LibreOffice-Suite-Draw/C2/Basics-of-working-with-objects/Oriya

From Script | Spoken-Tutorial
Jump to: navigation, search
Time Narration
00:02 LibreOffice Draw ରେ ଅବଜେକ୍ଟ ସହିତ କାମ କରିବାର ବେସିକ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:11 ଅବଜେକ୍ଟକୁ Cut, copy, paste କରିବା
00:14 handles ବ୍ୟବହାର କରି ଅବଜେକ୍ଟକୁ Re-size କରିବା
00:17 ଅବଜେକ୍ଟଗୁଡ଼ିକୁ ଆରେଞ୍ଜ କରିବା
00:19 ଅବଜେକ୍ଟଗୁଡ଼ିକୁ group ଓ ungroup କରିବା
00:21 ଗୋଟିଏ groupରେ, ଏକ ଅବଜେକ୍ଟକୁ ଏଡିଟ୍ କରିବା
00:24 ଗୋଟିଏ group ମଧ୍ୟରେ ଅବଜେକ୍ଟକୁ ଘୁଞ୍ଚାଇବା
00:28 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
00:37 ଆମେ ଡେସ୍କଟପରେ ସେଭ୍ କରିଥିବା “WaterCycle” ଫାଇଲ୍କୁ ଖୋଲନ୍ତୁ
00:42 ଏବେ ଏହି ଛବିରେ ତିନୋଟି ଅଧିକ clouds କପୀ କରି ପେଷ୍ଟ କରନ୍ତୁ
00:47 ପ୍ରଥମେ cloud ସିଲେକ୍ଟ କରନ୍ତୁ, ତାହାପରେ context menu ପାଇଁ ରାଇଟ୍-କ୍ଲିକ୍ କରି “Copy” କ୍ଲିକ୍ କରନ୍ତୁ
00:54 ଏହାପରେ ପେଜ୍ ଉପରେ କର୍ସର୍ ରଖନ୍ତୁ, ପୁଣିଥରେ context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ ଓ “Paste” କ୍ଲିକ୍ କରନ୍ତୁ
01:02 କିନ୍ତୁ ଆମେ କେବଳ ଗୋଟିଏ cloud ଦେଖିପାରିବା !
01:05 ଆମେ କପି କରି ପେଷ୍ଟ କରିଥିବା cloud କୁଆଡ଼େ ଗଲା ?
01:08 କପି କରାଯାଇଥିବା cloud, original cloud ଉପରେ ପେଷ୍ଟ ହୋଇଛି !
01:13 cloudକୁ ସିଲେକ୍ଟ କରି ବାମକୁ ଘୁଞ୍ଚାନ୍ତୁ
01:17 ଚାଲନ୍ତୁ ସମାନ ଢଙ୍ଗରେ ଆଉ ଗୋଟିଏ cloud ତିଆରି କରିବା
01:21 Cloud ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Copy” କ୍ଲିକ୍ କରନ୍ତୁ
01:26 ପୁଣିଥରେ context menu ପାଇଁ ରାଇଟ୍ କ୍ଲିକ୍ କରି “Paste” କ୍ଲିକ୍ କରନ୍ତୁ
01:30 ଏବେ ସେହି cloud କୁ ସିଲେକ୍ଟ କରନ୍ତୁ ଏବଂ ବାମକୁ ଘୁଞ୍ଚାନ୍ତୁ
01:37 ଅବଜେକ୍ଟ ଗୁଡିକର କପି କରିବା ପାଇଁ ଆମେ short cut କୀ ମଧ୍ୟ ବ୍ୟବହାର କରିପାରିବା
01:41 ଅବଜେକ୍ଟକୁ କପି କରିବା ପାଇଁ CTRL+C
01:44 ଅବଜେକ୍ଟକୁ ପେଷ୍ଟ କରିବା ପାଇଁ CTRL+V
01:47 ଅବଜେକ୍ଟକୁ cut କରିବା ପାଇଁ CTRL+X
01:50 cloud ସିଲେକ୍ଟ କରନ୍ତୁ ଏବଂ ଏକକାଳୀନ CTRL ଏବଂ C କୀ ଦାବନ୍ତୁ
01:55 Cloud କପି ହୋଇଯାଇଛି
01:57 ପେଷ୍ଟ କରିବା ପାଇଁ, ଏକକାଳୀନ CTRL ଏବଂ V କୀ ଦାବନ୍ତୁ
02:02 ଏବେ cloud ସିଲେକ୍ଟ କରନ୍ତୁ ଏବଂ ବାଞ୍ଛିତ ସ୍ଥାନରେ ରଖନ୍ତୁ
02:08 ଟ୍ୟୁଟୋରିଆଲକୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ
02:11 ଡ୍ର ଫାଇଲରେ ଦୁଇଟି ପେଜ୍ ଯୋଡ଼ନ୍ତୁ
02:14 ପ୍ରଥମ ପେଜରେ ଦୁଇଟି ଅବଜେକ୍ଟ ଆଙ୍କନ୍ତୁ
02:18 ପ୍ରଥମ ପେଜରୁ ଦ୍ୱିତୀୟ ପେଜକୁ ଗୋଟିଏ ଅବଜେକ୍ଟ କପି କରନ୍ତୁ
02:22 କପି କରାଯାଇଥିବା ଅବଜେକ୍ଟ କେଉଁଠି ରହିଲା, ଚେକ୍ କରନ୍ତୁ
02:25 ଏକ ଅବଜେକ୍ଟ କଟ୍ କରି ପେଷ୍ଟ କରନ୍ତୁ, ଏଥିପାଇଁ ଆପଣ short-cut କୀ ବ୍ୟବହାର କରିପାରିବେ
02:31 କଟ୍ କଲାବେଳେ, ଯଦି ଅବଜେକ୍ଟର କପି ତିଆରି ହୋଇଛି, ଚେକ୍ କରନ୍ତୁ
02:36 Cloud ର ସାଇଜ୍ କମାଇବା
02:38 ତେବେ, ପ୍ରଥମେ ଏହାକୁ ସିଲେକ୍ଟ କରନ୍ତୁ
02:40 ଏବେ handle ଗୁଡ଼ିକ ଦେଖାଯିବ
02:43 ଏହାପରେ arrowhead ଦିଶିବା ପର୍ଯ୍ୟନ୍ତ ଗୋଟିଏ handle ଉପରେ କର୍ସର୍ ରଖିବା
02:50 ଏବେ cloud କୁ ଛୋଟ କରିବା ପାଇଁ, ମାଉସର ବାମ ବଟନ୍ ଦାବି ଆରୋକୁ ଭିତର ଆଡକୁ ଡ୍ରାଗ୍ କରନ୍ତୁ
02:57 ଏହାକୁ ବଡ଼ କରିବା ପାଇଁ, ଆରୋକୁ ବାହାର ଆଡକୁ ଡ୍ରାଗ୍ କରନ୍ତୁ
03:00 ଏହି ଆରୋକୁ ଲମ୍ବା କରିବା ପାଇଁ, ପ୍ରଥମେ ସିଲେକ୍ଟ କରନ୍ତୁ
03:04 ଏବେ ଗୋଟିଏ handle ଉପରେ କର୍ସର୍ ବୁଲାନ୍ତୁ
03:07 କର୍ସରର ଅଗ୍ରଭାଗରେ ଏକ square beneath ସହିତ ଏକ ଛୋଟିଆ transparent arrow ଦେଖାଯିବ
03:14 ଏବେ କୀବୋର୍ଡରେ “Shift” କୀ ଦାବନ୍ତୁ, arrow’s handle ବ୍ୟବହାର କରି ମାଉସର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ
03:25 Shift କୀ ଦାବି ଅବଜେକ୍ଟକୁ re-size କରିବା ବହୁତ ସହଜ, ନୁହେଁ କି ?
03:32 ଏକ ଅବଜେକ୍ଟର handles ବ୍ୟବହାର କରି re-size କରିବାକୁ “Dynamic Resizing” କୁହାଯାଏ
03:38 ଏହାର ଅର୍ଥ, ଆମେ ସଠିକ୍ ମେଜର୍ମେଣ୍ଟ ବ୍ୟବହାର କରୁନାହୁଁ
03:42 ପରବର୍ତ୍ତୀ ଟ୍ୟୁଟୋରିଆଲରେ, ଠିକ୍ ଭାବରେ ଅବଜେକ୍ଟକୁ re-size କରିବା ଶିଖିବା
03:47 ସମାନ ଢଙ୍ଗରେ ଏହି ଆୟତକ୍ଷେତ୍ରର ପ୍ରସ୍ଥ ବଢ଼ାଇବା
03:52 ଆୟତକ୍ଷେତ୍ରକୁ ସିଲେକ୍ଟ କରନ୍ତୁ, କୀବୋର୍ଡରେ Shift କୀ ଦାବି ଏହାକୁ ଉପରକୁ ଡ୍ରାଗ୍ କରନ୍ତୁ
03:59 Draw window ର ତଳେ ଥିବା “Status” bar କୁ ଦେଖନ୍ତୁ
04:03 ଧ୍ୟାନଦିଅନ୍ତୁ, ପୁଣିଥରେ ଆୟତକ୍ଷେତ୍ରକୁ re-size କଲେ, dimension ପରିବର୍ତ୍ତନ ହେବ
04:09 “Status” bar, ଅବଜେକ୍ଟର ପରିବର୍ତ୍ତନକୁ position ଏବଂ dimension ରେ ଦେଖାଇବ
04:16 ଏବେ ଏଠାରେ ଦେଖାଯାଇଥିବା ପରି, ବାଦଲ ଏବଂ ସୂର୍ଯ୍ୟକୁ ସଜାନ୍ତୁ
04:20 ବାଦଲଗୁଡ଼ିକୁ ଚିହ୍ନଟ କରିବା ପାଇଁ, ବାମରୁ ଡାହାଣକୁ 1, 2, 3, 4, ସଂଖ୍ୟାଦ୍ୱାରା ଚିହ୍ନିତ କରନ୍ତୁ
04:29 ସଂଖ୍ୟାଗୁଡିକୁ ଭର୍ତ୍ତି କରିବା ପାଇଁ ଏହି ବାଦଲକୁ ସିଲେକ୍ଟ କରନ୍ତୁ, double-click କରି 1 ଟାଇପ୍ କରନ୍ତୁ
04:36 ସେହିପରି ଅନ୍ୟ ବାଦଲଗୁଡ଼ିକୁ ମଧ୍ୟ ସଂଖ୍ୟାଦ୍ୱାରା ଚିହ୍ନିତ କରନ୍ତୁ
04:44 ଏବେ cloud 4 କୁ ସିଲେକ୍ଟ କରନ୍ତୁ ଏବଂ ସୂର୍ଯ୍ୟ ଉପରେ ରଖନ୍ତୁ
04:49 ଏହାକୁ ସୂର୍ଯ୍ୟଙ୍କ ପଛକୁ ପଠାଇବା ପାଇଁ, context menu ପାଇଁ cloud ଉପରେ ରାଇଟ୍-କ୍ଲିକ୍ କରନ୍ତୁ
04:55 “Arrange” କ୍ଲିକ୍ କରି “Send Backward” ସିଲେକ୍ଟ କରନ୍ତୁ
04:58 ଏବେ Cloud 4 ସୂର୍ଯ୍ୟଙ୍କ ପଛକୁ ଚାଲିଗଲା
05:02 “Send Backward”, ଏକ ଅବଜେକ୍ଟକୁ ସାମ୍ପ୍ରତିକ ଲେୟାର୍ ପଛକୁ ପଠାଇଦିଏ
05:07 ଏବେ cloud 3 କୁ ସିଲେକ୍ଟ କରି ସୂର୍ଯ୍ୟଙ୍କ ଉପରେ ରଖନ୍ତୁ
05:12 context menu ପାଇଁ ରାଇଟ୍-କ୍ଲିକ୍ କରନ୍ତୁ, “Arrange” କ୍ଲିକ୍ କରି “Send to Back” ସିଲେକ୍ଟ କରନ୍ତୁ
05:18 ଏବେ Cloud 3, ସୂର୍ଯ୍ୟ ଏବଂ cloud 4 ର ପଛରେ ରହିଲା
05:23 “Send to Back”, ଏକ ଅବଜେକ୍ଟକୁ ଶେଷ ଲେୟାରକୁ ପଠାଇଦିଏ
05:28 ସ୍ଲାଇଡରେ ଦିଆଯାଇଥିବା ଭଳି, ଏବେ ଏହି ବାଦଲଗୁଡ଼ିକୁ ସଜାଇବା ଅତି ସହଜ ହୋଇଗଲା
05:32 cloud 4 ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍-କ୍ଲିକ୍ କରନ୍ତୁ, “Arrange” କ୍ଲିକ୍ କରି “Bring to Front” ସିଲେକ୍ଟ କରନ୍ତୁ
05:40 “Bring to Front”, ଏକ ଅବଜେକ୍ଟକୁ ପ୍ରଥମ ଲେୟାରକୁ ଆଣେ
05:44 ଏହାପରେ cloud 3 ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍-କ୍ଲିକ୍ କରନ୍ତୁ, “Arrange” କ୍ଲିକ୍ କରି “Bring Forward” ସିଲେକ୍ଟ କରନ୍ତୁ
05:52 “Bring Forward”, ଏକ ଅବଜେକ୍ଟକୁ ଗୋଟିଏ ଲେୟାର୍ ଆଗକୁ ଆଣେ
05:57 ଏବେ cloud 2 ସିଲେକ୍ଟ କରି cloud 1 ଉପରେ ରଖନ୍ତୁ
06:01 ସ୍ଲାଇଡରେ ପ୍ରଦର୍ଶିତ ପରି ବାଦଲଗୁଡ଼ିକ ସଜାଡ଼ି ହୋଇ ରହିଲା
06:07 ଏହାପରେ cloud ରୁ ସଂଖ୍ୟାଗୁଡ଼ିକୁ ଡିଲିଟ୍ କରନ୍ତୁ
06:10 ସେହିପରି Cloud ସିଲେକ୍ଟ କରି double-click କରନ୍ତୁ, ଏହାପରେ ସଂଖ୍ୟା ସିଲେକ୍ଟ କରନ୍ତୁ ଏବଂ କୀବୋର୍ଡରେ ଡିଲିଟ୍ କୀ ଦାବନ୍ତୁ
06:23 ଟ୍ୟୁଟୋରିଆଲକୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ
06:26 ଏକ circle, square ଏବଂ star ଆଙ୍କନ୍ତୁ ତଳେ ପ୍ରଦର୍ଶିତ ପରି ରଖନ୍ତୁ
06:32 ପ୍ରତ୍ୟେକ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ ଏବଂ arrange menu ରୁ ପ୍ରତ୍ୟେକ ଅପ୍ସନ୍ ପ୍ରୟୋଗ କରନ୍ତୁ
06:38 ପରୀକ୍ଷା କରନ୍ତୁ, ପ୍ରତ୍ୟେକ ଅପ୍ସନ୍ ପାଇଁ କିପରି ଛବିଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ ହେଉଛି
06:44 ଏହି ସ୍ଲାଇଡରେ ପ୍ରଦର୍ଶିତ ଅବଜେକ୍ଟକୁ ଉଚିତ୍ ସ୍ଥାନରେ ରଖନ୍ତୁ ଏବଂ bring "to front" ଓ sent "to back" ଅପ୍ସନ୍ ପରୀକ୍ଷା କରନ୍ତୁ
06:53 ଏହାପରେ ଗଛଗୁଡିକୁ ଆଡ୍ କରନ୍ତୁ, ଯେପରି Water Cycle diagram ପାଇଁ ଏହି ସ୍ଲାଇଡରେ ଦେଖାଯାଇଛି
06:59 ଏକ block arrow ଏବଂ ଏକ explosion ବ୍ୟବହାର କରି, ଗୋଟିଏ ଗଛ ଆଙ୍କିବା
07:05 ଚାଲନ୍ତୁ ଇନ୍ସର୍ଟ ଏବଂ ପରେ ସ୍ଲାଇଡ୍ ଉପରେ କ୍ଲିକ୍ କରି, ଏହି ଡ୍ର ଫାଇଲରେ ଏକ ନୂଆ ପେଜ୍ ଯୋଡ଼ିବା
07:11 ଏହା ଆମ ଫାଇଲରେ ଏକ ନୂଆ ପେଜ୍ ଯୋଡ଼ିବ
07:15 ଗଛର ଗଣ୍ଡି ଆଙ୍କିବା ପାଇଁ, Drawing toolbar ରୁ “Block Arrows” ସିଲେକ୍ଟ କରନ୍ତୁ
07:21 ଉପଲବ୍ଧ ଆକୃତିଗୁଡ଼ିକୁ ଦେଖିବା ପାଇଁ ଛୋଟ କଳା ତ୍ରିଭୂଜ ଉପରେ କ୍ଲିକ୍ କରନ୍ତୁ ଏବଂ “Split Arrow” ସିଲେକ୍ଟ କରନ୍ତୁ
07:28 ପେଜ୍ ଉପରେ କର୍ସର୍ ରଖନ୍ତୁ, ମାଉସର ବାମ ବଟନ୍ ଦାବି ତଳକୁ ଏବଂ ପ୍ରାନ୍ତକୁ ଡ୍ରାଗ୍ କରନ୍ତୁ
07:35 ଆପଣ ଦୁଇଟି ଡାଳ ଥିବା ଏକ ଗଛର ଗଣ୍ଡି ଆଙ୍କିଛନ୍ତି !
07:39 ଚାଲନ୍ତୁ ଡାଳରେ ପତ୍ର ଯୋଡ଼ିବା
07:42 Drawing toolbar ରୁ Stars ସିଲେକ୍ଟ କରନ୍ତୁ
07:45 ଏହାପରେ, ଛୋଟ କଳା ତ୍ରିଭୂଜ ଉପରେ କ୍ଲିକ୍ କରି “Explosion” ସିଲେକ୍ଟ କରନ୍ତୁ
07:51 ଏବେ ଡ୍ର ପେଜକୁ ଆସନ୍ତୁ, ଆରୋର ବାମ ଡାଳରେ କର୍ସର୍ ରଖନ୍ତୁ, ଆକାର ଆଙ୍କିବା ପାଇଁ ମାଉସ୍ର ବାମ ବଟନ୍ ଦାବି ବାମକୁ ଡ୍ରାଗ୍ କରନ୍ତୁ
08:01 ତେଣୁ, ଆମେ ଗଛରେ ପତ୍ରଗୁଡିକୁ ଆଡ୍ କଲେ !
08:04 ଆମେ ଏହି ଆକୃତିକୁ ଗଛର ଡାହାଣ ଡାଳରେ ମଧ୍ୟ କପି କରିବା
08:09 ଆକାର ସିଲେକ୍ଟ କରନ୍ତୁ
08:11 କପି ପାଇଁ କୀବୋର୍ଡରେ CTRL+C କୀ ଦାବନ୍ତୁ
08:15 ଏହାପରେ ପେଷ୍ଟ କରିବା ପାଇଁ CTRL+V କୀ ଦାବନ୍ତୁ
08:19 ଏବେ ଆକୃତିକୁ ଗଛର ଡାହାଣ ଡାଳକୁ ନିଅନ୍ତୁ
08:22 ଆମେ ଏକ ଗଛ ଆଙ୍କିଛେ !
08:25 ଗଛକୁ ସିଲେକ୍ଟ କରି ତଳକୁ ନିଅନ୍ତୁ
08:28 କେବଳ ଗଛର ଗଣ୍ଡି ତଳକୁ ଯିବ; ପତ୍ରଗୁଡ଼ିକ ନୁହେଁ !
08:32 ଏଠାରେ “Tree trunk” ଏବଂ ଦୁଇଟି “Leaves” ଭିନ୍ନ ଅବଜେକ୍ଟ ଭଳି ବ୍ୟବହାର କରନ୍ତି
08:38 ଗଛ ଗଣ୍ଡିକୁ ପୂର୍ବ ସ୍ଥାନରେ ରଖନ୍ତୁ
08:41 ଏବେ ଏକ ସିଙ୍ଗଲ୍ ୟୁନିଟ୍ ରେ ଗଛର ଗଣ୍ଡି ଓ ଦୁଇଟି ପତ୍ରକୁ କିପରି ଗ୍ରୁପ୍ କରାଯାଏ, ଶିଖିବା
08:47 ଏକ ଗ୍ରୁପରେ କୌଣସି ପରିବର୍ତ୍ତନ କଲେ, ଗ୍ରୁପ୍ ଭିତରେ ଥିବା ସମସ୍ତ ଅବଜେକ୍ଟ ପାଇଁ ଲାଗୁ ହେବ
08:53 ପ୍ରଥମେ ପେଜ୍ ଉପରେ କ୍ଲିକ୍ କରନ୍ତୁ, ତେବେ କୌଣସି ଅବଜେକ୍ଟ ସିଲେକ୍ଟ ହେବ ନାହିଁ
08:58 ଏହାପରେ, Drawing toolbar ରୁ "Select" କ୍ଲିକ୍ କରନ୍ତୁ
09:02 କର୍ସରକୁ ପେଜ୍ ଉପରକୁ ଆଣି କ୍ଲିକ୍ କରନ୍ତୁ
09:05 ଏବେ ମାଉସର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ, ତେବେଯାଇ ସମସ୍ତ ଅବଜେକ୍ଟ ସିଲେକ୍ଟ ହେବ
09:11 ଏକ dotted rectangle ଦେଖିପାରିବେ
09:14 ଏହି ଆୟତକ୍ଷେତ୍ର ଭିତରେ ଗଛର ସମସ୍ତ ଅବଜେକ୍ଟ ସିଲେକ୍ଟ ହୋଇଛି କି ନାହିଁ, ନିଶ୍ଚିତ ହୁଅନ୍ତୁ
09:20 ଗୋଟିଏ ଛାଡ଼ି ଗୋଟିଏ, Shift କୀ ଦବାଇ ଦୁଇଟି କିମ୍ବା ଅଧିକ ଅବଜେକ୍ଟ ସିଲେକ୍ଟ କରିପାରିବେ ଏବଂ ଏହାପରେ ପ୍ରତ୍ୟେକ ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
09:28 context menu ପାଇଁ ରାଇଟ୍ କ୍ଲିକ୍ କରି “Group” ସିଲେକ୍ଟ କରନ୍ତୁ
09:32 ଏବେ ଗଛ ଭିତରେ ଯେକୌଣସି ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ
09:36 ଯେମିତି ସେଗୁଡ଼ିକ ଯେପରି ଏକ ସିଙ୍ଗଲ୍ ଅବଜେକ୍ଟର ଅଂଶ, Handles ସେପରି ଦେଖାଯିବ
09:40 ଏହି ଅବଜେକ୍ଟଗୁଡ଼ିକ ଏବେ ଏକ ସିଙ୍ଗଲ୍ ୟୁନିଟ୍ ଭଳି ବ୍ୟବହାର କରିବେ
09:45 ଅଲଗା ଅବଜେକ୍ଟଗୁଡିକ ସଦୃଶ ସେଗୁଡ଼ିକୁ ଅନଗ୍ରୁପ୍ କରିବା ପାଇଁ, ଗଛକୁ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଏବଂ “Ungroup” ସିଲେକ୍ଟ କରନ୍ତୁ
09:52 ଏବେ ଅବଜେକ୍ଟଗୁଡ଼ିକ ତିନୋଟି ଭିନ୍ନ ଅବଜେକ୍ଟ ଭଳି ବ୍ୟବହାର କରିବେ
09:56 ପୁଣିଥରେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
09:58 Shift କୀ ଦବାଇ ଗୋଟିଏ ପରେ ଗୋଟିଏ ଅବଜେକ୍ଟ ସିଲେକ୍ଟ କରନ୍ତୁ
10:03 ରାଇଟ୍ କ୍ଲିକ୍ କରି “group" ସିଲେକ୍ଟ କରନ୍ତୁ
10:06 ଗଛକୁ ପ୍ରଥମ ପେଜ୍, ମାନେ ମୁଖ୍ୟ ଡ୍ରଇଂ ପେଜକୁ କପି କରନ୍ତୁ
10:10 ତେଣୁ କପି କରିବା ପାଇଁ “Ctrl C” ଦାବନ୍ତୁ, ପ୍ରଥମ ପେଜରେ କ୍ଲିକ୍ କରନ୍ତୁ ଏବଂ ପେଷ୍ଟ କରିବା ପାଇଁ “Ctrl V” ଦାବନ୍ତୁ
10:17 ଏବେ, ଏକ ଗ୍ରୁପ୍ ଭିତରେ ଗୋଟିଏ ଅବଜେକ୍ଟକୁ ଏଡିଟ୍ କରିବା ପାଇଁ କ’ଣ କରିବା ?
10:23 ଅବଜେକ୍ଟଗୁଡ଼ିକୁ ଅନଗ୍ରୁପ୍ ଏବଂ ରିଗ୍ରୁପ୍ ନକରି କିପରି ଏଡିଟ୍ କରାଯାଇପାରିବ, ଦେଖନ୍ତୁ
10:30 ଗ୍ରୁପକୁ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
10:33 “Enter Group” ସିଲେକ୍ଟ କରନ୍ତୁ
10:35 ଧ୍ୟାନଦିଅନ୍ତୁ ଯେ, ଗ୍ରୁପ୍ ବାହାରେ ଥିବା ସମସ୍ତ ଅବଜେକ୍ଟ ଡିସାବୁଲ୍ ହୋଇଛି
10:39 ଗ୍ରୁପ୍ ଭିତରେ ଥିବା ଅବଜେକ୍ଟଗୁଡ଼ିକ ଏଡିଟ୍ ହୋଇପାରିବ
10:43 ଉଦାହରଣ ସ୍ୱରୂପ- ଗଛର ଡାହାଣରେ ଥିବା ପତ୍ରଗୁଡିକୁ ସିଲେକ୍ଟ କରନ୍ତୁ ଏବଂ ସାଇଜ୍ କମାନ୍ତୁ
10:51 ଏହାକୁ undo କରିବା ପାଇଁ Ctrl + 'Z' ଦାବନ୍ତୁ ଏବଂ ଆଗକୁ ବଢ଼ନ୍ତୁ
10:56 ଏବେ ଗଛର ସାଇଜ୍ କମାଇବା ଉଚିତ୍, ଫଳରେ ଏହା Water Cycle drawing ଭିତରେ ରହିପାରିବ
11:02 ତେଣୁ, ଗ୍ରୁପର “Edit” ମୋଡ୍ କୁ exit କରିବାକୁ ପଡ଼ିବ
11:05 ଗ୍ରୁପ୍ କୁ exit କରିବା ପାଇଁ, ପେଜ୍ ଉପରେ କର୍ସର୍ ରଖି ରାଇଟ୍ କ୍ଲିକ୍ କରନ୍ତୁ ଏବଂ “Exit group” ସିଲେକ୍ଟ କରନ୍ତୁ
11:13 ଏବେ ଗ୍ରୁପ୍ ର “Edit” ମୋଡ୍ରୁ ବାହାରିଗଲେ
11:16 ଗଛକୁ ସିଲେକ୍ଟ କରନ୍ତୁ ଏବଂ right handle ବଟନ୍‍ ଉପରେ କର୍ସର୍ ବୁଲାନ୍ତୁ
11:21 କର୍ସର୍, re-sizing arrow ରେ ପରିବର୍ତ୍ତନ ହେବ
11:24 ଆରୋକୁ ଭିତରକୁ ଡ୍ରାଗ୍ କରନ୍ତୁ
11:26 ଆମେ ସମ୍ପୂର୍ଣ୍ଣ ଗଛର ସାଇଜ୍ କମାଇଛେ !
11:29 ଚାଲନ୍ତୁ ଏହି ଛବିରେ ଅଧିକ ତିନୋଟି ଗଛ ଯୋଗ କରିବା
11:32 ଗଛକୁ ସିଲେକ୍ଟ କରି କପି କରିବା ପାଇଁ “Ctrl C” ଦାବନ୍ତୁ ଏବଂ ପେଷ୍ଟ କରିବା ପାଇଁ ତିନିଥର “Ctrl V” ଦାବନ୍ତୁ
11:39 ଏହା ଗଛର ତିନୋଟି କପି ତିଆରି କରିବ
11:41 ଏବେ ସେଗୁଡ଼ିକୁ ବାଞ୍ଛିତ ସ୍ଥାନରେ ରଖିବା
11:45 ସମସ୍ତ ଗଛ ପାଇଁ ଏହି ସୋପାନର ପୁନରାବୃତ୍ତି କରନ୍ତୁ
11:51 ଏବେ ମନେରଖନ୍ତୁ, ପ୍ରତ୍ୟେକ ଗଛ ତିନୋଟି ଅବଜେକ୍ଟରେ ତିଆରି ହୋଇଛି
11:55 ପ୍ରତ୍ୟେକ ଗଛ ମଧ୍ୟ ନିଜେ ଏକ ଗ୍ରୁପ୍
11:58 ଆମେ ଅବଜେକ୍ଟଗୁଡ଼ିକର ଗ୍ରୁପ୍ ତିଆରି କରିଛେ
12:01 ଏହି ଛବିରେ ଏକ Water body ଯୋଗ କରିବା
12:04 ପାଣିର ପ୍ରଭାବ ଦେବା ପାଇଁ, ଆୟତକ୍ଷେତ୍ର ପାଖରେ ଏକ ତ୍ରିଭୂଜ ରଖିବା ଏବଂ ଏହାପରେ ଏକ କର୍ଭ ଯୋଗ କରିବା
12:12 ତ୍ରିଭୂଜ ଆଙ୍କିବା ପାଇଁ, “Drawing” toolbar ରୁ “Basic shapes” ସିଲେକ୍ଟ କରନ୍ତୁ
12:18 ଛୋଟ କଳା ତ୍ରିଭୂଜ ଉପରେ କ୍ଲିକ୍ କରନ୍ତୁ ଏବଂ “Right Triangle” ସିଲେକ୍ଟ କରନ୍ତୁ
12:24 ଏହାକୁ ଆଙ୍କିବା ଏବଂ ଆୟତକ୍ଷେତ୍ର ପାଖରେ ରଖିବା
12:28 ଏବେ ପାଣିର ଗତି ଦେଖାଇବା ପାଇଁ ଏକ ରଙ୍ଗିନ୍ କର୍ଭ ଆଙ୍କିବା
12:34 “Drawing” toolbar ରୁ “Curve” ସିଲେକ୍ଟ କରନ୍ତୁ, ଏବେ “Freeform Line, Filled” ଉପରେ କ୍ଲିକ୍ କରନ୍ତୁ
12:42 ଏହାପରେ ତ୍ରିଭୂଜର ଉପରେ କର୍ସର୍ ରଖନ୍ତୁ, ମାଉସ୍ ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ
12:49 କର୍ଭକୁ ସଜାଇ ରଖନ୍ତୁ, ଯେମିତିକି ଏହା ବହୁଥିବା ପାଣି ପରି ଦେଖାଯିବ
12:56 ଉଭୟ ତ୍ରିଭୂଜ ଏବଂ କର୍ଭ ପାଣି ତିଆରି କରିବେ, ଗୋଟିଏ ଅବଜେକ୍ଟ ଭାବେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
13:03 Drawing toolbar ରୁ Select କ୍ଲିକ୍ କରନ୍ତୁ
13:07 ଏବେ ପେଜ୍ କୁ କର୍ସର୍ ଆଣନ୍ତୁ, ମାଉସ୍ ର ବାମ ବଟନ୍ ଦାବିରଖି ତ୍ରିଭୂଜ ଏବଂ କର୍ଭ ଆବୃତ କରିବା ପାଇଁ ଡ୍ରାଗ୍ କରନ୍ତୁ
13:16 ରାଇଟ୍ କ୍ଲିକ୍ କରି Group ସିଲେକ୍ଟ କରନ୍ତୁ
13:18 ଏବେ Water Cycle ର ମୌଳିକ ନକ୍ସା ତିଆରି କରିଛେ
13:23 ଏଠାରେ ଆପଣଙ୍କ ପାଇଁ ଆଉ ଏକ ଆସାଇନମେଣ୍ଟ
13:26 ଆପଣ ନିଜେ ଏହି ଛବିକୁ ତିଆରି କରନ୍ତୁ
13:30 ଏହା ଡ୍ର ଉପରେ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
13:33 ଏହି ଟ୍ୟୁଟୋରିଆଲରେ ଆପଣ ଅବଜେକ୍ଟ ସହିତ କାମ କରିବାର ବେସିକ୍ସ ଜାଣିଲେ ଏବଂ ଆହୁରି ଶିଖିଲେ:
13:39 ଅବଜେକ୍ଟକୁ Cut, copy, paste କରିବା
13:42 Handle ବ୍ୟବହାର କରି ଅବଜେକ୍ଟଗୁଡ଼ିକୁ ସଠିକ୍ ଭାବେ Re-size କରିବା
13:46 ଅବଜେକ୍ଟଗୁଡ଼ିକୁ ସଜାଇବା
13:48 ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଏବଂ ଅନଗ୍ରୁପ୍ କରିବା
13:50 ଗ୍ରୁପ୍ର ପ୍ରତିବନ୍ଧକ ପାର୍ କରି, ପୃଥକ୍ ଅବଜେକ୍ଟଗୁଡ଼ିକୁ ଏଡିଟ୍ କରିବା
13:53 ଏକ ଗ୍ରୁପ୍ ଭିତରେ ଅବଜେକ୍ଟଗୁଡ଼ିକୁ ଘୁଞ୍ଚାଇବା
13:57 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
14:01 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
14:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
14:11 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
14:14 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
14:18 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
14:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
14:28 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
14:36 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
14:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep