ସୃଷ୍ଟି ହୋଇଛି! |
12:18 | ଧ୍ୟାନଦିଅନ୍ତୁ ଯେ ନୁତନ ଅବଜେକ୍ଟ ପଛରେ ଓ ଶେଷରେ ଥିବା ଅବଜେକ୍ଟର କଲରକୁ ଧାରଣ କରିବ |
12:24 | CTRL+Z କୀଗୁଡିକୁ ଏକସଙ୍ଗେ ଦାବି ଏହି କାର୍ଯ୍ୟକୁ undo କରନ୍ତୁ |
12:29 | ଫିଗରଗୁଡିକୁ ପୁନର୍ବାର ଚୟନ କରନ୍ତୁ ଏବଂ context ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
12:35 | Shapesକୁ ଚୟନ କରିବା ସହ Mergeରେ କ୍ଲିକ୍ କରନ୍ତୁ |
12:38 | ଅନ୍ୟ ଏକ ନୁତନ ଆକାର ସୃଷ୍ଟି ହୋଇଯାଇଛି! |
12:41 | ମନେରଖନ୍ତୁ ଏହି ଫଙ୍କଶନଗୁଡିକ ଉପରେ ଆପଣ ଯେତେ ପ୍ରୟୋଗ କରିବେ ଆପଣ ସେତେ ଶିଖିପାରିବେ |
12:48 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
12:51 | ଏହି ଟ୍ୟୁଟୋରିଆଲରେ ଆମେ Grids, Guides ଓ snap lines ବ୍ୟବହାର କରି ସଠିକତାର ସହ କିପରି ଅବଜେକ୍ଟଗୁଡିକୁ ଏଲାଇନ୍ କରାଯାଏ ଶିଖିଲେ |
12:59 | ଅବଜେକ୍ଟଗୁଡିକୁ Duplicate, Resize ଓ distribute କରିବା ମଧ୍ୟ ଶିଖିଲେ |
13:06 | ଆମେ ନୁତନ ଲାଇନ୍ ଷ୍ଟାଇଲଗୁଡିକୁ ସୃଷ୍ଟି କରି ଶିଖିଲେ ଏବଂ Combine, Merge, Subtract, Intersectକୁ ବ୍ୟବହାର କରି |
13:12 | ନୁତନ ଅବଜେକ୍ଟଗୁଡିକୁ କିପରି ସୃଷ୍ଟି କରାଯାଏ ତାହା ମଧ୍ୟ ଶିଖିଲେ |
13:17 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
13:20 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
13:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
13:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
13:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
13:43 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
14:10 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |