LibreOffice-Suite-Draw/C3/Import-and-Export-Images/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, LibreOffice Drawରେ ଥିବା Import and Export Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, ଗୋଟିଏ Draw pageରେ ଏମେଜଗୁଡିକୁ import ଓ ଗୋଟିଏ Draw ଫାଇଲକୁ ବିଭିନ୍ନ file formatଗୁଡିକରେ save କରି ଶିଖିବା |
00:16 | Drawରେ ଆମେ ଉଭୟ vector ଓ bitmap କିମ୍ବା raster ଇମେଜଗୁଡିକୁ import ଓ export କରିପାରିବା |
00:23 | ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି |
00:32 | RouteMap ଫାଇଲକୁ ଖୋଲନ୍ତୁ |
00:35 | ଏହି ଟ୍ୟୂଟୋରିଆଲ୍ ଉଦ୍ଦେଶ୍ୟରେ, WaterCycle ଚିତ୍ରର ଗୋଟିଏ JPEG ଫାଇଲକୁ ସୃଷ୍ଟି କରାଯାଇ Desktopରେ ସେଭ୍ କରାଯାଇସରିଛି |
00:46 | ଏହି ଇମେଜକୁ ଆମ Draw ଫାଇଲ୍ ମଧ୍ୟକୁ import କରନ୍ତୁ |
00:49 | ଏହି ଇମେଜକୁ ବନ୍ଦ କରନ୍ତୁ |
00:52 | ପ୍ରଥମେ, ଯେଉଁ pageରେ ଇମେଜଟିକୁ ଇମ୍ପୋର୍ଟ କରିବାକୁ ଚାହାଁନ୍ତି ତାହାକୁ ଚୟନ କରନ୍ତୁ |
00:57 | ଗୋଟିଏ ନୁତନ ପେଜକୁ ଇନସର୍ଟ କରିବା ସହିତ ଏହାକୁ ଚୟନ କରନ୍ତୁ |
01:01 | vector କିମ୍ବା bitmap ଇମେଜଗୁଡିକୁ ଇମ୍ପୋର୍ଟ କରିବା ସହିତ Insert ଟାବ୍ ଉପରେ କ୍ଲିକ୍ କରି Picture ଚୟନ କରନ୍ତୁ |
01:08 | ତା’ପରେ From Fileରେ କ୍ଲିକ୍ କରନ୍ତୁ |
01:10 | Insert picture ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
01:14 | ବର୍ତ୍ତମାନ Water Cycle.jpegକୁ ଚୟନ କରନ୍ତୁ |
01:17 | ଯଦି Open ଉପରେ କ୍ଲିକ୍ କରନ୍ତି ତେବେ ଇମେଜଟି ଫୀଜିକାଲୀ ଆମ Draw ଫାଇଲରେ ଏମ୍ବେଡ୍ ହୋଇଯିବ |
01:24 | ଯଦି ଏଠାରେ ଥିବା Link ବକ୍ସରେ ଚେକ୍ କରିବା ତେବେ ଏମେଜଟି path ଦ୍ଵାରା ଲିଙ୍କ ହୋଇଯିବ |
01:29 | Open ଉପରେ କ୍ଲିକ୍ କରନ୍ତୁ |
01:32 | ଇମେଜଟି କେବଳ ଗୋଟିଏ link ଭାବେ ଷ୍ଟୋର୍ ହେବ ବୋଲି ଏକ ବାର୍ତ୍ତା ଦୃଶ୍ୟମାନ ହେବ |
01:37 | Keep Link ଉପରେ କ୍ଲିକ୍ କରନ୍ତୁ |
01:40 | Draw ଫାଇଲରେ ଛବିଟି ଗୋଟିଏ link ଭାବେ ଇନସର୍ଟ ହୋଇଛି |
01:44 | ଲିଙ୍କଗୁଡିକୁ ସହଜରେ ବାହାର ମଧ୍ୟ କରିହେବ |
01:48 | Main ମେନୁକୁ ଯା’ନ୍ତୁ, Editକୁ ଚୟନ କରିବା ସହିତ Linkରେ କ୍ଲିକ୍ କରନ୍ତୁ |
01:53 | Edit Links ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
01:57 | ଏହି ଡାଇଲଗ୍ ବକ୍ସ Draw ଫାଇଲରେ ଥିବା ସମସ୍ତ linkଗୁଡିକୁ ତାଲିକାଭୁକ୍ତ କରିବ |
02:02 | WaterCycle ଛବି ପାଇଁ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
02:06 | Break Linkରେ କ୍ଲିକ୍ କରନ୍ତୁ |
02:09 | Draw ଗୋଟିଏ କନଫର୍ମ ବାର୍ତ୍ତା ପ୍ରଦର୍ଶନ କରିବ. Yesରେ କ୍ଲିକ୍ କରନ୍ତୁ |
02:14 | ଲିଙ୍କଟି ବାହାର ହୋଇଯାଇଛି. ବର୍ତ୍ତମାନ, Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:20 | କିନ୍ତୁ, ଆପଣ ଲକ୍ଷ୍ୟ କରନ୍ତୁ ଯେ ଏବେ ମଧ୍ୟ ଛବିଟି ଫାଇଲରେ ଉପସ୍ଥିତ ଅଛି |
02:25 | ଯେତେବେଳେ ଆପଣ ଗୋଟିଏ ଲିଙ୍କକୁ ବ୍ରେକ୍ କରିବେ, ଛବିଟି ଅଟୋମାଟିକାଲୀ Draw ଫାଇଲରେ ଏମ୍ବେଡ୍ ହୋଇଯିବ |
02:31 | ବର୍ତ୍ତମାନ ଛବିଟିକୁ ଡିଲିଟ୍ କରନ୍ତୁ. ଛବିଟିକୁ ଚୟନ କରିବା ସହିତ Delete ବଟନକୁ ଦାବନ୍ତୁ |
02:39 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
02:42 | ଦୁଇଟି Draw file ସୃଷ୍ଟି କରନ୍ତୁ |
02:44 | ଗୋଟିଏ ଫାଇଲରେ ଏକ ଇମେଜକୁ ଇନସର୍ଟ କରିବା ସହିତ ଏହାକୁ save କରନ୍ତୁ |
02:48 | ଅନ୍ୟ ଫାଇଲରେ ଗୋଟିଏ ଇମେଜକୁ Embed କରିବା ସହିତ ଏହାକୁ ସେଭ୍ କରନ୍ତୁ |
02:52 | ଉଭୟ ଫାଇଲର ଆକାରକୁ ତୂଳନା କରନ୍ତୁ |
02:55 | ଯେଉଁ ଫାଇଲରେ ଇମେଜକୁ ଲିଙ୍କ କରାଯାଇଛି, ସେହି ଇମେଜର ଆକାରକୁ ପରିବର୍ତ୍ତନ କରନ୍ତୁ |
03:00 | ଅସଲ ଫାଇଲରେ ପରିବର୍ତ୍ତନ ପ୍ରତିଫଳିତ ହେଉଛି କି ନାହିଁ ଯାଞ୍ଚ କରନ୍ତୁ |
03:05 | ତା’ପରେ, WaterCycle ରେଖାଚିତ୍ରକୁ ଏହି ଫାଇଲ୍ ମଧ୍ୟକୁ ଗୋଟିଏ Draw ଇମେଜ ଭାବେ ସିଧାସଳଖ import କରନ୍ତୁ |
03:13 | Main ମେନୁରେ Insertରେ କ୍ଲିକ୍ କରିବା ସହିତ Fileକୁ ଚୟନ କରନ୍ତୁ |
03:18 | Insert File ଡାଇଲଗ୍ ବକ୍ସ ଖୋଲିଯିବ |
03:21 | ତାଲିକାରୁ, Draw ଫାଇଲ୍ WaterCycle.odgକୁ ଚୟନ କରନ୍ତୁ |
03:28 | Openରେ କ୍ଲିକ୍ କରନ୍ତୁ |
03:30 | Insert slides/objects ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
03:34 | ଫାଇଲ୍ path ପରେ ଥିବା ପ୍ଲସ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
03:38 | ଆପଣ slideଗୁଡିକର ଗୋଟିଏ ତାଲିକା ଥିବା ଦେଖିପାରିବେ |
03:41 | WaterCycle ରେଖାଚିତ୍ର ସହିତ ପ୍ରଥମ ସ୍ଲାଇଡକୁ ଚୟନ କରନ୍ତୁ |
03:46 | ଆପଣ page କିମ୍ବା objectକୁ ଗୋଟିଏ link ଭାବେ ମଧ୍ୟ ଇନସର୍ଟ କରିପାରିବେ |
03:51 | ଏହା କରିବା ପାଇଁ, ଚେକ୍ ବକ୍ସ Linkରେ କ୍ଲିକ୍ କରନ୍ତୁ |
03:55 | OKରେ କ୍ଲିକ୍ କରନ୍ତୁ |
03:57 | ଅବଜେକ୍ଟଗୁଡିକ ନୁତନ ଫର୍ମାଟରେ ଫିଟ୍ ହେଉଛନ୍ତି କି ନାହିଁ, ଏହି ପ୍ରଶ୍ନ ସହିତ ଗୋଟିଏ କନଫର୍ମେଶନ୍ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
04:05 | Yesରେ କ୍ଲିକ୍ କରନ୍ତୁ |
04:07 | ସ୍ଲାଇଡଟି ଫାଇଲ୍ ମଧ୍ୟରେ ଗୋଟିଏ ନୁତନ ପେଜରେ ଇନସର୍ଟ ହୋଇଯିବ |
04:12 | ତା’ପରେ, Drawରୁ ଇମେଜଗୁଡିକୁ export କରି ଶିଖିବା |
04:17 | Drawରେ ଗୋଟିଏ ଫାଇଲକୁ ଏକ୍ସପୋର୍ଟ କରିବା ଅର୍ଥ- ଗୋଟିଏ Draw ଫାଇଲରେ ରୂପାନ୍ତର କରିବା କିମ୍ବା ଗୋଟିଏ Draw ଫାଇଲର ଏକ ପେଜକୁ କିମ୍ବା ଏକ ଅବଜେକ୍ଟକୁ ଗୋଟିଏ ଭିନ୍ନ ଫାଇଲ୍ ଫର୍ମାଟକୁ ରୂପାନ୍ତର କରିବା |
04:29 | ଉଦାହରଣସ୍ଵରୂପ, Draw ଫାଇଲ୍ ଗୋଟିଏ PDF, HTML, JPEG କିମ୍ବା ଏକ bitmap ଫାଇଲକୁ ରୂପାନ୍ତର କରାଯାଇପାରିବ |
04:39 | ଫାଇଲ୍ ଫର୍ମାଟଗୁଡିକ ଯେପରି PDF, Flash ଓ HTML, ସର୍ବଦା ସମଗ୍ର Draw ଫାଇଲକୁ ଏକ୍ସପୋର୍ଟ କରିଥା’ନ୍ତି |
04:47 | RouteMap ଫାଇଲକୁ ମିନିମାଇଜ୍ କରନ୍ତୁ |
04:51 | Draw ରେ ଥିବା WaterCycle ରେଖାଚିତ୍ରକୁ କିପରି JPEG ଫର୍ମାଟରେ ରୂପାନ୍ତର ହେବାକୁ ନେଇ ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? |
04:58 | ଏହା କିପରି କରାଗଲା ତାହା ମୁଁ ପ୍ରଦର୍ଶନ କରିବି |
05:01 | WaterCycle ଫାଇଲକୁ ଖୋଲନ୍ତୁ |
05:05 | ତା’ପରେ, Pages ପ୍ୟାନେଲରୁ, WaterCycle ରେଖାଚିତ୍ର ଥିବା ପେଜକୁ ଚୟନ କରନ୍ତୁ |
05:11 | Main ମେନୁରେ ଥିବା Fileରେ କ୍ଲିକ୍ କରିବା ସହିତ Exportକୁ ଚୟନ କରନ୍ତୁ |
05:16 | Export ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
05:18 | Filename ଫିଲ୍ଡରେ ନାମ WaterCycleDiagramକୁ ପ୍ରବେଶ କରନ୍ତୁ |
05:24 | Places ପ୍ୟାନେଲରେ Desktopକୁ ବ୍ରାଉଜ୍ କରିବା ସହିତ ଚୟନ କରନ୍ତୁ |
05:29 | File type ଫିଲ୍ଡରେ, ବିକଳ୍ପ JPEGକୁ ଚୟନ କରନ୍ତୁ. କିନ୍ତୁ ଆପଣ Draw ଫାଇଲକୁ ଚାହୁଁଥିବା ଯେକୌଣସି ଫାଇଲରେ save କରିପାରିବେ |
05:38 | Selection ଚେକ୍ ବକ୍ସକୁ ଚେକ୍ କରନ୍ତୁ |
05:42 | Saveରେ କ୍ଲିକ୍ କରନ୍ତୁ. JPEG Options ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
05:47 | ଏହି ଡାଇଲଗ୍ ବକ୍ସରେ ଚୟନ ହୋଇଥିବା ଡିଫଲ୍ଟ ବିକଳ୍ପଗୁଡିକୁ ସେହିପରି ରଖନ୍ତୁ |
05:53 | OKରେ କ୍ଲିକ୍ କରନ୍ତୁ |
05:55 | WaterCycle ରେଖାଚିତ୍ର ଥିବା Draw ପେଜ୍ Desktop ଉପରେ ଗୋଟିଏ JPEG ଭାବେ ସେଭ୍ ହୋଇଯାଇଛି |
06:02 | ଏଠାରେ, Draw ଫାଇଲରୁ କେବଳ ଗୋଟିଏ ମାତ୍ର ପେଜ୍ JPEG ଫାଇଲକୁ ରୂପାନ୍ତର ହୋଇଛି |
06:08 | ଯଦି ଆପଣ PDF, Flash କିମ୍ବା HTML ଫର୍ମାଟରେ ସେଭ୍ କରିବେ ତେବେ Draw ଫାଇଲରେ ଥିବା ସମସ୍ତ ପେଜଗୁଡିକ ଏକ୍ସପୋର୍ଟ ହୋଇଯିବ |
06:18 | Draw ରେ ରାଷ୍ଟର୍ ଇମେଜଗୁଡିକୁ edit ମଧ୍ୟ କରାଯାଇପାରିବ |
06:22 | ରାଷ୍ଟର୍ ଇମେଜଗୁଡିକୁ Format ମେନୁକୁ ବ୍ୟବହାର କରି ଫର୍ମାଟ୍ କରାଯାଇପାରିବ |
06:26 | ଆପଣ ଏହି ଛବିଗୁଡିକୁ ଏଡିଟ୍ କରିବା ପାଇଁ Picture ଟୂଲ୍ ବାରକୁ ମଧ୍ୟ ବ୍ୟବହାର କରିପାରିବେ |
06:31 | ଏହା ଆମକୁ LibreOffice Draw ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:37 | ଏହି ଟ୍ୟୁଟୋରିଆଲରେ ଆମେ, ଇମେଜଗୁଡିକୁ ଇମ୍ପୋର୍ଟ ଓ ଏକ୍ସପୋର୍ଟ କରିବା ଏବଂ Draw objectଗୁଡିକୁ ବିଭିନ୍ନ ଫାଇଲ୍ ଫର୍ମାଟରେ ସେଭ୍ କରିବା ଶିଖିଲେ |
06:47 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
06:50 | ଇଣ୍ଡିଭିଜୁଆଲ୍ ଅବଜେକ୍ଟଗୁଡିକୁ କିମ୍ବା ଚୟନୀତ ଅବଜେକ୍ଟଗୁଡିକର ଗୋଟିଏ ଗ୍ରୁପକୁ ମଧ୍ୟ ଏକ୍ସପୋର୍ଟ କରାଯାଇପାରିବ |
06:56 | Draw ଫାଇଲ୍ WaterCycleରେ ଥିବା କେବଳ ଆକାଶ ଓ ପର୍ବତଗୁଡିକୁ JPEG ଫର୍ମାଟରେ ରୂପାନ୍ତର କରନ୍ତୁ |
07:05 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
07:09 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:12 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:28 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:35 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:48 | ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:01 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |